• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନବୀନ ନିବାସ

ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ

December 18, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)- ବିଜେଡିର ରେଳ ଅବହେଳା ଓ କଂଗ୍ରେସର ଚାଷୀଙ୍କୁ ଅବହେଳା ପ୍ରସଙ୍ଗ ନେଇ ମଙ୍ଗଳବାର ଦିନ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଉତେଜନା ପୂର୍ଣ୍ଣହେବାରୁ ବାଚସ୍ପତି ଦିନକ ପାଇଁ ଗୃହକୁ ମୁତତବୀ ରଖିଥିଲେ ।

ଶୂନ୍ୟକାଳରେ କେନ୍ଦ୍ର ସରକାର ଓଡିଶାର ରେଳ ବଜେଟରୁ ୬୦ କୋଟି ଟଙ୍କା କାଟି ଦେଇଥିବା ପ୍ରସଙ୍ଗ ନେଇ ବିଜେଡି ବିଧାୟକମାନେ ପ୍ରତିବାଦ ଆରମ୍ଭ କରିବାମାତ୍ରେ ଚାଷୀଙ୍କୁ ନବୀନ ନିବାସଠାରେ ପୋଲିସ ମାଡଦେବା ଘଟଣାକୁ ନେଇ ବିରୋଧୀ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀ କେନ୍ଦ୍ରୟ ଅବହେଳା ନେଇ କଂଗ୍ରେସକୁ ସମାଲୋଚନା କରିବାକ୍ଷଣି କଂଗ୍ରେସର ସମସ୍ତ ବିଧାୟକ ଗୃହର ମଧ୍ୟଭାଗକୁ ଚାଲିଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ନବୀନ ପଟ୍ଟନାୟକ ହାଏ ହାଏ,ଚାଷୀ ହତ୍ୟାକାରୀ ହାଏ ହାଏ,ଚାଷୀଙ୍କୁ ମାଡ ଚଳିବ ନାହିଁ ଆଦି ସ୍ଲୋଗାନ ଦେଇଥିଲେ ଏବଂ ବାଚସ୍ପତିଙ୍କ ଟେବୁଲ ବାଡେଇବା ସହିତ ହଟଗୋଳ କରିଥିଲେ ।

ସେହିପରି ଶାସକ ବିଜେଡି ବିଧାୟକମାନେ ରେଳବାଇରେ ଓଡିଶାକୁ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳାକୁ ନେଇ ସ୍ଲୋଗାନ ଦେଇ ଠିଆ ହୋଇ ପ୍ରତିବାଦ କରିଥିଲେ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିରୋଧରେ ସ୍ଲୋଗାନ ସହିତ ଶାସକ ସଭ୍ୟ ହୋ-ହାଲ୍ଲା କରିବାରୁ ଗୃହରେ ଉତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହାତରେ ଧରିଥିବା କାଗଜପତ୍ର ଗୃହ ମଧ୍ୟକୁ ଫୋପାଡି ଦେଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ ବିଜେଡିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ । ଫଳରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।

ଗୃହର ପରିସ୍ଥିତି ଅଧିକ ଉତେଜନା ପୂର୍ଣ୍ଣ ହେଉଥିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ୧୧.୩୪ରୁ ୧୨.୩୦ ଓ ୧୨.୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶେଷରେ ପୁରା ଦିନକ ପାଇଁ ଗୃହକୁ ମଲତବୀ ଘୋଷଣା କରିଥିଲେ ।

ଗୃହମୁଲତବୀ ହେବାପରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ତଳକୁ ଯାଇ କେନ୍ଦ୍ରୀୟ ଅବହେଳା ବିରୋଧରେ ଧାରଣାରେ ବସିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ନବୀନ ନିବାସ, ବାଚସ୍ପତି, ବିଜେଡ଼ି, ବିଧାନସଭା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜ୍ୟ ସରକାର

ଇଣ୍ଡିଆ ଏଗ୍ନେଷ୍ଟ କରପ୍ସନ ତରଫରୁ ନବୀନ ନିବାସ ଘେରାଉ

August 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ଇଣ୍ଡିଆ ଏଗ୍ନେଷ୍ଟ କରପ୍ସନ ଓଡିଶା ଶାଖା ତରଫରୁ ନବୀନ ନିବାସ ଘେରାଉ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇ ୨୦୦ ଉର୍ଦ୍ଧ୍ୱ ଆନ୍ନା ସମର୍ଥକଙ୍କୁ ଗିରଫ କରାଯାଇଛି ।

କୋଇଲା ଦୁର୍ନୀତି ଏଥିରେ ଓଡିଶା ସରକାରଙ୍କ ସଂପୃକ୍ତି ଓ କଂପାନୀ ସହ ହୋଇଥିବା ଲିଜ ବାତିଲ ଦାବିରେ ଇଣ୍ଡିଆ ଏଗନେଷ୍ଟ କରପ୍ସନ ଓଡିଶା ଶାଖା ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଥିଲା ।

ସଂସ୍ଥା ସଂପାଦକ ସମାଜସେବୀ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଆନ୍ନା ସମର୍ଥକ ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସାଧାରଣ ସଭାର ଆୟୋଜନ କରିଥିଲେ । ସଭାରେ ସରକାରଙ୍କ କୋଇଲା ଦୁର୍ନୀତିରେ ସଂପୃକ୍ତି ଥିବା ନେଇ ଏହାର ତଦନ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଉବୋଧନ ଜରିଆରେ ଚାପ ସୃଷ୍ଟି କରିଥିଲେ ।

ଆନ୍ଦୋଳନକାରୀମାନେ ନବୀନ ନିବାସ ଘେରାଉ ପାଇଁ ପିଏମ୍ଜି ରୁ ବାହାରିଥିଲେ । ପୋଲିସ ସେମାନଙ୍କୁ ଶିଶୁ ଭବନ ଛକରୁ ଗିରଫ କରିବା ପାଇଁ ତୟାର ହୋଇ ରହିଥିବା ବେଳେ କିଛି ଆନ୍ଦୋଳନକାରୀମାନେ ପୋଲିସ ଅଗୋଚରରେ ଏକ ଗାଡିରେ ଏବଂ ଆଉ କିଛି ଚାଲିଚାଲି ଯାଇ ନବୀନ ନିବାସ ଆଗରେ ବିକ୍ଷୋଭକରି ଧସେଇ ପଶିବାକୁ ଉଦ୍ୟମ କରୁଥିଲେ ।

ନବୀନ ନିବାସ ଦାୟିତ୍ୱରେ ଥିବା ପୋଲିସଙ୍କ ସହିତ ଆନ୍ଦୋଳନକାରୀଙ୍କର ଧସ୍ତାଧସ୍ତି ହୋଇଥିଲା । ପରେ ପୋଲିସ ଫୋର୍ସ ପହଂଚି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଣ୍ଡିଆ ଏଗ୍ନେଷ୍ଟ କରପ୍ସନ, ନବୀନ ନିବାସ, ଶିଶୁ ଭବନ ଛକ

ଗନ୍ଧମାର୍ଦ୍ଧନ ସୁରକ୍ଷା ପ୍ରତିଶୃତି ପାଳନ ନ ହେବାରୁ ଉ୍ବେଗ

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍) -ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟରେ ଭରା ଐତିହାସିକ ତୀର୍ଥସ୍ଥଳୀ ଗନ୍ଧମାର୍ଦ୍ଧନର ସୁରକ୍ଷା ପାଇଁ ୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଅଂଚଳବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ ନ ହେବାରୁ ଉ୍ବେଗ ପ୍ରକାଶ ପାଇଛି ।

ଗନ୍ଧମାର୍ଦ୍ଧନର ସୁରକ୍ଷା ଦାବି ନେଇ ୨୦୦୪ରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ନେତା ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ତିନି ହଜାର ବ୍ୟକ୍ତି ନୃସିଂହନାଥରୁ ନବୀନ ନିବାସ ପର୍ଯ୍ୟନ୍ତ ସାଇକଲ ଯାତ୍ରା କରିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଗନ୍ଧମାର୍ଦ୍ଧନର ସୁରକ୍ଷା ନିମନ୍ତେ ଗନ୍ଧମାର୍ଦ୍ଧନକୁ ଜୈବ ମଣ୍ଡଳ ଘୋଷଣା କରିବା ପାଇଁ ଦାବି କରାଯିବା ସହ ସମସ୍ତ ପ୍ରକାର ଖଣିଖନନ ବନ୍ଦ କରାଯିବାକୁ ଦାବି ପତ୍ର ଦିଆଯାଇଥିଲା । ଏହା ସହିତ ନୃସିଂହନାଥ ମନ୍ଦିରର ବିକାଶ ନିମନ୍ତେ ଅନୁରୋଧ କରାଯାଇଥିଲା ।

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସକାରାତ୍ମକ ମନୋଭାବ ପୋଷଣ କରିଥିଲେ । ତେବେ ବିକାଶର ପ୍ରକ୍ରିୟା ମନ୍ଥର ଗତିରେ ଚାଲୁଥିବା ଏବଂ ଗନ୍ଧମାର୍ଦ୍ଧନକୁ ସଂରକ୍ଷିତ ଅଂଚଳ ଘୋଷଣାର ପ୍ରସ୍ତାବ ଏବେ ମଧ୍ୟ ନାଲିଫିତା ତଳେ ଚାପି ହୋଇ ରହିଥିବାରୁ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷର ୨୮ ତମ ପ୍ରତିଷ୍ଠା ଦିବସରେ ଉ୍ବେଗ ପ୍ରକାଶ ପାଇଥିଲା ।ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଚେତେଇ ଦେବା ପାଇଁ ଆବଶ୍ୟକ ସ୍ଥଳେ ପୁଣି ଏକ ସାଇକଲ ଯାତ୍ରାର ଆୟୋଜନ ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।

ପାଇକମାଲ ଠାରେ ଅନୁଷ୍ଠିତ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷର ପ୍ରତିଷ୍ଠା ଉତ୍ସବରେ ସୁଶ୍ରୀ ଫାର୍ମାସିନୀ ଶାହା,ମୀନା ବାରିକ,ଜାହ୍ନବୀ ପଟ୍ଟନାୟକ,ଅଭୟ ତ୍ରିପାଠୀ, ମୁକୁନ୍ଦ ହଂସ,ବିପ୍ର ବିଶି ଓ ରଘୁମଣୀ ବାଗଙ୍କୁ ନେଇ ଗଠିତ ସଭାପତି ମଣ୍ଡଲୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ପ୍ରାରମ୍ଭରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହାକ ଧୀରେନ ମହାନ୍ତି ସ୍ୱାଗତ ଜଣାଇବା ସହ ପ୍ରକାଶ କରିଥିଲେ ଯେ ଗନ୍ଧମାର୍ଦ୍ଧନ ପର୍ବତରେ ଗଚ୍ଛିତ ବକସାଇଟ ଖନନ ପାଇଁ ବାଲକୋ କମ୍ପାନୀ ଖଣି ଖନନ କରୁଥିବାରୁ ଗନ୍ଧମାର୍ଦ୍ଧନର ସୁରକ୍ଷା ସହ ବାଲକୋ କମ୍ପାନୀ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ୧୯ ଅଗଷ୍ଟ ୧୯୮୩ରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଗଠିତ ହୋଇଥିଲା ।

ଏହାର ନିଷ୍ଠାପର ଉଦ୍ୟମ ସହ ସ୍ଥାନୀୟ ଜନସାଧାରଣଙ୍କ ଭାଗିଦାରୀ ଯୋଗୁଁ ଏହି ପ୍ରକଳ୍ପରୁ ବାଲକୋ କମ୍ପାନୀ ପଛଘୁଂଚା ଦେବାକୁ ବାଧ୍ୟ ହୋଇଥିଲା ।ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ବାଳକୋ ହଟାଓ ଆନ୍ଦୋଳନ ଦେଶର ଅନ୍ୟତମ ସଫଳ ଜନତାନ୍ତ୍ରିକ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ।

ବାଲକୋ ହଟାଓ ଆନ୍ଦୋଳନ ପରେ ବିଭିନ୍ନ ସମୟରେ ଆର୍ନ୍ତଜାତିକ ସ୍ତରରେ ବିଦେଶୀ କମ୍ପାନୀର ନଜର ଗନ୍ଧମାର୍ଦ୍ଧନର ବକସାଇଟ ଖଣି ଉପରେ ପଡ଼ିଛି ଏବଂ ସେହି ସମୟରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିଛି ।ଯାହା ଫଳରେ ଏପର୍ଯ୍ୟନ୍ତ ବହୁରାଷ୍ଟ୍ରୀୟ କମ୍ପାନୀ କବଳରୁ ଗନ୍ଧମାର୍ଦ୍ଧନ ମୁକ୍ତ ରହିଛି ।

ଅନ୍ୟାନ୍ୟ ଆଲୋଚ୍ୟ ପ୍ରସଙ୍ଗ ମଧ୍ୟରେ ଗନ୍ଧମାର୍ଦ୍ଧନର ପ୍ରାକୃତିକ ସମ୍ପଦକୁ ଭିତିକରି ଜୀବିକା ନିର୍ବାହ କରୁଥିବା ଅଧିବାସୀଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ, ନୃସିଂହନାଥ ଓ ଗନ୍ଧମାର୍ଦ୍ଧନ ପର୍ଯ୍ୟଟନସ୍ଥଳୀର ବାସ୍ତବ ବିକାଶ ସହ ଉଭୟ ମନ୍ଦିରର ରକ୍ଷଣାବେକ୍ଷଣ କେନ୍ଦ୍ରୀୟ ପ୍ରତ୍ନତତ୍ୱ ବିଭାଗକୁ ପ୍ରଦାନ କରାଯିବା, ନୃସିଂହନାଥରେ ବିଚାରାଧିନ ଥିବା ହାର୍ବେଲ ଟୁରିଜନ ପ୍ରକଳ୍ପ, ସାଇନସ ପାର୍କ ସ୍ଥାପନ ସହ ଆଦିବାସୀ ମ୍ୟୁଜିୟମ ପ୍ରତିଷ୍ଠା ସହ ଗନ୍ଧମାର୍ଦ୍ଧନ ଜଙ୍ଗଳକୁ ନେଇ ଏକ ସ୍ୱତନ୍ତ୍ର ଫରେଷ୍ଟ ଜୋନ ଗଠନ କରାଯାଇ ଜଣେ ସ୍ୱତନ୍ତ୍ର ଡ଼ି.ଏଫ.ଓ ନିଯୁକ୍ତି, ଗନ୍ଧମାର୍ଦ୍ଧନରେ ମାଓବାଦୀ ପ୍ରସଙ୍ଗ ଆଦି ସ୍ଥାନ ପାଇଥିଲା ।

ଏହି ବୈଠକରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ରଘୁବୀର ବରିହା, ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ବ୍ରହ୍ମାଶଙ୍କର ପ୍ରଧାନ, ନରେଶ ପ୍ରଧାନ, ପତି କୁମ୍ଭାର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ରଘୁବୀର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗନ୍ଧମାର୍ଦ୍ଧନ ସୁରକ୍ଷା, ନବୀନ ନିବାସ, ବାଲକୋ କମ୍ପାନୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ