• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୁରୀ ଜିଲ୍ଲା

ଚିଲିକାରେ ଡ଼ଲଫିନ୍ ଗଣନା

January 17, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ଚିଲିକା ଠାରେ ଚଳିତ ବର୍ଷ ଡ଼ଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ଏଠାରେ ରହୁଥିବା ଇରାୱାଡ଼ି ଡ଼ଲଫିନ୍ଙ୍କ ସଂଖ୍ୟା ଜାଣିବା ପାଇଁ ମଙ୍ଗଳବାର ଠାରୁ ଗଣନା ଆରମ୍ଭ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଚିଲିକା ଉନ୍ନୟନ କର୍ତୃପକ୍ଷ, ଚିଲିକା ବନ୍ୟପ୍ରାଣୀ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ସ୍ପାର୍କ ଏବଂ
ୱାଇଲ୍ଡଲାଇଫ ଓଡ଼ିଶାର ୧୮ଟି ଳ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଏହି ଳର ୯୦ ଜଣ ସଦସ୍ୟ ଚିଲିକାର କେନ୍ଦ୍ରାଂଚଳ, ଉତ୍ତରାଂଚଳ ଏବଂ ଦକ୍ଷିଣାଂଚଳ ଅଂଚଳରେ
ହାଇଡ଼୍ରୋଫୋନ୍ ମାଧ୍ୟମରେ ଡ଼ଲଫିନ୍ ମାନଙ୍କର ଗତିବିଧି ଠାବ କରିଛନ୍ତି । ଏଲ୍ଟିଏସ୍ ଲାଇନ ଟ୍ରାକିଂ ସର୍ଭେ ପଦ୍ଧତିରେ ଗଣନା କରାଯାଉଛି ।

କେତେ ଡ଼ିଗ୍ରୀ ଅକ୍ଷାଂଶ ଓଦ୍ରାଘିମାରେ କେତେ ଡ଼ଲଫିନ୍ ଅଛନ୍ତି ସେ ନେଇ ଗଣନା ଯନ୍ତ୍ର ଜିପିଆର୍ଏସ୍ ମାଧ୍ୟମରେ ରେକର୍ଡ଼ କରାଯାଉଥିବା ସେ କହିଛନ୍ତି । ସମସ୍ତ ତଥ୍ୟକୁ ମିଶାଇ ଚିଲିକାରେ କେତେ ଡ଼ଲଫିନ୍ ଅଛନ୍ତି ତାହା ଜଣାପଡ଼ିବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡ଼ଲଫିନ୍, ପୁରୀ ଜିଲ୍ଲା

ବନ୍ଦର ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର

November 23, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲାରେ ଏକ ବନ୍ଦର ପ୍ରତିଷ୍ଠା ପାଇଁ ନବୟୁଗ ଇଂଜିନିୟରଂ କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୋମବାର ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ୨୦୦୮ ଡ଼ିସେମ୍ବର ୨୨ରେ ଏହି ବନ୍ଦର ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।

ହାଇଦ୍ରାବାଦ ସ୍ଥିତ ଏହି କମ୍ପାନୀ ଅସ୍ତରଙ୍ଗ ଠାରେ ପ୍ରାୟ ୬୫୦୦ କୋଟି ଟଙ୍କା ବ୍ୟାୟରେ ୨୫ ମିଲିଅନ ଟନ୍ କ୍ଷମତା ବିଶିଷ୍ଟ ବନ୍ଦର ପ୍ରତିଷ୍ଠା କରିବ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀନ ସାହୁଙ୍କ ଉପସ୍ଥିତିରେ ବିଭାଗୀୟ ସଚିବ ଓ ସଂପୃକ୍ତ କମ୍ପାନୀର ପରିଚାଳନା ନିଦେ୍ର୍ଧଶକ ଏହି ଚୁକ୍ତିମାନାରେ ସ୍ୱାକ୍ଷର କରିଛନ୍ତି ।

ଏକ ବର୍ଷ ମଧ୍ୟରେ ଡ଼ିପିଆର୍ ଦେବାକୁ କମ୍ପାନୀକୁ କୁହାଯାଇଛି । ଜମି ପାଇବାର ଚାରି ବର୍ଷ ମଧ୍ୟରେ ବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି କଂପାନୀ ପକ୍ଷରୁ ପ୍ରତିଶୃତି ମିଳିଛି । ବନ୍ଦର କାର୍ଯ୍ୟକ୍ଷମ ହେଲେ ବନ୍ଦର ଭିତ୍ତିଭୂମିର ବିକାଶ ହେବା ସହ ରାଜସ୍ୱ ବଢିବ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ସବୁ ଦିନିଆ ବନ୍ଦର ହେବ । ଲୁହାପଥର, କୋଇଲା ଓ ଅନ୍ୟ ମାଲ ଏହି ବନ୍ଦର ଦେଇ ଆମଦାନୀ ତଥା ରପ୍ତାନୀ ହୋଇପାରିବ । ପ୍ରଥମ ପର୍ଯ୍ୟାୟରେ ଚାରୋଟି ବର୍ଥ ନିର୍ମାଣ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ମୋଟ୍ ୨୫ଟି ବର୍ଥ କରାଯିବ ।

କମ୍ପାନୀ ସରକାରଙ୍କୁ ପ୍ରଥମରୁ ପାଞ୍ଚ ବର୍ଷ ଯାଏଁ ଆୟର ପାଞ୍ଚ ପ୍ରତିଶତ, ୬ରୁ ୧୦ ବର୍ଷ ମଧ୍ୟରେ ୮ ପ୍ରତିଶତ, ୧୧ରୁ ୧୫ ବର୍ଷ ମଧ୍ୟରେ ୧୦ ପ୍ରତିଶତ ଓ ୧୬ ବର୍ଷରୁ ଲିଜ ସମୟ ଶେଷ ପାର୍ଯ୍ୟନ୍ତ ୧୨ ପ୍ରତିଶତ ଅର୍ଥ ପ୍ରଦାନ କରିବ ।

ବନ୍ଦର ନିମନ୍ତେ ୯୦ କିମି ରେଳପଥ ଓ ସଡ଼କ ପଥ କରାଯିବ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ୯୦ ଭାଗ ଅଣକୁଶଳୀ, ୬୦ ଭାଗ କୁଶଳୀ ଓ ୩୦ ଭାଗ ସୁପରଭାଇଜର ତଥା ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ ଜିଲ୍ଲା, ଭୁବନେଶ୍ୱର, ମୁଖ୍ୟ ଖବର, ରାଜ୍ୟ ସରକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ