୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକଙ୍କୁ ମୁକ୍ତ କରିଛି ପିକକ୍
ଓଡିଶା ଡଟ କମ ସଂବାଦଦାତା
ଭୁବନେଶ୍ୱର,୧୮ ଜୁଲାଇ (ଓଡିଶା ଡଟ କମ) ବିଗତ କିଛି ବର୍ଷ ମଧ୍ୟରେ ସ୍ଵେଚ୍ଛାସେବୀ ସଂଗଠନ ପିକକ୍ ର ଉଦ୍ୟମରେ ପ୍ରାୟ ୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକ ମୁକ୍ତିଲାଭ କରି ବିଦ୍ୟାଳୟରେ ନାମ ଲେଖାଇଥିବା ଅନୁଷ୍ଠାନର ସମ୍ପାଦକ ରଞ୍ଜନ ମହାନ୍ତି କହିଛନ୍ତି।
ସଂଗଠନର ୨୫ ବର୍ଷ ପୂର୍ତ୍ତୀ ତଥା ‘ପିକକ୍’ ପରିବାର ପୁରସ୍କାର ସମାରୋହ ଉତ୍ସବରେ ଶନିବାର ସେ ଏହା କହିଛନ୍ତି ।
ସଂକଳ୍ପ, ନିଷ୍ଠା ଓ ତ୍ୟାଗ ନରହିଲେ ଆଗକୁ ବଢ଼ିବା ସମ୍ଭବ ନୁହେଁ । ପିପୁଲସ କଲଚରାଲ ସେଣ୍ଟର(ପିକକ୍) ନିଷ୍ଠାର ସହିତ କାର୍ଯ୍ୟ କରିଥିବାରୁ ଆଜି ଏତେ ବାଟ ଆଗେଇଛି ।
ବିଗତ ଦିନରେ ଅନେକ ଲୋକ ହିତକର କାର୍ଯ୍ୟ କରିଆସିଥିବା ଏହି ସଙ୍ଗଠନ ଆଗକୁ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନିଚରଣ ପଟ୍ଟନାୟକ ଉତ୍ସବରେ ଉଦବୋଧନ ଦେଇ କହଛନ୍ତି।
ସଙ୍ଗଠନର ଅଧ୍ୟକ୍ଷା ଆଦରମଣି ବରାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ କହିଥିଲେ ଆଗକୁ ବଢ଼ୁଥିବା ସଂସ୍ଥାକୁ ଏକ ଧାର୍ଯ୍ୟ ଦୀର୍ଘମିଆଦି ଲକ୍ଷ୍ୟ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।
ଓଡ଼ିଶା ସହସ୍ରାବ୍ଦ ଲକ୍ଷ୍ୟଠାରୁ ଏବେ ଦୂରରେ ରହିଛି । ବିଶେଷ କରି ମାତୃ ଓ ଶିଶୁ ମୃତୁ୍ୟ ହାରରେ ବିଶ୍ୱସ୍ତରରେ ଭାରତ ଓ ଜାତୀୟ ସ୍ତରରେ ଓଡ଼ିଶା ପଛରେ ଥିବାରୁ ଏ ସଂକ୍ରାନ୍ତ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ପିକକ୍ ସମ୍ପାଦକ ରଞ୍ଜନ ମହାନ୍ତି ସଙ୍ଗଠନର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ବିଗତ କିଛି ବର୍ଷ ଭିତରେ ସଙ୍ଗଠନ ପକ୍ଷରୁ ୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକଙ୍କୁ ମୁକ୍ତ କରି ବିଦ୍ୟାଳୟକୁ ଅଣାଯାଇପାରିଛି ।
ଯୁବ ଶିବିର ଓ ଜାତୀୟ ସଂହତି ଶିବିର ମାଧ୍ୟମରେ ଚାରାରୋପଣ ସହିତ ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
କାର୍ଯ୍ୟକ୍ରମରେ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ଖୋର୍ଦ୍ଧାର ପୂର୍ବତନ ଜଲ୍ଲାପାଳ ନାରାୟଣଚନ୍ଦ୍ର ଜେନା, ଏସସିପିସିଆର ସଭ୍ୟା ରାଜଲକ୍ଷ୍ମୀ ଦାସ, ସମାଜ ସେବୀ ନମ୍ରତା ଚଢ଼ା,ଡକ୍ତର ଅଶୋକାନନ୍ଦ ଧର, ଅଲମ୍ପିଆଡ୍ ଅନୁରାଧା ବିଶ୍ୱାଳ, ଡଃ, ମିନାକ୍ଷୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ହେରିଟେଜ ପୁରସ୍କାର, ଚଳଚ୍ଚିତ୍ର ପ୍ରଯୋଜକ ସବ୍ୟସାଚୀ ମହାପାତ୍ରଙ୍କୁ ସିନେଫିଲ୍ ସମ୍ମାନ ସହ ପ୍ରଦୁ୍ୟମ୍ନ ମହାନ୍ତି, ମାଧବ ବେହୁରା, ଲେନିନ୍ ମହାନ୍ତି, ସଙ୍ଗୀତଜ୍ଞ ବିଭୁ ଦାସ, ବନ୍ଦିତା ଦାସ, ଇପ୍ସିତା ଦାସ, ଲକ୍ଷ୍ମୀକାନ୍ତ ପାଲିତଙ୍କ ସମେତ ପିକକ୍ ସହିତ ୨୦ ବର୍ଷରୁ ଉର୍ଦ୍ଧ ସମ୍ପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏବଂ ଓଭା, ଏସ୍.ଓ.ଏସ୍, ବସୁନ୍ଧରା, କ୍ଲାପ୍, ରୋଟାରି ହେରିଟେଜ୍ ଆଦି ବହୁ ସଙ୍ଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରତ୍ନା ଦାସ, ଜ୍ୟୋତି ମହାନ୍ତି, ଜ୍ୟୋତି ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସଙ୍ଗଠନର ୨୫ ବର୍ଷର ଯାତ୍ରା ଉପରେ ଏକ ପ୍ରମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା ।
ସଙ୍ଗଠନର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଅବସରରେ ପିକକ୍ ପକ୍ଷରୁ ଗତ ଦଶନ୍ଧି ମଧ୍ୟରେ ନିଆଯାଇଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।
ଭିକି ଡ଼୍ୟାନସ୍ ଗ୍ରୁପର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ବହୁ ନବୀନ ଓ ତରୁଣ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ । ସଙ୍ଗଠନର ଦକ୍ଷ କର୍ମକର୍ତ୍ତାଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା ।
ଏହି ଅବସରରେ ଜୟଦେବ ଭବନରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।
ଓଡିଶା ଡଟ କମ

ଯେଉଁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ ସେଠାରେ ପ୍ରଥମେ ଗଣମାଧ୍ୟମ ପହଞ୍ଚି ପାରୁଛି । ଲୋକଙ୍କ ସୁବିଧା ଅସୁବିଧା ଲୋକଙ୍କ ନିକଟରୁ ଆଣି ପାରୁଛି , ଡ଼ି॰ଆର॰ଡ଼ି॰ଏ॰ସମ୍ମିଳନୀ ଗୃହରେ ମ।ତୃ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଗଣମାଧ୍ୟମ କର୍ମଶାଳା ରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ସେ ଏହା କହିଛନ୍ତି ।
ଆଲୋଚନାରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବ୍ୟକ୍ତି ଶିଶୁ ମୃତ୍ୟୁହାର କନ୍ଧମାଳ ଜିଲ୍ଲାରେ ଅତି ଉଦବେଗଜନକ ଅବସ୍ଥାରେ ଅଛି ବୋଲି କହିବା ସହ ଏହାକୁ ଦୂର କରିବାକୁ ହେଲେ ଗଣମାଧ୍ୟମ ଜନସଚେତନା ସୃଷ୍ଟିକରିବା ଦିଗରେ ମହତ୍ଵ ପୂର୍ଣ ଭୂମିକା ନେବା ପାଇଁ ବକ୍ତା ମାନେ ଆହ୍ଵାନ ଦେଇଥିଲେ ।


