• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଧାନ

ଧାନର ସହାୟକ ମୂଲ୍ୟ ଉପରେ ବୋନସ ଦିଅ :କଂଗ୍ରେସ

October 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ରାଜ୍ୟରେ ମରୁଡ଼ିଜନିତ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଧାନର ସହାୟକ ମୂଲ୍ୟ ଉପରେ କ୍ଵିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ ଦେବା ପାଇଁ କଂଗ୍ରେସ ଗୁରୁବାର ଦାବି କରିଛି ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଚଳିତବର୍ଷ ଅଦିନିଆ ବର୍ଷା ଏବଂ ସାରର ଅଭାବ ଯୋଗୁଁ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଚାଷୀ ଗତବର୍ଷ ଚାଷରେ ଯେତିକି ଅର୍ଥ ବିନିଯୋଗ କରିଥିଲା ଏଥର ଚଢାଦରରେ ସାର କିଣି ଦୁଇଗୁଣା ଅର୍ଥ ବିନିଯୋଗ କରିଛି । ଚାଷୀର ଅଧିକ ବିନିଯୋଗ ଦୃଷ୍ଟିରୁ ଧାନର ସହାୟକ ମୂଲ୍ୟ ଉପରେ ଅଧିକ ବୋନସ ଦିଆଯିବା ଆବଶ୍ୟକ ।

ପଡୋଶୀ ଆନ୍ଦ୍ରପ୍ରଦେଶ, ଛତିଶଗଡ ଏବଂ ଅନ୍ୟ ରାଜ୍ୟ ସରକାରୀମାନେ ଧାନର ସହାୟକ ମୂଲ୍ୟ ଉପରେ ବୋନସ ଘୋଷଣା କରିଛନ୍ତି ।

ଓଡିଶାର ଚାଷୀଙ୍କୁ ସହାୟତା ସ୍ୱରୂପ ରାଜ୍ୟ ସରକାର ସର୍ବାଧିକ ୫୦୦ଟଙ୍କା ନଚେତ ସର୍ବନିମ୍ନ ୩୦୦ଟଙ୍କା ବୋନସ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ଏହା ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି କିଶୋର ପଟେଲ,ଶିବାନନ୍ଦ ରାୟ,ଗୁରୁପଦ ନନ୍ଦ,ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଦିନିଆ ବର୍ଷା, କଂଗ୍ରେସ, ଧାନ, ସରକାରୀ, ସାମ୍ବାଦିକ ସମ୍ମିଳନୀ

ଧାନର ଅଭାବି ବିକ୍ରୀ ବିରୋଧରେ ଗଣଧାରଣା

December 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଧାନର ଅଭଦଦାବୀବିକ୍ରୀ ବିରୋଧରେ କୃଷକ ସଭା ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ଓ ପ୍ରଦର୍ଶନ କରାଯାଇଛି ।

ଗଣଧାରଣାରେ ଜିଲ୍ଲାର ୭ଟି ବ୍ଲକର ବହୁ ଚାଷୀ ମୂଲିଆ ଯୋଗ ଦେଇଥିଲେ । ସେମାନେ ବନ୍ତ ଛକରୁ
ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଧାନ କ୍ୱିନ୍ଟାଲ ପ୍ରତି ମୂଲ୍ୟ ସରକାର ୧୦୮୦ ଟଙ୍କା ଘୋଷଣା କରିଥିଲେ ମଧ୍ୟ ଜିଲ୍ଲାରେ ଏପର୍ଯ୍ୟନ୍ତ ସରକାରୀ କ୍ରୟ କେନ୍ଦ୍ର ଖୋଲା ଯାଇନଥିବାରୁ ଚାଷୀମାନେ ସମାଲୋଚନା କରିଥିଲେ ।

ଜିଲ୍ଲାପାଳ ଡିସେମ୍ବର ୫ତାରିଖ ସୁଦ୍ଧା ଧାନ କ୍ରୟକେନ୍ଦ୍ର ଖୋଲିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଖୋଲାଯାଇନଥିବାରୁ ଚାଷୀ ବାଧ୍ୟ ହୋଇ ଘରୋଇ କ୍ରୟ କେନ୍ଦ୍ରରେ ଧାନ କ୍ୱିଣ୍ଟାଲ ପ୍ରତି ସାତ ଶହ/ଆଠ ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଧାନ, ଭଦ୍ରକ

ଧାନର ଅଭାବୀ ବିକ୍ରି, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

November 13, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ଚଳିତ ସଂଗ୍ରହ ଋତୁରେ ଚାଷୀମାନେ ଯେପରି ଧାନର ଅଭଦ ଦାବୀବିକ୍ରି ଭଳି ପରିସ୍ଥିତିର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଚାଷୀ ମାନଙ୍କ ସୁବିଧାକୁ ଆଖି ଆଗରେ ରଖି ପର୍ଯ୍ୟାପ୍ତ ସଂଖ୍ୟକ ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ପାଇଁ ସେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୧-୧୨ ବର୍ଷ ପାଇଁ ଖାଦ୍ୟ ସଂଗ୍ରହ ନୀତିରେ ୨୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାର ଲକ୍ଷ ଧାର୍ଯ୍ୟ କରାଯାଇଛି ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ମଧ୍ୟ କୁଇନ୍ଟାଲ ପିଛା ୮୦ ଟଙ୍କା ବୃଦ୍ଧି କରାଯାଇଛି ।

ଧାନର ସହାୟକ ମୂଲ୍ୟ ୧୦୮୦ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ଼୍ ଏ ଧାନର ସହାୟକ ମୂଲ୍ୟ ୧୧୦୦
ଟଙ୍କା ରଖାଯାଇଛି । ତେଣୁ ଚାଷୀ ଯେପରି ଠିକ୍ ଭାବେ ସହାୟକ ମୂଲ୍ୟ ପାଇବେ ତାହା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି ।

ଚାଷୀଙ୍କୁ ହଇରାଣ କରିବାକୁ ଉଦ୍ୟମ କରୁଥିବା ଅସାଧୁ ବ୍ୟବସାୟୀ ତଥା ଲାଲ୍ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଧାନ, ମୁଖ୍ୟମନ୍ତ୍ରୀ

ଗ୍ରାମବାସୀଙ୍କ ଦ୍ୱାରା ତହସିଲାର, ବିଡ଼ିଓ ଅଟକ

December 29, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ବରପାଲି ଠାରେ ହୋଇଥିବା ଚାଷୀ ଆତ୍ମହତ୍ୟା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହି ଘଟଣାର ଅନୁଧ୍ୟାନ କରିବାକୁ ଯାଇଥିବା ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିଲେ ।

ବରପାଲି ତହସିଲଦାର ଓ ବିଡ଼ିଓ ତଦନ୍ତ ପାଇଁ ମଙ୍ଗଳବାର ଧିରପୁର ଗ୍ରାମକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ପ୍ରଶାସନିକ ଅବହେଳା ଅଭିଯୋଗ କରି ସେମାନଙ୍କୁ ଘେରାଉ କରି ରଖିଥିଲେ । ଫଳରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ଅିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ ହାନୀ ସଂପର୍କରେ ଚାଷୀମାନେ ତହସିଲାରଙ୍କୁ ଜଣାଇବା ସହ ଏକ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦିଆନଗଲେ ଗ୍ରାମବାସୀମାନେ ସମୂହ ଆତ୍ମାହୁତି ଦେବେ ବୋଲି ସେମାନେ ତାଙ୍କୁ ଲିଖିତ ଜଣାଇଥିଲେ ।

ମୃତ ଚାଷୀଙ୍କ ପରିବାରକୁ ଉଚିତ କ୍ଷତିପୂରଣ ସହ ସମସ୍ତ ଚାଷୀଙ୍କ ଧାନ ଉଚିତ ମୂଲ୍ୟରେ ବିକ୍ରୀ ବ୍ୟବସ୍ଥା କରିବାକୁ ଅଧିକାରୀ ଦ୍ୱୟ ପ୍ରତିଶୃତି ଦେବା ପରେ ଚାଷୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ ।

ଅିନିଆ ବଷାଁ ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ହେବାରୁ ଏହି ଗ୍ରାମର ଚାଷୀ ଅଶୋକ ଖଟୁଆ ଓ ତାଙ୍କ ପୁଅ ସୁଜିତ ଖଟୁଆ ଆତ୍ମହତ୍ୟା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚାଷୀ, ଧାନ, ବରଗଡ଼, ବରଗଡ ଜିଲ୍ଲା, ବରପାଲି, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ