• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୋଲିସ

ପ୍ୟାରୀଙ୍କ ରାଲି ପାଇଁ ପୋଲିସର ଅନୁମତି

October 14, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନନେଶ୍ୱର,ଅକ୍ଟେବର ୧୪(ଓଡ଼ିଶା ଡ଼ଟ୍ କମ୍) -ଅକ୍ଟୋବର ୨୮ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାବେଶ ପାଇଁ ପ୍ୟାରୀ ମୋହନ ମହାପାତ୍ର ଙ୍କ ଓଡ଼ିଶା ଜନମୋର୍ଚ୍ଚାକୁ ପୋଲିସ ଅନୁମତି ପ୍ରଦାନ କରିଛି ।

ଲୋୟର ପିଏମ୍ଜି ଠାରେ କ୍ରାନ୍ତି ସମାବେଶ ନାଁ ରେ ହେଉଥିବା ଏହି ରାଲିରେ ପ୍ରାୟ ୫୦ ହଜାର ଲୋକ ଯୋଗ ଦେବାର ସମ୍ଭାବନା ରହିଥିବା ଆୟୋଜକ ମାନେ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରାଜଧାନୀରୁ ବିଭିନ୍ନ କୋଣରୁ ସେଦିନ ଶୋଭା ଯାତ୍ରାମାନେ ବାହାରି ଲୋୟର ପହଞ୍ଚିବେ । କେଉଁ ସ୍ଥାନରୁ କେତେ ସମର୍ଥକ ଆସିବେ ତାର ତାଲିକା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରାଜ୍ୟସ୍ତରୀୟ ସମାବେଶକୁ ପ୍ରତି ପଞ୍ଚାୟତରୁ ଅଧିକ ଲୋକ ନଆସି ଦୁଇ ରୁ ତିନିଜଣ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିବା ଉପରେ ସଂଗଠନ ଗୁରୁତ୍ୱ ଦେଇଛି ।

ବଡଧରଣର ଶୋଭା ଯାତ୍ରା,ମୋଟର ସାଇକେଲ ରାଲି ସହର ପରିକ୍ରମା କରିବ । ଲୋୟର ପିଏମ୍ଜି ଠାରେ କୌଣସି ସାଧାରଣ ସଭା କରାଯିବ ନାହିଁ କି ସଭାମଂଚ ଉପଯୋଗୀ କୌଣସି ପେଣ୍ଡାଲ ତିଆରି କରାଯିବ ନାହିଁ ତଥାପି ଶୋଭା ଯାତ୍ରାକୁ ସମ୍ବୋଧିତ କରା ଯିବାର ବ୍ୟବସ୍ଥା କରିଯିବ ।

ବିଜେଡ଼ିରୁ ନିଲମ୍ବିତ ସାଂସଦ ତଥା ଓଡ଼ିଶା ଜନମୋର୍ଚ୍ଚାର ମୁଖ୍ୟ ପ୍ୟାରୀ ମୋହନ ମହାପାତ୍ର କହିଛନ୍ତି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାବେଶର ଏକ ମାସ ମଧ୍ୟରେ କେବିକେରେ ସମାବେଶର ଆୟୋଜନ କରାଯିବ ।

ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସମାବେଶ ପାଇଁ ସଂଗଠନ ପକ୍ଷରୁ ଯୋଜନା କରାଯାଉଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜନମୋର୍ଚ୍ଚା, ପୋଲିସ, ପ୍ୟାରୀ ମୋହନ ମହାପାତ୍ର

ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ

October 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ନବରଂଗପୁର,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ଚିକିତ୍ସାସେବାରେ ଅବହେଳା କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକ ଗୁରୁବାର ଦିନ ପୂଜାରୀଗୁଡ଼ା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଭଙ୍ଗାରୁଜା କରିଛନ୍ତି ।

ଚିକିତ୍ସାଧିକାରୀ ଡା.ଶରତ ସେଠୀଙ୍କୁ ମଧ୍ୟ ସେମାନେ ମାଡ ମାରିଥିବା ଅଭିଯୋଗ ହୋଇଛି । ଡ଼ାକ୍ତରଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ପରେ ଉକ୍ତ ଅଞ୍ଚଳକୁ ଆଜି ତଦନ୍ତପାଇଁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ବି.ପି.ପୋରିହିତ ଯାଇଥିବା ସମୟରେ ଏହି ଗଣ୍ଡଗୋଳ ହୋଇଥିଲା । ଉତେଜିତ ଗ୍ରାମବାସୀ ତାଙ୍ଗୁ ମଧ୍ୟ ଘେରାଉ କରିଥିଲେ ।

ଆଜି ମାସିକ ବୈଠକ ଥିବାରୁ ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ବିଳମ୍ବରେ ଉମରକୋଟ ପୋଲିସ ଡାକ୍ତରଖାନାରେ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି ।

ଗ୍ରାମବାସୀଙ୍କ କହିବା ଅନୁସାରେ ଗତ ୨ମାସ ଧରି ଏହି ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିଲେ ମଧ୍ୟ କୌଣସି ଡାକ୍ତରଙ୍କ ଦେଖା ନଥିଲା । ଗତ ସପ୍ତାହରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣେ ପ୍ରସୂତିିଙ୍କୁ ଲାଞ୍ଚ ମାଗିବାରୁ ସେଠାରେ ଉତେଜନା ସୃଷ୍ଟି ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଲୋକେ ମେଡିକାଲରେ ତାଲା ପକାଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା.ନନ୍ଦ କିଶୋର ମିଶ୍ରଙ୍କ ନିର୍ଦ୍ଦେଶରେ ଆଜି ତଦନ୍ତ ପାଇଁ ଯାଇଥିବା ଏଡିଏମଓ ବାପି ପୁରୋହିତଙ୍କୁ ପାଞ୍ଚଶହରୁ ଉର୍ଦ୍ଧ ଲୋକ ଅନିୟମିତତା ଅଭିଯୋଗକରେ ତାଙ୍କୁ ଅଟକ ରଖିବା ସହ ଡାକ୍ତର ଶରତ ସେଠୀଙ୍କୁ
ନିସ୍ତୁକ ମାଡ ମାରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଉମରକୋଟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରାମବାସୀ, ଡ଼ାକ୍ତର, ପୋଲିସ

ବଳତ୍କାର, ହତ୍ୟା ମାମଲାର ଆସୀମୀକୁ ଫାଶୀ ଦଣ୍ଡାଦେଶ

October 9, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ଅକ୍ଟୋବର ୯(ଓଡ଼ିଶା ଡଟ୍ କମ୍)-ବହୁ ଚର୍ଚ୍ଚିତ ନାବାଳିକା ବଳତ୍କାର ଓ ହତ୍ୟା ମାମଲାର ଆସୀମୀ ପ୍ରଦୀପ ଦଳେଇକୁ ସମ୍ବଲପୁର ଜିଲ୍ଲା ଦୌରାଜଜ ବିଭୁ ପ୍ରସାଦ ରାଉତରାୟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଉଭୟ ପକ୍ଷ ଓକିଲଙ୍କ ଜବାବ ସୁଆଲପରେ ଦୌରାଜଜ୍ ଶ୍ରୀ ରାଉତରାୟ ମାମଲାର ଦଣ୍ଡ ବିଧାନ କରିଥିଲେ ।

ଅପହରଣ ଘଟଣା ପାଇଁ ଆଇପିସିର ଦଫା ୩୬୬ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଥିଲେ ।

ଧର୍ଷଣ ପାଇଁ ଦଫା ୩୭୨ରେ ଆଜୀବନ କାରାଦଣ୍ଡ ଓ ୭ ହଜାରଟଙ୍କା ଜୋରିମାନା କରିଥିଲେ । ଜରିମାନା ଅନାଦେୟ ଆଉ ଦେଢବର୍ଷ ସଶ୍ରମ କାରାଦାଣ୍ଡାଦେଶ ଦେଇଥିଲେ ।

ପ୍ରମାଣ ନଷ୍ଟ ପାଇଁ ଦଫା ୨୦୧ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ହଜାରେ ଟଙ୍କା ଜୋରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତି । ହତ୍ୟା ଦଫା ୩୦୨ରେ ଅଦାଲତ ମୁତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ।

ଅଦାଲତଙ୍କ ଏହି ରାୟଙ୍କୁ ମୃତା ଛାତ୍ରୀଙ୍କ ପରିବାର ପକ୍ଷରୁ ସ୍ୱାଗତ କରାଯାଇଛି । ଆମ ପରିବାରକୁ ନ୍ୟାୟ ମିଳିଛି । ଆଉ କାହାରି ଝିଅ ସହ ଏଭଳି ଅନ୍ୟାୟ ନହେଉ ।

ଅଭିଯୁକ୍ତ ପ୍ରଦୀପକୁ ଶୀଘ୍ର ଫାଶୀ ଦଣ୍ଡରେ ଝୁଲିବା ସେ ଦେଖିବାକୁ ଚାହାଁନ୍ତି ବୋଲି ନାବାଳିକା ଉର୍ମିଳାଙ୍କ ମା ସନ୍ତୋଷିନୀ ନାଗ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।

ଗତ ସେପ୍ଟେମ୍ବର ମାସରେ ଘଟିଥିବା ଏହି ଜଘନ୍ୟ ଘଟଣାର ବିଚାର ମାତ୍ର ୨୮ ଦିନରେ ଶେଷ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ତିଁଳାପଡାର ରାଣି ବଗିଚାରେ ନିଜ ପିତାମାନଙ୍କ ସହ ରହୁଥିବା ଉକ୍ତ ନାବାଳିକାକୁ ପ୍ରଦୀପ ଚାଉମିନ୍ ଖାଇିବାକୁ ଡାକିନେଇ ମନ୍ଦଲିଆ ପାର୍କକୁ ନେଇ ଯାଇଥିଲା ।

ପ୍ରଦୀପ ପୂର୍ବରୁ ସେମାନଙ୍କର ପରିଚିତ ଥିଲା । ନେବା ସମୟରେ ମା ସନ୍ତୋଷିନୀ ଓ ଅନ୍ୟଜଣେ ସ୍ଥାନୀୟ ମହିଳା କୈକେୟୀ ହାତୀ ତୁାକୁ ଦେଖି ଉର୍ମିଳାକୁ ନେବାକୁ ମନାକରିଥିଲେ ।

ପ୍ରଦୀପ ସେମାନଙ୍କ କଥା ନଶୁଣି ତାକୁ ନେଇ ଯାଇଥିଲେ । ରାସ୍ତା ପାର୍ଶ୍ୱସ୍ଥିତ ଏକ ବୁଦାମୂଳେ ତାକୁ ବଳକ୍ରାର କରିବାପରେ ତଣ୍ଟିଚିପି ହତ୍ୟାକରିଥିଲାା ପରେ ତାର ମୃତ ଦେହକୁ ଏକ ଖାଲୁଆ ଯାଗୁକୁ ଫିଙ୍ଗିଦେଇ ଫେରାର ହୋଇ ଯାଇଥିଲା ।

କଟକ ଜିଲ୍ଲାର ମୂଳ ନିବାସୀ ଅଭିଯୁକ୍ତ ପ୍ରଦୀପ ଦଳେଇ ଜଣେ ପତ୍ନୀ ପରିତ୍ୟକ୍ତ । ସେ ସମ୍ବଲପୁର ଆସି ବଡବଜାର ଅଞ୍ଚଳରେ ଏକ ଭଡାଘରେ ରହୁଥିଲେ । ଫାର୍ମରୋଡରେ ସେ ଜଣେ ବ୍ୟକ୍ତିଙ୍କ ଗାଡି ଚଳାଉଥିଲେ ।

ଘଟଣାଦିନ ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଉର୍ମିଳା ଘରକୁ ନଫେରିବାରୁ ଘରଲୋକମାନଙ୍କ ସନ୍ଦେହ ହୋଇଥିଲା । ଖୋଜାଖୋଜି କରିବାପରେ ବି ନମିଳିବାରୁ ପଡାବାସୀଙ୍କ ସହ ପରିବାର ଲୋକେ ରାମଜୀଗୁଡି ଯାଇ ପ୍ରଦୀପକୁ ଧରି ଥାନାରେ ଜିମା ଦେଇଥିଲେ ।

ସମ୍ବଲପୁର ପୋଲିସ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ମାମଲାର ତ୍ୱରିତ ବିଚାର ପାଇଁ ଘଟଣାର ମାତ୍ର ୭ ଦିନ ମଧ୍ୟରେ ଏସ୍ଡିଜେଏମ୍ଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ ।

ଦୁଇ ଜଣ ପୁଲିସ ଅଫିସର ଆଇଆଇସି ଆରଏନ୍ ଦେଓ ଓ ତଦନ୍ତକାରୀ ପୁଲିସ ଅଫିସର ରଶ୍ମିତା ଜେନାଙ୍କ ସମେତ ୧୨ ଜଣଙ୍କ ସାକ୍ଷ ନିଆ ଯାଇଥିଲା ।

ଓଡ଼ିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନାବାଳିକା ବଳତ୍କାର, ପୋଲିସ, ଫାଶୀଦଣ୍ଡାଦେଶ, ସମ୍ବଲପୁର, ହତ୍ୟା ମାମଲା

କନ୍ଧମାଳରେ ପୋଲିସଙ୍କୁ ଆଉ ଏକ ସଫଳତା

September 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – କନ୍ଧମାଳରେ ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନା ପଣ୍ଡ ହେବା ସହ ୩୪ ପ୍ରକାର ବିସ୍ଫୋରକ ଜବତ କରା ଯାଇଛି ବୋଲି ଜିଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୨୦ କିଲୋଗ୍ରାମର ଗୋଟିଏ, ୧୦ କିଲୋଗ୍ରାମର ଗୋଟିଏ, ୫ କିଲୋଗ୍ରାମର ଗୋଟିଏ, ୨ କି.ଗ୍ରାର ୧୦ଟି ଏବଂ ୧ କି.ଗ୍ରାର ୬ଟି ବିସ୍ଫୋରକ ଜବତ କରାଯାଇଛି । ଏହି ସବୁ ଅତ୍ୟାଧୁନିକ ଯାନ୍ତ୍ରିକ ବିସ୍ଫୋରକ ସାମଗ୍ରୀ ଏବଂ ସମସ୍ତ ବିସ୍ଫୋରକ ପୃଥକପୃଥକ ଭାବେ ଷ୍ଟିଲ ବକ୍ସରେ ରଖାଯାଇଥିଲା ।

ସେହିପରି ସାବୁନ ଖୋଳ ବୋମା ୪୦୦ ଗ୍ରାମର ୮ଟି, ହେଣ୍ଡ ଗ୍ରେନେଡ଼, ଡିଟୋନେଟର ୨୦ଟି, ୧୦ ରିମ ବିଦ୍ୟୂତ ତାର ଏବଂ ଏକ ବଡ଼ ପଲିଥିନ ଜବତ କରାଯାଇଛି । ଜବତ ହୋଇଥିବା ଦୁଇ କି.ଗ୍ରାର ୧୦ଟି ବୋମା ମଧ୍ୟରେ କେବଳ ଏକମାତ୍ର ବୋମା ଏକ ମଧ୍ୟମ ଧରଣର ଗାଡ଼ି ଧ୍ୱଂସ କରି ଦେଇପାରିବ ବୋଲି କୁହାଯାଇଥିଲା ।

ଘଟଣାସ୍ଥଳରେ କିଛି ବିସ୍ଫୋରକ ସାମଗ୍ରୀକୁ ବୋମା ନିଷ୍କ୍ରିୟକାରୀ ଦଳ ନଷ୍ଟ କରି ଦେଇଛନ୍ତି । କନ୍ଧମାଳ ଜିଲା କୋଟଗଡ଼ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ଏହି ଦ୍ରବ୍ୟ ଜବତ ହୋଇଛି ।

କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସାଇତି ରଖି ହିଂସା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ଜୟନାରାୟଣ ପଙ୍କଜ କୌଣସି ସୂତ୍ରରୁ ଖବର ପାଇଥିଲେ ।

ଏହାପରେ ଏସଓଜି ଏବଂ ଅଷ୍ଟମ ବାଟାଲିୟନ ଯବାନମାନେ ମାଓ କ୍ୟାମ୍ପ ସନ୍ଧାନରେ ବାହାରିଥିଲେ । ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ଥିବା ଏକ ଖାତରେ ଏକ ପଲିଥିନ ଘୋଡ଼ା ହୋଇ କିଛି ସାମଗ୍ରୀ ଥିବା ସେମାନଙ୍କ ନଜରରେ ପଡ଼ିଥିଲା । ପରେ ବୋମା ନିଷ୍କି୍ରୟକାରୀ ଦଳ ସହାୟତାରେ ସମସ୍ତ ବିସ୍ଫୋରକ ଜବତ କରାଯାଇଥିଲା ।

ଏହି ଆକଳନ ଅନୁଯାୟୀ ଜବତ ହୋଇଥିବା ସମସ୍ତ ବିସ୍ଫୋରକ କେତେ ଭୟଙ୍କର ହୋଇପାରିଥାନ୍ତା ତାହା ଅନୁମେୟ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, କମ୍ବିଂ ଅପରେସନ, ପୋଲିସ, ମାଓବାଦୀ

ପୋଲିସ-କଂଗ୍ରେସ କର୍ମୀ ସଂଘର୍ଷ: ବିଜେଡିର ପାଲଟା ସମାବେଶ

September 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-କଂଗ୍ରେସ ସମାବେଶରେ ହୋଇଥିବା ପୋଲିସ ଓ କଂଗ୍ରେସ କର୍ମୀ ସଂଘର୍ଷ ଘଟଣାକୁ ନେଇ ବିଜେଡିର ଛାମୁଆ ସଂଗଠନ ବିଜୁ ଯୁବ ଜନତାଳ, ବିଜୁ ଛାତ୍ର ସଂଗଠନ, ବିଜୁ ମହିଳା ଜନତାଳ ତରଫରୁ ସ୍ଥାନୀୟ ପଦର୍ଶନୀ ପଡିଆଠାରେ ଶନିବାରଦିନ ଏକ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ ଦଳର ଅଧିକାଂଶ ବିଧାୟକ ଓ ଯୁବ-ଛାତ୍ର ନେତୃବୃନ୍ଦ ଯୋଗେଇ କଂଗ୍ରେସ ବିରୋଧରେ ବିଷୋଦଗାର କରିଥିଲେ ।କଂଗ୍ରେସ ଗୁଣ୍ଡା ରାଜ କରୁଛି ଓ ହିଂସା ସୃଷ୍ଟି କରିବାକୁ ସବୁଠି ଉଦ୍ୟମ କରୁଛି ବୋଲି ବିଜେଡି ନେତୃବୃନ୍ଦ ଅଭିଯୋଗକରି ବିଜେଡି ନେତୃବୃନ୍ଦ ଏହାର ଜବାବ ଦେବାକୁ ଯୁବ ଛାତ୍ରବାହିନୀକୁ କହିଛନ୍ତି ।

ବନ୍ଦ ନାଁରେ କଂଗ୍ରେସବାଲା କିଛି ଅରାଜକତା କରିବେ । ଏଥିପାଇଁ ସତର୍କ ହେବାକୁ ପଡିବ ବୋଲି ସମସ୍ତଙ୍କୁ ବିଜେଡି ନେତୃବୃନ୍ଦ କହିଛନ୍ତି । ବିଜେଡି ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଥିଲେ ଯେ ଜଗୀଶ ଟାଇଟଲର ଓଡିଶା ଆସିଲେ ଯୁବକ ଓ ଛାତ୍ରମାନେ ତାଙ୍କୁ ଛାଡିବେ ନାହିଁ ।

ମହିଳାମାନେ ମଧ୍ୟ ତାଙ୍କୁ ଝାଡୁପାହାର ବୋକୁ ପ୍ରସ୍ତୁତ ହେବା ରକାର । ଏଭଳି ଭାବେ ଜଣେ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରାଗଲା ତାକୁ ସମଗ୍ର ବିଶ୍ୱ ଆଜି ନିନ୍ଦା କରୁଛି ।

ସରକାରୀ ଉପମୁଖ୍ୟ ସଚେତକ ତଥା ଯୁବ ବିଜେଡି ସଭାପତି ସଂଜୟ ଦାସବର୍ମା, ମହିଳା ସଭାନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିବାଦ ଧାରଣାରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଅମର ପ୍ରସା ଶତପଥି, ପ୍ରଫୁଲ ସାମଲ, ଅନନ୍ତ ଦାସ, ଅଶୋକ ପଣ୍ଡା, ବିଜୟ ମହାନ୍ତି, ଭାଗିରଥୀ ବଡଜେନା, ଅରବିନ୍ଦ ଢାଲି ପ୍ରମୁଖ କଂଗ୍ରେସକୁ ତୀବ୍ର ସମାଲୋଚନା କରି ଓଡିଶାରେ ହିଂସାର ସ୍ଥାନନାହିଁ ବୋଲି କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ପୋଲିସ

ପୋଲିସ ଜୁଲୁମ ବିରୋଧରେ ସୋମବାର କଂଗ୍ରେସର ଓଡିଶା ବନ୍ଦ

September 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୭ (ଓଡ଼ିଶା ଡ଼ଟ୍ କମ୍)–ଆସନ୍ତା ସୋମବାର ପୋଲିସର ଗୁଣ୍ଡାଗିରି, ବର୍ବର ଆକ୍ରମଣ ବିରୋଧରେ କଂଗ୍ରେସ ଓଡିଶା ବନ୍ଦର ଡାକରା ଦେଇଛି ।

ଉକ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଳ ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେକୁଂ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟଯେ, ଗୁରୁବାର ବିଧାନସଭା ସାମ୍ନାରେ କଂଗ୍ରେସ ଏକ ମହା ସମାବେଶ ଆୟୋଜନ କରିଥିଲା । ଏହି ସମାବେଶରେ ପୋଲିସ ଏବଂ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ ଶତାଧିକ ଲୋକ ଆହତ ହୋଇଥିଲେ ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ପୋଲିସ

ଭଦ୍ରକ: ଗୋରୁ ବୋଝେଇ ଗାଡ଼ି ଜବତ, ୩ ଅଟକ

May 28, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକଜିଲ୍ଲା ଦିନକୁଦିନ ଚୋରା ଗୋରୁ ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଥିବାବେଳେ ସୋମବାର ପୁଣି ଏକ ଗୋରୁ ବୋଝେଇ ଗାଡ଼ି ପୋଲିସ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଛି ।

ପୁରୁଣା ବଜାର ଥାନା ଅଧିନସ୍ଥ ସନ୍ଥିଆ ନିଳକଣ୍ଠପୁର ନିବାସୀ ସେକ୍ ସୋହେଲ ଏବଂ ସେହି ଥାନା ଅଧିନସ୍ଥ ଦୁଇ ଗୋରୁ ବେପାରୀ ସୁକିନ୍ଦାରୁ ଏକ ଗାଡିରେ ୧୨ଟି ଗୋରୁ ବୋଝେଇ କରି ଭଦ୍ରକ ସନ୍ଥିଆ ଆଣୁଥିବା ବେଳେ ସଂଧ୍ୟାରେ ପୋଲିସ ପେଟ୍ରୋଲିଂ ଗାଡ଼ି ସେମାନଙ୍କୁ ଧରିଥିଲା ।

ପୋଲିସ ଏକ ମାମଲା ରୁଜୁ କରିବା ସହ ଗାଈଗୋରୁ ଗୁଡ଼ିକୁ ସ୍ଥାନୀୟ ଗୋଶାଳାରେ ରଖାଯାଇ ଗାଡିକୁ ଜବତ କରିଛି ଏବଂ ତିନି ଅଭିଯୁକ୍ତଙ୍କୁ ଅଟକ ରଖିଛି ।

ଗୋରୁ ଚାଲାଣର ପେଣ୍ଠସ୍ଥଳୀ ହୋଇଥିବା ଭଦ୍ରକରୁ ପଡୋଶୀ ରାଜ୍ୟ ପଶ୍ଚିମବଂଗ ସମେତ ବହୁ ଅଂଚଳକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଗୋରୁ ଗୁଡ଼ିକ ବୋଝେଇ ହୋଇ ଚୋରା ଚାଲାଣ ହୋଇଥାଏ ।

ନିକଟରେ ଏହି ଚୋରା ଗୋରୁ ଚାଲାଣକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଓ ରାଜ୍ୟ ବଜରଂଗ ଦଳର କେତେକ ପ୍ରମୁଖଙ୍କ ସହ ଚୋରା ବେପାରୀଙ୍କ ଗଣ୍ଡଗୋଳ ହୋଇଥିଲା । ଏସ୍ପିଙ୍କ ହସ୍ତକ୍ଷେପ ପରେ ଗଣ୍ଡଗୋଳ ଶାନ୍ତ ହୋଇଥିଲା ।

ଏହି ଘଟଣା ପରେ ଏସ୍ପି ଗୋରୁ ଚୋରା ଚାଲାଣ ରୋକିବା ଦିଗରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଗତଦୁଇମାସ ମଧ୍ୟରେ ଶତାଧିକ ଗୋରୁ ଜବତ କରି ସ୍ଥାନୀୟ ଗୋଶାଳାକୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣ୍ଡଗୋଳ, ଗୋରୁ ଚାଲାଣ, ପୋଲିସ, ଭଦ୍ରକ

ମହିଳାଙ୍କୁ ମହାନଦୀକୁ ଫିଙ୍ଗିବା ଘଟଣାରେ ଆଉ ଜଣେ ଗିରଫ

May 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୧୭(ଓଡ଼ିଶା ଡ଼ଟ୍ କମ୍) ମହାନଦୀ ରେ ମିନି ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ଫିଙ୍ଗିଦେବା ଘଟଣାରେ ପୋଲିସ ଗୁରୁବାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ପୋଲିସର ଏକ ଦଳ ଢେଙ୍କାନାଳରୁ ସୁପାରିକିଲର ପିନ୍ଟୁ ଓରଫ ଶୁଭେନ୍ଦୁ ବିଶ୍ୱାଳକୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗତ ୧୫ ତାରିଖରେ ଜଟଣିରୁ ପ୍ରଶାନ୍ତ କୁମାର ସାହୁ ଏବଂ ବିଜୁ ଓରଫ୍ ବିଜନ କୁମାର ମଲ୍ଲିକକୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ କାର ଓ ଦେଢ଼ଲକ୍ଷ ଟଙ୍କା ଜବତ କରିଥିଲା ।

ଗତ ୮ ତାରିଖରେ ମହାନଦୀ ତଳେ କେତେକ ଲୋକ ସଂପୃକ୍ତ ମହିଳାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲା ।

ପୂର୍ବରୁ ଏହି ମାମଲାରେ ଅବସରପ୍ରାପ୍ତ ଅତିରିକ୍ତ ଦୌରାଜଜ୍ ସମୀର କୁମାର ରାୟ, ଗୀତିକା ରାୟ, ସତ୍ୟବ୍ରତ ରାୟ ଓ ଇଲେକ୍ଟ୍ରିସିଆନ ପ୍ରଶାନ୍ତ ଦାସକୁ ପୋଲିସ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୋଲିସ, ମହାନଦୀ

କର୍ତ୍ତବ୍ୟରେ ଅବହେଳା, ୬ ପୋଲିସ କର୍ମଚାରୀ ନିଲମ୍ବିତ

May 15, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୫(ଓଡ଼ିଶା ଡ଼ଟ୍ କମ୍) କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଭଦ୍ରକ ଜିଲ୍ଲାର ଛଅ ଜଣ ପୋଲିସ କର୍ମଚାରୀଙ୍କୁ ମଙ୍ଗଳବାର ବିଭାଗୀୟ କର୍ତୃପକ୍ଷ ନିଲମ୍ବିତ କରିଛନ୍ତି ।

ରିଜର୍ଭ ପୋଲିସ ଜେଲରୁ ଜଣେ ମହିଳା ସମେତ ୧୨ଜଣ ବିଚାରାଧିନ ଅଭିଯୁକ୍ତଙ୍କୁ ବିଭିନ୍ନ ମାମଲାର ବିଚାର ନିମନ୍ତେ ଚାନ୍ଦବାଲି ଜେଏମ୍ଏଫସି କୋର୍ଟକୁ ନିଆଯାଇଥିବା ବେଳେ ଡ଼କାୟତି ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ଫେରିବା ରାସ୍ତାରେ ଫେରାର ହୋଇଯାଇଥିଲେ ।

ତେଣୁ ଜଣେ ମହିଳା କନଷ୍ଟେବଳଙ୍କ ସମେତ ଛଅ ଜଣଙ୍କ ଦାୟିତ୍ୱହୀନତା ଯୋଗୁଁ ଦୁଇ ଅଭିଯୁକ୍ତ ଫେରାର ହେବାର ସକ୍ଷମ ହୋଇଥିରୁ ପୂର୍ବାଞ୍ଚଳର ଡ଼ିଆଇଜି ସଂଜୟ କୁମାର ହାବିଲଦାର ପ୍ରଶାନ୍ତ ପାତ୍ର, ଡ଼୍ରାଇଭର ଅରୁଣ ମିତ୍ର, ଏପିଆର କନଷ୍ଟେବଳ ପ୍ରତାପ କୁମାରା ତ୍ରିପାଠୀ, କୃଷ୍ଣଚନ୍ଦ୍ର ରାଉତ, ଅଶ୍ୱିନୀ କୁମାର ସେଠୀ ଓ ସୁବାଷିନୀ ଲେଙ୍କାଙ୍କୁ ନିଲମ୍ବିତ କରିଛନ୍ତି ।

ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆଜି ସକାଳୁ ଚାନ୍ଦବାଲି ନିକଟସ୍ଥ ଧାନଖଣିଆ ଘାଟ ନିକଟରେ ପହଞ୍ଚିଥିଲେ ।

ସେଠାରେ ଉପରୋକ୍ତ ଦୁଇ ଅପରାଧି ନଦୀପାର ହୋଇ କଟକ ଯିବାକୁ ଡ଼ଙ୍ଗାକୁୁ ଅପେକ୍ଷା କରିଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିଲମ୍ବିତ, ପୋଲିସ, ଭଦ୍ରକ

ପୋଲିସ ଏଏସ୍ଆଇଙ୍କୁ ଅପହରଣ ପରେ ମାଓବାଦୀଙ୍କ ହତ୍ୟା

May 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆପଡ଼ା, ମଇ ୮(ଓଡ଼ିଶା ଡ଼ଟ୍ କମ୍) ନୂଆପଡ଼ା ଜିଲ୍ଲାରେ ମଙ୍ଗଳବାର ମାଓବାଦୀମାନେ ଜଣେ ପୋଲିସ ଏଏସ୍ଆଇଙ୍କୁ ଅପହରଣ କରିନେବା ପରେ ତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ଧରମବନ୍ଧା ଫାଣ୍ଡି ଏଏସ୍ଆଇ କୃପାରାମ ମାଝୀଙ୍କୁ ଆଜି ପୂର୍ବାହ୍ନରେ ପ୍ରାୟ ୧୦ରୁ ୨୦ ଜଣ
ମାଓବାଦୀ ବୁଧାଶ ଗାଁ ନିକଟରୁ ଅପହରଣ କରିନେଇଥିଲେ ।

ଏହି ଘଟଣା ପରେ ପୋଲିସ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ ମାଝୀଙ୍କ ଗୁଳିବିନ୍ଧ ମୃତହେ
ଉଦ୍ଧାର କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ମାଝୀଙ୍କ ସହ ଥିବା କନଷ୍ଟେବଳ ଦେବନାରାୟଣ ସାହୁଙ୍କୁ ମାଓବାଦୀମାନେ ଛାଡ଼ି ଦେଇଥିଲେ ।
କୃପାରାମଙ୍କ ଘର କୋମନା ବ୍ଲକ ଅନ୍ତର୍ଗତ ବେଲଟୁକୁରୀ ଗାଁରେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନୂଆପଡ଼ା, ପୋଲିସ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Interim pages omitted …
  • Page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ