• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନାବାଳକ

ତନ୍ତ୍ର ସିଦ୍ଧି ପାଇଁ ନାବାଳକକୁ ବଳି, ଦୁଇ ଗିରଫ

April 16, 2015 by ନିଉଜ ଡେସ୍କ Leave a Comment

କେନ୍ଦ୍ରାପଡା, ଏପ୍ରିଲ ୧୬ (ଓଡିଶା ଡଟ କମ) ତନ୍ତ୍ର ସିଦ୍ଧି ହାସଲ ପାଇଁ ଜଣେ ନାବାଳକକୁ ଦେବୀଙ୍କ ନିକଟରେ ବଳି ଦେଇ ହତ୍ୟାକରିଥିବା ଅଭିଯୋଗରେ ପୁଲିସ କେନ୍ଦ୍ରାପଡା ଜିଲ୍ଲାର ଦୁଇଜଣ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରିଛି ।

ଗୋଖାପଡା ଗ୍ରାମର ଏହି ଆଠବର୍ଷର ବାଳକ ସୋମବାର ଠାରୁ ନିଖୋଜ ଥିଲା । ପାଖ ଆଖରେ ଖୋଜିବା ପରେ ପୁଅକୁ ନପାଇ ପ୍ରଦୀପ ନାୟକ ପରଦିନ ପୋଲିସକୁ ସୂଚନା ଦେଇଥିଲେ ।

ଗ୍ରାମର କିଛି ଲୋକ ବାଳକର ମୃତଦେହ ନିକଟସ୍ଥ ଲୁଣା ନଦୀ ପଠାରେ ଠାବ କରି ପୁଲିସକୁ ଖବର ଦେଇଥିଲେ । ବେକରେ କ୍ଷତ ଥିବାରୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ବାଳକର ବେକକୁ କଟାଯାଇ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରି ତଦନ୍ତ ବ୍ୟାପକ କରିଥିଲା ।

ଏହି ମାମଲାରେ ପୁଲିସ ଚୌଧୁରୀ ଅବିନାଶ ଦାସ ଓରଫ ମୁନ୍ନା ଓ ବୈକୁଣ୍ଠ ଦାସ ନାମକ ଦୁଇଜଣ ବ୍ୟକ୍ତିକୁ ଗିରଫ କରିଛି। ଦୁହେଁ ତନ୍ତ୍ରସାଧନ ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ଵୀକାର କରିଛନ୍ତି ।

ଚୌଧୁରୀ ଅବିନାଶ ଦାସ ଲୁଣା ନଦୀ ନିକଟରେ ଏକ ଆଶ୍ରମ ସ୍ଥାପନ କରି ଗତ ଦଶ ବର୍ଷ ଧରି ତନ୍ତ୍ର ସାଧନ କରୁଥିଲା । ବୈକୁଣ୍ଠ ଏହି ତନ୍ତ୍ର ସାଧନାରେ ତାକୁ ସାହାଯ୍ୟ କରୁଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: କେନ୍ଦ୍ରାପଡ଼ା, ନାବାଳକ, ବଳି

ପାଗଳ ମାଡ଼ରେ ନାବାଳକର ମୃତ୍ୟୁ

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା

କେନ୍ଦୁଝର, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାର ଏକ ସ୍ଥାନରେ ପାଗଳର ମାଡ଼ରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ପୋଲିସ ଗୁରୁବାର କହିଛି ।

ଠାକୁରାଣୀ କଲୋନୀରେ ବୁଧବାର ରାତିରେ ସଂପୃକ୍ତ ପାଗଳ ଜଣେ ଆଠ ବର୍ଷ ବୟସର ବାଳକକୁ ନିର୍ମମ ଭାବେ ପିଟି ପିଟି ମାରିଦେବା ପରେ ସ୍ଥାନୀୟ ଲୋକମାନେ ମଧ୍ୟ ପାଗଳକୁ ପିଟିପିଟି ମାରିଦେଇଛନ୍ତି ।

ନାବାଳକ ଜଣକ ରାମନବମୀ ଉତ୍ସବ ଦେଖିବାକୁ ଯାଇଥିବା ବେଳେ ସନ୍ଧ୍ୟା ହୋଇଥିବାରୁ ସେ ନିଜ ପିଉସୀ ଘରକୁ ନଯାଇ ନିକଟରେ ଥିବା ଏକ ଘର ବାରଣ୍ଡାରେ ଆଶ୍ରୟ ନେଇଥିଲା । ସେହିସ୍ଥାନକୁ ଏକ ପାଗଳ ପହଞ୍ଚି ବାଳକକୁ ପିଟିପିଟି ମାରିଦେଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନାବାଳକ, ପାଗଳ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ