ଓଡିଶା ଡଟକମ ସଂବାଦ ଦାତା
ଦୁବାଇ, ଜାନୁଆରୀ ୨୧ (ଓଡିଶା ଡଟ କମ) ଦୁବାଇ ଠାରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ପୁଷପୁନି ବ୍ୟାପକ ଜାକ ଜମକରେ ଶୁକ୍ରବାର ପାଳନ କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ ଓଡିଆ।
ଏଆଇ ବର୍ଷା ପଣ୍ଡ ପାର୍କରେ ଅନୁଷ୍ଠିତ ଏହି ଗୋଟିଏ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତି ଓ ପରିବାରର ସଦସ୍ୟ ମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ ଓ ପଶ୍ଚିମ ଓଡିଶାର ଲୋକପ୍ରିୟ ପାରମ୍ପରିକ ଖାଦ୍ଯ ଯଥା ମାଂସ ତରକାରୀ ଓ ଆମ୍ବିଳ ସମସ୍ତଙ୍କୁ ପରସା ଯାଇଥିଲା ।
ସମ୍ବଲପୁରୀ ଗୀତ ଓ ନୃତ୍ୟବାଦ୍ୟର ତାଳେ ତାଳେ ଦର୍ଶକ ଝୁମିଉଠିଥିଲେ । ଚଳିତ ବର୍ଷ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବିଶ୍ଵ ଦୃଷ୍ଟିହୀନ କ୍ରିକେଟ ପରିଷଦ ଓ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର କର୍ମ କର୍ତ୍ତା ମାନେ।
ଏହି ଅବସରରେ ବରଗଡର ପଙ୍କଜ ଭୁଏ ଓ ଭୁବନେଶ୍ବରର ମହମ୍ମଦ ଜଫର ଇକବଳ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର ସଦସ୍ୟ ଭାବେ କ୍ରିକେଟ ଖେଳି ଖ୍ଯାତି ଅର୍ଜନ କରିଥିବାରୁ ସେମାନକୁ ସମ୍ମାନିତ କରା ଯାଇଥିଲା।
ଉଭୟ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ପଶ୍ଚିମ ଓଡିଶା ପରିବାର ଦୁବାଇ ତରଫରୁ ୨୦୧୬ରେ ଆୟୋଜିତ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଲୋକପ୍ରିୟ ରଙ୍ଗବତୀ ଗୀତର ଗାୟକ ଜିତେନ୍ଦ୍ରିୟ ହରିପାଳଙ୍କୁ ଓ ୨୦୧୭ ପୁଷପୁନି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନିତ କରା ଯାଇଥିଲା।
ପଶ୍ଚିମ ଓଡିଶା ପରିବାର ଦୁବାଇ ନିୟମିତ ଭାବରେ ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଆସୁଛନ୍ତି।
ଓଡିଶା ଡଟ କମ


୨. ତେବେ ତାଂକୁ ଓଡିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ବତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି, ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦିଲ୍ଲୀ ଦରବାର ରେ ପହଂଚାଇବାର ବିରଳ ସଫଳତା ।
୭. ସେ ଥିଲେ ସାକ୍ଷାତ ଡାଲଖାଇ।(ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଂକ ଲଚକ ର କୌଣସି ତୁଳନା ନାହିଁ ।


ମୁମ୍ବାଇ, ସେପ୍ଟେମ୍ବର ୨୭ (ଓଡିଶା ଡଟ କମ ) ପଶ୍ଚିମ ଓଡିଶା ପରିବାର ମୁମ୍ବାଇ ପକ୍ଷରୁ ମୁମ୍ବାଇରେ ଗତ ରବିବାର ଦାଦର ଠାରେ ଥିବା ସ୍ଵତନ୍ତ୍ର ବୀର ସାବରକର ଅଡିଟୋରିଆମ ଠାରେ ନୂଆଖାଇ ଭେଟ ଘାଟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବ୍ୟାପକ ଜନସମାଗମ ମଧ୍ୟରେ ପାଳନ ହୋଇଛି।
ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରେସିଡେନଟ ଅଫ ଇଣ୍ଡିଆ ଆୱାର୍ଡ ୨୦୧୬ ପାଇ ପଶ୍ଚିମ ଓଡିଶାକୁ ଗୌରବାନ୍ଵିତ କରିଥିବାରୁ ପାଟଯୋଶୀଙ୍କୁ ସମ୍ମାନିତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ର ବିଶିଷ୍ଟ ଚଳଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ସାଧୁ ମେହେର ଉଦବୋଧନ ଦେଇଥିଲେ । ମୁମ୍ବାଇ ଠାରେ ନୂଆଖାଇ ଭେଟ ଘାଟ ପାଳନର ଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ମରଣିକା ଜୁହାର ୨୦୧୬ ଉନ୍ମୋଚିତ କରଯାଇଥିଲା ।
ବଲିଉଡ ଚିତ୍ର ତାରକା ଟାଇଗର ସରଫ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବ ରେ ବଲାଙ୍ଗିର ଜିଲ୍ଲାର ଲୋଇସିଙ୍ଘାରୁ ଆସିଥିବା କଳାକାର ଡାଳଖାଇ, ରସରକେଲି, ଓ ରଙ୍ଗବତୀ ଆଦି ନୃତ୍ୟ ପରିବେଷଣ କରିଥିଲେ ।
କେନ୍ଦ୍ରର ମୋଦି ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ଅଭିଯାନର ଅଂଶ ସ୍ୱରୂପ ପଶ୍ଚିମ ଓଡିଶାର ଏହି ସହରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭାଗନେଇ ଓରାମ ଏହା କହିଛନ୍ତି ।
ପ୍ରିୟତମର ମୃତ୍ୟୁରେ ଶୋକାତୁରା ପୃଥିବୀ ବିଳାପ କରିବାକୁ ଲାଗିଲେ । ତାଙ୍କ ବିଳାପରେ ଲୋକପିତା ବ୍ରହ୍ମାଙ୍କ ଆସନ ଟଳମଳ ହେବାକୁ ଲାଗିଲା । ବ୍ରହ୍ମା ପୃଥିବୀକୁ ପଚାରିଲେ, ତମେ ରୋଦନ କରୁଛ କାହିଁକି ? ପୃଥିବୀ ତାଙ୍କ ଦୁଃଖ ବୟାନ କଲେ । ଲୋକପିତା କହିଲେ – ‘ମୁଁ ନିଶ୍ଚିତ ଭାବରେ ତମ ପ୍ରେମିକକୁ ବଞ୍ଚାଇ ଦେବି ।’

