• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦାବିପତ୍ର

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ଦାବିପତ୍ର

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୁକ୍ତି ନେଇ୧୩ ଟି ଦାବି ସମ୍ବଳିତ ପତ୍ର ମାଓବାଦୀମାନେ ସୋମବାର ବିଭିନ୍ନ ଗଣମାଧ୍ୟମକୁ ପଠାଇଥିବା ବେଳେ ଏହା ଓଡ଼ିଶା ଡ଼ଟ୍ କମ୍ ର ମଧ୍ୟ ହସ୍ତଗତ ହୋଇଛି ।

ଏଥିରେ ଉଲ୍ଲେଖ କରାଯାଇଥିବା ଦାବି ଗୁଡ଼ିକ ହେଲା ।

୧. ଆଦିବାସୀ ଏକ ପର୍ଯ୍ୟଟନୀୟ ବସ୍ତୁ ନୁହେଁ ଓ ଏ ଅଞ୍ଚଳ ଏକ ପର୍ଯ୍ୟଟକଙ୍କ ପରିଦର୍ଶନୀୟ ଅଞ୍ଚଳ ନୁହେଁ । ଏହା ସ୍ପଷ୍ଟ ଭାବେ ଘୋଷଣା କରାଯାଉ ଓ ଏହାର ଖିଲାପକାରୀଙ୍କୁ ଗିରଫ କରାଯାଉ ।

୨. ଅପରେଶନ ଗ୍ରୀନହଣ୍ଟ ଦମନ ବନ୍ଦ କରାଯାଉ । ଆଗରୁ ଥିବା ଥାନା ବ୍ୟତୀତ ଆଭ୍ୟନ୍ତରୀଣ ଅଞ୍ଚଳରୁ ସବୁ ପୋଲିସ କ୍ୟାମ୍ପ ପ୍ରତ୍ୟାହାର କରାଯାଉ । ଜନଗଣଙ୍କ ସମସ୍ୟା ନେଇ ବିପ୍ଲବୀଙ୍କ ସହ ଆଲୋଚନାର ଉପଯୁକ୍ତ ପରିବେଶ ସୃଷ୍ଟି କରାଯାଉ ।

୩. ଓଡ଼ିଶାରେ ମାଓବାଦୀ ପାର୍ଟି ଓ ବିଭିନ୍ନ ଗଣ ସଂଗଠନ ଉପରେ ହୋଇଥିବା ନିଷେଧାଦେଶ ପ୍ରତ୍ୟାହାର କରାଯାଉ ।

୪. ଲଳିତ ହେୁରୀ, ଜୁନେଶ ବଡ଼ରଇତ, ପ୍ରଦୀପ ମାଝିଙ୍କ ସମେତ ବିଭିନ୍ନ ଲୋକଙ୍କୁ କରାଯାଇଥିବା ମିଛ ଗୁଳିବିନିମୟ ଓ ହାଜତ ନିର୍ଯାତନା ଜନିତ ହତ୍ୟା ଏବଂ ଆରତି ମାଝି ଗଣ ଧର୍ଷଣରେ ସଂପୃକ୍ତ ଜିଲ୍ଲା ଏସ୍ପି ଓ ପୋଲିସ କର୍ମଚାରୀଙ୍କୁ ହତ୍ୟା ବା ଧର୍ଷଣ ମାମଲାରେ ଜିରଫ କରାଯାଉ । ଆରତି ମାଝିଙ୍କୁ ନିର୍ଦୋଶରେ ଖଲାସ କରାଯାଉ ।

୫. ଆଶୁତୋଷ, କମଳାକାନ୍ତ ସେଠୀ, ସୁଜାତା, କିଶୋର ଜେନା, ପ୍ରତାପ, ମଞ୍ଜୁଲତା ସମେତ ନୟାଗଡ଼ ଅସ୍ତ୍ରାଗାର ଆକ୍ରମଣ ମାମଲାରେ ଗିରଫ ସବୁ ଲୋକଙ୍କୁ ଖଲାସ କରାଯାଉ ।

୬. କୋର୍ଟ ଦ୍ୱାରା ଖଲାସ ବ୍ୟକ୍ତିଙ୍କୁ ପୁଣି ନୂଆ ଅଭିଯୋଗ ଦ୍ୱାରା ଗିରଫ ବା ଜେଲ ମଧ୍ୟରେ ଅଟକ କରିବା ବନ୍ଦ କରାଯାଉ । ଏହି ପରିପ୍ରେକ୍ଷୀରେ ଶୁଭଶ୍ରୀ ଦାସ ଓ ରାୟଗଡ଼ାର ଲଳିତ ସମେତ ଅନ୍ୟ ସମସ୍ତ ପୁନଃ ଗିରଫ ବା ଅଟକ ବ୍ୟକ୍ତିଙ୍କୁ ବିନା ସର୍ତରେ ଖଲାସ କରାଯାଉ ।

୭. ଶତ୍ରୁଘ୍ନ ବିଶ୍ୱାଳ, ଉତମ, ଶେଖର, ସୁଦର୍ଶନ ମଣ୍ଡଳ, ରମେଶ ନାୟକ, ଲତା, ବିଜାଲ୍, ରତ୍ନା ସହରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ସମ୍ବଲପୁର, ମୟୁରଭଞ୍ଜ ଓ କେନ୍ଦୁଝର ସମେତ ସମସ୍ତ ଜିଲ୍ଲାରେ ମାଓବାଦୀ ବନ୍ଦୀ ନିରିହ ଲୋକଙ୍କୁ ଖଲାସ କରାଯାଉ ।

୮. ଜୋଡ଼ିଆ, କଣ୍ଡା ଦୋରା ଅବା କୁଇ, ଗଉଡ଼ କୁଇ, କୁମ୍ଭାର କୁଇ, ସଅର, ଓଡ଼ିଆ କନ୍ଧ, ଖଇରା ସମେତ ବିଭିନ୍ନ ଆଦିବାସୀଙ୍କ ଆଦିବାସୀ ମାନ୍ୟତା କଟାନଯାଉ ଓ ମାନ୍ୟତା ମିଳିଥିବା ଲୋକଙ୍କୁ ମାନ୍ୟତା ମିଳୁ ।

୯. ଓଡ଼ିଶାର ପ୍ରତି ଅଞ୍ଚଳରେ ଗାଁକୁ ପିଇବା ପାଣି, ଜମିକୁ ଜଳ, ପ୍ରତି ପଞ୍ଚାୟତରେ ମାଗଣା ଡ଼ାକ୍ତରଖାନା, ହାଇସ୍କୁଲ ଯାଏଁ ମାଗଣା ଶିକ୍ଷା ବ୍ୟବସ୍ଥା ରହୁ ।

୧୦. ପୋସ୍କୋ, ବେଦାନ୍ତ, କଳିଙ୍ଗନଗର ସମେତ ସମସ୍ତ ବିସ୍ଥାପନ ବିରୋଧୀ ଆନ୍ଦୋଳନ ଉପରେ ପୋଲିସ ଦମନ ବନ୍ଦ ହେଉ । ଅଭୟ ସାହୁ, ନାରାୟଣ ରେଡ୍ଡି ସମେତ ସବୁ ବିସ୍ଥାପନ ବିରୋଧୀ ନେତା ଓ କର୍ମୀଙ୍କୁ ଖଲାସ କରାଯାଉ ।

୧୧. ଗଣନାଥ ପାତ୍ର, ଦାରିଙ୍ଗବାଡ଼ି ପୂର୍ବତନ ଚେୟାରମେନ୍ ଓ ସୋନପୁର ସରପଞ୍ଚଙ୍କ ସ୍ୱାମୀ, ନାଚିକା ଲିଙ୍ଗାର ଭାଇ ଓ ଦୁଇ ସ୍କୁଲ ଛାତ୍ରଙ୍କ ସମେତ ପୋଲିସ ପ୍ରତିଶୋଧ ପରାୟଣ ହୋଇ ଗିରଫ କରିଥିବା ବିଭିନ୍ନ ଗଣଆନ୍ଦୋଳନର ନେତା, ମନବିରୋଧୀ ନେତାଙ୍କୁ ଖଲାସ କରାଯାଉ ।

ନେତିଂପର, ଗୁଡ଼ାରି ଓ ନାରାୟଣପାଟଣା ଜମି ଆନ୍ଦୋଳନ ବିରୁଦ୍ଧରେ ଲଗାତାର ଚାଲିଥିବା କେଶ୍ ସବୁ ରଦ୍ଧ କରାଯାଉ । ଯାହା ନାମରେ ଅନୁରୂପ କେଶ୍ ଦିଆଯାଇଛି ତାହା ପ୍ରତ୍ୟାହାର ହେଉ ଏବଂ ସେମାନଙ୍କୁ ଖଲାସ କରାଯାଉ ।

୧୨. ଚାପ ଓ ଧମକ ଦ୍ୱାରାକୋର୍ଟରେ ମିଛ ବୟାନ ଦେଇ ଆତ୍ମସମର୍ପଣର ଓ ବିପ୍ଲବୀ ଆନ୍ଦୋଳନ ବିରୁଦ୍ଧରେ କଭର୍ଟ ତିଆରିର ସବୁ ମିଛ ସରକାରୀ ନାଟକର ନିରପେକ୍ଷ ତଦନ୍ତ ହେଉ । ଆତ୍ମସମର୍ପଣ ପରେ ପୋଲିସ ଦ୍ୱାରା ଆହାତ ଭାଙ୍ଗିଥିବା ସଙ୍ଗୀତା ପ୍ରଧାନଙ୍କୁ ବର୍ଷବର୍ଷ ଧରି କେନ୍ଦୁଝର ପୋଲିସ ନଜରବନ୍ଦୀ କରି ରଖିବା ଘଟଣାର ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯାଉ ।

୧୩. ମାଲକାନଗିରି ଜିଲ୍ଲାପାଳ ବନ୍ଦୀ ବେଳେ ସରକାର ମାନିଥିବା ସବୁ ଦାବି ପୂରଣ କରୁ । ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ ସାଂଗଠନିକ କମିଟି ସଚିବ ସୁନୀଲଙ୍କ ଦସ୍ତଖତରେ ଏହି ଦାବିପତ୍ର ଆସିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଦାବିପତ୍ର, ମାଓବାଦୀ, ରାଜ୍ୟସରକାର, ସିପିଆଇ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ