• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପଞ୍ଚାୟତ

ଓଡିଆରେ ସବୁ ଆଇନର ଅନୁବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ବର,ମଇ ୨୫ (ଓଡିଶା ଡଟ କମ) : ରାଜ୍ୟ ବିଧାନସଭାରେ ଆଗତ ହେବାକୁ ଥିବା ସବୁ ବିଲ୍, ଅଧ୍ୟାଦେଶ, ନିୟମାବଳୀ ଓ ସଂଶୋଧନ ଇତ୍ୟାଦି ସହ ବର୍ତ୍ତମାନ ପ୍ରଚଳିତ ସବୁ ଗୁରୁତ୍ୱପୂର୍ଣ୍ଣ ଆଇନ ଓ ନିୟମାବଳୀ ର ଓଡିଆ ଅନୁବାଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅନୁବାଦ ପାଇଁ ଆବଶ୍ୟକ ମାନବସମ୍ବଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି ଏହି କାର୍ଯ୍ୟକୁ ସମୟବଦ୍ଧ ଭାବରେ ସାରିବା ପାଇଁ କହିଥିଲେ।

law-booksଏଥିପାଇଁ ବିଧି ବିଭାଗ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହା ଦ୍ଵାରା ସାଧାରଣ ଲୋକଙ୍କ ଆଇନ ସଚେତନତାର ବୃଦ୍ଧି ଘଟିବ ।

ସୋମବାରେ ସଚିବାଳୟରେ ଆଇନ ବିଭାଗର କାର୍ଯ୍ୟସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ପଞ୍ଚାୟତରେ ଆଇନ ସହାୟତା କେନ୍ଦ୍ର ଖୋଲାଯିବ ।

ସେହିପରି ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୱାକଫ୍ ବୋଡ, ହଜ କମିଟି, ସର୍ଭେ କମିଶନର ଏବଂ ତାଲିକା ପେନସନ ଆଦି ସମଗ୍ର ୱାକଫ୍ ପ୍ରଶାସନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଅଧୀନରେ ଏଣିକି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆଇନ କମିଶନର ବିଚାର ପୂର୍ବରୁ ରାଜ୍ୟର ସମସ୍ତ ଅବ୍ୟବହୃତ ଓ ପୁରୁଣା କାଳିଆ ଆଇନର ତର୍ଜମା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ଏବଂ ଏହାକୁ ବାଦ ଦେବା ବା ଏଥିରେ ପରିବହନ କରିବା ସଂକ୍ରାନ୍ତୀୟ ପ୍ରସ୍ତାବ ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିଭିନ୍ନ କୋର୍ଟ ମାନଙ୍କରେ ନିଯୁକ୍ତି ଆଇନ ଅଧିକାରୀ ମାନଙ୍କ କାର୍ଯ୍ୟର ନିୟମିତ ସମୀକ୍ଷା ସହିତ ସରକାରଙ୍କ ବିଭିନ୍ନ ବିଭଗର ନିଯୁକ୍ତି ପ୍ରକ୍ରିୟା ଯେପରି କୋର୍ଟ କଚେରୀରେ ଝୁଲି ନରୁହେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରାଯିବାସହ ଦୋଷୀ କୁ ଯେପରି ଶୀଘ୍ର ଦଣ୍ଡ ମିଳେ ତା’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। ଏଥିପାଇଁ ସ୍ଵତନ୍ତ୍ର ଓକିଲ ନିଯୁକ୍ତି କରିବା ସହିତ ଏସବୁ ମକୋଦ୍ଦମାର ତାଲିକା ପ୍ରସ୍ତୁତ କରି ଗୃହ ବିଭାଗ ଓ ଆଇନ ବିଭଗ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ଉନ୍ନୟନ କମିଶନର ପଞ୍ଚାୟତ ବିଭାଗର ସଚିବ,ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଏବଂ ଆଇନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଡଟ କମ

News Bureau
News Bureau

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଆ, ପଞ୍ଚାୟତ, ବିଧାନସଭା, ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଓଡ଼ିଆ ଲେଖାପଢା ଜାଣିନଥିବାରୁ ପଦ ହରାଇଲେ ସରପଞ୍ଚ

September 28, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବରି,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – ବରୀ ବ୍ଲକର ବାଲିବିଲ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ବିନିତା ସାମଲ ଓଡ଼ିଆ ଲେଖାପଢା ଜାଣିନଥିବା ଦୃଷ୍ଟିରୁ ତାଙ୍କୁ କୋର୍ଟ ଆଜି ଅଯୋଗ୍ୟ ଘୋଷଣା କରି ସେହି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୁନଃ ନିର୍ବାଚନ ସକାଶେ ଆଦେଶ ଦେଇଛି ।

ଯାଜପୁର ସିଭିଲ ଜଜ୍ ଜୁନିୟର ଡ଼ିଭିଜନର ବିଚାରପତି ସତ୍ୟରଞ୍ଜନ ବେହେରାଙ୍କ ଇଜିଲାସରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ବିନିତା ନିର୍ବାଚନରେ ତାଙ୍କର ୪ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ନିର୍ବାଚିତ ହୋଇଥିଲେ । ନିର୍ବାଚନ ଆଇନକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ନେଇ ଚଂଚଳା ସାମଲ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ, ମହିଳା ସରପଞ୍ଚ, ଯାଜପୁର, ସରପଞ୍ଚ

ମାଓବାଦୀ ସହରର ଉନ୍ନତିରେ ସହଯୋଗ କରନ୍ତୁ: ଜୟରାମ

May 28, 2012 by admin

ଓଡ଼ିଶା ଡ଼ଟ୍ କମ୍ : ରତ୍ନାକର ଦାଶ

ମାଲକାନଗିରି, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମାନେ ବନ୍ଧୁକ ଛାଡ଼ି ଜାତୀୟ ସ୍ରୋତରେ ସାମିଲ ହୋଇ ସହରର ଉନ୍ନତିରେ ସହଯୋଗ କଲେ ସହରର ବିକାଶ ସମ୍ଭବ ହୋଇପାରିବ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି ।

ସୋମବାର ଦିନିକିଆ ମାଲକାନଗିରି ଗସ୍ତରେ ଆସି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ଅବସରରେ ସେ ମାଓବାଦୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି ।

ସହରର ବିକାଶରେ ଯୁବକ ଓ ନାରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ନାରୀ ଓ ଯୁବକମାନେ ସ୍ୱଇଚ୍ଛାରେ ରାଜନୀତିରେ ସାମିଲ ହେଲେ ସହରର ବିକାଶ ପଥରେ ଆଗେଇପାରିବ ବୋଲି ଏକ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ।

ଦିନ ୧୧ଟାରେ ରମେଶ ବିଏସ୍ଏଫ୍ କାର୍ଯ୍ୟାଳୟ ସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇବା ପରେ ସେଠାରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ସ୍ଥାନୀୟ ଆଦିବାସୀମାନେ ସାନ୍ତାଳୀ ଓ ସିଂହ ନୃତ୍ୟ ପରିବେଷଣ କରି ତାଙ୍କୁ ସ୍ୱାଗତ କରିଥିଲେ ।

ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କରାଯାଇଥିବା ଆମ୍ବ ଓ ଲିଚୁ ବଗିଚା ଦେଖିବା ସହିତ ଚାଷୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ମନ୍ତ୍ରୀଙ୍କ ସହିତ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ତଥା ତାଙ୍କ ବ୍ୟକ୍ତିଗତ ସଚିବ ଭୀନିଲ କ୍ରିଷ୍ଣା ମଧ୍ୟ ଆସିଥିଲେ ।

ପରେ ପଞ୍ଚାୟତ ପ୍ରତନିଧି ମାନଙ୍କଠାରୁ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣି ସମସ୍ୟା ଦୁରୀକରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ରମେଶ କହିଛନ୍ତି ।

ମାଓ ପ୍ରବଣ ଅଂଚଳର ବିକାଶ ହେଲେ ଆଦିବାସୀ ମାନଙ୍କର ବିକାଶ ସମ୍ଭବ ହୋଇପାରିବ । ସେହିପରି ୨୫୦ରୁ କମ୍ ପରିବାର ବାସ କରୁଥିବା ମାଓ ପ୍ରବଣ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ୧୭ହଜାର ଜଙ୍ଗଲ ଜମି ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ଇନ୍ଦିରା ଆବାସ ଗୃହ ପ୍ରଧାନ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜୟରାମ ରମେଶ, ପଞ୍ଚାୟତ, ବିଏସ୍ଏଫ୍, ମାଲକାନଗିରି

ବଣ୍ଟନ ବ୍ୟବସ୍ଥାରେ ଷ୍ଟୋରେଜ ଏଜେଣ୍ଟ ଉଚ୍ଛେଦ ନିଷ୍ପତ୍ତି

January 14, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ତଥା କଳାବଜାରୀ ବନ୍ଦ କରିବା ଉଦ୍ଦେଶ୍ୟରେ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ୱାଧା କମିଶନଙ୍କ ସୁପାରିଶକୁ ଭିତ୍ତି କରି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ବଣ୍ଟନ ବ୍ୟବସ୍ଥାକୁ ରାଜନୈତିକ ହସ୍ତକ୍ଷେପ ମୁକ୍ତ କରାଯିବ ।

ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯିବ ଓ ଯୋଗାଣ ନିଗମ ଏହି ବଣ୍ଟନ ବ୍ୟବସ୍ଥାର ଦାୟୀତ୍ୱ ବହନ କରି ଅପ୍ରେଲ ୧ ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିବ ।

ରାଜ୍ୟରେ କେନ୍ଦ୍ରୀୟ ଖାଦ୍ୟ ପତ୍ତା ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ କମିଶନ ସୁପାରିଶକୁ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବଣ୍ଟନ ବ୍ୟବସ୍ଥାର ସୁପରିଚାଳନା  ତଥା ତଦାରଖ  ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ । ଗ୍ରାମ ପଞ୍ଚାୟତ ଗୁଡ଼ିକ ନିଜ ଗେ।ଦାମରେ ଏହି ସାମଗ୍ରୀ ଗୁଡ଼ିକୁ ଉଚିତ୍ ମୂଲ୍ୟରେ ଲୋକଙ୍କୁ ବିକ୍ରି କରିବେ ।

ବର୍ତ୍ତମାନ ୮୫୨ ଜଣ ଷ୍ଟୋରେଜ ଏଜେଣ୍ଟ, ୨୬୮୦୪ ରିଟେଲ ଦୋକାନ, ୫୩ଟି ମୈତ୍ରୀ ଦୋକାନ, ପଞ୍ଚାୟତ ଜରିଆରେ ୩୬୪୪ଟି ଦୋକାନ, ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୭୪୧୦ଟି ରିଟେଲ ଆଉଟଲେଟ ଏବଂ ୭୧୯ଟି ସମବାୟ ସଂସ୍ଥା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ଆବଶ୍ୟକ ବଣ୍ଟନ ସାମଗ୍ରୀ ଦିଆଯାଉଛି ।

ବ୍ୟବସ୍ଥାର ପରିଚାଳନା ପାଇଁ ଯୋଗାଣ ବିଭାଗକୁ ଦୁଇ ହଜାର କର୍ମଚାରୀର ଆବଶ୍ୟକତା ରହିଥିବା ବେଳେ ପଞ୍ଚାୟତ ସ୍ତରରେ ଗେ।ଦାମ ନିର୍ମାଣ ପାଇଁ ଆସନ୍ତା ବଜେଟ୍ରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନବୀନ ପଟ୍ଟନାୟକ, ପଞ୍ଚାୟତ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ