• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପାରାଦ୍ୱୀପ

ଦେଢବର୍ଷପରେ ପୋସ୍କୋ ପାଇଁ ପୁଣି ଜମି ଅଧିଗ୍ରହଣ ଆରମ୍ଭ

February 4, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍: ଅମରନାଥ ପରିଡା

ଜଗତସିଂପୁର,ଫେବୃଆରି ୩ (ଓଡିଶା ଡଟ୍ କମ୍)- ଦେଢବର୍ଷପରେ ପୁଣି ପୋସ୍କୋ ପାଇଁ ଜମି ଅଧିଗ୍ରହଣ ଆରମ୍ଭ । ବିରୋଧୀଙ୍କ ଗଡ ଗୋବିନ୍ଦପୁରୁରେ ପାନବରଜ ଭାଙ୍ଗି ପ୍ରାପ୍ୟ ଦେଇଛନ୍ତି ପ୍ରଶାସନ । ଏ ଘଟଣା ନେଇ ବିରୋଧୀ ଓ ପୋଲିସ ମୁହାଁମୁହିଁ ହେବା ଯୋଗୁଁ ଉତେଜନା ସୃଷ୍ଟି ହୋଇଥିଲା ।

ରବିବାର ଦିନ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ଓ ପୋଲିସ ପୁରା ପ୍ରସ୍ତୁତ ହୋଇ ଆସିଥିଲେ । ଦୀର୍ଘ ଦୁଇ ସପ୍ତାହର ପ୍ରସ୍ତୁତିପରେ ଜଗତସିଂପୁର ଜିଲ୍ଲାପାଳ,ଏସ୍ପି,ଇଡ୍କୋର ଅଧିକାରୀ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଧରି ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ମୌଜା ଭିତରେ ପୋଲିସ ପ୍ରବେଶ କରିଛି । କେବଳ ପ୍ରବେଶ କରିନାହାଁନ୍ତି ପାନବରଜ ଭଙ୍ଗାକାର୍ଯ୍ୟ ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

ରବିବାର ପ୍ରଥମ ଦିନରେ ବଡପଡା, ବାଲିଟିକିରି ଓ ଗୋବିନ୍ଦପୁର ସୀମାରେ ପାନ ବରଜ ଭଙ୍ଗାଯାଇଛି । ଜଗତସିଂପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ କହିଛନ୍ତି ଯେଉଁ ଲୋକମାନେ ପାନ ବରଜ ଭାଙ୍ଗି ପ୍ରାପ୍ୟ ନେବାକୁ ସମ୍ମତି ଦେଇଥିଲେ ସେମାନଙ୍କର ବରଜ ଭଙ୍ଗାଯାଇ ଜମି ଅଧିଗ୍ରହଣ ହୋଇଛି ।

ଏହାକୁ ବିରୋଧ କରିଛନ୍ତି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି । ଫଳରେ ବିରୋଧୀ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୧୨ଜଣ ଆହତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି ।

ପୋସ୍କୋ ବିରିଧୀମାନେ ଗୋବିନ୍ଦପୁର ସୀମାରେ ଧାରଣାରେ ବସିରହିଛନ୍ତି । ଏମାନଙ୍କ ସହିତ ସାମିଲ ହୋଇଛନ୍ତି ଜଗତସିଂପୁର ସାଂସଦ ମଧ୍ୟ ସାମିଲ ହୋଇଛନ୍ତି । କଂଗ୍ରେସର ଏକ ପ୍ରତିନିଧି ଦଳ ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି ।

ପୂର୍ବରୁ ଇଡକୋ ପୋସ୍କୋ ପାଇଁ ଗଡ କୁଜଙ୍ଗ ଓ ନୂଆଗାଁ ଗ୍ରାମ ପଞ୍ଚାୟତରୁ ପାନବରଜ ଭାଙ୍ଗି ଓ ଜଙ୍ଗଲ କାଟି ୨ ହଜାର ଏକର ପରିମିତ ଜମି ହାତକୁ ନେବାପରେ କାର୍ଯ୍ୟାରମ୍ଭ ପାଇଁ ଆଉ ୭ଶହ ଏକର ଜମି ଆବଶ୍ୟକ ଅନୁଭବ କରିଥିଲେ ।

ଯାହା ଢିଙ୍କିଆ ପଞ୍ଚାୟତରେ ହିଁ ଉପଲବ୍ଧ ଥିଲା । ମାତ୍ର ପ୍ରତିରୋଧ ଓ ପ୍ରସ୍ତୁତି ଉଦ୍ୟମରେ ବିଳମ୍ବ ଯୋଗୁ ତାହା ବର୍ଷକ ମଧ୍ୟରେ ସମ୍ଭବ ହୋଇପାରି ନଥିଲା ।

ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପକୁ ନେଇ ପ୍ରଶାସନ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଚାଲି ରହିଥବା ବେଳେ ବିରୋଧୀଙ୍କ ଧାରଣା ୧୫ଦିନରେ ପହଞ୍ଚିଛି ।

ଶନିବାର ବଡ଼ି ସକାଳୁ ଶତାଧିକ ବିରୋଧୀ ଗୋବିନ୍ଦପୁର ସୀମା ବାଲି ଟିକିରରେ ଏକାଠି ହୋଇଥିବା ବେଳେ କୃଷକ ନେତା ପିତାମ୍ବର ଦାସ, ଶ୍ରମିକ ନେତା କମ୍ରେଡ୍ ବାବୁରାମ ଚୌଧୁରୀ, ବିଷ୍ଣୁ ମୁଦୁଲି ପ୍ରମୁଖ ଆନ୍ଦୋଳନକୁ ଆହୁରି ଆଗେଇ ନେବାକୁ ପରାମର୍ଶ ଦେଇଥିଲେ ।

୬୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମଧ୍ୟ ଆଜିର ଧାରଣାରେ ସାମିଲ ହୋଇଥିଲେ । ଛୋଟ ଛୋଟ ପିଲାଙ୍କୁ ନେଇ ବିରୋଧୀଙ୍କ ପକ୍ଷରୁ ବାଜି ରାଉତ ବାଳୁତ ସେନା ଗଠନ କରାଯାଇଥିବା ବେଳେ ଅପରପକ୍ଷେରେ ପ୍ରଶାସନ ଆଜି ଜଣକୁ ଅତି ଗୋପନୀୟ ଭାବରେ ଚେକ୍ ପ୍ରଦାନ କରିଛି ।

କିଛିଦିନ ତଳେ ପୋସ୍କୋ ସପକ୍ଷବାଦୀ କୁହାଯାଉଥିବା ମିଳିତ କ୍ରିୟାନୁଷ୍ଠାନର ସଭ୍ୟ ଦଳିତ ନେତା ବାବୁଲି ରାଉତଙ୍କ ଭାଇ ବିରୋଧୀଙ୍କ ସହ ସାମିଲ ହୋଇଥିଲେ । ହେଲେ ତାଙ୍କୁ ୨ଲକ୍ଷ ୩୦ ହଜାର ଟଙ୍କାର କ୍ଷତିପୂରଣ ଚେକ୍ ପ୍ରଦାନ କରାଯାଇଛି ।

ଅତି ଗୋପନରେ ଚେକ୍ ନେଇଥିବା ଦୁର୍ଲ୍ଲଭ ରାଉତ କିଛି ଦିନ ତଳେ ପୋସ୍କୋ ବିରୋଧିଙ୍କ ସହିତ ସାମିଲ ହୋଇ ପ୍ରଶାସନଠାରୁ ଚେକ୍ ନେବେନି ବୋଲି ଧାରଣା ସ୍ଥଳରେ ଘୋଷଣା କରିଥିଲେ ।

ପ୍ରଶାସନ ତାଙ୍କୁ ମନେଇବାରେ ସଫଳ ହୋଇଥିବା ବେଳେ ଆଗାମୀ ଦିନରେ ବାକିଥିବା ସମସ୍ତ ୧୮ ଜଣଙ୍କୁ ଚେକ୍ ପ୍ରଦାନ କରି ଅଞ୍ଚଳକୁ ଶୀଘ୍ର ପଶିବା ପାଇଁ ଯୋଜନା କରିଛି ।

ଅପରପକ୍ଷରେ ବିରୋଧୀମାନେ ଛୋଟ ଶିଶୁଙ୍କୁ ମୁଖାକରି ପୁଲିସ ଓ ପ୍ରଶାସନକୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଦୁଇଦିନତଳେ ପାରାଦ୍ୱୀପରେ ପୁଲିସ ବାହିନୀର ଏକ ଗୁପ୍ତ ବୈଠକ ବସିିଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କୁଜଙ୍ଗ, ଜମି ଅଧିଗ୍ରହଣ, ପାନବରଜ, ପାରାଦ୍ୱୀପ, ପୋସ୍କୋ

ଜଗତସିଂପୁର: ଆଇଓସିଏଲ୍ ପରିସ୍ଥିତିରେ ସୁଧାର

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର, ଜାନୁଆରୀ,୨୦(ଓଡିଶା ଡଟ୍ କମ୍)-ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟକୁ ନେଇ ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶନିବାର ଦିନ ଯେଉଁ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା ଆଜି ପରିସ୍ଥିତିରେ ସୁଧାର ଆସିଛି । ମୃତ୍ୟୁ ଶ୍ରମିକ ପରିବାରକୁ ୬ ଲକ୍ଷ ୫୦ ହଜାର କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଜିଲ୍ଲା ପ୍ରଶାସନ ଓ ଶ୍ରମିକ ସଂଗଠନର ଆଲୋଚନାପରେ କିଛି ସର୍ତରେ ଧାରଣା ପ୍ରତ୍ୟାହାର ହୋଇଛି । କିନ୍ତୁ ଏହି ଘଟଣା ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଦାମୋଦର ରାଉତ ।

ସେ କହିଛନ୍ତି ପ୍ରଶାସନର ଛତ୍ରଛାୟାତଳେ ରହି ତୈଳ ବିଶୋଧନାଗାରର କିଛି ଦୁର୍ନୀତିଗସ୍ତ ପଦାଧିକାରୀ,ଅପରାଧ ପ୍ରବଣ ବ୍ୟକ୍ତିବିଶେଷ ଓ ଯୁବଗୋଷ୍ଠି ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ।

କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଜଗତସିଂପୁର ଜିଲ୍ଲା ପାଳ ସତ୍ୟ କୁମାର ମଲ୍ଲିକ । ସେ କହିଛନ୍ତି ଏ ଘଟଣାପାଇଁ ଜଲ୍ଲା ପ୍ରଶାସନ ଦାୟୀନୁହେଁ । କୌଣସି ଘଟଣାବଳିକୁ ଜିଲ୍ଲା ପ୍ରଶାସନ ପ୍ରଶୟ ଦେବ ନାହିଁ କି ଦେଉ ନାହିଁ । ଯାହା ଘଟୁଛି କୌଣସି ଏକ ଘଟଣା ଚକ୍ରରେ ଘଟି ଯାଉଛି ।

କୁଜଙ୍ଗ ବ୍ଲକ ତ୍ରିଲୋଚନପୁର ଗାଁର ସଂଜୟ ପାଳ ଆଇଓସିଏଲ୍ ପ୍ରକଳ୍ପର ଆଇଓଟେପ୍ ଇନଫ୍ରା କମ୍ପାନୀରେ ଠିକାକାମ କରୁଥିଲେ । ରାତିରେ କାର୍ଯ୍ୟ ଚାଲୁଥିବାରୁ ସେ ଶୁକ୍ରବାର ରାତିରେ ଘରକୁ ନଫେରି କମ୍ପାନୀ ପରିସରରେ ରହିଯାଇଥିଲେ ।

ଶନିବାର ସକାଳେ ଶ୍ରମିକମାନେ କାମ କରିବାକୁ କମ୍ପାନୀ ଭିତରକୁ ଯିବାବେଳେ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ୯ନଂ. ଟାଙ୍କି ସିଡିିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସଞ୍ଜୟଙ୍କ ମୃତ୍ୟୁ ଖବର ବିଦ୍ୟୁତ ବେଗର ପ୍ରଚାର ହୋଇଯାଇଥିଲା ।

ଖବରପାଇ ନିକଟସ୍ଥ ତ୍ରିଲୋଚନପୁର ଗାଁର ହଜାର ହଜାର ମହିଳା ଓ ପୁରୁଷ ଆଇଓସିଏଲ୍ ଫାଟକ ନିକଟରେ ପହଞ୍ଚିଥିଲେ । ଶ୍ରମିକମାନେ ମଧ୍ୟ ଫାଟକ ନିକଟରେ ଏକତ୍ର ହୋଇଥିଲେ । ଲୋକେ ସଞ୍ଜୟଙ୍କ ମୃତଦେହ ଦେଖିବାକୁ ଚାହିଁଥିଲେ ମଧ୍ୟ ସିଆଇଏସଏଫ ଯବାନ ସେମାନଙ୍କୁ କମ୍ପାନୀ ଭିତରକୁ ଛାଡିନଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକ ଓ ଶ୍ରମିକଙ୍କ ସହ ସିଆଇଏସଏଫ୍ ଯବାନଙ୍କ ପାଟିତୁଣ୍ଡ ହୋଇଥିଲା ।

ଉତ୍ୟକ୍ତ ଲୋକେ ୧ନମ୍ବର ଫାଟକ ନିକଟରେ ଧାରଣାରେ ବସି ପ୍ରକଳ୍ପ ଭିତରକୁ କାହାରିକୁ ଛାଡିନଥିଲେ । ଫାଟକ ନିକଟରୁ ଉଠାଇବା ପାଇଁ ସିଆଇଏସଏଫ୍ ଯବାନ ଲୋକଙ୍କୁ ଅନୁରୋଧ କରି ବିଫଳ ହେବାପରେ ଲାଠିମାଡ କରିଥିଲେ ।

ଜବାବରେ ଲୋକେ ମଧ୍ୟ ଢେଲାପଥର ମାଡ କରିଥିଲେ । ପରିସ୍ଥିତି ଅଧିକ ଜଟିଳ ହେବାରୁ ଯବାନ ମାନେ ୩ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ । ଗୁଳିଚାଳନା ଦେଖି ଲୋକମାନେ ଜୀବନ ବିକଳରେ କିଏ କୁଆଡେ ଦୌଡି ପଳାଉଥିବାବେଳେ ସିଆଇଏସଏଫ୍ ଯବାନ ଶ୍ରମିକଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ଏଥିରୁ ମହିଳା ବି ବାଦ ପଡିନଥିଲେ ।

ଲାଠି ମାଡରେ ତ୍ରିଲୋଚନପୁର ଗାଁର ରଥି ବେହେରା, ସୁଧୀର ପଣ୍ଡା, ଅମୂଲ୍ୟ ପଲାଇ, ଅମର ବେହେରା, ନରେଶ ବେହେରା, ଚାରୁ ବେହେରା, ନରି ପ୍ରଧାନ, ଅଧିର ଦାସ, ଅମିର ଦାସ, ରଂଜନ ନାୟକ, ବାବୁଲି ପଲାଇ, ରାଧୁ ଦାସ, ମାଧ ପାତ୍ର, ପ୍ରଶାନ୍ତ ବିଶ୍ୱାଳ, ଦିଲିପ ପାତ୍ର, ଚୁଟିଆ ଭୋଳ, ସୁଲୋଚନା ପ୍ରଧାନ, ଦମୟନ୍ତୀ ଦାସ, ଶକୁନ୍ତଳା ଚୈନୀ, ଭାରତୀ ବେହେରା, ସୁକାନ୍ତୀ ନାୟକ, କାଞ୍ଚନ ମହାନ୍ତି, ମଙ୍ଗରାଜପୁର ଗାଁର ପ୍ରମୋଦ ତରାଇ, ମାହାଳ ଗାଁର ରଂଜନ ଜେନା ପ୍ରମୁଖ ଆହତ ହୋଇଛନ୍ତି ।

ଆହତମାନେ କୁଜଙ୍ଗ, ଆଇଓସିଏଲ୍, ଅଠରବାଙ୍କି ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବେଳେ ୫ ଜଣ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପ୍ରତିବାଦରେ ମା’ ବୈଦେହୀ ଶ୍ରମିକ ସଂଘ ପକ୍ଷରୁ ୧ନମ୍ବର ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି ।

ସଂଘର ନେତା ରାକେଶ ପଟ୍ଟନାୟକ ଓ ବାବୁରାମ ଚୌଧୁରୀଙ୍କ ନେତୃତ୍ୱରେ ହଜାରେରୁ ଅଧିକ ଶ୍ରମିକ ଓ ସ୍ଥାନୀୟ ଲୋକ ଧାରଣାରେ ବସି ମୃତ ଠିକାଦାରଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ, ତଦନ୍ତ ଦାବି କରିବା ସହ ଆଇଓସିଏଲ୍ ପ୍ରକଳ୍ପ ସୁରକ୍ଷା ଦାୟିତ୍ୱରୁ ସିଆଇଏସଏଫ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଠରବାଙ୍କି ଡାକ୍ତରଖାନା, ଆଇଓସିଏଲ୍, କୁଜଙ୍ଗ ବ୍ଲକ, ଜଗତସିଂପୁର, ତୈଳ ବିଶୋଧନାଗାର, ପାରାଦ୍ୱୀପ, ଶ୍ରମିକ ସଂଗଠନ

ଠିକାଦାରଙ୍କ ମୃତ୍ୟୁକୁ ନେଇ ଆଇଓସିଏଲରେ କାର୍ଯ୍ୟ ବନ୍ଦ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର, ଜାନୁଆରୀ ୨୦(ଓଡିଶା ଡଟ୍ କମ୍)-ଜଣେ ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶନିବାର ଦିନ ଲଙ୍କାକାଣ୍ଡ ଘଟିଛି  । ଘଟଣାକୁ ନେଇ ଆଇଓସିଏଲରେ କାର୍ଯ୍ୟ ବନ୍ଦ ହୋଇଯାଇଛି  ।

indianoilcampus

କୁଜଙ୍ଗ ବ୍ଲକ ତ୍ରିଲୋଚନପୁର ଗାଁର ସଂଜୟ ପାଳ ଆଇଓସିଏଲ୍ ପ୍ରକଳ୍ପର ଆଇଓଟେପ୍ ଇନଫ୍ରା କମ୍ପାନୀରେ ଠିକାକାମ କରୁଥିଲେ । ରାତିରେ କାର୍ଯ୍ୟ ଚାଲୁଥିବାରୁ ସେ ଗତକାଲି ରାତିରେ ଘରକୁ ନଫେରି କମ୍ପାନୀ ପରିସରରେ ରହିଯାଇଥିଲେ ।

ଶନିବାର ସକାଳେ ଶ୍ରମିକମାନେ କାମ କରିବାକୁ କମ୍ପାନୀ ଭିତରକୁ ଯିବାବେଳେ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ୯ନଂ. ଟାଙ୍କି ସିଡିିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସଞ୍ଜୟଙ୍କ ମୃତ୍ୟୁ ଖବର ବିଦ୍ୟୁତ ବେଗର ପ୍ରଚାର ହୋଇଯାଇଥିଲା ।

ଖବରପାଇ ନିକଟସ୍ଥ ତ୍ରିଲୋଚନପୁର ଗାଁର ହଜାର ହଜାର ମହିଳା ଓ ପୁରୁଷ ଆଇଓସିଏଲ୍ ଫାଟକ ନିକଟରେ ପହଞ୍ଚିଥିଲେ । ଶ୍ରମିକମାନେ ମଧ୍ୟ ଫାଟକ ନିକଟରେ ଏକତ୍ର ହୋଇଥିଲେ ।

ଲୋକେ ସଞ୍ଜୟଙ୍କ ମୃତଦେହ ଦେଖିବାକୁ ଚାହିଁଥିଲେ ମଧ୍ୟ ସିଆଇଏସଏଫ ଯବାନ ସେମାନଙ୍କୁ କମ୍ପାନୀ ଭିତରକୁ ଛାଡିନଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକ ଓ ଶ୍ରମିକଙ୍କ ସହ ସିଆଇଏସଏଫ୍ ଯବାନଙ୍କ ପାଟିତୁଣ୍ଡ ହୋଇଥିଲା ।

ଉତ୍ୟକ୍ତ ଲୋକେ ୧ନମ୍ବର ଫାଟକ ନିକଟରେ ଧାରଣାରେ ବସି ପ୍ରକଳ୍ପ ଭିତରକୁ କାହାରିକୁ ଛାଡିନଥିଲେ । ଫାଟକ ନିକଟରୁ ଉଠାଇବା ପାଇଁ ସିଆଇଏସଏଫ୍ ଯବାନ ଲୋକଙ୍କୁ ଅନୁରୋଧ କରି ବିଫଳ ହେବାପରେ ଲାଠିମାଡ କରିଥିଲେ ।

ଜବାବରେ ଲୋକେ ମଧ୍ୟ ଢେଲାପଥର ମାଡ କରିଥିଲେ । ପରିସ୍ଥିତି ଅଧିକ ଜଟିଳ ହେବାରୁ ଯବାନ ମାନେ ୩ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ । ଗୁଳିଚାଳନା ଦେଖି ଲୋକମାନେ ଜୀବନ ବିକଳରେ କିଏ କୁଆଡେ ଦୌଡି ପଳାଉଥିବାବେଳେ ସିଆଇଏସଏଫ୍ ଯବାନ ଶ୍ରମିକଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ ।

ଏଥିରୁ ମହିଳା ବି ବାଦ ପଡିନଥିଲେ । ଲାଠିମାଡରେ ୨୫ରୁ ଅଧିକ ଶ୍ରମିକ ଓ ସ୍ଥାନୀୟ ଲୋକ ଆହତ ହୋଇଥିବାବେଳେ ଢେଲା ମାଡ଼ରେ ୫ଜଣ ସିଆଇଏସଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି ।

ଏହି ଘଟଣା ପ୍ରତିବାଦରେ ମା’ ବୈଦେହୀ ଶ୍ରମିକ ସଂଘ ସହ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଆଇଓସିଏଲ ସମ୍ମୁଖରେ ଧାରଣା ଚାଲିଛିି ।

ସଂଘର ନେତା ରାକେଶ ପଟ୍ଟନାୟକ ଓ ବାବୁରାମ ଚୌଧୁରୀଙ୍କ ନେତୃତ୍ୱରେ ହଜାରେରୁ ଅଧିକ ଶ୍ରମିକ ଓ ସ୍ଥାନୀୟ ଲୋକ ଧାରଣାରେ ବସି ମୃତ ଠିକାଦାରଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ, ତଦନ୍ତ ଦାବି କରିବା ସହ ଆଇଓସିଏଲ୍ ପ୍ରକଳ୍ପ ସୁରକ୍ଷା ଦାୟିତ୍ୱରୁ ସିଆଇଏସଏଫ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଆଇଓସିଏଲ, କୁଜଙ୍ଗ ବ୍ଲକ, ତୈଳ ବିଶୋଧନାଗାର, ପାରାଦ୍ୱୀପ, ମା’ ବୈଦେହୀ ଶ୍ରମିକ ସଂଘ

ପୋସ୍କୋ ହଟାଅ ଧାରଣାରେ ତୃତୀୟ ଦିନରେ

January 16, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର, ଜାନୁଆରୀ ୧୬(ଓଡିଶା ଡଟ୍ କମ୍)-ପ୍ରସ୍ତାବିତ ପୋସ୍କୋ ଅଞ୍ଚଳର ଗୋବିନ୍ଦପୁର-ନୂଆଗାଁ ସୀମା ବଟବେଲାରି ବାଲିଟିକିରାରେ ପୋସ୍କୋ ହଟାଇବା ଦାବିନେଇ ବିରୋଧୀମାନେ ଅନିର୍ଦିଷ୍ଟ କାଳ ପାଇଁ ଚଳାଇଥିବା ଧାରଣା ବୁଧବାର ଦିନ ତୃତୀୟ ଦିନରେ ପହଞ୍ଚିଛି ।

ବୁଧବାର ଦିନ ସକାଳୁ ଧାରଣାରେ ଶିଶୁ, ବୃଦ୍ଧ ଓ ମହିଳାଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇଛି । ବୁଧବାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସୋମବାରଠାରୁ ରାଜସ୍ୱ କମିଶନରଙ୍କ ପାରାଦ୍ୱୀପ ଗସ୍ତ ଥିବାରୁ ସେ ମଧ୍ୟ ବୁଧବାର ପୋସ୍କୋ ଅଞ୍ଚଳ ଗସ୍ତ କରିବା ସମ୍ଭାବନା ରହିଛି ।ମଙ୍ଗଳବାର ଦିନ ଜଗତସିଂହପୁର ସାଂସଦ ବିଭପ୍ରସାଦ ତରାଇ ବିରୋଧୀଙ୍କ ଧାରଣାରେ ଯୋଗଦେଇ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସମର୍ଥନ ଜଣାଇଛନ୍ତି ।

ପୂର୍ବରୁ ପୋସ୍କୋ ବିରୋଧୀ ନେତା ଅଭୟ ସାହୁ ଓ ଭିଟାମାଟି ସୁରକ୍ଷା ଜନମଞ୍ଚ ସଭାପତି ଜୟନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରତିବାଦକାରୀମାନେ ଏକ ବିରାଟ ଶୋଭାଯାତ୍ରାରେ ଆସି ପହଞ୍ଚିବା ପରେ ଧାରଣାରେ ବସିଥିଲେ । ଢିଙ୍କିଆ, ଗୋବିନ୍ଦପୁର ଓ ପାଟଣା ଗ୍ରାମରୁ ହଜାର ହଜାର ପୋସ୍କୋ ବିରୋଧୀ ଏହି ଶୋଭାଯାତ୍ରାରେ ଆସିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆନ୍ଦୋଳନ, ଜଗତସିଂପୁର, ପାରାଦ୍ୱୀପ, ପୋସ୍କୋ

ବଜ୍ରପାତ ମୃତକଙ୍କ ପରିବାରକୁ ସହାୟତା

December 14, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ଗତ ୧୧ ଓ ୧୨ ତାରିଖ ଦୁଇଦିନରେ ବର୍ଷା,ପବନ ଏବଂ ବଜ୍ରପାତ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସଂପର୍କରେ ଆକଳନ କରାଯାଉଥିବା ବେଳେ ବଜ୍ରପାତରେ ଯେଉଁମାନଙ୍କର ମୃତ୍ୟୁ ଘଟିଛି,ସେମାନଙ୍କ ପରିବାରକୁ ଦେଢ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂର୍ଯ୍ୟନାରାୟଣ ଶୁକ୍ରବାର ଦିନ ବିଧାନସଭାରେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଏହି ଦୁଇଦିନରେ ଝଡ ବର୍ଷାରେ ବଜ୍ରପାତ ଯୋଗୁଁ ୮ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ପ୍ରଭାବିତ ଅଞ୍ଚଳରେ ବାସଗୃହ ଓ ଫସଲ କ୍ଷତି ହୋଇଛି ।

ସେ କହିଛନ୍ତି ବଜ୍ରପାତି ଘଟି ଓଡିଶାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ବ୍ରଜପାତ ଯୋଗୁଁ ୧୧ ତାରିଖରେ ବାହାନଗା ତହସିଲ ଅଧିନସ୍ଥ ପଟିମୁଣ୍ଡା ଗ୍ରାମର ବସନ୍ତ ବିଶ୍ୱାଳ ପ୍ରାଣ ହରାଇଛନ୍ତି ।

ସେଦିନ ଅପରାହ୍ଣରେ ପାରାଦ୍ୱୀପ ଅଞ୍ଚଳରେ ଅଚାନକ ବର୍ଷା ସହିତ ପ୍ରବଳ ଘଡ଼ଘଡ଼ି ମାରି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି ।

ବର୍ଷା ବେଳେ ପାରାଦ୍ୱୀପ ଥାନା ନିକଟରେ ଥିବା ବରଗଛ ତଳେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ଧନେଶ୍ୱର ଜେନା ନାମକ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ନିକଟବର୍ତୀ ଲକ ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଗ୍ରାମର ରତ୍ନାକର ରାଉତ ଓ ତାଙ୍କ ସ୍ତ୍ରୀ ପୁଷ୍ପଲତା ରାଉତଙ୍କର ମୃତ୍ୟୁ ଘଟିଛି ।

ସେମାନେ ନିଜ ଘରର ଛାତ ଉପରେ ଥିବା ବେଳେ ଏହି ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଜୟଦେବ ସଦନ ଛକରେ ଥିବା ଏକ ବରଗଛ ତଳେ ଜଣେ ଶ୍ରମିକର ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତ ରତ୍ନାକର ପି.ପି.ଏଲ କାରଖାନାରେ ଶ୍ରମିକ ରୂପେ କାର୍ଯ୍ୟ କରନ୍ତି ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମର ମାଗୁଣି ସାମଲଙ୍କ ଝିଅ ପୂର୍ଣ୍ଣିମା ସାମଲ (୩୫) ବିଲରୁ ଘରକୁ ଫେରୁଥିବା ବେଳେ ବାଟରେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମହାକାଳପଡ଼ା ଥାନା ଜମ୍ବୁ ଗ୍ରାମର ଅର୍ଜ୍ଜୁନ ପରମାଣିକଙ୍କ ସ୍ତ୍ରୀ ଗୀତ ପରମାଣିକ (୨୬) ଧାନ ଖଳାରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।

ରାଜନଗର ବ୍ଳକ ଡାଙ୍ଗମାଳପଂଚାୟତ ଖମାରସାହି ଗ୍ରାମର ଲକ୍ଷ୍ମୀ ଜେନା (୩୯) ଗାଁ ନିକଟ ପଡ଼ିଆରେ ବାନ୍ଧିଥିବା ଗାଈକୁ ଦିନ ତିନିଟା ବେଳେ ଆଣିବାକୁ ଯିବାବେଳେ ବଜ୍ରପାତ ଘଟି ଘଟଣାସ୍ଥଳରେ ସଂପୃକ୍ତ ମହିଳା ମୃତୁ୍ୟ ହୋଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜୟଦେବ ସଦନ, ପାରାଦ୍ୱୀପ, ବଜ୍ରପାତ

ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ

December 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍କମ୍ ସମ୍ବାଦଦାତା

ପାରାଦ୍ୱୀପ,ଡିସେମ୍ବର ୧୩(ଓଡିଶା ଡଟ୍କମ୍ )-ବୁଧବାର ଦିନ ବଜ୍ରପାତ ଘଟି ଓଡିଶାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅପରାହ୍ଣରେ ପାରାଦ୍ୱୀପ ଅଂଚଳରେ ଅଚାନକ ବର୍ଷା ସହିତ ପ୍ରବଳ ଘଡ଼ଘଡ଼ି ମାରି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି ।

ବର୍ଷା ବେଳେ ପାରାଦ୍ୱୀପ ଥାନା ନିକଟରେ ଥିବା ବରଗଛ ତଳେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ଧନେଶ୍ୱର ଜେନା ନାମକ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ନିକଟବର୍ତୀ ଲକ ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଗ୍ରାମର ରତ୍ନାକର ରାଉତ ଓ ତାଙ୍କ ସ୍ତ୍ରୀ ପୁଷ୍ପଲତା ରାଉତଙ୍କର ମୃତ୍ୟୁ ଘଟିଛି ।

ସେମାନେ ନିଜ ଘରର ଛାତ ଉପରେ ଥିବା ବେଳେ ଏହି ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଜୟଦେବ ସଦନ ଛକରେ ଥିବା ଏକ ବରଗଛ ତଳେ ଜଣେ ଶ୍ରମିକର ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତ ରତ୍ନାକର ପି.ପି.ଏଲ କାରଖାନାରେ ଶ୍ରମିକ ରୂପେ କାର୍ଯ୍ୟ କରନ୍ତି ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମର ମାଗୁଣି ସାମଲଙ୍କ ଝିଅ ପୂର୍ଣ୍ଣିମା ସାମଲ (୩୫) ବିଲରୁ ଘରକୁ ଫେରୁଥିବା ବେଳେ ବାଟରେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମହାକାଳପଡ଼ା ଥାନା ଜମ୍ବୁ ଗ୍ରାମର ଅର୍ଜ୍ଜୁନ ପରମାଣିକଙ୍କ ସ୍ତ୍ରୀ ଗୀତ ପରମାଣିକ (୨୬) ଧାନ ଖଳାରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।

ରାଜନଗର ବ୍ଳକ ଡାଙ୍ଗମାଳପଞ୍ଚାୟତ ଖମାରସାହି ଗ୍ରାମର ଲକ୍ଷ୍ମୀ ଜେନା (୩୯) ଗାଁ ନିକଟ ପଡ଼ିଆରେ ବାନ୍ଧିଥିବା ଗାଈକୁ ଦିନ ତିନିଟା ବେଳେ ଆଣିବାକୁ ଯିବାବେଳେ ବଜ୍ରପାତ ଘଟି ଘଟଣାସ୍ଥଳରେ ସଂପୃକ୍ତ ମହିଳା ମୃତ୍ୟୁ ହୋଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜୟଦେବ ସଦନ, ପାରାଦ୍ୱୀପ, ବଜ୍ରପାତ

ଏସାର ଷ୍ଟିଲରେ ସୁରକ୍ଷା କର୍ମୀ-ଶ୍ରମିକ ସଂଘର୍ଷ, ୧୦ ଆହତ

October 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ଅକ୍ଟୋବର ୬(ଓଡିଶା ଡଟ୍ କମ୍)- ପାରାଦ୍ୱୀପ ଉପକଣ୍ଠରେ ଥିବା ଏସାର କାରଖାନା ସମ୍ମୁଖରେ ଶୁକ୍ରବାର ଦିନ ଲଙ୍କାକାଣ୍ଡ ଘଟିଛି ।

ଗୁରୁବାର ରାତିରେ କାରଖାନା ନିକଟରେ ଥିବା ଝୁମ୍ପୁଡି ବସ୍ତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏସାର କାରଖାନା କର୍ତୃପକ୍ଷ ପୂର୍ବରୁ ଏହି ବସ୍ତି ଖାଲି କରିବାକୁ କହୁଥିଲେ; ଏଣୁ କର୍ତୃପକ୍ଷ ଜାଣିଶୁଣି ବସ୍ତିରେ ନିଆଁ ଲଗାଇଛନ୍ତି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଥିଲେ ।

କ୍ଷତିପୂରଣ ଦାବିନେଇ କାରଖାନା ସମ୍ମୁଖରେ ବସ୍ତିଲୋକେ ଧାରଣାରେ ବସିିଥିବା ବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

କାରଖାନାର ଶ୍ରମିକମାନେ ଢେଲା, ପଥର ମାଡକରି ଏସାର ପ୍ରକଳ୍ପ ନିର୍ଦେଶକଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡି ଭାଙ୍ଗି ଦେଇଛନ୍ତି । ସୁରକ୍ଷାକର୍ମୀମାନେ ପ୍ରତିବାଦ କରିବାରୁ ସେମାନଙ୍କ ଅଫିସ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଜବାବରେ ଏସାର ସୁରକ୍ଷାକର୍ମୀ ମଧ୍ୟ ଶ୍ରମିକଙ୍କୁ ପିଟିଛନ୍ତି । ଏଥିରେ ଉଭୟ ପକ୍ଷର ୧୦ଜଣ ଆହତ ହୋଇ ବିଜୁ ମେମୋରିଆଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କାରଖାନା ପରିସର ଉତେଜନା ପ୍ରବଣ ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ଗଣ୍ଡଗୋଳ ଖବରପାଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସଦଳବଳ ପହଞ୍ଚି ପରିସ୍ଥିିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏସାର ଷ୍ଟିଲ, ପାରାଦ୍ୱୀପ

ସରକାରୀ ଜମିରେ ପୋସ୍କୋ କାମ ଆରମ୍ଭ କରୁ: ସରକାର

October 27, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ଅଧିଗ୍ରହଣ ହୋଇଥିବା ସରକାରୀ ଜମି ପୋସ୍କୋ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁ ବୋଲି ସରକାର କହିଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ପାରାଦ୍ୱୀପ ନିକଟରେ ଅଧିଗ୍ରହଣ ହୋଇଥିବା ଦୁଇ ହଜାର ଏକର ଜମିରେ ପୋସ୍କୋର ପ୍ରସ୍ତାବିତ ମେଗା ପ୍ରକଳ୍ପ କରାଯାଇପାରିବ ବୋଲି ମୁଖ୍ୟଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଗୁରୁବାରଗଣମାଧ୍ୟମକୁ କହିଛନ୍ତି ।

ପୋସ୍କୋ-ଇଣ୍ଡିଆ ଅଧିଗ୍ରହଣ ହୋଇଥିବା ଜମି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ଯଥେଷ୍ଟ । ଯାଜପୁର ଜିଲ୍ଲା କଳିଙ୍ଗନଗରରେ ୨୨୦୦ ଏକର ଜମିରେ ଟାଟା ଷ୍ଟିଲ୍ ତାର ପ୍ରକଳ୍ପ ତିଆରି କରିଥିବା ବେଳେ, ପୋସ୍କୋ ପ୍ରକଳ୍ପ ଆରମ୍ଭ ପାଇଁ୨୦୦୦ ଏକର ଜମି କାହିଁକି ଯଥେଷ୍ଟ ହେବନାହିଁ ବୋଲି ସେ କହିଛନ୍ତି ।

ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ପାରାଦ୍ୱୀପ ନିକଟରେ ଏକ ପ୍ରକଳ୍ପ ସ୍ଥାପନ ପାଇଁ ୨୦୦୫ରେ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲା । ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପାରାଦ୍ୱୀପ, ପୋସ୍କୋ

ଚାକିରି ପାଇଁ ବିସ୍ଥାପିତ ଗ୍ରାମବାସୀଙ୍କ ସଂଗ୍ରାମ

February 5, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଞ୍ଚଳରେ ଭାରତୀୟ ତୈଳ ନିଗମର ବିଶୋଧନଗାର ପାଇଁ ପ୍ରାୟ ଦଶ ହଜାର ଲୋକ ବିସ୍ଥାପିତ ହେବାକୁ ଥିବା ବେଳେ ପୂର୍ବରୁ ବିସ୍ଥାପିତ ହୋଇଥିବା ଲୋକମାନେ ବର୍ତ୍ତମାନ ଚାକିରି ପାଇଁ ସଂଗ୍ରାମ କରୁଛନ୍ତି ।

୬୦ ବର୍ଷ ବୟସ୍କ ଗୁରୁଚରଣ ସେଠୀ ୧୯୬୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଥର ବିସ୍ଥାପିତ ହୋଇସାରିଛନ୍ତି ।

ସେ ପ୍ରଥମେ ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା ପାଇଁ ନିଜ ଗାଁ ଘନଘାଲିଆରୁ ସରକାରଙ୍କ ଦ୍ୱାରା ବିସ୍ଥାପିତ ହୋଇଥିବା ବେଳେ ପୁଣି ୧୯୮୦ରେ ସାର କାରଖାନା ନିଜ ଜମି ଅଧିଗ୍ରହଣ କରିବା ପରେ ଝିମିନି ଗ୍ରାମରୁ ସେ ବିସ୍ଥାପିତ ହୋଇଥିଲେ ।

ଛଅ ବର୍ଷ ତଳେ ଗୋବିନ୍ଦପୁରରେ ଥିବା ତାଙ୍କର ଚାରି ଏକର ଜମି ଭାରତୀୟ ତୈଳ ନିଗମ ଚାରି ଲକ୍ଷ ଟଙ୍କା ଦେଇ ଅଧିଗ୍ରହଣ କରିବା ପରେ ତୃତୀୟ ଥର ପାଇଁ ସେ ବିସ୍ଥାପିତ ହୋଇଥିଲେ । ତିନି ତିନି ଥର ବିଭିନ୍ନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଗୁରୁଚରଣ ଭବିଷ୍ୟତରେ କଣ କରିବେ ଚିନ୍ତା କରିପାରୁ ନାହାନ୍ତି ।

“” କଣ କରିବାକୁ ହେବ ଏବଂ ଆମେ କୁଆଡ଼େ ଯିବୁ କିଛି ଜାଣି ପାରୁନାହୁଁ ” ଗୁରୁଚରଣ କହିଛନ୍ତି । ତାଙ୍କର ଚାରି ଏକର ଜମି ବର୍ତ୍ତମାନ ତୈଳ ବିଶୋଧନାଗାର ଏକ ଅଂଶ ହୋଇଯାଇଛି ।

ଗୁରୁଚରଣ ଭଳି ସମୁଦ୍ର ଅଞ୍ଚଳର ଚାଷୀମାନେ ବିଭିନ୍ନ ସମୟରେ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ବିସ୍ଥାପିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ୨୨ଟି ଗ୍ରାମ ସହ ହଜାର ହଜାର ଲୋକ ପ୍ରଭାବିତ ହେବେ ।

ବିସ୍ଥାପିତ ଲୋକଙ୍କୁ ଚାକିରୀ ଏବଂ କ୍ଷତିପୂରଣ ଦେବାରେ କମ୍ପାନୀ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ପାରାଦ୍ୱୀପ ସ୍ଥିତ ଆଇଓସିଏଲ୍ ମୁଖ୍ୟ ଫାଟକରେ ଆନ୍ଦୋଳନ ଜାରି ରହିଛି ବୋଲି ପାରାଦ୍ୱୀପଗଡ଼ର ବିସ୍ଥାପିତ ବ୍ୟକ୍ତି ସରୋଜ ଜେନା କହିଛନ୍ତି ।

ଉକ୍ତ ଅଞ୍ଚଳରେ ଜମି ଅଧିଗ୍ରଣହ ସମୟରେ କ୍ଷତିପୂରଣ ଓ ଥଇଥାନ ସଂପର୍କରେ ଆଲୋଚନା ନକରି ସ୍ଥାନୀୟ ଲୋକଙ୍କୁନ ସରକାର ବିସ୍ଥାପିତ କରିବା ପାଇଁ ପକ୍ଷେପ ନେଉଥିବା ଅଭିଯୋଗ ହୋଇଛି ।

“” ପ୍ରକଳ୍ପ ଦ୍ୱାରା ଯେଉଁମାନେ ବିସ୍ଥାପିତ ହୋଇଛନ୍ତି ସେମାନଙ୍କ ପରିବାରର ଜଣକୁ ଚାକିରି ଦିଆଯାଉ । ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟକ୍ଷତା ଅନୁଯାୟୀ ସଂପୃକ୍ତ ପରିବାରର ଯୁବକ ମାନଙ୍କୁ ଚାକିରି ଦେବାକୁ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ” ପାରାଦ୍ୱୀପସ୍ଥିତ ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସଂସ୍ଥା ସଭାପତି ପଦ୍ମଲୋଚନ ଦାସ କହିଛନ୍ତି ।

“”ବିସ୍ଥାପନ ଦ୍ୱାରା ଲୋକମାନେ କେବଳ ସେମାନଙ୍କ ଜମି ହରାଉ ନାହାନ୍ତି ବରଂ ଜୀବନ ଜୀବିକା ଏବଂ ପ୍ରାକୃତିକ ସଂପଦ ମଧ୍ୟ ହରାଉଛନ୍ତି”ଏହି ସମବାୟ ସଂସ୍ଥାର ସଂପାଦକ ଦିଲୀପ ବେହେରା କହିଛନ୍ତି ।

“”ଆମ ପ୍ରତି ଅନ୍ୟାୟ ହୋଇଛି । ସେମାନେ ପ୍ରଥମେ ଆମର ଜମି ଅଧିଗ୍ରହଣ କଲେ ଏବଂ ଚାକିରି ଦେବା ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ପରେ ଆଇଓସିଏଲ୍ରେ ଚାକିରି ଦେବାକୁ ମନା କରିଦେଲେ” ପାରାଦ୍ୱୀପଗଡ଼ ଗ୍ରାମର ସ୍ନାତକ ଛାତ୍ର ଶୁଭ ନାରାୟଣ ବେହେରା କହିଛନ୍ତି । ୨୦୦୧ରେ କମ୍ପାନୀ ତାଙ୍କର ଘର ଏବଂ ତିନି ଏକର ଜମି ଅଧିଗ୍ରହଣ କରିଛି ।

“”ମୁଁ ଏବଂ ବାପା ଉକ୍ତ ଜମିରେ ପରିବା ଚାଷ କରି ଜୀବିକା ନିର୍ବାହ କରୁଥିଲୁ କିନ୍ତୁ ଜମି ପଳାଇବା ପରେ ବର୍ତ୍ତମାନ ଚାକିରି ପାଇଁ ଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ୁଛି” । “”କାମ ପାଇବା ପାଇଁ ମୁଁ ଏବଂ ଅନ୍ୟ ଯୁବକମାନେ ଠିକା ଶ୍ରମିକ ଭାବେ ନାମ ପଞ୍ଜିକୃତ କରିଛୁ” ସେ କହିଛନ୍ତି ।

ସେହିପରି ପାରାଦ୍ୱୀପଗଡ଼ ଗ୍ରାମର ୨୫ ବର୍ଷ ବୟସ୍କ ପ୍ରିତମ ସାମଲ ଏକ ଟ୍ରାକ୍ଟରରେ ହେଲ୍ପର ଭାବେ କାର୍ଯ୍ୟ କରୁଛନ୍ତି । “”୨୦୦୨ରେ ଆଇଓସିଏଲ୍ କର୍ତ୍ତୃପକ୍ଷ ଚାରି ଲକ୍ଷ ପଚାଶ ହଜାର ଟଙ୍କା ଦେଇ ଆମର ଚାରି ଏକର ଜମି ଅଧିଗ୍ରହଣ କରିବା ସହ ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଚାକିରି ପାଇନାହିଁ” ପ୍ରିତମ କହିଛନ୍ତି । ସମସ୍ତଙ୍କୁ ଚାକିରି ଦେବା ଆମ ପକ୍ଷେ ସମ୍ଭବ ନୁହେଁ । ତେବେ ଆମେ ବିଭିନ୍ନ ଲୋକଙ୍କୁ ଚାକିରି ମଧ୍ୟ ଦେଇଛୁ ଏବଂ କମ୍ପାନୀ ଶୀଘ୍ର ଯୁବକ ମାନଙ୍କୁ ନିଯୁକ୍ତି ଦେବ ବୋଲି ଭାରତୀୟ ତୈଳ ନିଗମର ଜଣେ ଅଧିକାରୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ତୈଳ ନିଗମ, ପାରାଦ୍ୱୀପ, ମୁଖ୍ୟ ଖବର

ସର୍ବଭାରତୀୟ ସ୍ତରରେ ସଫଳତା ପାଇଁ ଛାତ୍ରଙ୍କୁ ପୁରସ୍କାର

January 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ୱୀପ , ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ସର୍ବଭାରତୀୟ ସ୍ତରରେ ପରୀକ୍ଷାରେ ସଫଳତା ହାସଲ କରିଥିବା
ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପର ଜଣେ ସ୍କୁଲ ଛାତ୍ରଙ୍କୁ ପୁରସ୍କୃତ କରାଯାଇଛି ।

ପାରାଦ୍ୱୀପସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଅମ୍ଲାନ କୁମାର ସାହୁ ମ୍ୟାକ୍ସ ଆଇଜିନିଅସ ସ୍କୋଲାରସିପ ପରୀକ୍ଷାରେ ସର୍ବଭାରତୀ ସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବାରୁ ମ୍ୟାକ୍ସ ନିୟୁୟର୍କ ଲାଇଫ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଏଭଳି ପୁରସ୍କାର ପାଇବାରେ ଅମ୍ଲାନ ଓଡ଼ିଶାର ପ୍ରଥମ ଛାତ୍ର । ୨୦୦୯ ନ୍ୟାସନାଲ ସାଇନ୍ସ ଅଲମ୍ପିଆଡ଼ ଓ ୨୦୦୮ରେ ନ୍ୟାସନାଲ ସାଇବର ଅଲମ୍ପିଆଡ଼ରେ ପ୍ରଥମ ସ୍ଥାନ ହାସଲ କରି ସେ ସ୍ୱର୍ଣ୍ଣ ପଦକ ପାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପାରାଦ୍ୱୀପ, ପୁରସ୍କାର, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ