• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପାରାଦୀପ

କାରଖାନା, ଟ୍ରକ ମାଲିକ ବିବାଦ, ଅସୁବିଧାରେ ଶ୍ରମିକ

May 21, 2015 by News Bureau Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ପାରାଦୀପ ମଇ୨୧ (ଓଡିଶା ଡ଼ଟ୍ କମ୍) ପାରାଦୀପ ଠାରେ ଥିବା କାର୍ଗିଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କର୍ତ୍ତୁପକ୍ଷ ଓ ଟ୍ରକ ମାଲିକଙ୍କ ମଧ୍ୟରେ ପରିବହନ ଦରକୁ ନେଇ ଚାଲିଥିବା ଟଣା ଓଟରା ଯୋଗୁଁ ଗତ ଦଶ ଦିନ ଧରି କାରଖାନାର ଉତ୍ପାଦନ ବନ୍ଦ ରହିଛି ଫଳରେ କାମ କରୁଥିବା ଶତାଧିକ ଶ୍ରମିକ ବିନା ରୋଜଗାର ରେ ବସିରହିଛନ୍ତି ।

DSC04311ଏହି କମ୍ପାନୀ ଉତ୍ପାଦନ କରୁଥିବା ଖାଇବା ତେଲ ଓ ଅନ୍ୟାନ୍ୟ ଦ୍ରବ୍ୟର ପରିବହନ ମୂଲ୍ୟ ବୃଦ୍ଧି ପାଇଁ ଗତ ଦୁଇ ବର୍ଷ ହେବ ଜଗତସିଂହପୁର ଟ୍ରକ ମାଲିକ ସଂଘ, ପାରାଦୀପ ଟ୍ରକ ମାଲିକ ସଂଘ ଓ ଜଗନ୍ନାଥ ଟ୍ରକ ମାଲିକ ସଂଘ ଦାବି କରିଆସୁଛନ୍ତି।

କମ୍ପାନି ଏହାକୁ ଗ୍ରହଣ କରୁ ନ ଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏହାର କିଛି ସମାଧାନ ନହେବାରୁ କମ୍ପାନି ତାର ଉତ୍ପାଦନ ବନ୍ଦ କରିଦେଇଛି।

ଫଳରେ କାରଖାନାର ପ୍ରାୟ ୨୬୦ ଜଣ ଶ୍ରମିକ ରୋଜଗାର ହରାଇ ବସିରହିଥିବା ଶ୍ରମିକ ସଂଘ ନେତା ସୁଧାକର ମନ୍ତ୍ରୀ କହିଛନ୍ତି । ଉତ୍ପାଦନ ବନ୍ଦକୁ ବେଆଇନ ଦର୍ଶାଇ ସେ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରିବା ପାଇଁ ଦାବି କରିଛନ୍ତି ।

ଜିଲ୍ଲା ଟ୍ରକ ମାଲିକ ସଂଘ ନେତା ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତି ଯେ ଲଗାତାର ଭାବରେ ଡିଜେଲ ଓ ପେଟ୍ରୋଲ ତଥା ସ୍ପେୟାର ପାର୍ଟର ଦାମ ବଢୁଥିବାରୁ ଆମେ ପରିବହନ ଦର ବୃଦ୍ଧି କରିବାକୁ କହିଥିଲୁ।

କିନ୍ତୁ ଏହି ଦର କେବଳ କାର୍ଗିଲ ଇଣ୍ଡିଆ ପାଇଁ ନଥିଲା ଏହା ଅନ୍ୟ ସମସ୍ତ କମ୍ପାନୀ ପାଇଁ ମଧ୍ୟ ପ୍ରଯୁଜ୍ୟ ଥିଲା । ହେଲେ କାର୍ଗିଲ ଇଣ୍ଡିଆ ଆମ ସହ ଆଲୋଚନା ନକରି ଆପେ ଆପେ ନିଜର ଉତ୍ପାଦନ ବନ୍ଦ କରିଦେଇଛି ।

କାର୍ଗିଲ ଇଣ୍ଡିଆର ଅଧିକାରୀ ଶ୍ରୀ ଭାନୁ ପ୍ରକାଶ ରାଉତ କହିଛନ୍ତି ଯେ, “ଟ୍ରକ ମାଲିକ ସଂଘ ବାରମ୍ବାର ପରିବହନ ଦରବୃଦ୍ଧି କରୁଥିବାରୁ ଆମକୁ କ୍ଷତିର ସାମନା କରିବାକୁ ପଡୁଛି। ସେଥିପାଇଁ ଆମେ ପ୍ରଶାସନର ସାହାଯ୍ୟ ଚାହିଁଛୁ । ଯଦି ଆମେ ଡରି ଉତ୍ପାଦନ ଚାଲୁ କରୁଛୁ ତେବେ ଭବିଷ୍ୟତରେ କମ୍ପାନି ଚଲେଇବା କଷ୍ଟ ହୋଇଯିବ ।”

ପ୍ରତି ମାସରେ ତିରିଶ ହଜାର ଟନ ଖାଇବା ତେଲ ଉତ୍ପାଦନ କରୁଥିବାର କ୍ଷମତା ରଖିଥିବା କାର୍ଗିଲ ଇଣ୍ଡିଆ ହେଉଛି ଆମେରିକୀୟ ଟ୍ରେଡିଂ କମ୍ପାନୀ କାର୍ଗିଲର ଏକ ଇଉନିଟ । ପାରାଦୀପ କାରଖାନାରେ ଏହି କମ୍ପାନୀ ପ୍ରାୟ ୧୩୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରିସାରିଛି ।

କମ୍ପାନୀ ଉତ୍ପାଦନ କରୁଥିବା ଲୋକପ୍ରିୟ ଖାଇବା ତେଲର ବ୍ରାଣ୍ଡ ହେଲା ସ୍ଵୀକାର, ନେଚର ଫ୍ରେଶ ଓ ଜେମିନ ।

ଓଡିଶା ଡ଼ଟ୍ କମ୍

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: କାର୍ଗିଲ, ତୈଳ କମ୍ପାନୀ, ପାରାଦୀପ, ଶ୍ରମିକ

ଶ୍ରମିକଙ୍କୁ ଦରମା ନଦେବା ଅଭିଯୋଗ ପରେ ଏସାରକୁ ନୋଟିସ

May 13, 2015 by News Bureau Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ପାରାଦୀପ, ମଇ ୧୩ (ଓଡିଶା ଡଟ କମ) ପାରାଦୀପ ଠାରେ ଥିବା କାରଖାନାରେ କାମ କରୁଥିବା ଶତାଧିକ ଶ୍ରମିକଙ୍କୁ ଦରମା ଦେଇନଥିବା ଅଭିଯୋଗ ପରେ ଶ୍ରମ ବିଭାଗ ଏସାର ଷ୍ଟିଲ କମ୍ପାନୀକୁ ଏକ ନୋଟିସ ଜାରି କରିଛନ୍ତି ।

TOFANକମ୍ପାନୀର କାରଖାନା ପାଇଁ ୨୦୦୫-୨୦୦୬ରେ ନିଜ ଜମି ଦେଇଥିବା ୨୬୧ ବିସ୍ଥାପିତ ଓ ଜମିହରା ପରିବାର ବିଭିନ୍ନ ସମୟରେ ନିଜର ‘ପ୍ରାପ୍ୟ ଦାବି’ ପୂରଣ ପାଇଁ ଆନ୍ଦୋଳନ ଚଳାଇ ଆସିଥିଲେହେଁ ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳୁନଥିବା ଶ୍ରମିକ ନେତା ତୋଫାନ ସ୍ଵାଇଁ ଅଭିଯୋଗ କରିଛନ୍ତି ।

ଏହି ବିସ୍ଥାପିତ ଓ ଜମିହରା ପରିବାର ମାନଙ୍କ ମଧ୍ୟରୁ କମ୍ପାନୀ କିଛି ଲୋକଙ୍କୁ କାରଖାନାରେ ଚାକିରି ଦେଇଥିଲା । ତେବେ ଗତ ପାଞ୍ଚ ମାସ ହେଲା ସେମାନଙ୍କୁ ଦରମା ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି ।

ମଜୁରି ବାବଦକୁ କମ୍ପାନୀ ପ୍ରାୟ ଏକ କୋଟି ଟଙ୍କାରୁ ଊର୍ଦ୍ଦ୍ଵ ବକେୟା ରଖିଥିବା ସେ କହିଛନ୍ତି । ଗତ ମାସ ପନ୍ଦର ତାରିଖରେ ଶ୍ରମିକମାନେ ଜିଲ୍ଲା ପ୍ରଶାସନକୁ ନିଜ ଅସୁବିଧା ସମ୍ପର୍କରେ ଜଣାଇବା ସହ ଏକ ଦାବି ପତ୍ର ଦେଇଥିଲେ ।

ତେବେ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନ ନେବାରୁ ଶ୍ରମିକ ମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି ।

ସରକାର ଏକର ପିଛା ୧୯.୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ନିର୍ଧାରିତ କରିଥିବା ବେଳେ ଏବେ ମଧ୍ୟ କମ୍ପାନୀ କ୍ଷତିପୂରଣ ବାବଦକୁ ୨୪.୫୦ କୋଟି ଟଙ୍କା ପଇଠ କରି ନ ଥିବା ସେ ଓଡିଶା ଡଟ କମକୁ କହିଛନ୍ତି ।

ଜିଲ୍ଲା ଶ୍ରମ ଅଧିକାରୀ ବିଘ୍ନଜିତ ମହାପାତ୍ର କହିଛନ୍ତି ଶ୍ରମିକ ମାନଙ୍କ ଅଭିଯୋଗ ଉପରେ ତାଙ୍କ ବିଭାଗ କମ୍ପାନୀକୁ ଏକ ନୋଟିସ ଜାରି କରିଛି । ଏ ସଂକ୍ରାନ୍ତରେ କମ୍ପାନୀର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଅମରନାଥ ପରିଡା, ଏସାର, କ୍ଷତି ପୂରଣ, ପାରାଦୀପ, ଶ୍ରମିକ

ଝାରସୁଗୁଡାରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ

May 2, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨ (ଓଡିଶା ଡଟ କମ)ଓଡିଶାର ବିଭିନ୍ନ ଅଞ୍ଚଳରେ ଶନିବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ପାଣିପାଗ ଅଫିସ କହିଛି ।

ବଲାଙ୍ଗିର ଓ ଭବାନୀପାଟଣାରେ ଯଥାକ୍ରମେ ୪୦. ୮ ଓ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡିଶାର ବହୁ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ମଧ୍ୟରେ ରହିଥିଲା ।

ତେବେ ଉପକୂଳ ଅଞ୍ଚଳର ପୁରୀ, ଗୋପାଳପୁର, ପାରାଦୀପ ଆଦି ସ୍ଥାନ ଗ୍ରୀଷ୍ମ ପ୍ରବାହରୁ ଅପେକ୍ଷା କୃତ ସାମାନନ୍ୟ ମୁକ୍ତ ରହିଥିଲା ।ଏହି ସ୍ଥାନମାନଙ୍କରେ ରେକର୍ଡ କରାଯାଇଥିବା ତାପମାତ୍ରା ହେଲା ପୁରୀ ୩୩.୮ ଡିଗ୍ରୀ, ଗୋପାଳପୁର ୩୧.୮ ଡିଗ୍ରୀ, ଓ ପାରାଦୀପ ୩୧.୯ ଡିଗ୍ରୀ ।

ଭୁବନେଶ୍ଵର ଓ କଟକରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା ହେଲା ଯଥାକ୍ରମେ ୩୭.୨ ଓ ୩୫.୬ ଡିଗ୍ରୀ । ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ସାମାନ୍ୟ ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ,ଆକାଶ ମେଘାଛନ୍ନ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ ଝାଞ୍ଜି ଓ ବତାସ ପବନ ବହିବାର ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ  ମତ୍ସ୍ୟଜୀବୀ ମାନଙ୍କୁ  ସମୁଦ୍ରକୁ ମାଛ ମାରି ନ ଯିବାକୁ ସତର୍କ କରାଇ ଦିଆ ଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଗୋପାଳପୁର, ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡା, ପାଣିପାଗ, ପାରାଦୀପ, ପୁରୀ, ସେଲସିଅସ

ପାରାଦୀପ: ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ

November 17, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପାରାଦୀପ,ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-ପାରାଦ୍ୱୀପ ବଡ ପିଡଆରେ ଥିବା ଶାରଳା କମର୍ସିଆଲ ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ କରିଛି । ଇନଷ୍ଟିଚ୍ୟୁଟରେ ବିଭିନ୍ନ ପ୍ରକାର ନକଲି ରବର ଷ୍ଟାମ୍ପ ତିଆରି ହେଉଥିଲା ।

ଏହି ଚଢଉବେଳେ ବିଭିନ୍ନ ପ୍ରକାର ନକଲି ସାର୍ଟିପିକେଟ, ନକଲି କାର୍ଡ, ପରିଚୟ ପତ୍ର ଏବଂ ଏଗୁଡିକ ତିଆରିରେ ବ୍ୟବହୃତ କମ୍ପ୍ୟୁଟର, ସ୍କାନର ପ୍ରଭୃତି ଜବତ ହୋଇଛି । ଏହି ଇନଷ୍ଟିଚ୍ୟୁଟର ମାଲିକ ବିଶ୍ୱ ରଂଜନ ପାତ୍ରଙ୍କ ସମେତ ଜଣେ କର୍ମଚାରୀକୁ ପୋଲିସ ଅଟକ ରଖି ପଚରା ଉଚରା ଚାଲିଛି ।

ଏଥିସହିତ ବିଭିନ୍ନ ପ୍ରକାର ସାର୍ଟିପିକେଟକୁ ଅବିକଳ ନକଲ କରାଯାଉଥିଲା । ଚଢାଉରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ରବର ଷ୍ଟାମ୍ପ ମଧ୍ୟ ଜବତ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନକଲି ସାର୍ଟିପିକେଟ, ପାରାଦୀପ, ପୋଲିସ, ଶାରଳା କମର୍ସିଆଲ ଇନଷ୍ଟିଚ୍ୟୁଟ

ପାରାଦୀପରେ ଦୁଇଦିନିଆ ସମରଭ୍ୟାସ

November 6, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାରାଦୀପ,ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) -ପାରାଦୀପ ଉପକୂଳରେ ଚାଲିଛି ଦୁଇ ଦିନିଆ ମିଳିତ ସମରଭ୍ୟାସ ‘ହମଲା’ । ଏଥିରେ ଭାରତୀୟ ନୈାସେନା,ତଟରକ୍ଷୀ ବାହିନୀ ଓ ଓଡିଶା ପୋଲିସ ଭାଗ ନେଇଛନ୍ତି ।

ଏଥର ପଡୋଶୀ ପଶ୍ଚିମବଙ୍ଗକୁ ବାଦ ଦିଆଯାଇ କେବଳ ଓଡିଶା ଉପକୂଳରେ ସମରଭ୍ୟାସ କରାଯାଉଛି । ଏଥର ପ୍ରଥମକରି ଓଡିଶା ପୋଲିସର ମହିଳା କର୍ମଚାରୀଙ୍କୁ ସାମିଲ କରାଯାଇଛି ।

ଜଗତସିଂପୁର ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଭୋଇ କହିଛନ୍ତି ଏହି ସମରଭ୍ୟାସ ନିତାନ୍ତ ଦରକାର । ଜଳପଥରେ ସନ୍ତ୍ରାସବାଦୀମାନେ ଆକ୍ରମଣକଲେ ତାହାର କିପରି ମୁକାବିଲା କରାଯାଇ ପାରିବ ଏହି ସମରଭ୍ୟାସରେ ଶିକ୍ଷା ଦିଆଯାଉଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜଗତସିଂପୁର, ପାରାଦୀପ, ସନ୍ତ୍ରାସବାଦୀ, ସମରଭ୍ୟାସ

ସୁରକ୍ଷାକର୍ମୀ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ, ଉତ୍ତେଜନା

March 16, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ସ୍ଥିତ ଭାରତୀୟ ତୈଳ ନିଗମର
ବିଶୋଧନାଗାରରେ ଶୁକ୍ରବାର ଶିଳ୍ପ ସୁରକ୍ଷା ବାହୀନୀ ଯବାନ ଓ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଛି ।

ଫଳରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । କେତେକ ଶ୍ରମିକ
ବିଶୋଧନାଗାର ଭିତରକୁ ପ୍ରବେଶ କରୁଥିବା ବେଳେ ସେଠାରେ ଥିବା ଶିଳ୍ପ ସୁରକ୍ଷା ବାହୀନୀ
ଯବାନ ସେମାନଙ୍କୁ ପରିଚୟ ପତ୍ର ମାଗିଥିଲେ ।

ତେବେ ସେମାନଙ୍କୁ ପରିଚୟପତ୍ର ଦିଆଯାଇନଥିବାରୁ ତାହା ଦେଖାଇ ପାରିବେ ନାହିଁ ବୋଲି
ଶ୍ରମିକମାନେ କହିଥିଲେ । ଏହାପରେ ମଧ୍ୟ ଯବାନମାନେ ସେମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ
ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଯବାନମାନେ ଶ୍ରମିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଶ୍ରମିକମାନେ ମଧ୍ୟ ଯବାନମାନେ ରହୁଥିବା କ୍ୟାମ୍ପରେ ଭଙ୍ଗାରୁଜା କରିଥିଲେ ।

ଘଟଣା ସଂପର୍କରେ ଖବର ପାଇ ଅନ୍ୟ ଶ୍ରମିକମାନେ ସେଠାରେ ପହଂଚି ତୈଳ ବିଶୋଧନାଗାରର
ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ ଆକ୍ରମଣକାରୀ ଯବାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମ୍ପାନୀ କର୍ତୃପକ୍ଷ ପ୍ରତିଶୃତି ଦେବା ପରେ ଶ୍ରମିକମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି ।

ବର୍ତମାନ ପରିସ୍ଥିତି ଶାନ୍ତ ରହିଛି ଏବଂ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ପାରାଦୀପ ଆଇଆଇସି ଅନୀଲ ମିଶ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ତୈଳ ନିଗମ, ପାରାଦୀପ

ପୋର୍ଟ ଟ୍ରଷ୍ଟ ମାଲବାହୀ ଟ୍ରେନ୍ ଇଂଜିନରେ ଅଗ୍ନିକାଣ୍ଡ

February 23, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ, ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ପୋର୍ଟ ଟ୍ରଷ୍ଟର ମାଲବାହୀ ଟ୍ରେନ୍ ଇଂଜିନରେ ଗୁରୁବାର ଅଗ୍ନିକାଣ୍ଡ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନାହାନ୍ତି ।

ପୁରୁଣା ରେଳ ଷ୍ଟେସନ୍ ରଙ୍ଗିଆଗଡ଼ ଠାରେ ଅପରାହ୍ନ ଚାରିଟା ବେଳେ ଇଂଜିନରେ ନିଅାଁ ଲାଗିଯାଇଥିଲା ।

ଉକ୍ତ ଷ୍ଟେସନରୁ ବନ୍ଦରକୁ ମାଲ ନେବା ଆଣିବା ପାଇଁ ବନ୍ଦର କର୍ତୃପକ୍ଷ ସାତଟି ଇଂଜିନ କାର୍ଯ୍ୟରେ ଲଗାଇଥିଲେ । ଫଳରେ ପୋର୍ଟ ଟ୍ରଷ୍ଟର ଚାରି ନମ୍ବର ଇଂଜିନ ସେଠାରେ ଅପେକ୍ଷା କରିଥିଲା ।

ଏକ ମୋଟରରୁ ପୋଡ଼ା ଗନ୍ଧ ଆସୁଥିବା ଜାଣିବା ପରେ ଡ଼୍ରାଇଭର ବନ୍ଦର ଅଧିକାରୀଙ୍କୁ ଜଣାଇଥିଲେ । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ଅଗ୍ନିଶମ ଅଧିକାରୀ ସେଠାରେ ପହଂଚି ନିଅାଁ ଲିଭାଇଥିଲେ ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋର୍ଟ ଟ୍ରଷ୍ଟର ଅନ୍ୟ ଏକ ଇଂଜିନ ଘଟଣାସ୍ଥଳକୁ ଯାଇଥିବା ବେଳେ ସର୍ଟସର୍କିଟ ଯୋଗୁଁ ଏହା ହୋଇଥିବା ପୋଲିସ ସନ୍ଦେହ କରୁଛି ।

“”ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି ଏବଂ ଏହାର କାରଣ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି । ଏହାଦ୍ୱାରାପାଂଚ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି” ପୋର୍ଟ ଟ୍ରଷ୍ଟର ମୁଖ୍ୟ ମେକାନିକାଲ ଇଂଜିନିୟର ସୁଶୀଲ କୁମାର ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପାରାଦୀପ, ମାଲବାହୀ ଟ୍ରେନ୍

ଆଇଆଇଟି ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଲା ଇଫ୍କୋ

February 22, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦୀପ, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ସ୍ଥିତ ଇଫ୍କୋ କାରଖାନାର ସାଇଲୋ ଛାତ ଭୁଷୁଡ଼ିବାର ପ୍ରକୃତ କାରଣ ଜାଣିବା ପାଇଁ କାରଖାନା କର୍ତୃପକ୍ଷ ରୁର୍କି ଆଇଆଇଟି ଇଂଜିନିୟର ଏବଂ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି ।

ଏହାସହ କାରଖାନାର କନ୍ଭେୟର ବେଲ୍ଟ ସିଷ୍ଟମର ନବୀକରଣ ପାଇଁ ସେମାନଙ୍କର ମତାମତ ଲୋଡ଼ିଛନ୍ତି । ଦୁଇଦିନ ବନ୍ଦ ରହିବା ପରେ ବୁଧବାର କାରଖାନାରେ ଉତ୍ପାଦନ କାମ ଆରମ୍ଭ ହୋଇଛି ।

ଏହାମଧ୍ୟରେ ଦିଲ୍ଲୀରୁ ଆସିଥିବା ବୈଷୟିକ କମିଟି ଇଫ୍କୋର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଜାହାଜରୁ କାରଖାନାକୁ କଂଚାମାଲ ପରିବହନ ପାଇଁ କନ୍ଭେୟର ବେଲ୍ଟର ନବୀକରଣ ବିଷୟରେ ପଚାରି ବୁଝିଛନ୍ତି ।

ଅନ୍ୟ ଉପାୟରେ କାରଖାନାକୁ କଂଚାମାଲ ପରିବହନ କରି ଉତ୍ପାଦନ କାମ ଆରମ୍ଭ କରାଯାଇଛି । ତେଣୁ ଏହାର ପାଂଚଟି ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛି ବୋଲି ଇଫ୍କୋ ଉପାଧ୍ୟକ୍ଷ ବି.ଭି.ସୁରି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସୋମବାର କାରଖାନାରେ ସାଇଲୋ ଛାତ ଭୁଷୁଡ଼ି ୧୧ ଜଣ ଶ୍ରମିକ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଫ୍କୋ କାରଖାନା, ପାରାଦୀପ

ଆନ୍ଦୋଳନ ଯୋଗୁଁ ଇଫ୍କୋ କାରଖାନା ସାମୟିକ ବନ୍ଦ

December 31, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଟ୍ରକ୍ ମାଲିକ ସଂଘର ଧର୍ମଘଟ ଯୋଗୁଁ ପାରାଦୀପ ସ୍ଥିତ ଇଫ୍କୋ ସାର କାରଖାନାକୁ କମ୍ପାନୀ କର୍ତୃପକ୍ଷ ସାମୟିକ ଭାବେ ବନ୍ଦ କରିଛନ୍ତି ।

ଗତ ଛଅଦିନ ଧରି ଚାଲିଥିବା ସଂଘର ଆନ୍ଦୋଳନ ଯୋଗୁଁ କାରଖାନାକୁ କଂଚାମାଲ ପରିବହନ ତଥା କାରଖାନାରୁ ଉତ୍ପାଦିତ ଦ୍ରବ୍ୟ ବାହାରକୁ ଯାଇପାରୁ ନଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ରବିବାର ଜଣେ ଅଧିକାରୀ କହିଛନ୍ତି ।

ଦୁଇ ଦଫା ଦାବିରେ ତିନୋଟି ସଂଘ ପକ୍ଷରୁ କାରଖାନା ଫାଟକରେ ଧାରଣା ଦିଆଯାଇଛି ଫଳରେ କାରଖାନାକୁ ଅସୁଥିବା ଶତାଧିକ ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇ ରହିଛି । ଏହାଦ୍ୱାରାକାରଖାନାର କୋଟିକୋଟି ଟଙ୍କା କ୍ଷତି ହେଉଛି ବୋଲି ସେ କହିଛନ୍ତି ।

ଟ୍ରକ୍ ମାଲିକମାନଙ୍କ ଦାବି ପୂରଣ କରାଗଲେ ଏହା ସିଧାସଳଖ ଚାଷୀମାନଙ୍କ ଉପରେ ପ୍ରଭାବ ପଡ଼ିବ
ବୋଲି କାରଖାନା କର୍ତୃପକ୍ଷ କହିଛନ୍ତି ।

କାରଖାନାରୁ ଉତ୍ପାଦିତ ସାରକୁ ରେଳରେ ବାହାରକୁ ପରିବହନ କରିବା ପରିବର୍ତେ ଟ୍ରକ୍ରେ ପରିବହନ କରିବା ତଥା କାରଖାନାରୁ ରେଳଷ୍ଟେସନ୍ ପର୍ଯ୍ୟନ୍ତ ହେଉଥିବା ସର୍ଟ ଟ୍ରିକ୍ ପାଇଁ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦିଆନଯାଇ ସଂଘ ମାଧ୍ୟମରେ ଚୁକ୍ତି କରାଯାଉ ବୋଲି ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଫ୍କୋ, ପାରାଦୀପ

ପୋସ୍କୋ ଉପକୂଳ ରାସ୍ତା କାମ ଆରମ୍ଭ

December 13, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ ହେବାକୁ ଥିବା ନୋଳିଆସାହି ପର୍ଯ୍ୟନ୍ତ ଉପକୂଳ ରାସ୍ତା କାମ ମଙ୍ଗଳବାର ପୁଣି ଆରମ୍ଭ ହୋଇଛି ।

ପାରାଦୀପ ପରିବହନ ସଂସ୍ଥା ପକ୍ଷରୁ ୪ଟି ମେସିନ୍ ଦ୍ୱାରାବାଲି ସମତୁଲ କାର୍ଯ୍ୟ ଚାଲିଥିବା ବେଳେ
ସେଠାରେ ଇଡ୍କୋ ଅଧିକାରୀ ଓ ପୋସ୍କୋ କର୍ମଚାରୀ ଉପସ୍ଥିତ ରହି ତଦାରଖ କରିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିଥିବା ବେଳେ ସପକ୍ଷବାଦୀମାନେ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ସହଯୋଗର ହାତ ବଢାଇଛନ୍ତି ।

ଉପକୂଳ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ କିଛିଦିନ ପୂର୍ବରୁ ଶୁଭ ଦିଆଯାଇଥିବା ବେଳେ ବିରୋଧୀଙ୍କ ବିରୋଧ ଯୋଗୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା ।

ତେବେ ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କ ଗିରଫ ପରେ ବିରୋଧୀମାନେ ବିଭିନ୍ନ ସଭା,
ସମାବେଶ ଓ ଧାରଣା ମାଧ୍ୟମରେ ଆନ୍ଦୋଳନକୁ ତୀବ୍ର କରିଆସୁଛନ୍ତି ।

ବର୍ତମାନ ଆମେ ଗୋବିନ୍ଦପୁର ଅଂଚଳରେ ଜମି ଅଧିଗ୍ରହଣ ଓ ପାନବରଜ ଭଙ୍ଗାକୁ ବିରୋଧ କରି
ଆନ୍ଦୋଳନ ଜାରି ରଖିଛୁ । ସେଥିପାଇଁ ରାସ୍ତା କାମ ପ୍ରତି ଦୃଷ୍ଟି ଦେଉନାହୁଁ । ସେମାନେ ରାସ୍ତା କାମ କରନ୍ତୁ, ପରେ ବିରୋଧ କରି ଏହାକୁ ଭାଙ୍ଗି ଦେବୁ ବୋଲି ପ୍ରତିରୋଧ ସଂଗ୍ରାମ ସମିତି ସଂପାଦକ ଶିଶିର ମହାପାତ୍ର କହିଛନ୍ତି ।

ରାସ୍ତା କାମରେ ସହଯୋଗ କରିବା ପାଇଁ ଲୋକଙ୍କୁ ବୁଝାଇିଆଯାଇଛି ଓ ସେମାନେ ଏଥିରେ
ସହଯୋଗ କରୁଛନ୍ତି ବୋଲି ଗଡ଼କୁଜଙ୍ଗ ସରପଂଚ ନକୁଳ ସାହୁ କହିଛନ୍ତି ।

ଲୋକମାନଙ୍କ ସହ ଆଲୋଚନା କରିଛୁ ଏବଂ ସେମାନେ ସମସ୍ତ ବିଷୟ ବୁଝିବା ପରେ ପୋସ୍କୋ
ଅଂଚଳରେ କାମ ଆରମ୍ଭ ହେବ ବୋଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ସୁରଜିତ୍ ଦାସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପାରାଦୀପ, ପୋସ୍କୋ

  • Page 1
  • Page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ