• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନାରାୟଣପାଟଣା

ପୋଲିସ ଇନ୍ଫର୍ମର ସନ୍ଦେହରେ ଆଦିବାସୀ ଯୁବକଙ୍କୁ ହତ୍ୟା

June 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାରାୟଣପାଟଣା, ଜୁନ୍ ୧୨(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରିଥିବା ପୋଲିସ ମଙ୍ଗଳବାର କହିଛି ।

ଓଡ଼ିଆପେଣ୍ଠ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସେମାନେ ୩୦ ବର୍ଷ ବୟସ୍କ ଶୁଭ୍ର ହୁଇକା ନାମକଦିନ ମଜୁରୀଆଙ୍କୁ ହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଘଟଣାସ୍ଥଳରୁ ମାଓବାଦୀଙ୍କ ହାତ ଲେଖା ଚିଠି ଉଦ୍ଧାର କରାଯାଇଥିବା ବେଳେ ହୁଇକା ପୋଲିସ ଇନ୍ଫର୍ମର ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି ।

ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ କୁମ୍ବିଂ ଅପରେଶନ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, କୁମ୍ବିଂ ଅପରେଶନ, ନାରାୟଣପାଟଣା, ମାଓବାଦୀ

ପୋଲିସ ଇନ୍-ଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା

May 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାରାୟଣପାଟଣା, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାରେ ମାଓବାଦୀମାନେ ଶୁକ୍ରବାର ପୋଲିସ ଇନ୍-ଫର୍ମର ସନ୍ଦେହରେ ଜଣେ ଠିକାଦାରଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ନାରାୟଣପାଟଣା ଅନ୍ତର୍ଗତ ଜେଟାଲ ଗ୍ରାମ ନିକଟରେ ପ୍ରସାଦ ନାମକ ବ୍ୟକ୍ତିଙ୍କ ମୃତ ହଦେ ପଡ଼ିଥିବା ସକାଳୁ ଲୋକମାନେ ଦେଖିବାକୁ ପାଇଥିଲେ ।

ତେବେ ଗତକାଲି ବିଳମ୍ବିତ ରାତିରେ ସେ କାମସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ନାରାୟଣପାଟଣା

ବିଧାୟକ ଅପହରଣ: ବନ୍ଦୀଙ୍କ ମାମଲା ପ୍ରତ୍ୟାହାର ଦାବି

April 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ଲକ୍ଷ୍ମୀପୁର ବିଧାୟକ ଝିନ୍ ହିକ୍କାଙ୍କ ମୁକ୍ତି ପାଇଁ କରାଯାଇଥିବା ଦାବି ମୁତାବକ ବନ୍ଦୀ ମାନଙ୍କୁ ଜାମିନ ବଦଳରେ ସେମାନଙ୍କ ମାମଲା ପ୍ରତ୍ୟାହାର କରିବାକୁ ମାଓବାଦୀମାନେ ଦାବି କରିଛନ୍ତି ।

ସରକାର ଜାମିନ ଆବେଦନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଜେଲ୍ ରେ ଥିବା ଚାଷୀମୂଲିଆ ଆଦିବାସୀ ସଂଘର କର୍ମକର୍ତା ଓ ମାଓ କର୍ମୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବାକୁ ମାଓବାଦୀମାନେ ଦାବି କରିଥିବା ଶନିବାର ସେମାନଙ୍କ ଓକିଲ ନିହାର ରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

ତେଣୁ ଜାମିନ ପାଇଁ ଏ ଦିଗରେ ସେ ଆଲତରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି । ୩୨୧ ଧାରା ଅନୁଯାୟୀ ସରକାରଙ୍କ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସେ କହିଛନ୍ତି ।

ତେବେ ସର୍ତ ଅନୁଯାୟୀ ଘୋଷଣା କରାଯାଇଥିବା ୨୩ଜଣ ଖଲାସ ପାଇଁ ଜାମିନ ଆବେଦନ କଲେ ସରକାର ସାହାଯ୍ୟ କରିବେ ଏବଂ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଗୃହ ସଚିବ ବାରମ୍ବାର ଗଣମାଧ୍ୟମକୁ କହୁଛନ୍ତି ।

ବିଧାୟକଙ୍କୁ ନିରାପଦରେ ମୁକ୍ତ କରିବା ପାଇଁ ସେ ସରକାରଙ୍କ ପକ୍ଷରୁ ମାଓ ସଂଗଠନର ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିକୁ ନିବେଦନ କରିଛନ୍ତି ।

ଦାବି ଅନୁଯାୟୀ ଚାଷୀମୂଲିଆ ଆଦିବାସୀ ସଂଘର ୧୫ଜଣ ସଦସ୍ୟଙ୍କୁ ସରକାର ଖଲାସ କରିବାକୁ ଘୋଷଣା କରିଥିବାରୁ ସେମାନଙ୍କ ପରିବାର ଲୋକେ ଗତ ୫ିନ ଧରି ନାରାୟଣପାଟଣା ସ୍ଥିତ ବାଲିପେଟାରେ ଅପେକ୍ଷା କରି ରହିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ ୨୭ ଜଣଙ୍କୁ ଖଲାସ କରିବାକୁ ସରକାର ଘୋଷଣା କରିଥିବା ବେଳେ ଏହା ସହ ଅନ୍ୟ ପାଞ୍ଚ ଜଣଙ୍କୁ ଖଲାସ କରିବାକୁ ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ପୂର୍ବରୁ ଦାବି କରିଛି ।

ତେବେ ଶୁକ୍ରବାର ମୁଖ୍ୟମନ୍ତ୍ରୀ କୋରାପୁଟ ଗସ୍ତରେ ସାଂସଦ, ବିଧାୟକ ଏବଂ ହିକକାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ବିଜେଡ଼ି ବିଧାୟକ ହିକକାଙ୍କୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ନାରାୟଣପାଟଣା, ବିଧାୟକ, ମାଓବାଦୀ, ଲକ୍ଷ୍ମୀପୁର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ