• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନୂଆଦିଲ୍ଲୀ

ଜୁନ୍ ୨୬ରେ ଭୁବନେଶ୍ଵରରେ ନିଶା ମୁକ୍ତି ଗଣଦୌଡ଼

June 18, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଜୁନ ୧୮ (ଓଡିଶା ଡଟ କମ ) ଦିଲ୍ଲୀରେ ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଓଡ଼ିଆ ସମାଜସେବୀ ସଂସ୍ଥା ଓଡ଼ିଶା ପ୍ରାଇଡ୍ ଆସନ୍ତା ଜୁନ୍ ୨୬ ତାରିଖରେ ଭୁବନେଶ୍ୱରଠାରେ ଏକ ନିଶାମୁକ୍ତି ଗଣଦୌଡ଼ ତଥା ସଚେତନତା ସଭା କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜନ କରୁଛନ୍ତି ।

ଭାରତ ସରକାରଙ୍କ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ସଚିବ ତଥା ଓଡ଼ିଶା ପ୍ରାଇଡ୍ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଅମୂଲ୍ୟରତ୍ନ ନନ୍ଦଙ୍କ ପ୍ରତ୍ୟକ୍ଷ ପ୍ରେରଣାରେ ନିଶାର କୁପରିଣତି ଉପରେ ସଚେତନତା ଆଣିବା ପାଇଁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଆୟୋଜନ କରାଯାଉଅଛି ।

ବିଗତ କିଛି ବର୍ଷ ହେବ ଓଡ଼ିଶାର ବ୍ରହ୍ମପୁର ସହରରେ ଓଡ଼ିଶା ପ୍ରାଇଡ୍ ନିଶା ମୁକ୍ତି ସଚେତନତା ଅଭିଯାନ ଚଳାଇ ଆସିଅଛି ।

ସଂସ୍ଥାର ସଭାପତି ମାନସ ଦାସଙ୍କ ନେତୃତ୍ୱରେ ବିଭିନ୍ନ ସମୟରେ ଯୁବ-ଛାତ୍ରମାନଙ୍କୁ ସଂଗଠିତ କରି ଆଦର୍ଶ ଜୀବନଯାପନ ଉପରେ ଶିବିରମାନ ଆୟୋଜନ କରିବା, ବନ୍ୟା-ବାତ୍ୟା ସମୟରେ ପୀଡ଼ିତମାନଙ୍କ ସେବା ତଥା ଥଇଥାନ କରିବା, ଓଡ଼ିଶାର କୀର୍ତ୍ତିରାଜିକୁ ୱେବ ସାଇଟ ରେ ପ୍ରଚାର ପ୍ରସାର କରିବା ଇତ୍ୟାଦି କାର୍ଯ୍ୟକ୍ରମ ବେଶ୍ ଜନାଦୃତ ହୋଇପାରିଛି ।

ଶିକ୍ଷା ପାଠ୍ୟକ୍ରମରେ ନିଶାର କୁପ୍ରଭାବ ଉପରେ ସଚେତନତା ଆଣିବା ପାଇଁ ବିଶେଷ ପାଠ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ପ୍ରାଇଡ୍ ଅଭିଯାନ ଆରମ୍ଭ କରିଛି । ଆସନ୍ତା ଜୁନ୍ ୨୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ତିନି ହଜାର ଯୁବ-ଛାତ୍ରଙ୍କ ପାଇଁ ଏକ ଗଣଦୌଡ଼ ସକାଳ ୭ ଘଟିକା ସମୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରୁ ଆରମ୍ଭ ହୋଇ ସହର ପରିକ୍ରମା କରି କଳିଙ୍ଗ ଷ୍ଟାଡିୟମରେ ସମାପ୍ତ ହେବ ।

ଦିନ ୯.୩୦ ମିନିଟ୍ ଠାରୁ ୧୨ଟା ପର୍ଯ୍ୟନ୍ତ ଆଧ୍ୟାତ୍ମିକ, ସାମାଜିକ ତଥା ବିଜ୍ଞାନ ଭିତ୍ତିକ ଆଲୋଚନାଚକ୍ର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଯେଉଁଥିରେ ୟୁ.ଏନ୍.ଓ.ଡି.ସି., ଏନ୍.ସି.ବି., ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ସନ୍ଥ, ପ୍ରଖର ବକ୍ତା, ସମାଜସେବୀ, ଓ ସରକାରୀ ପ୍ରତିନିଧିମାନେ ପ୍ରତିଭାଗୀମାନଙ୍କୁ ପ୍ରେରଣା ଦେବେ ।

ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ଼ କରିଥିବା ଦୁର୍ଗା ଚରଣ ମିଶ୍ର, ସଫଳ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ସିନେ ତାରିକା ସବ୍ୟସାଚୀ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୁବ-ଛାତ୍ରମାନଙ୍କୁ ଅନୁପ୍ରାଣିତ କରିବେ ।

ଏଥିପାଇଁ ରେଜିଷ୍ଟ୍ରେସନ୍ ମାଗଣା ଅଟେ । ଯେଉଁମାନେ ପ୍ରଥମରୁ ନିଜକୁ ପଞ୍ଜିକୃତ କରିଥିବେ, ସେମାନଙ୍କ ପାଇଁ ଟି-ସାର୍ଟ, ଟୋପି ଏବଂ ମାନପତ୍ର ପ୍ରଦାନ କରାଯିବ । ସମାଜ ପାଇଁ ବିଶେଷ ଅବଦାନ ତଥା ବିଶେଷ କରି ନିଶାମୁକ୍ତ ଅଭିଯାନରେ ଉତ୍ସର୍ଗୀକୃତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ରେଜିଷ୍ଟ୍ରେସନ୍ ପାଇଁ ଏହି ନମ୍ବରମାନଙ୍କରେ ଯୋଗାଯୋଗ କରିବା ପାଇଁ ସଭାପତି ମାନସ ଦାସ ନିବେଦନ କରିଛନ୍ତି । ୯୬୯୨୩୭୨୧୧୬, ୮୮୯୫୦୪୮୩୯୯, ୯୪୩୯୩୩୫୦୯, ୭୮୦୯୯୭୮୬୨୨, ୦୮୮୦୦୧୩୪୩୨୬, ୯୪୩୯୩୬୫୯୯୨, ୯୪୩୭୯୩୬୩୧୫, ୮୭୬୩୫୪୬୧୨୩, ୯୪୩୮୭୪୭୩୨୦

ଦିଲ୍ଲୀରେ ରହୁଥିବା ବିଭିନ୍ନ ଓଡ଼ିଆ ସଂସ୍ଥା ତଥା ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଶା ପ୍ରାଇଡ୍ ଏହି ନିଶାମୁକ୍ତି ଅଭିଯାନର ସଫଳ କାମନା କରିଥିବା ବେଳେ ଓଡ଼ିଶାରେ ସମସ୍ତ ଶିକ୍ଷାନୁଷ୍ଠାନ, ସମାଜସେବୀ ସଂସ୍ଥା ତଥା ଆଗ୍ରହୀ ବ୍ୟକ୍ତିମାନଙ୍କୁ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଓଡ଼ିଶା ପ୍ରାଇଡ୍ ନିବେଦନ କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: କଳିଙ୍ଗ ଷ୍ଟାଡିୟମ୍, ଗଣଦୌଡ଼, ନିଶା ମୁକ୍ତି, ନୂଆଦିଲ୍ଲୀ

ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଏନ୍ସିଟିସିକୁ ନବୀନଙ୍କ ବିରୋଧ

May 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ମଇ ୫(ଓଡ଼ିଶା ଡ଼ଟ୍ କମ୍) ଆତଙ୍କବାଦୀ ମାନଙ୍କ ପାଇଁ ନ୍ୟାସନାଲ କାଉଣ୍ଟର ଟେରୋରିଜମ୍ ସେଣ୍ଟର ଗଠନ ପାଇଁ ଆଲୋଚନା ନିମନ୍ତେ ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ମାନଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏହାକୁ ବିରୋଧ କରିଛନ୍ତି ।

ବର୍ତମାନ ଫର୍ମାଟରେ ଏନ୍ସିଟିସି ଗ୍ରହଣୀୟ ନୁହେଁ ବୋଲି ସେ ସମ୍ମିଳନୀରେ ଉଦ୍ଦବୋଧନ ଦେଇ କହିଛନ୍ତି । ଏନ୍ସିଟିସିକୁ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଭଳି ପୃଥକ୍ ସଂସ୍ଥା କରାଯାଯାଇ ପାରେ ବୋଲି ସେ ମତ ଦେଇଛନ୍ତି ।

ଏନ୍ସିଟିସି ଇନ୍ଟେଲିଜେନ୍ସ ବ୍ୟୁରୋର ଅଂଶବିଶେଷ ହେବା ଉଚିତ୍ ନୁହେଁ । ସଙ୍କଟ ସମୟରେ କେନ୍ଦ୍ର ସରକାର ଏକତରଫା ଭାବେ ପଦକ୍ଷେପ ନେଇପାରିବ ବୋଲି ଗତ ଫେବୃୟାରୀ ମାସରେ ହୋଇଥିବା ବୁଝାମଣାରେ ଉଲ୍ଲେଖ କରାଯାଇଥିବା ସେ କହିଛନ୍ତି ।

ଏହା ରାଜ୍ୟ ଗୁଡ଼ିକର କ୍ଷମତା ଓ ଅଧିକାର ପ୍ରତି ଅସମ୍ମାନ । ରାଜ୍ୟ ଗୁଡ଼ିକର ସଂଘୀୟ ଅଧିକାର ପ୍ରତି ସମ୍ମାନ ଦେବା ଉଚିତ୍ ବୋଲି ସେ କହିଛନ୍ତି ।

ଏଥିପାଇଁ ଅଧିକ ତର୍ଜମା ନାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ସବ୍ କମିଟି ଗଠନ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏନ୍ସିଟିସି, ନୂଆଦିଲ୍ଲୀ

ଜଙ୍ଗଲ ପରିଚାଳନା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା

January 17, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଜୟନ୍ତୀ ନଟରାଜନଙ୍କୁ ସାକ୍ଷାତ କରି ରାଜ୍ୟରେ ଜଙ୍ଗଲ ପରିଚାଳନା ସଂପର୍କରେ ଆଲୋଚନା କରିଛନ୍ତି ।

ଏହାସହ ପରିବେଶ ସୁରକ୍ଷା, ବନ୍ୟ ଜନ୍ତୁଙ୍କ ସୁରକ୍ଷା, ଜଙ୍ଗଲ ପରିଚାଳନା କମିଟିର ଦକ୍ଷତା ବୃଦ୍ଧି, ଓଡ଼ିଶା ରାଜ୍ୟ ଉପକୂଳ ଅଂଚଳ ପରିଚାଳନା ପ୍ରାଧିକରଣର ପୁନର୍ବିନ୍ୟାସ ଏବଂ ପ୍ରମୁଖ ଜଙ୍ଗଲ ଅଂଚଳର ବିକାଶ ନେଇ ସେ ନଟରାଜନଙ୍କ ସହ ଆଲୋଚନା କରିଥିଲେ ।

ପାଂଚଦିନିଆ ଗସ୍ତ ଶେଷ କରି ନବୀନ ସଂଧ୍ୟାରେ ଭୁବନେଶ୍ୱର ଫେରିଆସିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନୂଆଦିଲ୍ଲୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ

November 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇାନରେ ଆରମ୍ଭ ହୋଇଥିବା ଅନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ ଉଦଘାଟିତ ହୋଇଛି ।

ସୋମବାର ଆରମ୍ଭ ହୋଇଥିବା ଏହି ୧୪ଦିନିଆ ମେଳାରେ ଓଡ଼ିଶା ମଣ୍ଡପକୁ ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଏହି ମେଳାର ବିଷୟବସ୍ତୁ ଭାରତୀୟ ହସ୍ତକଳା ରହିଥିବାରୁ ଓଡ଼ିଶା ମଣ୍ଡପକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।

ଏଥିପାଇଁ ୩୦ଟି ହସ୍ତତନ୍ତ ଓ ହସ୍ତକଳା ସଂସ୍ଥା ସେମାନଙ୍କର କାର୍ଯ୍ୟ ପ୍ରଦର୍ଶିତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିନ୍ଦଲ ଷ୍ଟିଲ, ନାଲ୍କୋ, ଟାଟା, ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଳବିଦ୍ୟୁତ ବିଭାଗ ଓ କୃଷି ବିଭାଗ ଆଦି ଏଥିରେ ଅଂଶ ଗ୍ରହଣ କରିଛନ୍ତି ।

ଆସନ୍ତା ୧୭ ଓ ୧୮ରେ ରାଜ୍ୟରେ ରହିଥିବା ବିକାଶ ସୁଯୋଗ ଉପରେ ଆଲୋଚନା କରାଯିବ ଏବଂ ୨୬ରେ ପ୍ରଗତିମଇାନର ଲାଲ୍ ଚୌକ୍ ଠାରେ ଓଡ଼ିଶା ଦିବସ ପାଳନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡ଼ିଶା ମଣ୍ଡପ, ନୂଆଦିଲ୍ଲୀ

ନୂଆଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ

November 10, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ରେ ଗୁରୁବାର ସେଠାରେ ରହୁଥିବା ଓଡ଼ିଆମାନେ ଏକତ୍ରିତ ହୋଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି ।

ଗତ ୧୫ ବର୍ଷ ଧରି ଳିତ ଲୋକଙ୍କ ପାଇଁ କାର୍ଯ୍ୟକରି ଆସୁଥିବା ବାଲ ଜାଗୃତି ସଂଘ ପକ୍ଷରୁ ଓଡ଼ିଶାର ପାରମ୍ପରିକ ଡ଼ଙ୍ଗା ଭସା ଏବଂ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି ।

ଭୋର ସକାଳୁ ହୃଷୀକେଶ ପାଣିଗ୍ରାହୀ ଶଂଖ ଧ୍ୱନୀ ଓ ବେଦ ପାଠ କରିବା ପରେ ଉତ୍ସବ ଆରମ୍ଭ କରାଯାଇଥିଲା । କାର୍ତିକ ମାସର ପୂର୍ଣ୍ଣମୀଦିନ ଓଡ଼ିଆ ସାଧବ ପୁଅମାନେ ବେପାର ବଣିଜ କରିବାକୁ ସାତ ଦରିଆପାରି ହୋଇଯାଉଥିଲେ, ଏହି ପରମ୍ପରାକୁ ମନେପକାଇବା ପାଇଁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥାଏ ।

ଏହିଦିନ ରାଧା କୃଷ୍ଣଙ୍କ ରାଷ ପୂର୍ଣ୍ଣିମା ଉତ୍ସବ ମଧ୍ୟ ସଂଘ ପକ୍ଷରୁ ପାଳନ କରାଯାଇଥାଏ ବୋଲି ବୋଇତ ବନ୍ଦାଣ ଉତ୍ସବର ଅଧ୍ୟକ୍ଷ ତଥା ସଂଘର ସଭାପତି ଗୋବର୍ଦ୍ଧନ ଧଳ କହିଛନ୍ତି ।

ଏହି ଆଧ୍ୟାତ୍ମିକ କାର୍ଯ୍ୟ ଅବସରରେ କସ୍ତୁରୀ ପଟ୍ଟନାୟକଙ୍କ ସଂକଳ୍ପ ଗୃପର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଗୁରୁ ହରିନାରାୟଣ ଓଡ଼ିଶୀ ଭଜନ ପରିବେଷଣ କରିଥିଲେ ।

ସାଧବ ମାନଙ୍କ ନୌବାଣିଜ୍ୟ ପରମ୍ପରା ଅନୁଯାୟୀ ସଂଘ ପକ୍ଷରୁ ସୁସଜ୍ଜିତ ଡ଼ଙ୍ଗା ଭସାଣିର ଆୟୋଜନ କରାଯାଇଥିଲା ଏବଂ ଲୋକମାନେ ଏଥିରେ ବସିଥିଲେ ।

ସାଂସଦ ବୈଷ୍ଣବ ପରିଡ଼ା, ଅମରେନ୍ଦ୍ର ଖଟୁଆ, ସୂର୍ଯ୍ୟମଣି ଖୁନ୍ଟିଆ, ଏନ୍.କେ.ସାହୁ, ଶ୍ରୀଦେବ ନନ୍ଦ, ଅରୁଣ କୁମାର ରଥ, ଜି.ଏସ୍.ପଟ୍ଟନାୟକ, ମୋନିକା ଦ।ଶ, ପି.କେ.ହୋତା, ପି.କେ.ମହାପାତ୍ର ଏବଂ ତୁଷାର ମହାପାତ୍ର ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନୂଆଦିଲ୍ଲୀ, ବୋଇତ ବନ୍ଦାଣ

ଚାରି ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଦିଲ୍ଲୀ ଯାତ୍ରା

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଅଗଷ୍ଟକ୍ରାନ୍ତି ଦିବସ ଉପଲକ୍ଷେ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଆମନ୍ତ୍ରଣ କ୍ରମେ ଆସନ୍ତା ୮ ତାରିଖରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହେବା ପାଇଁ ଶନିବାର ଚାରି ଜଣ ସ୍ୱାଧୀନତା ସଂଗ୍ରାମୀ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି, ପର୍ଯ୍ୟଟନ ଓ ସମବାୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଭୁବନେଶ୍ୱର ରେଳ ଷ୍ଟେସନରେ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

ଏହି ସ୍ୱାଧିନତା ସଂଗ୍ରାମୀମାନେ ହେଲେ ଭଦ୍ରକ ଜିଲ୍ଲାର ବ୍ରଜକିଶୋର ରାଉତ, ନୟାଗଡ଼ ଜିଲ୍ଲାର କୃପାସିନ୍ଧୁ ବରାଡ଼, ପୁରୀ ଜିଲ୍ଲାର ବାମନଚରଣ ସ୍ୱାଇଁ ଓ ଜଗତସିଂହପୁର ଜିଲ୍ଲାର ଗନ୍ଧର୍ବ ଆଚାର୍ଯ୍ୟ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନୂଆଦିଲ୍ଲୀ, ମୁଖ୍ୟ ଖବର, ରାଷ୍ଟ୍ରପତି, ସ୍ୱାଧୀନତା ସଂଗ୍ରାମୀ

ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ଉପରେ ଡ଼ିପ୍ଲୋମା ପାଠ୍ୟକ୍ରମ

April 23, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ସ୍ଥିତ ଏଲ୍ବିଆଇଆଇଏଚ୍ଏମ୍ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଉପରେ ଏକ ଛଅ ମାସିଆ ଡ଼ିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛି ।

ଏହା ଉପରେ ଛାତ୍ର ମାନଙ୍କୁ ତାଲିମ ଦେବା ନିମନ୍ତେ ପ୍ରଥମ ଥର ପାଇଁ ପାଠ୍ୟକ୍ରମ ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହାର ପ୍ରଥମ ବ୍ୟାଚ୍ରରେ ୧୫ ଜଣ ଛାତ୍ର ରହିବେ ଓ ସେମାନେ ଉଭୟ ଥିଓରି ଏବଂ ପ୍ରାକ୍ଟିକାଲ ପରୀକ୍ଷା ଦେବେ । ଉତ୍ତମ ଓଡ଼ିଆ ଖାଦ୍ୟ , ସ୍ନାକ୍ସ, ମେନ୍ କୋର୍ସ, ମିଠା ଏବଂ ପାନୀୟ ଉପରେ ତାଲିମ ଦିଆଯିବ ।

ଛାତ୍ର ମାନଙ୍କୁ ତାଲିମ,ଚାକିରି ଦେବା ପାଇଁ ଏହା ଦିଲ୍ଲୀ ହାଟରେ ଥିବା ଓଡ଼ିଆଖାଦ୍ୟ ଷ୍ଟଲ ସହ ଚୁକ୍ତି କରିଛି ।

“”ଓଡ଼ିଆ ଖାଦ୍ୟ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ କିନ୍ତୁ ବାହାରେ ଏଗୁଡ଼ିକର ପ୍ରଚାର ହୋଇ ପାରୁନାହିଁ । ତେଣୁ ଆମେ ଏହି ଛଅ ମାସିକିଆ ଡ଼ିପ୍ଲୋମା କୋର୍ଟ ଆରମ୍ଭ କରିଛୁ । ଏହା୍ୱାରା ଏକ ଓଡ଼ିଆଖାଦ୍ୟ ପ୍ରସ୍ତୁତି ଦଳଙ୍କ ରାଷ୍ଟ୍ରଦୂତ ତିଆରି କରିବୁ ଓ ସେମାନେ ଏହି ଖାଦ୍ୟକୁ ସମଗ୍ର ବିଶ୍ୱରେ ପରିଚିତ କରିବେ” ଏହାର ନିର୍ଦ୍ଦେଶକ କମଳ କୁମାର କହିଛନ୍ତି ।

ଉକ୍ତ ପାଠ୍ୟକ୍ରମ ପାଇଁ ଦଶମ ପାସ୍ ଯୋଗ୍ୟତା ତଥା ଇଂରାଜୀ ଓ ହିନ୍ଦୀରେ ଜ୍ଞାନ ଥିବା ଆବଶ୍ୟକ । ପାଠ୍ୟକ୍ରମ ପାଇଁ ଫି ୪୫ ହଜାର ଟଙ୍କା(ପାଠ୍ୟ ସାମଗ୍ରୀ, ପୋଷାକ ଏବଂ ପରୀକ୍ଷା ଫି) । ଏହାସହ ହଷ୍ଟେଲରେ ରହଣି ପାଇଁ ଅଲଗା ଫି ଦେବାକୁ ପଡ଼ିବ ।

ଏହା ଶତପ୍ରତିଶତ ଚାକିରି ଭିତ୍ତିକ ଓ ଛାତ୍ରମାନେ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଦରମା ପାଇପାରିବେ, ସେ କହିଛନ୍ତି ।

ଅଧିକ ଜାଣିବା ପାଇଁ ଯୋଗାଯୋଗ କରିବାର ଠିକଣା: ଏଲ୍ବିଆଇଆଇଏଚ୍ଏମ୍ , ବି-୯୮, ପୁଷ୍ପାଞ୍ଜଳୀ ଏନ୍କ୍ଲେଭ୍, ଆଉଟର ରିଙ୍ଗ ରୋଡ଼, ପିତାମ୍ପୁରା, ଦିଲ୍ଲୀ-୧୧୦୦୩୪, ଫୋନ୍: ୦୯୫୬୦୮୯୫୪୮୨, ୦୯୨୧୦୮୮୬୬୩୨, ୱେବ ସାଇଟ୍: www.lbiihm.com

ଭୁବନେଶ୍ୱର କାର୍ଯ୍ୟାଳୟ(ଆଡ଼୍ମିସନ ପାଇଁ): ୦୬୭୪-୨୩୧୩୧୧୦, ୮୦୧୮୫୯୫୩୦୭ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଛାତ୍ର, ଡ଼ିପ୍ଲୋମା, ନୂଆଦିଲ୍ଲୀ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ