• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୁଲିସ କମିସନର

ଜନମୋର୍ଚ୍ଚା ର୍ୟାଲୀକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି

October 27, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୨୭(ଓଡ଼ିଶା ଡ଼ଟ୍ କମ୍) –ରବିବାର ହେବାକୁ ଯାଉଥିବା ଓଡ଼ିଶା ଜନମୋର୍ଚ୍ଚା(ଓଜମୋ)ର ବହୁ ଚର୍ଚ୍ଚିତ ସମାବେଶକୁ ନେଇ ସାରା ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି ।

ଇତି ମଧ୍ୟରେ ଜନମୋର୍ଚ୍ଚା ସୁପ୍ରିମୋ ପ୍ୟାରୀ ମହାପାତ୍ରଙ୍କର ନିଜସ୍ୱ କାରକୁ ଭଙ୍ଗାଯିବାଠାରୁ ଆରମ୍ଭ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ଶହୀଦନଗରସ୍ଥିତ ଜନମୋର୍ଚ୍ଚା ଅଫିସକୁ ଘେରାଉ କରାଯାଇ ସେଠାରେ ମହାପାତ୍ରଙ୍କ କୁଶପୁତଳିକା ଦାହ କରାଯାଇଛି ।

ଏହାକୁ ନଜରରେ ରଖି କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ବିଶେଷକରି ଅତୀତରେ କଂଗ୍ରେସ ସମାବେଶ ସମୟରେ ଯେଉଁ ପ୍ରକାରର ହିଂସାକାଣ୍ଣ ସୃଷ୍ଟି ହେଲା ତା’କୁ ଦୃଷ୍ଟିରେ ରଖି ଏଥର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ କଡ଼ାକଡ଼ି କରାଯାଇଛି ବୋଲି ପୁଲିସ କମିସନର ଏସ.ରୟ କହିଛନ୍ତି ।

ମହାପାତ୍ରଙ୍କ କହିବାନୁଯାୟୀ ଗତ କାଲି ରାତି ୧୨ଟା ୧୫ ମିନିଟରେ ସେମାନେ ଯେତେବେଳେ ଶୋଇବାକୁ ଯାଉଥିଲେ ସେହି ସମୟରେ ବାହାରେ ଖୁବ୍ ଯୋରରେ ଏକ ଶବ୍ଦ ହୋଇଥିଲା । ସେମାନେ ଏହାକୁ ଗୁରୁତ୍ୱ ନଦେଇ ଶୋଇବାକୁ ଚାଲି ଯାଇଥିଲେ ।

ଆଜି ସକାଳୁ ଉଠି ଦେଖିଥିଲେ ତା’ଙ୍କ କାରଟିକୁ ଇଟା ପଥର ପକାଯାଇ ସମ୍ପୂର୍ଣ୍ଣ ନଷ୍ଟ କରି ଦିଆଯାଇଛି । କାରର ପଛ କାଚଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାର ଅଭିଯୋଗ କରି ମହାପାତ୍ରଙ୍କ କର୍ମଚାରୀମାନେ ଆଜି ସହିଦନଗର ଥାନାରେ ଏତାଲା ଦେଇଛନ୍ତି ।

ଆଜି ବିଜୁ ମହିଳା ଜନତା ଦଳର ବହୁ କାର୍ଯ୍ୟକର୍ତା ଶହିଦନଗରସ୍ଥିତ ଓଡିଶା ଜନମୋର୍ଚ୍ଚା ଅଫିସ ସମ୍ମୁଖରେ ପହଞ୍ଚି ମହାପାତ୍ରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ ଓ ଦାବି କରିଥିଲେ ଯେ ଶ୍ରୀ ମହାପାତ୍ର ନୈତିକତା ଦୃଷ୍ଟିରୁ ପ୍ରଥମେ ରାଜ୍ୟସଭା ପଦରୁ ଇସ୍ତଫା ଦିଅନ୍ତୁ ।

ସମାବେଶକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଓଡ଼ିଶା ଜନମୋର୍ଚ୍ଚାର ଧାରଣା ସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ୨୦ ଜଣ ଡିଏସପିଙ୍କ ନେତୃତ୍ୱରେ ୧୦୦ ଜଣ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ନିଯୁକ୍ତ କରାଯାଇଛନ୍ତି ।

ବିଭିନ୍ନ ସ୍ଥାନରେ ୪୫ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ମୁତୟନ ରହିବେ । ଜନମୋର୍ଚ୍ଚାର କର୍ମକର୍ତାମାନେ ପ୍ରତିଶୃତି ଦେଇଛନ୍ତି ଯେ ସେମାନେ ଦୁଇଟି ସ୍ଥାନରୁ ମୋଟ ୫୦,୦୦୦ ସମର୍ଥକଙ୍କର ଶୋଭାଯାତ୍ରା ବାହାର କରିବେ ।

ଗୋଟିକରେ ୪୦,୦୦୦ ଓ ଅନ୍ୟଟିରେ ୧୦,୦୦୦ ଲୋକ ଆସିବାପାଇଁ କମିସନରେଟ ପୁଲିସକୁ ପ୍ରତିଶୃତି ମିଳିଛି । ।

ରବିବାରର ସମାବେଶ ସମ୍ପର୍କରେ ସୂଚନା ଦେଇ ଜନମୋର୍ଚ୍ଚାର ମୁଖ୍ୟ ପ୍ରବକ୍ତା ଶ୍ରୀ ଯଜ୍ଞେଶ୍ୱର କହିଛନ୍ତି ଯେ ସେମାନଙ୍କ ସମାବେଶରେ ବିଜେଡିର ୭୦,୦୦୦ କାର୍ଯ୍ୟକର୍ତା ଯୋଗ ଦେଉଛନ୍ତି ବୋଲି ରିପୋର୍ଟ ପାଇବାପରେ ବିଜେଡିର କେତେଜଣ ନେତା ଏପରିକି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଶଙ୍କିତ ହୋଇ ଉଠିଛନ୍ତି ।

ସେମାନଙ୍କ ପକ୍ଷରୁ ଆମର ଶୁଭେଚ୍ଛୁମାନଙ୍କୁ ଅଟକାଇବା ପାଇଁ ବହୁ ପ୍ରକାରର ଉଦ୍ୟମ କରାଯାଉଛି ବିଶେଷକରି ସରକାରୀ କଳକୁ ବ୍ୟବହାର କରି ଗାଡି ମାଲିକମାନଙ୍କୁ ଜନମୋର୍ଚ୍ଚା ସମର୍ଥକମାନଙ୍କୁ କୌଣସି ପ୍ରକାରେ ଭୁବନେଶ୍ୱର ନନେବାପାଇଁ ଧମକଚମକ ଦିଆଯାଉଛି ।

ତା ସତ୍ଵେ ଏହି ସମାବେଶ ନିଶ୍ଚିତ ସଫଳ ହେବ ବୋଲି ଯଜ୍ଞେଶ୍ୱର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜନମୋର୍ଚ୍ଚା, ପୁଲିସ କମିସନର, ପ୍ୟାରୀମୋହନ ମହାପାତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଶହୀଦନଗର, ସରକାରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ