• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପୋସ୍କୋ

ବାପି ସର୍ଖେଲ, ଅଭୟ ସାହୁଙ୍କ ଜାମିନ ନାମଞ୍ଜୁର

January 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ସଂଘର୍ଷ ମାମଲାରେ ଗିରଫ ଠିକାଦାର ବାପି ସର୍ଖେଲ ଏବଂ ହତ୍ୟା ମାମଲାରେ ଗିରଫ ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି ।

ଜିଲ୍ଲା ଅଜିରିକ୍ତ ଦୌରାଜଜ୍ ସଚିାନନ୍ଦ ସାହୁ ବାପିଙ୍କ ଜାମିନ ନାମଞ୍ଜୁର କରିଥିବା ବେଳେ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଭାଗୀୟ ମାଜିଷ୍ଟ୍ରେଟ୍ ଅଳ୍ପନା ସାହୁ ଅଭୟଙ୍କ ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି ।

ଗତ ଡ଼ିସେମ୍ବର ୧୪ରେ ପୋସ୍କୋ ଅଞ୍ଚଳରେ ହୋଇଥିବା ସଂଘର୍ଷ ତଥା ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାର ଅଭିଯୁକ୍ତ ଦର୍ଶାଇ ବାପିଙ୍କ ନାଁରେ କୁଜଙ୍ଗ ଥାନାରେଦୁଇଟି ମାମଲା ରୁଜୁ ହୋଇଥିଲା ।

କୁଜଙ୍ଗ ପୋଲିସର ଏକ ଦଳ ଗତ ଡ଼ିସେମ୍ବର ୨୩ରେ ସର୍ଖେଲଙ୍କୁ ଛତିଶଗଡ଼ ରାଜଧାନୀ ରାୟପୁରରୁ ଗିରଫ କରିଥିଲା । ସଂଘର୍ଷ ଘଟଣାରେ ପୋଲିସ ବର୍ତମାନ ପର୍ଯ୍ୟନ୍ତ ଆଠ ଜଣଙ୍କୁ ଗିରଫ କରିଛି ।

ସେହିପରି ଗତ ନଭେମ୍ବର ୨୫ରେ ଅଭୟ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଏର୍ସମା ମଣିଜଙ୍ଗା ରାସ୍ତାର ନୂଆପୋଖରୀ ଠାରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ତାଙ୍କ ବିରୋଧରେ ହତ୍ୟା ତଥା ପରିବାରକୁ ନଜଣାଇ ଜଣେ ମହିଳାଙ୍କ ଦଶବାହ ଏବଂ ଅନ୍ୟ ଅପରାଧ
ମାମଲା ରହିଛି । ଗିରଫ ପରେ ତାଙ୍କୁ ଚୌଦ୍ଵାର ଜେଲକୁ ପଠାଇ ଦିଆଯାଇଥିଲା ।

ପୂର୍ବରୁ ୨୦୧୦ ଅକ୍ଟୋବର ୧୨ରେ ପାରାଦ୍ଵୀପ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ଦୀର୍ଘ ଦଶ
ମାସ ଜେଲରେ ରହିବା ପରେ ହାଇକୋର୍ଟରୁ ସେ ଜାମିନରେ ଆସିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋସ୍କୋ, ବାପି-ସର୍ଖେଲ

ପ୍ରଧାନମନ୍ତ୍ରୀ ପୋସ୍କୋ ଅଞ୍ଚଳ ଗସ୍ତ କରିବାକୁ ଦାବି

January 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଗସ୍ତ କରିବାକୁ ପ୍ରକଳ୍ପ ବିରୋଧୀମାନେ ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ସୋମବାର ଢିଙ୍କିଆ ଓ ଗୋବିନ୍ଦପୁର ଗ୍ରାମବାସୀମାନେ ଏକ ସଭାର ଆୟୋଜନ କରିଥିଲେ ।

ମନମୋହନ ସଂପୃକ୍ତ ଅଞ୍ଚଳ ଗସ୍ତ କରି ଲୋକମାନେ କିଭଳି ରହୁଛନ୍ତି ଏବଂ କିଭଳି ବଳପୂର୍ବକ ଜମି ଅଧିଗ୍ରହଣ କରାଯାଇଛି ତାହା ଦେଖନ୍ତୁ ବୋଲି ସଭାରେ ବିରୋଧୀ ନେତାମାନେ କହିଛନ୍ତି ।

ଏହି ଅଞ୍ଚଳକୁ ଆସିବା ପାଇଁ ପୂର୍ବତନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଓ କଂଗ୍ରେସ ସାଧାରଣ ସଂପାଦକ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ଆସିନଥିଲେ, ନେତାମାନେ କହିଛନ୍ତି ।

ପ୍ରକଳ୍ପକୁ ବିରୋଧ କରି ଗତ ଛଅ ବର୍ଷ ହେଲା ଛୋଟ ପିଲା ଓ ମହିଳାଙ୍କ ସହ ଗ୍ରାମବାସୀମାନେ ଯେଭଳି ଆନ୍ଦୋଳନ କରିଆସୁଛନ୍ତି ତାହା ପ୍ରଧାନମନ୍ତ୍ରୀ ଦେଖିବା ଉଚିତ୍ ବୋଲି ସଂଗ୍ରାମ ସମିତି ସଂପାଦକ ଶିଶିର ମହାପାତ୍ର କହିଛନ୍ତି ।

ଏକ ପାଞ୍ଚ ଦଫା ଦାବି ସମ୍ବଳିତ ପତ୍ର ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ବେଳେ ପୋସ୍କୋ ପ୍ରକଳ୍ପ ପାଇଁ ହୋଇଥିବା ଚୁକ୍ତି ଶେଷ ହୋଇଥିବାରୁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୁନର୍ବାର ଏହାର ନବୀକରଣ ନକରିବାକୁ ଏଥିରେ ଉଲ୍ଲେଖ କରିଛନ୍ତି ।

ତେବେ ପ୍ରକଳ୍ପ ସମର୍ଥକ ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟ ପ୍ରଧାନମନ୍ତ୍ରୀ ସଂପୃକ୍ତ ଅଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବାକୁ ଦାବି କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋସ୍କୋ, ପ୍ରଧାନମନ୍ତ୍ରୀ

ପୋସ୍କୋ ସଂପର୍କରେ କେନ୍ଦ୍ର ସରକାରଙ୍କ ରିପୋର୍ଟ ତଲବ

December 30, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୩୧(ଓଡ଼ିଶା ଡ଼ଟ୍ କମ୍) ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କେନ୍ଦ୍ର ସରକାର ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ସଂପର୍କରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି ।

କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଉପସଚିବ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ ଏବଂ ସରକାର ଗୁରୁବାର ଏହାର ଜବାବ ତୁରନ୍ତ ପଠାଇ ଦେଇଥିବା ଜଣେ ଅଧିକାରୀ କହିଛନ୍ତି ।

ସଂପୃକ୍ତ ପ୍ରକଳ୍ପ ପାଇଁ ଦୁଇ ହଜାର ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ ମୋଟ୍ ୩,୭୧୯ ଏକର ଜମିର ଆବଶ୍ୟକତା ରହିଛି । ସେଥିମଧ୍ୟରୁ ମାତ୍ର ୧୦ ପ୍ରତିଶତ ଜମି ଘରୋଇ ମାଲିକାନାରେରହିଛି ବୋଲି ସରକାର ପତ୍ରରେ ଉଲ୍ଲେଖ କରିଛନ୍ତି ।

ଅବଶିଷ୍ଟ ସରକାରୀ ଜମି ହୋଇଥିଲେ ମଧ୍ୟ ତାହାକୁ କେତେକ ଗ୍ରାମବାସୀ ବେଆଇନଭାବେ ଦଖଲରେରଖିଛନ୍ତି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୭୨୦ ପରିବାର ବିସ୍ଥାପିତ ହେବାର ସମ୍ଭାବନା ଥିବା ବେଳେ ସେମାନଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇଥିବା ଏଥିରେ ଦର୍ଶାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ର ସରକାର, ପୋସ୍କୋ

ପୋସ୍କୋ ସଂଘର୍ଷ ଘଟଣାରେ ପୂର୍ବତନ ବିଧାୟକ ଗିରଫ

December 24, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳରେ ନିକଟରେ ହୋଇଥିବା ସଂଘର୍ଷ ଘଟଣାରେ ପୋଲିସ ଶନିବାର ପୂର୍ବତନ ସିପିଆଇ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଗିରଫ କରିଛି ।

ଜଗତସିଂହପୁର ବସ୍କାଲିସ ପଏଂଣ ଜପ ନିକଟରୁ କୁଜଙ୍ଗ ଏର୍ସମା ପୋଲିସ ମିଳିତ ଭାବେ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି । ଗିରଫ ପରେ ରେଡ୍ଡୀଙ୍କୁ କୁଜଙ୍ଗ କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କର ଜାମିନ ନାମଞ୍ଜୁର ହୋଇଯାଇଛି ।

ପୋସ୍କୋ ଅଂଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ପୋଲିସ ଏହି ସଂଘର୍ଷ ଘଟଣାରେ କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳ, ବାପି ସର୍ଖେଲଙ୍କ ସମେତ ଛଅ ଜଣଙ୍କୁ ଗିରଫ କରିଛି ।

ଗତ ୧୪ ତାରିଖରେ ରାସ୍ତା କାମକୁ ନେଇ ପୋସ୍କୋ ବିରୋଧି ଏବଂ ରାସ୍ତା ନିର୍ମାଣ କରୁଥିବା କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୂର୍ବତନ ସିପିଆଇ ବିଧାୟକ, ପୋସ୍କୋ

ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ଭାଷଣ ଭୁଲ ପ୍ରମାଣିତ: ଜୁଏଲ

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶାନ୍ତିପୂର୍ଣ୍ଣ ଶିଳ୍ପାୟନ କଥା କହୁଥିବା ବେଳେ ପୋସ୍କୋ ଅଞ୍ଚଳରେ ହୋଇଥିବା ସଂଘର୍ଷରୁ ଏହା ଭୁଲ ପ୍ରମାଣିତ ହୋଇଛି ବୋଲି ସୋମବାର ଢିଙ୍କିଆ ଠାରେ ରାଜ୍ୟ ବିଜେପି ସଭାପତି ଜୁଏଲ ଓରାମ କହିଛନ୍ତି ।

ବିଜେପିର ଆଦର୍ଶ ଅନୁସାରେ ବାମ ଦଳସହ ଆମର କୌଣସି ସଂପର୍କ ନାହିଁ କିନ୍ତୁ ସଂପୃକ୍ତ ଅଞ୍ଚଳରୁ ପୋସ୍କୋକୁ ହଟାଇବା ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ, ଆୟୋଜିତ ଏକ ସଭାରେ ସେ କହିଛନ୍ତି ।

ଓରାମ ଢିଙ୍କିଆ ଗସ୍ତ କରି ପୋଲିସ ଏବଂ ନିର୍ମାଣ କମ୍ପାନୀ କର୍ମଚାରୀଙ୍କ ଦ୍ୱାରା ଭୟଭୀତ ହୋଇ
ରହିଥିବା ଲୋକଙ୍କ ସହ ଆଲୋଚନ କରିଛନ୍ତି । ଏହି ଅଞ୍ଚଳରେ ଶାନ୍ତିପୂଣ୍ଣ ଶିଳ୍ପାୟନ ହେବାର ଆଶା
ଦେଖାଯାଉନଥିବା ବେଳେ ପୋଲିସ ଓ ଗୁଣ୍ଡା ବଳରେ ଜମି ଅଧିଗ୍ରହଣ ଏବଂ ପାନବରଜ ଭଙ୍ଗା ଚାଲିଛି ।

ଏହି ପ୍ରକଳ୍ପକୁ ବିରୋଧ କରି ତିନୋଟି ପଞ୍ଚାୟତର ଲୋକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତଥାପିସରକାର ବଳପୂର୍ବକ ପ୍ରକଳ୍ପ କାମ କରିବାକୁ ଯୋଜନା କରୁଛନ୍ତି ଯାହା ବେଆଇନ ଓ ଅମାନବିକତା, ସେ କହିଛନ୍ତି ।

ପୋସ୍କୋ କମ୍ପାନୀ ସହ ହୋଇଥିବା ବୁଝାମଣାପତ୍ରର ସମୟସୀମା ଶେଷ ହୋଇଯାଇଥିବା ସତ୍ୱେ ଏହି ଚୁକ୍ତି ନବୀକରଣ ନକରି ସରକାର ଜମି ଅଧିଗ୍ରହଣ କରୁଛନ୍ତି, ଏହା ବେଆଇନ । ପୋସ୍କୋ, ବେଦାନ୍ତ
ଓ ଖଣି କାରବାର ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଦଳ ସବୁବେଳେ ସମର୍ଥନ ଦେବ,
ଓରାମ କହିଛନ୍ତି ।

ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଚଳାଇଥିବା ଢିଙ୍କିଆ ଗ୍ରାମବାସୀଙ୍କ ପ୍ରତି ଏସ୍ୟୁସିଆଇର ସମର୍ଥନ ରହିଛି । ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ସରକାର ଚାରି ହଜାର ଏକର ଚାଷ ଜମି ଉକ୍ତ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି ।

ଏହାଦ୍ୱାରାଲୋକଙ୍କ ଜୀବନ ଜୀବୀକା ପ୍ରଭାବିତ ହେବ ବୋଲି ଏଥିରେ ଯୋଗ ଦେଇ ଏସ୍ୟୁସିଆଇ ନେତା ସମ୍ଭୁନାଥ ନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜୁଏଲ, ପୋସ୍କୋ, ବିଜେପି

ପୋସ୍କୋ: ଅଧିକାରୀଙ୍କ ବଦଳି,ଅଗ୍ରଗତି ନେଇ ଆଶଂକା

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ ନିୟୋଜିତ ଅଧିକାରୀଙ୍କୁ ସରକାର ଜଣକ ପରେ ଜଣଙ୍କୁ ବଦଳି କରୁଥିବାରୁ ପ୍ରକଳ୍ପର ଅଗ୍ରଗତି ନେଇ ଆଶଂକା ପ୍ରକାଶ ପାଇଛି ।

ସଂପୃକ୍ତ ଅଧିକାରୀଙ୍କୁ ବଦଳି କରାଯାଉଥିବାରୁ ସରକାର ପୋସ୍କୋ ବିରୋଧୀଙ୍କ ନିକଟରେ ଅତ୍ମସମର୍ପଣ କରିଛନ୍ତି ଏବଂ ସେମାନଙ୍କ ଦାବି ପୂରଣ କରୁଛନ୍ତି ବୋଲି ସପକ୍ଷବାଦୀମାନେ ଅଭିଯୋଗ କରିଛନ୍ତି ।

ସରକାର ପ୍ରଥମେ କେନ୍ଦ୍ରାଞ୍ଚଳ ଆର୍ଡ଼ିସି ପ୍ରଦୀପ୍ତ ମହାପାତ୍ର ଏବଂ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ସରୋଜ କାନ୍ତ ଚୌଧୁରୀଙ୍କୁ ବଦଳି କରିଥିଲେ । ପ୍ରକଳ୍ପ ପାଇଁ ମହାପାତ୍ର ବିଭିନ୍ନ ଯୋଜନା କରୁଥିବା ବେଳେ ଚୌଧୁରୀ ଜମି ଅଧିଗ୍ରହଣ କାର୍ଯ୍ୟ କରୁଥିଲେ ।

ପରେ ସରକାର ଗତ ଚାରି ବର୍ଷ ଧରି ଏହି ପ୍ରକଳ୍ପ କାମ କରିଆସୁଥିବା ଏର୍ସମା ବିଡ଼ିଓଙ୍କୁ ଅନ୍ୟତ୍ର ବଦଳି କରିଥିଲେ ।

ତେବେ ନିକଟରେ ଏହି ଅଞ୍ଚଳରେ ହୋଇଥିବା ସଂଘର୍ଷ ଏବଂ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ
ପ୍ରକଳ୍ପ କାମ ବୁଝୁଥିବା ଇଡ଼୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକଙ୍କୁ ଏହି ପଦବୀରୁ ବଦଳି କରି ପଞ୍ଚାୟତିରାଜ ସଚିବ ପ୍ରଦୀପ ଜେନାକୁ ନିଯୁକ୍ତ କରିଛନ୍ତି ।

ପଟ୍ଟନାୟକ ଗତ କିଛି ମାସ ଧରି ପ୍ରକଳ୍ପ ପାଇଁ ଉପକୂଳ ରାସ୍ତା, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ପୋସ୍କୋ ପ୍ରକଳ୍ପ କାମ ପାଇଁ ଜୋରସୋର ପ୍ରୟାସ କରିଆସୁଥିଲେ ।

“ପଟ୍ଟନାୟକଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ସରକାର ଯେଭଳି ବଦଳି କରିଛନ୍ତି ଏହା ଜମି ଅଧିଗ୍ରହଣ
କାର୍ଯ୍ୟକୁ ପ୍ରଭାବିତ କରିବ” ପୋସ୍କୋ-ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସରକାର ସପକ୍ଷବାଦୀଙ୍କ କୌଣସି ଦାବି ପୂରଣ ନକରି କେବଳ ବିରୋଧୀଙ୍କ ଚାପରେ ଅଧିକାରୀ ମାନଙ୍କୁ ବଦଳି କରିଚାଲିଛନ୍ତି ଫଳରେ ପ୍ରକଳ୍ପର ଅଗ୍ରଗତି ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟିର ସଂପାଦକ ନିର୍ଭୟ ସାମନ୍ତରାୟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ରିୟାନୁଷ୍ଠାନ କମିଟି, ପୋସ୍କୋ

ପୋସ୍କୋ ସଂଘର୍ଷ: ପୂର୍ବତନ ବିଧାୟକଙ୍କ ନାଁରେ ମାମଲା

December 15, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ସଂଘର୍ଷ ଘଟଣାରେ ଜଣେ ପୂର୍ବତନ ବିଧାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

ସଂଘର୍ଷରେ ମୃତ୍ୟୁବରଣ କରିଥିବା ଦିଜ୍ୱବରଙ୍କ ଭାଇ ଯୁଧିଷ୍ଟିର ସ୍ୱାଇଁ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳ, ପୋସ୍କୋ ସଂଗ୍ରାମ ସମିତି ନେତା ଶିଶିର ମହାପାତ୍ର ଏବଂ ମନୋରମା ଖଟୁଆଙ୍କ ବିରୁଦ୍ଧରେ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ।

ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛି । ସ୍ୱାଇଁଙ୍କ ହତ୍ୟାରେ ସଂପୃକ୍ତ ଜୟନ୍ତ
ବିଶ୍ୱାଳଙ୍କୁ ପୋଲିସ କଟକରୁ ଗୁରୁବାର ଗିରଫ କରିଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ଦେବବତ ସିଂହ କହିଛନ୍ତି ।

ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି, ସେ କହିଛନ୍ତି ।

ବୁଧବାର ପୋସ୍କୋ ଅଂଚଳରେ ପ୍ରକଳ୍ପ ବିରୋଧୀ ଓ ରାସ୍ତା ନିର୍ମାଣ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ
ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୂର୍ବତନ ବିଧାୟକ, ପୋସ୍କୋ

ଇଡ୍କୋ ଅଧ୍ୟକ୍ଷଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ

December 15, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ବିନା ଟେଣ୍ଡରରେ ପୋସ୍କୋ ଉପକୂଳ ରାସ୍ତା ନିର୍ମାଣ କାମ ପାଇଁ ଅନୁମତି ଦେଇଥିବାରୁ ଇଡ଼୍କୋ ଅଧ୍ୟକ୍ଷଙ୍କ ଗିରଫ ଦାବିରେ ଗୁରୁବାର ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ନିର୍ମାଣ କାର୍ଯ୍ୟ ପାଇଥିବା ବାପି ସର୍କେଲ ଏବଂ ଇଡ଼୍କୋ ଅଧ୍ୟକ୍ଷ ପ୍ରିୟବ୍ରତ ପଟ୍ଟନାୟକଙ୍କ ଗିରଫ ଦାବିରେ କୁଜଙ୍ଗ-ପାରାଦ୍ଵୀପ ନାଗରିକ ମଞ୍ଚ ପକ୍ଷରୁ ହଜାର ହଜାର ଲୋକ କଟକ-ପାରାଦ୍ଵୀପ ଏବଂ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା ଅବରୋଧ କରିଛନ୍ତି ।

ପ୍ରାୟ ୮୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ରାସ୍ତା କାମ ବିନା ଟେଣ୍ଡରରେ ଇଡ଼୍କୋ କର୍ତୃପକ୍ଷ ପାରାଦ୍ଵୀପ ପରିବହନ ନାମକ ସଂସ୍ଥାକୁ ଦେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ଇଡ଼୍କୋ ଅଧିକାରୀମାନେ ପୋସ୍କୋ ଜମି ଅଧିଗ୍ରହଣ ତଥା କାର୍ଯ୍ୟ ପରିବର୍ତେ କାହିଁକି ଏହି ରାସ୍ତା ନିର୍ମାଣ କରିବାରେ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ମଞ୍ଚର ନେତାମାନେ କହିଛନ୍ତି ।

ପୋସ୍କୋ ନିର୍ମାଣ କରିବା ସେମାନଙ୍କର ଉଦ୍ଦେଶ୍ୟ ନୁହେଁ ବରଂ ରାସ୍ତା କାମ କରି ଏଥିରୁ ଟଙ୍କା ଆଦାୟ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ମଞ୍ଚର ସଦସ୍ୟମାନେ ଅଭିଯୋଗ କରିଛନ୍ତି ।

ବୁଧବାର ସଂଘର୍ଷରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଏହି
ଘଟଣାର ସିବିଆଇ ତଦନ୍ତ ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

“ଇଡ଼୍କୋ ଅଧ୍ୟକ୍ଷଙ୍କୁ ଗିରଫ କରିବା ଆମର ପ୍ରଥମ ଦାବି ଏବଂ ଏହି ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ପ୍ରଦାନ କରିଛୁ । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ” ମଞ୍ଚର ଆବାହକ ପିତାମ୍ବର ତରାଇ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନାଗରିକ ମଞ୍ଚ, ପୋସ୍କୋ

ପୋସ୍କୋ ସଂଘର୍ଷରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

December 15, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

“ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବରେ ଶିଳ୍ପାୟନ ଚାହେଁ । ସଂପୃକ୍ତ ଘଟଣାର ତଦନ୍ତ କରାଯିବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ସେ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି ।

ବୁଧବାର ପୋସ୍କୋ ଅଞ୍ଚଳରେ ପ୍ରକଳ୍ପ ବିରୋଧୀ ଓ ରାସ୍ତା ନିର୍ମାଣ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୫ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କାର୍ଯ୍ୟାନୁଷ୍ଠାନ, ପୋସ୍କୋ

ପୋସ୍କୋ ଅଞ୍ଚଳରେ ସଂଘର୍ଷ, ୧ମୃତ, ୨୫ ଆହତ

December 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ଅଞ୍ଚଳରେ ଚାଲିଥିବା ରାସ୍ତା କାମକୁ ନେଇ ବୁଧବାର ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି ।

ରାସ୍ତା କାମକୁ ବିରୋଧ କରି ଆଜି ବିରୋଧୀମାନେ ଢିଙ୍କିଆ ସୀମାରେ ଧାରଣାରେ ବସିଥିବା ବେଳେ ଏହି କାମ କରୁଥିବା ଠିକାଦାରଙ୍କ ଲୋକମାନେ ସେଠାକୁ ଆସିଥିଲେ ।

ତେବେ କାମ ନକରି ସେଠାରୁ ଚାଲିଯିବାକୁ ବିରୋଧୀମାନେ ସେମାନଙ୍କୁ କହିଥିଲେ ଏବଂ ଠିକାଦାରଙ୍କ ଲୋକମାନେ ଚାଲିଯାଇଥିଲେ ।

ପରେ କିଛି ସମୟ ପରେ ସଂପୃକ୍ତ ଠିକାଦାରଙ୍କ ଲୋକମାନେ ପୁଣି ସେଠାକୁ ଆସିଥିବା ବେଳେ ଉଭୟ ପକ୍ଷରୁ ବୋମାମାଡ଼ ଓ ଢେଲାମାଡ଼ ହୋଇଥିଲା ଏବଂ ଏହି ବୋମାମାଡ଼ରେ ସାମଗୋଲା ଗ୍ରାମର ୪୦ ବର୍ଷ ବୟସ୍କ ଦିଜ୍ୱବର ସ୍ୱାଇଁଙ୍କ ମୃତ୍ୟୁ ହୋଇଛି ।

ତେବେ ଘଟଣାସ୍ଥଳରୁ ପ୍ରକଳ୍ପ ବିରୋଧୀମାନେ ନହରଣ ଗ୍ରାମର ରଞ୍ଜନ ଦାସ ଏବଂ ତାଙ୍କ ସହଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନେଇଯାଇଥିବା ଅଭିଯୋଗ ହୋଇଛି ।

ସକାଳୁ ସଂପୃକ୍ତ ନିର୍ମାଣ କମ୍ପାନୀର କେତେକ ଲୋକ ଢିଙ୍କିଆ ସୀମାରେ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ ଅସୁବିଧା ହେବ କହି ଧାରଣାରତ ଲୋକଙ୍କୁ ଧମକ ଦେଇଥିଲେ ବୋଲି ପୋସ୍କୋ ବିରୋଧି ନେତା ବାବୁଲି ରାଉତ କହିଛନ୍ତି ।

ତେବେ ଉକ୍ତ କମ୍ପାନୀର ପ୍ରାୟ ଦୁଇ ଶହ ଯୁବକ ବୋଷକାଲିସ୍ ନିକଟରେ ପହଞ୍ଚି ଧାରଣା ଦେଇଥିବା
ଲୋକଙ୍କୁ ଆକ୍ରମଣ କରିଥିଲେ ଏବଂ ପରେ ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା ବୋଲି ଚାଷୀ ଆନ୍ଦୋଳନ ନେତା ପିତାମ୍ବର ତରାଇ କହିଛନ୍ତି ।

ବୋମା ମାଡ଼ରେ ଢିଙ୍କିଆ ଅଞ୍ଚଳର ଆଠ ଜଣ ଆହତ ହୋଇଥିବା ବେଳେ ଅଟକ ଥିବା ନିର୍ମାଣ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ଛାଡ଼ି ଦିଆଯାଇଛି ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଂପଦକ ଶିଶିର ମହାପାତ୍ର କହିଛନ୍ତି ।

ଜିଲ୍ଲା ପ୍ରଶାସନର ଖାମଖିଆଲି ତଥା ସଂପୃକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏର୍ସମା ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସେଠାରେ ଛଅ ପ୍ଲାଟୁନ୍
ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ବେତ ସିଂହ କହିଛନ୍ତି ।

ରାସ୍ତା ନିର୍ମାଣ ପାଇଁ କିଛିଦିନ ପୂର୍ବରୁ ଶୁଭ ଦିଆଯାଇଥିବା ବେଳେ ବିରୋଧୀଙ୍କ ବିରୋଧ ଯୋଗୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା ଓ ମଙ୍ଗଳବାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋସ୍କୋ, ସଂଘର୍ଷ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ