• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପଟ୍ଟାମୁଣ୍ଡାଇ

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

January 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତଆମ୍ବେରୀ ଗାଁ ରାସ୍ତା କଡ଼ରୁ ଶୁକ୍ରବାର ସ୍ଥାନୀୟ ଲୋକମାନେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାରକରିଥିବା ପୋଲିସ କହିଛି ।

ଉଦ୍ଧାର ହୋଇଥିବା ଶିଶୁକୁ ଜିଲ୍ଲା ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ଏବଂ ତା’ର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି ବୋଲି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ କହିଛନ୍ତି । ତା’ର ପିତା ମାତାଙ୍କୁ ଠାବ କରିବା ପାଇଁ ପୋଲିସ ଚେଷ୍ଟା ଜାରିରଖିଛି, ସେ କହିଛନ୍ତି ।

ସକାଳେ ଏକ ବୁଦାମୂଳରେ ଶିଶୁଟି କାନ୍ଦୁଥିବା ବେଳେ କେତେକ ଗ୍ରାମବାସୀ ଏହା ଶୁଣି ତାପାଖକୁ ଯାଇଥିଲେ, ଖାିଆନ୍ତ ପଂଚାୟତ ସରପଂଚ କଳାକାର ପ୍ରଧାନ କହିଛନ୍ତି ।

ଶିଶୁଟି କେତେ ସମୟ ଧରି ରାସ୍ତାରେ ପଡ଼ିରହିଥିଲା ସେସଂପର୍କରେ କିଛି ଜଣାପଡ଼ିନାହିଁ । ତେବେ ତା’ ଦେହରେ ନାଭିନାଡ଼ ଲାଗିରହିଛି ।

ତା’କୁ କେତେକ ଗ୍ରାମବାସୀ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଇନ ଅନୁଯାୟୀ ବର୍ତମାନ ଜିଲ୍ଲା ଶିଶୁ ବିକାଶ କମିଟି ତାର ଦାୟିତ୍ୱ ନେଇଥିବା ବେଳେ କୋରୁଆ ଗ୍ରାମର ଏକ ଅନାଥାଶ୍ରମକୁ ଯତ୍ନ ନେବାକୁ କୁହାଯାଇଛି ।

ପୂର୍ବରୁ ଗତ ନଭେମ୍ବରରେ କଟକ ରେଳ ଷ୍ଟେସନ ନିକଟରୁ ଏକ କାର୍ଟୁନ ମଧ୍ୟରୁଦୁଇଟି ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିବା ବେଳେ ଏହାର ଦୁଇଦିନ ପରେ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ନିକଟରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ପଟ୍ଟାମୁଣ୍ଡାଇ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ