• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନାଲ୍କୋ

କୋରାପୁଟରେ ନାଲ୍କୋ କରିବ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

July 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ କୋରାପୁଟ ଜିଲ୍ଲାରେ ତିନି ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ଶହେ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବ ।

ନାଲ୍କୋ କର୍ତୃପକ୍ଷ ଆସନ୍ତା ସାତଦିନ ମଧ୍ୟରେ ତାଙ୍କର ସମତ୍ତି ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କହିଛନ୍ତି । ଆସନ୍ତା ୨୦୧୪ ଶିକ୍ଷା ବର୍ଷରୁ ଏହି ମେଡିକାଲ କଲେଜରେ ଛାତ୍ରଛାତ୍ରୀ ନାମ ଲେଖାଇବେ ।

ଉଲ୍ଲେଯୋଗ୍ୟ, ନାଲ୍କୋ ସାମାଜିକ ପ୍ରତିବଦ୍ଧତା ସ୍ୱରୂପ ଆଦିବାସୀ ଅଧ୍ୟୁଷିତ କୋରାପୁଟରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ସରକାର ପ୍ରସ୍ତାବ ଦେଇଥିଲେ ।

ସରକାରଙ୍କ ପ୍ରସ୍ତାବରେ ନାଲ୍କୋ ସହମତି ପ୍ରକାଶ କରିଥିବା ଖୁସିର କଥା । ତୁରନ୍ତ ସେମାନେ ତାଙ୍କର କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା କରୁଛୁ, ଏକ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଏନ୍ଟିପିସି ସୁନ୍ଦରଗଡ ଠାରେ ପ୍ରତିଷ୍ଠା କରିବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସ୍ଥାନ ନିରୂପଣ ହୋଇ ସାରିଛି । ତେବେ ଏନ୍ଟିପିସି ତରଫରୁ ଏ ନେଇ ଯେଉଁ ସର୍ତ ଆରୋପ କରାଯାଉଛି ତାହା ସରକାରଙ୍କ ଦ୍ୱାରାଗ୍ରହଣୀୟ ନୁହେଁ । ଏଣୁ ସେମାନେ ସେ ବିଷୟରେ ଚିନ୍ତାକରି ତୁରନ୍ତ କାର୍ଯ୍ୟଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି ।

ଏମ୍ସିଏଲ୍ ପକ୍ଷରୁ ତାଳଚେର ଠାରେ ସ୍ଥାପନ କରିବାକୁ ଯାଉଥିବା ମେଡିକାଲ କଲେଜ ପାଇଁ ଜମି ପ୍ରକ୍ରିୟା ତ୍ୱରାନ୍ନିତ କରି ଖୁବ୍ ଶ୍ରୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ । ରାଜ୍ୟରେ ଲାବ୍ରୋଟାରୀ ଟେକ୍ନିସିଆନ ଏବଂ ଅନ୍ୟାନ୍ୟ ଟେକ୍ନିକାଲ ମାନବ ସମ୍ବଳର ଅଭାବ ଯୋଗୁଁ ଏମ୍ସିଏଲ୍କୁ ଏକ ତାଲିମ କେନ୍ଦ୍ର ଖୋଲିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ରାୟଗଡାରେ ମେଡିକାଲ କଲେଜ ଓ ହ୍ସପିଟାଲ ପ୍ରତିଷ୍ଠା କରିବା ପାଇଁ ବାସନ୍ତୀ ଚାରିଟେବୁଲ ଟ୍ରଷ୍ଟ ( ମିଟ୍ସ ଗୃପ୍ ) ଏବଂ ବିଦ୍ୟାଭାରତୀ ଏଜୁକେଶନାଲ ଟ୍ରଷ୍ଟ ( ଗାନ୍ଧୀଗୃପ୍ )ର ପ୍ରସ୍ତାବ ସଂପର୍କରେ ତର୍ଜମା କରାଯାଇ ଯଥା ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ।

ବଲାଙ୍ଗିରରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଡିଏଫ୍ଆଇଡି ବର୍ତମାନ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ଏବଂ ସେମାନେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ନାଲ୍କୋ

ଏନ୍ପିସିଆଇଏଲ-ନାଲ୍କୋ ପାୱାର କମ୍ପାନୀ ଗଠିତ

March 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୭(ଓଡ଼ିଶା ଡ଼ଟ୍ କମ୍) ନ୍ୟୁକ୍ଲିଆର୍ ପାୱାର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏନ୍ପିସିଆଇଏଲ୍) ନାଲ୍କୋ ସହିତ ମିଳିତ ଭାବରେ ଏନପିସିଆଇଏଲ୍-ନାଲ୍କୋ ପାୱାର କମ୍ପାନୀ ଲିମିଟେଡ଼ ନାମକ ନୂତନ ଯୌଥ କମ୍ପାନୀ ଗଠନ କରିଛି ।

ଗତ ୨ ତାରିଖରେ ଗଠନ ହୋଇଥିବା କମ୍ପାନୀର ପ୍ରଥମ ବୋର୍ଡ ବୈଠକ ଶୁକ୍ରବାର ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଆଣବିକ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଗତ ବର୍ଷ ନଭେମ୍ବର ମାସରେଏନ୍ପିସିଆଇଏଲ୍ ଏବଂ ନାଲ୍କୋ ମଧ୍ୟରେ ଏକ ଦ୍ବିପକ୍ଷୀକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣାପତ୍ର ଅନୁସାରେ ଯୌଥ ନାଲ୍କୋ ପକ୍ଷରୁ ୨୬ ପ୍ରତିଶତ ଅଂଶଧନ ରହିବ, ଯାହା ପରେ ୪୯ ପ୍ରତିଶତକୁ ବୃଦ୍ଧିକରାଯିବ ।

ଅବଶିଷ୍ଟ ଅଂଶଧନ ଭାରତର ଏକମାତ୍ର ଆଣବିକ ଶକ୍ତି ଉତ୍ପାଦନକାରୀ ଏନ୍ପିସିଆଇଏଲ୍ ଅଧିନରେ ରହିବ । ଏ ଦିଗରେ ପ୍ରଥମ ପଦକ୍ଷେପ ଭାବେ ଗୁଜୁରାଟ ସ୍ଥିତ ସୁରାଟ ଜିଲ୍ଲାରେ ୧୧,୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ପ୍ରତ୍ୟେକ ୭୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ କାକର୍ପାର ୩ ଓ ୪ ୟୁନିଟ୍ରୁ ଉତ୍ପାଦନ ପାଇଁ ଚୟନ କରାଯାଇଛି ।

ଏହି ପ୍ରକଳ୍ପରେ ଭାରତୀୟ ଜ୍ଞାନକୌଶଳରେ ବିକଶିତ ପ୍ରେସରାଇଜଡ଼୍ ହେଭୀ ୱାଟର ରିଆକ୍ଟର (ପିଏଚ୍ଡବ୍ଲୁଆର) ବ୍ୟବହାର କରାଯିବ ।

ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ଡିସେମ୍ବର ୨୦୧୫ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଯୋଜନା ରଖାଯାଇଛି ।

ଏହି ନୂତନ ଯୌଥ କମ୍ପାନୀ ପ୍ରତିଷ୍ଠା ଶକ୍ତି କ୍ଷେତ୍ରରେ ନାଲ୍କୋର ପ୍ରବେଶ ଯୋଜନା ତଥା  ପ୍ରଦୁଷଣବିହୀନ ଶକ୍ତି ଉତ୍ପାଦନ ଦିଗରେ ଏହାର ଉଦ୍ୟମର ଏକ ଅଂଶ ବୋଲି ଏହି ଅବସରରେ ନୂତନ ଭାବେ ଗଠିତ କମ୍ପାନୀ ବୋର୍ଡରେ ନାଲ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ୍. ବାଗ୍ରା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନାଲ୍କୋ, ଯୌଥ କମ୍ପାନୀ

ନାଲ୍କୋ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

February 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ଜଟଣୀ ବ୍ଲକ ଅନ୍ତର୍ଗତ ଜାମୁକୋଳି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି ।

ଲବଣଗିରି ବ୍ୟିାପୀଠ ପରିସରରେ ଆୟୋଜିତ ଏହି ଶିବିରରେ ଜାମୁକୋଳି, ନିରନପୁର, ବ୍ରହ୍ମକୁଣ୍ଡଳ, ପଂଚପଲ୍ଲୀ, ପାଂଚଗାଁ ଓ ପ୍ରଧାନସାହି ଆଦି ଗ୍ରାମର ୨୩୦ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ

ନାଲ୍କୋ ପକ୍ଷରୁ ଜିଏମ୍ (ଏ ଆଣ୍ଡ ସିସି) ହରିଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଡକ୍ଟର ଏଲ. ଶତପଥୀ, ଡକ୍ଟର ଜେ. ପଣ୍ଡା ଏବଂ ଏ.କେ. ଛୋଟରାୟ ଶିବିରର ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆର୍.କେ. ସାମଲ, ବି.ଏନ୍. ପାଇକରାୟ, ଆର.କେ. ବେହେରା, ଏକାଦଶୀ ସାହ. ଏ.କେ. ପତ୍ରୀ, ବିଷ୍ଣୁପ୍ରିୟା ମିଶ୍ର ଏବଂ ବିନି ଦ।ସ ଚିକିତ୍ସକ ଦଳକୁ ସାହାଯ୍ୟ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନାଲ୍କୋ, ସ୍ୱାସ୍ଥ୍ୟ ଶିବିର

ଏନ୍.ଆର୍ ମହାନ୍ତି ନାଲ୍କୋର ନୂତନ (ପି ଆଣ୍ଡ ଟି) ନିର୍ଦ୍ଦେଶକ

February 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଏନ୍.ଆର୍.ମହାନ୍ତି ନାଲ୍କୋର ନୂତନ ନିର୍ଦ୍ଦେଶକ (ପି ଆଣ୍ଡ ଟି) ଭାବେ ବୁଧବାର ଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ପି.କେ. ପାଢୀଙ୍କ ଅବସର ଗ୍ରହଣ ପରେ ମହାନ୍ତି ଏହି ପଦବୀରେ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ଅନୁଗୁଳ ସ୍ମେଲଟର ପ୍ଲାନ୍ଟର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ ।

୧୯୮୦ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ଭାବେ ଏନଆଇଟି ରାଉରକେଲାରୁ ମେକାନିକାଲ ବିଭାଗରେ ଇିଜିନିୟରିଂ ଡିଗ୍ରୀ ଲାଭ କରିବା ପରେ ମହାନ୍ତି, ଏଲ ଆଣ୍ଡ ଟିରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ ।

ଏହା ପରେ ସେ ବାଲ୍କୋରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୮୬ରେ ନାଲ୍କୋରେ ଯୋଗେଇଥିଲେ । କମ୍ପାନୀର ସ୍ମେଲ୍ଟର ପ୍ରକଳ୍ପ ଏବଂ ନିଗମ କାର୍ଯ୍ୟାଳୟରେ ସେ ବିଭିନ୍ନ ପଦବୀରେ ଅବସ୍ଥାପିତ ଥିଲେ ।

ଆଲୁମିନିୟମ ଉଦ୍ୟୋଗରେ ମହାନ୍ତିଙ୍କ ୩୦ ବର୍ଷରୁ ଉଦ୍ଧ୍ୱର୍ ଅଭିଜ୍ଞତା ରହିଛି । ନିଜର ଚାକିରୀ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ନାଲ୍କୋ, ପି ଆଣ୍ଡ ଟି

ସ୍ମେଲ୍ଟର ପାଇଁ ନାଲ୍କୋ ପକ୍ଷରୁ ଜଳ ସର୍ବେକ୍ଷଣ ଆରମ୍ଭ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍କୋ) ସୁନ୍ଦରଗଡ ଜିଲ୍ଲାରେ ଏହାର ପ୍ରସ୍ତାବିତ ନୂତନ ସ୍ମେଲ୍ଟର ନିମନ୍ତେ ଜଳ ସର୍ଭେକ୍ଷଣ ଆରମ୍ଭ କରିଛି ।

ବ୍ୟାପକ ଶିଳ୍ପାୟନ ତଥା ଏହା ଦ୍ୱାରାସୃଷ୍ଟି ହେଉଥିବା ପ୍ରୂଷଣକୁ ଆଖିରେ ରଖି ଝାରସୁଗୁଡାରେ ନାଲ୍କୋରଦ୍ୱିତୀୟ ସ୍ମେଲ୍ଟର ପ୍ରତିଷ୍ଠା ପ୍ରସ୍ତାବ ଅଗ୍ରାହ୍ୟ ହେବା ପରେ ଓଡ଼ିଶା ସରକାର କମ୍ପାନୀକୁ ଅନ୍ୟ ସ୍ଥାନ ସନ୍ଧାନ କରିବାକୁ ପରାମର୍ଶ ଦେଇଥିଲେ ।

ସର୍ବେକ୍ଷଣ ଅନୁସାରେ, ସୁନ୍ଦରଗଡ ଜିଲ୍ଲାରେ ସ୍ମେଲ୍ଟର ପ୍ରତିଷ୍ଠା କରିବା ପାଇଁ ଅବଶ୍ୟକତା ମୁତାବକ ଜଳର ଉପଲବ୍ଧତା ସୁନିଶ୍ଚିତ ହେଲେ କମ୍ପାନୀ ରାଜ୍ୟ ସରକାରଙ୍କ ଠାରୁ ଏ ନିମନ୍ତେ ଅନୁମତି ହାସଲ କରିପାରିବ ବୋଲି ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ୍.ବାଗ୍ରା ଏକ ବିଜ୍ଞପ୍ତିରେ କହିଛନ୍ତି ।

ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ନାଲ୍କୋକୁ ଦୈନିକ ପ୍ରାୟ ୯୦୦୦୦ କ୍ୟୁବିକ ମିଟର ପାଣି ଆବଶ୍ୟକ । ଏହି ସର୍ବେକ୍ଷଣର ରିପୋର୍ଟ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ମିଳିବ ଏବଂ ରିପୋର୍ଟର ତଥ୍ୟରେ ପ୍ରକଳ୍ପର ଆକାର ଏବଂ ଯୋଜନା ନିର୍ଦ୍ଧାରଣ କରାଯିବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନାଲ୍କୋ, ସ୍ମେଲ୍ଟର

ନାଲ୍କୋ ପକ୍ଷରୁ ଲାଭାଂଶ ପ୍ରଦାନ

October 19, 2011 by ଓଡିଶା ଡଟ କମ Leave a Comment

ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ.ବାଗ୍ରା, କେନ୍ଦ୍ର ଖଣି ମନ୍ତ୍ରୀଦିନଶା ଜେ. ପଟେଲଙ୍କୁ ଚୂଡାନ୍ତ ଲାଭାଂଶ ବାବଦ ରେ୧୧୨.୩୦ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୮(ଓଡ଼ିଶା ଡ଼ଟ୍ କମ୍) ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍କୋ) ପକ୍ଷରୁ ୨୦୧୦-୧୧ ଆଥିକ ବର୍ଷ ପାଇଁ ୨୫୭.୭୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି ।

ଏହି ଲାଭାଂଶରେ ସମ୍ପ୍ରସାରିତ ପୁଞ୍ଜି ଉପରେ ପ୍ରତି ଇକ୍ୱିଟୀ ଶେୟାରକୁ ୦.୫୦ ଟଙ୍କା ହିସାବରେ ୧୨୮.୮୬  କୋଟି ଟଙ୍କାର ଚୂଡାନ୍ତ ଲାଭାଂଶ ଏବଂ ପୂର୍ବରୁ ସଂଶୋଧିତ ଇକ୍ୱିଟୀ ଶେୟାର ଉପରେ ୨ ଟଙ୍କା ହିସାବରେ  ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଅନ୍ତର୍ଭୁକ୍ତ ।

ଗତ ବର୍ଷ ପ୍ରାନ କରାଯାଇଥିବା ୧୬୧.୦୮ କୋଟି ଟଙ୍କା ଲାଭାଂଶ ତୁଳନାରେ ଏହା ୬୦ ପ୍ରତିଶତ ଅଧିକ । ଉଲ୍ଲେଖଯୋଗ୍ୟ ଯେ, ନାଲ୍କୋ ୩୪୩୫ କୋଟି ଟଙ୍କା ଲାଭାଂଶ ଭାରତ ସରକାରଙ୍କୁ ଅଂଶଧନ ବାବଦରେ ପ୍ରଦାନ କରିବା ସହିତ ଆଜି ସୁଦ୍ଧା ସମୁଦାୟ ୩୯୪୦ କୋଟି ଟଙ୍କା ଲାଭାଂଶ ଆକାରରେ ପ୍ରଦାନ କରିଛି ।

ନୂଆଦିଲ୍ଲୀ ଠାରେ ସୋମବାର ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ.ବାଗ୍ରା, କେନ୍ଦ୍ର ଖଣି  ମନ୍ତ୍ରୀଦିନଶା ଜେ. ପଟେଲଙ୍କୁ ଚୂଡାନ୍ତ ଲାଭାଂଶ ବାବଦରେ୧୧୨.୩୦ କୋଟି ଟଙ୍କାର ଏକ ଚେକ ପ୍ରଦାନ  କରିଛନ୍ତି ।

ବଳକା ୧୬.୫୬ କୋଟି ଟଙ୍କା ବ୍ୟାଙ୍କ, ଆଥିକ ଅନୁଷ୍ଠାନ ଏବଂ ବ୍ୟକ୍ତିଗତ ଅଂଶଧନଧାରୀ ମାନଙ୍କୁ ପ୍ରଦାନ   କରାଯିବ । ୨୦୧୦-୧୧ ଆଥିକ ବର୍ଷରେ ନାଲ୍କୋ ଟିକସ ପ୍ରଦାନ ପରେ ୧୦୬୯ କୋଟି ଟଙ୍କା ଲାଭ  ହାସଲ କରିଛି, ଯାହା ଗତ ବର୍ଷର ଲାଭ ୮୧୪ କୋଟି ଟଙ୍କା ଠାରୁ ୩୧ ପ୍ରତିଶତ ଅଧିକ ବୋଲି ଏକ  ବିଜ୍ଞପ୍ତିରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନାଲ୍କୋ, ମୁଖ୍ୟ ଖବର

ନାଲ୍କୋକୁ ଟପ୍ ଏକ୍ସପୋର୍ଟ କ୍ୟାପେକ୍ସିଲ ପୁରସ୍କାର

October 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୩(ଓଡ଼ିଶା ଡ଼ଟ୍ କମ୍) ଆନ୍ତର୍ଜାତୀୟ ବଜାରରେ ନିଜର ଉତ୍ପାସମୂହର ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲ୍କୋ)କୁ କ୍ୟାପେକ୍ସିଲ ପକ୍ଷରୁ ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି ।

କମ୍ପାନୀ ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ) ପି.କେ. ପରିଡା ଗତ ୩୦ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଠାରୁ ମୁମ୍ବାଇରେ ଅନୁଷ୍ଠିତ ଏକ ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

୨୦୧୦-୧୧ ବର୍ଷରେ ନାଲ୍କୋ ସମୁାୟ ୬୩୯,୮୫୫ ମେଟ୍ରିକ ଟନ୍ ଆଲୁମିନା ଏବଂ ୯୮,୨୦୦ ମେଟ୍ରିକ ଟନ୍ ଆଲୁମିନିୟମ ରପ୍ତାନି କରି ୨,୦୬୫ କୋଟି ଟଙ୍କା ଆୟ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ନିଜ ଉତ୍ପାର ରପ୍ତାନି ଦ୍ୱାରାନାଲ୍କୋ ଆନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କମ୍ପାନୀ ପକ୍ଷରୁ ୧୫ଟି ରାଷ୍ଟ୍ରକୁ କାଲ୍ସାଇନଡ ଆଲୁମିନା ଓ ଆଲୁମିନିୟମ ରପ୍ତାନି କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନାଲ୍କୋ, ନ୍ୟାସନାଲ

ନାଲ୍କୋ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲାର ଉତ୍କଳ ଇ-କୋଲ ପ୍ରକଳ୍ପ ଅନ୍ତର୍ଗତ ଗ୍ରାମ ଗୁଡିକରେ ବାସ କରୁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉଦ୍ଦେଶରେ ନାଲ୍କୋ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ କରାଯାଇଛି ।

ଭାରତ ସରକାରଙ୍କ ଆଲିମ୍କୋ ଓ ଭିଆର୍ସି ସହାୟତାରେ ଛେଣ୍ଡିପା ବ୍ଲକ ଅନ୍ତର୍ଗତ କୋରଡା ଗ୍ରାମରେ ଗୁରୁବାରଦିନ ଏକ ଉପକରଣ ବିତରଣ ଶିବିର ଆୟୋଜିତ ହୋଇଥିଲା । ଏକ ସ୍ୱାବଲମ୍ବୀ ଜୀବନ ଅତିବାହିତ କରିବାକୁ ଚାହୁଁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରେ ଏହି ପକ୍ଷେପ ଏକ ନୂତନ ଆଶାର ସଞ୍ଚାର କରିଛି ।

ଏହି ଅବସରରେ, ନାଣ୍ଡିଛୋଡ଼, ଗୋପୀନାଥପୁର, କୋରଡା ଓ କୋଶଳା ଗ୍ରାମର ୧୯ ଜଣ ଚିହ୍ନିତ ଭିନ୍ନକ୍ଷମଙ୍କୁ ଟ୍ରାଇ-ସାଇକଲ, ରୋଲେଟର, ଶ୍ରବଣ ଯନ୍ତ୍ର ଓ ଧଳାବାଡି ଆଦି ପ୍ରଦାନ କରାଯାଇଥିଲା । ଏହି ବ୍ୟକ୍ତିମାନଙ୍କୁ ଜୁନ ୨ରେ ଆୟୋଜିତ ଏକ ଶିବିରରେ ଚିହ୍ନଟ କରାଯାଇଥିଲା ।

ନାଲ୍କୋ ଫାଉଣ୍ଡେସନ୍ ପକ୍ଷରୁ ପ୍ରୋଜେକ୍ଟ ମ୍ୟାନେଜର ଶବାନା ପରୱିନଙ୍କ ଦ୍ୱାରାପରିଚାଳିତ ଏହି ଶିବିରରେ କୋରଡା ଗ୍ରାମର ସରପଞ୍ଚ ହେମନ୍ତ ବେହେରାଙ୍କ ସହିତ ଡିଜିଏମ ଏଲ୍.ଏମ୍. ସାହୁ ଏବଂ ଜି.ଏସ୍. ମହାପାତ୍ର ଉପକରଣଗୁଡିକ ବିତରଣ କରିଥିଲେ ।

ଏହି ଅବସରରେ ଚାରି ଜଣ ଭିନ୍ନକ୍ଷମ ବ୍ୟକ୍ତି ଭିଆର୍ସି ପକ୍ଷରୁ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ଧନ୍ଦାମୂଳକ ପ୍ରଶିକ୍ଷଣ ଲାଭ କରିବାକୁ ସହମତି ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍
ଦାରଣ ମାନରେ ଉନ୍ନତି ଆଣିବା ଉଦ୍ଦେଶରେ ନାଲ୍କୋ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ କରାଯାଇଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଜୀବନଧାରଣ, ନାଲ୍କୋ, ମୁଖ୍ୟ ଖବର

ନାଲ୍କୋ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯୋଗୁଁ ରୋଗୀ ଉପକୃତ

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଅପ୍ରେଲ ୧୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ଅଧିନରେ ପରିଚାଳିତ ନବରତ୍ନ ମାନ୍ୟତାପ୍ରାପ୍ତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ(ନାଲ୍କୋ)ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗୁଁ କୋରାପୁଟ ଜିଲ୍ଲାର ଅଧିକାଂଶ ରୋଗୀ ଉପକୃତ ହୋଇଛନ୍ତି ।

କମ୍ପାନୀ କର୍ପୋରେଟ୍ ସୋସିଆଲ ରେସ୍ପନ୍ସିବିଲିଟି(ସିଏସ୍ଆର୍) ଯୋଜନାରେ ଗୁରୁତ୍ୱ ପ୍ରଦାନ କରି ଏହାର ପ୍ରକଳ୍ପ ସଂଲଗ୍ନ ଅଞ୍ଚଳରେ ଥିବା ଗ୍ରାମ ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି ।

ବିଶେଷ କରି କୋରାପୁଟ ଜିଲ୍ଲାରେ ଯେଉଁଠାରେ କମ୍ପାନୀର ଖଣି ଓ ବିଶୋଧନ ପ୍ରକଳ୍ପ କାର୍ଯ୍ୟ କରୁଛି ସେହି ଅଞ୍ଚଳରେ ଥିବା ଦୁର୍ଗମ ଅଞ୍ଚଳକୁ କମ୍ପାନୀ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ।

ଗତ ଦୁଇ ବର୍ଷ ମଧ୍ୟରେ ନାଲ୍କୋ ପକ୍ଷରୁ ୮୨୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ।ମନଯୋଡ଼ିର ପାରିପାର୍ଶିକ ୧୬୦ଟି ଗ୍ରାମରେ ଆୟୋଜନ କରାଯାଇଥିବା କମ୍ପାନୀ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।

କୋରାପୁଟ, ନାରାୟଣପାଟଣା, ଶମନ୍ତପୁର, ସେମିଳିଗୁଡ଼ା ଓ ଲକ୍ଷ୍ମୀପୁର ବ୍ଲକରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଏହି ଶିବିର ମାଧ୍ୟମରେ ୪୮,୦୦୦ ରୋଗୀଙ୍କ ଚିକିତ୍ସା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଛି ।

ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ସହିତ ଯାଉଥିବା ଚିକିତ୍ସକ, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀମାନେ ପାରିପାର୍ଶିକ ଅଞ୍ଚଳରେ ଥିବା ସମସ୍ତ ଗ୍ରାମକୁ ସପ୍ତାହରେ ଛଅ ଦିନ ଯାଇଥାନ୍ତି ।

ଏହାବ୍ୟତୀତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମଧ୍ୟ ନାଲ୍କୋ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଆସୁଛି ।

୨୦୦୮-୦୯ରେ ବିଭିନ୍ନ ଯୋଜନା ମାଧ୍ୟମରେ କମ୍ପାନୀ ୧୪.୩୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୦୯-୧୦ରେ ୫.୯ କୋଟି ଟଙ୍କା ପ୍ରାନ କରିଛି ।

ସଂପୃକ୍ତ ଅଞ୍ଚଳରେ ପାରିପାର୍ଶିକ ଉନ୍ନୟନ ଏବଂ ଥଇଥାନ ଯୋଜନା ପାଇଁ ଗଠନ କରାଯାଉଥିବା ପରାମର୍ଶଦାତା କମିଟି କ୍ଷିଣାଞ୍ଚଳ ଆର୍ଡ଼ିସିଙ୍କ ଅଧିନରେ କାର୍ଯ୍ୟ କରୁଛି ।

ଓଡିଶା ଡଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ନାଲ୍କୋ, ମୁଖ୍ୟ ଖବର

ନାଲ୍କୋ ପକ୍ଷରୁ ୧୮୭ କୋଟି ଟଙ୍କାର ଆୟକର ପ୍ରଦାନ

December 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନରେ ପରିଚାଳିତ ନବରତ୍ନ ମାନ୍ୟତା ପ୍ରାପ୍ତ କମ୍ପାନୀ ନାଲ୍କୋ ୨୦୧୦-୧୧ ଆର୍ଥିକ ବର୍ଷର ତୃତୀୟ ଭାଗ ପାଇଁ ୧୮୭ କୋଟି ଟଙ୍କା ଆଗୁଆ ଆୟକର ପ୍ରଦାନ କରିଛିା

କମ୍ପାନୀ ଗତ ବର୍ଷ ଏହି ସମୟରେ ମାତ୍ର ୭୫ କୋଟି ଟଙ୍କା ଅଗ୍ରୀମ ଆୟକର ପ୍ରଦାନ କରିଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ଭାଗ ଠାରୁ ତୃତୀୟ ଭାଗ ପର୍ଯ୍ୟନ୍ତ ମୋଟ୍ ୩୫୬ କୋଟି ଟଙ୍କା ଅଗ୍ରୀମ ଆୟକର ପ୍ରଦାନ କରିଥିବା କମ୍ପାନୀ ପକ୍ଷରୁ ଏକ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।

୨୦୦୯-୧୦ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ନାଲ୍କୋ ମୋଟ୍ ୧୪୦ କୋଟି ଟଙ୍କା ଆଗୁଆ ଆୟକର ପ୍ରଦାନ କରିଥିଲା । ଅଧିକ ବିକ୍ରି ଓ ବଜାର ସ୍ଥିତିରେ ଉନ୍ନତି ପାଇଁ ଆୟକର ପ୍ରାନ ପରିମାଣ ବୃଦ୍ଧି ହୋଇପାରିଛି ବୋଲି ଏଥିରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନାଲ୍କୋ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ