• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପଂଚାୟତ

‘ଜାତୀୟ’ କିଭଳି ‘ଆଂଚଳିକ’କୁ ପରାଜିତ କରେ

March 13, 2017 by ଓଡିଶା ଡଟ କମ Leave a Comment

ମହାରାଷ୍ଟ୍ରର ପୌରାଂଚଳ ଓ ଗ୍ରାମାଂଚଳରେ ପଂଚାୟତି ଅନୁଷ୍ଠାନମାନଙ୍କ ପାଇଁ ନିକଟରେ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଅପ୍ରତ୍ୟାଶିତ ଓ ଚିତାକର୍ଷକ ବିଜୟ ଆଂଚଳିକ ଦଳମାନେ ଶକ୍ତିଶାଳୀ ଥିବା ରାଜ୍ୟମାନଙ୍କରେ ନିଜ ପତିଆରାକୁ ପ୍ରତିଷ୍ଠିତ କରିବାର ଆଶା ବାନ୍ଧି ରଖିଥିବା ଅନ୍ୟ ‘ଜାତୀୟ’ ଦଳମାନଙ୍କ ପାଇଁ ଅନେକ ଶିକ୍ଷଣୀୟ କଥା ଆଣିଦେଇଛି ।

ଯେଉଁ ଶିବସେନାର କାନ୍ଧ ଉପରେ ପାଦ ରଖି ମହାରାଷ୍ଟ୍ରରେ ଭାଜପା ପ୍ରବେଶ କରିଥିଲା ଏବଂ ଦୀର୍ଘଦିନ ଧରି ମେଂଟ କରି ଭାଗୀଦାର ଥିଲା, ତା’ସହ ମେଂଟ ଭାଙ୍ଗିବା ପରେ ମଧ୍ୟ ଭାଜପା ଆଜି ଶିବସେନାକୁ ପଛରେ ପକାଇ ଆଗକୁ ଆସିଯାଇଛି ।

ଅଧିକାଂଶରେ ଏହି ଅବସ୍ଥା ପାଇଁ ଗୋଟିଏ ଦୁର୍ବଳ ବା ଅନୁପସ୍ଥିତ ପ୍ରାୟ ବିରୋଧୀଦଳ ଦାୟୀ ଯେଉଁମାନଙ୍କ ଭିତରେ ଅଛନ୍ତି କଂଗ୍ରେସ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍.ସି.ପି.) ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍.ଏନ୍.ଏସ୍) ।

ଭାଜପା ରଣନୀତିର ଏକ ପ୍ରମୁଖ ଦିଗଟି ଥିଲା ଯେ ସୁଯୋଗ ଦେଖି ସେମାନେ ଯେମିତି ଏନ୍.ସି.ପି., କଂଗ୍ରେସ ଓ ଏମ୍.ଏନ୍.ଏସ୍ର ନେତାମାନଙ୍କୁ ନିଜ ଭିତରକୁ ‘ସ୍ୱାଗତ’ କରିବେ । ଏପରି କରି ସେମାନେ ନିଜ ଦଳର ସିଟ୍ ସଂଖ୍ୟା ବଢ଼ାଇ ପାରିଲେ ।

ସମଗ୍ର ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସବୁ ପ୍ରଚାର ପୋଷ୍ଟର ଏବଂ ବଡ଼ ବଡ଼ ପ୍ରଚାର ସ୍ତମ୍ଭ ମାନଙ୍କରେ ‘ମୁଖ୍ୟମନ୍ତ୍ରୀ’ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କୁ ଭାଜପାର ‘ମୁହଁ’ ହିସାବରେ ସ୍ଥାନିତ କରାଯାଇଥିଲା । ଏହି ରଣନୀତିଟି ସେମାନଙ୍କୁ ବେଶ୍ ଭଲ ସାହାଯ୍ୟ କଲା ।

ଯେହେତୁ ମହାରାଷ୍ଟ୍ରରେ ଲୋକେ ଫଡ଼ନାଭିସଙ୍କୁ ଜଣେ ମାମୁଲି ରାଜନେତା ହିସାବରେ ଦେଖନ୍ତି ନାହିଁ । ଦଳ ମଧ୍ୟ ଶିବସେନାର କାର୍ଯ୍ୟକଳାପଗୁଡ଼ିକଠୁ ନିଜକୁ ଦୂରେଇ ରଖିଲା, ବିଶେଷକରି ବୃହନ୍ ମୁମ୍ବାଇ ମୁନିସିପାଲ ନିଗମ ଠାରୁ । ଦୀର୍ଘଦିନ ଧରି ସହଯୋଗୀ ଥିବା ଶିବସେନାଙ୍କୁ ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ଦୂରରେ ରଖାଗଲା ।

ଅନ୍ୟ ଗୋଟିଏ କାରଣ ଯାହା ଭାଜପାକୁ ସାହାଯ୍ୟ କରିଥିବ ତାହା ହେଲା ଯେ, ୨୦୧୬ରେ ଅନୁସୂଚିତ ଜାତି ଏବଂ ଉପଜାତି (ନିର୍ଯାତନା ବିରୋଧୀ) ଆଇନର ଉଚ୍ଛେଦପାଇଁ ମରାଠା ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଯେଉଁ ଅଭିଯାନ ଚାଲିଥିଲା ।

ଯଦିଓ ମରାଠାମାନେ ଦୁଃସ୍ଥ ଓ ନିଯୁକ୍ତିବିହୀନ ଜୀବନ ବିତାଉଛନ୍ତି, ରାଜ୍ୟର ରାଜନୈତିକ ଓ ଅର୍ଥନୈତିକ ଜୀବନରେ ସେମାନଙ୍କ ପ୍ରଭାବ ତଥାପି ବି ଅନୁଭୂତ ହେଉଛି । ଆଶଙ୍କାରେ ଥିବା ଅଣମରାଠା ଗୋଷ୍ଠୀମାନେ ଏହି ଦଳ ପ୍ରତି ଢଳିଲେ ଯେହେତୁ ଏଠି ମରାଠା ମାନଙ୍କର ଆଧିପତ୍ୟ ନାହିଁ ।

ଫଡ଼୍ନାଭିସ୍ ସେହି ହାତଗଣତି ମୁଖ୍ୟମନ୍ତ୍ରୀମାନଙ୍କ ଭିତରୁ ଜଣେ ଯେ ମରାଠା ନହୋଇ ବି ମୁଖ୍ୟମନ୍ତ୍ରୀ ଅଛନ୍ତି । ଫଡ଼ନାଭିସ୍ ପ୍ରଥମରୁ ହିଁ ମରାଠାମାନଙ୍କୁ ଆଶ୍ୱାସନା ଦେଇଆସିଛନ୍ତି ଏବଂ ସବୁଲୋକମାନଙ୍କର ସବୁ କଥା କରିବା ପାଇଁ ପ୍ରତିଶ୍ରୁତି ଦେଇ ଆସିଛନ୍ତି ।

ଏକଥା ବି ଦେଖାଯିବ ଯେ ବିମୁଦ୍ରାୟନର କ୍ଷୋଭଟି ଭାଜପା ବିରୁଦ୍ଧରେ ଯାଇନାହିଁ । ଏକାକୀ ନିର୍ବାଚନ ଲଢ଼ିବାପାଇଁ ଭାଜପାକୁ ଛାଡ଼ି ଚାଲିଯାଇଥିବା ଶିବସେନା ବ୍ୟତିରେକ କଂଗ୍ରେସ ବା ଏନ୍.ସି.ପି. କେହି ବି ଲୋକଙ୍କ କ୍ରୋଧକୁ ନିର୍ବାଚନୀ ଫାଇଦାରେ ରୂପାନ୍ତରିତ କରିବାରେ ସଫଳ ହୋଇପାରି ନାହାନ୍ତି ।

ଅନେକ ଘୋଟାଲା ଏବଂ କୃଷକ ଆତ୍ମହତ୍ୟା ପ୍ରସଙ୍ଗରେ ଔଦ୍ଧତ୍ୟପୂର୍ଣ୍ଣ ଅସହିଷ୍ଣୁତା ଯୋଗୁଁ କଂଗ୍ରେସ ଓ ଏନ୍.ସି.ପି.ର ମିଳିତ ସରକାରଙ୍କୁ ଲୋକେ ୨୦୧୪ ମସିହାରେ ପ୍ରତ୍ୟାଖ୍ୟାନ କରିଥିଲେ ।

ଏମାନେ ଏଥର ଭାଜପାକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି, ଯେହେତୁ ଫଡ଼ନାଭିସଙ୍କର ସ୍ୱଚ୍ଛ ଭାବମୂର୍ତି ରହିଛି ଓ ସେ ବିକାଶ ଆଣିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ମହାରାଷ୍ଟ୍ରର ଗ୍ରାମାଂଚଳର ଲୋକେ ଅନେକ ସମସ୍ୟାକୁ ନେଇ ତଟସ୍ଥ ଯାହା ଦୀର୍ଘଦିନ ଧରି ସମାଧାନ ନହୋଇପାରି ପଡ଼ିରହିଛି ଯଥା ପାନୀୟ ଜଳ ଯୋଗାଣର ଦୁର୍ବଳ ସ୍ଥିତି, ବିଦ୍ୟୁତ ଯୋଗାଣରେ ଅନିୟମିତତା, ଖରାପ ସଡ଼କ, ଦୁଃସ୍ଥ ଜନସ୍ୱାସ୍ଥ୍ୟ ସେବାର ଭିତିଭୂମି, କଲ୍ୟାଣମୂଳକ ଯୋଜନା ପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଦୁର୍ନୀତି ଏବଂ ପଂଚାୟତ ପ୍ରତିନିଧିମାନଙ୍କର ମନମୁଖୀ ଆଚରଣ ଇତ୍ୟାଦି ।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସହରରେ ବାର୍ଷିକ ୩୭ହଜାର ୫୨କୋଟିର ବଜେଟ ଥିବା ସତ୍ୱେ ସବୁ ଭିତିଭୂମିଗୁଡ଼ିକ ଭୁଷୁଡ଼ି ପଡ଼ିବା ସ୍ଥିତିରେ ଅଛି ଏବଂ ସହରାଂଚଳ ବିକାଶର ପ୍ରତିଟି କ୍ଷେତ୍ରରେ କୁଶାସନ ପରିଲକ୍ଷିତ ହୋଇଆସିଛି ।

ଯଦିଓ ଶାସନରେ ୪ଥର ଥିବା ସତ୍ୱେ ଜନଅସନ୍ତୋଷକୁ ଶିବସେନା ଅତିକ୍ରମ କରି ଶିବସେନା ନିଜର ସିଟ୍ ସଂଖ୍ୟାରେ ୯ଟି ଅଧିକ ସିଟ୍ ଯୋଡ଼ିପାରିଛି ତେବେ ଏହି ଦଳ ଆଉ ଆଂଚଳିକ ଅସ୍ମିତାକୁ ପୁଞ୍ଜି କରି ଅଧିକ ଅମଳ କରିପାରିବନି, ଏକଥା ସ୍ପଷ୍ଟ ହୋଇଯାଇଛି ।

ଯୁବପିଢ଼ିର ମୁମ୍ବାଇକାର ତଥା ମହାରାଷ୍ଟ୍ରବାସୀ ଆଂଚଳିକ ଏବଂ ଭାଷାଗତ ଅସ୍ମିତା ଅପେକ୍ଷା ଶିକ୍ଷା ଏବଂ ନିଯୁକ୍ତି ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ଯଦିଓ ଶିବସେନା ନିଜର ଆବେଦନଗୁଡ଼ିକୁ ବ୍ୟାପକ କରିବା ପାଇଁ ଚେଷ୍ଟା କରୁଛି ତେବେ ଏହି ସବୁ ବର୍ଗର ଆକାଂକ୍ଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ନିଜ ରଣନୀତିକୁ ପରିମାର୍ଜିତ କରିବା ଏମାନଙ୍କ ପାଇଁ ସମ୍ଭବପର ହେଇନାହିଁ ।

ପୁଣି ଏହି ଦଳକୁ ଯେଉଁ କଥାଟିର ସନ୍ତୁଳନ ଆଣିବାକୁ ପଡ଼ୁଛି ତାହା ହେଲେ ଏହାର ‘ଏ ମାଟିର ସନ୍ତାନ’ଙ୍କ ପ୍ରତି ଥିବା ପାରମ୍ପରିକ ଆବେଦନ ସହ ‘ବାହାରିଆ’ମାନଙ୍କର ଆଶା ଓ ଆକାଂକ୍ଷା । ନିଜର ଉଦ୍ୟମ ସତ୍ୱେ ଶିବସେନା ଗୁଜୁରାଟୀ, ଉତର ଭାରତୀୟ ଓ ଯୁବପିଢ଼ିର ଭୋଟଗୁଡ଼ିକୁ ହରାଇଲା ଯାହାକି ମୁମ୍ବାଇରେ ଭାଜପା ଖାତାକୁ ଗଲା ।

ଶିବସେନା ସହର କେନ୍ଦ୍ରିତ ଗୋଟିଏ ଦଳ ହିସାବରେ ପରିଚିତ ଯାହାକି ଏଥର ମଧ୍ୟ ପୁନଃ ପ୍ରତିଷ୍ଠିତ ହେଲା ଯେତେବେଳେ ଏହାର ନିର୍ବାଚନୀ ଅଭିଯାନ ମୁଖ୍ୟତଃ ମୁମ୍ବାଇ ଓ ଥାନେ ସହରରେ କେନ୍ଦ୍ରିତ ହୋଇଥିଲା ।

କଂଗ୍ରେସ, ଏନ୍.ସି.ପି ଏବଂ ଏମ୍.ଏନ୍.ଏସ୍. ପାଇଁ କାନ୍ଥରେ ଯାହା ଲେଖାଯାଇଛି ତାହା ସ୍ପଷ୍ଟ ଦେଖାଯାଉଛି । ପ୍ରଥମ ଦୁଇଟି ଦଳ ଅଧିକ ସମୟ ଧରି ‘ଗରିବର ବନ୍ଧୁ’ ଭାବମୂର୍ତି ତଥା ଭୂତପୂର୍ବ ନେତାମାନଙ୍କର କୃତିକୁ ପୁଞ୍ଜି କରି ଭୋଟ ଅମଳ କରିପାରିବେନି ।

ସେମାନଙ୍କର ଦୁର୍ନୀତି ଓ ଔଦ୍ଧତ୍ୟ ବିରୁଦ୍ଧରେ ବଢ଼ିଚାଲିଥିବା କ୍ରୋଧକୁ କବଳିତ କରିବା ପାଇଁ ଏହି ଦଳମାନଙ୍କୁ ହାତରେ ଟୋପିଟିଏ ଧରି ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସହ କାମ କରିବାକୁ ପଡ଼ିବ; ନିଜ ପ୍ରତି ଜନସମର୍ଥନର ପୁନଃ ନିର୍ମାଣ କରିବା ପାଇଁ ।

ଦଳ ଭିତରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ, ନିଜ ଭିତରେ ଥିବା ଭିନ୍ନମତକୁ ପଦାରେ ପକାଇବା ଏବଂ ସେମାନେ ଯାହା କଲେ ବି ନିଜର ପାରମ୍ପରିକ ଭୋଟରମାନେ ଏମାନଙ୍କୁ ହିଁ ବାଛିବେ ବୋଲି ଧରିନେବା ଇତ୍ୟାଦି ମନୋଭାବରେ ଦୃଢ଼ ପରିବର୍ତନ ଦରକାର ।

ଏମ୍.ଏନ୍.ଏସ୍. ପ୍ରାୟତଃ ନିର୍ମୁଳ ହୋଇଯିବାର ଅନ୍ୟ ଏକ କାରଣ ହେଉଚି ଏହି ଦଳଟି କୌଣସି କାମ ନକରି କେବଳ ନିଜକୁ ଅନ୍ୟମାନଙ୍କଠୁ ବଡ଼ ଭାବନାଟି ତିଆରି କରି ତା ଉପରେ ଆଳସ୍ୟ ପରାୟଣ ହୋଇ ନିର୍ଭରଶୀଳ ହେବା ।

ତଥାପି ମହାରାଷ୍ଟ୍ରରେ ଏହି ସବୁ ଦଳମାନେ ନିଜର ପୁନଃଉଥାପନ ପାଇଁ ଉଦ୍ୟମ କରିବାକୁ ପଡ଼ିବ କାହିଁକି ନା କେନ୍ଦ୍ର ବିଜିତ ଦଳର ଶାସନ ଏବଂ ରାଜ୍ୟରେ ମଧ୍ୟ ସେମାନଙ୍କର ଶାସନ ଯୋଗୁଁ ଗୋଟିଏ ବଳିଷ୍ଠ ବିରୋଧୀ ଦଳର ଅଭାବ ରାଜ୍ୟର ଭବିଷ୍ୟତ ପାଇଁ କିଛି ଭଲ ଖବର ଦେଉନାହିଁ ।

 

( How ‘National’ beat ‘Regional’- MARCH 4, 2017 VOL L II NO 9-EPW EDITORIAL-1 )

Filed Under: ସମଦୃଷ୍ଟି Tagged With: ଜାତୀୟ, ପଂଚାୟତ

୨୦୧୪ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତକୁ ପିଇବା ପାଣି

April 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୯(ଓଡ଼ିଶା ଡ଼ଟ୍ କମ୍) ୨୦୧୪ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତକୁ ବିଶୁଦ୍ଧ ପାଇପ ପାଣି ଯୋଗାଇ ଦେବା ପାଇଁ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

ଏଥିପାଇଁ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ରାଜ୍ୟର ୬୨୩୬ ଗ୍ରାମ ପଞ୍ଚାୟତ ମଧ୍ୟରୁ ୨୫୭୭ଟିର ମୁଖ୍ୟାଳୟରେ ପାଇପ ପାଣି ସଂଯୋଗ ନାହିଁ ।

ସେହିପରି ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଏବଂ ପ୍ରତ୍ୟେକ ଘରକୁ ପାଣି ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଫେବୃୟାରୀ ସୁଦ୍ଧା ରାଜ୍ୟର ୧,୪୧,୯୨୮ଟି ପଡ଼ାରେ ଗୋଟିଏ ଲେଖାଏଁ ନଳକୂପର ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୪୦ ପ୍ରତି ନଳକୂପ ଏବଂ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିୟମିତ ଯାଞ୍ଚ ଚାଲିଛି ବୋଲି ବୈଠକରେ କୁହାଯାଇଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ କ୍ଳିଷ୍ଟ ସହରରେ ୧୩୨ଟି ଟ୍ୟାଙ୍କର ମୁତୟନ କରାଯାଇଥିବା ବେଳେ ଆବଶ୍ୟକତା ଦେଖି ଅଧିକ ସଂଖ୍ୟକ ଟ୍ୟାଙ୍କର ମୁତୟନ ପାଇଁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ।

ବ୍ଲକ ଗୁଡ଼ିକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପ ଗୁଡ଼ିକର ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୨୭୧ଟି ବ୍ଲକରେ ଜଣେ ଲେଖାଏଁ ଅତିରିକ୍ତ ଯନ୍ତ୍ରୀଙ୍କୁ ମୁତୟନ କରାଯାଇଛି ଏବଂ ଅବଶିଷ୍ଟ ବ୍ଲକରେ ଆସନ୍ତା ଏକ ମାସ ମଧ୍ୟରେ ଏହା କରାଯିବ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗ୍ରାମ୍ୟ ଉନ୍ନୟନ, ପଂଚାୟତ, ମୁଖ୍ୟମନ୍ତ୍ରୀ

୬୭ ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ

February 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ରାଜ୍ୟର ୬୭ଟି ବ୍ଲକରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

୨୭ଟି ଜିଲ୍ଲାର ଏହି ବ୍ଳକ ଅନ୍ତର୍ଗତ ୧୬୪ଟି ଜିଲ୍ଲାପରିଷଦ ସଭ୍ୟ, ୧୧୫୧ ସରପଂଚ, ୧୧୫୧
ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଇଛି ।

ଏହି ପର୍ଯ୍ୟାୟରେ ୧୬,୩୬୨ଟି ବୁଥ୍ରେ ୪୬ ଲକ୍ଷ ୪୭ ହଜାର ୧୯୭ ଜଣ ଭୋଟର ସେମାନଙ୍କ
ମତଦାନ ସାବ୍ୟସ୍ତ କରିବେ ।ଦିନ ୧୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ ।

ମାଓବାଦୀ ପ୍ରଭାବିତ କାଲିମେଳା, ମାଲକାନାଗିରି, ବୈପାରିଗୁଡା, ସେମିଳିଗୁଡ଼ା, ଲକ୍ଷ୍ମୀପୁର, ଫିରିଙ୍ଗିଆ, ମୋହନା ଓ ଆର.ଉୟଗିରି ପ୍ରଭୃତି ବ୍ଳକରେ ଭୋଟ ଗ୍ରହଣ ହେଉଥିବାରୁ ସଂପୃକ୍ତ ବୁଥ୍ ଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆସନ୍ତା ୧୯ ତାରିଖରେ ପଂଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପରିଷଦ, ପଂଚାୟତ

୭୯ ବ୍ଲକରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ

February 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବୁଧବାର ୭୯ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

୧୮୮ଟି ଜିଲ୍ଲା ପରିଷ ସଭ୍ୟ, ୧୩୫୦ଟି ସରପଂଚ ଓ ୧୩୫୦ ସମିତି ସଭ୍ୟ ସମେତ ସବୁ ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ୍ ଗ୍ରହଣ କରାଯାଉଛି ।

୧୯ ହଜାର ୬୮ଟି ବୁଥ୍ରେ ୫୩ଲକ୍ଷ ୮୮ ହଜାର ୬୬୪ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ବୁଥ୍ ଗୁଡ଼ିକରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେଦିନ ୧୨ଟାରେ ଏହା ଶେଷ ହେବ ଏବଂ ୧ଟାରେ ଗଣତି ହେବ ।

ଏହି ପର୍ଯ୍ୟାୟରେ ଅଧିକାଂଶ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ଭୋଟ୍ ଗ୍ରହଣ କରାଯାଉଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଅତି ସମ୍ବେଦନଶୀଳ ବୁଥ୍ରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ବୋରିଗୁମ୍ମା, ଲମତାପୁର ,ଲକ୍ଷ୍ମୀପୁର, ମାଲକାନଗିରିର, କାଲିମେଳା, କୋରକୁଣ୍ଡା, ନବରଙ୍ଗପୁରର କୋଶଗୁମୁଡା ଓ ପାପଡାହାଣ୍ଡି, ରାୟଗଡାର ବିଷମକଟକ ଓ ମୁନିଗୁଡାରେ ମତଦାନ ଆରମ୍ଭ ହୋଇଛି ।

ସେହିପରି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, କିଶୋରନଗର ବ୍ଲକ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବାହାନଗା ଓ ସିମୁଳିଆ, ବରଗଡ଼ର ଗାଇସିଲଟ, ଭଟ୍ଲି, ଅମ୍ବାଭୋନା, ଭଦ୍ରକର ତିହିଡ଼ି, ବଲାଙ୍ଗୀରର ପାଟଣାଗଡ଼, ବେଲପଡା ଓ ମୂରିବାହାଲ, ବୌଦ୍ଧର ହରଭଙ୍ଗା, କଟକର ତିଗିରିଆ, ଟାଙ୍ଗୀ-ଚୌ୍ୱାର ଓ ସାଲେପୁର, ଦେଓଗଡର ତିଳେଇବଣୀ, ଢେଙ୍କାନାଳର ଭୁବନ ଓ କାମାକ୍ଷାନଗର ଏବଂ ଗଜପତି ଜିଲ୍ଲାର ରାୟଗଡ ଓ ନୂଆଗାଁ ବ୍ଲକରେ ମତଦାନ ଚାଲିଛି ।

ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, କବିସୂର୍ଯନଗର, ବେଗୁନିଆପଡା, ଭଞ୍ଜନଗର ଓ ଜଗନ୍ନାଥପ୍ରସା, ଜଗତସିଂହପୁରର କୁଜଙ୍ଗ ଓ ନୂଆଗାଁ, ଯାଜପୁରର ଶରଥପୁର ଓ ବିଞ୍ଝାରପୁର, ଝାରସୁଗୁଡାର ଲାଇକେରା ଓ କୋଲବିରା ।

କଳାହାଣ୍ଡିର ଭବାନୀପାଟଣା, ଲାଞ୍ଜିଗଡ ଓ ନର୍ଲା, କନ୍ଧମାଳର ରାଇକିଆ, ଜି.ଉୟଗିରି ଓ ଚକାପା, କେନ୍ଦ୍ରାପଡାର ମହାକାଳପଡା ଓ ରାଜନଗର, କେନ୍ଦୁଝର, ପାଟଣା ଓ ସହରପଡା, ଖୋର୍ଦ୍ଧାର ଜଟଣୀ ଓ ଖୋର୍ଦ୍ଧା, ସୁବର୍ଣ୍ଣପୁରର ବିନିକା ଓ ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାର ସବ୍ଡେଗା, ବାଲିଶଙ୍କରା, ଲହୁଣିଡାଓ ବଣେଇଗଡ ବ୍ଲକରେ ମତଦାନ କରାଯାଉଛି ।

ସେହିପରି ଆସନ୍ତା ୧୭ ଏବଂ ୧୯ ତାରିଖରେ ଯଥାକ୍ରମେ ଚତୁର୍ଥ ଓ ପଂଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପଂଚାୟତ, ଭୋଟ୍

ପଂଚାୟତ ନିର୍ବାଚନ ପାଇଁଦ୍ୱିତୀୟ ପର୍ଯ୍ୟାୟ ମତଦାନ

February 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସୋମବାରଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

୮୩ଟି ବ୍ଳକ ଅନ୍ତର୍ଗତ ୧୯୭ ଜିଲ୍ଲା ପରିଷଦ ସଭ୍ୟ, ୧୪୭୫ ସରପଂଚ, ୧୪୭୫ ସମିତି ସଭ୍ୟ ଓ
ସମସ୍ତ ୱାର୍ଡ ମେମ୍ବର ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ।

୨୦ ହଜାର ୪୮୧ଟି ବୁଥ୍ରେ ୫୬ ଲକ୍ଷ ୫୪ହଜାର ୫୬୯ ଜଣ ଭୋଟର୍ ସେମାନଙ୍କର ମତଦାନ
ସାବ୍ୟସ୍ତ କରିବେ । ବୁଥ୍ ଗୁଡ଼ିକରେଦିନ ୧୨ଟାରେ ଭୋଟ୍ ଗ୍ରହଣ ଶେଷ ହେବ ।

ଅତି ସମ୍ବେଦନଶୀଳ ବୁଥ୍ରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ମାଓ ପ୍ରବଣ
ଜିଲ୍ଲା ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେହିପରି ଆସନ୍ତା ୧୫, ୧୭ ଏବଂ ୧୯ ତାରିଖରେ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଂଚମ ପର୍ଯ୍ୟାୟ
ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ମତଡାନରେ ବାଧାପ୍ରାପ୍ତ ହୋଇଥିବା ୫୭ଟି ବୁଥ୍ରେ ସାନି ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପଂଚାୟତ, ପରିଷଦ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ