• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନବରଙ୍ଗପୁର ଜିଲ୍ଲା

ଉମରକୋଟ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ବିଜୟୀ

December 4, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଉମରକୋଟ୍, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ସୁବାସ ଗଣ୍ଡ ବିଜୟୀ ହୋଇଛନ୍ତି ।

ରବିବାର ସକାଳୁ ଭୋଟ୍ ଗଣତି ହୋଇଥିବା ବେଳେ ସୁବାସ ତାଙ୍କର ନିକଟତମ ପ୍ରତି୍ୱନ୍ଦି ବିଜେପି ପ୍ରାର୍ଥୀ ଧର୍ମୁ ଗଣ୍ଡଙ୍କ ଠାରୁ ୨୧୦୬୧ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି ।

ସୁବାସଙ୍କୁ ୫୪୭୧୩ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଧର୍ମୁଙ୍କୁ ୩୩୬୫୨ ଏବଂ କଂଗ୍ରେସ ପ୍ରାର୍ଥୀ ଯତୀନ୍ଦ୍ର ଗଣ୍ଡଙ୍କୁ ୩୨୮୭୭ ଭୋଟ୍ ମିଳିଛି ।

ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟା ପରେ ଏହି ଆସନ ପାଇଁ ଗତ ୩୦ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନବରଙ୍ଗପୁର ଜିଲ୍ଲା

ବ୍ୟାପକ ସୁରକ୍ଷା ମଧ୍ୟରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

November 29, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଉମରକୋଟ, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପନିର୍ବାଚନ ପାଇଁ ବୁଧବାର ସକାଳୁ କଡ଼ାସୁରକ୍ଷା ମଧ୍ୟରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

ମୋଟ୍ ୧୬୨ଟି ଭୋଟଗ୍ରହଣ କେନ୍ଦ୍ରରେ ସକାଳ ଆଠଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଉମରକୋଟରେ ୫୨ ଓ ରାଇଘର ୧୧୦ ବୁଥ୍ ରହିଛି । ୬୭ଟି ବୁଥ୍ ହିଂସାପ୍ରବଣ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମୁଦାୟ ୧ଲକ୍ଷ ୬୫ ହଜାର ୩୭ ଭୋଟର୍ ତିନି ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟର୍ଙ୍କ ମଧ୍ୟରୁ ୮୩ ହଜାର ୮୩୦ ଜଣ ପୁରୁଷ ଥିବାବେଳେ ୮୧ ହଜାର ୨୦୭ ଜଣ ମହିଳା ଅଛନ୍ତି ।

ଓଡ଼ିଶା-ଛତିଶଗଡ଼ ସୀମାକୁ ସିଲ କରିିଆଯାଇଥିବା ବେଳେ ଉମରକୋଟ ଝରିଗାଁ-ନବରଙ୍ଗପୁର-ରାୟପୁର ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକ ଯାଂଚ କରାଯାଉଛି ।

ବିଜେପି ପକ୍ଷରୁ ଧର୍ମୁ ଗଣ୍ଡ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ି ପକ୍ଷରୁ ସୁବାଷ ଏବଂ କଂଗ୍ରେସ ପକ୍ଷରୁ ଜୀତେନ୍ଦ୍ର ଗଣ୍ଡ ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ଡ଼ିସେମ୍ବର ୪ ତାରିଖରେ ଭୋଟ୍ ଗଣତି ହେବ ।

ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟା ପରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନବରଙ୍ଗପୁର ଜିଲ୍ଲା, ଭୋଟ୍

ନଭେମ୍ବର ୩୦ରେ ଉମରକୋଟ ଉପନିର୍ବାଚନ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।

ଏଥିପାଇଁ ନଭେମ୍ବର ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ୧୨ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ । ନଭେମ୍ବର ୩୦ରେ ଭୋଟ ଗ୍ରହଣ ଏବଂ ଡିସେମ୍ବର ୪ ରେ ଭୋଟ୍ ଗଣତି ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉମରକୋଟର ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝିଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି । ଜଗବନ୍ଧୁ ଏକ ସାଧାରଣ ସଭାରେ ପଟ୍ଟା ପ୍ରଦାନ କରୁଥିବାବେଳେ ଗତ ସେପ୍ଟେମ୍ବର ୨୪ରେ କେତେକ ଦୁର୍ବୃତଙ୍କ ଗୁଳି ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଉମରକୋଟ, ନବରଙ୍ଗପୁର ଜିଲ୍ଲା, ନିର୍ବାଚନ, ରାଜନୀତି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ