• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦନ୍ତାହାତୀ

ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ୍ୟୁ

January 17, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଜାନୁଆରୀ ୧୭(ଓଡିଶା ଡଟ୍ କମ୍)-ବୁଧବାର ମଧ୍ୟରାତ୍ରିରେ ଗୋଟିଏ ବଣୁଆ ଦନ୍ତାହାତୀ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ନେଙ୍କଡା ଘର ନିକଟସ୍ଥ ଜାମୁନାଳିଆ ଗ୍ରାମରେ ପଶି ଘରଦ୍ୱାର ଭାଙ୍ଗିବା ସହ ଖାଦ୍ୟଶସ୍ୟ ଖାଇଯାଇଥିଲା ।

ଦନ୍ତାହାତୀ ଆକ୍ରମଣରେ ଘରର କାନ୍ଥ ପଡିଯିବାରୁ ଘରେ ଶୋଇଥିବା ମଙ୍ଗଳି ମୁଣ୍ଡା ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ତାର ୧୫ ଦିନର ନବଜାତ ଶିଶୁଙ୍କ ସମେତ ମୃତ ମହିଳାଙ୍କ ମା ରଜନୀ ମୁଣ୍ଡା,ତାଙ୍କ ଶାଶୁ ବାଲା ମୁଣ୍ଡା ଓ ସଂପର୍କୀୟ ଶ୍ରୀମତୀ ମୁଣ୍ଡା ଗୁରୁତ୍ୱର ଆହତ ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସାଧିନ ଥିବା ଜଣା ପଡିଛି ।

ଦନ୍ତାହାତୀ ଉତ୍ପାତ ସଂପର୍କରେ ଗ୍ରାମବାସୀମାନେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଖବର ଦେଇଥିଲେ ମଧ୍ୟ ଜଙ୍ଗଲ ବିଭାଗ କର୍ମଚାରୀମାନେ ବିଳମ୍ବରେ ଘଟଣାସ୍ଥଳକୁ ଯାଇଥିବା ଓ କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଗ୍ରାମବାସୀମାନେ ଜାତୀୟ ରାଜପଥ ୨୧୫କୁ ନେଙ୍କଡାଘର ଠାରେ ଘଣ୍ଟାଘଣ୍ଟାଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖାଦ୍ୟଶସ୍ୟ, ଗ୍ରାମବାସୀ, ଦନ୍ତାହାତୀ, ମହିଳା ମୃତ୍ୟୁ

ଭଦ୍ରକ: ଦନ୍ତାହାତୀ ଆକ୍ରମଣରେ ୧ମୃତ, ୧ ଗୁରୁତର

December 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଶୁକ୍ରବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି ।

ଭୋର ସମୟରେ ବନ୍ଧଗାଁ ପଂଚାୟତର ପାଂଚପଡ଼ା ଗ୍ରାମର ଜାଡି ଭୂୟାଁ, ୬୫ ଘର କବାଟ ଖୋଲିବାକୁ ଯାଇଥିବା ବେଳେ ନ୍ତାହାତୀଟି ତାଙ୍କୁ ଆକ୍ରମଣ କରିଥିଲା ।

ଏହି ଘଟଣା ପରେ ଲୋକମାନେ ହାତୀକୁ ଗୋଡାଇବା ପରେ ସେ ଏକ ଫାର୍ମହାଉସରେ ପଶିଯାଇଥିଲା ଏବଂ ନିକଟସ୍ଥ ବିଲରେ କାମ କରୁଥିବା ମନୋରଂଜନ ନାମକ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀର ଆକ୍ରମଣରେ ଜଣେ କନେଷ୍ଟବଲଙ୍କ ମୋଟର ସାଇକେଲ ମଧ୍ୟ ନଷ୍ଟ ହୋଇଛି ।

ବାଣ ଫୁଟାଇ ଓ ନିଅାଁ ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ରାତି ସୁଦ୍ଧା ତାକୁ ହଗଡ ଜଙ୍ଗଲକୁ ଘଉଡାଇ ଦିଆଯିବ ବୋଲି ଡିଏଫ୍ଓ ତ୍ରିଲୋଚନ ବେତା କହିଛନ୍ତି ।

ଗତ ୨୦୦୯ରେ ହାତୀ ଆକ୍ରମଣରେ କାଣ୍ଡବା ଗ୍ରାମର ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ
ଦୁଇଜଣ ଗୁରୁତର ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦନ୍ତାହାତୀ, ଭଦ୍ରକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ