• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନାଇଡ଼ୁ

ଔଷଧ ମଦ ମୃତ୍ୟୁ: ଡ଼ାକ୍ତରଖାନାରେ ନାଇଡ଼ୁ କମିଶନ

February 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଔଷଧ ଓ ମଦ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିଶନ ଅଧ୍ୟକ୍ଷ ବିଚାରପତି ଏ.ଏସ୍.ନାଇଡ଼ୁ ଶନିବାର କଟକ ବଡ଼ ଡ଼ାକ୍ତରଖାନାରେ ତଦନ୍ତ ଆରମ୍ଭ କରିଛନ୍ତି ।

ଡ଼ାକ୍ତରଖାନାରେ ଆକ୍ରାନ୍ତମାନେ କେଉଁ ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଏବଂ ସେମାନଙ୍କର କିପରି ମୃତ୍ୟୁ ଘଟିଲା ସେ ସଂପର୍କରେ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚାରି ବୁଝିଥିଲେ ।

ଡ଼ାକ୍ତରଖାନା ଅଧିକ୍ଷକଙ୍କ ସହ କମିଶନ ଏ ବିଷୟରେ ଆଲୋଚନା କରିବା ସହ କଟକ ଜିଲ୍ଲାପାଳ ଡ଼ିସିିପିଙ୍କୁ ଘଟଣା ସଂପର୍କରେ ପଚାରିଥିଲେ । ଏହାବ୍ୟତୀତ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ମଧ୍ୟ ସେ ଯାଞ୍ଚ କରିଥିଲେ ।

କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଔଷଧ ଓ ମଦ ସେବନ କରି ଗତ ୭ ତାରିଖରେ କେତେକ ଲୋକ ଅସୁସ୍ଥ
ହୋଇପଡ଼ିଥିଲେ । ପ୍ରାୟ ୮୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡ଼ିକାଲରେ ଭର୍ତି କରାଯାଇଥିଲା ।

ଏହି ଘଟଣାରେ କଟକ ମେଡ଼ିକାଲ ଓ ଅନ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ମୋଟ୍ ୩୬ଜଣଙ୍କ ମୃତ୍ୟୁ ହୋଇଛି ।

ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶଶ ଦେବା ପରେ ଏ.ଏସ୍ ନାଇଡ଼ୁ କମିଶନ୍ ଙ୍କୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଟକ, କମିଶନ, ନାଇଡ଼ୁ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ