• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଧର୍ମଘଟ

ବସ, ଟ୍ରକ ମାଲିକଙ୍କ ଅନିର୍ଦ୍ଦିଷ୍ଟ ଧର୍ମଘଟ ଡାକରା

May 21, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୧ (ଓଡିଶା ଡଟ କମ ) ବିଭିନ୍ନ ଦାବି ନେଇ ରାଜ୍ୟର ଘରୋଇ ବସ ମାଲିକ ସଂଘ ଜୁନ ପାଞ୍ଚ ତାରିଖରୁ ଓ ରାଜ୍ୟ ଟ୍ରକ ମାଲିକ ସଂଘ ସେହିମାସ ନଅ ତାରିଖରୁ ଅନିର୍ଦ୍ଦିଷ୍ଟ କଳା ପାଇଁ ଧର୍ମଘଟ ଡାକରା ଦେଇଛନ୍ତି ।

ଏହା ଫଳରେ ରାଜ୍ୟରେ ଯାତ୍ରୀ ଓ ମାଲ ପରିବହନ ସେବା ଗୁରୁତର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଦୁର୍ଘଟଣା ସଂପର୍କିତ ଜାରି ଏକ ନିର୍ଦେଶନାମାକୁ  ବିରୋଧ କରି ତଥା ଭଡା ବୃଦ୍ଧି ଉପରେ ସରକାରଙ୍କ  ସ୍ପଷ୍ଟ ନୀତି ପ୍ରଣୟନ ଦାବିରେ ଉଭୟ ସଂଘ ମୁଖ୍ୟତଃ  ଏହି ଧର୍ମଘଟର ଡାକରା ଦେଇଛନ୍ତି।

ବସ କିମ୍ବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହେଲେ ସମ୍ପୃକ୍ତ ବସ କିମ୍ବା ଟ୍ରକର ଡ୍ରାଇଭରଙ୍କ ଲାଇସେନସ ରଦ୍ଦ ତଥା ଗାଡିର ଫିଟନେସ ଓ ପରମିଟକୁ ବାତିଲ କରାଯିବା
ନେଇ ଏକ ନିର୍ଦ୍ଦେଶନାମ ନିକଟରେ ରାଜ୍ୟ ପରିବହନ କମିଶନର ଜାରି କରିଛନ୍ତି ଯାହାକୁ ଉଭୟ ସଂଘ ବିରୋଧ କରିଛି ।

ବିଭିନ୍ନ ସମୟରେ ଡିଜେଲ ଓ ପେଟ୍ରୋଲ ଦରରେ ପରିବର୍ତ୍ତନ ହେଉଥିବାରୁ ସେହି ଅନୁପାତରେ ବସ ଓ ଟ୍ରକ ଭଡା ମଧ୍ୟ ବୃଦ୍ଧିକରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି ।

୧୬ ହଜାର ବସ ଓ ଏକ ଲକ୍ଷ ୩୦ ହଜାର ଟ୍ରକ ଏହି ଧର୍ମଘଟରେ ସାମିଲ ହେବେ ବୋଲି ସଂଘ ମାନଙ୍କ ତରଫରୁ କୁହା ଯାଇଛି ।
ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଟ୍ରକ, ଧର୍ମଘଟ, ବସ

ଆନ୍ଦୋଳନ ପ୍ରତ୍ୟାହାର ପରେ ତାଳଚେର ଖଣି କାର୍ଯ୍ୟ ସ୍ଵାଭାବିକ

May 7, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଅନୁଗୁଳ, ମଇ ୭ (ଓଡିଶା ଡଟ କମ) ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥାନୀୟ ଲୋକ ଆନ୍ଦୋଳନ ପ୍ରତ୍ୟାହାର କରିବାରୁ ମହାନଦୀ କୋଲ ଫିଲଡସ ଲିମିଟେଡ (ଏମସିଏଲ )ର ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ବୁଧବାର ଠାରୁ ବନ୍ଦ ଥିବା ସବୁ କୋଇଲା ଖଣିରେ ଗୁରୁବାର ଅପରାହ୍ନରୁ କାର୍ଯ୍ୟ ସ୍ଵାଭାବିକ ହୋଇଛି ।

coal-talabiraକମ୍ପାନୀରେ ଚାକିରି ଦାବିକରି ଭାଲୁଗାଡିଆ ଗାଁର ବାସିନ୍ଦା ତିନି ସପ୍ତାହରୁ ଉର୍ଦ୍ଧ୍ଵ ଧରି କରିଥିବା ରାସ୍ତା ଅବରୋଧକୁ ସମର୍ଥନ କରି ସ୍ଥାନୀୟ ଲୋକେ କୋଇଲା ଖଣି ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଡକରା ଦେଇଥିଲେ ।

କମ୍ପାନୀ କତ୍ତୃପକ୍ଷ, ଆନ୍ଦୋଳନ କଋ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ମଧ୍ୟରେ ଘଣ୍ଟା ବ୍ୟାପୀ ଆଲୋଚନା ପରେ ସମାଧାନର ରାସ୍ତା ବାହାରିଥିଲା । କମ୍ପାନୀ ଆସନ୍ତା ଏକ ମାସ ମଧ୍ୟରେ ଭାଲୁଗାଡିଆ ଗାଁର ୬୨ ପରିବାରର ଜଣକୁ ଲେଖା ଚାକିରି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲେ ।

ପ୍ରାପ୍ତ ସୂଚନା ଅନୁସାରେ ହିଙ୍ଗୁଳା ଅଞ୍ଚଳରେ ଥିବା ଭାଲୁଗାଡିଆ ଗାଁର ୧୨୮ ହେକ୍ଟର ଜମି ଏମସିଏଲ ପୂର୍ବରୁ ଅଧିଗ୍ରହଣ କରିଥିଲା । ତେବେ ୨୦୦୫ରେ ଏହି ଜମିକୁ ସରକାର ଉତ୍କଳ କୋଲ ବ୍ଲକ ଅଧିନକୁ ନେଇଆସି ବିଭିନ୍ନ କମ୍ପାନୀ ମାନଙ୍କୁ ନେଇ ଗଠିତ ଏକ ଯୌଥ ଉଦ୍ୟୋଗକୁ ଆବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆବଣ୍ଟନକୁ ରଦ୍ଦ କରିଦିଆ ଯାଇଥିଲା ।

ଏମସିଏଲ ତାଙ୍କ ଜମି ଅଧିଗ୍ରହଣ କରିଥିବାରୁ ତାଙ୍କୁ ଚାକିରି ଦେଉ ବୋଲି ଗ୍ରାମବାସୀ ଦାବି କରୁଥିବା ବେଳେ, ଜମି ଆଇନତଃ ଏମସିଏଲ ହାତରେ ନ ଥିବାରୁ ଚାକିରି ଦେଇହେବ ନାହିଁ ବୋଲି ଏମସିଏଲ କତ୍ତୃପକ୍ଷ ଯୁକ୍ତି ବାଢି ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକାରଣ ମାଗିଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: କୋଇଲା, ଧର୍ମଘଟ, ମହାନଦୀ କୋଲ ଫିଲଡ

ବ୍ୟବସାୟୀ ମହାସଂଘ ଧର୍ମଘଟ ପ୍ରତ୍ୟାହୃତ

April 13, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୩ (ଓଡିଶା ଡଟ କମ) ଡାଲି ଓ ଗହମ ଜାତୀୟ ପଦାର୍ଥ ଉପରୁ ଭାଟ୍‍ ପ୍ରତ୍ୟାହାର ଦାବି କରି ଗତ କିଛି ଦିନ ଧରି ଧର୍ମଘଟ ଚଳାଇଥିବା ଓଡିଶା ବ୍ୟବସାୟୀ ମହାସଂଘ ସୋମବାର ଏହାକୁ ପ୍ରତ୍ୟାହାର କରିଛି ।

tradersସଂଘ ଓ ସରକାରଙ୍କ ପ୍ରତିନିଧି ମାନଙ୍କ ମଧ୍ୟରେ ଆଲୋଚନାପରେ ସଂଘ ଏହି ଘୋଷଣା କରିଛି । ଉଭୟ ପକ୍ଷକୁ ନେଇ ଏକ ସାତ ଜଣିଆ କମିଟି ଗଠନ ହେବ ଓ ଏହି କମିଟି ବ୍ୟବସାୟୀ ସଂଘ କରୁଥିବା ଦାବି ଉପରେ ଅନୁଧ୍ୟାନ କରି ସରକାରଙ୍କୁ ଆଗାମୀ ତିନି ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ।

ଏହି ରିପୋର୍ଟ ଆଧାରରେ ସରକାର ତାଙ୍କ ନିଷ୍ପତ୍ତି ନେବେ । ଉଭୟ ପକ୍ଷ ଏହା ଉପରେ ସମ୍ମତି ଦେବ ପରେ ସଂଘ ତାର ଧର୍ମଘଟ ପ୍ରତ୍ୟାହାର କରିଥିବା ସଂଘ ର ଜଣେ କର୍ମକର୍ତା କହିଛନ୍ତି।

ଦେଶର ୨୪ଟି ରାଜ୍ୟରେ ଡାଲି ଓ ଗହମ ଜାତୀୟ ସାମଗ୍ରୀ ଉପରେ ଭାଟ୍‍(ମୂଲ୍ୟ ଭିତ୍ତିକ ଟିକସ) ବ୍ୟବସ୍ଥା ନ ଥିବାବେଳେ ଓଡିଶାରେ ଏହା ଲାଗୁ କରାଯାଇଥିବାରୁ ବ୍ୟବସାୟୀ ସଂଘ ଏହାର ବିରୋଧ କରିଆସୁଛି ।

ଭାଟ୍‍ ପ୍ରତ୍ୟାହାର କରି ଅତିରିକ୍ତ ପ୍ରବେଶ କର ଲାଗୁ କରାଗଲେ ସରକାର ଅଧିକ ଟିକସ ପାଇପାରିବେ ବୋଲି ମହାସଂଘ ଦର୍ଶାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଧର୍ମଘଟ, ସରକାର

ଭଦ୍ରକ: ସାଧାରଣ ଧର୍ମଘଟ ବନ୍ଦରେ ରୂପାନ୍ତରିତ

February 28, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ସର୍ବଭାରତୀୟ ସାଧାରଣ ଧର୍ମଘଟ ଡ଼ାକରା ମଙ୍ଗଳବାର ଭଦ୍ରକରେ ବନ୍ଦରେ ରୂପାନ୍ତରିତ ହୋଇଥିବା ବେଳେ ସମସ୍ତ ଦୋକାନ ବଜାର, ବସ ଓ ଅନ୍ୟାନ୍ୟ ଗାଡ଼ି କୋର୍ଟ କଚେରୀ,ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ବନ୍ଦ ହୋଇଥିଲା ।

ସ୍କୁଲ ଗୁଡ଼ିକ ଖୋଲା ଥିଲେ ମଧ୍ୟ ସେଠାରେ ଉପସ୍ଥାନ କମ୍ ରହିଥିଲା । ରାସ୍ତାରେ କେତେକ ଛୋଟ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା ।

କେନ୍ଦ୍ର ସରକାରଙ୍କ ପ୍ରଣୀତ ନୀତି ଦରବୃଦ୍ଧି, ନୂତନ ନିଯୁକ୍ତି ବନ୍ଦ କରିବା, ଠିକା ନିଯୁକ୍ତିରେ କାମ ଚଳାଇବା, ରାଷ୍ଟ୍ରାୟତ୍ତ ଶିଳ୍ପକୁ ଘରୋଇ କରିବାକୁ ଉଦ୍ୟମ କରିବା ଓ ସମସ୍ତ ସ୍ତରରେ ବ୍ୟାପକ ଦୁର୍ନିତୀ ବିରୁଦ୍ଧରେ ଏହି ବନ୍ଦ ସାଧାରଣ ଲୋକଙ୍କ ପ୍ରତିବାଦ ବୋଲି ସିଆଇଟିୟୁର ଜିଲା ସଭାପତି ଦିବ୍ୟସିଂ ନାୟକ କହିଛନ୍ତି ।

୧୧ଟି ଟ୍ରେଡ଼ ୟୁନିୟନ ପକ୍ଷରୁ ଆହୂତ ଏହିଦିନିକିଆ ବନ୍ଦରେ ମୁଖ୍ୟତଃ ସିଆଇଟିୟୁ, ଏଆଇଟିୟୁସି ଏବଂ ଏଆଇବିଇଏ,ସାଧାରଣ ବୀମା ଓ ଜୀବନ ବୀମା କର୍ମଚାରୀ ସଂଘର କର୍ମକର୍ତାମାନେ ଅଂଶଗ୍ରହଣ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଧର୍ମଘଟ, ଭଦ୍ରକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ