• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୁରୀ ଶ୍ରୀମନ୍ଦିର

ଛାଉଣି ମଠ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶ

March 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୧୫(ଓଡ଼ିଶା ଡ଼ଟ୍ କମ୍) ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଓ ମେଘନାଦ ପାଚେରୀ ଅସୁରକ୍ଷିତହୋଇପଡ଼ିଥିବା ଦର୍ଶାଇ ଆଗତ ମାମଲାର ଶୁଣାଣି କରି ଗୁରୁବାର ହାଇକୋର୍ଟ ଛାଉଣି ମଠ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସିଂହଦ୍ୱାର ଓ ମେଘନାଦ ପ୍ରାଚୀର ଆଡ଼କୁ ଛାଉଁଣି ମଠର କିଛି ଅଂଶ ମାଡ଼ି ଆସିଥିବାରୁ ପ୍ରତ୍ନତତ୍ୱ ବିଭାଗଏହାକୁ ତୁରନ୍ତ ଭାଙ୍ଗି ସିଂହ୍ୱାର ଓ ମେଘନା ପାଚେରୀକୁ ଜବରଖଲ ମୁକ୍ତ କରିବା ପାଇଁ ଆଦେଶ ଦିଆଯାଇଛି ।

ବିଚାରପତି ପ୍ରଦୀପ ମହାନ୍ତି ଓ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଏସ୍ଆଇ ତତ୍ୱାବଧାନରେ ଉକ୍ତ ଅଂଶକୁ ଭାଙ୍ଗି ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରି ରିପୋର୍ଟ ।ଦାଖଲ କରିବାକୁ କହିଛନ୍ତି ।

ଉଚ୍ଛେଦ କାର୍ଯ୍ୟ ସମୟରେ ମଠ ପ୍ରଶାସନ ସହଯୋଗ କରିବା ସହ ଏହି କାର୍ଯ୍ୟ ସମୟରେ ମଠ ଓ
ମନ୍ଦିରର ଯେପରି କୌଣସି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

ଏହି ମାମଲାରେ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ଏହି ସତ୍ୟପାଠରେ ଛାଉଣୀ ମଠ, ପ୍ରତିହାରୀ ନିଯୋଗ ଓ ବଡ଼ଛତା ମଠ ସିଂହ୍ୱାର ଗୁମୁଟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହି ସୌଧ ଗୁଡ଼ିକୁ ଭାଙ୍ଗିଦେବା ପାଇଁ ଜିଲ୍ଲାପାଳ ଉଲ୍ଲେଖ କରିଥିଲେ ।

ମଙ୍ଗଳବାର ହାଇକୋର୍ଟର ଦୁଇ ଜଣ ବିଚାରପତି ଶ୍ରୀମନ୍ଦିର ଯାଇ ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ପୂର୍ବରୁ ଛାଉଣୀମଠ ଉପରେ ହାଇକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ ଶ୍ରୀମନ୍ଦିର, ମେଘନାଦ ପାଚେରୀ

ଶ୍ରୀମନ୍ଦିର ଓ କୋଣାର୍କର ସଂରକ୍ଷଣ ଉପରେ ଗୁରୁତ୍ୱ

February 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ଉପଯୁକ୍ତ ସଂରକ୍ଷଣ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି ।

ଓଡ଼ିଶାରେ ଥିବା ପ୍ରାଚୀନ କୀର୍ତୀରାଜିରେ ସଂରକ୍ଷଣ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥାର
ମହାନିର୍ଦ୍ଦେଶକ ଡଃ ଗୌତମ ସେନଗୁପ୍ତଙ୍କ ସହ ଗୁରୁବାର ଆଲୋଚନା ସମୟରେ ନବୀନ ତାଙ୍କୁ
କହିଛନ୍ତି ।

ଆଧ୍ୟାତ୍ମିକ ତଥା ପ୍ରତ୍ନତାତ୍ୱିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣର୍ ଏହି ଦୁଇ ପ୍ରମୁଖ କୀର୍ତୀରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଶ୍ରୀମନ୍ଦିର ଜଗମୋହନ ଓ ସିଂହ୍ୱାରର ଚୂନଛଡ଼ା କାର୍ଯ୍ୟକ୍ରମ ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟ ଯେଭଳି ଯତ୍ନର ସହିତ ସମ୍ପନ୍ନ କରାଯିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସେନଗୁପ୍ତ କହିଛନ୍ତି ।

ପୁରୀ ଓ କୋଣାର୍କ ପାଇଁ ଅଧିକ ରସାୟନବିତ୍ ପଠାଇବା ସହିତ ସଂରକ୍ଷଣ କାର୍ଯ୍ୟକ୍ରମର ଉପଯୁକ୍ତ
ତଦାରଖ ପାଇଁ ପୁରୀରେ ଜଣେ ଉପ ଅଧୀକ୍ଷକଙ୍କୁ ଅବସ୍ଥାପିତ କରାଯିବ ବୋଲି ଡଃ ସେନଗୁପ୍ତ କହିଛନ୍ତି ।

କୋଣାର୍କ ମନ୍ଦିରର ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଏଏସ୍ଆଇ ପକ୍ଷରୁ ପଦକ୍ଷେପ ନିଆଯାଇଛି ଏବଂଦୁଇମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ।

କୋଣାର୍କ ମନ୍ଦିରର ଥ୍ରୀଡ଼ି ଲେଜର ସ୍କାନିଂ ସେନ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରାକରାଯିବ ଏବଂ ମନ୍ଦିର ଭିତର ଅବସ୍ଥା ସଂପର୍କରେ ଏଣ୍ଡୋସ୍କୋପି କ୍ୟାମେରା ଦ୍ୱାରାଫଟୋ କରି ବିସ୍ତୃତ ଯାଂଚ କରାଯିବା ପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ଥିର କରାଯାଇଛି ବୋଲି ଡଃ ସେନଗୁପ୍ତ କହିଥିଲେ ।

ଏହା ବ୍ୟତୀତ କୋଣାର୍କ ମନ୍ଦିର ଚାରିପଟେ ଦିଆଯାଇଥିବା ଲୁହାଭାରା ସଂପର୍କରେ ଆଇଆଇଟି ଭୁବନେଶ୍ୱର ଦ୍ୱାରାଅନୁଧ୍ୟାନ କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଛି ।

ଶିଶୁପାଳଗଡ଼, ଧଉଳି ଓ ଚଉଷଠୀ ଯୋଗିନୀ ମନ୍ଦିର ଚତୁଃପାଶ୍ୱର୍ରେ ବ୍ୟାପକ ବୃକ୍ଷରୋପଣ କରାଯିବ, ବିଶେଷତଃ ବାଉଁଶ ଗଛର ଏକ ବଳୟ ସହିତ ଶିଶୁପାଳଗଡ଼ର ପାଚେରୀ ଉପରେ ବ୍ୟାପକ ଘାସ ଗଛ ଲଗାଯାଇ ମୃତ୍ତିକା ସଂରକ୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋଣାର୍କ, ପୁରୀ ଶ୍ରୀମନ୍ଦିର

ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ମୃତ୍ୟୁ

January 1, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ନବ ବର୍ଷ ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ୱରର ଏହି ଭକ୍ତ ଜଣକ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଅସୁସ୍ଥ
ହୋଇପଡ଼ିଥିଲେ । ପରେ ତାଙ୍କୁ ଡ଼ାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ଛତିଶଗଡ଼ର ଜଣେ ବ୍ୟକ୍ତି ପ୍ରବଳ ଭିଡ଼ ଯୋଗୁଁ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦର୍ଶନ, ପୁରୀ ଶ୍ରୀମନ୍ଦିର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ