• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦୌରାଜଜ୍

ମହିଳାଙ୍କୁ ହତ୍ୟା ଉଦ୍ୟମ, ଅବସରପ୍ରାପ୍ତ ଜଜଙ୍କ ସହ ୪ ଗିରଫ

May 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୯(ଓଡ଼ିଶା ଡ଼ଟ୍ କମ୍) ଜଣେ ଗର୍ଭବତୀ ମହିଳାଙ୍କୁ ମହାନଦୀରେ ଫିଙ୍ଗି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଅବସରପ୍ରାପ୍ତ ଜଜଙ୍କ ସମେତ ଚାରି ଜଣଙ୍କୁ ବୁଧବାର ଗିରଫ କରିଥିବା ପୋଲିସ କହିଛି ।

ଏହି ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ ଉଦ୍ୟମ କରାଯିବା ସହ ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ସୁପାରି ଦିଆଯାଇଥିଲା ବୋଲି କଟକ ଡିସିପି ପ୍ରବୀଣ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏଥିରେ ସଂପୃକ୍ତ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସମୀର କୁମାର ରାୟ, ପତ୍ନୀ ଗୀତିକା ରାୟ, ତାଙ୍କ ପୁତ୍ର ସତ୍ୟବ୍ରତ ରାୟ ଏବଂ ସହଯୋଗି ପ୍ରଶାନ୍ତ କୁମାର ଦାସଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି ।

ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମହିଳାଙ୍କୁ ମହାନଦୀକୁ ଫିଙ୍ଗିଥିବା ଯୁବକ ତଥା ସୁପାରି କିଲରମାନେ ଧରା ପଡ଼ିନାହାନ୍ତି । ପୋଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।

ସୂଚନାଯୋଗ୍ୟ ଯେ ମିନି ନାମକ ଏହି ମହିଳା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଲୁମ୍ବିନୀ ବିହାରରେ ସତ୍ୟବ୍ରତ ରାୟଙ୍କ ଘରେ ଗତ ପାଞ୍ଚ ବର୍ଷ ଧରି ରହି ଆସୁଥିଲେ ।

ସେ ସତ୍ୟବ୍ରତଙ୍କୁ ଗୁପ୍ତ ବିବାହ କରିଥିଲେ ଏବଂ ଗର୍ଭବତୀ ହୋଇଥିଲେ । ତେବେ ସତ୍ୟବ୍ରତଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଯିବାରୁ ସେ ମିନିଙ୍କୁ ପ୍ରତାରଣା କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଏହା ଜାଣିପାରି ମିନି ଦୃଢ଼ ପ୍ରତିବାଦ କରିବାରୁ ସତ୍ୟବ୍ରତ ଓ ତାଙ୍କ ପରିବାର ଲୋକେ ତାଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରୁଥିଲେ । ତା’ପରେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା ।

ଯୋଜନା ମୁତାବକ ପାଞ୍ଚ ଜଣ ଯୁବକ ସୋମବାର ରାତିରେ ମିନିଙ୍କ ହାତ ଓ ଗୋଡ଼ ବାନ୍ଧି ମହାନଦୀକୁ ଫିଙ୍ଗି ଦେଇଥିଲେ ବୋଲି ମହିଳା ଜଣକ ପୋଲିସକୁ କହିଛନ୍ତି ।

ମଙ୍ଗଳବାର ଭୋରରୁ କେତେକ ଲୋକ ମହିଳାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେବା ପରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତମାନ ସେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଟକୁ, ଦୌରାଜଜ୍, ମହାନଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ