• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୁରୀ

ପୁରୀ: ରୂପାଇଟା ଅସ୍ତ୍ରାଗାରକୁ ସ୍ଥାନାନ୍ତର

May 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦ ଦାତା

ପୁରୀ, ମଇ ୭(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ଏମାର ମଠରୁ ଉଦ୍ଧାର କରାଯାଇଥିବା ରୂପା ଇଟାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ପୋଲିସ ଅସ୍ତ୍ରାଗାରକୁ ସ୍ଥାନାନ୍ତର କରାଯାଇଛି ।

ଏସ୍ପିଙ୍କ ତତ୍ତ୍ୱାବଧାନରେ ମଠ ପରିସରରେ ଥିବା ଦୁଇଟି କୋଠରୀର ସିଲ୍ ଖୋଲାଯାଇ ପ୍ରାୟ ନବେ କୋଟି ଟଙ୍କାର ରୂପା ଇଟା, ଅନ୍ୟ ରୂପା ସାମଗ୍ରୀ ଓ ସୁନା ଅଳଙ୍କାରକୁ ଅସ୍ତ୍ରାଗାର ମଧ୍ୟରେ ଗଚ୍ଛିତ ରଖାଯାଇଛି ।

ଏହି ସମୟରେ ମାଜିଷ୍ଟ୍ରେଟ, ମଠ ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଚାରି ପ୍ଲାଟୁନ୍ ସୁରକ୍ଷା କର୍ମଚାରୀ ଏବଂ ତିନି ଜଣ ଡିଏସ୍ପିଙ୍କ ଉପସ୍ଥିତିରେ ଦୁଇଟି ଭ୍ୟାନରେ ଶ୍ରମିକମାନେ ଏହି ରୁପାଇଟା ନେଇ ରଖିଥିଲେ । ପୂର୍ବରୁ ମଠ ଅଞ୍ଚଳ, ବଣିଆପଟିକୁ ସିଲ୍ କରିିଆଯାଇଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।

ମଠର ମରାମତି ସମୟରେ ଶ୍ରମିକମାନେ ରୂପା ଇଟାର ସନ୍ଧାନ ପାଇବା ସହ ଆଠ ଖଣ୍ଡ ରୁପାଇଟା ଚୋରିକରି ନେଇଯାଇଥିଲେ । ଏହି ଘଟଣାରେ ପୋଲିସ ଢେଙ୍କାନାଳରୁ ଦୁଇ ଜଣ ଶ୍ରମିକଙ୍କୁ ଗିରଫ କରିଥିଲା ।

ପରେ ଫେବୃଆରୀ ୨୬ ରେ ଏମାର ମଠର ଏକ ବନ୍ଦ କୋଠରୀରୁ ତିନୋଟି କାଠବାକ୍ସରୁ ଗୋଟିକ ୩୦ ରୁ୪୦ କେଜି ଓଜନର ପ୍ରାୟ ୫୨୨ଟି ଇଟା ଜବତ ହେବାପରେ ପୋଲିସ ମଠ ମହନ୍ତଙ୍କ ଚାଲିଚଳନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲା ଓ ମହନ୍ତଙ୍କ ସହ ଅନ୍ୟ ଛଅ ଜଣଙ୍କୁ ଗିରଫ କରିଥିଲା ।

ମହନ୍ତଙ୍କୁ ଗିରଫ କରାଯିବା ପରେ ଦେବୋତ୍ତର ବିଭାଗ ଗୋପାଳ ରାମାନୁଜ ଦ।ସଙ୍କୁ ମହନ୍ତ ପଦବୀରୁ ନିଲମ୍ବିତ କରିବା ସହିତ ଏକ ପାଞ୍ଚ ଜଣିଆ ପରିଚାଳନା କମିଟି ନିଯୁକ୍ତ କରିଥିଲେ ।

ଉଦ୍ଧାର କରାଯାଇଥିବା ରୂପାଇଟା ମଠ ପରିସରରେ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରୁପାଇଟା ମଠ ପରିସରରେ ରଖାଯିବା ସୁରକ୍ଷିତ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ହାଇକୋର୍ଟ ଏହି ଯୁକ୍ତି ଗ୍ରହଣ କରିବା ସହ କଡ଼ା ସୁରକ୍ଷା ମଧ୍ୟରେ ରୂପାଇଟାକୁ ପୁରୀ ଜିଲ୍ଲା ଅସ୍ତ୍ରାଗାରରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅସ୍ତ୍ରାଗାର, ପୁରୀ, ମୁଖ୍ୟ ଖବର

ମହନ୍ତଙ୍କ ସମେତ ନଅ ଜଣଙ୍କୁ ସର୍ତ୍ତମୂଳକ ଜାମିନ

April 23, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୨୨(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ଏମାର ମଠ ରୂପା ଇଟା ଚୋରୀ ଓ ବିକ୍ରୀ କରିବା ଅଭିଯୋଗ ଗିରଫ ହୋଇଥିବା ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ସମେତ ଅନ୍ୟ ଆଠ ଜଣଙ୍କୁ ଶୁକ୍ରବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ହାଇକୋର୍ଟ ବିଚାରପତି ସି.ଆର୍ ଦାସ ମଠ ମହନ୍ତ, ତାଙ୍କର ଜଣେ ଶିଷ୍ୟ ଓ ପୁରୀର ଦୁଇ ଜଣ ଗହଣା ଦୋକାନୀଙ୍କୁ ୩୦ ହଜାର ଟଙ୍କା ଓ ଜଣେ ଲେଖାଏଁ ଜାମିନଦାରଙ୍କ ବଦଳରେ ଜାମିନ ଦେଇଛନ୍ତି ।

ସେହିପରି ଏହି ମାମଲାରେ ଢେଙ୍କାନାଳ ପୋଲିସ ଦ୍ୱାରା ଗିରଫ ହୋଇଥିବା ଦୁଇ ମିସ୍ତ୍ରୀ ଓ ଅନ୍ୟ ମାନଙ୍କୁ ଅଲଗା ଅଲଗା ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି ।

ପୁରୀ ଅତିରିକ୍ତ ଜିଲ୍ଲା ଜଜ୍ ଚଳିତ ମାସ ୨ ତାରିଖରେ ମହନ୍ତ ଓ ତାଙ୍କର ଶିଷ୍ୟଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ ।

ଫେବୃଆରୀ୨୬ ତାରିଖରେ ଏମାର ମଠର ଏକ ବନ୍ଦ କୋଠରୀରୁ ତିନୋଟି କାଠବାକ୍ସରୁ ଗୋଟିକ ୩୦ ରୁ୪୦ କେଜି ଓଜନର ପ୍ରାୟ୫୨୨ଟି ଇଟା ଜବତ ହେବାପରେ ପୋଲିସ ମଠ ମହନ୍ତଙ୍କ ଚାଲିଚଳନ ଉପରେ ତୀକ୍ଷ୍ନଦୃଷ୍ଟି ରଖିଥିଲା ଓ ମହନ୍ତଙ୍କ ସହ ଅନ୍ୟ ଛଅ ଜଣଙ୍କୁ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ, ମୁଖ୍ୟ ଖବର, ରାମାନୁଜ ଦାସ, ରୂପା ଇଟା

ବୋତଲ ଉପରେ ଜଗନ୍ନାଥଙ୍କ ଛବିକୁ ନେଇ ବିକ୍ଷୋଭ

February 9, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ବୋତଲ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଘଟଣାକୁ ନେଇ ସୋମବାର ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମନ୍ଦିର ସେବାୟତମାନେ ଓ ଜଗନ୍ନାଥ ସେନାର କର୍ମୀମାନେ ହାତରେ ବ୍ୟାନର, ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ଏହାର ପ୍ରତିବାଦ କରିଛନ୍ତି । ଅନ୍ୟ ବୋତଲ ସହ ମଦ ବୋତଲରେ ପଟ୍ଟଚିତ୍ର କଳାକାରଙ୍କ ଦ୍ୱାରା କରାଯାଇଥିବା ଜଗନ୍ନାଥଙ୍କ ଚିତ୍ର ନିନ୍ଦନୀୟ ବୋଲି ସେମାନେ କହିଛନ୍ତି ।

ଏହା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ସେମାନେ କହିଛନ୍ତି । ଜଗନ୍ନାଥ ସେନା ପକ୍ଷରୁ ଏ ସଂପର୍କରେ ଚନ୍ଦନପୁର ଥାନାରେ ମାମଲା ରୁଜୁ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ଚିତ୍ରକଳା ଓ ପଟ୍ଟଚିତ୍ରର ଗାଁ ରଘୁରାଜପୁରରେ ବୋତଲ ଉପରେ ଜଗନ୍ନାଥଙ୍କ ଫଟୋଚିତ୍ର କରାଯାଉଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ, ମଦ ବୋତଲ, ମୁଖ୍ୟ ଖବର, ଶ୍ରୀଜଗନ୍ନାଥ

ବିଦେଶୀ ପର୍ଯ୍ୟଟକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

January 25, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) ପର୍ଯ୍ୟଟନସ୍ଥଳୀ ପୁରୀରେ ସୋମବାର ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିବା ପୋଲିସ କହିଛି ।

ପର୍ଯ୍ୟଟକ ଜଣକ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିକଟରୁ ଗାଧୋଇ ଫେରୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଆକ୍ରମଣରେ ତାଙ୍କର ଡ଼ାହାଣ ହାତ ପାପୁଲିରେ ହାଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାଜିକସ୍ତାନର ସଂପୃକ୍ତ ପର୍ଯ୍ୟଟକ ଗତ ୧୧ ତାରିଖରୁ ପରିବାର ସହ ଏକ ଘରୋଇ ହୋଟେଲରେ ରହୁଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ପୁରୀ, ବିଦେଶୀ, ମୁଖ୍ୟ ଖବର

ବଡ଼ଦାଣ୍ଡରେ ଭୂତଳ ବିଦ୍ୟୁତ କେବୁଲ ବ୍ୟବସ୍ଥା

January 15, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ରଥଯାତ୍ରା ସମୟରେ ଅଘଟଣ ତଥା ବିଦ୍ୟୁତ ବିଭ୍ରାଟ ଘଟୁଥିବାରୁ ପୁରୀ ବଡ଼ଦାଣ୍ଡରେ ଥିବା ସମସ୍ତ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମରକୁ ହଟାଇ ଭୂତଳ କେବୁଲ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ନିଯାଇଥିବା ନିଷ୍ପତ୍ତି ଅନୁଯାୟୀ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ୧୨ ଫୁଟ ତଳେ ସେହି କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ ଦିଆଯିବ ।

ଏଥିପାଇଁ ୨୨ କିମି ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତା’ର ଏବଂ ୧୨ କିମି ସ୍ୱଳ୍ପ ଶକ୍ତି ସଂପନ୍ନ ବିଦ୍ୟୁତ ତା’ର ବିଛାଯିବ ।

ସେଠାରେ ଥିବା ୧୯୨ଟି ଟ୍ରାନ୍ସଫର୍ମରକୁ ହଟାଇ ଦିଆଯାଇ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ୭୪ଟି କମ୍ପାକ୍ଟ ଟ୍ରାନ୍ସଫର୍ମର ବସାଯିବ ।

ସାମୟିକ ଭାବେ ଏଥିପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ସେଥିମଧ୍ୟରୁ ସେସୁ ୯ କୋଟି ଟଙ୍କା, ପର୍ଯ୍ୟଟନ ବିଭାଗ ତିନି କୋଟି ଟଙ୍କା ଓ ଶକ୍ତି ବିଭାଗ ବାକି ୬ କୋଟି ଟଙ୍କା ବହନ କରିବ ।

ଖୁବ୍ଶୀଘ୍ର ପ୍ରଥମେ ଗୁଣ୍ଡିଚା ମନ୍ଦିର ପାଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୧୨ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଧନୁଯାତ୍ରା, ପୁରୀ, ବିଦ୍ୟୁତ, ମୁଖ୍ୟ ଖବର

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ସମାଗମ

January 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ନୂଆବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶନିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଭକ୍ତମାନେ ଭୋର ସକାଳୁ ସମୁନ୍ଦ୍ର କୂଳରେ ନୂଆବର୍ଷର ପ୍ରଥମ ଦିନରେ ସୂର୍ଯ୍ୟଙ୍କୁ ଦର୍ଶନ କରି ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସିଥିବା ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ଭିଡ଼କୁ ଦୃଷ୍ଟିରେ ରଖି ସମଗ୍ର ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଭକ୍ତମାନେ ସୁବିଧାରେ ଠାକୁରଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିପରି ଚନ୍ଦ୍ରଭାଗା, ସମ୍ବଲପୁର ସ୍ଥିତ ସମଲେଶ୍ୱରୀ ମନ୍ଦିର, ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, କଟକ ସ୍ଥିତ ଚଣ୍ଡି ମନ୍ଦିର, ଭଦ୍ରକ ସ୍ଥିତ ଆଖଣ୍ଡଳମଣି ମନ୍ଦିର ଓ କେନ୍ଦୁଝର ସ୍ଥିତ ତାରିଣୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି ।

ବର୍ଷ ଆରମ୍ଭରୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ବର୍ଷସାରା ଆନନ୍ଦରେ କଟିଥାଏ ବୋଲି ବିଶ୍ୱାସ ରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନୂଆବର୍ଷ, ପୁରୀ, ମୁଖ୍ୟ ଖବର, ଶ୍ରୀ ଜଗନ୍ନାଥ

ପର୍ଯ୍ୟଟକଙ୍କୁ ଆକ୍ରମଣ କରି ପାଞ୍ଚ ଗିରଫ

December 28, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ବଡ଼ଦିନ ପାଳନ ଅବସରରେ ପୁରୀ ଆସି ଏକ ହୋଟେଲରେ ଥିବା ପର୍ଯ୍ୟଯକଙ୍କୁ ଆକ୍ରମଣ କରିଥିବା ପାଞ୍ଚ ଜଣ ହୋଟେଲ କର୍ମଚାରୀଙ୍କୁ ସୋମବାର ଗିରଫ କରିଥିବା ପୋଲିସ କହିଛି ।

ଆକ୍ରମଣର ଶିକାର ହୋଇଥିବା ଜଣେ ପର୍ଯ୍ୟଟକଙ୍କ ଅଭିଯୋଗ ପରେ କୋଣାର୍କ-ପୁରୀ ମେରାଇନ ଡ଼୍ରାଇଭର ନିକଟରେ ଥିବା ତୋଶାଳି ସ୍ୟାଣ୍ଡ ରିସୋର୍ଟର ଏହି କର୍ମଚାରୀଙ୍କୁ ଗିରଫ କରିଥିବା ସଦର ଥାନା ଅଧିକାରୀ କେ.ରାଜେନ୍ଦ୍ରନ୍ ସ୍ୱାମୀ କହିଛନ୍ତି ।

ଗତ ଶୁକ୍ରବାର ସିକନ୍ଦରାବାର ୧୯ ଜଣ ବୟସ୍କ ବ୍ୟକ୍ତି ଓ ସାତ ଜଣ ଛୋଟ ଶିଶୁ ଉକ୍ତ ହୋଟେଲକୁ ଆସିଥିଲେ । ଶନିବାର ବିଳମ୍ବିତ ରାତିରେ ହେଟେଲରେ ଆୟୋଜିତ ଏକ ପାର୍ଟିରେ ପର୍ଯ୍ୟଟକମାନେ ସେମାନଙ୍କ ଚାହିତା ମୁତାବକ ଖାଦ୍ୟ ଦେବାକୁ ହୋଟେଲ କର୍ମଚାରୀଙ୍କୁ କହିଥିଲେ ।

ଏହାକୁ ନେଇ କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ କର୍ମଚାରୀଙ୍କ ଆକ୍ରମଣରେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ । ଆହତ ପର୍ଯ୍ୟଟକମାନେ ହେଲେ ୟୋଗେଶ ମାହେଶ୍ୱରୀ ୩୮ ଓ ନରେନ୍ଦ୍ର ବାର୍ଡ଼ିଆ ୩୭, ସେ କହିଛନ୍ତି ।

ଗିରଫ କର୍ମଚାରୀ ମାନଙ୍କୁ ଅଦାଲତରେ ହାଜର କରାଯାଇଥିବା ସେ କହିଛନ୍ତି । ପର୍ଯ୍ୟଟକମାନେ ହୋଟେଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ହୋଟେଲ କର୍ତ୍ତୃପକ୍ଷ ମଧ୍ୟ ଥାନାରେ ଏତଲା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୋଣାର୍କ, ପର୍ଯ୍ୟଟକ, ପୁରୀ, ମୁଖ୍ୟ ଖବର

ବେଦାନ୍ତ ବିରୁଦ୍ଧରେ ଜଳୁଥିବା ଅଖଣ୍ଡ ଦୀପ ଉଦ୍ୟାପିତ

December 14, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ କମ୍ପାନୀ ବିରୁଦ୍ଧରେ ଗତ ତିନି ବର୍ଷ ଧରି ପୁରୀ ଜିଲ୍ଲା ସମଗରା ସ୍ଥିତ ମାଁ ଜାଗୁଳେଇ ପୀଠରେ ଜଳୁଥିବା ଅଖଣ୍ଡ ଦୀପ ମଙ୍ଗଳବାର ଉଦ୍ୟାପିତ ହୋଇଛି ।

ହାଇକୋର୍ଟଙ୍କ ଐତିହାସିକ ରାୟ ପରେ “ବେଦାନ୍ତ ବିଶ୍ୱ ବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି” ସଭାପତି ବେଣୁଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ୟାପନୀ ସଂଧ୍ୟାରେ ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସ ଯୋଗଦେଇଥିଲେ ।

ବେଦାନ୍ତ ରୂପକ ରାକ୍ଷାସକୁ ଓଡ଼ିଶା ମାଟିରୁ ହଟାଇବା ପାଇଁ ସମଗ୍ର ଓଡ଼ିଶାକୁ ଏହି ଯାତ୍ରା ଆରମ୍ଭ ହେବ । ସରକାର ଯେଭଳି ଭାବେ ଏକ ବିଶ୍ୱ ବିଖ୍ୟାତ ଠକ କମ୍ପାନୀକୁ ଅଜାତିତ ଅନୁକମ୍ପା ଦେଖାଇଲେ ତାହା ନିନ୍ଦନୀୟ ବୋଲି ଦାସ କହିଛନ୍ତି ।

ଏହି ସମାବେଶରେ ୨୨ ମୌଜା ସମେତ ସମଗରା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଶୋଭାଯାତ୍ରାରେ ଗୋପାଳପୁର ଛକ ଠାରୁ ମାଁ ଜାଗୁଳେଇ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ, ବେଦାନ୍ତ ବିଶ୍ୱ ବିଦ୍ୟାଳୟ, ମୁଖ୍ୟ ଖବର

ବାରାଣସୀ ବିସ୍ଫୋରଣ ପରେ ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା

December 9, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ଉତ୍ତରପ୍ରଦେଶର ବାରାଣାସୀ ସ୍ଥିତ ଗଙ୍ଗାଘାଟ ଠାରେ ହୋଇଥିବା ବିସ୍ଫୋରଣ ପରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟ ଦଳଙ୍କ ଦ୍ୱାରା ମେଘନାଦ ପାଚେରୀର ବାହ୍ୟ ପାଶ୍ୱର୍ରେ ଥିବା ସନ୍ଦିଗ୍ଧ ସ୍ଥାନ ଗୁଡ଼ିକୁ ଯାଞ୍ଚ କରାଯାଇଛି । ଏହାବ୍ୟତୀତ ମନ୍ଦିର ପରିସରରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ନିକଟରେ ମଧ୍ୟ ପୋଲିସ ଯାଞ୍ଚ କରିଛି ।

ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ମେଟାଲ ଡ଼ିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି । ସହରର ଯେକୌଣସି ସ୍ଥାନରେ କିଛି ଜିନିଷ ପଡ଼ିଥିବା ଦେଖିଲେ ଏସମ୍ପର୍କରେ ତୁରନ୍ତ ନିକଟସ୍ଥ ପୋଲିସକୁ ଖବର ଦେବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ମଙ୍ଗଳବାର ସଂଧ୍ୟାରେ ଗଙ୍ଗାଘାଟ ଠାରେ ହୋଇଥିବା ବିସ୍ଫୋରଣରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟା ନିହତ ହୋଇଥିବା ବେଳେ ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ, ମୁଖ୍ୟ ଖବର

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

November 21, 2010 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୨୧ (ଓଡିଶା ଡଟ୍ କମ୍) ରବିବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମୁନ୍ଦ୍ରରେ ବୋଇତ ଭସାଇବା ତଥା ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଆଜି ସକାଳୁ ପୁରୀ ସମୁନ୍ଦ୍ରରେ ବହୁ ଲୋକ ବୁଡ ପକାଇ ଡଙ୍ଗା ଭସାଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଜଗନ୍ନାଥଙ୍କ ରାଜ ରାଜେଶ୍ୱରବେଶ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ଭିଡ଼ ଲାଗିରହିଛି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ପୂଣ୍ୟ ଅର୍ଜ୍ଜନ ହୁଏ ବୋଲି ବିଶ୍ୱାସ ରହିଛି ।

ପ୍ରବଳ ଜନ ସମାଗମ ୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ବ୍ୟତୀତ ଭୁବନେଶ୍ୱର ସ୍ଥିତ ବିନ୍ଦୁ ସାଗର, ଦୟା ନୀଳ କୁଆଖାଇ ଓ କଟକର କାଠଯୋଡି, ପାରାଦ୍ଵୀପ, ବ୍ରହ୍ମପୁର ଓ ଅନ୍ୟାନ୍ୟ ନଦୀ ଗୁଡିକରେ ହଜାର ହଜାର ଲୋକ ଡଙ୍ଗା ଭସାଇଛନ୍ତି ।

ଦେବାଦେବୀଙ୍କୁ ପୂଜା କରିବା ପାଇଁ ଶ୍ରୀମନ୍ଦିର ସମେତ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଛି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କାର୍ତ୍ତିକ ପୂର୍ଣ୍ଣିମା, ପୁରୀ, ମୁଖ୍ୟ ଖବର, ଶ୍ରୀକ୍ଷେତ୍ର

  • « Go to Previous Page
  • Go to page 1
  • Interim pages omitted …
  • Go to page 4
  • Go to page 5
  • Go to page 6

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ