ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୧୨ (ଓଡିଶା ଡଟ କମ) ମଙ୍ଗଳବାର ରାଜ୍ୟର କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ବହୁ ସ୍ଥାନରେ ଭୁକମ୍ପର ଝଟକା ଅନୁଭୂତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ନେପାଳରେ ଅପରାହ୍ନ ପ୍ରାୟ ୧୨.୩୫ରେ ହୋଇଥିବା ୭.୩ ରିକ୍ଟର ସ୍କେଲ ମାତ୍ରାର ଏହି ଭୂକମ୍ପର ପ୍ରଭାବ ଯୋଗୁଁ ଏହି ଝଟକା ଅନୁଭବ ହୋଇଥିବା ଏଠାରେ ସ୍ଥାନୀୟ ପାଣିପାଗ କାର୍ଯ୍ୟ।ଳୟ କହିଛି ।
ତେବେ ମାତ୍ର କେଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଏହି ଭୂକମ୍ପ ର ପ୍ରଭାବ ଯୋଗୁଁ ରାଜ୍ୟରେ କୌଣସି କ୍ଷୟ କ୍ଷତି ହୋଇ ଥିବା ସୂଚନା ମିଳିନାହିଁ ।
ତେବେ ଭୁକମ୍ପନ ଅନୁଭବ କରି ଲୋକେ ବହୁତଳ ପ୍ରାସାଦ ଓ ଏପାର୍ଟମେଣ୍ଟରୁ ଖୋଲା ଯାଗାକୁ କିଛି ସମୟ ପାଇଁ ଚାଲି ଯାଇଥିଲେ । ପରବର୍ତୀ ସମୟରେ ପରିସ୍ଥିତି ସାମାନ୍ୟ ହୋଇଥିଲେ ମଧ୍ୟ କିଛି ଲୋକ ଖୋଲା ଜାଗାରେ ରହିଥିବାର ଦେଖା ଯାଇଥିଲା ।
ଓଡିଶା ଡଟ କମ

ସାମ୍ବାଦିକ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଭୂମିକମ୍ପରେ ମୃତ୍ୟୁ ଘଟିଥିବା ଲୋକମାନଙ୍କ ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।