• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନରେ ଦୁଇ ସନ୍ତାନ ନୀତି ଉଚ୍ଛେଦ ପାଇଁ ମତ

December 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୮(ଓଡିଶା ଡଟ୍ କମ୍)-ପଞ୍ଚାୟତ ନିର୍ବାଚନରେ ଦଦୁଇ ସନ୍ତାନ ନୀତି ଉଚ୍ଛେଦ କରିବା ନେଇ ରାଜ୍ୟ ସରକାର ତୁରନ୍ତ ଆଇନ ପ୍ରଣୟନ କରନ୍ତୁ ବୋଲି ସ୍ଥାନୀୟ ରେଡ଼୍କ୍ରସ ଭବନରେ ଆୟୋଜିତ ମହିଳା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି ।

ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ୍ ସେଣ୍ଟର (ପିକ୍କ) ଓ ଦି ହଙ୍ଗର ପ୍ରେଟେକ୍ଟର (ଟିଏଚ୍ପି) ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଉପସ୍ଥିତ ପଞ୍ଚାୟତ ରାଜ ମହିଳା ପ୍ରତିନିଧି ମାନେ ପଂଚାୟତ ନିର୍ବାଚନରେ ଥିବା ଦୁଇ ସନ୍ତାନ ନୀତିକୁ ବିରୋଧ କରିବା ସହ ତୁରନ୍ତ ଏହାକୁ ଉଚ୍ଛେଦ କରିବାପାଇଁ ଉପସ୍ଥିତ ବିଧାୟକ ମାନଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ପିକକ୍ ର ସଂପାଦକ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗଦେଇ ଭୁବନେଶ୍ୱର (ଉତ୍ତର) ବିଧାୟକ ଭାଗିରଥି ବଡ଼ଜେନା କହିଲେ ମହିଳା ମାନେ ନିଜକୁ ଦୁର୍ବଳା ବା ଅବଳା ନଭାବି ସମାଜରେ ନିଜର ଅଧିକାର ସାବ୍ୟସ୍ତ କରିବାପାଇଁ ଆଗେଇ ଆସିବା ଉଚିତ୍ ।

ପଞ୍ଚାୟତ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର କ୍ଷମତା ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ ନିର୍ବାହ କଲେ ସାଧାରଣ ଲୋକ ଗଣତନ୍ତ୍ରର ପ୍ରକୃତ ସ୍ୱାଦ ପାଇ ପାରିବେ ବୋଲି ବିଧାୟକ ଶ୍ରୀଯୁକ୍ତ ବଡ଼ଜେନା କହିଥିଲେ ।

ବିଧାୟକ ମୁକୁନ୍ଦ ସୋଦି ଆଲୋଚନାରେ ଅଂଶଗ୍ରହଣ କରି, ମହିଳାମାନେ ଗ୍ରାମସଭା ଓ ପଲ୍ଲୀସଭାରେ ଅଂଶଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଧାୟକ ବିଜୟ ମହାନ୍ତି ନିଜର ବକ୍ତବ୍ୟ ରଖି ପଞ୍ଚାୟତ ପ୍ରତିନିଧିମାନେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ବିଧାୟକ ଝିନ୍ ହିକ୍କା ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ଏହାର ସୁଫଳ କିପରି ଅଧିକତର ଭାବେ ବିଭିନ୍ନ ବର୍ଗର ଲୋକ ପାଇପାରିବେ, ସେ ଦିଗରେ ପଞ୍ଚାୟତକୁ ନିର୍ବାଚିତ ମହିଳା ପ୍ରତିନିଧିମାନେ ଯତ୍ନବାନ୍ ହେବା ଉଚିତ୍ ବୋଲି ସେ କହିଥିଲେ ।

ପିକକ୍ ର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି କର୍ମଶାଳା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଶେଷରେ ପିକକ୍ର କାର୍ଯ୍ୟକ୍ରମ ପରିଚାଳିକା ଜ୍ୟୋତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୁମିତ୍ରା ସାମନ୍ତରାୟ, ସୁଲୋଚନା ଭୋଇ, ପ୍ରତିମା ମହାନ୍ତି, ସଂଯୁକ୍ତା ପରିଡ଼ା, ବାସନ୍ତି ସାହୁ ପ୍ରମୁଖ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ପ୍ରସଂଗରେ ବିଧାୟକ ମାନଙ୍କ ସହ ମତ ବିନିମୟ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପଞ୍ଚାୟତ ନିର୍ବାଚନ, ପିକକ୍, ବିଧାୟକ ଝିନ୍ ହିକ୍କା, ରେଡ଼୍କ୍ରସ ଭବନ

ଚତୁର୍ଥ ପର୍ଯ୍ୟାୟରେ ୭୦.୬୬ ପ୍ରତିଶତ ମତଦାନ

February 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୭୦.୬୬ ପ୍ରତିଶତ ମତଦାନ ହୋଇଛି ।

ଜଗତସିଂହପୁର ଏବଂ ଗଜପତି ଜିଲ୍ଲାରେ ସର୍ବାଧିକ ୭୮ ପ୍ରତିଶତ ଓ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୬୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

୨୭ଟି ଜିଲ୍ଲାର ୬୭ ବ୍ଳକ ଅନ୍ତର୍ଗତ ୧୬୪ଟି ଜିଲ୍ଲାପରିଷଦ ସଭ୍ୟ, ୧୧୫୧ ସରପଞ୍ଚ, ୧୧୫୧ ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ହୋଇଥିଲା ।

ମୋଟ୍ ୧୬,୩୬୨ଟି ବୁଥ୍ ରେ ୪୬ ଲକ୍ଷ ୪୭ ହଜାର ୧୯୭ ଜଣ ଭୋଟର ସେମାନଙ୍କ ମତଦାନ
ସାବ୍ୟସ୍ତ କରିଛନ୍ତି ।

କେତେକ ସ୍ଥାନରେ ହିଂସାକାଣ୍ଡ, ଭୋଟ୍ ବାକ୍ସ ଲୁଟ୍, ଭୋଟ୍ ବାକ୍ସ ପୋଡ଼ି ଭଳି ଘଟଣା ଘଟିଛି । ରବିବାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ପଞ୍ଚାୟତ ନିର୍ବାଚନ

ତୃତୀୟ ପର୍ଯ୍ୟାୟରେ ୬୯ ପ୍ରତିଶତ ମତଦାନ

February 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ବୁଧବାର ଅନୁଷ୍ଠିତ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୬୯ ପ୍ରତିଶତ ମତାନ ହୋଇଛି ।

ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୫ ପ୍ରତିଶତ ଓ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ୫୦ ପ୍ରତିଶତ ମତାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ସମସ୍ତ ଜିଲ୍ଲାର ୧୮୮ଟି ଜିଲ୍ଲା ପରିଷ ସଭ୍ୟ, ୧୩୫୦ଟି ସରପଂଚ ଓ ୧୩୫୦ ସମିତି ସଭ୍ୟ ସମେତ
ସବୁ ୱାର୍ଡମେମ୍ବର ପବୀ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା ।

ଏଥିପାଇଁ ୧୯ ହଜାର ୬୮ଟି ବୁଥ୍ରେ ୫୩ଲକ୍ଷ ୮୮ ହଜାର ୬୬୪ଜଣ ଭୋଟର ସେମାନଙ୍କର
ମତାନ ସାବ୍ୟସ୍ତ କରିଛନ୍ତି ।

ବିଭିନ୍ନ କାରଣରୁ ନଅଟି ଜିଲ୍ଲାର ୧୪ଟି ବ୍ଲକରେ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ବୌଦ୍ଧ

ପ୍ରଥମ ପର୍ଯ୍ୟାୟରେ ୬୮ ପ୍ରତିଶତ ମତଦାନ

February 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୮.୩୧ ପ୍ରତିଶତ ମତଦାନ ହୋଇଛି ।

କଟକ ଜିଲ୍ଲାରେ ସର୍ବାଧିକ ୮୨ ପ୍ରତିଶତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ୫୨ ପ୍ରତିଶତ ମତଦାନ ହୋଇଛି ।

ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଓ ହିଂସା ଦେଖାଦେଇଥିବା ସତ୍ୱେ ମୋଟାମୋଟି ଭାବେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ଶନିବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୮୨ ବ୍ଲକର ୧୯୪ଟି ଜିଲ୍ଲାପରିଷ ଜୋନ୍ ରୁ ଏହି ମତଦାନ ହୋଇଛି । ଏଥିରେ ମୋଟ୍ ୧୪୫୪ଟି ଗ୍ରାମପଞ୍ଚାୟତର ୨୦୨୮ଟି ବୁଥ୍ ରେ ୫୬ ଲକ୍ଷ ୨୬ ହଜାର ୨୭୫ ଜଣ ଭୋଟର୍ ଭୋଟ୍ ଦେଇଛନ୍ତି ।

ଅନୁଗୁଳ ଜିଲ୍ଲାରେ ୭୨ ପ୍ରତିଶତ, ବାଲେଶ୍ୱରରେ ୬୫ ପ୍ରତିଶତ, ବରଗଡ଼ରେ ୭୭ ପ୍ରତିଶତ, ଭଦ୍ରକରେ ୭୭ ପ୍ରତିଶତ , ବଲାଙ୍ଗୀରେ ୫୫, ବୌଦ୍ଧରେ ୬୫, ଗଜପତିରେ ୭୦, ଗଂଜାମରେ ୭୦ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଛି ।

ଭୋଟ୍ ଦାନ ସମୟରେ କେତେକ ସ୍ଥାନରେ ଭୋଟ୍ ବାକ୍ସ ଲୁଟ୍ ଏବଂ ବାଲାଟ କାଗଜରେ ତୃଟି ଯୋଗୁଁ ନଅଟି ସ୍ଥାନରେ ପୁନଃ ନିର୍ବାଚନ ପାଇଁ ସ୍ଥିର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ମତଦାନ

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ

February 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶନିବାର ଆରମ୍ଭ ହୋଇଛି ।

ସମସ୍ତ ୩୦ଟି ଜିଲ୍ଲାର ୮୨ଟି ବ୍ଲକ ୧୪୫୨ଟି ପଞ୍ଚାୟତ ଏବଂ ୧୯୪ଟି ଜିଲ୍ଲା ପରିଷଦ ଜୋନ୍ ରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟାରେ ଏହା ଶେଷ ହୋଇ ୧ଟାରେ ଗଣତି ହେବ ।

ମତଦାନ ପାଇଁ ସଂପୃକ୍ତ ବୁଥ୍ ଗୁଡ଼ିକରେ ପୋଲିସ ମୁତୟନ କରାଯାଇଥିବା ବେଳେ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ଶୁକ୍ରବାର ମାଓବାଦୀଙ୍କ ବିସ୍ଫୋରଣ ପରେ କୋରାପୁଟ ଜିଲ୍ଲା କୁଡ଼ୁମୁଲୁଗୁମ୍ମା ବ୍ଲକରେ ଭୋଟ୍ ଗ୍ରହଣ ବନ୍ଦ କରାଯାଇଛି ଏବଂ ସେଠାରେ ଆସନ୍ତା ୧୯ରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ସେହିପରି ଆସନ୍ତା ୧୩, ୧୫, ୧୭ ଏବଂ ୧୯ ତାରିଖରେ ଯଥାକ୍ରମେ ଦ୍ୱିତୀୟ ତୃତୀୟ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କାଲିମେଳା ବ୍ଲକ, ପଞ୍ଚାୟତ ନିର୍ବାଚନ

ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ଗଣମାଧ୍ୟମ ଉପରେ କଟକଣା

February 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଏନେଇ କଟକଣା ଜାରି କରାଯାଇଛି ।

ରାଜନୈତିକ ଦଳ ସମେତ କୌଣସି ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ମୃଦ୍ରଣ ମାଧ୍ୟମରେ କେହି ପ୍ରଚାର କରିପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପର୍ଯ୍ୟାୟରେ ସମସ୍ତ ଜିଲ୍ଲାର ୮୨ଟି ବ୍ଲକ, ୧୯୪ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୧୪୫୪ଟି ଗ୍ରାମ ପଞ୍ଚାୟତରେ ଭୋଟ୍ ଗ୍ରହଣ ହେବ ।

ସଂପୃକ୍ତ ଅଞ୍ଚଳ ଗୁଡ଼ିକରେ ଭୋଟ୍ ଗ୍ରହଣ ପାଇଁ ଗୁରୁବାର ସଂଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ସମୟ ମଧ୍ୟରେ କୌଣସି ପ୍ରଚାର ସଭା କାର୍ଯ୍ୟ, ଶୋଭାଯାତ୍ରା କିମ୍ବା ମାଇକ୍ ଯୋଗେ ପ୍ରଚାର କରାଯାଇପାରିବ ନାହିଁ ।

୧୧ତାରିଖ ସକାଳ ୭ଟାରୁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଏହାର ୩୬ ଘଂଟା ପୂର୍ବରୁ ଏହି
କଟକଣା ଜାରି କରାଯାଇଛି । ସେହିପରି ଆସନ୍ତା ୧୩, ୧୫, ୧୭ ଏବଂ ୧୯ ତାରିଖରେ ଚାରୋଟି
ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣମାଧ୍ୟମ, ପଞ୍ଚାୟତ ନିର୍ବାଚନ

ଭଦ୍ରକ: ୫ ସନ୍ତାନର ଜନକ ସତ୍ୱେ ସରପଞ୍ଚ ପ୍ରାର୍ଥୀ

February 9, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ପାଞ୍ଚଟି ସନ୍ତାନର ଜନକ ହୋଇ ମଧ୍ୟ ଜଣେ ବ୍ୟକ୍ତି ସରପଞ୍ଚ ଭାବେ ନିର୍ବାଚନ ଲଢୁଛନ୍ତି ।

ଏ ସଂପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ଦୁଇରୁ ଅଧିକ ପିଲା ଥିବେ ସେମାନେ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିପାରବେ ନାହିଁ ବୋଲି ସରକାରଙ୍କ ଗ୍ରାମ ପଞ୍ଚାୟତ ଆଇନ ୧୯୯୫ରେ ଉଲ୍ଲେଖ କରାଯାଇଛି ।

ପାଞ୍ଚଟି ସନ୍ତାନ ଥିବା ସତ୍ୱେ ଭଣ୍ଡାରିପୋଖରୀ ବ୍ଲକ ଅର୍ନ୍ତଗତ କାବରଙ୍ଗ ପଞ୍ଚାୟତର ଭାଗିରଥି ସେଠୀ ସରପଞ୍ଚ ପ୍ରାର୍ଥୀ ପାଇଁ ପ୍ରତିନ୍ଦ୍ୱନ୍ଦୀତା କରୁଥିବା ସ୍ୱାଧିନ ପ୍ରାର୍ଥୀ ବସନ୍ତ କୁମାର ଖିଲାର ଅଭିଯୋଗ କରିଛନ୍ତି ।

ସେଠୀଙ୍କର ପ୍ରଥମ କନ୍ୟା ସନ୍ତାନ ୧୯୮୮ ରେ,ଦ୍ୱିତୀୟ ୧୯୯୧ରେ, ତୃତୀୟ ୧୯୯୨ରେ ଜନ୍ମ
ହୋଇଥିବାବେଳେ,ଚତୁର୍ଥ ପୁତ୍ର ସନ୍ତାନ ୧୯୯୫ରେ ଜନ୍ମ ହୋଇଥିବା ସ୍କୁଲ ଆଡ଼ମିଶନ ରେକର୍ଡ଼ରୁ ଜଣାପଡ଼ିଛି ।

ଏହା ବ୍ୟତୀତ ତାଙ୍କର ପଞ୍ଚମ ସନ୍ତାନ ୧୯୯୭ରେ ଜନ୍ମ ହୋଇଥିଲେ ମଧ୍ୟ ଚଞ୍ଚକତା ପୂର୍ବକ ସ୍କୁଲରେ
ନାମ ଲେଖା ସମୟରେ ଜନ୍ମ ତାରିଖକୁ ବଦଳାଇ ଉକ୍ତ ସନ୍ତାନକୁ ନିଜ ଭାଇ ଜଗବନ୍ଧୁଙ୍କ ସନ୍ତାନ ଭାବେ
ଦର୍ଶାଇଥିବା ଅଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟରୁ ଜଣାପଡ଼ିଛି, ଦାଖିଲଦାର ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ନିର୍ବାଚନ ଆଚରଣ ବିଧି ସମ୍ପର୍କିତ କର୍ମଶାଳାରେ ସମସ୍ତ ଅଧିକାରୀ ମାନେ ନିର୍ବାଚନକୁ ନେଇ ନିରପେକ୍ଷତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କମିଶନ, ପଞ୍ଚାୟତ ନିର୍ବାଚନ

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ନେତାଙ୍କ ନିର୍ବାଚନ ପ୍ରଚାର

February 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନି ରାଜନୈତିକ ଦଳର ପ୍ରମୁଖ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋର୍ ସୋର୍ରେ ପ୍ରଚାର ଚଳାଇଛନ୍ତି ।

ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ ସୋମବାର ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।

ଜୁଏଲ ପାଇକପୁର ପଞ୍ଚାୟତରେ ଦଳୀୟ କର୍ମୀଙ୍କ ଗହଣରେ ଏକ ପଦଯାତ୍ରାରେ ଘରଘର ବୁଲି ପ୍ରଚାର କରିବା ସହ ବିଜେପି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି ।

ସେହିପରି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରଚାର କରିଥିବା ବେଳେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜଗଦିଶ ଟାଇଟଲର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯାଜପୁରରେ ପ୍ରଚାର କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ରାଜନୀତି Tagged With: କଂଗ୍ରେସ, ପଞ୍ଚାୟତ ନିର୍ବାଚନ, ବିଜେଡ଼ି, ବିଜେପି

ପଞ୍ଚାୟତ ନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନଙ୍କ ପ୍ରଚାର

January 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ରବିବାର ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରାମଲୀଳା ମଇଦାନରେ ପ୍ରଥମ ନିର୍ବାଚନ ସଭାରେ ଯୋଗଦେଇ ନବୀନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ୱାନ ଦେଇଛନ୍ତି ।

ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ସଭାରେ ନବୀନ ଦଳର ବିଭିନ୍ନ ସଫଳ ଯୋଜନା ଗୁଡ଼ିକ ଉପରେ ଆଲୋକପାତ କରିଥିଲେ ।

ଆସନ୍ତା ଫେବୃୟାରୀ ୧୧ରୁ ୧୯ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ମୁଖ୍ୟମନ୍ତ୍ରୀ

କେବଳ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଦଳୀୟ ମାନ୍ୟତା

January 20, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନ କେତେକ କଟକଣା ଜାରି କରିଥିବା ବେଳେ କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଦଳୀୟ ମାନ୍ୟତା ନିଆଯାଇଛି ।

ପ୍ରାର୍ଥୀମାନେ ନିଜକୁ କୌଣସି ଦଳର ସମର୍ଥିତ ପ୍ରାର୍ଥୀ ବୋଲି ପ୍ରଚାର କରିପାରିବେ ନାହିଁ କିମ୍ବା ଦଳୀୟ ନେତାଙ୍କ ଫଟୋକୁ ବ୍ୟବହାର କରିପାରିବେ ନାହିଁ ବୋଲି ଶୁକ୍ରବାର କମିଶନ ପକ୍ଷରୁ କୁହାଯାଇଛି ।

ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀଙ୍କୁ କୌଣସି ଦଳୀୟ ସଂକେତ ଦିଆଯାଇ ନାହିଁ ବୋଲି କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ପଠାଯାଇଛି ।

ତେବେ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ନିଜକୁ ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ପ୍ରଚାର କରୁଛନ୍ତି । ତେଣୁ ନିର୍ବାଚନ ଆଚରଣବିଧି ଅନୁଯାୟୀ ଏମାନେ ବ୍ୟାନର ବା ପୋଷ୍ଟରରେ ନିଜକୁ କୌଣସି ଦଳର ସମର୍ଥିତ ପ୍ରାର୍ଥୀ ବୋଲି ଲେଖି ପାରିବେ ନାହିଁ ।

ଏହାସହ ସେମାନେ କୌଣସି ରାଜନୈତିକ ଦଳର ନେତାଙ୍କ ଫଟୋ ବ୍ୟାନର ବା ପୋଷ୍ଟରରେ ଲଗାଇ
ପାରିବେ ନାହିଁ । ଏଭଳି କାର୍ଯ୍ୟ କଲେ ତାହା ନିର୍ବାଚନ ଆଚରଣବିଧି ଉଲଂଘନ ବୋଲି ଧରି ନିଆଯିବ ।

ତେବେ କମିଶନଙ୍କ ଏଭଳି ପଦକ୍ଷେପକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆସନ୍ତା ଫେବୃୟାରୀ ୧୧ରୁ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ କମିଶନ, ପଞ୍ଚାୟତ ନିର୍ବାଚନ

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ