• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପଶ୍ଚିମ ଓଡ଼ିଶା

ବିଶିଷ୍ଟ କୃଷି ବିଜ୍ଞାନୀ ଡ.ନିରଞ୍ଜନ ପଣ୍ଡାଙ୍କ ପରଲୋକ

December 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ ଅଫ ରିସର୍ଚ୍ଚ ତଥା ଏ ଅଂଚଳର କୃତୀ ସନ୍ତାନ ଡ. ନିରଞ୍ଜନ ପଣ୍ଡାଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଛି ।

niranjan panda

ବୁଧବାର ଦିନ ଅପରାହ୍ନ ୫ଟା ୪୫ ମିନିଟରେ କଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାମାତ୍ରେ ସମ୍ବଲପୁର, ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ଶୋକର ଛାୟା ଖେଳିଯାଇଛି ।

୧୦.୦୬.୧୯୩୧ ମସିହା ଜୁନ ୧୦ ତାରିଖରେ ସମ୍ବଲପୁର ଝାଡ଼ୁଆପଡ଼ାରେ ବୃନ୍ଦାବନ ପଣ୍ଡା ଓ ଜାନକୀ ଦେବୀଙ୍କ ତୃତୀୟ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିବା ନିରଞ୍ଜନ ଗଙ୍ଗାଧର ମେହେର କଲେଜରେ ଅଧ୍ୟୟନ କରିବା ପରେ ବନାରସ ଓ ଏଲାହାବାଦରେ ଉଚ୍ଚତର ଶିକ୍ଷା ଗ୍ରହଣ କରି ଆମେରିକାରେ ପିଏଚଡ଼ି ଡିଗ୍ରୀ ଲାଭ କରିଥିଲେ ।

ସେ ବାରଣାସୀ, ଏଲାହାବାଦ, ରାଂଚି, କଲିକତା, ବିଶ୍ୱଭାରତୀ ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟର ବୋର୍ଡ଼ ଅଫ୍ ଷ୍ଟଡ଼ିଜ ତଥା ପରି·ଳନା କମିଟି ସଭ୍ୟ ଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଏକ ଆଧୁନିକ ଗବେଷଣାଗାରକୁ ତାଙ୍କ ନାମରେ ନାମିତ କରାଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ସଫଳତାର ସହ ତୁଲାଇବା ପରେ ସେ ୨୦୦୬ ମସିହା ଜୁଲାଇରୁ ୨୦୧୧ ଜୁଲାଇ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ।

ହୃତପିଣ୍ଡରେ ଅସ୍ତ୍ରୋପଚାର ପରେ ଗତ କିଛି ଦିନ ଧରି ସେ ଗୁରୁତର ଅସୁସ୍ଥ ଥିଲେ । ସେ ଜ୍ୟେଷ୍ଠପୁତ୍ର ଆଇଟିସିର ବରିଷ୍ଠ ଅଧିକାରୀ ସ୍ୱରୂପ ପଣ୍ଡାଙ୍କ ପାଖରେ ରହୁଥିଲେ ।

ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଗୁରୁବାର ଦିନ ତାଙ୍କ ମରଶରୀରକୁ କଲକାତାରୁ ଭୁବନେଶ୍ୱରସ୍ଥିତ ବାସଭବନକୁ ଅଣାଯିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଦାହସକ୍ରାର କରାଯିବ ବୋଲି ପାରିବାରିକ ସୂତ୍ରରୁ ଜଣାପଡ଼ିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗବେଷଣାଗାର, ପଶ୍ଚିମ ଓଡ଼ିଶା, ବିଶ୍ୱବିଦ୍ୟାଳୟ, ସମ୍ବଲପୁର, ସ୍ୱର୍ଗଦ୍ୱାର

ପଶ୍ଚିମ ଓଡିଶାରେ କୃଷକ ସଂଗଠନର ୪ ଘଣ୍ଟିଆ ବନ୍ଦ ପାଳନ

December 4, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ଡିସେମ୍ବର ୪(ଓଡିଶା ଡଟ୍ କମ୍)-ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ତରଫରୁ ଏକକ ଧାନ ସଂଗ୍ରହ ନୀତି, ଚାଷୀଙ୍କୁ ବୋନସ, କୃଷି ବିମା ନୀତିରେ ପରିବର୍ତନ, ଫସଲ କ୍ଷତି ପୂରଣ ଆଦି ପନ୍ଦର ଦଫା ଦାବୀ ନେଇ ଆଜି ପଶ୍ଚମ ଓଡିଶାରେ ୪ ଘଣ୍ଟିଆ ବନ୍ଦ ପାଳନ ଅନୁଷ୍ଠିତ ହୋଇଯାଇଛି ।

ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହ ସରକାରୀ ଅଫିସ ଘେରାଉ କରିଥିଲେ ସମ୍ବଲପୁର, ବରଗଡ, ବଲାଙ୍ଗୀର, ବୌଦ୍ଧ, ନୂଆପଡା କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇ ଚାଷୀ କେଉଁଠି ରାସ୍ତା ଅବରୋଧ କରିଛନ୍ତି ତ କେଉଁଠି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।

ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସହ ଅନୁଗୁଳ ଜିଲ୍ଲାର କୃଷକମାନେ ସାମିଲ ହୋଇଥିଲେ । ସମ୍ବଲପୁରରେ କୃଷକମାନେ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ବନ୍ଦପାଳନ ଯୋଗୁଁ ରାସ୍ତାଉପରେ ହଜାର ହଜାର ଯାନବାହାନ ଅଟକି ରହିଥିଲା ।

ସମ୍ବଲପୁରରେ ଅନୁଷ୍ଠିତ କୃଷକମାନଙ୍କର ଏହି ଆନ୍ଦୋଳନ ଦିନ ୧୨ ଘଟିକାରେ ଆରମ୍ଭ ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଚାଲିଲା ପ୍ରତିବାଦ,ଧାରଣା ଓ ନାରାବାଜି । ରାସ୍ତା ଅବରୋଧକରି ଚାଷୀମାନେ ରାସ୍ତାଉପରେ ପାଲା ଓ ଦାସକାଠିଆ ପରିବେଷଣ କରିଥିଲେ ।

ସମ୍ବଲପୁରର ରେମଟ ଛକ,ଗୋଶାଳା,ସିନ୍ଦୁର ପଙ୍କ,ଶାସନ,ରେଢାଖୋଲ,ମାନେଶ୍ୱର,ଧମା ଓ ନାକଟିଦେଉଳ ଅଞ୍ଚଳରେ ଏହି ବନ୍ଦ ପାଳନ କରାଯାଇଥିଲା ।

କୃଷକ ନେତା ସରୋଜ ବାବୁ କହିଛନ୍ତି ଯେ,କୃଷକମାନଙ୍କର ସମସ୍ୟା ସମାଧାନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ଏହା ବାରମ୍ବାର ପ୍ରମାଣିତ ହେଉଛି । ସରକାରଙ୍କୁ ଅନୁରୋଧ କରୁଛୁ ଦଳଗତ ଉର୍ଦ୍ଧକୁ ଉଠି ଚାଷୀମାନଙ୍କର ସମସ୍ତ ସମସ୍ୟା ଉପରେ ଆଲୋଚନା କରନ୍ତୁ ।

ବଲାଙ୍ଗିରରେ ଶତାଧିକ ଚାଷୀ କୋଷଳ କଳାମଣ୍ଡପ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କୃଷକ ନେତା ବାବାଜୀ ଦାସ କହିଛନ୍ତି ଶୀଘ୍ର ମଣ୍ଡି ଖୋଲିବା ସହିତ ଧାନ କ୍ରୟ କରିବା,ବିମା ଟଙ୍କା ପ୍ରଦାନ,କପାର ମୂଲ୍ୟ ୫ହଜାର ଟଙ୍କା ଓ ଆଖୁର ମୂଲ୍ୟ ତିନି ହଜାର ଟଙ୍କା କରିବାକୁ ଆମ ତରଫରୁ ସରକାରଙ୍କ ନିକଟରେ ଦାବୀ ହୋଇଛି ।

ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଅଲେଖ ଚନ୍ଦ୍ର ପଢିଆରୀ କହିଛନ୍ତି କୃଷକମାନଙ୍କର ଦାବୀ ସରକାରଙ୍କ ନିକଟକୁ ପଠାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଖୁ, ଚାଷୀ, ଧାନ ମଣ୍ଡି, ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡିଶାରେ ବ୍ୟାପକ ସାର କଳାବଜାରୀ:୪ ଗିରଫ

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-ପଶ୍ଚିମ ଓଡିଶାରେ ସାର ବ୍ୟାପକ କଳାବଜାରୀ ନଜରକୁ ଆସିବାପରେ ଭିଜିଲାନ୍ସ ୪ ଜଣ ବିଶିଷ୍ଟ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ ନାମଂଜୁର ହେବାରୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆ ଯାଇଛି ।

ରାଜ୍ୟରେ ସାର ଅଭାବ ଲାଗି ରହିଥିବା ବେଳେ ସାର କଳାବଜାରୀକୁ ନେଇ ମୁହାଁମୁହିଁ ସ୍ଥତିରେ କେନ୍ଦ୍ର ଓ ରାଜ୍ୟ । ସେଥିପାଇଁ ଓଡିଶା ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ ଆରମ୍ଭ ଖୋଳତାଡକୁ ଜୋରଦାର କରାଯାଇଛି ।

ଭିଜିଲାନ୍ସର ୨୫ଟି ଟିମ୍ ଅଦ୍ୟାବିଧି ୪୦ରୁ ଉର୍ଦ୍ଧ ସ୍ଥାନରେ ଚଢାଉକରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଓଡ଼ିଶା, ଭିଜିଲାନ୍ସ, ସାର କଳାବଜାରୀ

ଆହୁରି ଚାରି ପାଞ୍ଚଦିନ ଗ୍ରୀଷ୍ମପ୍ରବାହ

May 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୨(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓ ଉତ୍ତର ଦିଗରୁ ଗରମ ପବନ ପ୍ରବାହିତ ହେଉଥିବାରୁ ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ଚାରି ପାଞ୍ଚଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଉପର ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ଟ୍ରାପଲାଇନ ଯାଇଥିଲେ ମଧ୍ୟ ତାହାର ପ୍ରଭାବରେ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ଆଂଶକା ରହିଛି କିନ୍ତୁ ଏହା ତାପମାତ୍ରାକୁ ପ୍ରଭାବିତ କରୁନାହିଁ । କେବଳ ସାମୟିକ ଭାବେ ୧ରୁ ୨ ଡିଗ୍ରୀ ତାପମାତ୍ରା ହ୍ରାସ ପାଉଛି ବୋଲି କୁହାଯାଇଛି ।

ତେବେ ମଙ୍ଗଳବାର ମଧ୍ୟ ପଶ୍ଚିମ ଓଡ଼ିଶାର ସୋନପୁର ସହରର ସର୍ବୋଚ୍ଚ ତାପମାତ୍ରା ୪୬ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ଟିଟିଲାଗଡ଼ ୪୫.୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

ସେହିପରି ସମ୍ବଲପୁରରେ ୪୪.୮, ବଲାଙ୍ଗୀର ୪୪, ହୀରାକୁଦ ୪୨.୩, ସୁନ୍ଦରଗଡ଼ ୪୪, ଝାରସୁଗୁଡା ୪୨.୪ ଓ ଅନୁଗୁଳର ତାପମାତ୍ରା ୪୨.୭ ଡ଼ିଗ୍ରୀ ସେଲ୍ସିୟସ ରେକର୍ଡ଼ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗ୍ରୀଷ୍ମ ପ୍ରବାହ, ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶା ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ

May 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ମଇ ୮(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶା ଆଇନଜିବୀ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ବନ୍ଦ ଡ଼ାକରା ଯୋଗୁଁ ଦଶଟି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘର ବିବାଦ ଘଟଣାର ବିଚାର ବିଭାଗୀୟ ତଦନ୍ତ ତଥା ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ବନ୍ଦ ଡ଼ାକରା ଦିଆଯାଇଛି ।

ବନ୍ଦକୁ ସମର୍ଥନ ଜଣାଇ ଆଜିଦିନକ ପାଇଁ ହାଇକୋର୍ଟ ଓକିଲମାନେ ମଧ୍ୟ କାର୍ଯ୍ୟ ବନ୍ଦ କରିଛନ୍ତି । ସମ୍ବଲପୁର ସହରରେ ସରକାରୀ ଓ ବେସରକାରୀ କାର୍ଯ୍ୟନୁଷ୍ଠାନ, ସ୍କୁଲ କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନବାହାନ ଚଳାଚଳ ବନ୍ଦ ରହିଛି ।

ଓକିଲ ସଂଘର କର୍ମକର୍ତାମାନେ ଜିଲ୍ଲାପାଳ ଏବଂ ଆର୍ଡ଼ିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ସଂଗଠନ ଏହି ବନ୍ଦ ଡ଼ାକରାକୁ ସମର୍ଥନ ଜଣାଇଛନ୍ତି ।

ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାରେ ଓକିଲମାନେ ବନ୍ଦକୁ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ କରିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଛି ।

ଗତ ୨୩ ତାରିଖ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱେସ୍କୋର ବିଦ୍ୟୁତ କାଟ୍ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଓକିଲମାନେ ଏକ ବସରେ ବୁର୍ଲା ଯିବାକୁ ବାହାରୁ ଥିବା ବେଳେ ଜିଲ୍ଲାପାଳ ସେଠାରେ ପହଞ୍ଚି ଓକିଲଙ୍କୁ ଆକ୍ଷେପ କରି ବିଭିନ୍ନ ପ୍ରକାର ଅଶାଳୀନ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିବା ଓକିଲ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଏତାଲା ଦିଆଯାଇଥିବା ବେଳେ ଜିଲ୍ଲାପାଳ ଓ ଉପନିବନ୍ଧକଙ୍କ ଏତଲା ଭିତ୍ତିରେ ୧୮ ଜଣ ଓକିଲଙ୍କୁ ଗିରଫ କରାଯାଇଥିଲା । ତେବେ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଓକିଲଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଭିତ୍ତିରେ ଜିଲ୍ଲାପାଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏହା ବିରୋଧରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଅଞ୍ଚଳରେ ଆନ୍ଦୋଳନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଇନଜୀବୀ, ପଶ୍ଚିମ ଓଡ଼ିଶା

ଜିଲ୍ଲାପାଳ-ଓକିଲ ବିବାଦ: ୮ରେ ପଶ୍ଚିମ ଓଡ଼ିଶା ବନ୍ଦ

April 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାପାଳଙ୍କୁ ଗିରଫ ତଥା ନିଲମ୍ବନ କରିବା ଦାବିରେ ଆସନ୍ତା ମଇ ୮ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ପାଇଁ ପଶ୍ଚିମ ଓଡ଼ିଶା ଓକିଲ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି ।

ପଶ୍ଚିମ ଓଡ଼ିଶା ଓକିଲ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସାଧାରଣ ପରିଷଦ ବୈଠକରେ ୨୮ଟି ଓକିଲ ସଂଘ କର୍ମକତା ଉପସ୍ଥିତିରେ ଏହି ନିଷ୍ପତି ନିଆଯାଇଥିବା ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି ।

ଗତ ୨୩ ତାରିଖ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱେସ୍କୋର ବିଦ୍ୟୁତ କାଟ୍ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଓକିଲମାନେ ଏକ ବସ୍ରେ ବୁର୍ଲା ଯିବାକୁ ବାହାରୁ ଥିବା ବେଳେ ଜିଲ୍ଲାପାଳ ସେଠାରେ ପହଂଚି ଓକିଲଙ୍କୁ ଆକ୍ଷେପ କରି ବିଭିନ୍ନ ପ୍ରକାର ଅଶାଳୀନ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିଲେ ବୋଲି କୁହାଯାଇଛି ।

ଏଥିପାଇଁ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିପାଇଁ ସଂପୂର୍ଣ୍ଣ ଭାବେ ଜିଲ୍ଲାପାଳ ହିିଁ ଦାୟୀ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଏତାଲା ଦିଆଯାଇଥିବା ବେଳେ ଜିଲ୍ଲାପାଳ ଓ ଉପନିବନ୍ଧକଙ୍କ
ଏତଲା ଭିତ୍ତିରେ ୧୮ ଜଣ ଓକିଲଙ୍କୁ କେବଳ ଗିରଫ କରାଯାଇଥିଲା ।

ତେବେ ଓକିଲଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଭିତ୍ତିରେ ଜିଲ୍ଲାପାଳଙ୍କ ବିରୁଦ୍ଧରେ କୌଣସି
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସରକାରଙ୍କ ଏହି ପାତରଅନ୍ତର ନୀତି ବିରୋଧରେ ସମଗ୍ରସମଗ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ଆସନ୍ତା ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଅଂଚଳରେ ଆନ୍ଦୋଳନ କରିବାକୁ ସ୍ଥିର କରାଯାଇଛି ।

ଏହି ସମୟ ମଧ୍ୟରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଗିରଫାରୀ ଓ ନିଲମ୍ବନ ଦାବିରେ କାର୍ଯ୍ୟବନ୍ଦ
ଆନ୍ଦୋଳନ ସହ ପ୍ରତ୍ୟେକଦିନ ବିକ୍ଷୋଭ, ଧାରଣା ଆଦି ଆନ୍ଦୋଳନ କରି ସରକାରଙ୍କ ଉପରେ ଚାପ
ପ୍ରୟୋଗ କରାଯିବ ବୋଲି କୁହାଯାଇଛି ।

ଯଦି ବନ୍ଦ ଡ଼ାକରା ସତ୍ୱେ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଉକ୍ତଦିନ ସଂଘ ଓ କିମିଟି ପକ୍ଷରୁ ଆଗାମୀଦିନରେ ଆନ୍ଦୋଳନର ନୂତନ ରୂପରେଖ ସଂପର୍କରେ ସୂଚନା ଦିଆଯିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଓଡ଼ିଶା, ସମ୍ବଲପୁର

ସମ୍ବଲପୁରରେ ସୁପର ସ୍ପେସିଆଲିଟିି ହସ୍ପିଟାଲ

April 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମ୍ବଲପୁର ଠାରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି ।

ସରକାରୀ-ବେସରକାରୀ ଭାଗୀାରିତାରେ ଏହି ହସ୍ପିଟାଲ ପ୍ରତିଷ୍ଠା କରାଯିବ । କୋଲକାତାର ଶେୁନ୍ ହସ୍ପିଟାଲ ଓ ହାର୍ଟ ପ୍ରତିଷ୍ଠାନ ଏହି ହସପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି ।

ଏଥି ପାଇଁ ସଂସ୍ଥା ପକ୍ଷରୁ ପ୍ରାରମ୍ଭିକ ଭାବେ ୧୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାର ଉଚିତ ମୂଲ୍ୟରେ ସାତ ଏକର ଜମି ଯୋଗାଇ ଦେବେ ।

ରାଜ୍ୟ ସରକାର ଏହି ସଂସ୍ଥାକୁ ଏନ୍.ଓ.ସି ପ୍ରଦାନ କରିଛନ୍ତି । ସଂସ୍ଥା ଏଥି ପାଇଁ ସରକାରଙ୍କୁ ଆବେନ କରିଥିଲା ଏବଂ ଏହା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ଅନୁମୋନ ପରେ ଏହି ପ୍ରମାଣପତ୍ର ପ୍ରଦାନ କରାଯାଉଛି ।

ଏହି ହସ୍ପିଟାଲରେ ୨୪ଟି ବିଭାଗ ସହିତ ୩୦ ଟି ଅପରେସନ ଥିଏଟର ,ଦୁଇଟି ଡିଜିଟାଲ କାଥ୍ଲାବ ସହିତ ରୋଗ ନିରୂପଣ ସହାୟକ ପାଥୋଲୋଜି, ଇମେଜିଂ କାର୍ଡିଓଲୋଜି ଏବଂ ନ୍ୟୁରୋଲୋଜି ପ୍ରଭୃତିର ବ୍ୟବସ୍ଥା ରହିବ ।

ଏହାବ୍ୟତୀତ ଏଠାରେ ଜିଏନ୍ଏମ୍ ସ୍କୁଲ , ପାରାମେଡିକାଲ ତାଲିମ୍ କେନ୍ଦ୍ର , ପିଜିଡିସିସି ଏବଂ
ଡି.ଏନ୍.ବି ପାଠ୍ୟକ୍ରମ ମଧ୍ୟ ରହିବ ଏବଂ ଏଥିରେ ପ୍ରାୟ ୮୦୦ ଲୋକ ନିଯୁକ୍ତି ପାଇବେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଓଡ଼ିଶା, ସ୍ୱାସ୍ଥ୍ୟ

ପ୍ରସ୍ତାବିତ ସିଣ୍ଢୋଲ ପ୍ରକଳ୍ପ ବନ୍ଦ ପାଇଁ ନିଷ୍ପତି

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶାରେ ପ୍ରସ୍ତାବିତ ସିଣ୍ଢୋଲ ଜଳ ବିଦ୍ୟୁତ୍ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସରକାର ସଂପୃକ୍ତ ଅଂଚଳରେ ଏହି ପ୍ରକଳ୍ପ ପ୍ରତିଷ୍ଠା ଉଦ୍ୟମରୁ ନିବୃତ ରହିଛନ୍ତି ବୋଲି ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୋମବାର ବିଧାନସଭାରେ କହିଛନ୍ତି ।

ଲୋକଙ୍କ ବିରୋଧ ଯୋଗୁଁ ପ୍ରକଳ୍ପ ସଂପର୍କରେ ଅନୁଧ୍ୟାନ ପାଇଁ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯାଇଥିଲା ।

ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ଜନସାଧାରଣ ଏହାକୁ ଘୋର ବିରୋଧ କରୁଥିବାରୁ ସରକାର ସେଥିରୁ ନିବୃତ ରହିବା ଉଚିତ ବୋଲି ଉକ୍ତ କମିଟି ସୁପାରିଶ କରିଥିଲା ।

ଗତ ଜୁନ୍ ମାସରେ ଜାତୀୟ ଜଳ ବିଦ୍ୟୁତ ନିଗମ ସମ୍ବଲପୁରରେ ୧୦୦ ମେଗାୱାଟ, ସୋନପୁରରେ ୧୦୦ ମେଗାୱାଟ ଏବଂ ବୌଦ୍ଧରେ ୧୨୦ ମେଗାୱାଟର ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ପାଇଁ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ଏହି ପ୍ରକଳ୍ପ ଯୋଗୁଁ ୧୧୮ଟି ଗ୍ରାମ ସଂପୂର୍ଣ୍ଣ କିମ୍ବା ଆଶିଂକ ପ୍ରଭାବିତ ହେବ ଏବଂ ଏହା ସ୍ଥାନୀୟ ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଟାଣି ଆଣିବ ବୋଲି ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକମାନେ କହିଥିଲେ ।

ପ୍ରକଳ୍ପ ଦ୍ୱାରାସମ୍ବଲପୁର ଜିଲ୍ଲାରେ ଥିବା ପ୍ରସିଦ୍ଧ ହୁମା ମନ୍ଦିର ସମେତ ବହୁତ ମନ୍ଦିର ମଧ୍ୟ ପାଣିରେ ମିଶିଯିବ ବୋଲି ସେମାନେ ଆଶଂକା ପ୍ରକାଶ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଳ ବିଦ୍ୟୁତ୍ ପ୍ରକଳ୍ପ, ପଶ୍ଚିମ ଓଡ଼ିଶା

୨୨ରେ ପଶ୍ଚିମ ଓଡ଼ିଶା ନୃତ୍ୟ ସମାରୋହ

December 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୨ତାରିଖରେ ସୌଖିନ କଳାକାର ସଂଘ
ମଂଚରେ ପଶ୍ଚିମ ଓଡ଼ିଶାର ନୃତ୍ୟ ସମାରୋହ ଅନୁଷ୍ଠିତ ହେବ ।

ଅନୁଷ୍ଠାନର ଉପଦେଷ୍ଟା ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ
ସମ୍ମିଳନୀରେ ସଭାପତି ଗୌରୀ ଚରଣ ମିଶ୍ର ଏହି ସୂଚନା ଦେଇଛନ୍ତି ।

ଏହି ସାଂସ୍କୃତିକ ସମାରୋହରେ ସୋନପୁର, କଳାହାଣ୍ଡି, ସମ୍ବଲପୁର, ବୌଦ୍ଧ ଏବଂ ବଲାଙ୍ଗୀରର ବହୁ ପ୍ରତିଷ୍ଠିତ କଳାକାରମାନେ ଯୋଗଦେବେ । ଏହାଦ୍ୱାରାପଶ୍ଚିମ ଓଡ଼ିଶାର ଲୁକ୍କାୟିତ କଳା ସଂସ୍କୃତି ସୃଦୁଢ ହୋଇପାରିବ ବୋଲି ସେ କହିଛନ୍ତି ।

ଆଗାମୀଦିନରେ ଏଭଳି ସାଂସ୍କୃତିକ ସମାରୋହ ବିଭିନ୍ନ ଜିଲ୍ଲାରେ କରିବାକୁ ଯୋଜନା ରହିଥିବା ଅନୁଷ୍ଠାନର ସଂପାଦକ ସରୋଜ ଭୂୟାଁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଓଡ଼ିଶା, ସୌଖିନ

ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍

October 16, 2011 by ଓଡିଶା ଡଟ କମ Leave a Comment

ଦୀପକ ପୂଜାରୀଙ୍କ ଠାରୁ

ମୁମ୍ବାଇ, ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ମୁମ୍ବାଇ ସ୍ଥିତ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ଧୁମ୍ଧାମ୍ରେ ନୂଅାଁଖାଇ ଭେଟ୍ଘାଟ୍-୨୦୧୧ ଅନୁଷ୍ଠିତ ହୋଇଯାଇଛି ।

କ୍ୟାଥୋଲିକ୍ ଜିମ୍ଖାନା ଠାରେ ରବିବାର ଆୟୋଜିତ ଭେଟ୍ଘାଟ୍ରେ ପ୍ରାୟ ଦୁଇ ଶହରୁ ଉଦ୍ଧ୍ୱର୍ ଲୋକ ଅଂଶ ଗ୍ରହଣ କରିଥିଲେ ।

ଏହି ଅବସରରେ ମାଁ ସମଲେଇଙ୍କ ପୂଜା ସହ ପରିଚୟ ପ୍ରଦାନ, କୁଇଜ୍, ଗୀତ ଏବଂ ନୃତ୍ୟର ଆୟୋଜନ କରାଯାଇଥିଲା ।

ଗୁରୁ ରଣଜିତ ନାଗ ଏବଂ କ୍ରିଷ୍ଣା ପଟେଲଙ୍କ ନେତୃତ୍ୱରେ ସମ୍ବଲପୁର କଳାପରିଷର କଳାକାରମାନେ ନୃତ୍ୟ  ଗୀତରେ ଉପସ୍ଥିତ ଅତିଥିଙ୍କ ମନ ମୋହିଥିଲେ । ଯୁବ କଳାକାରମାନେ ଢୋଲ ନିଶାନ ସହ ଲୋକନୃତ୍ୟ  ପରିବେଷଣ କରିଥିଲେ ।

ରିଜର୍ଭ ବ୍ୟାଙ୍କର ଡ଼େପୁଟି ଗଭର୍ଣ୍ଣର ହରୁନ ରସି୍ ଖାନ୍ ଏବଂ ତାଙ୍କ ପତ୍ନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକନୃତ୍ୟକୁ ପ୍ରଶାଂସା କରିଥିଲେ ।

ପଞ୍ଚମ ଥର ପାଇଁ ଆୟୋଜିତ କରାଯାଇଥିବା ଏହି ଭେଟ୍ଘାଟ୍ରେ ଲୋକପ୍ରିୟ ଓଡ଼ିଆ ଚଳଚ୍ଛିତ୍ର କଳାକାର ସୁନୀଲ କୁମାର ମଧ୍ୟ ଏଥିରେ ଯୋଗ ଦେଇ ରଙ୍ଗବତୀ ଗୀତର ତାଳେତାଳେ ନୃତ୍ୟ କରିଥିଲେ ।

ଅସୁସ୍ଥ ସତ୍ୱେ ଏହି ପରିବାରର ବରିଷ୍ଠ ସସ୍ୟ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ଏବଂ  ନିର୍ଦ୍ଦେଶକ ସାଧୁ ମେହେର ମଧ୍ୟ ଏଥିରେ ଯୋଗ ଦେଇଥିଲେ । ନିକଟରେ ଓଡ଼ିଶା ସରକାର ତାଙ୍କୁ ଜୟଦେବ  ପୁରସ୍କାର ପ୍ରଦାନ କରିଥିବାରୁ ଆୟୋଜକଙ୍କ ପକ୍ଷରୁ ମୁଖ୍ୟ ଅତିଥି ମେହେରଙ୍କୁ ସମ୍ମାନୀତ କରିଥିଲେ ।

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଲେଖକ ତଥା ଉକ୍ତ ପରିବାରର ସଦସ୍ୟଙ୍କ ଦ୍ୱାରାରଚିତ ସ୍ମରଣିକା “”ଜୁହାର”କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇର ପରବର୍ତ୍ତୀ କାର୍ଯ୍ୟକ୍ରମ ପୁଶ୍ପୁନି ୨୦୧୨ ବୋଲି ଘୋଷଣା କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଓଡ଼ିଶା, ମୁମ୍ବାଇ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ