• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିର୍ବାଚନ କମିଶନ

ଅନ୍ତିମ ପର୍ଯ୍ୟାୟରେ ୬୯.୪୧ ପ୍ରତିଶତ ମତଦାନ

February 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ରବିବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ୬୯.୪୧ ପ୍ରତିଶତ ମତଦାନ ହୋଇଛି ।

ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୫ ପ୍ରତିଶତ ଓ କଟକ ଜିଲ୍ଲାରେ ସର୍ବନିମ୍ନ ୬୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ହଂସାକାଣ୍ଡ, ଭୋଟ୍ ବାକ୍ସ ଲୁଟ୍ ଭଳି ବିଭିନ୍ନ କାରଣରୁ ଭୋଟ୍ ଗ୍ରହଣରେ ବାଧାପ୍ରାପ୍ତ ହୋଇଥିବା ୫୬ଟି ବୁଥ୍ ରେ ସୋମବାର ସାନି ମତଦାନ କରିବାକୁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୨୪ଟି ଜିଲ୍ଲାର ୪୮ ବ୍ଲକ ଅନ୍ତର୍ଗତ ୧୧୧ଟି ଜିଲ୍ଲା ପରିଷଦ ଜୋନ ଓ ୮୦୬ ପଞ୍ଚାୟତରେ ସକାଳ
୭ଟାରୁ ଭୋଟ ଗ୍ରହଣ କରାଯାଇଥିଲା । ଏଥିପାଇଁ ମୋଟ୍ ୧୧ ହଜାର ୧୭୭ ବୁଥ୍ ରେ ୩୧ ଲକ୍ଷ ୮ଶହ
୩୦ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ନିର୍ବାଚନ କମିଶନ

ନିର୍ବାଚନ କମିଶନଙ୍କ ନିଷ୍ପତି ହାଇକୋର୍ଟରେ କାଏମ

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ହୋଇଥିବା ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ଶୁକ୍ରବାର ନିର୍ବାଚନ କମିଶନଙ୍କ ନିଷ୍ପତିକୁ କାଏମ ରଖିଛନ୍ତି ।

କମିଶନଙ୍କ ବିଜ୍ଞପ୍ତିରେ କୌଣସି ତୃଟି ନାହିଁ ଏବଂ ନିଷ୍ପତିଦ୍ୱାରା ପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉନାହିଁ । ଏହା ଓଡ଼ିଶା ଗ୍ରାମପଞ୍ଚାୟତ ଆଇନର ଉଲଂଘନ କରିନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଜିଲ୍ଲାପରିଷଦ ପ୍ରାର୍ଥୀ ବ୍ୟତୀତ ଅନ୍ୟମାନେ ଦଳୀୟ ସଂକେତ କିମ୍ବା ଦଳର ନେତାଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବାଲେଶ୍ୱର ଜିଲ୍ଲାର ଜଣେ ସରପଞ୍ଚ ପ୍ରାର୍ଥୀନୀ କମିଶନଙ୍କ ଏଭଳି ନିଷ୍ପତି ଦ୍ୱାରାପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

ପୂର୍ବରୁ ଗତ ବୁଧବାର ହାଇକୋର୍ଟ ଏହି ମାମଲାର ବିଚାର କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ
ହୋଇଯାଇଥିବାରୁ କମିଶନଙ୍କ ନିଷ୍ପତି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ଏହା ଉପରେ ରହିତାଦେଶ ଜାରି କରିଥିଲେ ।

ଆସନ୍ତା ୧୧ରୁ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ କମିଶନ, ହାଇକୋର୍ଟ

କେବଳ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଦଳୀୟ ମାନ୍ୟତା

January 20, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନ କେତେକ କଟକଣା ଜାରି କରିଥିବା ବେଳେ କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଦଳୀୟ ମାନ୍ୟତା ନିଆଯାଇଛି ।

ପ୍ରାର୍ଥୀମାନେ ନିଜକୁ କୌଣସି ଦଳର ସମର୍ଥିତ ପ୍ରାର୍ଥୀ ବୋଲି ପ୍ରଚାର କରିପାରିବେ ନାହିଁ କିମ୍ବା ଦଳୀୟ ନେତାଙ୍କ ଫଟୋକୁ ବ୍ୟବହାର କରିପାରିବେ ନାହିଁ ବୋଲି ଶୁକ୍ରବାର କମିଶନ ପକ୍ଷରୁ କୁହାଯାଇଛି ।

ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀଙ୍କୁ କୌଣସି ଦଳୀୟ ସଂକେତ ଦିଆଯାଇ ନାହିଁ ବୋଲି କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ପଠାଯାଇଛି ।

ତେବେ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ନିଜକୁ ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ପ୍ରଚାର କରୁଛନ୍ତି । ତେଣୁ ନିର୍ବାଚନ ଆଚରଣବିଧି ଅନୁଯାୟୀ ଏମାନେ ବ୍ୟାନର ବା ପୋଷ୍ଟରରେ ନିଜକୁ କୌଣସି ଦଳର ସମର୍ଥିତ ପ୍ରାର୍ଥୀ ବୋଲି ଲେଖି ପାରିବେ ନାହିଁ ।

ଏହାସହ ସେମାନେ କୌଣସି ରାଜନୈତିକ ଦଳର ନେତାଙ୍କ ଫଟୋ ବ୍ୟାନର ବା ପୋଷ୍ଟରରେ ଲଗାଇ
ପାରିବେ ନାହିଁ । ଏଭଳି କାର୍ଯ୍ୟ କଲେ ତାହା ନିର୍ବାଚନ ଆଚରଣବିଧି ଉଲଂଘନ ବୋଲି ଧରି ନିଆଯିବ ।

ତେବେ କମିଶନଙ୍କ ଏଭଳି ପଦକ୍ଷେପକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆସନ୍ତା ଫେବୃୟାରୀ ୧୧ରୁ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ କମିଶନ, ପଞ୍ଚାୟତ ନିର୍ବାଚନ

ଗିରଫ ପରୱାନା ଥିବା ବ୍ୟକ୍ତି ଭୋଟର ତାଲିକାରୁ ବାଦ

January 10, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର,ଜାନୁଆରୀ ୧୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ଯେଉଁ ବ୍ୟକ୍ତିଙ୍କ ନାଁରେ ଜାମିନ ବିହୀନ ଗରଫ ପରୱାନା ଜାରି କରାଯାଇଛି ସେମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଛି ।

ସଂପୃକ୍ତ ବ୍ୟକ୍ତିମାନେ ନିର୍ବାଚନରେ ମଧ୍ୟ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି ।

ଜିଲ୍ଲା ପୋଲିସ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାକୁ ଗ୍ରହଣ କରି ଜନସାଧାରଣଙ୍କ ଅବଗତି ନିମନ୍ତେ ଏହି ବ୍ୟକ୍ତିଙ୍କ ନାମ ଥିବା ତାଲିକା ପଞ୍ଚାୟତ କାର୍ଯ୍ୟାଳୟ ଓ ବିଭିନ୍ନ ସର୍ବସାଧାରଣ ସ୍ଥାନ ମାନଙ୍କରେ ଲଗାଇଛି ।

ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ୧୫୦ ଜଣଙ୍କ ନାଁରେ ଗତ ଛଅ ମାସ ଧରି ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ଏହି ଲୋକଙ୍କ ନାଁ ଥିବା ତାଲିକା ୨୯ଟି ପଞ୍ଚାୟତରେ ଲଗାଯାଇଥିବା ଜଗତସିଂହପୁର ଥାନା ଅଧିକାରୀ ସତୀଶ ରାୟ କହିଛନ୍ତି ।

ଢିଙ୍କିଆ ପଞ୍ଚାୟତ ବ୍ୟତୀତ ଅନ୍ୟ ୧୯୪ଟି ପଞ୍ଚାୟତ ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ଏଥିପାଇଁ ୭ ଲକ୍ଷ ୫୭ ହଜାର ୩୫୪ ଜଣ ଭୋଟର ମତଦାନ କରିବେ ।

ଜିଲ୍ଲାରେ ସମୁଦାୟ ୨୬ଟି ଜିଲ୍ଲା ପରିଷଦ, ୧୯୩ ପଞ୍ଚାୟତ, ୧୦୪ ପଞ୍ଚାୟତ ସମିତି ସଭ୍ୟ ଏବଂ
୩୩୩୪ ୱାର୍ଡ଼ ମେମ୍ବର ପାଇଁ ଭୋଟ୍ ଗ୍ରହଣ ହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ନିର୍ବାଚନ କମିଶନ

ଫେବୃୟାରୀ ୧୧ରୁ ୧୯ ପଞ୍ଚାୟତ ନିର୍ବାଚନ

December 24, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୦୧୨ ଫେବୃୟାରୀ ୧୧ରୁ ୧୯ ତାରିଖପର୍ଯ୍ୟନ୍ତ ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଫେବୃୟାରୀ ୧୧, ୧୩, ୧୫, ୧୭ ଓ ୧୯ ତାରିଖରେ ପାଞ୍ଚଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତହେବ ବୋଲି ଶନିବାର ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାନୁୟାରୀ ୭ରୁ ୧୨ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୩ ତାରିଖରେ ଯାଞ୍ଚ ଏବଂ ୧୮ ତାରିଖଦିନ ତିନିଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ କମିଶନ, ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ବିଜ୍ଞପ୍ତି

December 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜଗତସିଂହପୁର ଜିଲ୍ଲା ଏର୍ସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ଼ମେମ୍ବର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ଏହି ନିର୍ବାଚନ ହେବ ବୋଲି ଶୁକ୍ରବାର ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତିକୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇଦିଆଯାଇଛି । ଫଳରେ କମିଶନ ଯେକୌଣସି ସମୟରେ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ କରିପାରନ୍ତି ।

ଏହି ବ୍ୟବସ୍ଥାରେ ପାଞ୍ଚବର୍ଷକୁ ଥରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଳା ପରିଷଦ, ୱାର୍ଡ଼ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ କରାଯାଇଥାଏ ।

୨୦୦୭ ଫେବୃୟାରୀ-ମାର୍ଚ୍ଚ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ନିର୍ବାଚିତ ପ୍ରତିନିଧି ମାନଙ୍କର ଅବଧି ଆସନ୍ତା ମାର୍ଚ୍ଚ ୨୦୧୨ଦ୍ୱିତୀୟ ସପ୍ତାହ ସୁଦ୍ଧା ସମାପ୍ତ ହେଉଥିବାରୁ ତା ପୂର୍ବରୁ ନିର୍ବାଚନ ପାଇଁପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

ଡ଼ୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଗ୍ରାମପଞ୍ଚାୟତ ଗୁଡ଼ିକର ସରପଞ୍ଚ ନିର୍ବାଚନ ପାଇଁ ସୋନପୁର ଜିଲ୍ଲାପାଳ ସ୍ଥାନ ଆରକ୍ଷଣ କରି ବିଜ୍ଞପ୍ତି ଜାରି କରିଛନ୍ତି । ମାତ୍ର ଏହି ଆରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଏକ ମାମଲା ଦାୟର ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ କମିଶନ, ପଞ୍ଚାୟତ ନିର୍ବାଚନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ