• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପାରାଦ୍ଵୀପ

ପାରାଦ୍ଵୀପ: ତୈଳବିଶୋଧନାଗାରରେ ବୋମା ମାଡ

February 23, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ, ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ସ୍ଥିତ ତୈଳ ବିଶୋଧନାଗାରରେ ଗୁରୁବାର ଦୁର୍ବୃତମାନେ ବୋମାମାଡ଼ କରିଥିବା ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।

ଭାରତୀୟ ତୈଳ ନିଗମର ବିଶୋଧନାଗାରରେ କାମ କରିବା ପାଇଁ ଫର୍ଣ୍ଣେସ ନିର୍ମାଣ କମ୍ପାନୀକୁ କର୍ତୃପକ୍ଷ ନିୟୋଜିତ କରିଛନ୍ତି । ତେବେ ସେଠାରେ କାମ କରିବା ପାଇଁ କେତେକ ଯୁବକ କମ୍ପାନୀ ନିକଟରେ ଦାବି କରିଥିଲେ ।

ସେମାନଙ୍କୁ କାମ ନମିଳିଲେ ଅସୁବିଧା ହେବ ବୋଲି ଯୁବକମାନେ ଧମକ ଦେଇଥିଲେ । ଉକ୍ତ କମ୍ପାନୀରେ
ଯୁବକ ମାନଙ୍କୁ ନିଯୁକ୍ତି ତଥା କାମ ଦେବା ପାଇଁ ପୂର୍ବରୁ ଏହି କମ୍ପାନୀ ବିଜୁ ଶ୍ରମିକ ସଂଗଠନ ସହ ଚୁକ୍ତି କରିଥିଲା ।

କିନ୍ତୁ ଶ୍ରମିକ ସଂଗଠନର ଲୋକଙ୍କୁ ଏହି କମ୍ପାନୀ କାମ ନଦେବାରୁ ସଂଗଠନ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଫଳରେ ଏହି ସଂଗଠନର ଲୋକମାନେ ବିଶୋଧନାଗାର କାର୍ଯ୍ୟାଳୟରେ ଦୁଇଟି ବୋମା ମାଡ଼ କରିଥିଲେ । ଏଥିରେ ସୁରକ୍ଷା କର୍ମଚାରୀଙ୍କ କାର୍ଯ୍ୟାଳୟ ଏବଂ ବିଶୋଧନାଗାର କାର୍ଯ୍ୟାଳୟର କାଚ ଭାଙ୍ଗିଯାଇଛି ।

ଏହି ଘଟଣା ପରେ ସୁରକ୍ଷାକର୍ମୀ ଏବଂ କର୍ମଚାରୀମାନେ ସେଠାରୁ ଭୟରେ ପଳାଇଯାଇଥିଲେ ।

“ଦୁର୍ବୃତଙ୍କ ବୋମା ମାଡ଼ରେ କାର୍ଯ୍ୟାଳୟର କାଚ ଭାଙ୍ଗିଯାଇଛି । ବିଶୋଧନାଗାରରେ କାର୍ଯ୍ୟ କରିବା ପାଇଁ ବିଜୁ ଶ୍ରମିକ ସଂଗଠନର ଚାରି ପାଞ୍ଚ ଜଣ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି” ନିର୍ମାଣ କମ୍ପାନୀର ମହାପ୍ରବନ୍ଧକ ଆର୍.କେ.ସିଂହ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ତୈଳ ବିଶୋଧନାଗାର, ପାରାଦ୍ଵୀପ

ଇଫ୍କୋ: ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ବୈଷୟିକ କମିଟି

February 21, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ଵୀପ, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ସ୍ଥିତ ଇଫ୍କୋ ସାର କାରଖାନାର ସାଇଲୋ ଛାତ ଭୁଷୁଡ଼ିବା ଘଟଣାର ଅନୁଧ୍ୟାନ ପାଇଁ ମଙ୍ଗଳବାର ଏକ ବୈଷୟିକ କମିଟି ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ନୂଆଦିଲ୍ଲୀରୁ ଆସିଥିବା ଇଫ୍କୋର ବୈଷୟିକ ନିର୍ଦ୍ଦେଶକ କେ.ଏଲ୍.ସିଂ ଦୁର୍ଘଟଣାର କାରଣ ଜାଣିବା ପାଇଁ କାରଖାନାର କାର୍ଯ୍ୟନିର୍ବହୀ ନିର୍ଦ୍ଦେଶକ, ଉପାଧ୍ୟକ୍ଷ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣାସ୍ଥଳ ବୁଲି ଦେଖିଛନ୍ତି ।

ଏହା ସହ କାରଖାନାର ସୁରକ୍ଷା ଦୃଷ୍ଟିରୁ ଏକ ତଦନ୍ତ କରିବାକୁ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ନିର୍ଦ୍ଦେଶକ ହିମାଂଶୁ ଶେଖର ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ଗତକାଲିର ଏହି ଦୁର୍ଘଟଣା ପରେ କାରଖାନା କର୍ତୃପକ୍ଷ ଉତ୍ପାଦନ ବନ୍ଦ କରିଦେଇଛନ୍ତି । ଭାଙ୍ଗିଯାଇଥିବା ଛାତର ସମସ୍ତ ସାମଗ୍ରୀ ଉଦ୍ଧାର ପାଇଁ ପ୍ରାୟ ଦୁଇ ଶହ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଏହି ଘଟଣା ପରେ କର୍ମଚାରୀଙ୍କ ସଂଖ୍ୟା ଜାଣିବା ତଥା କୌଣସି ବ୍ୟକ୍ତିଙ୍କ ନିଖୋଜ ଆଶଂକା କରି କାରଖାନା କର୍ତୃପକ୍ଷ ପୋଲିସ ସହାୟତରେ ସମସ୍ତଙ୍କର ପରିଚୟ ପତ୍ର ଯାଞ୍ଚ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସୋମବାର କାରଖାନାରେ ସାଇଲୋ ଛାତ ଭୁଷୁଡ଼ି ୧୧ ଜଣ ଶ୍ରମିକ ଆହତ
ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଫ୍କୋ, ପାରାଦ୍ଵୀପ

ପାରାଦ୍ଵୀପ: ଗ୍ୟାସ୍ ଲିକ୍ ଯୋଗୁଁ ଇଫ୍କୋ କର୍ମଚାରୀ ଆହତ

February 14, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଜାହାଜରୁ ଗ୍ୟାସ୍ ଅନ୍ଲୋଡ଼ ସମୟରେ ଏହା ଲିକ୍ ହୋଇଯିବାରୁ ମଙ୍ଗଳବାର ଇଫ୍କୋ ସାର କାରଖାନାର ତିନି ଜଣ କର୍ମଚାରୀ ଅହତ ହୋଇଛନ୍ତି ।

ମାଲେସିଆର ଏକ ଜାହାଜ ଇଫ୍କୋ ପାଇଁ ୧୩ ହଜାର ମେଟ୍ରିକ୍ ଟନ୍ ଆମୋନିଆ ଗ୍ୟାସ ଆଣି ପାରାଦ୍ଵୀପ ବନ୍ଦରରେ ପହଞ୍ଚିବା ପରେ ଜାହାଜ ଓ କାରଖାନାର କର୍ମଚାରୀମାନେ ପାଇପ ସାହାଯ୍ୟରେ ସେଥିରୁ ଗ୍ୟାସ ଅନ୍ଲୋଡ଼ କରିଥିଲେ ।

ଅନ୍ଲୋଡ଼ ଶେଷ ହେବାପରେ ଜାହାଜର କେତେକ କର୍ମଚାରୀ ଭୁଲବଶତଃ ଗ୍ୟାସ ଟାଙ୍କିକୁ ଧରିବୋରୁ ତାହା ଖୋଲିଯାଇ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଗ୍ୟାସ ସଂସ୍ପର୍ଶରେ ଆସି ତିନି ଜଣ ଇଫ୍କୋ କର୍ମଚାରୀ ଆହତ ହୋଇଯାଇଥିଲେ ।

ଘଟଣା ସଂପର୍କରେ ଜାଣିବା ପରେ ବନ୍ଦରରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଗ୍ୟାସ୍ ଲିକ୍ ସଂପର୍କରେ ଜାଣିବା ପାଇଁ ବନ୍ଦର ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି ଏବଂ ଏବିଷୟରେ ଭୟଭୀତ ହେବାର କାରଣ ନାହିଁ ବୋଲି ବନ୍ଦର କର୍ତୃପକ୍ଷ କହିଛନ୍ତି ।

ଆହତ କର୍ମଚାରୀ ଦ୍ଵୀପକ କୁମାର ଚୁଗଲେ, ରମେଶ ଚନ୍ଦ୍ର ଜେନା ଏବଂ ଇଫ୍କୋ ଡ଼୍ରାଇଭର ସୁବାଷ ଚନ୍ଦ୍ର ଦାସଙ୍କୁ ପାରାଦ୍ଵୀପ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି ।

ଗ୍ୟାସ ଅନ୍ଲୋଡ଼ ସମୟରେ ଭୁଲ ଯୋଗୁଁ ଏଭଳି ହୋଇଛି ବୋଲି ଇଫ୍କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍.ଆର୍.ପଟେଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗ୍ୟାସ, ପାରାଦ୍ଵୀପ

ଦାଦାବଟି ନ ଦେବାରୁ ଦୁର୍ବୃତଙ୍କ ଫାଙ୍କା ଗୁଳି ଚାଳନା

January 21, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ,ଜାନୁୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ଦାଦାବଟି ନଦେବାରୁ ପାରାଦ୍ଵୀପ ସ୍ଥିତ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ପରିସରରେ ଶନିବାର ଦୁର୍ବୃତମାନେ ଫାଙ୍କା ଗୁଳିଚାଳନା କରିଛନ୍ତି ।

ସେମାନେ ଜଣେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି । ଏଥିଯୋଗୁଁ ଉକ୍ତ ଅଞ୍ଚଳରେ ଲୋକଙ୍କ
ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

ଉଲ୍ଲେଖଯୋଗ୍ୟ ଯେ,ତୈଳ ବିଶୋଧନାଗାର କାର୍ଯ୍ୟରେ ଆର୍ଏମ୍ସ, ବ୍ୟାଚିଙ୍ଗ ଏବଂ ମିକ୍ସଙ୍ଗ୍ କାରଖାନାକୁ ନିୟୋଜିତ କରାଯାଇଥିଲା ।

ଶୁକ୍ରବାର କେତେଜଣ ଦୁର୍ବୃତ କାରଖାନା କର୍ତୃପକ୍ଷଙ୍କୁ ଦାଦାବଟି ମାଗିଥିଲେ । ବଟି ନେଲେ ପରିଣାମ ଭୟଙ୍କର ହେବ ବୋଲି ସେମାନେ ଧମକ ଦେଇଥିଲେ ।

କାରଖାନା କର୍ତୃପକ୍ଷ ସେମାନଙ୍କ କଥା ନ ମାନିବାରୁ ଚାରି ଜଣ ଦୁର୍ବୃତ ବଳପୂର୍ବକ କାରଖାନା ଭିତରକୁ ପ୍ରବେଶ କରି ଢେଲା ପଥର ମାଡ଼ କରିଥିଲେ । ଫଳରେ କାର୍ଯ୍ୟାଳୟରେ ଲାଗିଥିବା କାଚ ନିର୍ମିତ ଝରକା ଓ କବାଟ ଭାଙ୍ଗିଯିବା ସହଦୁଇଟି ମୋଟର ସାଇକେଲ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଏହି ଘଟଣା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । “ସୁରକ୍ଷାକର୍ମୀ ଜଣକ ଢେଲା
ମାଡ଼ରେ ଆହତ ହୋଇଛନ୍ତି । ଦୁର୍ବୃତଙ୍କୁ ଧରିବା ପାଇଁ ସହରର ସମସ୍ତ ମୁଖ୍ୟ ରାସ୍ତା ସିଲ୍
କରିିଆଯାଇଛି” ପାରାଦ୍ଵୀପ ଥାନା ଭାରପ୍ରାପନ୍ତ ଅଧିକାରୀ ଅନୀଲ ମିଶ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ, ପାରାଦ୍ଵୀପ

କୁକୁଡ଼ା, କାଉ ମୃତ୍ୟୁ ନେଇ ପାରାଦ୍ଵୀପରେ ଆତଙ୍କ

January 11, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ଵୀପ, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବାର୍ଡ଼ଫ୍ଲୁ ଚିହ୍ନଟ ହୋଇଥିବା ବେଳେ ପାରାଦ୍ଵୀପ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ କୁକୁଡ଼ା, କାଉ ଓ ବତକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ତେବେ ମୃତ ପକ୍ଷୀଙ୍କ ବିଷୟରେ ଖବର ପାଇ ପଶୁ ସଂପଦ ବିଭାଗ ପକ୍ଷରୁ ଲୋକଙ୍କ ମଧ୍ୟ ସଚେତନତା
ସୃଷ୍ଟି କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି ।

ବାର୍ଡ଼ଫ୍ଲୁ ଚିହ୍ନଟ ହୋଇଥିବା ବେଳେ ଏହାଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଥିବା ଲୋକମାନେ କହୁଥିବା ବେଳେ ମୃତ୍ୟୁର କାରଣ ସଂପର୍କରେ ଅଧିକାରୀମାନେ କିଛି କହୁନାହାନ୍ତି ।

ହଠାତ୍ କାଉ ଗୁଡ଼ିକ ତଳେ ପଡ଼ିଛଟପଟ ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି । ଖାଲି ସେତିକି ନୁହେଁ ଗୋଟେ ଗୋଟେ ସ୍ଥାନରେ ୪/୫ଟି କାଉ ଏକ ସଙ୍ଗେ ମରି ପଡ଼ୁଥିବା ବେଳେ କେଉଁଠି ଗଛ ଡାଳରେ ମରି ଲଟିକିଛନ୍ତି ।

ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାକ ପ୍ରେମାନନ୍ଦ ରାଉତଙ୍କ ନେତୃତ୍ୱରେ ଏକ ଦଳ ମୃତ ପକ୍ଷୀ ଗୁଡ଼ିକର ରକ୍ତ ନମୂନା ସଂଗ୍ରହ କରିନେଇଛନ୍ତି ।

ରକ୍ତ ନମୂନା ଗୁଡ଼ିକ ରାଜ୍ୟ ପରୀକ୍ଷାଗାରକୁ ପଠାଯିବ ଏବଂ ରିପୋର୍ଟ ମିଳିବା ପରେ ସେମାନଙ୍କ ମୃତ୍ୟୁ ବାର୍ଡ଼ଫ୍ଲୁ ଯୋଗୁଁ ହୋଇଛି କି ନାହିଁ ଜଣାପଡ଼ିବ ବୋଲି ରାଉତ କହିଛନ୍ତି ।

ଗତ ମାସରେ ପାରାଦ୍ଵୀପର ଗୋଟିଏ ଅଞ୍ଚଳରୁ ୪୦/୫୦ଟି କାଉଙ୍କ ମୃତ ହେ ମିଳିଥିଲା । ଫୁଲନଖରା ସ୍ଥିତ ପଶୁ ରୋଗ ଗବେଷଣା ସଂସ୍ଥା ପକ୍ଷରୁ ଏମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମୃତ୍ୟୁ ନେଇ କାରଣ ଜଣାପଡ଼ିନଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପାରାଦ୍ଵୀପ, ବାର୍ଡ଼ଫ୍ଲୁ

ପୋସ୍କୋ ସଂଘର୍ଷ: ବାପି ସର୍ଖେଲଙ୍କ ଘର ଉପରେ ଚଢାଉ

December 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ସଂଘର୍ଷ ଘଟଣାରେ ପୋଲିସ ରବିବାର ଠିକାଦାର ବାପି ସର୍ଖେଲଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରିଛି ।

ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ରାସ୍ତା କାମ କରୁଥିବା ପାରାଦ୍ଵୀପ ପରିବହନ ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀର ମାଲିକ ବାପି ସର୍ଖେଲ ।

ପାରାଦ୍ଵୀପ ସହରର ବଡ଼ପଡ଼ିଆ ସ୍ଥିତ ତାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ପୋଲିସ ଦୀର୍ଘ ଏକ ଘଣ୍ଟାଧରି ଚଢାଉ କରିଥିଲା ବୋଲି ପାରାଦ୍ଵୀପ ଥାନା ଅଧିକାରୀ ଅନିଲ ମିଶ୍ର କହିଛନ୍ତି । ଚଢାଉ ସମୟରେ କୌଣସି ଜିନିଷ ହସ୍ତଗତ ହୋଇନଥିବା ସେ କହିଛନ୍ତି ।

ଗତ ବୁଧବାର ରାସ୍ତା କାମକୁ ନେଇ ପୋସ୍କୋ ବିରୋଧି ଏବଂ ଉକ୍ତ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଥିଲେ ।

ଏହି ଘଟଣାରେ ମୃତକ ଦିଜୱର ସ୍ୱାଇଁଙ୍କ ଭାଇ କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳ, ସିପିଆଇ ନେତା ନାରାୟଣ ରେଡ୍ଡି, ପୋସ୍କୋ ବିରୋଧୀ ନେତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଜୟନ୍ତଙ୍କୁ କଟକରୁ ଗିରଫ କରିଥିଲା ।

ପରେ ଏହି ଘଟଣା ନେଇ ବଳରାମ ମୁୁଲି ଏବଂ ପ୍ରିୟବ୍ରତ ସାମଲ ନାମକ ଦୁଇ ଜଣ ବ୍ୟକ୍ତି ସର୍ଖେଲଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ଏବଂ ପୋଲିସ ତାଙ୍କ ବିରୁଦ୍ଧରେ ହିଂସାକାଣ୍ଡ ମାମଲା ରୁଜୁ କରିଥିଲା ।

ସର୍ଖେଲଙ୍କ ଗିରଫ ଦାବିରେ ଗତ ଶୁକ୍ରବାର କୁଜଙ୍ଗ ପାରାଦ୍ଵୀପ ନାଗରିକ ମଞ୍ଚ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପାରାଦ୍ଵୀପ, ପୋସ୍କୋ ପ୍ରକଳ୍ପ

ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ରାସ୍ତା ଖୋଳିଲେ ବିରୋଧୀ

February 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳକୁ ବରିଷ୍ଠ ଅଧିକାରୀ ଗସ୍ତ କରି ପାଚେରୀ ଓ ରାସ୍ତା ନିର୍ମାଣ ପାଇଁ ସୂଚନା ଦେବା ପରେ ବିରୋଧୀମାନେ କେତେକ ସ୍ଥାନରେ ରାସ୍ତା ଖୋଳିଦେଇଛନ୍ତି ।

ସରକାରଙ୍କ ଜମି ଅଧିଗ୍ରହଣ ନିଷ୍ପତ୍ତିକୁ ବିରୋଧ କରି ରବିବାର ଢିଙ୍କିଆ, ଗୋବିନ୍ଦପୁର, ପାଟଣା ଓ ନୋଳିଆ ସାହିର ଲୋକମାନେ ଜଟାଧାରୀ ମୁହାଣରୁ ଢିଙ୍କିଆ ପର୍ଯ୍ୟନ୍ତ ୧୫ଟି ସ୍ଥାନରେ ରାସ୍ତା ଖୋଳି ଯୋଗାଯୋଗ ବିଚ୍ଛିନ୍ନ କରିଦେଇଛନ୍ତି ।

ଉକ୍ତ ରାସ୍ତା ପାରାଦ୍ଵୀପରୁ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଜଟାଧାରୀ ଓ ଢିଙ୍କିଆକୁ ସଂଯୋଗ କରିଥାଏ ।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ଓ ପୋସ୍କୋ ନୋଡ଼ାଲ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଶନିବାର ଉକ୍ତ ଅଞ୍ଚଳ ଗସ୍ତରେ ଯାଇଥିଲେ ।

ଢିଙ୍କିଆ ଅଞ୍ଚଳରେ ପୋଲିସକୁ ପ୍ରବେଶ କରାଇନଦେବାକୁ ଶତାଧିକ ଗ୍ରାମବାସୀ ଏହି ରାସ୍ତା ଖୋଳିଥିବା ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଭାପତି ଅଭୟ ସାହୁ କହିଛନ୍ତି । ପ୍ରଶାସନର ଜମି ଅଧିଗ୍ରହଣକୁ ବିରୋଧ କରି ଲୋକମାନେ ପ୍ରବେଶପଥରେ ଦିନରାତି ଜଗି ରହିବେ, ସେ କହିଛନ୍ତି ।

ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ଓ ସରକାର ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ପାରାଦ୍ଵୀପ, ପୋସ୍କୋ, ମୁଖ୍ୟ ଖବର

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଆଠ ଶ୍ରମିକ ଆହତ

December 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେଶନରେ ଦୁଇ ଗୋଷ୍ଠୀ ମଧ୍ୟରେ ବୁଧବାର ସଂଘର୍ଷ ଘଟି ଆଠଜଣ ଶ୍ରମିକ ଆହତ ହୋଇଛନ୍ତି ।

ତୈଳ ବିଶୋଧନାଗାର ପ୍ରକଳ୍ପ ନିର୍ମାଣ ପାଇଁ ଆସିଥିବା ସାମଗ୍ରୀ ଅନ୍ଲୋଡ଼ କରିବାକୁ ପ୍ରାୟ ୨୦ ଜଣ ଶ୍ରମିକ କର୍ପୋରେଶନର ଦକ୍ଷିଣ ଫାଟକରେ ଅପେକ୍ଷା କରିଥିବା ବେଳେ କେତେକ ଦୁର୍ବୃତ୍ତ ସେଠାରେ ପହଞ୍ଚି ଉକ୍ତ କାମ ନକରିବାକୁ କହିଥିଲେ । ଏହାକୁ ନେଇ ସଂଘର୍ଷର ସୂତ୍ରପାତ ହୋଇଥିଲା ।

ଶ୍ରମିକ ମାନେ ଇଷ୍ଟର୍ଣ୍ଣ ଇଣ୍ଡିଆ ଅଏଲ ରିଫାଇନାରୀ ୱାର୍କସ୍ ୟୁନିଅନର ସଦସ୍ୟ ହୋଇଥିବା ବେଳେ ଅନ୍ୟ ଲୋକମାନେ ମାଁ ବୈଦେହୀ ଅଏଲ ରିଫାଇନାରୀ ୟୁନିୟନର ସଦସ୍ୟ । ମାଲ ପରିବହନ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା ।

କମ୍ପାନୀ ପକ୍ଷରୁ ଅନୁମତି ପାଇବା ପରେ ୟୁନିୟନର ୨୦ ଜଣ ଶ୍ରମିକ ଏହି କାମ କରିବାକୁ ଆସିଥିଲେ ବୋଲି ଇଷ୍ଟର୍ଣ୍ଣ ଇଣ୍ଡିଆ ଅଏଲ ରିଫାଇନାରୀ ୱାର୍କସ୍ ୟୁନିଅନର ସଭାପତି କହିଛନ୍ତି ।

ଆହତ ଶ୍ରମିକ ମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏ ସଂପର୍କରେ କୌଣସି ଗୋଷ୍ଠୀ ଠାରୁ ଅଭିଯୋଗ ମିଳିନଥିବା ପାରାଦ୍ଵୀପ ଥାନା ଅଧିକାରୀ ଅନୀଲ ମିଶ୍ର କହିଛନ୍ତି । ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି,ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଣ୍ଡିଆନ ଅଏଲ, ପାରାଦ୍ଵୀପ, ମୁଖ୍ୟ ଖବର, ଶ୍ରମିକ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

November 30, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ରଞ୍ଜିଆଗଡ଼ ଷ୍ଟେସନ ଠାରେ ତାଳଚେର-ପାରାଦ୍ଵୀପ ମାଲବାହୀ ଟ୍ରେନ ମଙ୍ଗଳବାର ଲାଇନଚ୍ୟୁତ ହୋଇଛି ।

ଉକ୍ତ ଷ୍ଟେସନ ଚାଡ଼ିବା ପରେ ଟ୍ରେନ୍ ଟି ଟ୍ରାକ ପରିବର୍ତ୍ତନ କରୁଥିବା ସମୟରେ ଏହାର ଇଞ୍ଜିନ ଏକ ମାଟିଗାଡରେ ପିଟିହୋଇଥିଲା । ଫଳରେ ଗୋଟିଏ ଇଞ୍ଜିନ ଓ ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା ।

୫୪ ବଗି ବିଶିଷ୍ଟ ଟ୍ରେନ୍ଟି ପାରାଦ୍ଵୀପ ଠାରେ କୋଇଲା ଅନ୍ଲୋଡ଼ କରି ତାଳଚେର ଫେରୁଥିଲା । ଏହି ଘଟଣା ପରେ ପୂର୍ବତଟ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରେନର ବଗି ଗୁଡ଼ିକୁ ଅନ୍ୟ ଏକ ଇଞ୍ଜିନ ଦ୍ଵାରା ତାଳଚେର ପଠାଇଥିଲେ ।

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ପୂର୍ବତଟ ରେଳବାଇର ଏରିଆ ମ୍ୟାନେଜର ଜେ.ବି.ଦାସ କହିଛନ୍ତି । କିଛି ସମୟ ପାଇଁ ମାଲବାହୀ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା, ତେବେରେଳବାଇ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଏହା ସ୍ୱାଭାବିକ ହୋଇଥିଲା, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ପାରାଦ୍ଵୀପ, ମାଲବାହୀ ଟ୍ରେନ, ମୁଖ୍ୟ ଖବର

ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ୍ ଦି ଇୟର’’ ପୁରସ୍କାର

November 14, 2010 by ଓଡିଶା ଡଟ କମ Leave a Comment

ପାରାଦ୍ଵୀପ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଦେଶର ବୃହତ ବନ୍ଦର ଗୁଡ଼ିକ ମଧ୍ୟରେ ୨୦୦୯-୧୦ ଆର୍ଥିକ ବର୍ଷରେ ନିଜର ଦକ୍ଷତା, ମାଲ ପରିବହନ, ରପ୍ତାନୀ, ଆମଦାନୀ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବାରେ ଅଗ୍ରଣୀ ହୋଇଥିବାରୁ ପାରାଦ୍ଵୀପ ବନ୍ଦରକୁ “ପୋର୍ଟ ଅଫ ଦି ଇୟର” ପୁରସ୍କାର ପ୍ରଦାନ କରାଯାଇଛି ।

ଜାହାଜ ଚଳାଚଳ ମନ୍ତ୍ରାଳୟର ପୂର୍ବତନ ସଚିବ ଏପିଭି ଏନ୍ ଶର୍ମା, ଭାରତୀୟ ବନ୍ଦର ସଂଘର ପରିଚାଳନା ନିର୍ଦ୍ଦେଶକ ଏ.ଜନାର୍ଦ୍ଧନ ରାଓ, କଲିକତା ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ଏମ୍.ଏଲ୍.ମୀନାଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଅନ୍ୟ ବନ୍ଦର ଗୁଡ଼ିକର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରି ପାରାଦ୍ଵୀପ ବନ୍ଦରକୁ ଏହି ପୁରସ୍କାର ପାଇଁ ମନୋନୀତ କରିଥିଲେ ।

ଏହି ଅବସରରେ ଗତ ୧୨ ତାରିଖରେ ମୁମ୍ବାଇ ଗେଟୱେ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ବିପ୍ଳବ କୁମାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ପାରାଦ୍ଵୀପ ବନ୍ଦର ପୂର୍ବ ବର୍ଷ ଅପେକ୍ଷା ୨୨.୮୪ ପ୍ରତିଶତ ଅଧିକ ମାଲ ପରିବହନ କରିଛି । ଏହି ମାଲ ପରିବହନ ଦେଶର ବୃହତ ବନ୍ଦର ମାନଙ୍କ ଠାରୁ ୫.୭୪ ପ୍ରତିଶତ ଅଧିକ ବୋଲି ବନ୍ଦର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଓଡିଶା ଡଟ୍ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପାରାଦ୍ଵୀପ, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ