ୟୋଗେଶ ଭାୟାଣୀ
ଦୁବାଇ, ମାର୍ଚ ୨୮ ( ଓଡିଶା ଡଟ କମ)ସଂଯୁକ୍ତ ରାଷ୍ଟ୍ର ଏମିରେଟସ ରେ ବାସ କରୁଥିବା ପ୍ରବାସୀ ଓଡ଼ିଆ କୁନି ଝିଅ ମାନଙ୍କର ସମୂହ ଦୁବାଇର ଗ୍ଲୋବାଲ ଭିଲେଜର ଇଣ୍ଡିଆ ପେଭିଲିଅନରେ ନିକଟରେ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ଦ୍ଵାରା ପ୍ରଶଂସିତ ହୋଇଛି ।

“ତପସ୍ୟା ଡ୍ୟାନ୍ସର୍ସ” ର ଛାତ୍ରୀ ଅକ୍ସୀତା ଶତପଥୀ, ଆଞ୍ଚଲ ପରିଡା, ଅନିଶା ଲେଙ୍କା, ଅଶ୍ଵିନା ବକ୍ସି, ପ୍ରାଚୀ ଭାୟାଣୀ, ପ୍ରାର୍ଥନା ପ୍ରତାପ ସିଂ, ରୁପଲ ମହାପାତ୍ର ଓ ତମନ୍ନା ରଥ, ଗୁରୁ ରଶ୍ମୀ ରାଜଙ୍କ ମାର୍ଗଦର୍ଶନରେ ମହିଷାମର୍ଦ୍ଧିନୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।
ଦୁବାଇର ଗ୍ଲୋବାଲ ଭିଲେଜ ବିଶ୍ୱର ଅନ୍ୟତମ ବୃହତ୍ତମ ପାରିବାରିକ, ସାଂସ୍କୃତିକ, ପର୍ଯ୍ୟଟନ, ଅବକାଶ ଏବଂ ମନୋରଞ୍ଜନର ଏକ ମଞ୍ଚ ଯେଉଁଠାରେ ୭୫ଟି ଦେଶର କଳାକାର ଭାଗ ନେଇ ନିଜର କଳାକୃତି ପ୍ରଦର୍ଶନ କରିଥାନ୍ତି ।
“ମୋର ଛାତ୍ର ମାନେ ସୁନ୍ଦର ନୃତ୍ୟ ପରିବେଷଣ କରି ସୁଦୂର ଦୁବଇ ମାଟିରେ ଆମ ଜନ୍ମଭୂମିର ଗୌରବ ଓ ସଂସ୍କୃତିର ଝଲକ ପ୍ରଦର୍ଶିତ କରିପାରିଥିବାରୁ ମୁ ଗର୍ବିତ”, ନୃତ୍ୟ ଗୁରୁ ରଶ୍ମୀ ରାଜ ଓଡିଶା ଡଟ କମ କୁ କହିଛନ୍ତି।
ଉପସ୍ଥିତ ଥିବା ଦର୍ଶକ ପିଲାମାନଙ୍କର ନୃତ୍ୟ ରେ ମନ୍ତ୍ରମୁଗ୍ଧ ହୋଇଥିଲେ ଓ ଉଭୟ ଦର୍ଶକ ଏବଂ ଗ୍ଲୋବାଲ ଭିଲେଜର ଆୟୋଜକ ମାନେ ଏହି ନୃତ୍ୟ ପରିବେଷଣକୁ ଖୁବ ପସନ୍ଦ କରିଥିଲେ ।
ଓଡିଶା ଡଟ କମ


୨. ତେବେ ତାଂକୁ ଓଡିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ବତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି, ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦିଲ୍ଲୀ ଦରବାର ରେ ପହଂଚାଇବାର ବିରଳ ସଫଳତା ।
୭. ସେ ଥିଲେ ସାକ୍ଷାତ ଡାଲଖାଇ।(ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଂକ ଲଚକ ର କୌଣସି ତୁଳନା ନାହିଁ ।
୧. ଭୁବନେଶ୍ବରରେ ଆୟୋଜିତ ଶ୍ରେଷ୍ଠତମ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ର ଉତ୍ସବ ଭାବରେ ଏହାର ଏକ ସ୍ଵତନ୍ତ୍ର ମର୍ୟଦା ରହିଛି ।ଦେଶର ସବୁଠୁ ନାମୀ ଓ ସଫଳ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଶିଳ୍ପୀ ଏହି ଉତ୍ସବରେ ଯୋଗଦେଇ ଆସୁଛନ୍ତି।
ରାଗ ଚାରୁକେଶୀ ରେ ରୁପକ ତାଳ, ମଧ୍ୟଲୟରେଏକ ତାଲ ଓ ଦୃତ ରେ ତିନ ତାଲ ଦେଇ ସୀତାର ର ସ୍ଵର ମୂର୍ଛନା ଶ୍ରୋତାଂକୁ ସମ୍ମୋହିତ କରିଥିଲା । ତାଂକ ତନ୍ତ୍ରୀ ଚାଳନା ରେ ଏକ ଅପୂର୍ବ ମାଧୁର୍ଯ୍ୟ ଓ ପ୍ରଶାନ୍ତ ଭାବର ପ୍ରଭାବ ଦେଖିବାକୁ ମିଳିଥିଲା।
୭. ନୂଆ ପିଢିର ଓଡିଶୀ କ୍ଷେତ୍ରରେ ରାହୁଳ ଆଚାର୍ୟ ଏକ ପ୍ରଚୁର ପ୍ରତିଶ୍ରୁତିବଦ୍ଧ ନାମ । ଦେବପ୍ରସାଦ ଶୈଳୀ ର ଓଡିଶୀ ରେ ରାହୁଳ ସବୁଠୁ ବଡ ସମ୍ଭାବନା। ଉତ୍ସବରେ ରାହୁଳ ଓଡିଶୀ ର ଏକ ପୂର୍ଣ୍ଣ ରୂପ ପ୍ରସ୍ତୁତ କରିଥିଲେ ।
ତାଂକର ଚର୍ଚିତ ଆତ୍ମଜୀବନୀ “ଦିଗପହଣ୍ଡିର ଡ୍ରଇଂ ମାଷ୍ଟରେ” ରେ ସେ କୁହନ୍ତି- “ ବହୁ ଚେଷ୍ଟା କରି ଶେଷରେ ଡ୍ରଇଂ ମାଷ୍ଟରଟିଏ ହିଁ ହୋଇ ପାରିଲି। ସମାଜର ସବୁଠାରୁ ତୁଚ୍ଛ, ହେୟ, ଅପାଂକ୍ତେୟ ଏବଂ ଘୃଣ୍ୟ ହେଲା ଡ୍ରଇଂ ମାଷ୍ଟର ।‘’
୩. ଶିଳ୍ପୀ ଭାବରେ ତାଂକ ଜୀବନ ବହୁ ଉଠାପକା ଦେଇ ଯାଇଛି। ଅନେକ ଚାକିରୀ ସେ କରିଛନ୍ତି ଓ ଛାଡିଛନ୍ତି । ଅନେକ ଅନୁଷ୍ଠାନ ଗଢିଛନ୍ତି ଓ ତାକୁ ଭାଂଗି ପୁଣି ନୁଆ କିଛି ଗଢିଛନ୍ତି। ଓଡିଶା ସଂଗ୍ରହାଳୟ, ଓଡିଶା ପର୍ଯ୍ୟଟନ, କେନ୍ଦ୍ର ଲଳିତ କଳା ଏକାଡେମୀ ..ଏମିତି ବହୁ ଅନୁଷ୍ଠାନ ରେ ସେ ନିଯୁକ୍ତ ହୋଇ କାମ କରିଛନ୍ତି ।





ସେହି କ୍ରମରେ ଯେତେବେଳେ ଜଣେ ବିଦେଶୀ ନୃତ୍ୟଗୁରୁ ଓ ନର୍ତ୍ତକ କୃଷ୍ଣଲୀଳାର ନବଆବିଷ୍କାର କଥା କହନ୍ତି ସେଠି ଆମେ ଟିକେ ଚକିତ ହେବାକୁ ବାଧ୍ୟ । ମାଲେସିଆର ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ରାମ୍ଲୀ ଇବ୍ରାହିମ୍ ତାଙ୍କର ନୂଆ ନୃତ୍ୟ ରଚନା “କୃଷ୍ଣପ୍ରେମ : ଏକ ନୂଆ ଆବିଷ୍କାର” ମାଧ୍ୟମରେ ଏବେ ପୃଥିବୀର ବିଭିନ୍ନ ସହରରେ ନିଜ ନୃତ୍ୟ ପରିବେଷଣ କରୁଛନ୍ତି ।










