• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଦେଶୀ ଗାଈଙ୍କ ବିକାଶ

ଦେଶୀ ଗାଈଙ୍କ ବିକାଶ ଉପରେ ସରକାରଙ୍କ ଗୁରୁତ୍ଵ: ମୁଖ୍ୟମନ୍ତ୍ରୀ

December 6, 2015 by ନିଉଜ ଡେସ୍କ Leave a Comment

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ଡ଼ିସେମ୍ବର ୬ (ଓଡିଶା ଡଟ କମ) ବିଂଝାରପୁରୀ , ମୋଟୁ ସମେତ ଓଡିଶାରେ ରହିଥିବା ବିଭିନ୍ନ ପ୍ରଜାତିର ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବା ଓ ଗୋ ପାଳନ ଉଦ୍ୟୋଗକୁ କିପରି ଏକ ଲାଭ ଜଣକ ବ୍ୟବସାୟରେ ପରିଣତ  କରାଯାଇପାରିବ ସେ ଦିଗରେ ସରକାର ଗୁରୁତ୍ଵ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

olrds-5-12-6 olrds-5-12-9ଶନିବାର ଭୁବନେଶ୍ଵରର ଜୟଦେବ ଭବନ ଠାରେ ପଶୁସମ୍ପଦ ବିକାଶ ଦ୍ଵାରା ଆୟୋଜିତ ଏକ କର୍ମଶାଳା ଉଦଘାଟନ କରି ସେ କହିଥିଲେ ରାଜ୍ୟର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ଦିଗରେ ପ୍ରାଣୀଧନ କ୍ଷେତ୍ରର ଏକ ମହତ୍ଵପୂର୍ଣ ଯୋଗଦାନ ରହିଛି ।

ଏହି ବିକାଶ ଧାରାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସରକାର ଗୋ-ମହିଷାଦୀ ପ୍ରଜନନ ନୀତି -୨୦୧୫ ପ୍ରଣୟନ କରିଥିବା ଦର୍ଶାଇ ସେ କହିଥିଲେ ରାଜ୍ୟର ଦୁଗ୍ଧ ଶିଳ୍ପ ସହିତ ଜଡିତ ଚାଷୀ ମାନଙ୍କ ଲାଭ ଦୃଷ୍ଟିରୁ ଏହି ନୀତିର ସଠିକ ଉପଯୋଗ କରାଯିବ ଆବଶ୍ୟକ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗୋ-ମହିଷାଦୀ ମାନଙ୍କର ଅନୁବଂଶୀୟ ଗୁଣର ଉନ୍ନତି ପାଇଁ ଉଦ୍ଦିଷ୍ଟ ଏହି ନୀତିରେ ଆଧୁନିକ ପ୍ରଜନନ କୌଶଳ ଏବଂ ପ୍ରଯୁକ୍ତି ବିଜ୍ଞାନ ସହାୟତାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ ରକ୍ଷା ଯାଇଛି ।

bishnuମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଙ୍କ ଉଦ୍ୟମରେ ହୋଇଥିବା ଏହି ନୀତିରେ ଯେଉଁ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ସେବା ଓ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ କ୍ଷୀର ବିକ୍ରିବଟା ପାଇଁ ସୁବିଧା ନଥିବ ସେହି ସ୍ଥଳରେ ଭାରତୀୟ ପ୍ରଜାତି ଯଥା ଗିର,  ସାହିୱାଲ, ଥାରପାରକର, ବିଞ୍ଝାରପୁରୀ, ହରିୟାଣା ଓ ଲାଲ ସିନ୍ଧି ପ୍ରଭୁତି ଷଣ୍ଢ ମାନଙ୍କର ଶୁକ୍ର ବ୍ୟବହାର କରି ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବା ବ୍ୟବସ୍ଥା ରହିଛି ।

ରାଜ୍ୟରେ ଦେଖାଯାଉଥିବା ଜାତୀୟ ସ୍ତରୀୟ ମାନ୍ୟତା ପ୍ରାପ୍ତ ଗାଈ ଯଥା ବିଞ୍ଝାରପୁରୀ, ଘୁମୁସୁରୀ, ଖରିୟାର ଓ ମୋଟୁ ଏବଂ ମଇଁଷି ଯଥା ଚିଲିକା ଓ କଳାହାଣ୍ଡି ପ୍ରଭୁତି ପ୍ରଜାତିଙ୍କର ସଂରକ୍ଷଣ ଓ ଉନ୍ନତି କରଣ ନିମନ୍ତେ ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବା ଲକ୍ଷ ରହିଛି ।

ଗତ ଆର୍ଥିକ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ଛଅ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ରାଜ୍ୟର ଦୁଗ୍ଧ ଚାଷୀଙ୍କ ଠାରୁ ବାଇଶ ପ୍ରତିଶତ ଅଧିକ ଦୁଗ୍ଧ ସଂଗ୍ରହ କରିଥିବା ସେ ପ୍ରକାଶ କରିଥିଲେ ।

ଓମଫେଡ ଖୁବ ଶୀଘ୍ର ବିଞ୍ଝାରପୁରୀ ପ୍ରଜାତିର ଗାଈଙ୍କ କ୍ଷୀର ଓ ଚିଲିକା ମଇଷିଙ୍କ କ୍ଷୀର ସଂଗ୍ରହ କରି ନିଜ ବ୍ରାଣ୍ଡ ରେ ବିକ୍ରୟ କରିବ ବୋଲି ମଧ୍ୟ ସେ କହିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଗୋ-ମହିଷାଦୀ ପ୍ରଜନନ ନୀତି -୨୦୧୫, ଦେଶୀ ଗାଈଙ୍କ ବିକାଶ, ବିଷ୍ଣୁପଦ ସେଠୀ

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)