• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପର୍ଯ୍ୟଟକ

ଅନ୍ୟ ଦୁଇ ମଧ୍ୟସ୍ଥିଙ୍କ ନାମ ପୁପାରିଶ ପାଇଁ ପ୍ରସ୍ତାବ

March 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ପର୍ଯ୍ୟଟକଙ୍କ ମୁକ୍ତି ନିମନ୍ତେ ମଧ୍ୟସ୍ଥତା କରିବା ପାଇଁ ନାରାୟଣ ସାନ୍ୟାଲ ଓ ବିଶ୍ୱପ୍ରିୟ କାନୁନ୍ଗୋଙ୍କ ବଳରେ ଅନ୍ୟ ଦୁଇ ମଧ୍ୟସ୍ଥିଙ୍କ ନାମ ପୁପାରିଶ କରିବାକୁ ସରକାର ମଙ୍ଗଳବାର ମାଓବାଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଗତକାଲି ମାଓବାଦୀମାନେ ସାନ୍ୟାଲ, ଣ୍ଡପାଣି ମହାନ୍ତି ଓ ବିଶ୍ୱପ୍ରିୟ କାନୁନ୍ଗୋଙ୍କ ନାମ ସୁପାରିସ କରିଥିଲେ । ସାନ୍ୟାଲ ଏବଂ ବିଶ୍ୱପ୍ରିୟଙ୍କ ମଧ୍ୟସ୍ଥତାକୁ ସରକାର ଗ୍ରହଣ କରିନାହାନ୍ତି ।

ସାନ୍ୟାଲ ବର୍ତମାନ ଛତିଶଗଡ଼ ଜେଲରେ ଆଜୀବନ କାରାଣ୍ଡ ଭୋଗୁଛନ୍ତି । ତେଣୁ ସେ ମଧ୍ୟସ୍ଥତା କରିବା ସମ୍ଭବନୁହେଁ ଏବଂ କାନୁନଗୋ ମାଓବାଦୀଙ୍କ ପକ୍ଷରୁମଧ୍ୟସ୍ଥତା କରିବାକୁ ରାଜି ନୁହନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି, ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

ତେଣୁ ମାଓବାଦୀମାନେ ନାରାୟଣ ସାନ୍ୟାଲ ଓ ବିଶ୍ୱପ୍ରିୟଙ୍କ ପରିବର୍ତେ ଅନ୍ୟ ଦୁଇ ଜଣଙ୍କ ନାମ ସୁପାରିସ କରନ୍ତୁ । ଯେତେଶୀଘ୍ର ମାଓବାଦୀଙ୍କ ପକ୍ଷରୁ ମଧ୍ୟସ୍ଥ ଠିକ୍ କରାଯିବ ସେତେ ଶୀଘ୍ର ଆଲୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ଏ ସଂପର୍କରେ ଏକ ବିବୃତି ଦେଇ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ଛାଡ଼ି ଦେବା ପାଇଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କୁ ନିବେଦନ କରିଛନ୍ତି

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ସଚିବ ଉପେନ୍ଦ୍ରନାଥ ବେହେରା , ପଞ୍ଚାୟତିରାଜ ସଚିବ
ପ୍ରଦୀପ ଜେନା ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତି ସଚିବ ସନ୍ତୋଷ ଷଡଙ୍ଗୀ ମଧ୍ୟସ୍ଥତା କରିବେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ମାଓବାଦୀ

ପର୍ଯ୍ୟଟକ ଅପହରଣ: ମାଓବାଦୀଙ୍କ ଦ୍ୱାରାତିନି ମଧ୍ୟସ୍ଥି ନିଯୁକ୍ତ

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଇଟାଲୀୟ ନାଗରିକଙ୍କ ମୁକ୍ତି ନିମନ୍ତେ ସରକାରଙ୍କ ସହ ଆଲୋଚନା ପାଇଁ ସୋମବାର ରାତିରେ ମାଓବାଦୀମାନେ ତିନି ଜଣ ମଧ୍ୟସ୍ଥିଙ୍କ ନାମ ଘୋଷଣା କରିଛନ୍ତି ।

ଏହି ମଧ୍ୟସ୍ଥିଙ୍କ ମଧ୍ୟରେ ଅଛନ୍ତି ମାଓ ଆନ୍ଦୋଳନର ଅନ୍ୟତମ ପଥପ୍ରଦର୍ଶକ ନାରାୟଣ ସାନ୍ୟାଲ୍, ବିଶ୍ୱପ୍ରିୟ କାନୁନ୍ଗୋ ଓ ଦଣ୍ଡପାଣି ମହାନ୍ତି । ସାନ୍ୟାଲ ବର୍ତମାନ ଝାଡ଼ଖଣ୍ଡର ଜେଲରେ ଅଛନ୍ତି ।

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିବା ପରେ ମାଓବାଦୀମାନେ ମଧ୍ୟସ୍ଥିଙ୍କ ନାମ ଘୋଷଣା କରିଛନ୍ତି ।

ଗତ ବର୍ଷ ଅପହୃତ ମାଲକାନଗିରି ଜିଲ୍ଲାପାଳଙ୍କ ମୁକ୍ତି ପାଇଁ ମଧ୍ୟ ଦଣ୍ଡପାଣି ମହାନ୍ତି ମଧ୍ୟସ୍ଥି ହୋଇଥିଲେ ।

ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋ ପୁରୀର ସନ୍ତୋଷ ମହାରଣା ଏବଂ କାର୍ତିକ ପରିଡ଼ାଙ୍କ ସହ ଗତ ୧୨ ତାରିଖରେ ଚାରିଦିନ ପାଇଁ କନ୍ଧମାଳ ଯାଇଥିଲେ ।

୧୪ ତାରିଖ ସକାଳେ ସେମାନେ ଏକ ନୀ କୂଳରେ ବସିଥିବା ବେଳେ କିଛି ଲୋକ ବନ୍ଧୁକ ଧରି ସେଠାରେ ପହଞ୍ଚିଥିଲେ । ଏହି ଲୋକମାନେ ସେମାନଙ୍କ ହାତ ବାନ୍ଧି ବୋ ସହ ଆଖିରେ କପଡ଼ା ବାନ୍ଧି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।

କିନ୍ତୁ ମାଓବାଦୀମାନେ ଗତ ୧୬ ତାରିଖରେ କାର୍ତିକ ଏବଂ ସନ୍ତୋଷଙ୍କୁ ମୁକ୍ତ କରିେଇଥିବା ବେଳେ
ଇଟାଲୀୟ ପର୍ଯ୍ୟଟକ ଦ୍ଵୟଙ୍କୁ ଅଟକ ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ, ପର୍ଯ୍ୟଟକ

ଅପହୃତଙ୍କ କୌଣସି ସୂଚନା ନାହିଁ, ମୁକ୍ତି ପାଇଁ ଉଦ୍ୟମ

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ଗତ ପାଞ୍ଚଦିନ ତଳେ ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଥିବା ଜଣେ ଅଧିକାରୀ ସୋମବାର କହିଛନ୍ତି ।

ଗତ ୧୪ ତାରିଖରେ ଅପହୃତ ହୋଇଥିବା ୫୪ ବର୍ଷୀୟ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କ ନିରାପଦ ମୁକ୍ତି ପାଇଁ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଗୃହ ସଚିବ ଉପେନ୍ଦ୍ର ନାଥ ବେହେରା କହିଛନ୍ତି ।

ଶନିବାର ରାତିରେ ଏହି ଅପହରଣ ଘଟଣା ଲୋକଲୋଚନକୁ ଆସିଥିଲା ।

ପରିସ୍ଥିତିର ମୁକାବିଲା ପାଇଁ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ରବିବାର ଓ ସୋମବାର ଦୁଇଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚଳାଇଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ଆମେ ମାଓବାଦୀଙ୍କ ଠାରୁ କୌଣସି ପ୍ରକାର ତଥ୍ୟ ପାଇ ନାହୁଁ, ବେହେରା କହିଛନ୍ତି ।

ଅପହୃତଙ୍କୁ ଠାବ କରିବା ପାଇଁ କୌଣସି ପ୍ରକାର ସର୍ଚ୍ଚ ଅପରେଶନ ଚଳାଇଛନ୍ତି ନା କୁମ୍ବିଂ ଅପରେଶନ ବନ୍ଦ କରିବା ପାଇଁ ଯୋଜନା ଅଛି ବୋଲି ପଚାରିବାରୁ , “ଏ ବିଷୟରେ କିଛି କହିବାକୁ ମୁଁ ଅସମର୍ଥ” ସେ କହିଛନ୍ତି ।

ମାଓବାଦୀଙ୍କ ସହ କଥା ହେବାକୁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି । ଅପହରଣକାରୀମାନେ ସରକାରଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ନିବେଦନ କରିଥିଲେ ।

ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ଶନିବାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାରୁ ଅପହରଣ କରାଯାଇଥିବା ସରକାରଙ୍କ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ।

ତେବେ ଏହି ପର୍ଯ୍ୟଟକଙ୍କ ସହ ଯାଇଥିବା ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଘଟଣା ସଂପର୍କରେ
ସମସ୍ତ ତଥ୍ୟ ଜଣାପଡ଼ିଥିଲା ।

ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋ ପୁରୀର ସନ୍ତୋଷ ମହାରଣା ଏବଂ କାର୍ତିକ ପରିଡ଼ାଙ୍କ ସହ ଗତ ୧୨ ତାରିଖରେ ଚାରିଦିନ ପାଇଁ କନ୍ଧମାଳ ଯାଇଥିଲେ ।

୧୪ ତାରିଖ ସକାଳେ ସେମାନେ ସମସ୍ତେ ନିକଟସ୍ଥ କ୍ଷୁଦ୍ର ନଦୀ କୂଳରେ ବସିଥିବା ବେଳେ ଛଅ ଜଣ ଲୋକ ବନ୍ଧୁକ ଧରି ସେଠାରେ ପହଞ୍ଚିଥିଲେ । ଏହି ଲୋକମାନେ ସେମାନଙ୍କ ହାତ ବାନ୍ଧି ଦେବା ସହ ଆଖିରେ କପଡ଼ା ବାନ୍ଧି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।

କିନ୍ତୁ ମାଓବାଦୀମାନେ ଗତ ୧୬ ତାରିଖରେ କାର୍ତିକ ଏବଂ ସନ୍ତୋଷଙ୍କୁ ମୁକ୍ତ କରିଦେଇଥିବା ବେଳେ ଇଟାଲୀୟ ପର୍ଯ୍ୟଟକ ଦ୍ଵୟଙ୍କୁ ଅଟକ ରଖିଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ଼ କରାଯାଇ ଅପହରଣକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପୁରୀ ଜିଲ୍ଲା ପୋଲିସ ମୁଖ୍ୟ ଅନୂପ ସାହୁ କହିଛନ୍ତି ।

ପର୍ଯ୍ୟଟକମାନେ ନଦୀ କୂଳରେ କେତେକ ଆଦିବାସୀ ମହିଳାଙ୍କ ଫଟୋ ଉଠାଇ ଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ କରି ରବିବାର ମାଓନେତା ସବ୍ୟସାଚୀ ପଣ୍ଡା ସ୍ଥାନୀୟ ଗଣମାଧ୍ୟମକୁ ଅଡ଼ିଓ ସିଡ଼ି ପଠାଇଥିଲେ ।

ସରକାର ମାଓ ବିରୋଧୀ ଅଭିଯାନ ଏବଂ କୁମ୍ବିଂ ଅପରେଶନ ବନ୍ଦ କରିବା ସହ ସେମାନଙ୍କର ଦାବି ପୂରଣ କରିବାକୁ ମାଓବାଦୀମାନେ ଦାବି କରିଛନ୍ତି ।

ଆଭ୍ୟନ୍ତରୀଣ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ଯିବା ପାଇଁ ଅନୁମତି ଦେବାକୁ ଟୁର ଅପରେଟରମାନେ ପ୍ରଶାସନକୁ ଲାଞ୍ଚ ଦେଉଥିବା ବିଷୟରେ ଆମ ପାଖରେ ଯଥେଷ୍ଟ ପ୍ରମାଣ କରହିଛି ବୋଲି ଏହି ମାଓନେତା କହିଛନ୍ତି ।

ଅପହୃତଙ୍କ ନିରାପଦ ମୁକ୍ତି ପାଇଁ ସେମାନେ ସରକାରଙ୍କ ନିକଟରେ ୧୩ଟି ଦାବି ଉପସ୍ଥାପନ କରିଛନ୍ତି । ମାଓ ବିରୋଧୀ ଅଭିଯାନ ବନ୍ଦ ସହ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିବା ମାଓ ସମର୍ଥକଙ୍କ ପରିବାରକୁ କ୍ଷତିପୂରଣ ଏବଂ ପ୍ରାୟ ଛଅ ଶହ ବନ୍ଦୀଙ୍କୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି ।

ପୋସ୍କୋ ଓ ବେଦାନ୍ତ ସମେତ ଅନ୍ୟ ପ୍ରକଳ୍ପର ବିରୁଦ୍ଧରେ ସ୍ୱର ଉଠାଇ ଗିରଫ ହୋଇଥିବା ବିସ୍ଥାପନ
ବିରୋଧୀ ନେତା ମାନଙ୍କୁ ମୁକ୍ତ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି ।

ରାଜ୍ୟରେ ପ୍ରଥମ ଥର ପାଇଁ ମାଓବାଦୀମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ, ପର୍ଯ୍ୟଟକ, ମାଓବାଦୀ, ରାଜ୍ୟସରକାର

ଅପହୃତ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

March 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଳ୍ଲାରେ ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କୁ ମାନବିକ ଦୃଷ୍ଟିକୋଣରୁ ତୁରନ୍ତ ମୁକ୍ତ କରିବା ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଘଟଣାର ନିନ୍ଦା କରିବା ସହ ସଭ୍ୟ ସମାଜରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ନବୀନ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ଏ ସଂପର୍କରେ ଆଲୋଚନାକରିଛନ୍ତି । ଘଟଣା ସଂପର୍କରେ କେନ୍ଦ୍ର ବୈଶେିକ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରାଲୟକୁ ଅବଗତ କରାଯାଇଛି ।

ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ କରିନେଇଥିବା ସ୍ୱୀକାର କରି ମାଓବାଦୀମାନେ ସକାଳେ ଏକ ଗଣମାଧ୍ୟମକୁ ଅଡ଼ିଓ ସିଡ଼ି ପଠାଇଛନ୍ତି । କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ସୀମାରୁ ଏମାନଙ୍କୁ ଅପହରଣ କରାଯାଇଥିବା ଏଥିରେ କୁହାଯାଇଛି ।

“ଆମେ ଦୁଇ ଜଣ ପର୍ଯ୍ୟଟକଙ୍କୁ ଅପହରଣ କରିଛୁ, ସରକାର ମାଓ ବିରୋଧୀ ଅପରେଶନ ବନ୍ଦ କରିବା ସହ ଆମର ୧୩ଟି ଦାବି ପୂରଣ କରିବା ପରେ ସେମାନଙ୍କୁ ମୁକ୍ତ କରାଯିବ” ଅଡ଼ିଓରେ ନିଜକୁ ସବ୍ୟସାଚୀ ପଣ୍ଡା ପରିଚୟ ଦେଇ ଜଣେ ମାଓବାଦୀ କହିଛନ୍ତି ।

ଅପହୃତ ଦୁଇ ବିଦେଶୀ ପର୍ଯ୍ୟଟକ ପୁରୁଷ ଏବଂ ସେମାନେ ଜଙ୍ଗଲ ମଧ୍ୟରେ ଆଦିବାସୀ ମହିଳାଙ୍କ ଫଟୋ ଉଠାଉଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଛନ୍ତି ବୋଲି ସ୍ଥାନୀୟ ଏକ ଟିଭି ଚ୍ୟାନେଲରେ ରିପୋର୍ଟ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ମାଓବାଦୀ, ମୁଖ୍ୟମନ୍ତ୍ରୀ

ସମୁନ୍ଦ୍ରରେ ବୁଡ଼ି ବିଦେଶୀ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

March 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ପୁରୀ ସମୁନ୍ଦ୍ରରେ ମଙ୍ଗଳବାର ଗାଧୋଉଥିବାବେଳେ ଜଣେ ବିଦେଶୀ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ଋଷର ଏହି ମହିଳା ଜଣକ ନିଜ ସଂପର୍କୀୟଙ୍କ ସହ ବୁଲିବାକୁ ଆସି ବଳିଆପଣ୍ଡା ଥାନା ଅନ୍ତର୍ଗତ ସମୁନ୍ଦ୍ରରେ ଗାଧୋଉଥିବା ବେଳେ ହଠାତ ଜୁଆର ଆସିବାରୁ ସେ ପାଣି ଭିତରକୁ ଚାଲିଯାଇଥିଲେ ।

ପରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ଏବଂ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ପୁରୀ, ବିଦେଶୀ

ଭୁବନେଶ୍ୱର ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ଦାବି

March 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ମାର୍ଚ୍ଚ ୯(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ଦେବାକୁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି ।

ଗତ ମଙ୍ଗଳବାର ଠାରୁ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଜିତ ସିଂହଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଛନ୍ତି ।

ଓଡ଼ିଶାକୁ ଆକାଶ ମାର୍ଗରେ ଯିବା ଆସିବା ପାଇଁ ବ୍ୟାପକ ବ୍ୟବସ୍ଥା ନଥିବାରୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ରାଜ୍ୟକୁ ଆସିପାରୁ ନାହାନ୍ତି ବୋଲି ନବୀନ କହିଛନ୍ତି । ରାଜ୍ୟରେ ଅନ୍ତର୍ଜାତୀୟ ବିମାନବନ୍ଦର ନଥିବା ବେଳେ କେବଳ ଗୋଟିଏ ବିମାନ ବନ୍ଦରରେ କାର୍ଯ୍ୟ ଚାଲୁଛି ।

ଅନ୍ତର୍ଜାତୀୟ ବିମାନବନ୍ଦର ନିମନ୍ତେ ବେସାମରିକ ବିମାନ ଚଳାଚଳ କର୍ତୃପକ୍ଷଙ୍କୁ ରାଜ୍ୟ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ ବୋଲି ନବୀନ କହିଛନ୍ତି । ଏହାସହ ଝାରସୁଗୁଡ଼ାରେ ବିମାନବନ୍ଦର ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି ।

ତେବେ ଅନ୍ତର୍ଜାତୀୟ ମାନ୍ୟତା ମଂଜୁର ପାଇଁ ମନ୍ତ୍ରାଳୟ ଖୁବ୍ଶୀଘ୍ର ଏକ ନୋଟ୍ ପ୍ରସ୍ତୁତ କରି କ୍ୟାବିନେଟ୍ ରେ ଉପସ୍ଥାପନ କରିବ ବୋଲି ସିଂହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ବିଜୁ ପଟ୍ଟନାୟକ, ବିମାନବନ୍ଦର

ବଣ୍ଡା ଆଦିବାସୀ ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକଙ୍କୁ କଟକଣା

February 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ବଣ୍ଡା ଓ ଡ଼ଙ୍ଗରିଆ କନ୍ଧ ତଥା ଅ୍ୟ ଆଦିମ ଜନଜାତି ସଂପ୍ରଦାୟର ଲୋକମାନେ ବସବାସ କରୁଥିବା ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକ ଏବଂ ଗବେଷକଙ୍କ ପରିଦର୍ଶନ ଉପରେ ସରକାର କଟକଣା ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ପଠାଯାଇଛି ।

ଆଦିମ ଜନଜାତି ସଂପ୍ରଦାୟର ଲୋକମାନେ ବସବାସ ତଥା ଯାତାୟାତ କରୁଥିବା ଅଞ୍ଚଳକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ବିଦେଶୀ ପର୍ଯ୍ୟଟକ ଯାଇପାରିବେ ନାହିଁ ।

ଏଥିପାଇଁ ସେମାନଙ୍କୁ ସଂପୃକ୍ତ ଜିଲ୍ଲାର ପର୍ଯ୍ୟଟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଆବେଦନ କରିବାକୁ ପଡ଼ିବ ଏବଂ ଆବେଦନର ଏକ କିତା ନକଲ ଉକ୍ତ ଅଞ୍ଚଳର ଥାନାକୁ ପଠାଯିବା ।

ଅନୁମତି ପ୍ରଦାନ ସମୟରେ ଆଦିବାସୀ ସଂପ୍ରାୟର ମର୍ଯ୍ୟଦା ତଥା ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ତଥା ସୁରକ୍ଷା ପାଇଁ ଆବଶ୍ୟକ ସର୍ତ ଜିଲ୍ଲାପାଳ ଲାଗୁ କରିପାରିବେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ବିଦେଶୀ

ନୂଆ ରୂପରେ ଭିତରକନିକା ହଣ୍ଟି ଟାୱାର

February 17, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଥିବା ବହୁ ପୁରାତନ ହଣ୍ଟି ଟାୱାରକୁ ନୂଆ ରୂପ ଦିଆଯାଇଛି ।

“ଜଙ୍ଗଲ ମଧ୍ୟରେ ଥିବା ଏହି ହଣ୍ଟି ଟାୱାରକୁ ନୂଆ ରୂପ ଦିଆଯାଇଥିବାରୁ ଆମେ ବହୁତ ଖୁସି । ଏଠାକୁ ଆସିବାକୁ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଉଛି । ଯେଉଁମାନେ ଏହା ଉପରେ ଚଢି ପାରିବେ ସେମାନେ ପ୍ରାୟ
୫୦ ଫୁଟ୍ ଉଚ୍ଚକୁ ମଧ୍ୟ ଯାଇ ଆନନ୍ଦ ଉଠାଇ ପାରିବେ” ଭିତରକନିକା ଜାତୀୟ ଉଦ୍ୟାନର ଜଙ୍ଗଲ ଅଧିକାରୀ ମନୋଜ ମହାପାତ୍ର କହିଛନ୍ତି ।

କୁମ୍ଭୀର, ଭାଲୁ, ହରିଣ ଆଦି ବନ୍ୟ ଜନ୍ତୁଙ୍କ ଶିକାର ପାଇଁ ୧୯୨୦ରେ ରାଜନଗର ରାଜା ରାଜେନ୍ଦ୍ର
ନାରାୟଣ ଭଞ୍ଜଦେଓ ଏହି ଟାୱାରକୁ ତିଆରି କରିଥିଲେ । ଗୋଟିଏ ବଡ଼ ପୋଖରୀ ନିକଟରେ ଏହା ଅବସ୍ଥିତ ଏବଂ ଏହାର ଚତୁପାଶ୍ୱର୍ରେ ୨୦ ଏକର ପଡ଼ିଆ ରହିଛି ।

ତେବେ ସଂଧ୍ୟା ସମୟରେ ବନ୍ୟ ଜନ୍ତୁମାନେ ପୋଖରୀରୁ ପାଣି ପିଇ ପଡ଼ିଆରେ ଚରାବୁଲା କରିଥାନ୍ତି । କୁମ୍ଭୀରମାନେ ମଧ୍ୟ ପୋଖରୀ କୂଳରେ ରହିଥାନ୍ତି ଫଳରେ ରାଜାଙ୍କ ପରିବାର ଲୋକମାନେ ଟାୱାରରେ ଥିବା ୨୪ଟି କଣାରୁ ସେମାନ ଗୁଳି କରିଥାନ୍ତି ।

କିନ୍ତୁ ବର୍ତମାନ ପର୍ଯ୍ୟଟକମାନେ ଟାୱାରରେ ଥିବା କଣା ସାହାଯ୍ୟରେ ପଶୁପକ୍ଷୀଙ୍କୁ ଦେଖୁଛନ୍ତି । ସମଗ୍ର ରାଜ୍ୟରେ କେବଳ ଏହା ଗୋଟିଏ ସୁଟିଂ ଟାୱାର ରହିଛି ବୋଲି ସେ କହିଛନ୍ତି ।

“ରାଜ ପରିବାରର ଲୋକମାନେ ଶିକାରୀ ଥିବା ଏହି ଟାୱାରରୁ ଜଣାପଡ଼ୁଛି । ପୂର୍ବରୁ ଟାୱାରଟି ଭଗ୍ନ ଅବସ୍ଥାରେ ଥିବାରୁ ପର୍ଯ୍ୟଟକମାନେ ଏଥିପ୍ରତି ଧ୍ୟାନ ଦେଉନଥିଲେ । ବର୍ତମାନ ଏହାକୁ ନୂଆ ରୂପ ଦିଆଯାଇଥିବାରୁ ପର୍ଯ୍ୟଟକମାନେ ଆକୃଷ୍ଟ ହେବେ” ସେ କହିଛନ୍ତି ।

ଓଡ଼ିଶଶ ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ଭିତରକନିକା

ବଣ୍ଡା ଆଦିବାସୀଙ୍କ ସଂପର୍କରେ କେନ୍ଦ୍ରକୁ ରିପୋର୍ଟ

February 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ବଣ୍ଡା ଆଦିବାସୀଙ୍କ ଫଟୋ ପ୍ରକାଶ କରି କେତେକ ଟ୍ରାଭେଲ ଏଜେନ୍ସି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରୁଥିବା ଅଭିଯୋଗ ଉପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏକ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି ।

ମଙ୍ଗଳବାର ଦିଆଯାଇଥିବା ଏହି ରିପୋର୍ଟରେ ବଣ୍ଡା ଅଳକୁ ବିଦେଶୀ ପର୍ଯ୍ୟଟକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଥିବା ବେଳେ ରାଜ୍ୟ ସରକାର ଟୁର ଅପରେଟରଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି ବୋଲି କୁହାଯାଇଛି ।

ବଣ୍ଡାଙ୍କ ନଗ୍ନ ଚିତ୍ର ଉଠାଇ ଅପବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଉ୍ବେଗ ପ୍ରକାଶ ପାଇଥିଲା ଏବଂ ଏ ସଂପର୍କରେ କେନ୍ଦ୍ର ସରକାର ରିପୋର୍ଟ ମାଗିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ବଣ୍ଡା ଆଦିବାସୀ

ପୁରୀ: ବିଦେଶୀ ପର୍ଯ୍ୟଟକଙ୍କୁ ଆକ୍ରମଣ ଅଭିଯୋଗ

December 10, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଶନିବାର ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ପୁରୀରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

କୋରିଆ ସ୍ଥିତ ଇନ୍ହା ବିଶ୍ୱବିଦ୍ୟାଳୟର ଛାତ୍ର କଙ୍ଗ-ୟଙ୍ଗ ପୁରୀ ଭ୍ରମଣରେ ଆସିଥିବା ବେଳେ ଦକ୍ଷିଣ ଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିରର ଫଟୋ ଉଠାଉଥିଲେ ।

ତେବେ ଏହି ସମୟରେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସଂପୃକ୍ତ ପର୍ଯ୍ୟଟକ ସିଂହ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଯୁବକକୁ ଗିରଫ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ଶ୍ରୀମନ୍ଦିର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ