• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପିକକ୍

‘ସଚେତନତା, ଗୁଣାତ୍ମକ ଶିକ୍ଷା ଦ୍ୱାରା ଶିଶୁ ଶ୍ରମିକ ବିଲୋପ ସମ୍ଭବ’

June 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,୧୨ ଜୁନ (ଓଡିଶା ଡଟ କମ) : ସଚେତନତା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ଵାରା ସମାଜରେ ଶିଶୁ ଶ୍ରମିକ ବିଲୋପ ସମ୍ଭବ ବୋଲି ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ଭୁବନେଶ୍ଵରରେ ଶୁକ୍ରବାର ଆୟୋଜିତ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତା ମାନେ ମତପ୍ରକାଶ କରିଛନ୍ତି।

DSC01215ବଞ୍ଚିବାର ରାହା ପାଉ ନଥିବା ଏବଂ ଜୀବିକା ପାଇଁ ସଂଘର୍ଷ କରୁଥିବା ପରିବାରର ପିଲା ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହେଉଛି । ବାଳ ଶ୍ରମିକ ପ୍ରଥା ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଗଣତି ଭିତରକୁ ଆସୁଥିବା ସଂଖ୍ୟାଠାରୁ ବାହାରେ ରହିଯାଉଥିବା ଶିଶୁ ଶ୍ରମିକଙ୍କ ସଂଖ୍ୟା ଅଧିକ ।

ଏହାର କାରଣ ଖୋଜିବା, ନିରାକରଣ ବାହାର କରିବା ସହିତ ଥଇଥାନ ଦିଗରେ ନିଆଯାଉଥିବା ପଦକ୍ଷେପର ମୂଲ୍ୟାୟନ କରାଯିବା ଆବଶ୍ୟକ । ବିଶେଷ କରି ଜନସଚେତନା ସୃଷ୍ଟି ଦ୍ୱାରା ଆଗାମୀ ଦିନରେ ଶିଶୁ ଶ୍ରମିକ ବିଲୋପ ଅଭିଯାନ ସଫଳ ହେବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗଦେଇ ଓପେପା ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର ମଲ୍ଲିକ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ସୁରକ୍ଷା ଅଧିକାରୀ, ଶ୍ରମ ଅଧିକାରୀ, ପୁଲିସ୍, ଓପେପା ଅଧିକାରୀଙ୍କୁ ନେଇ ସ୍କ୍ୱାଡ଼ ଗଠନ କରାଯାଇଛି ।

ତେବେ ଉଦ୍ଧାର ଓ ଥଇଥାନ ଦିଗରେ ଅଭିଭାବକଙ୍କ ସହଯୋଗର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୪ ଟି ସିଜନାଲ ହଷ୍ଟେଲରେ ୮ହଜାର ଛାତ୍ରଛାତ୍ରୀଙ୍କୁ ରଖାଯାଇପାରିଛି ।

ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ କାମ ପାଇଁ ଯାଉଥିବା ଶିଶୁଙ୍କ ପିଲା ଏହି ହଷ୍ଟେଲରେ ରହି ସାଧାରଣ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ସହକାରୀ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପରେ ଥଇଥାନ ଦିଗରେ ଦେଖାଦେଉଥିବା ସମସ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ ।

ପିଲାଙ୍କୁ ଉଦ୍ଧାର ପରେ ପିତାମାତା ପ୍ରତିରୋଧ କରୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ତଦାରଖ ବ୍ୟବସ୍ଥା ଠିକଣା ଭାବେ କାର୍ଯ୍ୟକାରୀ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ରାଜଲକ୍ଷ୍ମୀ ଦାସ କହିଥିଲେ ଯେ ଶିଶୁ ମାନଙ୍କୁ ଶ୍ରମିକ ଭାବେରେ ନିଯୁକ୍ତି ଦେବା ଏକ ଘୃଣ୍ୟ ପ୍ରଥା । ସଂପ୍ରତି କମିଶନ୍ ଶିକ୍ଷା ଅଧିକାର ଆଇନ୍ କୁ ତଦାରଖ କରିବାପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଶ୍ରମିକ ନେତା ସୌରୀବନ୍ଧୁ କର କହିଥିଲେ ଯେ ସମସ୍ତ ପ୍ରକ୍ରିୟା ଓ କ୍ଷେତ୍ରରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ ଶ୍ରମକୁ ସଂପୂର୍ଣ୍ଣ ରୁପେ ନିଷେଧ କରିବା ପାଇଁ ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ଗୁଣାତ୍ମକ ଶିକ୍ଷା ଜରିଆରେ ଶିଶୁ ଶ୍ରମିକ ଉଚ୍ଛେଦ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ନ୍ୟାସନାଲ ସେଣ୍ଟର ଫର ଚାଇଲ୍ଡ ରାଇଟ୍ସର ନିର୍ଦ୍ଦେଶକ ପ୍ରଫେସର ପ୍ରବୀର ପଟ୍ଟନାୟକ କହିଥିଲେ ଯେ ପିଲାଙ୍କ କଥା ଭାବିବାକୁ କାହାରି ବେଳ ନାହିଁ, ଶିଶୁ ଶ୍ରମ ଉଚ୍ଛେଦ ସମସ୍ତଙ୍କର ଦାଇତ୍ୱ ।

ଏସ.ସି.ଇ.ଆର.ଟି ର ପୂର୍ବତନ ନିର୍ଦେଶକ ପ୍ରଫେସର ଏସ.ଏଲ ଜେନା ବିଦ୍ୟାଳୟଗୁଡ଼ିକ ଶିଶୁର ପସନ୍ଦ ଅନୁସାରେ ଶିକ୍ଷାଦାନ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଆଲୋଚନାରେ ଭାଗ ନେଇ ପ୍ରଫେସର ବିଜୟ ବହିଦାର କହିଥିଲେ ଯେ ରାଜନୈତିକ ଇଚ୍ଛାଶକ୍ତି ବିନା ଶିଶୁ ଶ୍ରମିକ ବିଲୋପ ସମ୍ଭବ ନୁହେଁ । ଗୋଟିଏ ପ୍ରକାର ଶିକ୍ଷା ବ୍ୟବସ୍ଥା, ସ୍ୱୟଂସମ୍ପୂର୍ଣ୍ଣ ବିଦ୍ୟାଳୟ ଶିକ୍ଷକ ସମସ୍ୟା ଦୂର ହେଲେ ଗୁଣାତ୍ମକ ଶିକ୍ଷା ସମ୍ଭବ ହେବ ।

କାର୍ଯ୍ୟକ୍ରମରେ କ୍ଲାପ୍ ର ଆଡ଼ଭୋକେଟ ବିକାଶ ଦାସ, ବି.ଜି.ଭି.ଏସ୍ ର ଉଷାରାଣୀ ବେହେରା, ଓପେପାର ଶ୍ରୀବତ୍ସ ପଟେଲ, ପିକକ୍ର ଅଧ୍ୟକ୍ଷା ଆଦରମଣୀ ବରାଳ ପ୍ରମୁଖ ଯୋଗଦେଇଥିଲେ ।

ପିକକର ସମ୍ପାଦକ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବାବେଳେ କାର୍ଯ୍ୟନିର୍ବହୀ ନିର୍ଦେଶିକା ଅନୁରାଧା ମହାନ୍ତି ସଙ୍ଗଠନ ପକ୍ଷରୁ ଶିଶୁ ଉଦ୍ଧାର, ଥଇଥାନ ଓ ଶିକ୍ଷାଦାନ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ ।

ବାଙ୍ଗୁରିଗାଁର ପୁରସ୍କାରପ୍ରାପ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପଚନ୍ଦ୍ର ସ୍ୱାଇଁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ ଗୁଣାତ୍ମକ ଶିକ୍ଷା ଉପରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ସଙ୍ଗଠନ ପକ୍ଷରୁ ଜ୍ୟୋତି ମହାପାତ୍ର, ସୁନନ୍ଦା ବିଶ୍ୱାଳ ଏବଂ ଜ୍ୟୋତିଶଙ୍କର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ପିକକ୍, ରଞ୍ଜନ ମହାନ୍ତି, ଶିଶୁ ଶ୍ରମିକ

ପରିବେଶର ସୁରକ୍ଷା ପାଇଁ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟକ୍ରମ

April 23, 2015 by admin Leave a Comment

ଭୁବନେଶ୍ୱର, ଏପ୍ରିଲ ୨୩ (ଓଡିଶା ଡଟ କମ) ହଜାରେରୁ ଊର୍ଦ୍ଧ୍ଵ ସ୍ଵେଚ୍ଛାସେବୀ ବୁଧବାର ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି ।

???????????????????????????????ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପ୍ରୋତ୍ସାହନରେ ଗଠିତ ଇକୋସେଭରସ ୟୁଥ ନେଟୱର୍କର ଭୁବନେଶ୍ୱର, ବାଲିଅନ୍ତା ଏବଂ କେନ୍ଦୁଝର ଶାଖାର ୧୦୦୦ ରୁ ଉଦ୍ଧ୍ୱର୍ ସଭ୍ୟ ଏବଂ ସଭ୍ୟା ଏକାଠି ହୋଇ ଏସ୍.ଓ.ଏସ୍. ଭିଲେଜ ଖଣ୍ଡଗିରି ଠାରେ ବିଭିନ୍ନ ଗଛ ଲଗାଇବା, ବାଲିଅନ୍ତାର ଏରକଣ୍ଟାଠାରେ ଗାଁ ସଫେଇ, ଗଛଲଗାଇବା, ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା ଏବଂ କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣା ବ୍ଲକ୍ ର ୧୦ ଟି ରୁ ଊର୍ଦ୍ଧ୍ଵ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଏପ୍ରିଲ ବିଶ୍ୱ ଧରିତ୍ରୀ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଇକୋସେଭ୍ରସ ୟୁଥ ନେଟୱର୍କର ଭୁବନେଶ୍ୱର ଶାଖାର ଏସ୍.ଓ.ଏସ୍. ର ଭିଲେଜର ଜାନଭି ଧଳ, ଦିପାଞ୍ଜଳୀ ମାଝି, ବାଲିଅନ୍ତା ଶାଖାର ଲିପା ପଟ୍ଟନାୟକ, କେନ୍ଦୁଝରର ମାନସ ମହନ୍ତ, ହିମାଂସୁ ମହନ୍ତ ଓ ଟିକି ମହନ୍ତ ଆଦି ଅଶଂଗ୍ରହଣ କରି ଥିଲେ ।

ସେମାନେ କହିଥିଲେ ପୃଥିବୀକୁ ସୁରକ୍ଷା ଦେବାକୁ ହେଲେ ନିଜେ ଛୋଟ ଛୋଟ ଅନେକ ପଦକ୍ଷେପ ନେବାକୁ ପଡିବ ଯଥା ଗଛ ଲଗାଇବା, ବର୍ଜ୍ୟବସ୍ତୁ କମାଇବା, ଜୈବ ପଦାର୍ଥ ବ୍ୟବହାର କରିବା ଓ ପ୍ରୟୋଗ କରିବା, ବିଦ୍ୟୁତ କମ ବ୍ୟବହାର କରିବା, ପ୍ଲାଷ୍ଟିକ ବ୍ୟବହାର କମ କରିବା ।

ମାଟି ଓ ପାଣି ଦୂଷିତ ନକରିବା, ପାର୍କ, ରାସ୍ତା ଇତ୍ୟାଦି ସ୍ଥାନରୁ ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା, ଗାଡିର କମ ବ୍ୟବହାର କରିବା ଇତ୍ୟାଦି ଅନେକ ପଦକ୍ଷେପ ଆମେ ନେଇପାରିବା ସେମାନେ କହିଥିଲେ । ଶେଷରେ ଭାଗ ନେଇଥିବା ସମସ୍ତ ସଭ୍ୟ ଓ ସଭ୍ୟା ମାନେ ପ୍ରକୃତି ବନ୍ଧୁ ହେବା ପାଇଁ ଶପଥ ନେଇଥିଲେ ।

ଓଡିଶା ଡଟ କମ

admin
admin

Filed Under: ସଭା ସମିତି Tagged With: କେନ୍ଦୁଝର, ଖୋର୍ଦ୍ଧା, ପରିବେଶ, ପିକକ୍, ସ୍ଵେଚ୍ଛାସେବୀ

ପଞ୍ଚାୟତ ନିର୍ବାଚନରେ ଦୁଇ ସନ୍ତାନ ନୀତି ଉଚ୍ଛେଦ ପାଇଁ ମତ

December 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୮(ଓଡିଶା ଡଟ୍ କମ୍)-ପଞ୍ଚାୟତ ନିର୍ବାଚନରେ ଦଦୁଇ ସନ୍ତାନ ନୀତି ଉଚ୍ଛେଦ କରିବା ନେଇ ରାଜ୍ୟ ସରକାର ତୁରନ୍ତ ଆଇନ ପ୍ରଣୟନ କରନ୍ତୁ ବୋଲି ସ୍ଥାନୀୟ ରେଡ଼୍କ୍ରସ ଭବନରେ ଆୟୋଜିତ ମହିଳା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି ।

ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ୍ ସେଣ୍ଟର (ପିକ୍କ) ଓ ଦି ହଙ୍ଗର ପ୍ରେଟେକ୍ଟର (ଟିଏଚ୍ପି) ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଉପସ୍ଥିତ ପଞ୍ଚାୟତ ରାଜ ମହିଳା ପ୍ରତିନିଧି ମାନେ ପଂଚାୟତ ନିର୍ବାଚନରେ ଥିବା ଦୁଇ ସନ୍ତାନ ନୀତିକୁ ବିରୋଧ କରିବା ସହ ତୁରନ୍ତ ଏହାକୁ ଉଚ୍ଛେଦ କରିବାପାଇଁ ଉପସ୍ଥିତ ବିଧାୟକ ମାନଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ପିକକ୍ ର ସଂପାଦକ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗଦେଇ ଭୁବନେଶ୍ୱର (ଉତ୍ତର) ବିଧାୟକ ଭାଗିରଥି ବଡ଼ଜେନା କହିଲେ ମହିଳା ମାନେ ନିଜକୁ ଦୁର୍ବଳା ବା ଅବଳା ନଭାବି ସମାଜରେ ନିଜର ଅଧିକାର ସାବ୍ୟସ୍ତ କରିବାପାଇଁ ଆଗେଇ ଆସିବା ଉଚିତ୍ ।

ପଞ୍ଚାୟତ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର କ୍ଷମତା ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ ନିର୍ବାହ କଲେ ସାଧାରଣ ଲୋକ ଗଣତନ୍ତ୍ରର ପ୍ରକୃତ ସ୍ୱାଦ ପାଇ ପାରିବେ ବୋଲି ବିଧାୟକ ଶ୍ରୀଯୁକ୍ତ ବଡ଼ଜେନା କହିଥିଲେ ।

ବିଧାୟକ ମୁକୁନ୍ଦ ସୋଦି ଆଲୋଚନାରେ ଅଂଶଗ୍ରହଣ କରି, ମହିଳାମାନେ ଗ୍ରାମସଭା ଓ ପଲ୍ଲୀସଭାରେ ଅଂଶଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଧାୟକ ବିଜୟ ମହାନ୍ତି ନିଜର ବକ୍ତବ୍ୟ ରଖି ପଞ୍ଚାୟତ ପ୍ରତିନିଧିମାନେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ବିଧାୟକ ଝିନ୍ ହିକ୍କା ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ଏହାର ସୁଫଳ କିପରି ଅଧିକତର ଭାବେ ବିଭିନ୍ନ ବର୍ଗର ଲୋକ ପାଇପାରିବେ, ସେ ଦିଗରେ ପଞ୍ଚାୟତକୁ ନିର୍ବାଚିତ ମହିଳା ପ୍ରତିନିଧିମାନେ ଯତ୍ନବାନ୍ ହେବା ଉଚିତ୍ ବୋଲି ସେ କହିଥିଲେ ।

ପିକକ୍ ର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି କର୍ମଶାଳା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଶେଷରେ ପିକକ୍ର କାର୍ଯ୍ୟକ୍ରମ ପରିଚାଳିକା ଜ୍ୟୋତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୁମିତ୍ରା ସାମନ୍ତରାୟ, ସୁଲୋଚନା ଭୋଇ, ପ୍ରତିମା ମହାନ୍ତି, ସଂଯୁକ୍ତା ପରିଡ଼ା, ବାସନ୍ତି ସାହୁ ପ୍ରମୁଖ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ପ୍ରସଂଗରେ ବିଧାୟକ ମାନଙ୍କ ସହ ମତ ବିନିମୟ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପଞ୍ଚାୟତ ନିର୍ବାଚନ, ପିକକ୍, ବିଧାୟକ ଝିନ୍ ହିକ୍କା, ରେଡ଼୍କ୍ରସ ଭବନ

୧୪ରୁ ସପ୍ତାହବ୍ୟାପୀ ପିକକ୍ ଶିଶୁମେଳା

November 11, 2011 by ଓଡିଶା ଡଟ କମ

ଭୁବନେଶ୍ୱର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ କଲ୍ଚରାଲ ସେଂଟର(ପିକକ୍) ପକ୍ଷରୁ ଚଳିତ ବର୍ଷ ୨୨ ତମ ଶିଶୁମେଳା ଆୟୋଜିତ ହେବ ।

ଏକାମ୍ର ହାଟରେ ଆସନ୍ତା ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ପ୍ରତ୍ୟେକଦିନ ସଂଧ୍ୟାରେ ଶିଶୁ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

୨୦ ତାରିଖ ସଂଧ୍ୟା ୫.୩୦ରେ ମେଳାର ଉ୍ୟାପନ ଉତ୍ସବ ସହ ପିକକ୍ ବାର୍ଷିକ ପୁରସ୍କାର ବିତରଣ ଓ
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବ ।

୧୪ ବର୍ଷରୁ କମ୍ ପିଲାମାନଙ୍କ ସାହାସିକତା ପାଇଁ “”ବାଜି ରାଉତ ସମ୍ମାନ” ସମାଜସେବା ପାଇଁ “”ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ” ଏବଂ ବିଭିନ୍ନ କ୍ଷେତ୍ରରେ ପାରର୍ଶିତା ପାଇଁ “” ଡ଼ଃ ପିସି ଦାସ୍ ଶିଶୁ ପ୍ରତିଭା ସମ୍ମାନ ପାଇଁ ନଭେମ୍ବର ୧୫ ମଧ୍ୟରେ ମନୋନୟନ ପତ୍ର ପଠାଇବାକୁ ଅନୁରୋଧ କରାଯାଇଛି ।

ଏହାସହିତ ଭୁବନେଶ୍ୱର ସର୍କଲରେ ବୃତ୍ତି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ “”କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ ।

ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ କିମ୍ବା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଅଧିକ ଜାଣିବା ପାଇଁ ପିକକ୍ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପିକକ୍, ରାଜ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ