• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିର୍ବାଚନ

ଆଚରଣବିଧି ଉଲଂଘନ ଯୋଗୁଁ ଉଦ୍ବେଗ

January 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ନିର୍ବାଚନ ପ୍ରଚାର ସମୟରେ ଜଗତସିଂହପୁର ଜିଲ୍ଲାରେ ଆଚରଣବିଧି ଉଲଂଘନ ହେଉଥିବା ନେଇ ଉଦ୍ବେଗ ପ୍ରକାଶ ପାଇଛି ।

ନିର୍ବାଚନ କମିଶନଙ୍କ କଟକଣା ସତ୍ୱେ ପ୍ରାର୍ଥୀମାନେ ଦଳର ନାମ, ଦଳୀୟ ସଂକେତ ଏବଂ ନେତାଙ୍କ ଫଟୋ ଚିତ୍ର ଲଗାଇ ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।

ପ୍ରାର୍ଥୀମାନେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଆରା ଭାବରେ ପ୍ରଚାର କରି ଭୋଟର୍ ମନ ଜିଣିବାକୁ ପ୍ରୟାସ କରୁଛନ୍ତି । ସେମାନେ ସର୍ବସାଧାରଣ ସ୍ଥାନ ଗୁଡ଼ିକରେ ପ୍ରାର୍ଥୀଙ୍କ ନାଁ ଏବଂ ଦଳର ସଂକେତ ଲଗାଇଛନ୍ତି ।

ଶାସକ ବିଜେଡ଼ି ଦଳର ପ୍ରାର୍ଥୀମାନେ ଦଳର ସଂକେତ ଏବଂ ଦଳର ନାଁ ବ୍ୟବହାର କରି ପ୍ରଚାର କରୁଥିବା ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଶାସକ ଦଳ ପ୍ରାର୍ଥୀମାନେ ଆଚରଣବିଧି ଉଲଂଘନ କରୁଥିବା ସତ୍ୱେ ଜିଲ୍ଲା ପ୍ରଶାସନ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେମାନେ କହିଛନ୍ତି ।

ଜିଲ୍ଲାପରିଷଦ ପ୍ରାର୍ଥୀ ବ୍ୟତୀତ ଅନ୍ୟମାନେ ଦଳର ନାମ, ସଂକେତ ବ୍ୟବହାର କରିପାରିବେ ନାହିଁ ଏବଂ ଏହା ଉଲଂଘନ କଲେ କାର୍ଯ୍ୟକାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିବା ବେଳେ ଏନେଇ ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

“ଯଦି ଜିଲ୍ଲାପରିଷଦ ସଭ୍ୟଙ୍କ ବ୍ୟାନରରେ ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରଚାର କରୁଛନ୍ତି ତେବେ ଏହା ଆଚରଣବିଧି ଉଲଂଘନ କରୁଛି, ଅଭିଯୋଗ ଆସିବା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ଅତିରିକ୍ତ ଜିଲ୍ଲାପାଳ ମିହିର ଚାନ୍ଦ ମଲ୍ଲିକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଚରଣବିଧି, ନିର୍ବାଚନ, ପ୍ରାର୍ଥୀ

ନିର୍ବାଚନ ଇସ୍ତାହାର, ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ

January 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଶେ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଥିବା ବେଳେ ରାଜ୍ୟର ୧୪ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି ।

ଦଳ ପକ୍ଷରୁ ସଭାପତି ନିରଂଜନ ପଟ୍ଟନାୟକ ଶନିବାର ଏହି ୧୬ ପୃଷ୍ଠା ବିଶିଷ୍ଟ ନିର୍ବାଚନ ଇସ୍ତାହାର
ପ୍ରକାଶ କରିଛନ୍ତି । ଇସ୍ତାହାରରେ ୨୬ଟି ଅଭିଯୋଗ ଅଣାଯାଇଛି ।

ଏମ୍ଜିଏନ୍ଆର୍ଇଜିଏ ଦୁର୍ନୀତି, ଡାଲି ଦୁର୍ନୀତି, ଖଣି ଦୁର୍ନୀତି ସହ ପିପିଲି ଗଣବଳାକ୍ରାର ଘଟଣା ଉପରେ ଚର୍ଚ୍ଚା କରାଯାଇଛି ।

ଅନାହାର ମୃତ୍ୟୁ, ପୋଲିସ ଅତ୍ୟାଚାର, ଚାଷୀ ଆତ୍ମହତ୍ୟା, ବେକାରୀ ସମସ୍ୟା, ସାଧାରଣ ବଂଟନ
ବ୍ୟବସ୍ଥାରେ ଅନିୟମିତତା, ଶିଶୁ ଭୃଣହତ୍ୟା, ଯୁବତୀ ଚାଲାଣ, କୁଜଙ୍ଗ ବାଣ ବିସ୍ଫୋରଣ, ମାଓବାଦୀ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ମାଲୋଚନା କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖଣି ଦୁର୍ନୀତି ଓ ଜଙ୍ଗଲ ଆଇନ ଉଲ୍ଲଂଘନ ପାଇଁ ଦୋଷାରୋପ
କରାଯାଇଥିବା ବେଳେ ବିରଜା ମୂର୍ତି ଅଳବଳ ଓ ଜମି ହଡପରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ
ସଂଶ୍ଳିଷ୍ଟ ବୋଲି କୁହାଯାଇଛି ।

ସମବାୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ଅଭିଯୋଗ
ଅଣାଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କୁ ବ୍ଲକ୍ ଅଧ୍ୟକ୍ଷ ହତ୍ୟାକାଣ୍ଡ ପାଇଁ ଦାୟୀ କରାଯାଇଛି ।

ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜମି ଦୁର୍ନୀତି, ଖଣି ଓ ଇସ୍ପାତ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ
ଏମ୍ଜିଏନ୍ଆର୍ଇଜିଏ ଦୁର୍ନୀତି, ଖଣି ଦୁର୍ନୀତି ଓ ବାଲିଆପାଳ ବଳାକ୍ରାର ଘଟଣା ପାଇଁ ଦାୟୀ କରାଯାଇଛି ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଓ ଘର ଦୁର୍ନୀତି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀୟ ସାହୁ ବସଷ୍ଟାଣ୍ଡ ଜମି ହସ୍ତାନ୍ତର ଦୁର୍ନୀତିରେ ସଂପୃକ୍ତ ଥିବା ଇସ୍ତାହାରରେ କୁହାଯାଇଛି ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଏବଂ ବ୍ୟିାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନାଙ୍କ
ବିରୋଧରେ କୋଇଲା ଦୁର୍ନୀତି, ପଂଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତି ପୁରୀ ପୌରପରିଷଦ ଜମି ଦୁର୍ନୀତି, ଗାୟତ୍ରୀ ପଣ୍ଡା ମାମଲା ଓ ଆଶୀର୍ବାଦ ଗେଷ୍ଟହାଉସ୍ ମାମଲାରେ ସଂପୃକ୍ତି ଥିବା ଅଭିଯୋଗ କରାଯାଇଛି ।

ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୁଦ୍ଧରେ ଫୌଜାରୀ ମାମଲା ଥିଲାବେଳେ ସେ ବିହନ
ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା କୁହାଯାଇଛି । ସେହିପରି ଶ୍ରମ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଓ ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାଜ୍ୟସଭା ନିର୍ବାଚନରେ ଘୋଡା ବେପାରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇଛି ।

ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ କଂଗ୍ରେସ ଲଢେଇ ଜାରି ରଖିବ । ବ୍ଲକ୍ ଅଫିସ୍ ଗୁଡିକ ବିଜେଡି କର୍ମୀଙ୍କ ଆଡ୍ଡାରେ ପରିଣତ ହୋଇଛି ବୋଲି ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ନିର୍ବାଚନ

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିରୁ ୧୩ ଜଣ ନିଲମ୍ବିତ

January 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୧୩ ଜଣଙ୍କୁ ନିଲମ୍ବନ କରିଛନ୍ତି ।

ସଂପୃକ୍ତ ବ୍ୟକ୍ତିମାନେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଟିକେଟ ନପାଇ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ସ୍ୱାଧିନ ପ୍ରାର୍ଥୀଭାବେ ଛିଡ଼ା ହୋଇଥିଲେ ।

ନିଲମ୍ବିତ ହୋଇଥିବା ବ୍ୟକ୍ତିମାନେ ହେଲେ ରାଜନଗର ବ୍ଲକର ଜଗନ୍ନାଥ ଦାସ, ଜୋନ୍ ନଂ ୩୦ର ଅନ୍ନର୍ଣ୍ଣ ରାଉତରାୟ, ବଲାଙ୍ଗୀର ଜିଲ୍ଲା ପରିଷଦ ଜୋନ୍ ନଂ ୭ର ପ୍ରଦୀପ ସାହୁ, ଜୋନ୍ ନଂ ୯ର ଜଇରାମ ଚନ୍ଦନ, ଜୋନ୍ ନଂ ୩୦ର ଲିଲି ସାହୁ, ଜୋନ୍ ୩୦ର କନ୍ଦର୍ପ ବଗର୍ତୀ, ଜୋନ୍ ନଂ ୩୨ର ନେପାଳ ସୁନା ଓ ଜୋନ୍ ନଂ ୫ର ପ୍ରଭାସିନି ପ୍ରଧାନ ।

ନୟାଗଡ଼ ଜୋନ୍ ନଂ ୧୭ର ପାବନୀ ନାୟକ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଜୋନ୍ ନଂ ୨୧ର ସୌମ୍ୟ ତ୍ରିପାଠୀ, ଜୋନ୍ ନଂ ୧୮ର ସି.ଏସ୍. ଦ୍ଵାରିକାନାଥ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ୍ ଜୋନ୍ ନଂ ୧୬ର ଗଗନ ବିହାରୀ ବାରିକ ଏବଂ ଜୋନ୍ ନଂ୧୮ର ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିଜେଡ଼ି

ନିର୍ବାଚନ କମିଶନଙ୍କ ନିକଟକୁ ଡ଼ିଟୋନେଟର ଥିବା ପାର୍ସଲ

January 13, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ଏକ ଡ଼ିଟୋନେଟର ଭର୍ତି ପାର୍ସଲ ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଆସିଥିବା ବେଳେ ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ବିଶେଷଜ୍ଞଙ୍କ ଦ୍ୱାରାଉକ୍ତ ପାର୍ସଲଟି ଖୋଲାଯାଇ ସେଥିରୁ ବିସ୍ଫୋରଣରେ ବ୍ୟବହୃତ ଏକ ଫ୍ୟୁଜ୍ ଉଦ୍ଧାର
କରାଯାଇଥିବା ଭୁବନେଶ୍ୱର ଡ଼ିସିପି ନିତିନଜିତ୍ ସିଂହ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ପତ୍ରରେ ଏକ ଡ଼ାକ୍ତରଖାନା ବିଷୟରେ ଉଲ୍ଲେଖ କରାଯାଇଥିଲା ଏବଂ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କୁ
ଠାବ କରିବା ପାଇଁ ଉ୍ୟମ ଚାଲିଥିବା ସେ କହିଛନ୍ତି ।

ଫେବୃୟାରୀରେ ପାଂଚଟି ପର୍ଯ୍ୟାୟରେ ହେବାକୁଥିବା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ କମିଶନ ପ୍ରସ୍ତୁତି ଚଳାଇଥିବା ବେଳେ ଏହି ସମୟରେ ଏଭଳି ପାର୍ସଲ ମିଳିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିଶେଷଜ୍ଞ

ଦିଲ୍ଲୀ ହାଇକୋର୍ଟ ଓକିଲସଂଘ ନିର୍ବାଚନ ମୈାନରେ ୩ ଓଡ଼ିଆ

November 28, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ୧୬ ଡ଼ିସେମ୍ବରରେ ହେବାକୁ ଥିବା ଦିଲ୍ଲୀ ହାଇକୋର୍ଟ ବାର ଆସୋସିଏସନ୍ ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ତିନି ଜଣ ଓଡ଼ିଆ ମୈାନକୁ ଓହ୍ଲାଇଥିବା ଜଣାପଡ଼ିଛି ।

ଉପସଭାପତି ପ ପାଇଁ ପ୍ରଶାନ୍ତ ବର୍ମା ପ୍ରତିଯୋଗିତା କରୁଥିବା ବେଳେ କାର୍ଯ୍ୟକାରୀ ସମିତି ସଭ୍ୟ
ପଦବୀ ପାଇଁ ସୁନୀଲ ମନୋହର ଯୋଶୀ ଓ ଅରବିନ୍ଦ ଶର୍ମା ପ୍ରାର୍ଥୀ ହୋଇଛନ୍ତି ।

ବର୍ମା ଭୁବନେଶ୍ୱରର ହୋଇଥିବା ବେଳେ ଯୋଶୀ ଓ ଶର୍ମା ଯଥାକ୍ରମେ ଓଡ଼ିଶାର କଳାହାଣ୍ଡି ଓ
ରାଉରକେଲାର ମୁଳ ବାସିନ୍ଦା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦିଲ୍ଲୀ ହାଇକୋର୍ଟ, ନିର୍ବାଚନ

ଉମରକୋଟ ଉପ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା

November 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପନିର୍ବାଚନ ତାରିଖ ନିକଟତର ହୋଇଆସୁଥିବା ବେଳେ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।

ଏହି ଆସନ ଦଖଲ ପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାଣମୁର୍ଚ୍ଛା ଉଦ୍ୟମ ଆରମ୍ଭ କରିଥିବା ବେଳେ ସଂପୃକ୍ତ ଦଳର ବରିଷ୍ଠ ନେତାମାନେ ବର୍ତମାନ ନିର୍ବାଚନମଣ୍ଡଳୀରେ ରହି ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହାସଲ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ବିଜେପି ପ୍ରାର୍ଥୀ ଧର୍ମୁ ଗଣ୍ଡଙ୍କ ସପକ୍ଷରେ ପ୍ରଚାର ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆସୁଥିବା ବେଳେ ବିଜେଡ଼ିର ବରିଷ୍ଠ ନେତା ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ୱରେ ଦଳର ମନ୍ତ୍ରୀ ଓ ବିଧାୟକମାନେ ନିଜ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରୁଛନ୍ତି ।

ସେହିପରି ବିରୋଧୀ କଂଗ୍ରେସ ଦଳ ମଧ୍ୟ ଆସନ ଦଖଲ କରିବା ନେଇ ଆଶାବାଦୀ ଥିବା ବେଳେ ଦଳର
କେନ୍ଦ୍ରୀୟ ନେତା ଓ ସ୍ଥାନୀୟ ସାଂସଦ ଏବଂ କର୍ମୀମାନେ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ବାହାରିଛନ୍ତି ।

ଶାସକ ଦଳ ବିଜେଡ଼ିରୁ ସ୍ୱର୍ଗତ ଜଗବନ୍ଧୁ ମାଝିଙ୍କ ଘନିଷ୍ଠ ସହଯୋଗୀ ସୁବାସ ଗଣ୍ଡ, ବିଜେପିରୁ ପୂର୍ବତନ ବିଧାୟକ ଧର୍ମୁ ଗଣ୍ଡ ଓ କଂଗ୍ରେସରୁ ଯତୀନ୍ଦ୍ର ଗଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଏହି ଆସନକୁ ପୁନର୍ବାର ଦଖଲ କରିବା ବିଜେଡ଼ିର ଆତ୍ମସମ୍ମାନର ପ୍ରଶ୍ନ ନୁହେଁ, ବରଂ ବିଭିନ୍ନ କାରଣରୁ ବିରୋଧୀ କଂଗ୍ରେସ ଓ ବିଜେପି ପାଇଁ ମର୍ଯ୍ୟଦାର ପ୍ରଶ୍ନ ହୋଇଛି ।

ତେବେ ନିର୍ବାଚନକୁ ନେଇ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଥିବାରୁ ଏହାକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଦୁର୍ବୃତଙ୍କ ଗୁଳିମାଡ଼ରେ ଗତ ସେପ୍ଟେମ୍ବର ୨୪ରେ ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲିପଡ଼ିଥିଲା । ଆସନ୍ତା ୩୦ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିଜେପି, ରାଜନୀତି

କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ବିଜେଡ଼ିର ବାଜିମାତ୍

November 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ପୌର ନିର୍ବାଚନ ଫଳାଫଳ ବୁଧବାର ଘୋଷଣା ହୋଇଥିବା ବେଳେ ଏଥିରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀମାନେ ଅଧିକ ୱାର୍ଡ଼ରେ ବିଜୟୀ ହୋଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି ।

ଫଳାଫଳ ଅନୁଯାୟୀ ବିଜେଡ଼ି ପ୍ରାର୍ଥୀ ୧୩ଟି ୱାର୍ଡ଼ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୫ଟି ଏବଂ ବିଜେପି, ଏନ୍ସିପି ଓ ସ୍ୱାଧିନ ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡ଼ରେ ବିଜୟୀ ହୋଇଛନ୍ତି ।

୨୧ଟି ୱାର୍ଡ଼ ପାଇଁ ମଙ୍ଗଳବାର ଭୋଟ୍ ଗ୍ରହଣ ହୋଇଥିଲା ଓ ୬୯ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏନ୍ସିପି, କଂଗ୍ରେସ, ନିର୍ବାଚନ, ବିଜେଡ଼ି, ବିଜେପି, ସ୍ୱାଧିନ ପ୍ରାର୍ଥୀ

ନଭେମ୍ବର ୩୦ରେ ଉମରକୋଟ ଉପନିର୍ବାଚନ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।

ଏଥିପାଇଁ ନଭେମ୍ବର ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ୧୨ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ । ନଭେମ୍ବର ୩୦ରେ ଭୋଟ ଗ୍ରହଣ ଏବଂ ଡିସେମ୍ବର ୪ ରେ ଭୋଟ୍ ଗଣତି ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉମରକୋଟର ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝିଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି । ଜଗବନ୍ଧୁ ଏକ ସାଧାରଣ ସଭାରେ ପଟ୍ଟା ପ୍ରଦାନ କରୁଥିବାବେଳେ ଗତ ସେପ୍ଟେମ୍ବର ୨୪ରେ କେତେକ ଦୁର୍ବୃତଙ୍କ ଗୁଳି ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଉମରକୋଟ, ନବରଙ୍ଗପୁର ଜିଲ୍ଲା, ନିର୍ବାଚନ, ରାଜନୀତି

ନିର୍ବାଚନରେ ସଂଖ୍ୟାଧିକ ଅଂଶଗ୍ରହଣ ଦ୍ୱାରା ଗଣତନ୍ତ୍ରର ମାନବୃଦ୍ଧି

January 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ନିର୍ବାଚନ ପ୍ରକ୍ରିୟାରେ ସଂଖ୍ୟାଧିକ ଲୋକ ଅଂଶଗ୍ରହଣ ଦ୍ଵାରା ଗଣତନ୍ତ୍ରର ମାନବୃଦ୍ଧି ହେବ ବୋଲି ସର୍ବୋକୃଷ୍ଟ ନିର୍ବାଚନ ପଦ୍ଧତି ସଂପର୍କରେ ଏକ ଆଲୋଚନା ଚକ୍ରରେ ଯୋଗ ଦେ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବଚନ କମିଶନର ଏସ୍.ୱାଇ.କ୍ୟୁରେସି କହିଛନ୍ତି ।

ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରୁନଥିବା ସ୍ଥଳେ ୧୮ ବର୍ଷରୁ ଉର୍ଦ୍ଧ୍ଵ ଯୁବଗୋଷ୍ଠୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ ମଙ୍ଗଳବାର ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଫଳରେ ଦେଶରେ ନୂତନ ଦୁଇ କୋଟିରୁ ଉର୍ଦ୍ଧ୍ଵ ଯୁବ ଭୋଟର ତାଲିକାଭୁକ୍ତ ହେବେ ଏବଂ ଦେଶରେ ନିରପେକ୍ଷ ଅବାଧ ମୁକ୍ତ ତଥା ନିର୍ଭିକ ଭାବେ ନାଗରିକମାନେ ମତଦାନ କରିପାରିବେ ।

ନିର୍ବାଚନକୁ ଅଧିକ ନିରପେକ୍ଷ କରିବା ପାଇଁ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରଶିଡ଼ିଅର ପଦ୍ଧତି ଗ୍ରହଣ କରାଯିବା ସହ ଲୋକ ମାନଙ୍କୁ ଭୋଟ ଦାନ ପ୍ରକ୍ରିୟାରେ ଅଂଶଗ୍ରହଣ ନିମନ୍ତେ ସଚେତନ କରାଯିବ ।

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନର ତୃଟି ସଂଶୋଧନ ନିମନ୍ତେ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରାଯାଇଛି ।

ଏଥିରେ ପରିବର୍ତ୍ତନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି ଏବଂ ନିର୍ବାଚନରେ କଳାଧନ ପ୍ରୟୋଗ ରୋକିବା ପାଇଁ ନିର୍ବାଚନ ଖର୍ଚ୍ଚ ନିୟନ୍ତ୍ରଣ ଡ଼ିଭିଜନ ଖୋଲାଯାଇ ଏହାର ତଦାରଖ କରାଯାଉଛି, ସେ କହିଛନ୍ତି ।

ଦେଶର ପ୍ରାୟ ଆଠ ଲକ୍ଷ ପୁଲିଂ ବୁଥରେ ନୂତନ ଯୁବ ଭୋଟର ମାନଙ୍କୁ ଜାତୀୟ ମତଦାତା ଦିବସ ଜାନୁୟାରୀ ୨୫ ଠାରୁ ପରିଚୟ ପତ୍ର ପ୍ରଦାନ ଆରମ୍ଭ କରାଯିବ ।

ନିର୍ବାଚନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ପୂର୍ବାଞ୍ଚଳ ସିଇଓ ସମ୍ମିଳନୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ବୋଲି ଏହି ଅବସରରେ ଅନ୍ୟତମ ନିର୍ବାଚନ କମିଶନର ଭି.ଏସ୍.ସଂପ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ଭୋଟ ଦାନ, ମୁଖ୍ୟ ଖବର, ମୁଖ୍ୟ ନିର୍ବଚନ କମିଶନର

  • « Go to Previous Page
  • Go to page 1
  • Interim pages omitted …
  • Go to page 3
  • Go to page 4
  • Go to page 5

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ