• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଧନୁଯାତ୍ରା

ଓଡ଼ିଶା କମ୍ୟୁନିଟି ଜାପାନ ପକ୍ଷରୁ ରଥଯାତ୍ରା

July 1, 2012 by admin

ଦୁର୍ଗା ଜେନାଙ୍କ ଠାରୁ

କାୱାଶାକି, ଜୁଲାଇ ୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା କମ୍ୟୁନିଟି ଜାପାନ ପକ୍ଷରୁ ଗତ ଜୁନ୍ ୨୪ରେ କାୱାଶାକି ଠାରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ କାୱାଶାକିର ମେୟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଥରେ ଛେରା ପହଁରା କରିଥିବା ବେଳେ ବିଭିନ୍ନ ଦେଶର ନାଗରିକମାନେ ମହାଉଦ୍ଧିପନା ସହ କୀର୍ତନ, ଶଙ୍ଖ, ଘଣ୍ଟ, ହୁଳହୁଳି ମଧ୍ୟରେ ରଥ ଟାଣିଥିଲେ ।

ରଥଟଣା ପରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ଏଥିରେ ବିଭିନ୍ନ ଦେଶର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଜାପାନ ମହିଳା ମାନଙ୍କ ଓଡ଼ିଶୀ ନୃତ୍ୟ ଏବଂ ସ୍ଥାନୀୟ ଛାତ୍ର ମାନଙ୍କ ପାରମ୍ପାରିକ ବାଦ୍ୟ ପ୍ରଦର୍ଶନ, କଥକ ନୃତ୍ୟ । ଏହାସହ ଓଡ଼ିଆ ପିଲା ମାନଙ୍କ କାର୍ଯ୍ୟକ୍ରମ ସମାରୋହକୁ ଅଧିକ ରଙ୍ଗିନ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜାପାନ, ଧନୁଯାତ୍ରା

ରଥଯାତ୍ରା ପାଇଁ ୬୦ ଡ଼ାକ୍ତର, ୫୪ ଫାର୍ମାଶିଷ୍ଟ

May 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ବିପୁଳ ଜନ ସମାଗମକୁ ଦୃଷ୍ଟିରେ ରଖି ଚିକିତ୍ସା ପ୍ରଦାନ ପାଇଁ ୬୦ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯିବ ବୋଲି ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାବ୍ୟତୀତ ୫୪ ଜଣ ଫାର୍ମାଶିଷ୍ଟ , ୭୭ ଜଣ ସ୍ୱାସ୍ଥ୍ୟ କର୍ମୀ , ୨୦ ଜଣ ସେବିକା ଏବଂ ୨୮ ଜଣ ଓା୍ୱର୍ଡ ଆଟେଣ୍ଡାନ୍ଟ ନିୟୋଜିତ ହେବେ ।

ପୁରୀ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । ୧୦୦ ୟୁନିଟ୍ ରକ୍ତ ମହଜୁଦ ସମେତ ୨୦ଟି ସରକାରୀ ଆମ୍ବୁଲାନ୍ସ ରଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କୁହାଯାଇଛି ।

ରଥଯାତ୍ରା ସମୟରେ ଦେଶ ବିଦେଶରୁ ଦଶ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ଦୃଷ୍ଟିରୁ ମାହାମାରୀ
ନିରାକରଣ ପାଇଁ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ପୌରପରିଷଦ ଅଞ୍ଚଳରେ ଥିବା ପାନୀୟ ଜଳ ଉତ୍ସଗୁଡିକୁ ତିନୋଟି ପର୍ଯ୍ୟାୟରେ ବିଶୋଧନ କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ।

ପୁରୀ ସଂକ୍ରାମକ ରୋଗ ଡାକ୍ତରଖାନାରେ ଝାଡାବାନ୍ତି ରୋଗୀ ମାନଙ୍କ ମଳ ନମୂନାର ବିଶେଷ ପରୀକ୍ଷା କରାଯାଇ ଯଦି କୌଣସି ହଇଜା ରୋଗ ଜୀବାଣୁ ବାହାରିବ ତାହା ହେଲେ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଓ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯିବ ।

ସେହିପରି ପୁରୀ ସହର ଏବଂ ଏହାକୁ ସଂଯୋଗ କରୁଥିବା ରାଜପଥ ପାର୍ଶ୍ଵରେ ସରକାରଙ୍କ ପକ୍ଷରୁ ୨୧ଟିଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ । ଏହି ଆଶୁ ଚିକିତ୍ସା କେନ୍ଦ୍ର ଗୁଡିକ ଆସନ୍ତା ଜୁନ୍ ୧୮ରୁ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

ଖାଦ୍ୟପେୟ ଅପମିଶ୍ରଣ ପ୍ରତିରୋଧ ପାଇଁ ଖାଦ୍ୟ ନିରୀକ୍ଷକଙ୍କୁ ମୁତୟନ କରାଯିବା ସହିତ ଭ୍ରାମ୍ୟମାଣ ଅଦାଲତ, ରଥ ଟଣା ସମୟରେ ପ୍ରତି ରଥ ଘେର ମଧ୍ୟରେ ଆଶୁ ଚିକିତ୍ସା ବ୍ୟବସ୍ଥା କରାଯିବ ।

ଏହି ସମୟରେ ଦୁର୍ଘଟଣା, ଝାଡାବାନ୍ତି, ହୃଦରୋଗ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ପ୍ରତିରୋଧ ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ଓ ବିଶୋଧକ ମହଜୁଦ ରଖାଯିବ ।

ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ପାଇଁ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ସହ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ମଣ୍ଡପ ଖୋଲାଯିବ । ଏହି ମଣ୍ଡପରେ ପ୍ରତ୍ୟେକଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ବନ୍ଧୀୟ ସଚେତନା ମୂଳକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ସ୍ଥିର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆମ୍ବୁଲାନ୍ସ, ଧନୁଯାତ୍ରା, ସ୍ୱାସ୍ଥ୍ୟ

ଧନୁଯାତ୍ରା ଉଦ୍ଦଘାଟିତ, ବରଗଡ଼ରେ କଂସଙ୍କ ରାଜୁତି

December 30, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ପାରମ୍ପରିକ ରୀତିନୀତିରେ ଉଦ୍ଦଘାଟିତ ହୋଇଥିବା ବେଳେ ଆଜିଠାରୁ ବରଗଡ଼ ସହରରେ ମହାରାଜା କଂସଙ୍କ ରାଜୁତି ଚାଲିଛି ।

ସଂଧ୍ୟାରେ ଯାତ୍ରା କମିଟି ସଦସ୍ୟ ଓ କଳାକାର ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ବର୍ଣ୍ଣାଢ଼୍ୟଶୋଭାଯାତ୍ରାରେ ବାହାରି ହାଟପା ଠାରେ ନିର୍ମିତ ରାଜଦରବାରରେ ପହଞ୍ଚିଥିଲେ ।

ରାଜଦରବାରରେ ଧନୁଯାତ୍ରା କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ୱଳନ କରି ଯାତ୍ରାର ଉଦ୍ଦଘାଟନ କରିଥିଲେ ।

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ହେବାକୁଥିବା ଏହି ଯାତ୍ରା ସମୟରେ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହି ଅବସରରେ ବରଗଡ଼ ସହର ପୁରାଣରେ ବର୍ଣ୍ଣିତ ଦ୍ବାପର ଯୁଗର ମଥୁରାନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ଯମୁନା ନଈ ପାଲଟି ଥାଏ ।

ପ୍ରଥମଦିନରେ ମଥୁରାର ଯୁବରାଜ କଂସ ଦିଗ୍ବିଜୟକୁ ଯାଇଥିବା ବେଳେ ପିତା ଉଗ୍ରସେନ ମହାରାଜ ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀଙ୍କୁ ବସୁଦେବଙ୍କ ସହ ବିବାହ କରିଦେଇଛନ୍ତି ।

ଏଥିଯୋଗୁଁ କଂସ ଉତ୍କ୍ଷିପ୍ତ ହୋଇ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ସହ ନିଜେ ମଥୁରାର ସିଂହାସନ ଆରୋହଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଧନୁଯାତ୍ରା, ବରଗଡ଼, ମହାରାଜା କଂସ

ଧନୁଯାତ୍ରା ପୂର୍ବରୁ କଂସ ମହାରାଜଙ୍କ ମହାପ୍ରଭୁ ଦର୍ଶନ

December 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୂର୍ବରୁ ମହାରାଜ କଂସ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନକରି ଆଜ୍ଞାମାଳ ନେଇଛନ୍ତି ।

କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ ଅନ୍ୟ କଳାକାରଙ୍କ ସହ ରବିବାର ଶ୍ରୀମନ୍ଦିରରେ ପହଞ୍ଚି ଯାତ୍ରାର ସଫଳତା କାମନା କରିଛନ୍ତି ।

“ଯାତ୍ରା ସମୟରେ ମହାପ୍ରଭୁଙ୍କ ଅନ୍ୟରୂପ ଶ୍ରୀକୃଷ୍ଣଙ୍କୁ ଅସମ୍ମାନ କରିବା ସହ ତାଙ୍କୁ ବଧ କରିବା ପାଇଁ ଯୋଜନା କରିବି, ତେଣୁ ଏହି ମହାପାପ କରିବା ପୂର୍ବରୁ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଆସିଛି” ଭୋଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଥିବା ବରଗଡ ଧନୁଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହିଯାତ୍ରା ୧୧ଦିନ ଧରି ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଚତୁର୍ଥ ଥର ପାଇଁ ହୃଷିକେଶ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସ ଭୂମିକାରେ ଅଭିନୟ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଧନୁଯାତ୍ରା, ବରଗଡ଼

ବରଗଡ଼ ଜିଲ୍ଲାରେ ୫ଟି ସ୍ଥାନରେ ଧନୁଯାତ୍ରା

December 17, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମେତ ଅନ୍ୟ ଚାରୋଟି ସ୍ଥାନରେ ଏହି ଯାତ୍ରା ଅନୁଷ୍ଠିତ ହେବ ।

ଚିଚିଣ୍ଡା, ତାଳପାଲି, ଚିଚୋଲି, ନୂଆପାଲି ଓ ଖୁଆପାଲିରେ ଏହି ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଚୁଡ଼ାନ୍ତ ହୋଇଛି । ଗ୍ରାମାଂଚଳର ଏହି ଯାତ୍ରା ପାଇଁ ଗ୍ରାମବାସୀମାନେ ଚାନ୍ଦା ଆଦାୟ କରିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସଦରମହକୁମା ଯାତ୍ରା ପାଇଁ ଜିଲ୍ଲାପାଳ କର୍ତା ଭାବରେ ପୃଷ୍ଠପୋଷକତା କରୁଥିବା ବେଳେ ଗ୍ରାମାଂଚଳରେ ହେଉଥିବା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ନେଇ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ପ୍ରଶାସନର ପାତରଅନ୍ତର ନୀତି ଯୋଗୁଁ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ମାସ ୩୦ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଧନୁଯାତ୍ରା, ବରଗଡ଼

ଡ଼ିସେମ୍ବର ୩୦ରୁ ବରଗଡ଼ରେ କଂସର ରାଜୁତି

December 2, 2011 by ଓଡିଶା ଡଟ କମ

 

ଓଡ଼ିଶା ଡ଼ଟ୍ କମ୍:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍)ବରଗଡ଼ଠାରେ ପ୍ରତିବର୍ଷ ହେଉଥିବା ଧନୁଯାତ୍ରା ପାଇଁ ପ୍ରଶାସନ ତରଫରୁ ଏହି ବର୍ଷ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି । ଏଥିପାଇଁ ବରଗଡ଼ ହାଟପା ପ୍ରଦର୍ଶନ ସ୍ଥଳରେ ଶୁଭ ସ୍ତଂଭ ସ୍ଥାପନ ପୂର୍ବକ ପୂଜା ସଂପର୍ନ୍ନ ହୋଇଛି ।

ବରଗଡ଼ ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର ପୂଜା କର୍ତା ରୂପେ ଦାୟିତ୍ୱ ସଂପର୍ନ୍ନ କରିଛନ୍ତି । ପୂଜା ପୂର୍ବରୁ ସମଲେଶ୍ୱରୀ ମନ୍ଦିର ଠାରୁ ଘଟ ଶୋଭାଯାତ୍ରା ବାହାରି ସ୍ତଂଭ ସ୍ଥାପନ କରାଯାଇଥିଲା । ଧନୁଯାତ୍ରା ପାଇଁ ଚଳିତ ମାସ ୩୦ତାରିଖକୁ ଧାର୍ଯ୍ୟ ହୋଇଛି ।

ଏହା ପରବର୍ତ୍ତୀ ୧୧ଦିନ ପାଇଁ ଚାଲିବ । ୧୧ଦିନର ଏହି ଯାତ୍ରା ପରିଚଳନା ପାଇଁ ଦୀର୍ଘ ବର୍ଷ ହେଲା
ରହିଥିବା ବ୍ୟକ୍ତି ବିଶେଷ ପୁଣି ଥରେ ତତ୍ପର ହୋଇପଡ଼ିଛନ୍ତି । ମହାରାଜ କଂସ ମଧ୍ୟ ୧୧ଦିନ ଶାସନ
କରି ଲୋକଙ୍କୁ ମନୋରଂଜନ ର ଖୁରାକ୍ ଯୋଗାଇଦେବେ ବୋଲି ପ୍ରସ୍ତୁତ ହେଉଥିବା ଜଣାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଧନୁଯାତ୍ରା, ବରଗଡ଼

ବଡ଼ଦାଣ୍ଡରେ ଭୂତଳ ବିଦ୍ୟୁତ କେବୁଲ ବ୍ୟବସ୍ଥା

January 15, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ରଥଯାତ୍ରା ସମୟରେ ଅଘଟଣ ତଥା ବିଦ୍ୟୁତ ବିଭ୍ରାଟ ଘଟୁଥିବାରୁ ପୁରୀ ବଡ଼ଦାଣ୍ଡରେ ଥିବା ସମସ୍ତ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମରକୁ ହଟାଇ ଭୂତଳ କେବୁଲ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ନିଯାଇଥିବା ନିଷ୍ପତ୍ତି ଅନୁଯାୟୀ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ୧୨ ଫୁଟ ତଳେ ସେହି କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ ଦିଆଯିବ ।

ଏଥିପାଇଁ ୨୨ କିମି ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତା’ର ଏବଂ ୧୨ କିମି ସ୍ୱଳ୍ପ ଶକ୍ତି ସଂପନ୍ନ ବିଦ୍ୟୁତ ତା’ର ବିଛାଯିବ ।

ସେଠାରେ ଥିବା ୧୯୨ଟି ଟ୍ରାନ୍ସଫର୍ମରକୁ ହଟାଇ ଦିଆଯାଇ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ୭୪ଟି କମ୍ପାକ୍ଟ ଟ୍ରାନ୍ସଫର୍ମର ବସାଯିବ ।

ସାମୟିକ ଭାବେ ଏଥିପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ସେଥିମଧ୍ୟରୁ ସେସୁ ୯ କୋଟି ଟଙ୍କା, ପର୍ଯ୍ୟଟନ ବିଭାଗ ତିନି କୋଟି ଟଙ୍କା ଓ ଶକ୍ତି ବିଭାଗ ବାକି ୬ କୋଟି ଟଙ୍କା ବହନ କରିବ ।

ଖୁବ୍ଶୀଘ୍ର ପ୍ରଥମେ ଗୁଣ୍ଡିଚା ମନ୍ଦିର ପାଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୧୨ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଧନୁଯାତ୍ରା, ପୁରୀ, ବିଦ୍ୟୁତ, ମୁଖ୍ୟ ଖବର

ଜାନୁୟାରୀ ୯ରୁ ୧୯ ବରଗଡ଼ ଧନୁଯାତ୍ରା

December 6, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଠାରେ ଆସନ୍ତା ୨୦୧୧ ଜାନୁୟାରୀ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର ଏବଂ ଯାତ୍ରା କମିଟି ଉପସଭାପତି ତଥା ଜିଲ୍ଲା ଆରକ୍ଷି ଅଧିକ୍ଷକ ସୁର୍ଯ୍ୟ ଥାଙ୍କପାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଅଧିକାରୀ ଦିଲିପ କୁମାର ସାମନ୍ତରାୟ କହିଛନ୍ତି ।

ପୂର୍ବ ବର୍ଷରେ ଦାୟୀତ୍ୱ ସଂପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁନଃ ଦାୟୀତ୍ୱ ଦିଆଯିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି । ଧନୁଯାତ୍ରାର ହିସାବ ସୂଚନା ଅଧିକାର ଆଇନରେ ମିଳିପାରୁନଥିବା ନେଇ କମିଟିରେ ଉଚ୍ଚବାଚ ହୋଇଛି ।

ଧନୁଯାତ୍ରାର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ୧ କୋଟି ୪୯ ଲକ୍ଷ ଟଙ୍କା ଅନୁଦାନ ଦେଉଥିବାରୁ ପର୍ଯ୍ୟଟନ ନିଗମ ଏହାର ଖଚ୍ଚ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ସହ ଜିଲ୍ଲାର ଅନ୍ୟ ସାତଟି ଗ୍ରାମରେ ମଧ୍ୟ ଗ୍ରାମବାସୀମାନେ ନିଜସ୍ୱ ପାଣ୍ଠିରେ ଧନୁଯାତ୍ରା କରିବା ପାଇଁ ସ୍ଥିର କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗ୍ରାମବାସୀ, ଧନୁଯାତ୍ରା, ବରଗଡ଼, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ