• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦରଦାମ ବୃଦ୍ଧି

ଖାଦ୍ୟଶସ୍ୟ ଆମଦାନୀ ବନ୍ଦ ଯୋଗୁଁ ଦରଦାମ ବୃଦ୍ଧି ଆଶଙ୍କା

April 9, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୯ (ଓଡିଶା ଡଟ କମ) ଡାଲି ଓ ଗହମ ଜାତୀୟ ପଦାର୍ଥ ଉପରୁ ଭାଟ୍‍ ପ୍ରତ୍ୟାହାର ଦାବି କରି ଓଡିଶା ବ୍ୟବସାୟୀ ମହାସଂଘ ଗୁରୁବାର ଠାରୁ ଆମଦାନୀ ବନ୍ଦ ନିଷ୍ପତ୍ତି ନେଇଥିବାରୁ ରାଜ୍ୟରେ ଏହି ସବୁ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି ।

wheatପାଞ୍ଚ ପ୍ରତିଶତ ମୂଲ୍ୟଯୁକ୍ତ କର ( ଭାଟ) ଛାଡକରିବା ପାଇଁ ଦାବିକରି ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଥିଲା । ଭାଟ ଛାଡ଼କରି ଏକ ପ୍ରତିଶତ ପ୍ରବେଶ ଶୁଳ୍କ ଲଗାଇବାକୁ ସଂଘ ପ୍ରତିନିଧି ମାନେ ପ୍ରସ୍ତାବ ଦେଇଥିଲେ ।

ତେବେ ସରକାର ଏହିଦାବି ନ ମାନିବାରୁ ସଂଘ ଅନିର୍ଦିଷ୍ଟ କାଳ ପାଇଁ ଏହି ସାମଗ୍ରୀର ଆମଦାନୀ ବନ୍ଦ ରଖିବାକୁ ନିଷ୍ପତି ନେଇଥିବା ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

ଏହା ଫଳରେ ବାହାରୁ ଡାଲି, ଗହମ, ଅଟା, ସୁଜି, ମଇଦା ଓ ଚୋକଡ଼ ଆଦି ଗହମଜାତ ଦ୍ରବ୍ୟ ରାଜ୍ୟକୁ ଆସିବା ନାହିଁ ଓ ଖାଉଟିଙ୍କ ଅସୁବିଧା ପାଇଁ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି ।

ଅଧିକ ଦିନଧରି ଆମଦାନୀ ବନ୍ଦ ରହିଲେ ରାଜ୍ୟରେ ଏହି ଖାଦ୍ୟ ସାମଗ୍ରୀର ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଖାଦ୍ୟ ଓ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଓଡିଶା ଡଟ କମକୁ କହିଛନ୍ତି ।

ରାଜ୍ୟରେ ଆବଶ୍ୟକ ପରିମାଣର ସାମଗ୍ରୀ ଗଚ୍ଛିତ ଥିବାରୁ ଆସନ୍ତା ଦଶ ଦିନ ପର୍ଯ୍ୟନ୍ତ କୌଣସି ସମସ୍ୟା ହେବ ନାହିଁ । ରାଜ୍ୟରେ ଏହିସାମଗ୍ରୀର ଯେଭଳି କୁତ୍ରିମ ଅଭାବ ସୃଷ୍ଟି ନ ହେବ ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆ ଯାଇଥିବା ସେ ପ୍ରକାଶ କରିଛନ୍ତି।

ସରକାର ବ୍ୟବସାୟୀ ମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଓ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ।

ବ୍ୟବସାୟୀ ମହାସଂଘ କହିଛି ଦେଶର ୨୪ଟି ରାଜ୍ୟରେ ଏହି ସବୁ ସାମଗ୍ରୀ ଉପରେ ଭାଟ୍‍(ମୂଲ୍ୟ ଭିତ୍ତିକ ଟିକସ) ବ୍ୟବସ୍ଥା ନ ଥିବାବେଳେ ଓଡିଶାରେ ଏହା ଲାଗୁ କରାଯାଇଛି । ଭାଟ୍‍ ପ୍ରତ୍ୟାହାର କରି ଅତିରିକ୍ତ ପ୍ରବେଶ କର ଲାଗୁ କରାଗଲେ ସରକାର ଅଧିକ ଟିକସ ପାଇପାରିବେ ବୋଲି ମହାସଂଘ ଦର୍ଶାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଆମଦାନୀ, ଖାଦ୍ୟଶସ୍ୟ, ଦରଦାମ ବୃଦ୍ଧି, ବନ୍ଦ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ