• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିର୍ବାଚନ

ଦ୍ଵିତୀୟ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ

February 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ସୋମବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୬୯.୯୩(୭୦) ପ୍ରତିଶତ ମତଦାନ ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୩ ପ୍ରତିଶତ ଓ କଟକରେ ସର୍ବନିମ୍ନ ୬୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

୩୦ ଜିଲ୍ଲାର ୮୩ଟି ବ୍ଳକର ୧୯୭ ଜିଲ୍ଲା ପରିଷଦ ଓ ୧୪୭୫ ସରପଞ୍ଚ ଓ ୧୪୭୫ ସମିତିସଭ୍ୟ ସହିତ ସମସ୍ତ ୱାର୍ଡ ମେମ୍ବର ପଦ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୬୮.୧୩ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ତାହାଠାରୁ ଅଧିକ ହୋଇଛି ।

ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଭୋଟ ଗ୍ରହଣ ହୋଇଥିବା ବେଳେ ଅପରାହ୍ନ ୧ଟାରେ ଗଣତି ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ପ୍ରାୟ ଅଧିକାଂଶ ଆସନର ଫଳାଫଳ ଜଣାପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ମତଦାନ

୫୭ଟି ବୁଥ୍ ରେ ସାନି ମତଦାନ

February 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ଭୋଟ୍ ବାକ୍ସ ଲୁଟ୍, ବୁଥ୍ ଦଖଲ ଭଳି ବିଭିନ୍ନ ଘଟଣା ଯୋଗୁଁ ଭୋଟ୍ ଦାନ ବାଧାପ୍ରାପ୍ତ ହୋଇଥିବା ୫୭ଟି ବୁଥ୍ ରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଦଶଟି ଜିଲ୍ଲାର ୧୪ଟି ବ୍ଲକ ଅନ୍ତର୍ଗତ ୩୦ଟି ପଞ୍ଚାୟତରେ ଏହି ମତଦାନ ହେବ । ପୁରୀ ଜିଲ୍ଲାର ସର୍ବାଧିକ ୩୧ଟି ବୁଥ୍ ରେ ଏହି ମତଦାନ ହେବ ବୋଲି କମିଶନ ପକ୍ଷରୁ ରବିବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପାଞ୍ଚଟି ପର୍ଯ୍ୟାୟରେ ଏହି ସାନି ମତଦାନ ହେବ । ୧୪ ତାରିଖରେ କଟକ ଜିଲ୍ଲା ବାରଙ୍ଗ ବ୍ଲକ ନଗରୀର ଛଅ ନମ୍ବର ବୁଥ୍, ୧୬ରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନିଆର ଛଅ ନମ୍ବର ବୁଥ୍, ୧୮ରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଧୁଷୁରୀ ୫ନମ୍ବର, ଜୟନର ୧,୩,୪ ନମ୍ବର, ଅର୍ଜୁନପୁର ୩ନମ୍ବର, ଯାଜପୁର ଜିଲ୍ଲାର ଦୁଇଟି ବୁଥ୍ ।

ସେହିପରି ପୁରୀ ଜିଲ୍ଲାର ସମସ୍ତ ୩୧ଟି ବୁଥ୍, କେନ୍ଦୁଝର ଜିଲ୍ଲା ଘଷିପୁର ବ୍ଲକ ପାଣ୍ଡୁଆର ୨ ନମ୍ବର ବୁଥ୍ ଏବଂ ଶାଳେଇର ୧୨ ନମ୍ବର ବୁଥ୍ ରେ, ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ଅନ୍ତର୍ଗତ ହରିଡ଼ାପର, ବାରଗ୍ରାମ, ଗଙ୍ଗାପୁର ବୁଥ୍ ରେ ୧୯ ତାରିଖରେ ସାନି ମତଦାନ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ସାନି ମତଦାନ

ଚାଷୀଙ୍କୁ ପ୍ରଲୋଭିତ କରି ଆଚରଣବିଧି ଉଲଂଘନ ଅଭିଯୋଗ

February 11, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ,ଫେବୃୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲାରେ ଅଭ ଦାବୀଧାନ ବିକ୍ରୀକୁ ନେଇ ଚାଷୀଙ୍କୁ ପ୍ରଲୋଭିତ କରି ନିର୍ବାଚନ ଅଚରଣବିଧି ଉଲଂଘନ ଅଭିଯୋଗ ହୋଇଛି ।

ବିଭିନ୍ନ ଅଂଚଳରେ ରାଜନୈତିକ ଦଳ ପକ୍ଷରୁ ଯେପରି ହୀନ ରାଜନୈତିକ ଷଡ଼ଯନ୍ତ୍ର ଚାଲିଛି ଦଳ ତାହାର ଦୃଢ଼ ନିନ୍ଦା କରିଛି । ଉକ୍ତ ବ୍ଲକରେ ଶାସକ ଦଳ ଏବଂ ସିପିଆଇ ପକ୍ଷରୁ ନିର୍ବାଚନୀ ବୁଝାମଣା ହୋଇଥିବା ସିପିଆଇ(ଏମ) ପକ୍ଷରୁ ଅଭିଯୋଗ କରାଯାଇଛି ।

ନିର୍ବାଚନକୁ ଆଖି ଆଗରେ ରଖି ନିମ୍ନ ଚାଷୀ ଓ ବୃହତ ଚାଷୀକୁ ପ୍ରଲୋଭିତ କରିବା ପାଇ ‘ଧାନ ଆମକୁ ଦିଅ ,ଆମେ ତାକୁ ସରକାରୀ ଦରରେ ବିକ୍ରୀ କରିଦେବୁ’ବୋଲି ପ୍ରତିଶୃତି ଦିଆଯାଉଛି ।

ଏହା ଦ୍ୱାରାଆଚରଣବିଧି ଉଲଂଘନ କରୁଛି ବୋଲି ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଜିଲ୍ଲାପାଳ ହସ୍ତକ୍ଷେପ ପାଇଁ ଆବେଦନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚାଷୀ, ନିର୍ବାଚନ

ନିର୍ବାଚନ ପାଇଁ ମନ୍ଦିରରେ ପ୍ରାର୍ଥୀଙ୍କ ପୂଜାର୍ଚ୍ଚନା

February 10, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶନିବାର ହେଉଥିବାରୁ ଶୁକ୍ରବାର ଜଗତସିଂହପୁର ଜିଲ୍ଲାରେ ପ୍ରାର୍ଥୀମାନେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଅନେକ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେବା ପାଇଁ ଜ୍ୟୋତିଷଙ୍କ ପାଖକୁ ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି ।

ନିର୍ବାଚନ ପ୍ରଚାର ପୂର୍ବରୁ ମଧ୍ୟ ବହୁ ସରପଞ୍ଚ, ଜିଲ୍ଲାପରିଷଦ, ସମିତି ସଭ୍ୟ ପ୍ରାର୍ଥୀମାନେ କନକପୁର ନିକଟରେ ଥିବା ମାଁ ଶାରଳା ମନ୍ଦିରରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ।

ଏହି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣରେ ଭୋଟରମାନେ ବର୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଟବର ବାରିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ କନକପ୍ରଭା ଲେଙ୍କା, ପୂର୍ବତନ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ଦାସ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଜଗତସିଂହପୁରର ୪୮୭ଟି ଏବଂ ବିରିଡ଼ି ବ୍ଲକର ୩୩୯ଟି ବୁଥ୍ ରେ ଭୋଟ୍ ଗ୍ରହଣ ହେବ ।

ନିର୍ବାଚନରେ ବିଜୟୀ ହେବା ପାଇଁ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ପରିଷଦ, ସରପଞ୍ଚ ଏବଂ ୱାର୍ଡ଼ ମେମ୍ବର ପ୍ରାର୍ଥୀ ଆଜି ମନ୍ଦିରରେ ପୂଜା କରିଛନ୍ତି, ସାରଳା ମନ୍ଦିର ପୂଜକ କହିଛନ୍ତି ।

ପ୍ରାର୍ଥୀମାନେ ପୂଜା କରିବା ପାଇଁ ଭୋର ସକାଳୁ ମନ୍ଦିରକୁ ଆସିବେ । ତେଣୁ ଫୁଲ ଦୋକାନମାନେ ମଧ୍ୟ ବିଭିନ୍ନ ପ୍ରକାର ଫୁଲ ମହଜୁଦ ରଖିଛନ୍ତି ।

ର୍ନିବାଚନରେ ବିଜୟୀ ହେଲେ ମନ୍ଦିରରେ ପୂଜା କରିବା ପାଇଁ ମଧ୍ୟ ପ୍ରାର୍ଥୀମାନେ ସ୍ଥିର କରିଛନ୍ତି । ତେବେ ଏହି ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ହାତ ଦେଖି ସେମାନଙ୍କ ହାରିବା ଜିତିବା ଜଣାଉଥିବାରୁ ଜ୍ୟୋତିଷମାନେ ମଧ୍ୟ ଭଲ ରୋଜଗାର କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ପୂଜାର୍ଚ୍ଚନା

ପିସିସି ନିର୍ବାଚନ ଇସ୍ତାହାର ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ

February 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୮(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଥିବା ଇସ୍ତାହାର ପ୍ରତ୍ୟାହାର କରିବାକୁ ବୁଧବାର ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଇସ୍ତାହାରରୁ ଆପତ୍ତିଜନକ ତଥ୍ୟ ହଟାଇ ପୁଣିଥରେ ଛପାଯାଇପାରେ ବୋଲି କମିଶନ କହିଥିବା ବେଳେ ଏହାର ପୃଷ୍ଠା ୩ର ପ୍ରଥମ ତିନି ପାରା ଏବଂ ପୃଷ୍ଠା ୯ ଓ ୧୦ ହଟାଇବାକୁ କହିଛନ୍ତି ।

ସେହିପରି ଇସ୍ତାହାରର ପଛ ପୃଷ୍ଠାରେ ଥିବା ଦଶାନନ କାର୍ଟୁନ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କମିଶନଙ୍କ ଏହି ରାୟ ପକ୍ଷପାତିତା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ପ୍ରକାଶିତ ଇସ୍ତାହାରରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦିଆଯିବା ସହ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମନ୍ତ୍ରୀଙ୍କ ବିରୋଧରେ ଆକ୍ଷେପ ମୂଳକ ମନ୍ତବ୍ୟ ଦିଆଯାଇଥିବା ବିଜେଡ଼ି କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ।

ଅଭିଯୋଗ ପରେ ରାଜ୍ୟ ନିର୍ବାଚନ କମିଶନ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । କମିଶନ ମଙ୍ଗଳବାର ଏହାର ଶୁଣାରି କରି ରାୟ ସଂରକ୍ଷିତ ରଖିଥିଲେ ।

ଏହି ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ବିରୋଧରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆଣିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ରାଜନୀତି Tagged With: ଇସ୍ତାହାର, ନିର୍ବାଚନ, ପିସିସି

ପଞ୍ଚାୟତ ନିର୍ବାଚନ ପାଇଁ ଛୁଟି ଘୋଷଣା

February 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଶିଲ୍ପ ସଂସ୍ଥା, ବାଣିଜ୍ୟ ପ୍ରତିଷ୍ଠାନ କର୍ତୃପକ୍ଷ ସେମାନଙ୍କ କର୍ମଚାରୀଙ୍କ ପାଇଁ ଭୋଟ୍ ଗ୍ରହଣଦିନଟିକୁ ଛୁଟି ଘୋଷଣା କରିବାକୁ କୁହାଯାଇଛି ।

ଯେଉଁ ତାରିଖରେ ଯେଉଁ ଅଞ୍ଚଳରେ ଭୋଟ୍ ଗ୍ରହଣ ହେବ ସେହିଦିନ ଛୁଟି କରିବାକୁ କୁହାଯାଇଛି । ଏସଂପର୍କରେ ଶ୍ରମ ଓ ନିୟୋଜନ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ସଂପୃକ୍ତ ସଂସ୍ଥା ତଥା ନିଯୁକ୍ତିକାରୀମାନେ ଏହି ପଦକ୍ଷେପ ଗ୍ରହଣ କରି କର୍ମଚାରୀଙ୍କ ପାଇଁ ଉକ୍ତଦିନଟିକୁ ସବୈତନିକ ଛୁଟି ଭାବେ ଗ୍ରହଣ କରିବାକୁ କୁହାଯାଇଛି ।

ଆସନ୍ତା ୧୧, ୧୩, ୧୫, ୧୭ ଏବଂ ୧୯ରେ ପାଠଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ପାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ଶ୍ରମ ଓ ନିୟୋଜନ

୭୪୯୮ ବୁଥ୍ ଅତି ସମ୍ବେଦନଶୀଳ: ନିର୍ବାଚନ କମିଶନ

February 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ପଂଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ରାଜ୍ୟର ୮୭ ହଜାର ୫୫୧ଟି ବୁଥ୍ ମଧ୍ୟରୁ ୭୪୯୮ଟି ଅତି ସମ୍ବେଦନଶୀଳ ବୋଲି ଶନିବାର ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।

ସେହିପରି ୩୫ ହଜାର ୯୮୭ଟି ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏହି ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।

ଆସନ୍ତା ୧୧ ତାରିଖରୁ ୧୯ ପର୍ଯ୍ୟନ୍ତ ପାଂଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ଭୋଟ୍

ଏସ୍ଏମ୍ଏସ୍, ଇମେଲ ଜରିଆରେ ନିର୍ବାଚନ ପ୍ରଚାର

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଦଳୀୟ ସଂକେତ ତଥା ଦଳର ନାମ ବ୍ୟବହାର
ଉପରେ ନିର୍ବଚନ କମିଶନ କଟକଣା ଜାରି କରିଥିବାରୁ ଜଗତସିଂହପୁର ଜିଲ୍ଲାରେ ପ୍ରାର୍ଥୀମାନେ ଏସ୍ଏମ୍ଏସ୍, ଇମେଲରେ ନିର୍ବାଚନ ପ୍ରଚାର କରୁଛନ୍ତି ।

ଏଭଳି ଭୋଟ୍ ପ୍ରଚାର ଉପରେ କଟକଣା ଜାରି କରାଯାଇନଥିବାରୁ ସେମାନେ ଏହି ଅଭିନବ ଉପାୟରେ ଦଳର ନାମ ଓ ସଂକେତ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ।

ହାଇକୋର୍ଟ ଏବଂ କମିଶନଙ୍କ କଟକଣା ସତ୍ୱେ ଅଧିକାଂଶ ପ୍ରାର୍ଥୀ ଏସ୍ଏମ୍ଏସ୍ ଏବଂ ଇମେଲରେ ଦଳର ନାମ ଓ ସଂକେତ ବ୍ୟବହାର କରି ପ୍ରଚାର କରୁଛନ୍ତି ବୋଲି ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରତାପ ସାହୁ କହିଛନ୍ତି ।

ଏଭଳି ଉପାୟରେ ସମିତି ସଭ୍ୟ, ସରପଞ୍ଚ ଏବଂ ୱାର୍ଡ଼ମେମ୍ବର ପ୍ରାର୍ଥୀମାନେ ଦଳର ନାମ ଓ ସଂକେତ ବ୍ୟବହାର କରିବା ଆଚରଣବିଧି ଉଲଂଘନ ନୁହେଁ, ତେଣୁ ନିର୍ବାଚନ ଲଢୁଥିବା ଯୁବକ ଯୁବତୀମାନେ ଏହି ମାଧ୍ୟମ ଆପଣେଇଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ଭୋଟରଙ୍କ ମନ ଜିଣିବା ପାଇଁ କେତେକ ପ୍ରାର୍ଥୀ ମୋବାଇଲରେ କାର୍ଡ଼ ପକାଇବା ପାଇଁ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

“ଇମେଲ ଏବଂ ଏସ୍ଏମ୍ଏସ୍ ଦ୍ୱାରାହେଉଥିବା ଆଚରଣବିଧି ଉଲଂଘନକୁ ପ୍ରତିହତ କରିବା ପାଇଁ କୌଣସି ସଫ୍ଟୱୟାର ବହାରି ନାହିଁ । ଏହି ବିଷୟରେ ଅଭିଯୋଗ ଆସିଲେ ପ୍ରଶାସନ ତାହାର ତଦନ୍ତ କରିବ” ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଜେନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଦଳୀୟ ସଂକେତ, ନିର୍ବାଚନ

ଯାଜପୁର: ଦୁଇ ଲକ୍ଷ ଆଦିବାସୀଙ୍କ ଭୋଟ୍ ବର୍ଜନ ନିଷ୍ପତି

January 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ଜଙ୍ଗଲ ଆଇନ-୨୦୦୬ର ଉଲଂଘନ ତଥା ସେମାନଙ୍କୁ ଶବର ସମ୍ପ୍ରଦାୟରେ ସାମିଲ କରାଯାଉନଥିବାରୁ ଯାଜପୁର ତଥା ଏହାର ଆଖପାଖ ଅଂଚଳର ପ୍ରାୟ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଆଦିବାସୀ ଆସନ୍ତା ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ।

ବିଭାଗୀୟ କର୍ତୃପକ୍ଷ ଜାଣିଶୁଣି ଜମି ରେକର୍ଡ଼ ତଥା ଅନ୍ୟାନ୍ୟ କାଗଜପତ୍ରରେ “ଶର’ ସଂପ୍ରାୟ ଭାବରେ ର୍ଶାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ବହୁଦିନରୁ ଜମିରେ ଚାଷ କରିଆସୁଥିଲେ ମଧ୍ୟ ପ୍ରଶାସନ ଜଙ୍ଗଲ ଜମି ଅଧିକାର ଆଇନରେ ସେମାନଙ୍କ
ନାମ ଏହି ସଂପ୍ରାୟରେ ସାମିଲ କରୁନଥିବାରୁ ନୀଳମାଧବ ଅିବାସୀ ସଂଘ ପକ୍ଷରୁ ଆଦିବାସୀମାନେ ଏକତ୍ରିତ ହୋଇ ପ୍ରଶାସନର ନିଷ୍ପତି ବିରୁଦ୍ଧରେ ଲଢେଇ କରିଆସୁଛନ୍ତି ।

“ପ୍ରଶାସନ ତଥା ବିଭିନ୍ନ ରାଜନୈତିକ ଦଳ ଆମର ଏକତାକୁ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି କିନ୍ତୁ ଆମେ ଭୋଟ୍ ଦେବୁ ନାହିଁ ବୋଲି ଦୃଢ ଭାବେ ନିଷ୍ପତି ନେଇଛୁ” ଆଦିବାସୀ ନେତା କୁଶ ନାୟକ କହିଛନ୍ତି ।

ବିଭିନ୍ନ ଦଳରେ ଯୋଗ ଦେଇଥିବା କେତେକ ଆଦିବାସୀ ନେତା ମଧ୍ୟ ଦଳ ଛାଡ଼ି ଆମସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ନ୍ୟାୟ ପାଇଁ ଲଢେଇ କରୁଥିବା ଆସିବାସୀଙ୍କୁ ସମର୍ଥନ ପାଇଁ କୌଣସି ରାଜନୈତିକ ଦଳ ଆଗେଇ ଆସିନାହାନ୍ତି, ସେ କହିଛନ୍ତି ।

“ଭାରତର ସମ୍ବିଧାନ ଅନୁସାରେ ଆମେ “ଶବର” ସଂପ୍ରଦାୟର, କିନ୍ତୁ ଆମ ଜମି ବେଆଇନ ଭାବେ ହାତେଇବା ପାଇଁ କେତେକ ଅଫିସର ତଥା ରାଜନୈତିକ ବ୍ୟକ୍ତି ଜମି କାଗଜପତ୍ରରେ “ଶବର” ବୋଲି ଉଲ୍ଲେଖ କରିଛନ୍ତି” ଆଦିବାସୀ ନେତା କୈଳାଶ ଦେଉରୀ କହିଛନ୍ତି ।

ଆଇନ ଅନୁଯାୟୀ ଜଣେ ଅଣ ଆଦିବାସୀ ବ୍ୟକ୍ତି କର୍ତୃପକ୍ଷଙ୍କ ବିନା ଅନୁମତିରେ ଆଦିବାସୀଙ୍କ ଜମି କିଣି ପାରିବ ନାହିଁ, ତେଣୁ ଆମକୁ “ଶବର” ଦର୍ଶାଇ ଜମି ହାତେଇବାରେ ସେମାନେ ସଫଳ ହେଉଛନ୍ତି, ସେ କହିଛନ୍ତି ।

ଆମକୁ “ଶବର” ସଂପ୍ରଦାୟରେ ସାମିଲ କରିବା ପାଇଁ ବହୁବାର ସରକାରଙ୍କ ନିକଟରେ ଦାବି କରିଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସେ କହିଛନ୍ତି ।

କେତେକ ଲୋକ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ୍ ନବୋକୁ ନିଷ୍ପତି ନେଇଥିବା ଜଣାପଡ଼ିଛି, ତେବେ ଭୋଟ୍ ଦେବା ପାଇଁ ସେମାନଙ୍କୁ କୁହାଯିବ ବୋଲି ଜିଲ୍ଲାପାଳ ଅନୀଲ ସାମଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, ନିର୍ବାଚନ

ପତ୍ନୀଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଶିକ୍ଷକ ନିଲମ୍ବିତ

January 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ପତ୍ନୀଙ୍କ ସପକ୍ଷରେ ପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଶିକ୍ଷକଙ୍କୁ ଜିଲ୍ଲାପାଳ ସୋମବାର ନିଲମ୍ବିତ କରିଛନ୍ତି ।

ରାଜନଗର ବ୍ଲକ ଅର୍ନ୍ତଗତ ରଙ୍ଗଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀପକ କୁମାର ଜେନା ପତ୍ନୀ ମମତା ରାଣି ଜେନାଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜିଲ୍ଲାପାଳ ପି.କେ.ପଟ୍ଟନାୟକ କହିଛନ୍ତି ।

ମମତା ପଞ୍ଚାୟତ ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି ।

ନିକଟରେ ଦୀପକ ଏକ ନିର୍ବାଚନୀ ସଭାରେ ପତ୍ନୀଙ୍କ ସପକ୍ଷରେ ପ୍ରଚାର କରୁଥିବା ଫଟୋ କେତେକ ଗ୍ରାମବାସୀ ଦେଖାଇଥିଲେ । ଏହାପରେ ତଦନ୍ତ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତାଙ୍କଠାରୁ ରିପୋର୍ଟ ମିଳିବା ପରେ ଦୀପକଙ୍କୁ ନିଲମ୍ବିତ କରାଯାଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ନିର୍ବାଚନ, ନିଲମ୍ବିତ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ