• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦୁବାଇ

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

March 27, 2018 by ଓଡିଶା ଡଟ କମ Leave a Comment

ୟୋଗେଶ ଭାୟାଣୀ

ଦୁବାଇ, ମାର୍ଚ ୨୮ ( ଓଡିଶା ଡଟ କମ)ସଂଯୁକ୍ତ ରାଷ୍ଟ୍ର ଏମିରେଟସ ରେ ବାସ କରୁଥିବା ପ୍ରବାସୀ ଓଡ଼ିଆ କୁନି ଝିଅ ମାନଙ୍କର ସମୂହ ଦୁବାଇର ଗ୍ଲୋବାଲ ଭିଲେଜର ଇଣ୍ଡିଆ ପେଭିଲିଅନରେ ନିକଟରେ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ଦ୍ଵାରା ପ୍ରଶଂସିତ ହୋଇଛି ।

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ
“ତପସ୍ୟା ଡ୍ୟାନ୍ସର୍ସ” ର ଛାତ୍ରୀ ଅକ୍ସୀତା ଶତପଥୀ, ଆଞ୍ଚଲ ପରିଡା, ଅନିଶା ଲେଙ୍କା, ଅଶ୍ଵିନା ବକ୍ସି, ପ୍ରାଚୀ ଭାୟାଣୀ, ପ୍ରାର୍ଥନା ପ୍ରତାପ ସିଂ, ରୁପଲ ମହାପାତ୍ର ଓ ତମନ୍ନା ରଥ, ଗୁରୁ ରଶ୍ମୀ ରାଜଙ୍କ ମାର୍ଗଦର୍ଶନରେ ମହିଷାମର୍ଦ୍ଧିନୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଦୁବାଇର ଗ୍ଲୋବାଲ ଭିଲେଜ ବିଶ୍ୱର ଅନ୍ୟତମ ବୃହତ୍ତମ ପାରିବାରିକ, ସାଂସ୍କୃତିକ, ପର୍ଯ୍ୟଟନ, ଅବକାଶ ଏବଂ ମନୋରଞ୍ଜନର ଏକ ମଞ୍ଚ ଯେଉଁଠାରେ ୭୫ଟି ଦେଶର କଳାକାର ଭାଗ ନେଇ ନିଜର କଳାକୃତି ପ୍ରଦର୍ଶନ କରିଥାନ୍ତି ।ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

“ମୋର ଛାତ୍ର ମାନେ ସୁନ୍ଦର ନୃତ୍ୟ ପରିବେଷଣ କରି ସୁଦୂର ଦୁବଇ ମାଟିରେ ଆମ ଜନ୍ମଭୂମିର ଗୌରବ ଓ ସଂସ୍କୃତିର ଝଲକ ପ୍ରଦର୍ଶିତ କରିପାରିଥିବାରୁ ମୁ ଗର୍ବିତ”, ନୃତ୍ୟ ଗୁରୁ ରଶ୍ମୀ ରାଜ ଓଡିଶା ଡଟ କମ କୁ କହିଛନ୍ତି।

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣଉପସ୍ଥିତ ଥିବା ଦର୍ଶକ ପିଲାମାନଙ୍କର ନୃତ୍ୟ ରେ ମନ୍ତ୍ରମୁଗ୍ଧ ହୋଇଥିଲେ ଓ ଉଭୟ ଦର୍ଶକ ଏବଂ ଗ୍ଲୋବାଲ ଭିଲେଜର ଆୟୋଜକ ମାନେ ଏହି ନୃତ୍ୟ ପରିବେଷଣକୁ ଖୁବ ପସନ୍ଦ କରିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଓଡିଶୀ, ଦୁବାଇ, ନୃତ୍ୟ, ପ୍ରବାସୀ ଓଡ଼ିଆ

ସମ୍ବଲପୁରୀ, ଓଡ଼ିଶୀ ନୃତ୍ୟ ସହ ଦୁବାଇରେ ଓଡ଼ିଶା ଦିବସ

April 20, 2011 by ଓଡିଶା ଡଟ କମ Leave a Comment

ସୁଧାଶ୍ରୀ ଦାଶ

ଦୁବାଇ, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟର ତାଳେ ତାଳେ ଦୁବାଇ (ୟୁଏଇ)ରେ ଥିବା ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଶା ଦିବସ ପାଳିତ ହୋଇଯାଇଛି ।

ଦୁବାଇରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଠାରେ ରହୁଥିବା ଶତାଧିକ ଓଡ଼ିଆ ପରିବାର ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା ।

ପରେ ମଙ୍ଗଳାଚରଣ ଏବଂ ଓଡ଼ିଶୀ ସଂଗୀତ ପରିବେଷିତ ହୋଇଥିଲା । ବହୁ ଦିନ ଧରି ନିଜ ରାଜ୍ୟରୁ ଦୂରରେ ରହୁଥିବା ଓଡ଼ିଆମାନେ ଏହାକୁ ମନଭରି ଉପଭୋଗ କରିଥିଲେ ।

ଏହି ଅବସରରେ ଛୋଟଛୋଟ ପିଲାମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଉପସ୍ଥିତ ଲୋକମାନେ ସମ୍ବଲପୁରୀ ଲୋକ ନୃତ୍ୟ ଓ ଓଡ଼ିଶୀ ନୃତ୍ୟର ଖୁବ୍ ମଜା ନେଇଥିଲେ ।

ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଷ୍ଠିତ ଓଡ଼ିଆ ଯୋଗେଇଥିଲେ । ସେଠାରେ ରହୁଥିବା ଓଡ଼ିଆଙ୍କୁ ବାନ୍ଧି ରଖିବା ପାଇଁ ଏକ ୱେବସାଇଟ୍ ଆରମ୍ଭ କରାଯାଇଛି ।

ନିଜ ସଂସ୍କୃତି ସହ ଯୁବପିଢିଙ୍କୁ ବାନ୍ଧି ରଖିବାର ଏହା ଏକ ପ୍ରୟାସ ବୋଲି ଆୟୋଜକ କହିଛନ୍ତି । ଆଗାମୀ ଦିନରେ ବିଭିନ୍ନ ପର୍ବପର୍ବାଣୀ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ବୋଲି ଓଡ଼ିଶା ସମାଜ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶୀ ନୃତ୍ୟ, ଦୁବାଇ, ମୁଖ୍ୟ ଖବର, ସମ୍ବଲପୁରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ