• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୋଲିସ

ସବ୍ୟସାଚୀଙ୍କୁ ଧରିବାପାଇଁ ଅଭିଯାନ

November 17, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଧରିବା ପାଇଁ ଚାଲିଛି ରାଜ୍ୟର ବଡ ସଂଗଠିତ ଅଭିଯାନ । ତିନୋଟି ଜିଲ୍ଲାର ସୀମା ସିଲ୍ କରି ଘେରି ରହିଛନ୍ତି ତିନିଶହରୁ ଅଧିକ ଜବାନ । ନଜର ରଖିଛି ହେଲିକ୍ୟାପ୍ଟର ।

ଗଜପତି ଜିଲ୍ଲା ମୋହନା ଏନ୍କାଉଣ୍ଟର ପରେ ମାଓ ଦମନ ପାଇଁ ସକ୍ରୀୟ ହୋଇଛି ପୋଲିସ । ପଣ୍ଡାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଛି ।

ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପୋଲିସ ଜଙ୍ଗଲ ଭିତରେ ଚଳାଇଛନ୍ତି ସର୍ଚ୍ଚ ଅପରେସନ । ଗତକାଲି ମାଓ ସଂଗଠନ ସହ ସଂପୃକ୍ତ ଥାଇ ବିଭିନ୍ନ କାରନାମାରେ ସଂପୃକ୍ତ ଥିବା ୬ଜଣ ମାଓବାଦୀଙ୍କୁ ଧରିବା ପାଇଁ ଗଜପତି ପୁଲିସ ପକ୍ଷରୁ ଫଟୋ ସଂଯୁକ୍ତ ପ୍ରାଚୀରପତ୍ର ମୋହନାର ବିଭିନ୍ନ ସ୍ଥାନରେ ଲଗା ଯାଇଥିଲା । ଆଜି ସବ୍ୟସାଚୀଙ୍କ ଫଟୋ ସଂଯୁକ୍ତ ପ୍ରାଚୀରପତ୍ର ଗଞ୍ଜାମ ଓ ଗଜପତିର ବିଭିନ୍ନ ସ୍ଥାନରେ ଲଟକାଇଛି ।

ଗତ ୧୪ ତାରିଖ ଏନ୍କାଉଣ୍ଟରେ ସବ୍ୟସାଚୀ ଆହତ ଖବର ପାଇଛି ପୋଲିସ । ଆହତ ଅବସ୍ଥାରେ ଜଙ୍ଗଲରେ ବେଶୀ ଦୁର ଯିବା ସମ୍ଭବ ହୋଇ ନଥିବାରୁ ସେ ଆଖପାଖ ଅଞ୍ଚଳରେ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ସେଥିପାଇଁ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତା ନେବା ସହ ପୋଷ୍ଟର ମାରିଛି ।

ଗଜପତି ସହ ଗଞ୍ଜାମ ଅଞ୍ଚଳର ସୀମାନ୍ତରେ ବଡ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ପୋଲିସ । ଏଥିରେ ସାମିଲ ହୋଇଛନ୍ତି ସିଆରପିଏଫ,ଏସ୍ଓଜି ଓ ଡିଭିଏଫ୍ ଜବାନ । ଏହା ସହ ସୈନିକ ହେଲିକ୍ୟାପ୍ଟରକୁ ନିୟୋଜିତ କରାଯାଇଛି ।

ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ରାଧାକୃଷ୍ଣ ଶର୍ମା, ସିଆରପିଏଫ ଡିଆଇଜି ଜେ ପି କେ ରାୟ ମୋହନାରେ ପହଞ୍ଚିଛନ୍ତି । ଦୁଇ ବରିଷ୍ଠ ଅଧିକାରୀ ସହ ଗଞ୍ଜାମ, ଗଜପତି ଏସ୍ ପିଙ୍କ ନେତୃତ୍ୱରେ ଜାରି ରହିଛି କମ୍ବିଂ ।

ଗଜପତିରେ ରହି ଅପରେସନକୁ ନିରିକ୍ଷଣ କରୁଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ଓ ସିଆରପିଏଫ୍ ଡିଆଇଜି । ମୋହନା ଥାନାରେ ପହଞ୍ଚି ଏନ୍କାଉଣ୍ଟର ସମୟର ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ରକୁ ଦେଖିଥିଲେ ।

ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି ୪ଟି ବନ୍ଧୁକ, ଇଟାଲିୟନ ପିସ୍ତଲ,୨୯ ରାଉଣ୍ଡ ଗୁଳି , ଶହେ କିଲୋରୁ ଅଧିକ ବିସ୍ପୋରକ ସାମଗ୍ରୀ ଓ ନକସଲ ପୋଷାକ, ପୁସ୍ତକ , ଔଷଧ ଆଦି ସାମଗ୍ରୀ । ମୋହନା ଏନ୍ କାଉଣ୍ଟରରେ ପ୍ରାଣ ହରାଇଥିବା ସମସ୍ତ ନକସଲଙ୍କ ପରିଚୟ ମିଳିଛି । ସମସ୍ତ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ପୋଲିସ, ମାଓନେତା ସବ୍ୟସାଚୀ

ପାରାଦୀପ: ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ

November 17, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପାରାଦୀପ,ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-ପାରାଦ୍ୱୀପ ବଡ ପିଡଆରେ ଥିବା ଶାରଳା କମର୍ସିଆଲ ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ କରିଛି । ଇନଷ୍ଟିଚ୍ୟୁଟରେ ବିଭିନ୍ନ ପ୍ରକାର ନକଲି ରବର ଷ୍ଟାମ୍ପ ତିଆରି ହେଉଥିଲା ।

ଏହି ଚଢଉବେଳେ ବିଭିନ୍ନ ପ୍ରକାର ନକଲି ସାର୍ଟିପିକେଟ, ନକଲି କାର୍ଡ, ପରିଚୟ ପତ୍ର ଏବଂ ଏଗୁଡିକ ତିଆରିରେ ବ୍ୟବହୃତ କମ୍ପ୍ୟୁଟର, ସ୍କାନର ପ୍ରଭୃତି ଜବତ ହୋଇଛି । ଏହି ଇନଷ୍ଟିଚ୍ୟୁଟର ମାଲିକ ବିଶ୍ୱ ରଂଜନ ପାତ୍ରଙ୍କ ସମେତ ଜଣେ କର୍ମଚାରୀକୁ ପୋଲିସ ଅଟକ ରଖି ପଚରା ଉଚରା ଚାଲିଛି ।

ଏଥିସହିତ ବିଭିନ୍ନ ପ୍ରକାର ସାର୍ଟିପିକେଟକୁ ଅବିକଳ ନକଲ କରାଯାଉଥିଲା । ଚଢାଉରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ରବର ଷ୍ଟାମ୍ପ ମଧ୍ୟ ଜବତ କରାଯାଇଛି ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ନକଲି ସାର୍ଟିପିକେଟ, ପାରାଦୀପ, ପୋଲିସ, ଶାରଳା କମର୍ସିଆଲ ଇନଷ୍ଟିଚ୍ୟୁଟ

ମାଓବାଦୀଙ୍କୁ ଧରିବା ପାଇଁ ପୋଷ୍ଟର ମାରିଲା ପୋଲିସ

November 16, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍)-ମାଓଦମନ ଅଭିଯାନରେ ଗଞ୍ଜାମ ଓ ଗଜପତି ପୁଲିସକୁ ବଡଧରଣର ସଫଳତା ମିଳିବା ପରେ ବଂଶଧାର ଓ ଘୁମୁସର ଡିଭିଜନର ୬ ଜଣ କ୍ୟାଡର ମାଓବାଦୀଙ୍କ ଫଟୋ ସମ୍ବଳିତ ପୋଷ୍ଟର ଜାରି କରିଛି ଗଜପତି ପୋଲିସ ।

ଏହି ମାଓବାଦୀମାନେ ହେଲେ ଅରୁଣା, କ୍ରୀଷ୍ଣା, ଆନ୍ଦ୍ରୀୟ ମାଝି, ପ୍ରମୋଦ ମାଝି, ପ୍ରତାପ ନାୟକ ଓ ପମି ନାୟକ । ଏମାନଙ୍କୁ ଧରାଇଦେଲେ ପୁରସ୍କାର ପ୍ରଦାନ କରାଯିବ । ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ପୋଲିସ କହିଛି ।

ଏନ୍କାଉଣ୍ଟରରେ ପ୍ରାଣ ହରାଇଥିବା ୫ ମାଓବାଦୀମାନଙ୍କ ମୃତଦେହକୁ ମୋହନା ଡାକ୍ତରଖାନାରୁ ବ୍ରହ୍ମପୁର ବଡ ମେଡିକାଲକୁ ଅଣା ଯାଇଛି । ଏଠାରେ ତାଙ୍କ ଶବର ବ୍ୟବଚ୍ଛେଦ କରାଯିବ । ସରକରୀ ଭାବେ ଏମାନଙ୍କ ପରିଚୟ ଘୋଷଣା କରାଯାଇ ନାହିଁ । ମୃତ ପରିବାରର ଲୋକେ ତାଙ୍କୁ ଚିହ୍ନଟ କରିବା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଏହି ୫ ଜଣ ନୟାଗଡ ଆକ୍ରମଣରେ ସବ୍ୟସାଚୀଙ୍କ ସହିତ ଥିଲେ ବୋଲି ପୋଲିସ କହିଛି ।

ଗଂଜାମ ଏସିପି ଙ୍କ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି । ତା ନାମ ହେଉଛି ସୁମିତ୍ରା । ଘର ଗୋଛା ଗାଁ ରେ । ସେ ଘୁମସର ଡିଭିଜନରେ କ୍ୟାଡର ମାଓବାଦୀ ଭାବେ କାମ କରୁଥିଲା ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ପୋଲିସ, ମାଓବାଦୀ

ବିଧାୟକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତର ଆତ୍ମସମର୍ପଣ

November 16, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର,ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍)-ଜଗତସିଂହପୁର ବିଧାୟକ ବିଷ୍ଣୁ ଦାସଙ୍କୁ ମୋବାଇଲରେ ହତ୍ୟା ଧମକ ଦେଇଥିବା ମୁଖ୍ୟ ଅଭିଯୁକ୍ତ ନାଉଗାଁ ଥାନାରେ ଆତ୍ମ ସମର୍ପଣ କରିଛି ।

ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି ସାରଦା ପରିଜା । ତାକୁ ଗିରଫ କରାଯାଇ କୋଟ ଚାଲାଣ କରାଯିବ ବୋଲି ନାଉଗାଁ ପୋଲିସ କହିଛି । ପୋଲିସର ଛାନଭିନ୍ ରେ ଭୟଭିତ ହୋଇ ସାରଦା ଆତ୍ମସମର୍ପଣ କରିଛି ।

ସାରଦା କହିଛି ଯେ ମଦ ପିଇ ନିଶାସକ୍ତ ଭାବେ ଏପରି କରିଛି । ଏମ୍ଏଲଏ ବିଷ୍ଣୁ ଦାସଙ୍କ ସହିତ ତାଙ୍କର କିଛି ଗଣ୍ଡଗୋଳ ନାହିଁ । ସେ ଭୁଲ ବଶତଃ ଏପରି କରିଛି । ସେଥିପାଇଁ ସେ କ୍ଷମା ଭିକ୍ଷା କରିଛି ।

ଏ ସଂପର୍କରେ ବିଧାୟକ ଲିଖିତ ଭାବେ ଅଭିଯୋଗ କରିଥିଲେ । ବିଧାୟକ ଶିଖର ପଞ୍ଚାୟତର ସାରେଇକୁଳ ମା’ଶ୍ୟାମାକାଳୀ ପୂଜାରେ ଯୋଗ ଦେବାକୁ ଆସିଥିବା ସମୟରେ ତାଙ୍କ ମୋବାଇଲକୁ ୧୦ଟା ୧୬ ମିନିଟରେ ଏକ ଅଜଣା ନମ୍ବରରୁ କଲ ଆସିଥିଲା ।

ଅପରପଟୁ ଆସିଥିବା ଫୋନ କଲକୁ ତାଙ୍କର ଅଙ୍ଗରକ୍ଷୀ ଉଠାଇବା ମାତ୍ରେ ଫୋନ କରିଥିବା ବ୍ୟକ୍ତି ଜଣକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବିଧାୟକଙ୍କୁ ଫୋନ ଦେ ବୋଲି ତାଗିଦ କରିଥିଲେ ।

ପରେ ତାଙ୍କର ପରିଚୟ ରବି ପରିଜା ବୋଲି କହିବା ସହିତ ବିଧାୟକଙ୍କୁ ଫୋନ ଧରିବାକୁ କହ ବୋଲି ଧମକ ଦେଇଥିଲେ । ବାରମ୍ବାର ଫୋନ କରିବା ପରେ ନିଜେ ବିଧାୟକ ଫୋନ ଉଠାଇବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହିତ ସେହି ବ୍ୟକ୍ତି ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇବା ପରେ ନାଉଗାଁ ପୁଲିସ ଏକ କେସ ରୁଜୁ କରି ତଦନ୍ତ ଜାରି ରଖିଥିଲେ । ବିଧାୟକ ବିଷ୍ଣୁ ଦାସଙ୍କୁ ହତ୍ୟା ଧମକ ଘଟଣା ଜିଲା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଯେତେଶୀଘ୍ର ସମ୍ଭବ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଠାବ କରିବା ପାଇଁ ଏସପି ସତ୍ୟବ୍ରତ ଭୋଇଙ୍କ ନିର୍ଦେଶରେ ତଦନ୍ତ ଚାଲିଥିଲା

ଧମକ ଆସିଥିବା ଫୋନ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ଫୋନ ନାଉଗାଁ ଗାଁର ଦେବପ୍ରସାଦ ପରିଜାଙ୍କ ନାଁରେ ଥିବା ତଦନ୍ତ ପରେ ଜଣାପଡିଛି । ତେବେ ଦେବପ୍ରସାଦ ଏବେ ଚେନ୍ନଇରେ ରହୁଛନ୍ତି ।

ତାଙ୍କ ପରିବାର ଲୋକେ କି ଆଉ କେହି ତାଙ୍କ ନାଁରେ ସଂଯୋଗ ନେଇ ଏପରି କରିଥିବେ ତାହାର ତଦନ୍ତ ଆରମ୍ଭ ହୋଇଥିଲା । ମୋବାଇଲ ନମ୍ବର ସଂଯୋଗ ଥିବା ବ୍ୟକ୍ତିଙ୍କୁ ଘଟଣା ସଂପର୍କରେ ଜଣାଇ ଦିଆଯାଇଥିଲା । ହତ୍ୟା ଧମକ ଦେଇଥିବା ବ୍ୟକ୍ତି କେଉଁ ମୋବାଇଲ ଟାୱାର ଅଧୀନରେ କଥା ହୋଇଥିଲେ ସେ ନେଇ ମୋବାଇଲ କଂପାନୀଠାରୁ ତଥ୍ୟ ସଂଗ୍ରହ ହୋଇଥିଲା ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଜଗତସିଂହପୁର, ପୋଲିସ, ହତ୍ୟା ଧମକ

ସବ୍ୟସାଚୀଙ୍କୁ ଧରିବା ପାଇଁ ପୁଲିସର ଅପରେସନ ଜୋରଦାର

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ମାଓଦମନ ଅଭିଯାନରେ ଗଞ୍ଜାମ ଓ ଗଜପତି ପୁଲିସକୁ ବୁଧବାର ଦିନ ଏକ ବଡଧରଣର ସଫଳତା ମିଳିବାପରେ ଆଜି ଆହତ ମାଓନେତା ସବ୍ୟସାଚୀଙ୍କୁ ଧରିବା ପାଇଁ ପୁଲିସ ବାହିନୀ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନକୁ ଅଧିକ ଜୋରଦାର କରି ଦିଆଯାଇଛି ।

ମୁହାଁମୁହିଁ ସଂଘର୍ଷ ବେଳେ ଓଡିଶା ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ସମେତ ତାଙ୍କ ଦଳର କେତେକ ବରିଷ୍ଠ ମାଓନେତା ଖସି ଚାଲି ଯାଇଥିଲେ । ଆହତ ସବ୍ୟସାଚୀ ଜଙ୍ଗଲ ଭିତରେ ଲୁଚି ରହିଥିବା ଏବଂ ସେ ବେଶିଦୂର ଯାଇପାରିନଥିବା ଜାଣିପାରି ଏସଓଜି ଏବଂ ଡିଭିଏଫ ବାହିନୀ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ଡିଆଇଜି ଓ ଦୁଇ ଜିଲାର ପୁଲିସ ଜିଲାର ଅଧିକ୍ଷକମାନେ ଜଙ୍ଗଲରେ ଫୋର୍ସ ସହ ପହଞ୍ଚି ଦୀର୍ଘସମୟ ଧରି ଖୋଜାଖୋଜି କରିବା ପରେ ମାଓବାଦୀମାନଙ୍କ ମୃତଦେହକୁ ଠାବ କରିବା ପରେ ମୋହନା ଡାକ୍ତରଖାନାକୁ ଆଣିଥିଲେ ।

ଆଜି ସେହି ମୃତଦେହ ଗୁଡିକୁ ମୋହନାରୁ ବ୍ରହ୍ମପୁର ଅଣାଯାଇଛି । ସେହିପରି ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ଜଣ ଜବାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଛି ।

ସବ୍ୟସାଚୀଙ୍କ ପତ୍ନୀ ମିଲିପଣ୍ଡା ଏ ଘଟଣାନେଇ ପୋଲିସ ଡିଜିଙ୍କୁ ଭେଟିବାକୁ ଚାହିଁଛନ୍ତି । ସେ କହିଛନ୍ତି ଗାନ୍ଧୀବାଦି ନେତା ଏବଂ ଡିଜିଙ୍କୁ ସେ ପଚାରିବେ କାଲି ଯେଉଁ ଆକ୍ରମଣ ହୋଇଛି ତାହା କଣ ଶାନ୍ତିକଥା ପାଇଁ ଏକ ପ୍ରହସନ ଥିଲା କି ? ଛଳନା ଥିଲାକି ?

ମୋହନା ଥାନାଠାରୁ ୨୦ କିଲୋମିଟର ଦୂର ମଳାସପଦର ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓନେତା ସବ୍ୟସାଚୀ ପଣ୍ଡା ନିଜେ ଗଢିଥିବା ନୂତନ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ଏବଂ ପୁରୁଣା ସହଯୋଗୀମାନଙ୍କୁ ଏକାଠି କରିବା ପାଇଁ ଶିବିର ଆୟୋଜନ କରିଥିଲେ ।

ଗତକାଲି ରାତିରେ ଗଞ୍ଜାମ ଓ ଗଜପତି ଜିଲାର ବରିଷ୍ଠ ପୁଲିସ ପଦାଧିକାରୀ ସମେତ ଜିଲା ଭଲ୍ୟୁଣ୍ଟାରି ଫୋର୍ସ(ଡିଭିଏଫ) ଓ ଏସଓଜି ଜବାନମାନେ ମିଳିତ କମ୍ବିଂ ଆରମ୍ଭ କରିଥିଲେ ।

ସର୍ଚ୍ଚ ଅପରେସନ ବେଳେ ଭାଲିଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଏବଂ ପୁଲିସ ଫୋର୍ସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଥିଲା । ପ୍ରଥମେ ଲାଲବାହିନୀ ପକ୍ଷରୁ ଗୁଳି ବର୍ଷଣ ଆରମ୍ଭ ହୋଇଯାଇଥିଲା ।

ଏହାର ପାଲଟା ଜବାବ ପୁଲିସ ବାହିନୀ ପକ୍ଷରୁ ଦିଆଯାଇଥିଲା । ରାତି ତମାମ ଏନକାଉଣ୍ଟର ଚାଲିବା ପରେ ବୁଧବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ୫ଜଣ ମାଓବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ମାଓବାଦୀଙ୍କ ପାଲଟା ଗୁଳିରେ ୨ ଜଣ ଜବାନ ମଧ୍ୟ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କମ୍ବିଂ ଅପରେସନ, ପୋଲିସ, ମାଓନେତା ସବ୍ୟସାଚୀ

ଡାକ୍ତରଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ହାଇକୋର୍ଟ ନୋଟିସ

November 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) -ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ସନ୍ଦେହଜନକ ମୃତୁ ଘଟଣାରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ହୋଇକୋର୍ଟ । ତଦନ୍ତ ପ୍ରକ୍ରୀୟାରେ କଣ ଅଗ୍ରଗତି ଘଟିଛି ସେ ସଂପର୍କରେ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି.ଗୋପାଳ ଗୌଡ ଓ ଜଷ୍ଟିସ ବିରକିଶୋର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଳୀ କରିଥିଲେ ।

ମାଧବୀଙ୍କ ମୃତ ତଦନ୍ତ ପାଇଁ ପୋଲିସ ଦ୍ୱାରାହେଉଥିବା ତଦନ୍ତ ଉପରେ ଭରସା ନକରି ସିବିଆଇ ତଦନ୍ତ ପାଇଁ ମୃତକଙ୍କ ଭାଇ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଅନ୍ୟପଟେ ଏହି ଘଟଣାରେ ପୁରୀରେ କ୍ରାଇମବ୍ରାଂଚ ତଦନ୍ତ ଜାରିରଖିଛି ।

ତେବେ ବଦଳି ଚାପ ଏବଂ ପ୍ରେମଜନିତ କାରଣରୁ ମାଧବୀ ଟ୍ରେନ ସମ୍ମୁଖରେ ଶୋଇ ଆତ୍ମହତ୍ୟା କରିଥିବା ଜିଆରପି ପୁଲିସ ଗଣମାଧ୍ୟମକୁ କହିଛି ।ଗତ ୨୬ଦିନ ଧରି ଅନ୍ଧାରରେ ବାଡିବୁଲାଉଥିବା ରେଳବାଇ ପୁଲିସ ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚକୁ ତଦନ୍ତ ରେକର୍ଡ ହସ୍ତାନ୍ତର କରିବା ପୂର୍ବରୁ ଏପରି ସୂଚନାଦେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଡିଏସପି ଆଲୋକ ଦାସଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ମଙ୍ଗଳବାର ଦିନ ପୁରୀ ଜିଆରପି ଫାଣ୍ଡିରେ ପହଞ୍ଚି ଶବ ବ୍ୟବଚ୍ଛେଦ ରିପୋର୍ଟ ସମେତ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସର ଡ୍ରାଇଭର, ଗାର୍ଡ ଏବଂ ମାଳତୀପାଟପୁର ରେଳ ଷ୍ଟେସନର ଫ୍ଲାଗମ୍ୟାନଙ୍କ ଲିଖିତ ବୟାନକୁ ଟିକିନିଖିଭାବେ ଯାଞ୍ଚ କରିଥିଲେ ।

ଜିଆରପି ପୁଲିସକୁ ସାଥୀରେ ଧରି କ୍ରାଇମବ୍ରାଞ୍ଚ ଟିମ ଶବ ପୋତାଯାଇଥିବା ଶ୍ମଶାନକୁ ଯାଇଥିଲେ । ସଂପୃକ୍ତ ସ୍ଥାନକୁ ଖୋଳାଯାଇଥିଲେ ମଧ୍ୟ ସେଠାରେ ଶବର ଚିହ୍ନବର୍ଣ୍ଣ ମିଳିନଥିଲା । ବୁଧବାର ଦିନ ଟିମ୍ ସଦସ୍ୟମାନେ ସଂଗ୍ରହ କରିଥିବା ତଥ୍ୟର ଯାଞ୍ଚ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଗଣମାଧ୍ୟମ, ପୋଲିସ, ମାଧବୀଲତାଙ୍କ ମୃତ, ରାଜ୍ୟ ସରକାର, ହାଇକୋର୍ଟ

ସମ୍ବଲପୁର ପୋଲିସକୁ ସଫଳତା

November 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) – ସମ୍ବଲପୁର ପୁଲିସ ହାତରେ ଧରାପଡିଛି ଶାନ୍ତିନଗରର ଦୁର୍ଦ୍ଧାନ୍ତ ଅପରାଧୀ ରାଜେଶ ସାହୁ । ମଙ୍ଗଳବାର ଦିନ ଲପଙ୍ଗା ରେଳଷ୍ଟେସନ ଢାବା ମାଲିକକୁ ଗୁଳିକରି ଫେରାର ହୋଇଯାଇଥିବା ରାଜେଶ ଓ ତାର ସାଙ୍ଗସୋନୁ ଧରାପଡିଛନ୍ତି ।

ଏସପି ନିଖିଳ କୁମାର କାନୋଡ଼ିଆ ବୁଧବାର ଦିନ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, କାଉନସିଲରଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ୬ଟି ବନ୍ଧୁକ, ୨୧ଟି ଗଳି, ୭ଟି ବାଘନଖ, ୩ଟି ପିସ୍ତଲ ଓ ଗୋଟିଏ ଟିଭିଏସ ଆପାଚି ମୋଟର ସାଇକେଲ ଜବତ ହୋଇଥିବା ରାଜେଶ ସାହୁ ଜଣେ ଚୋରା ବନ୍ଧୁକ ବେପାରୀ ।

ସେ ବିହାର ଓ ଝାଡ଼ଖଣ୍ଡରୁ ବନ୍ଧୁକ ଓ ଗୁଳି ଆଣି ସମ୍ବଲପୁର ଓ ଝାରସୁଗୁଡ଼ା ଜିଲାର ବିଭିନ୍ନ ଲୋକଙ୍କୁ ବିକ୍ରି କରିଥିଲା ।

ତା’ର ସୂଚନା ଅନୁସାରେ ପୁଲିସ ସମ୍ବଲପୁରର ୨୧ ନମ୍ବର ୱାର୍ଡ କାଉନସିଲର ଲକ୍ଷ୍ମୀନାରାୟଣ ପଟେଲ ଓରଫ ଘନକୁ ଗିରଫ କରି ଗୋଟିଏ ବନ୍ଧୁକ ଜବତ କରିଛି । ସେହିପରି ରେଙ୍ଗାଲି ଗୁରୁପାଲିର ରୁସ୍ତମ କବାଡ଼ିବାଲାକୁ ଗିରଫ କରି ଗୋଟିଏ ମାଉଜର, ୧ ପିସ୍ତଲ ଓ ୧ଗୁଳି ଜବତ କରିଛି । ଶାସନ ଥାନା ପରମାଣପୁରର ଚାଷୀ ଦିଲୀପ ବଘାରଠାରୁ ଏକ ପିସ୍ତଲ ଜବତ କରାଯାଇଛି ।

ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନାର ଗଜପତିନଗର ବାସିନ୍ଦା ସୁନିଲ ମଲ୍ଲିକ ଓ ବିଲୁ ସାହୁଙ୍କଠାରୁ ଏକ ୭.୬ କ୍ୟାଲିବରର ମାଉଜର, ୨ଟି ମ୍ୟାଗାଜିନ ଓ ୩ଟି ଗୁଳି ଜବତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ପୋଲିସ, ରେଳଷ୍ଟେସନ, ସମ୍ବଲପୁର, ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗୀର ଖପରାଖୋଲରେ ମାଓବାଦୀଙ୍କ ନୃଶଂସ କାଣ୍ଡ

November 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର,ନଭେମ୍ବର ୪ (ଓଡ଼ିଶା ଡ଼ଟ୍ କମ୍)–ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ ରେଙ୍ଗାଲି ଗାଁରେ ଘରେ ପଶି ମାଓବାଦୀମାନୋ ପୋଲିସ ଇନ୍ଫର୍ମର ଓ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ମୁରଲୀ ମେହେରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ।

ଶନିବାର ରାତି ପ୍ରାୟ ୯ଟାରେ ମାଓବାଦୀମାନେ ମୁଲରୀଙ୍କ ଘରେ ପସି ମୁଣ୍ଡରେ ଗୁଳି ମାରିବା ପରେ ଦେହସାରା ଟାଙ୍ଗିଆରେ ହାଣି ଅତି ନୃଶଂସଭାବରେ ହତ୍ୟା କରିବାପରେ ପୋଷ୍ଟର ଛାଡି ଯାଇଛନ୍ତି ।

ଘଟଣାପରେ ଆଜି ସକାଳୁ ବଲାଙ୍ଗୀର, ନୂଆପଡା ସୀମାନ୍ତ ଫରୁଆ ମୁଣ୍ଡା ଗାଁ ଜଙ୍ଗଲରେ ପୋଲିସ କମ୍ବିଂ ଅପରେସନ ଚଳାଇଛି । ମୁହାଁମୁହିଁ ହେଲେ ପୋଲିସ ଏବଂ ମାଓବାଦୀ । ଦୀର୍ଘ ସମୟଧରି ଉଭୟପଟୁ ଗୁଳି ବିନିମୟ ହେଲା । ଶେଷରେ ପୋଲିସକୁ ଚକମା ଦେଇ ପଳାଇଗଲେ ମାଓବାଦୀ ।

ପୋଲିସ ଜଙ୍ଗଲ ଭିତରେ ଗୋଟିଏ ମାଓ କ୍ୟାମ୍ପକୁ ଠାବ କରିବା ସହିତ ଅନେକ ବିସ୍ପୋରକ ସହିତ ମାଓ ସାମଗ୍ରୀ ଜବତ କରିଛି ।

ଡିଆଇଜି ସଂଜୟ କୁମାର କହିଛନ୍ତି ଯେହେତୁ ସେ ମଦ ବିକ୍ରୀ କରୁଥିଲା ସେହି ରାଗରେ ମାଓବାଦୀମାନେ ତାକୁ ହତ୍ୟା କରିଛନ୍ତି । ସଂଘର୍ଷବେଳେ କିଛି ମାଓବାଦୀ ଆହତ ହୋଇଥାଇପାରନ୍ତି ବୋଲି ଆମେ ଆଶା କରୁଛୁ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କମ୍ବିଂ ଅପରେସନ, ପୋଲିସ, ବଲାଙ୍ଗୀର, ମାଓବାଦୀ

ବୋମା ଫୁଟିବାର ୨୪ ଘଣ୍ଟା ପରେ ମଧ୍ୟ ଗିରଫ ହୋଇ ନାହିଁ ଅପରାଧି

November 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର ,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)–ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ପନ୍ଦରା ସାହିରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଏକ ପାର୍ସଲ ବୋମା ଫୁଟି ଜଣେ ଛାତ୍ରୀ ଆହତ ହେବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅପରାଧିକୁ ଗିରଫ କରିପାରି ନାହିଁ ।

ଗୋଳନ୍ଥରା ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିପଚରା ଉଚରା କରୁଛି ।

ସୌରୀ ବେହେରା ନିଜ ଘରର କବାଟ ଖୋଲିବା ସମୟରେ ଘର ସମ୍ମୁଖରେ ଗୋଟିଏ ପ୍ଲାଟିକ ଟିଫିନ ବକ୍ସ ଭଳି ପାର୍ସଲ ରଖାଯାଇଥିଲା । ପାର୍ସଲଟି ଜୟନ୍ତୀ ନାମରେ ଆସିଥିବାରୁ ସୌରୀଙ୍କ ଝିଅ ଜୟନ୍ତୀ ଉକ୍ତ ପାର୍ସଲକୁ ଘରକୁ ନେଇଯାଇ ଖୋଲିଦେବାରୁ ବୋମାଟି ପ୍ରଚଣ୍ଡ ଶବ୍ଦ ହୋଇ ଫୁଟିଯାଇଥିଲା ଓ ସେ ଗୁରୁତର ଭାବେ ଆହତ ହୋଇଥିଲେ ।

ସେହିପରି ପନ୍ଦରା ସାହି ନିକଟସ୍ଥ ଖଣ୍ଡିଆ ସାହିର ବାଇନାଥ ବାଡ଼ତ୍ୟାଙ୍କ ଘର ଆଗରେ ମଧ୍ୟ ଠିକ ଏହିଭଳି ଏକ ପାର୍ସଲ ବୋମା ରଖାଯାଇଥିଲା ।

ତେବେ କିଛି ସମୟ ପୂର୍ବରୁ ପନ୍ଦରା ସାହିରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିବାରୁ ଉକ୍ତ ପାର୍ସଲକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ସ୍ଥାନୀୟ ଲୋକମାନେ ପାର୍ଶଲଟିକୁ ଗ୍ରାମ ବାହାରକୁ ନେଇଯାଇଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ବୋମା ନିଷ୍କ୍ରିୟ ସ୍କ୍ୱାଡ ଘଟଣାସ୍ଥଳରେ ପହଞ୍ଚି ପାର୍ସଲ ବୋମାକୁ ନିଷ୍କ୍ରିୟ କରିଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଅପରାଧି, ପାର୍ସଲ ବୋମା, ପୋଲିସ

ଜନମୋର୍ଚ୍ଚା ସଦସ୍ୟ ଅମିୟ ପାଣ୍ଡବ ଗିରଫ , ଜାମିନରେ ଛାଡ

November 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)– ଓଡିଶା ଜନମୋର୍ଚ୍ଚାର ସଦସ୍ୟ ଅମିୟ ପାଣ୍ଡବ ଆଜି ଗିରଫ ହେଲାପରେ ସର୍ତମୂଳକ ଜାମିନିରେ ଛାଡ ପାଇଛନ୍ତି ।

ଆଜି ସକାଳେ ତାଙ୍କ ଭିଏସ୍ଏସ୍ ନଗରସ୍ଥିତ ଘରୁ ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା । ଓଡିଶା ଲୋକଦଳର ସଭାପତି ଦିପ୍ତି ରଂଜନ ମହାନ୍ତିଙ୍କୁ ଧମକ, ଗାଳି ଗୁଲଜ ଏବଂ ତାଙ୍କ ଫାର୍ମକୁ ପୋଡି ଦେବା ଅଭିଯୋଗରେ ପାଣ୍ଡବଙ୍କୁ ଗରିଫ କରାଯାଇଥିଲା । ତେବେ ପରେ ତାଙ୍କୁ ସର୍ତମୁଳକ ଜାମିନ ମିଳିଛି ।

ଗତ ସେପ୍ଟେମ୍ବର ୨୬ ତାରିଖରେ ମହାନ୍ତିଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବିରୋଧରେ ଖଣି ଦୁର୍ନୀତି ସଂପୃକ୍ତି ଅଭିଯୋଗରେ ଓଡିଶା ଲୋକଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା ।

ଏହି ବିକ୍ଷୋଭ କାହିଁକି କରାଗଲା ତାହାର ପ୍ରତିବାଦରେ ପାଣ୍ଡବ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ଦିପ୍ତି ରଂଜନଙ୍କୁ ତାଙ୍କ ଘରେ ଯାଇ ଧମକ ଚମକ ଦେଇଥିବା ଦିପ୍ତି ରଂଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ।

ପାଣ୍ଡବ କହିଛନ୍ତି ଦିପ୍ତି ରଂଜନ ମହାନ୍ତି କିଏ ସେ ଆଦୈା ଜାଣନ୍ତି ନାହିଁ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଖଣି ଦୁର୍ନୀତି, ଜନମୋର୍ଚ୍ଚା, ପୋଲିସ, ପ୍ୟାରୀମୋହନ ମହାପାତ୍ର, ରାଜଭବନ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 8
  • Go to Next Page »

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ