• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନବୀନ ପଟନାୟକ

ଖେଳ ପଡିଆ ପିଛା ବିକାଶ ପାଇଁ ପାଞ୍ଚଲକ୍ଷ ଟଙ୍କା ଖର୍ଚ ନିଷ୍ପତ୍ତି

May 22, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୨(ଓଡିଶା ଡଟ କମ) ଖେଳ ପଡିଆ ପିଛା ପାଞ୍ଚ ଲକ୍ଷ ଟଙ୍କା ଖର୍ଚ କରି ପ୍ରତି ପଞ୍ଚାୟତରେ ଖେଳପଡିଆର ବିକାଶ କରାଯିବ ବୋଲି ରାଜ୍ୟ ସରକାର ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି ।

ସଚିବାଳୟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀଙ୍କୁ ପଞ୍ଚାୟତିରାଜ ବିଭାଗ ସହିତ ସମନ୍ୱୟ ରକ୍ଷା କରି ୨୦୧୭ ସୁଦ୍ଧା ସମସ୍ତ ୬୨୩୬ ପଞ୍ଚାୟତରେ ଖେଳ ପଡିଆର ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହି ପରି ସଫଳ କ୍ରୀଡାବିତ ମାନଙ୍କୁ ରେକର୍ଡ ସମୟରେ ନିଯୁକ୍ତି ପ୍ରଦାନ କରିବାରେ ସଫଳ କାର୍ଯ୍ୟ ଦକ୍ଷତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଯୁବ ସଂଗଠନ ଗୁଡିକ ପାଇଁ ଦିଆଯାଉଥିବା ସହାୟତା ରାଶିର ପରିମାଣ ବୃଦ୍ଧି କରିବା ଏବଂ ଏହାକୁ ନିୟମିତ ଭାବେ ପ୍ରଦାନ କରିବା ପାଇଁ ସେ ବିଭାଗକୁ କହିଥିଲେ ।

ଦେଶର ଅନ୍ୟ ସ୍ପୋର୍ଟସ ହଷ୍ଟେଲ ଗୁଡିକର ବ୍ୟବସ୍ଥାକୁ ଅନୁସରଣ କରି ତଦନୁରୂପ ବ୍ୟବସ୍ଥା ଓଡିଶା ରେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହ ହକି, ତୀର ଚାଳନା ଆଦି କ୍ରୀଡାର ଅଞ୍ଚଳ ଭିତ୍ତିରେ ସେଣ୍ଟର ଅଫ ଏକ୍ସେଲେନ୍ସ ପ୍ରତିଷ୍ଠା କରିବା ପାଇଁ ସେ କହିଥିଲେ ।

ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବୈଠକର ଆଲୋଚନାରୁ ସୂଚନା ମିଳିଛି ଯେ, ପ୍ରତ୍ୟେକ ବ୍ଲକରେ ଯେଉଁ ୬୫ଟି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା ତାହା ଏବେ କାର୍ଯ୍ୟରତ ଓ ଚଳିତ ବର୍ଷ ଆହୁରି ୫୦ ଟି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା କରାଯାଇଛି ।

ପ୍ରତ୍ୟେକ ଷ୍ଟାଡିୟମ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବାବେଳେ, ସେଥିରୁ ୨୦ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କର ଅଂଶ ଏବଂ ଆଉ ୫ ଲକ୍ଷ ଟଙ୍କା ଏମପି ଓ ଏମଏଲଏ ଲାଡ ପାଣ୍ଠିରୁ ଖର୍ଚ ହେଉଛି।

ଠିକ ସେହି ପରି ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସ୍ଵିମିଙ୍ଗ ପୁଲ ଏବଂ ଇନଡୋର ହଲ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବାର୍ଷିକ ଚାରି କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ଉତ୍ତମ ନାଗରିକତ୍ଵର ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବ୍ୟବହାରରେ ପରିବର୍ତନ ପାଇଁ ଅଡିଓ ଭିଜୁଆଲ ଡ଼ିଭିଡ଼ି ପ୍ରସ୍ତୁତ କରାଯାଇ କଲେଜ ମାନଙ୍କରେ ପ୍ରଦର୍ଶନ କରାଯାଉଛି ।

ଏହି ଅଡିଓ ଭିଜୁଆଲ ଡ଼ିଭିଡ଼ିରେ “ମହିଳାମାନଙ୍କୁ ସମ୍ମାନ”, “ନିଶାଦ୍ରବ୍ୟ ସେବନ”, “ଭିନ୍ନକ୍ଷମଙ୍କ ପ୍ରତି ସମ୍ବେଦନ”, “ଦେଶଭକ୍ତି” ଓ “ସୁନାଗରିକତ୍ଵ” ଆଦି ବିଷୟ ଉପରେ ଗୁରୁତ୍ଵ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହା ଏକ ହଜାର କଲେଜରେ ତିନି ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦେଖାଯାଇଥିବା ବେଳେ ଏହାକୁ ଆହୁରି ସାଢେଚାରି ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦେଖାଯିବାର ଲକ୍ଷ୍ୟ ରଖାଯାଇଛି ।

ଯୁବକ ଯୁବତୀଙ୍କ ପାଇଁ ଆରମ୍ଭ ହୋଇଥିବା ସାହସିକ କାର୍ଯ୍ୟକ୍ରମରେ ୨୦୧୪-୧୫ରେ ପାଞ୍ଚ ହଜାର ଯୁବକ ଯୁବତୀଙ୍କୁ ୨୫ଟି ସାହସିକ କାର୍ଯ୍ୟକ୍ରମରେ ସାମିଲି କରାଯାଇଥିବା ସୂଚନା ଦିଆଯାଇଥିଲା ।

ଏହି ବୈଠକରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ଉନ୍ନୟନ କମିଶନର ଶ୍ରୀ ୟୁ ଏନ ବେହେରା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ, ପଞ୍ଚାୟତିରାଜ ପ୍ରମୁଖ ସଚିବ ଶ୍ରୀ ଦେବରଞ୍ଜନ କୁମାର ସିଂହ, କ୍ରିଡା ସଚିବ ଶ୍ରୀ ଶାଶ୍ଵତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

Filed Under: ରାଜନୀତି Tagged With: ଖେଳ ପଡିଆ, ନବୀନ ପଟନାୟକ, ବିକାଶ

ନବୀନଙ୍କୁ ଯାଞ୍ଚ ଅନ୍ତର୍ଭୂକ୍ତ କରିବା ପାଇଁ ହୋଇଥିବା ଆବେଦନ ଖାରଜ

April 6, 2015 by ନିଉଜ ଡେସ୍କ Leave a Comment

ନୂଆଦିଲ୍ଲୀ, ଏପ୍ରିଲ ୬ (ଓଡିଶା ଡଟକମ) ବହୁ ଚର୍ଚିତ ତଲାବିରା କୋଇଲା ଖଣି ଦୁର୍ନୀତିରେ ନବୀନ ପଟନାୟକଙ୍କୁ ଏକ ଅଭିଯୁକ୍ତ ଭାବେ ଅନ୍ତର୍ଭୂକ୍ତ କରିବାକୁ ଦାବିକରି ଜଣେ ବ୍ୟକ୍ତିଙ୍କ ଦ୍ଵାରା ରୁଜୁ କରାଯାଇଥିବା ଏକ ମାମଲାକୁ ସୁପ୍ରିମ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି ।

ଜଷ୍ଟିସ ଭି ଗୋପାଳ ଗୌଡ ଓ ସି ନାଗପାନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାର୍ଚ ୧୧ରେ ଦାଖଲ ହୋଇଥିବା ଏହି ମାମଲାକୁ ଖାରଜ କରିବା ସହ ଆବେଦନକାରୀ ପୂର୍ଣଚନ୍ଦ୍ର ସାହୁଙ୍କ ଉପରେ ଏକଲକ୍ଷ ଟଙ୍କାର ଜୋରିମାନା ଘୋଷଣା କରିଛନ୍ତି ।

ପଟନାୟକ ହିଣ୍ଡ।ଲକୋ ସପକ୍ଷରେ ଅନଗୁଳରେ ଥିବା ଏହି ଖଣି ସୁପାରିଶ କରି ଉକ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଦର୍ଶାଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାପାଇଁସାହୁ ନିଜ ଆବେଦନରେ ଦର୍ଶାଇଥିଲେ ।

ଯେହେତୁ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରାଯାଇଛି ପଟନାୟକଙ୍କ ବିରୁଦ୍ଧରେ ମଧ୍ୟ ସିବିଆଇ ଅନୁରୂପ ମାମଲା ଦାୟର କରିବାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଥିଲେ । ଏହି ଖଣି ପାଇଁ ସୁପାରିଶ କରିଥିବାରୁ ପଟନାୟକ ମଧ୍ୟ ଏହି ମାମଲାରେ ସମଭାବରେ ଦାୟୀ , ସେ ଦର୍ଶାଇଥିଲେ।

ଏହି ଆବେଦନ ଗ୍ରହଣଯୋଗ୍ୟ ହେବକି ନାହି ସେ ସମ୍ପର୍କରେ ଶୁଣାଣି କରିବାକୁ ସୋମବାର କୋର୍ଟ ତିଥି ସ୍ଥିର କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟଯେ ଅଗଷ୍ଟ ୨୦୦୫ ରେ ପଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ତଲାବିରା-୨ କୋଇଲା ଖଣି ହିଣ୍ଡ।ଲକୋକୁ ଦିଆଯିବା ପାଇଁ ପୁନର୍ବିଚାର କରିବାପାଇଁ କହିଥିଲେ ।

ଓଡିଶା ଡଟକମ

Filed Under: ରାଜନୀତି Tagged With: କୋଇଲା ଖଣି, ଜୋରିମାନା, ଦୁର୍ନୀତି, ନବୀନ ପଟନାୟକ, ପ୍ରଧାନମନ୍ତ୍ରୀ, ସୁପ୍ରିମ କୋର୍ଟ

ମୁଖ୍ୟମନ୍ତ୍ରୀଙ୍କ ସହ ଚୀନ ରାଷ୍ଟ୍ରଦୂତଙ୍କ ସାକ୍ଷାତ

December 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର୨୩(ଓଡ଼ିଶା ଡ଼ଟ୍ କମ୍)ଚୀନର ରାଷ୍ଟ୍ରଦୂତ ଝାଙ୍ଗ ୟାନ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଶୁକ୍ରବାର ସାକ୍ଷାତ କରିଛନ୍ତି ।

ଆଲୋଚନା ସମୟରେ ଚୀନର ରାଷ୍ଟ୍ରଦୂତ ଝାଙ୍ଗ ୟାନ ଓଡ଼ିଶାର ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟ ମହାନ ବୋଲି ପ୍ରକାଶ କରିଥିଲେ ।

ଭବିଷ୍ୟତରେ ଅର୍ଥନୈତିକ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ସେ ଆଶା ପ୍ରକାଶ କରିଥିଲେ । ରାଜ୍ୟରେ ବୁଦ୍ଧ ସଂସ୍କୃତିର ଅନେକ କଳାକୃତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଲୋକପାତ କରିଥିଲେ ।

ଝାଙ୍ଗ ୟାନ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ବିକାଶ କ୍ଷେତ୍ରରେ ଦୃଢ ନେତୃତ୍ୱ ପାଇଁ ପ୍ରଶଂସା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଚୀନ ରାଷ୍ଟ୍ରଦୂତ, ଝାଙ୍ଗ ୟାନ, ନବୀନ ପଟନାୟକ, ମୁଖ୍ୟମନ୍ତ୍ରୀ

କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଓ ସାର ଯୋଗାଇବାକୁ ନିର୍ଦ୍ଦେଶ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରବି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଓ ସାର ନିର୍ଦ୍ଦାରିତ ସମୟରେ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର ଭିଡ଼ିଓ କନ୍ଫରେନସିଂ ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି ।

ଜଣେ ବି କ୍ଷତିଗ୍ରସ୍ତ ଚାଷୀ ଯେପରି ଏଥିରୁ ବଂଚିତ ନହୁଅନ୍ତି ସେଥିପାଇଁ ନିଶ୍ଚିତ କରିବାକୁ କୁହାଯାଇଛି । ବନ୍ୟା ଓ ମରୁଡ଼ିର ପୁନଃ ନିର୍ମାଣ ପାଇଁ ସରକାର ଯେଉଁ ପକ୍ଷେପ ନେଇଛନ୍ତି ସେସବୁକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଫସଲ କ୍ଷତିର ଆକଳନ ଅକ୍ଟୋବର ମାସ ସୁଦ୍ଧା ସଂପୂର୍ଣ୍ଣ କରିବା ତଥା ନଭେମ୍ବର ୧୫ ସୁଦ୍ଧା ଚାଷୀ ମାନଙ୍କୁ
କୃଷି ଉପଯୋଗି ରିହାତି ବୋ ପାଇଁ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।

ଉଠା ଜଳସେଚନ ପଏଣ୍ଟ ଗୁଡ଼ିକର ମରାମତି କରି ଫସଲ ପାଇଁ ପାଣିର ବ୍ୟବସ୍ଥା କରିବା ସହ ଝର ଓ
ନାଳରେ କ୍ରସ ବନ୍ଧ ନିର୍ମାଣ ପାଇଁ କୁହାଯାଇଛି ।

ଏହାଦ୍ୱାରାରବି ଫସଲ ପାଇଁ ମଧ୍ୟ ପାଣିର ବ୍ୟବସ୍ଥା ହୋଇପାରିବ । ମରୁଡ଼ି କ୍ଷତିଗ୍ରସ୍ତ ଜିଲ୍ଲାର ଫସଲ କଟା ରିପୋର୍ଟ ଠିକ୍ ସମାୟର େ ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନି ର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କ୍ଷତିଗ୍ରସ୍ତ ଚାଷୀ, ନବୀନ ପଟନାୟକ, ବିହନ ଓ ସାର, ମୁଖ୍ୟମନ୍ତ୍ରୀ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ