• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପରିବେଶ

ଜଙ୍ଗଲ ଅଧିକାରର ଯୁଗ ଶେଷ !

May 14, 2018 by ଘାସିରାମ ପଣ୍ଡା Leave a Comment


ଜଙ୍ଗଲ ଅଧିକାର ଆଇନ ପ୍ରଣୀତ ହେବା ଦିନ ଠାରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାର ବିରୋଧ କରି ଆସୁଛନ୍ତି । ଏହି ଆଇନ କାର୍ଯ୍ୟକାରି ନକରିବାକୁ ଆବେଦନ ଏବେ ବି ନ୍ୟାୟାଳୟର ବିଚାରାଧିନ ଅଛି । ଆଇନ କାର୍ଯକାରୀ ହେଲେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକେଇବ, ବାଘ ସମେତ ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଜୀବନ ବିପନ୍ନ ହେବ ଏମିତି କିଛି ଯୁକ୍ତି ଜଙ୍ଗଲ ଅଧିକାର ଆଇନ ବିରୁଦ୍ଧରେ ରଖାଯାଇଛି ।

୨୦୦୮ରେ ଏହି ଆଇନକୁ କାର୍ଯ୍ୟକାରି କରିବା ପାଇଁ ନୀୟମାବଳୀ ପ୍ରଣୀତ ହେଲା । ଏହା ସତ୍ୱେ ନ୍ୟାୟାଳୟରେ ବିଚାରାଧିନ ଥିବା କାରଣରୁ ଆଇନର କାର୍ଯ୍ୟକାରିତାରେ ବର୍ଷେ ବିଳମ୍ବ ହେଲା । ପରେ ନ୍ୟାୟାଳୟଙ୍କ ନିର୍ଦ୍ଦେଷ ମୂତାବକ ୨୦୦୯ ପର ଠାରୁ ଆମ ରାଜ୍ୟରେ ଏହା କାର୍ଯ୍ୟକାରି ହୋଇ ଆସୁଛି । ଏହାରି ଭିତରେ ଆଠ ବର୍ଷ ବିତିଗଲାଣି ।

ଜଙ୍ଗଲ ଅଧିକାର ଆଇନ ପ୍ରକୃତରେ ପରିବେଶ ପ୍ରତିକୂଳ ହୋଇଥିଲେ ଏପର୍ଯନ୍ତ ଏହା ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ମିଳି ସାରିଥାନ୍ତା ! ଏଣୁ ପରିବେଶ ଓ ବନ୍ୟ ଜନ୍ତୁଙ୍କ ଅସୁରକ୍ଷା ଏହାକୁ ବିରୋଧ କରିବାର ପ୍ରକୃତ କାରଣ ନୁହେଁ । ଅସଲ କଥାଟି ହେଉଛି ଏହି ଆଇନର ସଫଳ କାର୍ଯକାରିତାରେ ଦୀର୍ଘ ଦିନ ଧରି ନିଜ କତ୍ତୃତ୍ୱ ଓ କ୍ଷମତା ଦେଖାଇ ଆସୁଥିବା ଜଙ୍ଗଲ ବିଭାଗ ଅଧିନରୁ କିଛି ଜଙ୍ଗଲ ଅଂଚଳ ଲୋକଙ୍କ ନିୟନ୍ତ୍ରଣାଧିନ ହେବ ।

ଜଙ୍ଗଲ ଅଧିକାର ଆଇନର ପ୍ରାରମ୍ଭରେ ଏକଥା ଉଲ୍ଲେଖ ଅଛି ଯେ, ବନବାସୀମାନେ ପୁରୁଷାନୁକ୍ରମେ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ଆସୁଛନ୍ତି । ଜଙ୍ଗଲକୁ ନେଇ ସେମାନଙ୍କର ଜୀବିକା ଓ ପରିଚିତି । ଏହା ସତ୍ୱେ ସ୍ୱାଧିନୋତ୍ତର ଭାରତ ବର୍ଷରେ ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ଅନୁପ୍ରବେଶ ଓ ଅପରାଧ ଭାବରେ ଜଙ୍ଗଲ ବିଭାଗ ବିବେଚନା କରୁଥିଲେ । ଏଥି ଯୋଗୁଁ ବନବାସୀମାନେ ଅତ୍ୟାଚାର ଓ ଶୋଷଣର ଶିକାର ହେଉଥିଲେ ।

ଏହା ବିରୁଦ୍ଧରେ ସମଗ୍ର ଭାରତ ବର୍ଷରେ ହୋଇଥିବା ପ୍ରବଳ ଜନ ଆନ୍ଦୋଳନର ଚାପରେ ତକ୍ରାଳିନ ସରକାର ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କଲେ । ବନବାସୀଙ୍କ ପାରମ୍ପରିକ ଅଧିକାରର ପୁନଃ ସ୍ୱୀକୃତି ସହ ସେମାନଙ୍କ ପ୍ରତି ହୋଇଥିବା ଏ÷÷ତିହାସିକ ଅନ୍ୟାୟ ଦୂର କରିବାକୁ ଏହି ଆଇନ ପ୍ରତିଶୃତିବଦ୍ଧ । ଏହି ଆଇନର ଆଉ ଏକ ବିଶେଷତ୍ୱ ହେଲା ଅଧିକାରର ସ୍ୱୀକୃତି ପ୍ରକ୍ରିୟା ଗ୍ରାମସଭା ମାଧ୍ୟମରେ ହେବ ।

ଅର୍ଥାତ କେତେ ଜଙ୍ଗଲାଂଚଳ ଲୋକଙ୍କ ଅଧିକାର ପରିସରକୁ ଆସିବ ତାହା ଲୋକେ ସ୍ଥିର କରିବେ । ଅନ୍ୟ ଜମୀଜମା ଆଇନ ଭଳି ଏଥିରେ ସରକାରୀ ଅଧିକାରୀଙ୍କୁ ଗୁରୁତ୍ୱ ଦିଆଯାଇ ନାହିଁ ଓ ନିଷ୍ପତ୍ତି ନିର୍ଣ୍ଣୟ କରିବା ପ୍ରକ୍ରୟାରେ ଲୋକଙ୍କ କ୍ଷମତାକୁ ଦୃଢ କରାଯାଇଛି । ଏହା ପ୍ରକୃତ ପକ୍ଷେ କ୍ଷମତାର ପଟ୍ଟ ପରିବର୍ତ୍ତନ କରିପାରିଛି । ଗଣତାନ୍ତ୍ରିକ ପ୍ରକ୍ରୟାରେ ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ହେଲେ ବି କ୍ଷମତା ଲୋଭି ଅଧିକାରୀମାନେ ସର୍ବଦା ଜଙ୍ଗଲ ଅଧିକାରର ଅସଫଳତା କାମନା କରି ଆସିଛନ୍ତି ।

ନୀୟମଗିରୀରେ ଖଣି ଖନନ ଓ ଢିଙ୍କିଆରେ କାରଖାନା ସ୍ଥାପନ ପରିପ୍ରେକ୍ଷିରେ ସ୍ଥାନୀୟ ଅଧିବାସୀ ଜଙ୍ଗଲ ଅଧିକାର ଆଇନକୁ ବ୍ୟବହାର କରି ନିଜର ଅଧିକାର ଜାହିର କରିସାରିଛନ୍ତି । ଏପରି କିଛି ହାତ ଗଣତି ସଫଳତାକୁ ଛାଡିଦେଲେ ଜଙ୍ଗଲ ଅଧିକାର ଆଇନ ଲୋକଙ୍କ ପାଖକୁ ପହଂଚି ପାରିନାହିଁ । ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ୱୀକୃତି ପ୍ରଦାନରେ ଆମ ରାଜ୍ୟ ସରକାର ଦେଶରେ ସର୍ବାଧିକ ପରିବାରକୁ ସ୍ୱୀକୃତି ପତ୍ର ଦେଇଛନ୍ତି ଓ ଏଥିପାଇଁ ବାହାବା ନିଅନ୍ତି ।

ଆଇନ ଅନୁଯାୟୀ ବନବାସୀମାନେ ଯେତେ ଜମୀରେ ପାରମ୍ପାରିକ ଭାବରେ ଜୀବନଜୀବିକା ପାଇଁ ନିର୍ଭର କରୁଛନ୍ତି ତାରି ଉପରେ ସ୍ୱୀକୃତି ନାମା ପାଇ ପାରିବେ । ଏହା ଅତି ବେଶିରେ ୧୦ ଏକର ପର୍ଯ୍ୟନ୍ତ ହୋଇ ପାରିବ । ହେଲେ ହାରାହାରି ଭାବରେ ଆମ ରାଜ୍ୟରେ ବନବାସୀମାନେ ପରିବାର ପିଛା ଦେଢ ଏକରରୁ ଅଧିକ ଉପରେ ସ୍ୱୀକୃତି ପାଇ ନାହନ୍ତି । ଏବେବି ସୁରକ୍ଷିତ ଓ ସଂରକ୍ଷିତ ଜଙ୍ଗଲରେ ଥିବା ସେମାନଙ୍କ ଅଧିକାର ସ୍ୱୀକୃତ ହୋଇନାହିଁ ।

ଯଦି ଜଣେ ପାଂଚ ଏକର ଜମୀ ପାରମ୍ପରିକ ଭାବେ ଦଖଲ କରି ଆସୁଥିଲେ, ସେଥିପାଇଁ ଦାବୀ ଆବେଦନ କରିଥିଲେ ହେଲେ ଦେଢ ଏକର ଉପରେ ସ୍ୱୀକୃତି ପାଇଲେ ଏହା ତାଙ୍କର ଲାଭ ହେଲା ନା କ୍ଷତି ? ଦେଢ ଏକର ବାହାରେ ଆଉ ଯାହା ରହିଲା ନିୟମାନୁଯାୟୀ ଏହା ତାଙ୍କ ହାତରୁ ଚାଲିଗଲା । ଏପରି ଅନେକ ଅଭିଯୋଗ ଥିଲେ ବି ଆଇନଗତ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ଦାବୀପତ୍ରକୁ ଏପର୍ଯ୍ୟନ୍ତ ଗ୍ରହଣକୁ ନିଆଯାଉ ନାହିଁ । ସମୁହିକ ଅଧିକାର କ୍ଷେତ୍ରରେ ତ ସ୍ଥତି ଆହୁରି ସଂଘାତିକ । କଳାହାଣ୍ଡି ଜିଲ୍ଲାର ଜାମଗୁଡା ବାହାଲି ପରେ ଆଉ ଗୋଟିଏ ବି ଗାଁକୁ ବାଉଁଶ ଉପରେ ଅଧିକାର ଦିଆଯାଇ ପାରିନାହିଁ । କେନ୍ଦୁ ପତ୍ରର ମାଲିକାନା ସତ୍ୱ ଏବେ ବି ଜଙ୍ଗଲ ବିଭାଗ ହାତରେ । ଓଡିଶାରେ ହଜାର ହଜାର ଗାଁ ସ୍ୱତଃ ଜଙ୍ଗଲ ସଂରକ୍ଷଣ ଓ ପରିଚାଳନା କରିବାର ଉଦାହରଣ ତିଆରି କରିଛନ୍ତି ।

ଏହି ଆଇନ ଅନୁସାରେ ଏସବୁ ଅଂଚଳ ଏବେ ଲୋକଙ୍କ ମାଲିକାନରେ ରହିବା କଥା । ହେଲେ ଏବେବି ବନ ସଂରକ୍ଷଣ ସମିତି ନାରେ ଜଙ୍ଗଲ ବିଭାଗ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ଜୁଆଙ୍ଗ, ବଣ୍ଡା ଭଳି ନିର୍ଦ୍ଦିଷ୍ଟ ଭାବେ ବିପଦ ସଙ୍କୁଳ ଜନଜାତିଙ୍କ ବାସ ଓ ବସତିର ଅଧିକାର, ଜଙ୍ଗଲ ବସତି ମାନଙ୍କୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଭୃତି ଅବହେଳିତ । ଜଙ୍ଗଲ ବିଭାଗର ସମ୍ପତ୍ତ ଉପରେ ମାଲିକାନାର ଲୋଭ ଓ କ୍ଷମତା ମୋହ ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିକୁ ପ୍ରଭାବିତ କରୁଛି ।

ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରି ଜନ ଆନ୍ଦୋଳନ ଜିତାପଟ ହାସଲ କରିଥିଲେ ବି ପରବର୍ତ୍ତି ସମୟ ମାନଙ୍କରେ ଜଙ୍ଗଲ ବିଭାଗର ପ୍ରଶାସନିକ ଅସହଯୋଗ ଓ ପ୍ରଭାବ ବଳରେ ଜଙ୍ଗଲ ଅଧିକାର ଆଇନକୁ ଅକାମି କରି ନିଜର ପୁର୍ବ ପ୍ରଭାବ ବଜାୟ ରଖିଛନ୍ତି । ୨୦୧୧ ମସିହରେ ଯୁଗ୍ମ ଜଙ୍ଗଲ ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ଫରେଷ୍ଟର ବଦଳରେ ଗାଁ ଲୋକଙ୍କୁ ବନ ସଂରକ୍ଷଣ ସମିତିର ସଂପାଦକ କରାଯାଇଥିଲା ।

ହେଲେ ପରବର୍ତ୍ତି ସମୟରେ ପୁଣି ଏହାକୁ ପରିବର୍ତ୍ତନ କରାଯାଇ ଫରେଷ୍ଟରଙ୍କୁ ସମ୍ପାଦକ କରାଯିବା ପାଇଁ ବିଜ୍ଞପ୍ତି ଜରି କରାଗଲା । ସେହିପରି ଜଙ୍ଗଲ ଅଧିକାର ଆଇନର ଅନୁପାଳନ ପୂର୍ବକ ଲୋକଙ୍କୁ ସାମୁହିକ ବନ ଅଧିକାର ପ୍ରଦାନ ବଦଳରେ ରାଜ୍ୟ କ୍ୟାବିନେଟ ଅନୁମୋଦନରେ ‘ଆମ ଜଙ୍ଗଲ ଯୋଜନା’ ପ୍ରଣୟନ କରି ବିଭାଗ ବନ ଅଂଚଳକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସଫଳ ହେଲେ । ଆଉ ଏବେ କାମ୍ପା ଆଇନ ପ୍ରଣିତ ହେଲାପରେ ଜଙ୍ଗଲ ବିଭାଗର ବଡ ଜିତାପଟ ହୋଇଛି ।

ଏହି ନୂତନ ଆଇନ ଜଙ୍ଗଲ ଅଧିକାର ଆଇନରେ ପ୍ରଦତ୍ତ ଗ୍ରାମସଭାର କ୍ଷମତାକୁ ପ୍ରଭାବିତ କରିବ ଓ ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ପୁନଃ ପ୍ରତିଷ୍ଠିତ ହେବ । ଅନେକଙ୍କ ବଳିଦାନ ଓ ଦୃଢ ଆନ୍ଦୋଳନ ଫଳରେ ପ୍ରଣିତ ଜଙ୍ଗଲ ଅଧିକାର ଆଇନ, ସୁଫଳ ମିଳିବା ପୂର୍ବରୁ କ୍ଷମତାଲୋଭି ପ୍ରଶାସନର ଚକ୍ରବ୍ୟୁହରେ ଆବଦ୍ଧ । ଆଇନ ପ୍ରଣୟନ ହେଲା ପରେ ଢିଲା ପଡି ଯାଇଥିବା ଜନ ଆନ୍ଦୋଳନ ପୁଣି ସକ୍ରିୟ ନହେଲେ ଜଙ୍ଗଲ ଅଧିକାର ଯୁଗର ଅବଶାନ ହିଁ ହେବ ।

ଘାସିରାମ ପଣ୍ଡା

Filed Under: ପରିବେଶ Tagged With: ଜଙ୍ଗଲ, ପରିବେଶ

ବାୟୁରେ ବିଷ

February 28, 2017 by ଓଡିଶା ଡଟ କମ Leave a Comment

ଆମେ କାହିଁକି ଏ ବାସ୍ତବତାକୁ ଅସ୍ୱୀକାର କରୁଛେ ଯେ ଭାରତରେ ନିୟୁତ ନିୟୁତ ଲୋକ, ବିଶେଷକରି ଗରିବ ଶ୍ରେଣୀର; ପ୍ରଦୂଷଣରେ ମୃତ୍ୟୁବରଣ କରୁଛନ୍ତି?

କେନ୍ଦ୍ର ପରିବେଶ ମନ୍ତ୍ରୀ ଅନୀଲ ମାଧବ ଡାଭେ ଅସ୍ୱୀକାର କରିଆସିଛନ୍ତି । ସେ ମନା କରିପାରିବେ ନାହିଁ ଯେ ବାୟୁ ପ୍ରଦୂଷଣ ଭାରତରେ ଗୋଟିଏ ଗୁରୁତର ସମସ୍ୟା ହୋଇପାରିଛି । କିନ୍ତୁ ଏକଥାଟି ଦେଶ ବାହାରୁ କେହି ଆମ ଲୋକଙ୍କୁ କହୁ ସେ ଚାହାନ୍ତି ନାହିଁ ।

ଯେତେବେଳେ ବୋଷ୍ଟନ ସ୍ଥିତ ହେଲଥ୍ ଇଫେକ୍ଟ ଇନ୍ଷ୍ଟିଚ୍ୟୁଟ୍ ଏବଂ ସିଆଟେଲ ସ୍ଥିତ ହେଲଥ୍ ମ୍ୟାଟ୍ରିକସ୍ ଏଣ୍ଡ୍ ଇଭାଲ୍ୟୁସେନ ମିଳିତ ଭାବେ ବିଶ୍ୱରେ ବାୟୁର ସ୍ଥିତି ୨୦୧୭ ନାମକ ଏକ ବିବରଣୀ ପ୍ରକାଶ କଲେ, ସେଠି ବାୟୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟାରେ ଭାରତ ଚୀନ୍ଦେଶର ବହୁପଛରେ ନାହିଁ ବୋଲି କୁହାଯାଇଥିଲା ।

ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଶ୍ରୀ ଡାଭେ ଅଭିଯୋଗ ଆଣିଥିଲେ ଯେ, ‘ଆମେ ଭାରତୀୟମାନେ ବାହାରର କଥାଗୁଡ଼ିକ ଦ୍ୱାରା ବେଶୀ ପ୍ରଭାବିତ ହେଲାଭଳି ମନେ ହେଉଛି ।’ ସେ ପରାମର୍ଶ ଦେଇ କହିଥିଲେ ଯେ ବରଂ ସେ ନିଜର ବିଶାରଦମାନଙ୍କୁ ଅଧିକ ବିଶ୍ୱାସ କରିବେ ଯେମିତି ସେ ‘ନିଜ ସୈନ୍ୟବାହିନୀକୁ ବିଶ୍ୱାସ’ କରିଆସିଛନ୍ତି ।

ଯଦିଓ ସୈନ୍ୟବାହିନୀ ସହ ବିଶାରଦମାନଙ୍କ ସହ ତୁଳନା ତାଳ ଖାଉନାହିଁ; ତେବେ ମନ୍ତ୍ରୀଙ୍କର ଏହି ରିପୋର୍ଟ ପ୍ରତି ପ୍ରତିକ୍ରିୟା ବିଚଳିତ କରୁଛି ନିଶ୍ଚୟ ।

ଯଦିଓ ଏହି ରିପୋର୍ଟରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ଚିହ୍ନଟ କରିବାର ପଦ୍ଧତିକୁ ନେଇ କାହାର କେଉଁଠି ପ୍ରଶ୍ନ ରହିପାରେ, କିନ୍ତୁ ଭାରତରେ ମୃତ୍ୟୁ ଓ ରୋଗବ୍ୟାଧିର ଧାରା ପ୍ରତି ପରିବେଶଜନିତ ସମସ୍ୟାର ଯେ ଢେର୍ ଅବଦାନ ରହିଛି, ଯେଉଁଥିରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ କାରଣ, ତାକୁ ନ୍ୟୁନ କରି କୌଣସି ଯୁକ୍ତି ଉପସ୍ଥାପନ କରିହେବ ନାହିଁ ।

ବିଶ୍ୱ ବାୟୁର ସ୍ଥିତି ୨୦୧୭ ରିପୋର୍ଟରେ ବାୟୁ ପ୍ରଦୂଷଣର ପ୍ରଭାବକୁ ଆକଳନ କଲାବେଳେ ଯେଉଁ ତଥ୍ୟକୁ ଆଧାର କରାଯାଉଛି ତାହା ସବୁ ବାୟୁ ପ୍ରଦୂଷଣ ସମ୍ପର୍କିତ ସରକାରୀ ତଥ୍ୟ ଏବଂ ଗ୍ଲୋବାଲ ବର୍ଡ଼ନ ଅଫ ଡିଜିଜ୍ (ଜିବିଡି) ବା ବିଶ୍ୱର ବେମାର ବୋଝ୍ ରିପୋର୍ଟରୁ ଆସିଛି ।

୧୯୯୦ରୁ ୨୦୧୫ଭିତରେ ୨୫ବର୍ଷ ଧରି ୧୯୫ଟି ଦେଶରୁ ସଂଗ୍ରହ କରାଯାଇଥିବା ତଥ୍ୟ ସବୁ ଏବଂ ବିଶ୍ଳେଷଣକୁ ଏକ ପ୍ରଭାବଶାଳୀ ଢାଂଚାରେ ଏହି ଜିବିଡ଼ି ରିପୋର୍ଟରେ ସ୍ଥାନିତ କରାଯାଇଛି ।

ପ୍ରତ୍ୟେକ ବର୍ଷ ଏହି ରିପୋର୍ଟଟିକୁ ନୂତନଭାବେ ପ୍ରାପ୍ତ ତଥ୍ୟକୁ ନେଇ ପରିବର୍ଦ୍ଧିତ କରାଯାଉଛି । ବିଭିନ୍ନ ଜନସଂଖ୍ୟା, ବୟସ ବର୍ଗ ଏବଂ ସମୟ କାଳ ଭିତରୁ ମିଳୁଥିବା ସ୍ୱାସ୍ଥ୍ୟ ସୂଚନା ସବୁର ଏଠି ସଙ୍କଳନ କରାଯାଇଥାଏ ।

ବାୟୁ ପ୍ରଦୂଷଣକୁ ନେଇ ତଥ୍ୟ, ବିଶେଷକରି ଏଫ୍.ପି.ଏମ୍. (ଯାହା ପ୍ରଦୂଷଣ ଦ୍ୱାରା ବାୟୁକୁ ଅସ୍ପଷ୍ଟ କରିଦିଏ) ଏବଂ ଓଜନ ସମ୍ପର୍କିତ ତଥ୍ୟ ଅନ୍ୟ ସବୁ ସୂଚନା ସହ ମିଳିତ ଭାବେ ଆକଳନ ପାଇଁ ଭିତିଟିଏ ଯୋଗାଇଦିଏ ଯେ କେତେ ମୃତ୍ୟୁ ବାୟୁ ପ୍ରଦୂଷଣ ଯୋଗୁଁ ଘଟିଛି ଏବଂ କେତେ ବାୟୁ ପ୍ରଦୂଷଣ ଶାରୀରିକ ଅକ୍ଷମତା ସହ ଜିଇଁବା ପାଇଁ ବାଧ୍ୟ କରୁଛି ।

ବିଷାକ୍ତ ପଦାର୍ଥ ବିଶେଷକରି ବାୟୁରେ ଥିବା ଏଫ୍.ପି.ଏମ୍.ର ପ୍ରଭାବରେ ଦୀର୍ଘଦିନ ଧରି ରହିଲେ ହୃଦ୍ରୋଗ, ଶ୍ୱାସରୋଗ ସମେତ ତରୁଣ ଓ ବୃଦ୍ଧ ଉଭୟଙ୍କ କ୍ଷେତ୍ରରେ ବଂଚି ରହିବାର ସମୟକାଳ କମି କମି ଯାଏ । ଗୋଟିଏ କଥା ପ୍ରାୟତଃ ପ୍ରତିଷ୍ଠିତ ହୋଇଯାଇଛି ଯେ, ଓଜନ ସଂସ୍ପର୍ଶରେ ଆସିବା ଯୋଗୁଁ ଶ୍ୱାସନଳୀରେ ପ୍ରତିବନ୍ଧକ ସୃଷ୍ଟି ହୋଇ ରୋଗ ଉତ୍ପନ୍ନ ହେଉଛି ।

ଏଭଳି ଏକ ପୃଷ୍ଠଭୂମିରେ ଉକ୍ତ ରିପୋର୍ଟ ଏହି ସିଦ୍ଧାନ୍ତରେ ପହଂଚିଛି ଯେ, ୨୦୧୫ ମସିହାରେ ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁଁ ଯେଉଁ ୪୨ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ସେଥିରୁ ଶତକଡ଼ା ୫୨ଭାଗ ମୃତ୍ୟୁ କେବଳ ଚୀନ୍ ଓ ଭାରତରେ ଘଟିଛି ।

ଚୀନ୍ କିନ୍ତୁ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ସ୍ଥିର ରଖିବା ପାଇଁ ପଦକ୍ଷେପ ନେଇଥିବା ବେଳେ, ଭାରତରେ ମୃତ୍ୟୁସଂଖ୍ୟାଟି ବଢ଼ି ଚାଲିଛି । ଏଥିରେ ସଂଶୟ ସୃଷ୍ଟି କଲାଭଳି କିଛି କାରଣ ନାହିଁ ।

ଗୋଟିଏ ପରେ ଗୋଟିଏ ଶାସନ ଦାୟିତ୍ୱ ନେଉଥିବା ସରକାରମାନେ କେହି ବି ବାୟୁରେ ପ୍ରଦୂଷଣ ସୃଷ୍ଟି କରୁଥିବା ଉପାଦାନଗୁଡ଼ିକର ବୋଝକୁ ହ୍ରାସ କରିବା ପାଇଁ ଯଥେଷ୍ଟ କଠୋର ପଦକ୍ଷେପ ନେବା କ୍ଷେତ୍ରରେ ସଫଳ ହୋଇନାହାନ୍ତି ।

ପୁଣି କେବଳ ଦିଲ୍ଲୀ ଭଳି ମହାନଗରମାନଙ୍କ ଉପରେ ଅଧିକ ଧ୍ୟାନ ଦେଇ ଅନେକ ଛୋଟ ବଡ଼ ସହର ସାମ୍ନା କରୁଥିବା ସଙ୍କଟକୁ ଅଣଦେଖା କରାଯାଇଛି ।

୨୦୧୬ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ.ଏଚ୍.ଓ) ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ୨୦ଟି ସହରର ଏକ ତାଲିକା ପ୍ରସ୍ତୁତ କରିଥିଲେ । ସେ ଭିତରୁ ୧୦ଟି କେବଳ ଭାରତରେ ହିଁ ଅଛନ୍ତି ଏବଂ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି ଆଲ୍ହାବାଦ, କାନପୁର, ଫିରୋଜାବାଦ ଏବଂ ଲକ୍ଷ୍ନୋ ।

କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ର ୨୦୧୫ ମସିହାରେ ଏକ ଅଧ୍ୟୟନ ମୁତାବକ ଯାହାକି ‘ଆମ ନିଜ’ ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଛି, ବନାରସ ହେଉଛି ତିନୋଟି ମାତ୍ରାଧିକ ପ୍ରଦୂଷିତ ସହରମାନଙ୍କ ଭିତରୁ ଅନ୍ୟତମ ।

ଡାଭେ ମହାଶୟ ଅନ୍ତତଃ ଏହି ରିପୋର୍ଟଟିକୁ ଅଣଦେଖା କରିବା କଥା ନୁହେଁ । ଦିଲ୍ଲୀ ଭଳି ମହାନଗରୀରେ ପ୍ରଦୂଷଣର ସ୍ତରକୁ ନେଇ ଅଧିକ ତଥ୍ୟ ଦେଇପାରିବା ପାଇଁ ଭିତ୍ତିଭୂମି ଅଛି ।

ବାୟୁ ପ୍ରଦୂଷଣ ଉପାଦାନ (ପି.ଏମ୍. ୧୦ ଓ ପି.ଏମ୍.୨.୫) ଏବଂ ବାୟୁର ଗୁଣମାନ ମାପିବା ପାଇଁ ଦିଲ୍ଲୀରେ ୧୩ଟି ମନିଟର ଦୈନିକ ତଥ୍ୟ ଯୋଗାଇବା ପାଇଁ ଉପଲବ୍ଧ ଥିବାବେଳେ ବନାରସରେ ମାତ୍ର ତିନୋଟି ମନିଟର କାମ କରୁଛି ଏବଂ ସେଥିରୁ କେବଳ ଗୋଟିଏ ହିଁ ପ୍ରଦୂଷଣ ଉପାଦାନ (ପି.ଏମ୍.୨.୫) ସମ୍ପର୍କରେ ତଥ୍ୟ ଯୋଗାଇ
ପାରିଛି ।

କୌଣସି ମନିଟର ବାୟୁର ଗୁଣମାନ ସମ୍ପର୍କରେ ସୂଚନା ଦେଇପାରୁ ନାହାନ୍ତି । ଆମେ ଯଦି ପ୍ରଦୂଷଣର ସ୍ତର ଆମ ସହରମାନଙ୍କରେ କେଉଁ ଭଳି ଅଛି ମାପିବା ପାଇଁ ସକ୍ଷମ ନୁହନ୍ତି, ଆମେ ତେବେ ଆମ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର ପ୍ରଭାବ କ’ଣ ପଡ଼ୁଛି ଜାଣିପାରିବା କେମିତି?

ଆମର ବାୟୁ ପ୍ରଦୂଷଣ ମାପିବା ପାଇଁ ଆମ ଭିତିଭୂମିରେ ଯେଉଁ ଦାରୁଣ ସ୍ଥିତି ଲାଗି ରହିଛି, ଆମେ ବିଶ୍ୱ ବାୟୁ ବିବରଣୀଟିକୁ ଗ୍ରହଣ କରିବା ବ୍ୟତୀତ ଆମ ପାଖରେ ଅନ୍ୟ କିଛି ବାଟ ଅଛି କି?

ବ୍ୟାଧିର ଧାରା ଓ ମୃତ୍ୟୁରେ ବାୟୁ ପ୍ରଦୂଷଣର ପ୍ରଭାବକୁ ନେଇ ଭାରତୀୟ ବିଶେଷଜ୍ଞମାନେ ବିବରଣୀ ପ୍ରସ୍ତୁତ କରିବାପାଇଁ ମନ୍ତ୍ରୀ ଯେଉଁ ପରାମର୍ଶ ଦେଉଛନ୍ତି ଆମେ କ’ଣ ସେ ଯାଏଁ ଅପେକ୍ଷା କରିବା ବାଞ୍ଛନୀୟ ହେବ?

ଆମେ ଯଦି ଦେଶସାରା ସହର, ନଗର ଏବଂ ଗାଁ’ମାନଙ୍କରୁ ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହ ଆରମ୍ଭ କରିବା, ତେବେ ଏହି ‘ବିଦେଶୀ’ ରିପୋର୍ଟରେ ଯାହା କୁହାଯାଇଛି ବାସ୍ତବତାଟି ତା’ଠାରୁ ଅଧିକ ଭୟଙ୍କର ସାବ୍ୟସ୍ତ ହେବାର ସମ୍ଭାବନା ବେଶୀ ।

ଅନ୍ୟ ଯେଉଁ ବାସ୍ତବତାଟିକୁ ଆମେ ସହଜରେ ଭୁଲିଯାଉ ତାହା ହେଲା ଯେ ବାୟୁର ଗୁଣମାନ ହ୍ରାସ ହେଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଗରିବ ଜନସାଧାରଣ ।

ଧନୀକ ଶ୍ରେଣୀର ଲୋକେ ବାୟୁକୁ ପ୍ରଦୂଷଣମୁକ୍ତ କରିବାପାଇଁ ବ୍ୟୟବହୁଳ ଉପକରଣମାନ ଘରେ ରଖିବା ଏବଂ ଶୀତତାପ ନିୟନ୍ତ୍ରଣ ମଟରଗାଡ଼ି ବ୍ୟବହାର କରିବା ଦ୍ୱାରା ଏ ସମସ୍ୟାକୁ ଅତିକ୍ରମ କରିପାରନ୍ତି ।

ସାଧାରଣ ବସ୍ ବା ମଟରଗାଡ଼ିରେ, ସାଇକେଲରେ ବା ଚାଲି ଚାଲି ଗଲାବେଳେ ଗରିବ ଲୋକେ ବିଷାକ୍ତ ବାୟୁ ଶ୍ୱାସ ପ୍ରଶ୍ୱାସରେ ନେବା ବ୍ୟତୀତ ସେମାନଙ୍କ ପାଇଁ ଅନ୍ୟ କିଛି ରାସ୍ତା ନାହିଁ । ବିଷର ବୋଝଟି ସେମାନଙ୍କ ପାଇଁ ଅଧିକ ଭାରାକ୍ରାନ୍ତ ହୁଏ ନିଜ ଘରେ ଯେତେବେଳେ ଜାଳେଣି ପାଇଁ ସେମାନେ କାଠ ବା ଗୋବର ବ୍ୟବହାର କରିଥାନ୍ତି ।

ଉପୁଜୁଥିବା ସଙ୍କଟର ଗଭୀରତାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ନ ହୋଇ ସରକାର ପ୍ରକୃତରେ କୋଟି କୋଟି ଗରିବ ଲୋକଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି : ଯେଉଁମାନେ ହୀନ ସ୍ୱାସ୍ଥ୍ୟ ଓ ପୁଷ୍ଟିହୀନତା ଯୋଗୁଁ ଆଗରୁ ହିଁ ଏକ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ।

FEBRUARY 25 ,2017 VOL L11 NO 8 EPW -11 ( Poisons in the Air)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ପରିବେଶ, ପ୍ରଦୂଷଣ

ଟ୍ରମ୍ପ୍ ଓ ପରିବେଶ

February 16, 2017 by ଓଡିଶା ଡଟ କମ Leave a Comment

ରାଷ୍ଟ୍ରପତି ଡୋନାଲଡ଼୍ ଟ୍ରମ୍ପ୍ ଙ୍କ ଜାନୁଆରୀ ୭, ୨୦୧୭ର ମୁସଲମାନମାନଙ୍କୁ ଆମେରିକାରେ ପ୍ରବେଶ କରିବାପାଇଁ ବାରଣ ନିଷ୍ପତ୍ତି ଯାହାକି ଇରାକ୍, ଇରାନ୍, ଲିବ୍ୟା, ସୋମାଲିଆ, ସୁଦାନ, ସିରିଆ ଓ ୟେମେନ୍ର ନାଗରିକମାନଙ୍କ ଉପରେ ୯୦/୧୨୦ ଦିନର କଟକଣା ଜାରି କରିଛି, ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିବାବେଳେ ପରିବେଶ ନିୟବଣ ସମ୍ପର୍କିତ ତାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶଗୁଡ଼ିକ ଦୃଶ୍ୟର ଅନ୍ତରାଳରେ ରହିଯାଇଛି ।

ଆମେରିକାରେ ପ୍ରବେଶ କରିବାପାଇଁ ଭିସା ବା ଅନୁମତି ନମିଳିବା ନିଷ୍ପତିଟି ଯେମିତି ଦୁନିଆସାରା ପ୍ରଭାବ ପକାଇ ସାରିଛି, ସେଭଳି ପ୍ରଭାବ ତାଙ୍କର ପରିବେଶ ସମ୍ପର୍କିତ ନିର୍ଦ୍ଦେଶାବଳୀ ଯୋଗୁଁ ମଧ୍ୟ ଦେଖିବାକୁ ମିଳିବ ।

ସବୁଠାରୁ ଅଧିକ ଆବେଗ ସୃଷ୍ଟି କରୁଛି ତାଙ୍କର ବର୍ତମାନର କିଛି ନିଷ୍ପତି ଓ ଭବିଷ୍ୟତ କାର୍ଯ୍ୟଧାରା ସମ୍ପର୍କରେ ଥିବା ଆଶଙ୍କା ଯାହା କି ବାୟୁମଣ୍ଡଳକୁ ଦୂଷିତ ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗତ ହେବା ଦିଗରେ ପ୍ରଭାବିତ କରିବ ।

ବର୍ତମାନ ଆମେରିକା ଯେଉଁ ପରିମାଣରେ ଗ୍ରୀନ୍ ହାଉସ ଗ୍ୟାସ ବାୟୁମଣ୍ଡଳକୁ ଛାଡ଼ୁଛି, ଯଦି ଏଥିରେ ବୃଦ୍ଧି ଘଟେ ବା ଯାହା ଅଛି ସେତିକିରେ ବି ରହେ, ତେବେ ବି ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପମାତ୍ରା ନିୟବଣ ପାଇଁ ହେଉଥିବା ଉଦ୍ୟମଗୁଡ଼ିକ ବିପର୍ଯ୍ୟୟମୁଖୀ ହେବ ।

ପରିବେଶବିତମାନଙ୍କ ପ୍ରତି ଟ୍ରମ୍ପଙ୍କର ଅସୂୟା ମନୋଭାବ ତାଙ୍କର ନିର୍ବାଚନ ଅଭିଯାନ ବେଳଠୁ ଜଣାପଡ଼ିଯାଇଛି । ତାଙ୍କର ଉପଦେଷ୍ଟାମାନଙ୍କର ମନୋନୟନ ଯେଉଁଥିରେ ଅଛନ୍ତି ମାଇରନ୍ ଇବେଲ୍ ଯେ କି ସ୍କଟ ପ୍ରୁଇଟ୍ଙ୍କ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା (ଋଚଇ)ର ନିର୍ଦ୍ଦେଶକ ନିଯୁକ୍ତି ଚୂଡ଼ାନ୍ତ ହେବାଯାଏଁ ଏହି ସଂସ୍ଥାର ନିର୍ଦ୍ଦେଶକ ରହିବେ, ଆମକୁ ଆ୧⁄୨ର୍ଯ୍ୟ ଲାଗୁନାହିଁ ।

ଇବେଲ ଉଗ୍ର ରକ୍ଷଣଶୀଳ କମ୍ପିଟିଟିଭ ଏଂଟରପ୍ରାଇଜ୍ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଅଛନ୍ତି । ସେ ପରିବେଶ ଆନ୍ଦୋଳନ ଉପରେ ଟିପ୍ପଣୀ ଦେଇ କହିଛନ୍ତି ଯେ ପରିବେଶ ଆନ୍ଦୋଳନଟି ‘ଆଧୁନିକ ଦୁନିଆରେ ସମୃଦ୍ଧି ଓ ସ୍ୱାଧୀନତା ପାଇଁ ଏକ ଆତଙ୍କ’ ।

ସେହିଭଳି ସ୍କଟ ପ୍ରୁଇଟ ଜଣେ ଜଳବାୟୁ ପରିବର୍ତନକୁ ଅସ୍ୱୀକାର କଲାଭଳି ବ୍ୟକ୍ତିତ୍ୱ ଯେ କି ଓକଲାହାମା ରାଜ୍ୟର ଆଟର୍ଣ୍ଣି ଜେନେରାଲ ଥିବାବେଳେ ତୈଳ-କମ୍ପାନୀମାନଙ୍କ ତରଫରୁ ଆମେରିକୀୟ ପରିବେଶ ସଂସ୍ଥା (ଇପିଏ) ବିରୋଧରେ ୧୪ଟି ମାମଲା ଦାଏର କରିଥିଲେ । ଏହି ଲୋକମାନଙ୍କୁ ଯଦି ପରିବେଶ ସୁରକ୍ଷା ଦାୟିତ୍ୱ ଦିଆଯାଇଛି, ତେବେ ଭବିଷ୍ୟତଟି କ’ଣ ହେବ ସହଜରେ ଅନୁମେୟ ।

ଶପଥ ନେବାର କେତୋଟି ଦିନ ଭିତରେ, ଆମେରିକୀୟ ପରିବେଶ ସୁରକ୍ଷା ସଂସ୍ଥାର ପାଣ୍ଠିଟିକୁ ଟ୍ରମ୍ପ ଅକାମୀ କରିଦେଲେ (ଯେଉଁ ସଂସ୍ଥାଟିକୁ ବନ୍ଦ କରିବା ପାଇଁ ସେ ନିଜ ନିର୍ବାଚନ ଦୌଡ଼ବେଳେ ଘୋଷଣା କରିଥିଲେ) ଏବଂ ଏହାର ୧୫୦୦୦ ଯବୀ ଓ ବୈଜ୍ଞାନିକମାନଙ୍କ ସଂଖ୍ୟାଟିକୁ ହ୍ରାସ କରିବା ପାଇଁ ଡାକରା ଦେଲେ ।

ଏହି ସଂସ୍ଥାର ଗବେଷକ/ବୈଜ୍ଞାନିକମାନେ କୌଣସି ଅନୁସନ୍ଧାନମୂଳକ ଅନୁଧ୍ୟାନର ତଥ୍ୟ ବାହାରେ ତଥା ଗଣମାଧ୍ୟମରେ ପ୍ରଘଟ ନ କରିବା ପାଇଁ କଟକଣା ମଧ୍ୟ ଜାହିର କଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତ ସମ୍ପର୍କୀୟ ସଦ୍ୟତମ ତଥ୍ୟ ଆଉ ସର୍ବସାଧାରଣାରେ ମିଳିବ ନାହିଁ ।

ରାଷ୍ଟ୍ରପତି ଭବନର ୱେବ ପୃଷ୍ଠାରେ ‘ଜଳବାୟୁ ପରିବର୍ତନ’ ସ୍ଥାନରେ ‘ଏକ ଆମେରିକୀୟ ପ୍ରଥମ ଶକ୍ତି ଯୋଜନା’ ସ୍ଥାନିତ ହେବା କଥାଟି ସେହି ଦୃଷ୍ଟିରୁ ଆ୧⁄୨ର୍ଯ୍ୟଜନକ ମନେ ହେଉନାହିଁ ।

ଟ୍ରମ୍ପଙ୍କ ଅନୁସାରେ ଏହି ଶକ୍ତି ଯୋଜନାର ଆମେରିକୀୟ ରାଷ୍ଟ୍ରର ଜମିରେ ଥିବା ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାରକୁ ଉନ୍ମୁକ୍ତ କରିବାପାଇଁ ୫୦ ଟ୍ରିଲିୟନ୍ ଆମେରିକୀୟ ଡଲାରର ଖର୍ଚ୍ଚ ଅଟକଳ କରାଯାଇଛି ।

ଅନ୍ୟ ଅର୍ଥରେ ଯାହା ଓବାମା ପ୍ରଶାସନ ଜଳବାୟୁ କାର୍ଯ୍ୟକ୍ରମ ଯୋଜନା ଏବଂ ନିର୍ମଳ ଶକ୍ତି ଯୋଜନା ନାଁରେ ନିର୍ଦ୍ଧାରିତ କରିଥିଲେ, ତାକୁ ଟ୍ରମ୍ପ ଦୂରେଇଦେଇ ପ୍ରାଣୀମାନଙ୍କ ଜୀବାଶ୍ମରୁ ଜାତ ଜଳେଣୀକୁ ନେଇ ବ୍ୟବସାୟ କରୁଥିବା ଗୋଷ୍ଠୀକୁ ଅବାଧରେ କାରବାର କରିବାପାଇଁ ପଥ ପ୍ରଶସ୍ତ କରିଛନ୍ତି । ସବୁ କିଛି ଆମେରିକାକୁ ମହାନ କରିବା ଓ ସମସ୍ତଙ୍କୁ ନିଯୁକ୍ତି ଦେବା ନାଁରେ ଚାଲିଛି ।

ଏଭଳି ଏକ ପଦକ୍ଷେପର ଭୟଙ୍କର ପରିଣାମ କେବଳ ଆମେରିକା ନୁହଁ, ସମଗ୍ର ବିଶ୍ୱକୁ ଭୋଗିବାକୁ ପଡ଼ିବ । ଆଇନଗତ ଭାବେ ବାଧ୍ୟତାମୂଳକ ଥିବା କ୍ୱେଟା ପ୍ରସ୍ତାବରେ ଆମେରିକା ସ୍ୱାକ୍ଷର କରିନାହିଁ; ଯେଉଁଟାକି ବାୟୁମଣ୍ଡଳକୁ ଗ୍ରୀନ୍ହାଉସ ଗ୍ୟାସ ଛାଡ଼ୁଥିବା ଶିଳ୍ପୋନ୍ନତ ଦେଶମାନଙ୍କୁ ଏଥିପାଇଁ ଦାୟୀ କରି ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତ ହେବା ଉପରେ କଟକଣା ଜାରି କରିବା କ୍ଷେତ୍ରରେ ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଚୁକ୍ତିଥିଲା ।

ତା’ସତ୍ୱେ ୨୦୧୫ ମସିହାରେ ପ୍ୟାରିସ ଚୁକ୍ତିନାମାରେ ସାମିଲ ହେବାପାଇଁ ଓବାମା ପ୍ରଶାସନ ଆସିପାରିଥିଲା । ଏହି ପ୍ୟାରିସ ଚୁକ୍ତିର ଅଂଶସ୍ୱରୂପ ପ୍ରତ୍ୟେକଟି ଦେଶକୁ ଗ୍ରୀନ୍ହାଉସ୍ ଗ୍ୟାସ ହ୍ରାସ କରିବା ପାଇଁ ନିଜ ନିର୍ଦ୍ଧାରିତ ସ୍ତରଟିକୁ ନିରୂପଣ କରିବା ପାଇଁ ସୁଯୋଗଟି ଦିଆଯାଇଥିଲା ।

ଆମେରିକା ତାର ପ୍ରତିବଦ୍ଧତା ଦେଖାଇଥିଲା ଯେ ୨୦୩୦ ସୁଦ୍ଧା ୨୦୦୫ ସ୍ତରର ଅଂଗାରକାମ୍ଳ ଗ୍ୟାସ ନିର୍ଗତ ହାରକୁ ସେମାନେ ଶତକଡ଼ା ୩୦ଭାଗ ହ୍ରାସ କରାଇବେ । ଅନୁମାନ କରାଯାଉଛି ଯେ ଆମେରିକା ଏହି ଲକ୍ଷ୍ୟର ଶତକଡ଼ା ୨୭ଭାଗ ହାସଲ କରିସାରିଲିଣି ।

କିନ୍ତୁ ପରିବହନ କ୍ଷେତ୍ରରେ (ଯେଉଁଠି ଶତକଡ଼ା ୨୬ ଭାଗ ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତ ହୁଏ) ଏବଂ କୃଷି ( ଶତକଡ଼ା ୯ ଭାଗ ଗ୍ରାନ୍ ହାଉସ ଗ୍ୟାସ) ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିନାହିଁ ।

ନିଜ ନିର୍ବାଚନ ପ୍ରଚାରବେଳେ ପ୍ୟାରିସ ଚୁକ୍ତିରୁ ଆମେରିକା ଓହରିଯିବ ବୋଲି ଟ୍ରମ୍ପଙ୍କ ଧମକ ଯଦି ବି ସତରେ କାର୍ଯ୍ୟକାରୀ ନ ହୁଏ, ତଥାପି ଆମେରିକା ଦେଇଥିବା ପ୍ରତିଶ୍ରୁତିରେ ସ୍ଥାଣୁତା ଆସିଯିବ । ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଆକଳନ ମୁତାବକ ଯଦି ବି ସମସ୍ତ ଦେଶ ନିଜ ପ୍ରତିଶ୍ରୁତି ରକ୍ଷା କରନ୍ତି, ତଥାପି ବିଶ୍ୱ ତାପମାତ୍ରାରେ ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧିର ଆଶଙ୍କାକୁ ଏଡାଇବା କଷ୍ଟକର ହେବ ।

ଏଭଳି ଏକ ପରିସ୍ଥିତିରେ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତିଟି ଯଦି ନିଜେ ଦେଇଥିବା ପ୍ରତିଶ୍ରୁତିରୁ ଦୂରେଇଯାଏ, ତେବେ ତାର ଅତି ଗମ୍ଭୀର ପରିଣାମ ଅନୁଭୂତ ହେବ ।

ଅନ୍ୟଏକ ସମ୍ଭାବନାଟି ଅନୁମାନ କରାଯାଉଚି ତାହାହେଲା, ଚୁକ୍ତିଟିକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପାଣ୍ଠି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେଥିରୁ ଟ୍ରମ୍ପ ପ୍ରଶାସନ ପଛଘୁଂଚା ଦେବ ।

ପ୍ୟାରସ ଚୁକ୍ତିବେଳେ ସଂଯୁକ୍ତ ରାଷ୍ଟ୍ରରେ ୧୦ହଜାର କୋଟି ଡଲାରର ସବୁଜ ଜଳବାୟୁ ପାଣ୍ଠିକୁ ୨୦୨୦ ସୁଦ୍ଧା ୩୦୦ କୋଟି ଡଲାର ଦେବ ବୋଲି ଆମେରିକା ପ୍ରତିଶ୍ରୁତି ଦେଇଥିଲା । କେତେକାଂଶରେ ରିପବ୍ଲିକାନ୍ମାନଙ୍କ ନିୟବଣରେ ଥିବା ଆମେରିକୀୟ କଂଗ୍ରେସର ବିରୋଧ ଯୋଗୁଁ ବର୍ତମାନ ସୁଦ୍ଧା ଆମେରିକା କେବଳ ୫୦କୋଟି ଡଲାର ଦେଇପାରିଛି ।

ଟ୍ରମ୍ପଙ୍କ ମନୋବୃତି ଦେଖିଲେ ଜଣାପଡ଼ୁଛି ଯେ ଆମେରିକା ତାର ପ୍ରତିଶ୍ରୁତି ପୂରଣ କରିବ ନାହିଁ । ଜଳବାୟୁ ପରିବର୍ତନକୁ ମାନୁନଥିବା ଜଣେ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ଭବନରେ ବସିବା ଅନେକ ଦିଗରୁ ବିଶ୍ୱପାଇଁ ଦୁଃସମ୍ବାଦ ଆଣିଛି ନିଶ୍ଚୟ ।

ପ୍ରଥମେ, ଟ୍ରମ୍ପ ପ୍ରଶାସନ ଜୀବାଶ୍ମରୁ ନିର୍ଗତ ଜାଳେଣି ତୈଳର ଅଧିକ ବ୍ୟବହାରକୁ ପ୍ରୋତ୍ସାହନ ଦେବ, ଯଦ୍ୱାରା କି ପ୍ରଚଳିତ ପରିବେଶ ନିୟବଣ ନିୟମଗୁଡ଼ିକର ଅବମାନନା କରାଯିବ । ସୁତରାଂ, ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗତ ହେବା କ୍ଷେତ୍ରରେ ପ୍ୟାରିସ ଚୁକ୍ତିରେ ଆମେରିକା ସ୍ଥିର କରିଥିବା ଲକ୍ଷ୍ୟରେ ପହଂଚିବା ସମ୍ଭବପର ହେବ ନାହିଁ ।

ଦ୍ୱିତୀୟରେ ଆମ ଦ୍ୱାରଦେଶରେ ପହଂଚିଥିବା ପରିବେଶୀୟ ଦୁର୍ବିପାକକୁ ନିୟବଣ କରିବା ପାଇଁ ଚାଲିଥିବା ବିଶ୍ୱସ୍ତରର ଉଦ୍ୟମଗୁଡ଼ିକ ଭୀଷଣ ଭାବେ ଆଘାତପ୍ରାପ୍ତ ହେବ ।

ବିଡ଼ମ୍ବନାର କଥା ଯେ ଯେଉଁ ଦେଶଟି ଯୁଦ୍ଧର ବିଭୀଷିକାରୁ ନିଜକୁ ବଂଚାଇବା ପାଇଁ ଶରଣ ପଶୁଥିବା ଲୋକମାନଙ୍କୁ ନିଜ ଦୁଆର ବନ୍ଦ କରି ଦେଇଛି,ସେ ଆଜି ବିଶ୍ୱର ଦାରିଦ୍ର୍ୟ ପ୍ରପୀଡ଼ିତ ଦେଶମାନଙ୍କରେ ବାସ କରୁଥିବା କୋଟି କୋଟି ଲୋକଙ୍କୁ ପରିବେଶ ଶରଣାର୍ଥୀରେ ପରିଣତ କରିଚାଲିଛି ।

FEBRUARY 11 ,2017 VOL L11 NO 6 EPW -3 ( Trumping the Environment)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଡୋନାଲଡ଼୍ ଟ୍ରମ୍ପ୍, ପରିବେଶ

ଭୁବନେଶ୍ଵରରେ ପାରଦ ୪୫.୮ ଡିଗ୍ରୀ, ଏପ୍ରିଲର ସର୍ବକାଳୀନ ରେକର୍ଡ

April 11, 2016 by ନିଉଜ ଡେସ୍କ Leave a Comment

sunଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୧ (ଓଡିଶା ଡଟ କମ) ସୋମବାର ୪୫.୮ ଡିଗ୍ରୀ ସେଲସିଅସ ପଞ୍ଜୀକୃତ କରି ଭୁବନେଶ୍ଵର ଗରମରେ ଏପ୍ରିଲ ମାସର ସର୍ବକାଳୀନ ରେକର୍ଡକୁ ଭାଙ୍ଗିଛି ।

ପୂର୍ବରୁ ଏପ୍ରିଲ ୨୩ , ୧୯୮୫ ରେ ରାଜଧାନୀ ରେ ସର୍ବୋଛ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରଯାଇଥିଲା।  ଚଳିତ ଗ୍ରୀଷ୍ମ ରେ ଏ ପର୍ଯ୍ୟନ୍ତ ୧୬ ଜଣ ଅଂଶୁଘାତ ଜନିତ ମୃତ୍ୟୁ  ବରଣ କରିଥିବା ଅଭିଯୋଗ ହୋଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ଅଂଶୁଘାତ, ଉତ୍ତପ୍ତ, ପରିବେଶ, ଭୁବନେଶ୍ଵର

ବିଶ୍ଵ ପରିବେଶ ଦିବସରେ ପୁରୀରେ ସୁଦର୍ଶନଙ୍କ ବାଲୁକା କଳା

June 5, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୫ (ଓଡିଶା ଡଟ କମ) ଶୁକ୍ରବାର ବିଶ୍ଵ ପରିବେଶ ଦିବସ ଅବସରରେ ସଚେତନତା ସୃଷ୍ଟି ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳା ଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲୁକା ମୂର୍ତ୍ତି ସହ ବିଶ୍ଵର ତିନିଜଣ ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ଵଙ୍କ ଚିତ୍ର ବାଲିରେ ତିଆରି କରିଛନ୍ତି ।

sand artସୁଦର୍ଶନ ଅନ୍ୟ ଯେଉଁ ପ୍ରସିଦ୍ଧ ବ୍ୟକ୍ତିତ୍ଵଙ୍କ ଚିତ୍ର ନିର୍ମାଣ କରିଛନ୍ତି ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ଚୀନ ରାଷ୍ଟ୍ରପତି ରହିଛନ୍ତି ।

ଏହି ମହାନ ନେତା ମାନେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବାରୁ ସେମାନଙ୍କର ବାଲୁକା ମୂର୍ତ୍ତି ତିଆରି କରିଥିବା ସେ କହିଛନ୍ତି।

ମୋର ଏହି ବାଲୁକା କଳା ଲୋକଙ୍କୁ ଗଛ ଲଗାଇବାରେ ଓ ପରିବେଶ ସୁରକ୍ଷା ପାଇଁ ପ୍ରେରିତ କରିବ ବୋଲି ଆଶା, ସେ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ପରିବେଶ, ସୁଦର୍ଶନ ପଟ୍ଟନାୟକ

ପରିବେଶର ସୁରକ୍ଷା ପାଇଁ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟକ୍ରମ

April 23, 2015 by admin Leave a Comment

ଭୁବନେଶ୍ୱର, ଏପ୍ରିଲ ୨୩ (ଓଡିଶା ଡଟ କମ) ହଜାରେରୁ ଊର୍ଦ୍ଧ୍ଵ ସ୍ଵେଚ୍ଛାସେବୀ ବୁଧବାର ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି ।

???????????????????????????????ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପ୍ରୋତ୍ସାହନରେ ଗଠିତ ଇକୋସେଭରସ ୟୁଥ ନେଟୱର୍କର ଭୁବନେଶ୍ୱର, ବାଲିଅନ୍ତା ଏବଂ କେନ୍ଦୁଝର ଶାଖାର ୧୦୦୦ ରୁ ଉଦ୍ଧ୍ୱର୍ ସଭ୍ୟ ଏବଂ ସଭ୍ୟା ଏକାଠି ହୋଇ ଏସ୍.ଓ.ଏସ୍. ଭିଲେଜ ଖଣ୍ଡଗିରି ଠାରେ ବିଭିନ୍ନ ଗଛ ଲଗାଇବା, ବାଲିଅନ୍ତାର ଏରକଣ୍ଟାଠାରେ ଗାଁ ସଫେଇ, ଗଛଲଗାଇବା, ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା ଏବଂ କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣା ବ୍ଲକ୍ ର ୧୦ ଟି ରୁ ଊର୍ଦ୍ଧ୍ଵ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଏପ୍ରିଲ ବିଶ୍ୱ ଧରିତ୍ରୀ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଇକୋସେଭ୍ରସ ୟୁଥ ନେଟୱର୍କର ଭୁବନେଶ୍ୱର ଶାଖାର ଏସ୍.ଓ.ଏସ୍. ର ଭିଲେଜର ଜାନଭି ଧଳ, ଦିପାଞ୍ଜଳୀ ମାଝି, ବାଲିଅନ୍ତା ଶାଖାର ଲିପା ପଟ୍ଟନାୟକ, କେନ୍ଦୁଝରର ମାନସ ମହନ୍ତ, ହିମାଂସୁ ମହନ୍ତ ଓ ଟିକି ମହନ୍ତ ଆଦି ଅଶଂଗ୍ରହଣ କରି ଥିଲେ ।

ସେମାନେ କହିଥିଲେ ପୃଥିବୀକୁ ସୁରକ୍ଷା ଦେବାକୁ ହେଲେ ନିଜେ ଛୋଟ ଛୋଟ ଅନେକ ପଦକ୍ଷେପ ନେବାକୁ ପଡିବ ଯଥା ଗଛ ଲଗାଇବା, ବର୍ଜ୍ୟବସ୍ତୁ କମାଇବା, ଜୈବ ପଦାର୍ଥ ବ୍ୟବହାର କରିବା ଓ ପ୍ରୟୋଗ କରିବା, ବିଦ୍ୟୁତ କମ ବ୍ୟବହାର କରିବା, ପ୍ଲାଷ୍ଟିକ ବ୍ୟବହାର କମ କରିବା ।

ମାଟି ଓ ପାଣି ଦୂଷିତ ନକରିବା, ପାର୍କ, ରାସ୍ତା ଇତ୍ୟାଦି ସ୍ଥାନରୁ ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା, ଗାଡିର କମ ବ୍ୟବହାର କରିବା ଇତ୍ୟାଦି ଅନେକ ପଦକ୍ଷେପ ଆମେ ନେଇପାରିବା ସେମାନେ କହିଥିଲେ । ଶେଷରେ ଭାଗ ନେଇଥିବା ସମସ୍ତ ସଭ୍ୟ ଓ ସଭ୍ୟା ମାନେ ପ୍ରକୃତି ବନ୍ଧୁ ହେବା ପାଇଁ ଶପଥ ନେଇଥିଲେ ।

ଓଡିଶା ଡଟ କମ

admin
admin

Filed Under: ସଭା ସମିତି Tagged With: କେନ୍ଦୁଝର, ଖୋର୍ଦ୍ଧା, ପରିବେଶ, ପିକକ୍, ସ୍ଵେଚ୍ଛାସେବୀ

ଅବହେଳିତ ଶିଶୁଙ୍କ ପାଇଁ ଆଦ୍ୟ ଶୈଶବ କେନ୍ଦ୍ର ଆରମ୍ଭ

February 17, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରୀ ୧୭,(ଓଡ଼ିଶା ଡ଼ଟ୍ କମ୍)-ସ୍ଥାନୀୟ ବାରଙ୍ଗ ନିକଟବର୍ତୀ ଝିଙ୍ଗରଡିହା ଗ୍ରାମରେ ଥିବା ବିଭିନ୍ ଇଟାଭାଟିରେ କାମ କରୁଥିବା ପରିବାରର ପିଲାମାନଙ୍କ ପାଇଁ ହମାରା ବଚପନ ସହୟତାରେ ସ୍ୱେଚ୍ଛାସେବୀ ସଂସ୍ଥା ଏଡ୍ ଏଟ୍ ଆକ୍ସନ ଏକ ଆଦ୍ୟ ଶୈଶବ ଶିକ୍ଷା ତଥା ବିକାଶ କେନ୍ଦ୍ରର ଆରମ୍ଭ କରିଛି ।

IMG_0121

ଏହି କେନ୍ଦ୍ରରେ ପାୟ ୬୫ଜଣ ୩-୬ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଇପାରିବେ ତଥା ସେଠାରେ ସେମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ପରିବେଶ ପ୍ରଦାନ କରାଯିବାର ସମସ୍ତ ଚେଷ୍ଟା କରାଯିବ ।

ଭୁବନେଶ୍ୱର ଉପକଣ୍ଠସ୍ଥ ବିଭିନ୍ନ ଇଟାଭାଟିରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଏହି ପରିବାରମାନେ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କରୁ ଆସିଥାନ୍ତି । ଶିଶୁ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନାନା ବିଧ ଯୋଜନାମାନ ଥିଲେ ମଧ୍ୟ ଏହି ଅସ୍ଥାୟୀ ଶିଶୁମାନେ ତନ୍ମଧ୍ୟରୁ ଲାଭବାନ ହୋଇପାରନ୍ତି ନାହିଁ ।

ତେଣୁ ସେମାନଙ୍କର ଅର୍ଦ୍ଧାଧିକ ପିଲାଦିନ ଏହି ଇଟାଭାଟିରେ ବିନା ଶିକ୍ଷା ଓ ସୁରକ୍ଷାରେ କଟିଯାଇଥାଏ । ବର୍ଷର ୬-୭ ମାସ ଏହି ପିଲାମାନେ ଇଟାଭାଟିରେ ପ୍ରାୟ କଟାଇଥାନ୍ତି ।

ସେହି ପିଲାମାନଙ୍କ ସୁସ୍ଥ ସୁରକ୍ଷିତ ପିଲାଦିନକୁ ଆହୁରି ସୁରକ୍ଷିତ କରିବା ପାଇଁ ହମାରା ବଚପନ ସହାୟତାରେ ଏଡ୍ ଏଟ୍ ଆକ୍ସନ ପକ୍ଷରୁ ଏକ ଆଦ୍ୟ ଶୈଶବ ସୁରକ୍ଷା ବିକାଶ ଓ ଶିକ୍ଷା କେନ୍ଦ୍ର ଖୋଲାଯାଇଛି ।

ଏହି ପରି ଆହୁରି ୧୪ଟି ସ୍ଥାନୀୟ ଇଟା ଭାଟି ଅଞ୍ଚଳରେ ୮ଟି କେନ୍ଦ୍ର ଖୋଲାଯାଉଛି ଯାହାକି ପ୍ରାୟ ୭୦୦ ଏହିଭଳି ପିଲାଙ୍କୁ ସୁସ୍ଥ ତଥା ସୁରକ୍ଷିତ ପରିବେଶ ଓ ଶିକ୍ଷା ପ୍ରଦାନ କରିପାରିବ । ତେବେ ଏହି ଝିଙ୍ଗରପଡାର ବିଆଇସିସି ଇଟାଭାଟିର ମାଲିକ ଏ କେନ୍ଦ୍ର ପାଇଁ ଆବଶ୍ୟକ ସ୍ଥାନ ଓ ଭିତିଭୂମି ଯୋଗାଇଦେଇଛନ୍ତି ।

ସେହିପରି ଅନ୍ୟାନ ଭାଟି ମାଲିକମାନେ ମଧ୍ୟ ଏହିପରି ସହାୟତା ପ୍ରଦାନ କରିବେ ବୋଲି ହମାରା ବଚପନର ମୁଖ୍ୟ ମିହିର ମହାନ୍ତି ପ୍ରକାଶ କରିଛନ୍ତି ଏବଂ ସମଗ୍ର ରାଜ୍ୟରେ ଏପରି ଉଦ୍ୟମ ପ୍ରଥମ ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ସହରାଞ୍ଚଳ ବସ୍ତିରେ ବାସ କରୁଥିବା ଶିଶୁମାନଙ୍କର ପିଲାବେଳକୁ ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶରେ ପରିଣତ କରିବା ପାଇଁ ଶିଶୁ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଅଭିଯାନ ହେଉଛି ହମାରା ବଚପନ ।

ମଣିଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ତାହାର ପିଲାଦିନବା ଶୈଶବ । ଏହି ଶୈଶବ ସମୟରେ ଶିଶୁଟିର ସବୁପ୍ରକାର ବିକାଶ ଘଟିଥାଏ ।

ଏହି ସମୟରେ ତାହାର ବିକାଶ ଲାଗି ସୁସ୍ଥ ଓ ସୁରକ୍ଷିତ ପରିବେଶ ନ ମିଳିଲେ ହୁଏତ ତାହାର ଭବିଷ୍ୟତ ଅନିଶ୍ଚିତତା ଆଡକୁ ଯାଇପାରେ । ତେବେ ସରକାରୀ ସ୍ତରରେ ଏହି ଶିଶୁ ମାନଙ୍କ ଲାଗି ଆଇନ ପ୍ରଣୟନର ବ୍ୟବସ୍ଥା ଲାଗି ହମାରା ବଚପନ ତାହାର ଉଦ୍ୟମ ଆରମ୍ଭ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପରିବେଶ, ଶିଶୁ ବିକାଶ

ପରିବେଶ ଓ ଜଳବାୟୁ ପରିବର୍ତନ ଶୀର୍ଷକ ଜାତୀୟ ସମ୍ମିଳନୀ

January 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଖୁଟୁରାମ ସୁନାନୀ

ନୁଆପଡା, ଜାନୁୟାରୀ ୧୬(ଓଡିଶା ଡଟ କମ୍) ଆମ ପରିବେଶ ଓ ଜଳବାୟୁ ପରିବର୍ତନ ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଖଡିଆଳ ମହାବ୍ୟିାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଗତ ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ଏହି ସମ୍ମିଳନୀର ବହୁ ପୁର୍ବରୁ ଚିହ୍ନିତ ଓ ଆମନ୍ତ୍ରିତ ପରିବେଶବିତ୍, ଅଧ୍ୟାପକ, ଅଧ୍ୟାପିକା, ସାମାଜିକ କର୍ମୀ, ସାମ୍ବାଦିକ, ଲେଖକ ବୃନ୍ଦ କରିଥିଲେ ।

ଆମ ପରିବେଶ ଓ ଜଳବାୟୁ ପରିବର୍ତନର କାରଣ, ଆଗକୁ ହେବାକୁ ଥିବା ଭୟାବହ ବାସ୍ତବ ଚିତ୍ର ଏବଂ ଏହାର ନିରାକରଣ ଦିଗର କାର୍ଯ୍ୟାବଳୀ ଉପରେ ଉପସ୍ଥିତ ଅତିଥିମାନେ ନିଜର ବକ୍ତବ୍ୟ ଉପସ୍ଥାନ କରିଥିଲେ ।

ସମ୍ମିଳନୀ ପାଇଁ ପଠାଇ ଥିବା ସମସ୍ତ ସଂପାଦନକୁ ଏକ ପୁସ୍ତିକା ଭାବରେ ପ୍ରକାଶ କରାଯାଇଛିି ସବିଶେଷ ବିବରଣୀକୁ ଏକ ପୁସ୍ତିକା ଭାବରେ ପ୍ରକାଶ କରିବାକୁ ନିଷ୍ପତି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜଳବାୟୁ ପରିବର୍ତନ, ପରିବେଶ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ