• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୁରୀ

ଫେରାର୍ ଆଇଆଇସିଙ୍କ କୋର୍ଟରେ ଆତ୍ମସମର୍ପଣ

March 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନିମାପଡ଼ା, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ଲାଂଚ ନେବା ବେଳେ ଗିରଫ ହୋଇ ଫେରାର୍
ହୋଇଯାଇଥିବା ପୁରୀ ଜିଲ୍ଲା ନିମାପଡ଼ାର ନିଲମ୍ବିତ ଥାନା ଅଧିକାରୀ ମଙ୍ଗଳବାର ସ୍ଥାନୀୟ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

ତତ୍କାଳୀନ ଥାନା ଅଧିକାରୀ ବିମଳ ନାୟକ ନିମାପଡ଼ା ଜେଏମ୍ଏଫ୍ସିଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଛନ୍ତି । ପୂର୍ବରୁ ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ସହ ତଳ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ଜାନୁୟାରୀ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଂଚ ନେବାବେଳେ
ନାୟକଙ୍କୁ ଭୁବନେଶ୍ୱର ଭିଜିଲାନ୍ସର ଏକ ଦଳ ଗିରଫ କରିଥିଲା ।

ପରେ ସ୍ଥାନୀୟ ଅଂଚଳର ଲୋକମାନେ ଥାନାରେ ପହଂଚି ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ତାଙ୍କୁ ଛଡ଼ାଇ ନେଇଥିଲେ । ସେହିିନ ଠାରୁ ସେ ଫେରାର୍ ଥିଲେ ।

ଏହାପରେ ପୋଲିସ ମହାନିର୍ଦ୍ଦେଶକ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ କୋର୍ଟ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିମାପଡା, ପୁରୀ

ରାଜନୈତିକ ହିଂସାକାଣ୍ଡରେ ବ୍ୟାପକ ଘର ପୋଡ଼ି

March 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମଗିରି, ମାର୍ଚ୍ଚ ୯(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଗମ୍ଭାରୀ ଗାଁରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ ଯୋଗୁଁ ଦୁର୍ବୃତମାନେ ବ୍ୟାପକ ଘର ପୋଡ଼ି ଦେଇଥିବା ପୋଲିସ ଶୁକ୍ରବାର କହିଛି ।

ଏହି ଘଟଣାକୁ ନେଇ ବୋମାମାଡ଼ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସଂପୃକ୍ତ ଗାଁରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଦୋକାନ ଘର ମଧ୍ୟ ପୋଡ଼ି ଯାଇଥିବା ବେଳେ କେତେକ ସ୍ଥାନରେ ହାତ ତିଆରି ଅଫୁଟା ବୋମା ପଡ଼ି ରହିଛି । ବିରୋଧୀ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ମଧ୍ୟ ହୋଇଛି ।

ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଠଟି ପରିବାର ସେମାନଙ୍କର ସବୁକିଛି ହରାଇଛନ୍ତି । ଗିରଫଦାରୀ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଗତ ଫେବୃୟାରୀ ମାସରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପରେ ଏହି ଗାଁରେ ରାଜନୈତିକ ହିଂସାକାଣ୍ଡ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ପୋଲିସ, ବ୍ରହ୍ମଗିରି

ପୁରୀ ଓ ଦୀଘା ମଧ୍ୟରେ ନୂତନ ଟ୍ରେନ୍

February 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ଗତ ରେଳ ବଜେଟ୍ରେ ଘୋଷଣା ଅନୁଯାୟୀ ଯାତ୍ରୀ ମାନଙ୍କୁ ଅଧିକ ଗମନା ଗମନ ସୁବିଧା ଯୋଗାଇ ଦେବା ପାଇଁ ରେଳମନ୍ତ୍ରାଳୟ ପକ୍ଷରୁ ପୁରୀ ଓ ଦୀଘା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରୋନ୍ ଚଳାଚଳ ପାଇଁ ସ୍ଥିର କରାଯାଇଛି ।

ଶୁକ୍ରବାର ଠାରୁ ଏହି ଟ୍ରେନ୍ ଚଳାଚଳ କରିବ । ପ୍ରଥମିକ ଯାତ୍ରାରେ ଏହି ଟ୍ରେନ୍ ଦୀଘା ଷ୍ଟେସନ ଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବେ ଚଳାଚଳ କରିବ । ନୀୟମିତ ଭାବେ ପୁରୀ ଠାରୁ ଆସନ୍ତା ୨୨ରୁ ଏବଂ ଦୀଘାରୁ ୨୩ ତାରିଖରୁ ଚଳାଚଳ କରିବ ।

୨୨୮୭୮/୨୨୮୭୭ ପୁରୀ ଦୀଘା ସାପ୍ତାହିକ ସୁପରଫାଷ୍ଟ ଏକସ୍ପ୍ରେସ ପୁରୀ ଠାରୁ ପ୍ରତି ବୁଧବାର
ରାତି ୧୦ଟା ୩୫ରେ ଏବଂ ଦୀଘାରୁ ପ୍ରତି ଗୁରୁବାର ସଂଧ୍ୟା ୫ଟା ୧୫ରେ ଚାଲିବ ।

ଏହି ଟ୍ରେନ୍ରେ ଗୋଟିଏ ଏସି-୨ଟାୟାର, ଗୋଟିଏ ୩ ଟାୟାର, ପାଂଚଟି ସ୍ଲିପର କ୍ଲାସ୍, ୩ଟି ସାଧାରଣଦ୍ୱିତୀୟ ଶ୍ରେଣୀ ରହଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ରେଳମନ୍ତ୍ରାଳୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିବୁଧେନ୍ଦ୍ର ମିଶ୍ରଙ୍କ ପରଲୋକ

February 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ବିବୁଧେନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଚିକିତ୍ସିତ ହେଉଥିବା ଅବସ୍ଥାରେ ବୁଧବାର ସଂଧ୍ୟାରେ ପ୍ରାଇମ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି ।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ସହରରେ ଶୋକର ଛୟା ଖେଳିଯାଇଥିଲା । ହାଇକୋର୍ଟ ମୁଖ୍ୟ
ବିଚାରପତି, ଜିଲ୍ଲାପାଳ, ଆଇନଜୀବୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।

ପୁରୀ କୁଣ୍ଢେଇବେଣ୍ଟ ସାହିର ଗୋପୀନାଥ ମିଶ୍ର ଓ ମୁକ୍ତାବାଳା ଦେବୀଙ୍କ ସୁପୁତ୍ର ବିବୁଧେନ୍ଦ୍ର ୧୯୨୦ ନଭେମ୍ବର ୩୦ରେ ଜନ୍ମଗ୍ରହଣ କରିଥିଲେ ।

୧୯୩୬ରେ ପୁରୀ ଜିଲ୍ଲା ସ୍କୁଲରୁ ହାଇସ୍କୁଲ ଶିକ୍ଷା ସମାପ୍ତ କରି ସେ ରେଭେନ୍ସା କଲେଜରୁ ୧୯୪୧
ମସିହାରେ ବି.ଏ ଓ ୧୯୪୯ ମସିହାରେ ପାଟନା ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ
କରିଥିଲେ ।

୧୯୪୬ରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ନେତାଜୀଙ୍କ ଆଜାଦ୍ ହିନ୍ଦ୍ ଫୌଜର ଥଇଥାନ
କମିଟିର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୫୪ରୁ ୧୯୬୩ ପର୍ଯ୍ୟନ୍ତ ସେ ଉତ୍କଳ
ବିଶ୍ୱବିଦ୍ୟାଳୟର ସିନେଟ୍, ସିଣ୍ଡିକେଟ୍ ଓ ଏକାଡ଼େମୀ କାଉନ୍ସିଲ୍ ର ସଦସ୍ୟ ହୋଇଥିଲେ ।

୧୯୫୮ରେ ସେ ପ୍ରଥମଥର ପାଇଁ ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ । ୧୯୬୭ରେ ପୁରୀ
ଲୋକସଭା ଆସନରୁ ନିର୍ବଚିତ ହୋଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଆଇନ
ଉପମନ୍ତ୍ରୀ ହୋଇଥିଲେ ।

ଏହାବ୍ୟତୀତ ଆମ ନେତା ସିରିଜ, ଖିଆଲି, ଅସମାପ୍ତ, ଜେଲ୍ ୧୯୪୨ ଆଦି ଅନେକ ପୁସ୍ତକ ଲେଖି
ଖ୍ୟାତି ଅର୍ଜନ କରିଥିଲେ ।

ସେଦୁଇଥର ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ର ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ୨୦୦୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା ।

ମିଶ୍ରଙ୍କ ପରଲୋକରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ସ୍ୱାଧୀନତା ଆନ୍ଦୋଳନ

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମେଶିନ ଦେବ ସତର୍କ ସୂଚନା

February 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଥିବା ରାଜ୍ୟବାସୀଙ୍କୁ ପୂର୍ବ ସୂଚନା ପ୍ରଦାନ କରିବା ପାଇଁ ମେଶିନର ବ୍ୟବହାର କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

ପାଣିପାଗ ପରିବର୍ତନ, ମହାବାତ୍ୟା, ସୁନାମୀ ଭଳି ବିପର୍ଯ୍ୟୟର ପୂର୍ବରୁ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବା ପାଇଁ ସୋମବାର ପୁରୀରେ ମଲ୍ଟି ପରପଜ୍ ୱାର୍ଣ୍ଣି ସିଷ୍ଟମ ଦ୍ୱାରା ପ୍ରାଥମିକ ପରୀକ୍ଷା କରାଯାଇଛି ।

ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ଏହି ମେଶିନକୁ ଗୁଣ୍ଡିଚା ମନ୍ଦିର, ନୋଳିଆ ସାହି ଅଞ୍ଚଳରେ ପରୀକ୍ଷା କରାଯାଇଥିବା ବେଳେ ଏହି ସମୟରେ ଦିଆଯାଇଥିବା ସୂଚନା ସାତ ଶହରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ।

ଜନସାଧାରଣଙ୍କ ପାଇଁ ସରକାର କୌଣସି ସୂଚନା ଦେବାକୁ ଚାହିଁଲେ ଏହି ମେଶିନ ସାହାଯ୍ୟରେ ଦେଇପାରିବେ ଏବଂ ଏଥିରେ ବିଭିନ୍ନ ବିପର୍ଯ୍ୟୟ ପାଇଁ ଅଲଗା ଅଲଗା ଶବ୍ଦ ରହିଛି । ଏହାଦ୍ୱାରା ଲୋକମାନେ ବିପର୍ଯ୍ୟୟ ପୂର୍ବରୁ ସୂଚନା ପାଇ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ପ୍ରାକୃତିକ ବିପର୍ଯ୍ୟୟ, ୱାର୍ଣ୍ଣି ସିଷ୍ଟମ

ଛାତ୍ରୀ ହତ୍ୟା ଘଟଣାରେ ଏଫ୍ଏମ୍ଟି ଦଳର ତଦନ୍ତ

January 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପୁରୀ ଜିଲ୍ଲା ଚନ୍ଦନପୁର ନାବାଳିକା ଛାତ୍ରୀ ହତ୍ୟା ଘଟଣାରେ(ଫରେନ୍ସିକ୍ ମେଡ଼ିସିନ୍ ଆଣ୍ଡ ଟକ୍ସିକୋଲୋଜି) ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ।

ଏକ ଚାରି ଜଣିଆ ଦଳ ରବିବାର ଚନ୍ଦନପୁରରେ ପହଞ୍ଚି ମୃତ ଦେହେ ପଡ଼ିଥିବା ପୋଖରୀ, ବିଭିନ୍ନ ସାମଗ୍ରୀ ପଡ଼ିଥିବା ସ୍ଥାନରେ ତଦନ୍ତ କରିବା ସହ ମୃତାଛାତ୍ରୀଙ୍କ ଘରକୁ ଯାଇ ତାଙ୍କ ବାପା ଏବଂ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଝିଅକୁ ହତ୍ୟା କରାଯାଇଛି ଏବଂ ଠିକ୍ ଭାବରେ ତଦନ୍ତ ହେଲେ ସତକଥା ପଦାକୁ ଆସିବ ବୋଲି ଛାତ୍ରୀଙ୍କ ବାପା ନିରଂଜନ ପାତ୍ର ତଦନ୍ତକାରୀ ଦଳକୁ କହିଛନ୍ତି । ବହୁ ବଡ଼ ବଡ଼ ଲୋକ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି ।

ଗତ ବର୍ଷ ମାର୍ଚ୍ଚ ୨୬ ସଂଧ୍ୟାରେ ଚନ୍ଦନପୁର ଅନ୍ତର୍ଗତ ନୂଆଗାଁ ଗ୍ରାମର ଜନୈକ ନାବାଳିକାଙ୍କୁ କେତେକ ଲୋକ ଜୋରଜବରସ୍ତ ନେଇଯାଇଥିଲେ । ତିନିଦିନ ପରେ ପୋଲିସ ଏକ ଚୂଆରୁ ତାଙ୍କର ମୃତ ଦେହ ଉଦ୍ଧାର କରିଥିଲା ।

ଏହି ଘଟଣାରେ ଫରେନ୍ସିକ୍ ଟିମ୍ ରିପୋର୍ଟ ଦେଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଚୁପ୍ ରହିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏଫ୍ଏମ୍ଟି, ପୁରୀ

ସମୁନ୍ଦ୍ରରେ ବୁଡ଼ି ଦୁଇ ମହିଳା ନିଖୋଜ

January 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ବର୍ଗଦ୍ଵାର ସମ୍ମୁଖ ସମୁନ୍ଦ୍ରରେ ରବିବାର ଗାଧୋଇବା ବେଳେ ଦୁଇ ଜଣ ମହିଳା ଭାସିଯାଇ ନିଖୋଜ ହୋଇଯାଇଥିବା ପୋଲିସ କହିଛି ।

କୋରାପୁଟରୁ ୨୫ଜଣ ଯାତ୍ରୀଙ୍କ ସହ ଏହି ମହିଳା ଦ୍ଵୟ ପୁରୀ ଆସିଥିଲେ । ସକାଳେ ଏହି ଯାତ୍ରୀଦଳ ସ୍ୱର୍ଗଦ୍ଵାର ନିକଟ ସମୁନ୍ଦ୍ରରେ ଗାଧୋଇବାକୁ ଯାଇଥିଲେ ।

ଏହି ସମୟରେ ହଠାତ୍ ପାଣି ମାଡ଼ି ଆସିଥିଲା ଏବଂ ସତ୍ୟବତୀ ନାୟକ ଓ ଯମୁନା କୁମ୍ଭାର ନାମକ ଦୁଇ ମହିଳା ଭାସିଯାଇ ନିଖୋଜ ହୋଇଯାଇଥିଲେ ।

ପରେ ସମୁନ୍ଦ୍ରକୂଳରେ ଥିବା ଜୀବନରକ୍ଷାକାରୀ ଦଳ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କୁ
ପାଇନଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ସମୁନ୍ଦ୍ର

ଛାତ୍ରୀ ହତ୍ୟାର ପର୍ଦାଫାସ୍ ଦାବିରେ ଥାନା ଘେରାଉ

January 24, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲାର ଜଣେ ୧୪ ବର୍ଷର ଛାତ୍ରୀଙ୍କୁ ଅପହରଣ, ଗଣବଳାତ୍କାର ଏବଂ ହତ୍ୟା ରହସ୍ୟର ପର୍ଦାଫାସ୍ ଦାବିରେ ମଙ୍ଗଳବାର ଶତାଧିକ ମହିଳା ଓ ପୁରୁଷ ଚନ୍ଦନପୁର ଥାନା ଘେରାଉ କରିଛନ୍ତି ।

ଜଣେ ପ୍ରଭାବଶାଳୀ ରାଜନେତା ତଥା ମନ୍ତ୍ରୀଙ୍କ ଚାପରେ ସଂପୃକ୍ତ ହତ୍ୟାକାଣ୍ଡକୁ ଆତ୍ମହତ୍ୟା ବୋଲି ପ୍ରମାଣ କରିଥିବା ଡ଼ାକ୍ତର ଓ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ।

ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ ମହିଳା, ପୁରୁଷ ଓ ଛାତ୍ର ସଂଗଠନର କର୍ମକର୍ତାମାନେ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ସଂପୃକ୍ତ ଘଟଣା ସଂପର୍କରେ ପୁନଃ ଅନୁସଂଧାନ ପାଇଁ ଏସ୍ଡ଼ିପିଓ ବିକ୍ଷୋଭକାରୀଙ୍କୁ ପ୍ରତିଶୃତି ଦେଇଥିଲେ ।

୭୨ ଘଣ୍ଟା ମଧ୍ୟରେ ଘଟଣାର ପୁନଃ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ କରାନଗଲେ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ ସହ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି ।

ପୁରୀ ସଦର ବ୍ଲକ ଶିଉଳୀ ତୋଟା ମାଳିସାହିର ଏହି ଛାତ୍ରୀଙ୍କୁ ଅପହରଣ କରିବା ପରେ ଗଣବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଥାନା ଘେରାଉ, ପୁରୀ

ଆସନ୍ତା ରଥଯାତ୍ରା ପାଇଁ ରଥ ତିଆରି ନିମନ୍ତେ ଜାନୁୟାରୀ ୨୦ ଶୁକ୍ରବାର ପୁରୀରେ ରଥକାଠ ପହଂଚିଛି ।

January 21, 2012 by admin Leave a Comment

ଆସନ୍ତା ରଥଯାତ୍ରା ପାଇଁ ରଥ ତିଆରି ନିମନ୍ତେ ଜାନୁୟାରୀ ୨୦ ଶୁକ୍ରବାର ପୁରୀରେ ରଥକାଠ ପହଂଚିଛି ।

 

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପୁରୀ

ଫେରାର୍ ଆଇଆଇସିଙ୍କ ନାଁରେ ଗିରଫ ପରୱାନା

January 18, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଲାଂଚ ନେବା ବେଳେ ଗିରଫ ହୋଇ ଫେରାର୍ ହୋଇଯାଇଥିବା ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧିକାରୀଙ୍କ ନାଁରେ ବୁଧବାର ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।

ଥାନାଅଧିକାରୀ ବିମଳ ନାୟକଙ୍କ ନାଁରେ ନିମାପଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଗିରଫ ପରୱାନା ଜାରି କରିଛନ୍ତି । ନାୟକଙ୍କ ନାଁରେ ଗିରଫ ପରୱାନା ଜାରି କରିବାକୁ ପୋଲିସ କୋର୍ଟରେ ଆବେନ କରିଥିଲା ।

ଗତ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଂଚ ନେବାବେଳେ ନାୟକଙ୍କୁ
ଭୁବନେଶ୍ୱର ଭିଜିଲାନ୍ସର ଏକ ଦଳ ଗିରଫ କରିଥିଲା ।

ପରେ ସ୍ଥାନୀୟ ଅଂଚଳର ଲୋକମାନେ ଥାନାରେ ପହଂଚି ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ତାଙ୍କୁ ଛଡ଼ାଇ ନେଇଥିଲେ । ସେହିଦିନ ଠାରୁ ସେ ଫେରାର୍ ଅଛନ୍ତି ।

ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ବେଳେ ଏହି ଘଟଣାରେ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏବଂ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନିମାପଡା, ପୁରୀ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ