• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରଦୂଷଣ

ବାୟୁରେ ବିଷ

February 28, 2017 by ଓଡିଶା ଡଟ କମ Leave a Comment

ଆମେ କାହିଁକି ଏ ବାସ୍ତବତାକୁ ଅସ୍ୱୀକାର କରୁଛେ ଯେ ଭାରତରେ ନିୟୁତ ନିୟୁତ ଲୋକ, ବିଶେଷକରି ଗରିବ ଶ୍ରେଣୀର; ପ୍ରଦୂଷଣରେ ମୃତ୍ୟୁବରଣ କରୁଛନ୍ତି?

କେନ୍ଦ୍ର ପରିବେଶ ମନ୍ତ୍ରୀ ଅନୀଲ ମାଧବ ଡାଭେ ଅସ୍ୱୀକାର କରିଆସିଛନ୍ତି । ସେ ମନା କରିପାରିବେ ନାହିଁ ଯେ ବାୟୁ ପ୍ରଦୂଷଣ ଭାରତରେ ଗୋଟିଏ ଗୁରୁତର ସମସ୍ୟା ହୋଇପାରିଛି । କିନ୍ତୁ ଏକଥାଟି ଦେଶ ବାହାରୁ କେହି ଆମ ଲୋକଙ୍କୁ କହୁ ସେ ଚାହାନ୍ତି ନାହିଁ ।

ଯେତେବେଳେ ବୋଷ୍ଟନ ସ୍ଥିତ ହେଲଥ୍ ଇଫେକ୍ଟ ଇନ୍ଷ୍ଟିଚ୍ୟୁଟ୍ ଏବଂ ସିଆଟେଲ ସ୍ଥିତ ହେଲଥ୍ ମ୍ୟାଟ୍ରିକସ୍ ଏଣ୍ଡ୍ ଇଭାଲ୍ୟୁସେନ ମିଳିତ ଭାବେ ବିଶ୍ୱରେ ବାୟୁର ସ୍ଥିତି ୨୦୧୭ ନାମକ ଏକ ବିବରଣୀ ପ୍ରକାଶ କଲେ, ସେଠି ବାୟୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟାରେ ଭାରତ ଚୀନ୍ଦେଶର ବହୁପଛରେ ନାହିଁ ବୋଲି କୁହାଯାଇଥିଲା ।

ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଶ୍ରୀ ଡାଭେ ଅଭିଯୋଗ ଆଣିଥିଲେ ଯେ, ‘ଆମେ ଭାରତୀୟମାନେ ବାହାରର କଥାଗୁଡ଼ିକ ଦ୍ୱାରା ବେଶୀ ପ୍ରଭାବିତ ହେଲାଭଳି ମନେ ହେଉଛି ।’ ସେ ପରାମର୍ଶ ଦେଇ କହିଥିଲେ ଯେ ବରଂ ସେ ନିଜର ବିଶାରଦମାନଙ୍କୁ ଅଧିକ ବିଶ୍ୱାସ କରିବେ ଯେମିତି ସେ ‘ନିଜ ସୈନ୍ୟବାହିନୀକୁ ବିଶ୍ୱାସ’ କରିଆସିଛନ୍ତି ।

ଯଦିଓ ସୈନ୍ୟବାହିନୀ ସହ ବିଶାରଦମାନଙ୍କ ସହ ତୁଳନା ତାଳ ଖାଉନାହିଁ; ତେବେ ମନ୍ତ୍ରୀଙ୍କର ଏହି ରିପୋର୍ଟ ପ୍ରତି ପ୍ରତିକ୍ରିୟା ବିଚଳିତ କରୁଛି ନିଶ୍ଚୟ ।

ଯଦିଓ ଏହି ରିପୋର୍ଟରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ଚିହ୍ନଟ କରିବାର ପଦ୍ଧତିକୁ ନେଇ କାହାର କେଉଁଠି ପ୍ରଶ୍ନ ରହିପାରେ, କିନ୍ତୁ ଭାରତରେ ମୃତ୍ୟୁ ଓ ରୋଗବ୍ୟାଧିର ଧାରା ପ୍ରତି ପରିବେଶଜନିତ ସମସ୍ୟାର ଯେ ଢେର୍ ଅବଦାନ ରହିଛି, ଯେଉଁଥିରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ କାରଣ, ତାକୁ ନ୍ୟୁନ କରି କୌଣସି ଯୁକ୍ତି ଉପସ୍ଥାପନ କରିହେବ ନାହିଁ ।

ବିଶ୍ୱ ବାୟୁର ସ୍ଥିତି ୨୦୧୭ ରିପୋର୍ଟରେ ବାୟୁ ପ୍ରଦୂଷଣର ପ୍ରଭାବକୁ ଆକଳନ କଲାବେଳେ ଯେଉଁ ତଥ୍ୟକୁ ଆଧାର କରାଯାଉଛି ତାହା ସବୁ ବାୟୁ ପ୍ରଦୂଷଣ ସମ୍ପର୍କିତ ସରକାରୀ ତଥ୍ୟ ଏବଂ ଗ୍ଲୋବାଲ ବର୍ଡ଼ନ ଅଫ ଡିଜିଜ୍ (ଜିବିଡି) ବା ବିଶ୍ୱର ବେମାର ବୋଝ୍ ରିପୋର୍ଟରୁ ଆସିଛି ।

୧୯୯୦ରୁ ୨୦୧୫ଭିତରେ ୨୫ବର୍ଷ ଧରି ୧୯୫ଟି ଦେଶରୁ ସଂଗ୍ରହ କରାଯାଇଥିବା ତଥ୍ୟ ସବୁ ଏବଂ ବିଶ୍ଳେଷଣକୁ ଏକ ପ୍ରଭାବଶାଳୀ ଢାଂଚାରେ ଏହି ଜିବିଡ଼ି ରିପୋର୍ଟରେ ସ୍ଥାନିତ କରାଯାଇଛି ।

ପ୍ରତ୍ୟେକ ବର୍ଷ ଏହି ରିପୋର୍ଟଟିକୁ ନୂତନଭାବେ ପ୍ରାପ୍ତ ତଥ୍ୟକୁ ନେଇ ପରିବର୍ଦ୍ଧିତ କରାଯାଉଛି । ବିଭିନ୍ନ ଜନସଂଖ୍ୟା, ବୟସ ବର୍ଗ ଏବଂ ସମୟ କାଳ ଭିତରୁ ମିଳୁଥିବା ସ୍ୱାସ୍ଥ୍ୟ ସୂଚନା ସବୁର ଏଠି ସଙ୍କଳନ କରାଯାଇଥାଏ ।

ବାୟୁ ପ୍ରଦୂଷଣକୁ ନେଇ ତଥ୍ୟ, ବିଶେଷକରି ଏଫ୍.ପି.ଏମ୍. (ଯାହା ପ୍ରଦୂଷଣ ଦ୍ୱାରା ବାୟୁକୁ ଅସ୍ପଷ୍ଟ କରିଦିଏ) ଏବଂ ଓଜନ ସମ୍ପର୍କିତ ତଥ୍ୟ ଅନ୍ୟ ସବୁ ସୂଚନା ସହ ମିଳିତ ଭାବେ ଆକଳନ ପାଇଁ ଭିତିଟିଏ ଯୋଗାଇଦିଏ ଯେ କେତେ ମୃତ୍ୟୁ ବାୟୁ ପ୍ରଦୂଷଣ ଯୋଗୁଁ ଘଟିଛି ଏବଂ କେତେ ବାୟୁ ପ୍ରଦୂଷଣ ଶାରୀରିକ ଅକ୍ଷମତା ସହ ଜିଇଁବା ପାଇଁ ବାଧ୍ୟ କରୁଛି ।

ବିଷାକ୍ତ ପଦାର୍ଥ ବିଶେଷକରି ବାୟୁରେ ଥିବା ଏଫ୍.ପି.ଏମ୍.ର ପ୍ରଭାବରେ ଦୀର୍ଘଦିନ ଧରି ରହିଲେ ହୃଦ୍ରୋଗ, ଶ୍ୱାସରୋଗ ସମେତ ତରୁଣ ଓ ବୃଦ୍ଧ ଉଭୟଙ୍କ କ୍ଷେତ୍ରରେ ବଂଚି ରହିବାର ସମୟକାଳ କମି କମି ଯାଏ । ଗୋଟିଏ କଥା ପ୍ରାୟତଃ ପ୍ରତିଷ୍ଠିତ ହୋଇଯାଇଛି ଯେ, ଓଜନ ସଂସ୍ପର୍ଶରେ ଆସିବା ଯୋଗୁଁ ଶ୍ୱାସନଳୀରେ ପ୍ରତିବନ୍ଧକ ସୃଷ୍ଟି ହୋଇ ରୋଗ ଉତ୍ପନ୍ନ ହେଉଛି ।

ଏଭଳି ଏକ ପୃଷ୍ଠଭୂମିରେ ଉକ୍ତ ରିପୋର୍ଟ ଏହି ସିଦ୍ଧାନ୍ତରେ ପହଂଚିଛି ଯେ, ୨୦୧୫ ମସିହାରେ ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁଁ ଯେଉଁ ୪୨ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ସେଥିରୁ ଶତକଡ଼ା ୫୨ଭାଗ ମୃତ୍ୟୁ କେବଳ ଚୀନ୍ ଓ ଭାରତରେ ଘଟିଛି ।

ଚୀନ୍ କିନ୍ତୁ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ସ୍ଥିର ରଖିବା ପାଇଁ ପଦକ୍ଷେପ ନେଇଥିବା ବେଳେ, ଭାରତରେ ମୃତ୍ୟୁସଂଖ୍ୟାଟି ବଢ଼ି ଚାଲିଛି । ଏଥିରେ ସଂଶୟ ସୃଷ୍ଟି କଲାଭଳି କିଛି କାରଣ ନାହିଁ ।

ଗୋଟିଏ ପରେ ଗୋଟିଏ ଶାସନ ଦାୟିତ୍ୱ ନେଉଥିବା ସରକାରମାନେ କେହି ବି ବାୟୁରେ ପ୍ରଦୂଷଣ ସୃଷ୍ଟି କରୁଥିବା ଉପାଦାନଗୁଡ଼ିକର ବୋଝକୁ ହ୍ରାସ କରିବା ପାଇଁ ଯଥେଷ୍ଟ କଠୋର ପଦକ୍ଷେପ ନେବା କ୍ଷେତ୍ରରେ ସଫଳ ହୋଇନାହାନ୍ତି ।

ପୁଣି କେବଳ ଦିଲ୍ଲୀ ଭଳି ମହାନଗରମାନଙ୍କ ଉପରେ ଅଧିକ ଧ୍ୟାନ ଦେଇ ଅନେକ ଛୋଟ ବଡ଼ ସହର ସାମ୍ନା କରୁଥିବା ସଙ୍କଟକୁ ଅଣଦେଖା କରାଯାଇଛି ।

୨୦୧୬ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ.ଏଚ୍.ଓ) ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ୨୦ଟି ସହରର ଏକ ତାଲିକା ପ୍ରସ୍ତୁତ କରିଥିଲେ । ସେ ଭିତରୁ ୧୦ଟି କେବଳ ଭାରତରେ ହିଁ ଅଛନ୍ତି ଏବଂ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି ଆଲ୍ହାବାଦ, କାନପୁର, ଫିରୋଜାବାଦ ଏବଂ ଲକ୍ଷ୍ନୋ ।

କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ର ୨୦୧୫ ମସିହାରେ ଏକ ଅଧ୍ୟୟନ ମୁତାବକ ଯାହାକି ‘ଆମ ନିଜ’ ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଛି, ବନାରସ ହେଉଛି ତିନୋଟି ମାତ୍ରାଧିକ ପ୍ରଦୂଷିତ ସହରମାନଙ୍କ ଭିତରୁ ଅନ୍ୟତମ ।

ଡାଭେ ମହାଶୟ ଅନ୍ତତଃ ଏହି ରିପୋର୍ଟଟିକୁ ଅଣଦେଖା କରିବା କଥା ନୁହେଁ । ଦିଲ୍ଲୀ ଭଳି ମହାନଗରୀରେ ପ୍ରଦୂଷଣର ସ୍ତରକୁ ନେଇ ଅଧିକ ତଥ୍ୟ ଦେଇପାରିବା ପାଇଁ ଭିତ୍ତିଭୂମି ଅଛି ।

ବାୟୁ ପ୍ରଦୂଷଣ ଉପାଦାନ (ପି.ଏମ୍. ୧୦ ଓ ପି.ଏମ୍.୨.୫) ଏବଂ ବାୟୁର ଗୁଣମାନ ମାପିବା ପାଇଁ ଦିଲ୍ଲୀରେ ୧୩ଟି ମନିଟର ଦୈନିକ ତଥ୍ୟ ଯୋଗାଇବା ପାଇଁ ଉପଲବ୍ଧ ଥିବାବେଳେ ବନାରସରେ ମାତ୍ର ତିନୋଟି ମନିଟର କାମ କରୁଛି ଏବଂ ସେଥିରୁ କେବଳ ଗୋଟିଏ ହିଁ ପ୍ରଦୂଷଣ ଉପାଦାନ (ପି.ଏମ୍.୨.୫) ସମ୍ପର୍କରେ ତଥ୍ୟ ଯୋଗାଇ
ପାରିଛି ।

କୌଣସି ମନିଟର ବାୟୁର ଗୁଣମାନ ସମ୍ପର୍କରେ ସୂଚନା ଦେଇପାରୁ ନାହାନ୍ତି । ଆମେ ଯଦି ପ୍ରଦୂଷଣର ସ୍ତର ଆମ ସହରମାନଙ୍କରେ କେଉଁ ଭଳି ଅଛି ମାପିବା ପାଇଁ ସକ୍ଷମ ନୁହନ୍ତି, ଆମେ ତେବେ ଆମ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର ପ୍ରଭାବ କ’ଣ ପଡ଼ୁଛି ଜାଣିପାରିବା କେମିତି?

ଆମର ବାୟୁ ପ୍ରଦୂଷଣ ମାପିବା ପାଇଁ ଆମ ଭିତିଭୂମିରେ ଯେଉଁ ଦାରୁଣ ସ୍ଥିତି ଲାଗି ରହିଛି, ଆମେ ବିଶ୍ୱ ବାୟୁ ବିବରଣୀଟିକୁ ଗ୍ରହଣ କରିବା ବ୍ୟତୀତ ଆମ ପାଖରେ ଅନ୍ୟ କିଛି ବାଟ ଅଛି କି?

ବ୍ୟାଧିର ଧାରା ଓ ମୃତ୍ୟୁରେ ବାୟୁ ପ୍ରଦୂଷଣର ପ୍ରଭାବକୁ ନେଇ ଭାରତୀୟ ବିଶେଷଜ୍ଞମାନେ ବିବରଣୀ ପ୍ରସ୍ତୁତ କରିବାପାଇଁ ମନ୍ତ୍ରୀ ଯେଉଁ ପରାମର୍ଶ ଦେଉଛନ୍ତି ଆମେ କ’ଣ ସେ ଯାଏଁ ଅପେକ୍ଷା କରିବା ବାଞ୍ଛନୀୟ ହେବ?

ଆମେ ଯଦି ଦେଶସାରା ସହର, ନଗର ଏବଂ ଗାଁ’ମାନଙ୍କରୁ ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହ ଆରମ୍ଭ କରିବା, ତେବେ ଏହି ‘ବିଦେଶୀ’ ରିପୋର୍ଟରେ ଯାହା କୁହାଯାଇଛି ବାସ୍ତବତାଟି ତା’ଠାରୁ ଅଧିକ ଭୟଙ୍କର ସାବ୍ୟସ୍ତ ହେବାର ସମ୍ଭାବନା ବେଶୀ ।

ଅନ୍ୟ ଯେଉଁ ବାସ୍ତବତାଟିକୁ ଆମେ ସହଜରେ ଭୁଲିଯାଉ ତାହା ହେଲା ଯେ ବାୟୁର ଗୁଣମାନ ହ୍ରାସ ହେଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଗରିବ ଜନସାଧାରଣ ।

ଧନୀକ ଶ୍ରେଣୀର ଲୋକେ ବାୟୁକୁ ପ୍ରଦୂଷଣମୁକ୍ତ କରିବାପାଇଁ ବ୍ୟୟବହୁଳ ଉପକରଣମାନ ଘରେ ରଖିବା ଏବଂ ଶୀତତାପ ନିୟନ୍ତ୍ରଣ ମଟରଗାଡ଼ି ବ୍ୟବହାର କରିବା ଦ୍ୱାରା ଏ ସମସ୍ୟାକୁ ଅତିକ୍ରମ କରିପାରନ୍ତି ।

ସାଧାରଣ ବସ୍ ବା ମଟରଗାଡ଼ିରେ, ସାଇକେଲରେ ବା ଚାଲି ଚାଲି ଗଲାବେଳେ ଗରିବ ଲୋକେ ବିଷାକ୍ତ ବାୟୁ ଶ୍ୱାସ ପ୍ରଶ୍ୱାସରେ ନେବା ବ୍ୟତୀତ ସେମାନଙ୍କ ପାଇଁ ଅନ୍ୟ କିଛି ରାସ୍ତା ନାହିଁ । ବିଷର ବୋଝଟି ସେମାନଙ୍କ ପାଇଁ ଅଧିକ ଭାରାକ୍ରାନ୍ତ ହୁଏ ନିଜ ଘରେ ଯେତେବେଳେ ଜାଳେଣି ପାଇଁ ସେମାନେ କାଠ ବା ଗୋବର ବ୍ୟବହାର କରିଥାନ୍ତି ।

ଉପୁଜୁଥିବା ସଙ୍କଟର ଗଭୀରତାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ନ ହୋଇ ସରକାର ପ୍ରକୃତରେ କୋଟି କୋଟି ଗରିବ ଲୋକଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି : ଯେଉଁମାନେ ହୀନ ସ୍ୱାସ୍ଥ୍ୟ ଓ ପୁଷ୍ଟିହୀନତା ଯୋଗୁଁ ଆଗରୁ ହିଁ ଏକ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ।

FEBRUARY 25 ,2017 VOL L11 NO 8 EPW -11 ( Poisons in the Air)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ପରିବେଶ, ପ୍ରଦୂଷଣ

ତୃତୀୟ ନୟନ: ପ୍ରଦୂଷଣର ରାଜଧାନୀ

September 30, 2012 by ଓଡିଶା ଡଟ କମ 1 Comment

ପ୍ରଶାନ୍ତ ପଟ୍ଟନାୟକ

ଏହି ସ୍ତମ୍ଭରେ “ସରକାରୀ ନିର୍ଯ୍ୟାତନାର ଶେଷ କେବେ?” ଶୀର୍ଷକ ଲେଖା ପଢ଼ିବାପରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା ମତେ ଫୋନ୍ କରି କହିଲେ, “ଆପଣ ଆମମାନଙ୍କ ଗଣତାନ୍ତ୍ରିକ ଅଧିକାର ଛିନ୍ନ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଲେଖା ଲେଖିବେ ବୋଲି ଆମେ ଆଶାକରୁ ନଥିଲୁ ।

Prasanta-Closeupଆମ୍ଭେମାନେ ଏହା ବିରୁଦ୍ଧରେ ପ୍ରତିବାଦ କରିବୁ ଏବଂ ବିକ୍ଷୋଭ, ଧାରଣା ଓ ସଭାସମିତିର ସ୍ଥଳ ମହାତ୍ମାଗାନ୍ଧୀ ମାର୍ଗ ବା ଲୋଏର୍ ପି.ଏମ୍.ଜିରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାନଯିବାଲାଗି ସରକାରଙ୍କ ନିକଟରେ ଦୃଢ଼ଦାବୀକରିବୁ ।”

ମୁଁ ତାଙ୍କ କଥା ଶୁଣି କହିଲି, “କାହାର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣକରିବା ଉଦେ୍ଧଶ୍ୟରେ ମୋ ଲେଖାଟି ଆଦୌ ଉଦ୍ଧିଷ୍ଟ ନଥିଲା । ୟୁନିଟ୍-୨ ଓ ୟୁନିଟ୍-୩ ଭଳି ଘଞ୍ଚ ଜନବସତି ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣରୁ ମୁକ୍ତକରି ସେମାନଙ୍କୁ ସୁସ୍ଥଭାବରେ ବଞ୍ଚି ରହିବାର ଅଧିକାର ଦେବାଲାଗି ମୁଁ ଉଲ୍ଲେଖ କରିଥିଲି ।

ଏଥିରେ ଆପଣମାନଙ୍କର ପ୍ରତିବାଦ କରିବାର ବା ଦାବି ଜଣାଇବାର ଗଣତାନ୍ତ୍ରିକ ଅଧିକାର ଛିନ୍ନ ହେଉଛି କେଉଁଠି? ସରକାର ଯଦି ଏଥିପାଇଁ ବିକଳ୍ପ ସ୍ଥାନଟିଏ ଠିକ୍ କରିବେ ତେବେ ଆପଣମାନେ ସେଠି ମଧ୍ୟ ଆପଣଙ୍କର ବୈପ୍ଳବୀକ କାର୍ଯ୍ୟକ୍ରମ ଚାଲୁରଖିପାରିବେ ।”

ମୋ କଥାଶୁଣି ସଂପୃକ୍ତ ନେତା ବିରକ୍ତି ପ୍ରକାଶ କରି କହିଲେ, “ନା ଆମେ ଆମର ନାର୍ଯ୍ୟ ଅଧିକାର ଛାଡ଼ିବୁନି । ମହାତ୍ମାଗାନ୍ଧୀ ମାର୍ଗରେ ହିଁ ଆମେ ପ୍ରତିବାଦ, ଧାରଣା, ଧର୍ମଘଟ, ବିକ୍ଷୋଭ ଚାଲୁରଖିବୁ, ଆପଣ ଜାଣନ୍ତି ଏହା ଆମ ପାଇଁ କେତେ ସୁବିଧା ଜନକ, ରେଳ ଷ୍ଟେସନ୍ ଓ ସିଟି ବସ୍ ଷ୍ଟାଣ୍ଡରୁ ପାଖ ହୋଇଥିବାରୁ ସବୁ ଅଂଚଳରୁ ବିକ୍ଷୋଭକାରୀମାନେ ସହଜରେ ଆସି ଯୋଗ ଦେଇପାରୁଛନ୍ତି ।

ତା’ଛଡ଼ା ‘କଂଗ୍ରେସ ଭବନ’, ‘ଭଗବତୀ ଭବନ’, ‘ନାଗଭୂଷଣ ଭବନ’, ‘ସେନା ଭବନ’, ବି.ଜେ.ପି. ପାର୍ଟି ଅଫିସ୍ ପ୍ରଭୃତିର ନିକଟତମ ସ୍ଥାନ ହୋଇଥିବାରୁ ଏଠାରେ ପହଞ୍ଚିବା ସହଜ ହେଉଛି । ଏଠୁ ଦୂର ସ୍ଥାନକୁ ଗଲେ ଆମର ବହୁତ ଅସୁବିଧା ହେବ । ତା’ଛଡ଼ା ଏଇଟା ଗୋଟାଏ ମୁଖ୍ୟ ରାସ୍ତା ହୋଇଥିବାରୁ ଆମର ବିକ୍ଷୋଭ ବେଳେ ଏଇ ରାସ୍ତାରେ ଗାଡ଼ି ମଟର ଓ ଜନସାଧାରଣଙ୍କ ଯାତାୟତ ବନ୍ଦ ହୋଇ ଯାଉଛି, ଫଳରେ ସରକାରଙ୍କ ଉପରେ ଏହି ଜନ ଅସନ୍ତୋଷର ପ୍ରଭାବ ପଡ଼ୁଛି ।”

ମୁଁ କହିଲି, “ଜନସାଧାରଣଙ୍କୁ ହଟହଟା କଲେ ଏହାର ପ୍ରଭାବ ସରକାରଙ୍କଉପରେ ପଡ଼ୁଛି କିପରି? ଆପଣମାନେ ଡ଼ାକବାଜି ଯନ୍ତ୍ର ଲଗାଇ ଯେତେ ଜୋର ରେ ଚିକ୍ରାର କଲେ ତା’ କଣ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ବା ରାଜ୍ୟପାଳଙ୍କ କାନରେ ପଡ଼ୁଛି?

ବରଂ ଗୋଟିଏ ନିର୍ଦ୍ଧିଷ୍ଟ ଓ ନିରାପଦ ସ୍ଥାନକୁ ଏହା ସ୍ଥାନାନ୍ତରିତ ହେଲେ ସେହି ସ୍ଥାନରୁ ସରକରୀ ପ୍ରତିନିଧିମାନେ ଆପଣମାନଙ୍କ ଦଦଦାବୀପତ୍ର ଗ୍ରହଣ କରି ପାରନ୍ତେ, ଅଥବା ଆପଣମାନଙ୍କର ଏକ ପ୍ରତିନିଧିଦଳକୁ ଆଲୋଚନା ପାଇଁ ସଚିବାଳୟକୁ ନେଇ ଯିବାର ବ୍ୟବସ୍ଥା କରାଯାଇ ପାରନ୍ତା ।

ମୋ କଥାଶୁଣି ନେତାଜଣକ ପ୍ରଚଣ୍ଡ ବିରକ୍ତି ସୂଚକ ସ୍ୱରରେ କହିଲେ, “ଆପଣ ଜଣେ ସ୍ୱାର୍ଥପର ଲୋକ । ସେହି ଅଂଚଳରେ ଅନେକ ସାମ୍ବାଦିକ, ଅଫିସର, ବିଚାରପତି ରହୁଛନ୍ତି କାହାର ଅସୁବିଧା ହେଉନି, ଆପଣଙ୍କର ଖାଲି ଅସୁବିଧା ହେଉଛି?ଟ୍ଟ.. ଆପଣଙ୍କ ଦଦଦାବୀରେ ଯଥାର୍ଥତା ନାହିଁବୋଲି ୨୦୦୬ ମସିହାରୁ ଆପଣ ବାରମ୍ବାର ଦଦଦଦଦାବୀଜଣାଇଲେ ମଧ୍ୟ ସରକାର ସେଥିପ୍ରତି ଭୃକ୍ଷେପ କରୁନାହାନ୍ତିଁ ।

ନେତା ମହାଶୟଙ୍କ କଥାଶୁଣି ମୁଁ କହିଲି, “ସବୁ ଦଳର ପ୍ରମୁଖ ନେତାମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଘରୋଇ ସଚିବ ଓ ପୋଲିସ୍ ମହାନିର୍ଦ୍ଧଶକଙ୍କୁ ବିଧାନସଭା ଅଧିବେଶନ ସମୟରେ ଏହି ଅଂଚଳରେ ମାତ୍ର ୪୮ ଘଣ୍ଟା ରହିବା ଲାଗି ବ୍ୟବସ୍ଥା କରାଯାଉ ସେମାନେ ଯଦି ସହଜରେ ଏ ଅଞ୍ଚଳରୁ ହେଉଥିବା ଭୟଙ୍କର ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ପରିବେଷ ପ୍ରଦୂଷଣକୁ ବରଦାସ୍ତ କରିଦେବେ କିମ୍ବା ତୁରନ୍ତ ଏ ଅଞ୍ଚଳରୁ ବିକ୍ଷୋଭ ସ୍ଥଳ ପରିବର୍ତ୍ତନ ଲାଗି ପଦକ୍ଷେପ ନେବେ ତାହାହିଁ ଦେଖିବା କଥା ।

ଖୋଦ୍ ମୁଖ୍ୟମନ୍ତ୍ରୀ ରାଜଧାନୀକୁ “ସରସ ସୁନ୍ଦର- ଭୁବନେଶ୍ୱର କରିବା ଲାଗି ସ୍ୱପ୍ନ ଦେଖୁଥିଲେ ମଧ୍ୟ ପ୍ରଶାସନିକ କଳର ଅସହଯୋଗରୁ ତାହା ହୁଏତ ସମ୍ଭବପର ହେଉନି ।”

ପଞ୍ଜାବର ରାଜଧାନୀ ଚଂଡ଼ିଗଡ଼ ଓ ଆମ ରାଜଧାନୀ ଭୁବନେଶ୍ୱର ଏକ ସମୟରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ, ଚଂଡ଼ିଗଡ଼କୁ ସରସ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ସେଠାକାର ରାଜନେତାଙ୍କର ଇଚ୍ଛାଶକ୍ତି ସାଙ୍ଗକୁ ସରକାରୀ କଳ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ଏବେ ତାହା ଆମ ଦେଶର ସବୁଠାରୁ ସୁନ୍ଦର ଓ ଆଦର୍ଶ ସହର ହୋଇ ପାରିଥିଲେ ମଧ୍ୟ, ଆମ ରାଜନେତାମାନଙ୍କର ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ଜମି ବାଡ଼ି ହଡ଼ପ୍ କରିବାର ନିଶା ଏବଂ ଏଥିରେ ଅମଲାତନ୍ତ୍ରୀ ମାନଙ୍କର ସହଯୋଗ ତଥା ଜନସାଧାରଣଙ୍କଉଦାସୀନତା ଯୋଗୁଁ ଆଜି ଆମ ରାଜଧାନୀ ଏଭଳି ଘୋର ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଛି ।

ରାଜଧାନୀକୁ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ଆରମ୍ଭରୁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଥିଲା ତାହା ବାରମ୍ବାର ଖିଲାପ କରାଯାଇଛି । କେତେକ ରାଜନେତା ଓ ପ୍ରଭାବଶାଳୀ ଅମଲାତନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଶହୀଦ ନଗର ସରକାରୀ ମାର୍କେଟ ସମ୍ମୁଖରେ ପାର୍କିଂ ଓ ପାର୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନ ବାଣ୍ଟି ଦିଆଯାଇଛି ।

ସେହିଭଳି ରାଜଧାନୀର ବିଭିନ୍ନ ୟୁନିଟରେ କ୍ଷୁଦ୍ର ପାର୍କ ପାଇଁ ଉଦ୍ଧିଷ୍ଟ ସ୍ଥାନ ଗୁଡ଼ିକ ପରବର୍ତ୍ତୀ କାଳରେ ଜବର ଦଖଲ ହୋଇଛି ଅଥବା ମରୁଭୂମିରେ ପରିଣତ ହୋଇଛି । ୟୁନିଟ୍-୧ ସ୍ଥିତ ଶିଶୁ ଉଦ୍ୟାନ ଏବଂ ୟୁନିଟ୍-୩ ସ୍ଥିତ ପାର୍କ ପାଇଁ ନିରୂପିତ ସ୍ଥାନ ଏହାର ଜ୍ୱଳନ୍ତ ଉଦାହରଣ ।

ରାଜଧାନୀରେ ସରକାରୀ ଜମିର ସୁରକ୍ଷା ପାଇଁ ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ୱର ଉନ୍ନୟନ ନିଗମ, ମୁ୍ୟନିସ୍ ପାଲଟି ଓ ରାଜସ୍ୱ ବିଭାଗ ଯେଭଳି ପଦକ୍ଷେପ ନେବା କଥା ତାହା ନେଉଥିବାରୁ ଶହଶହ ଏକର ସରକାରୀ ଜମି ଜବର ଦଖଲ ହୋଇ ଚାଲିଛି ।

ନଳା, ନର୍ଦ୍ଧମାକୁ ଅବରୋଧ କରି ବେଆଇନ ଭାବରେ ବିଲ୍ଡ଼ର୍ ଏବଂ ଜନ ସାଧାରଣ ଘରତୋଳି ଚାଲିଥିବାରୁ ରାଜଧାନୀରୁ ଜଳ ନିସ୍କାଷିତ ହୋଇ ନପାରି ସାଧାରଣ ଅସରାଟିଏ ବର୍ଷା ହେଲେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇ ଜନସାଧାରଣଙ୍କ ଧନ ଜୀବନ ବିପନ୍ନ ହୋଇ ପଡ଼ୁଛି । ତଥାପି କାହାର ନିଦ ଭାଙ୍ଗୁନାହିଁ ।

ମୁଖ୍ୟମନ୍ତ୍ରୀଙ୍କୁ ଏବାବଦରେ ସଜାଗ କରାଇବା ଲାଗି ତାଙ୍କର ଆଖି କାନ ଭାବରେ କାମ କରିବା ପାଇଁ ଉଦ୍ଧିଷ୍ଟ ରାଜନେତା, ଅମଲାତନ୍ତ୍ରୀ ଓ ସର୍ବୋପରି ଗଣମାଧ୍ୟମ ମଧ୍ୟ ଏଦିଗରେ ନିଜର କର୍ତ୍ତବ୍ୟ ସୂଚାରୁରୂପେ ପ୍ରତିପାଦନ କରିବା ଭଳି ମନେହୁଏ ନାହିଁ ।

ଫଳରେ ରାଜଧାନୀରେ କେବଳ ଯେ ସରକାରୀ ଜମିର ସୀମା ସଙ୍କୁଚିତ ହୋଇ ଚାଲିଛି ତାହା ନୁହେଁ, ଏହା କ୍ରମେ ପ୍ରଦୂଷଣର ରାଜଧାନୀରେ ପରିଣତ ହେବାକୁ ବସିଲାଣି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସୌଖୀନ ଓ ସୁନ୍ଦରତା ପ୍ରେମୀ ହୋଇଥିବାରୁ ଧ୍ୱଂସାଭିମୂଖ ଐତିହାସିକ ବିନ୍ଦୁସରୋବରର ପୁନରୁଦ୍ଧାର ଓ ତାହାର ସୈନ୍ଦର୍ଯ୍ୟକରଣ ସହ ତାହା ଉପକୂଳରେ ଏକ ଦୁର୍ଲଭ ଔଷଧୀୟ ବୃକ୍ଷର, ଗୁଳ୍ମର ଉଦ୍ୟାନ ପ୍ରତିଷ୍ଠା ଲାଗି ବିଶେଷ ଯତ୍ନବାନ ହୋଇଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଏହାକୁ ଏକ ଦର୍ଶନୀୟ ସ୍ଥଳରେ ପରିଣତ କରିବା ଲାଗି ଉଦ୍ୟମ ହେଉଛି ।

ନିଜର ଭି.ଆଇ.ପି ଅତିଥିମାନଙ୍କୁ ମଧ୍ୟଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଉଦ୍ୟାନ ବୁଲାଇ ଦେଖାଉଛନ୍ତି । ରାଜଧାନୀର ସୈାନ୍ଦର୍ଯ୍ୟକରଣ ଯୋଜନାରେ ହେଉ ଅଥବା ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରାଇବା ଲାଗି “ନବୀନ ନିବାସ” ଠାରୁ କଳିଙ୍ଗ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଥିବା ସରକାରୀ ଘର ଓ ଦପ୍ତରର କାନ୍ଥଗୁଡିକ ଚିତି୍ରତ କରାଯିବା ସଙ୍ଗେ ସଙ୍ଗେ କେତେକ ସ୍ଥାନରେ ପ୍ରସ୍ତର ଓ ମୃଣ୍ମୟ ମୂର୍ତ୍ତୀ ମଧ୍ୟ ସ୍ଥାପନ କରାଯାଇଛି ।

ଏଥିନିମନ୍ତେ କେତେକ ସରକାରୀ ନିଗମ ଓ ଘରୋଇ ବ୍ୟବସାୟୀକ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ବ୍ୟୟକରି ନିଜ ସଂସ୍ଥାକୁ ବିଜ୍ଞାପିତ କରାଉଛନ୍ତି । ରାଜଭବନ ଠାରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାକୁ ବହୁମୂଲ୍ୟର ଉଜ୍ୱଳ ଆଲୋକରେ ମଧ୍ୟ ସଜ୍ଜିତ କରାଯାଇଛି ।

ଅପରପକ୍ଷେ ରାଜଧାନୀବାସୀ ଅଥବା ଏଠାକୁ ଆସୁଥିବା ପ୍ରତ୍ୟହ ହଜାର ହଜାର ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧା, ଯଥା ସର୍ବସାଧାରଣ ସୌଚାଳୟ ଓ ପାନୀୟଜଳ ଯୋଗଣ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ହୋଇପାରିନି ।

ଫଳରେ ରାସ୍ତାଘାଟର ପ୍ରଦୂଷଣ ଘଟିଚାଲିଛି । ଏଥିପ୍ରତି କାହାର ଦୃଷ୍ଟି ନାହିଁ । କେହି ମଧ୍ୟ ଏ ସଂପର୍କରେ ପ୍ରତିବାଦର ସ୍ୱର ଉତ୍ତୋଳନ କରୁନାହାନ୍ତି ।

ରାଜଧାନୀର ଶୋଭା ବର୍ଦ୍ଧନକାରୀ ଏହି ରଂଗୀନ୍ ୱାଲ୍ ପେଣ୍ଟିଂ, ପ୍ରସ୍ତରର ଅଧୁନିକ ସ୍ଥାପତ୍ୟ, ଆଦିବାସୀ ମହିଳାମାନଙ୍କର ମୃଣ୍ମୟ ମୂର୍ତ୍ତୀ, ରାଜଧାନୀ ରାସ୍ତାଘାଟର ଶୋଭାବର୍ଦ୍ଧନରେ କିଛି ପରିମାଣରେ ସହାୟକ ହେଉଛି ନିଶ୍ଚୟ, ମାତ୍ର ରାଜଧାନୀର ପ୍ରଦୂଷଣ ଦୂର କରିବାରେ ସାମାନ୍ୟତମ ସହାୟକ ହୋଇପାରୁନାହିଁ ।

ଏହି ଦୁର୍ଲଭ ଚିତ୍ର ଓ ସ୍ଥାପତ୍ୟର ପୃଷ୍ଟଭୂମିରେ ଭିକ୍ଷା ଥଳିଧରି ବୁଲୁଥିବା ନଗ୍ନ, ଅର୍ଦ୍ଧନଗ୍ନ, ବୁଭୂକ୍ଷୁ ଶିଶୁ ଓ ମହିଳାମାନଙ୍କର ଭିକ୍ଷାପାଇଁ ଆକୁଳ ନିବେଦନ ପରିବେଶକୁ ଅଧିକ ଶୋଚନୀୟ କରୁଥିବାରୁ ଦେଖାଯାଉଛି ।

ରାଜଧାନୀକୁ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ଆରମ୍ଭରୁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଥିଲା ତାହା ବାରମ୍ବାର ଖିଲାପ କରାଯାଇଛି । କେତେକ ରାଜନେତା ଓ ପ୍ରଭାବଶାଳୀ ଅମଲାତନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଶହୀଦ ନଗର ସରକାରୀ ମାର୍କେଟ ସମ୍ମୁଖରେ ପାର୍କିଂ ଓ ପାର୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନ ବାଂଟି ଦିଆଯାଇଛି ।

ଆସୋସିଏଟେଡ଼ ମିଡ଼ିଆ
୫ ଆର୍ ଏଫ/୫, ମହାତ୍ମାଗନ୍ଧୀ ମାର୍ଗ
ଭୁବନେଶ୍ୱର-୭୫୧୦୦୧
ଫୋନ-୯୪୩୭୦୦୫୧୧୮

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ତୃତୀୟ ନୟନ Tagged With: ପ୍ରଦୂଷଣ, ରାଜଧାନୀ, ଶହୀଦ ନଗର

ବରଗଡ଼: କାରଖାନା କର୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

June 16, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁନ୍ ୧୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଥିବା ସିମେଣ୍ଟ କାରଖାନା କର୍ତୃପକ୍ଷ ଶ୍ରମିକ ମାନଙ୍କୁ ଅତ୍ୟାଚାର କରୁଥିବା ତଥା ପ୍ରଦୂଷଣ କରୁଥିବା ଅଭିଯୋଗ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ଦାବି କରିଛି ।

ସଂଘର ସଭାପତି ବ୍ରହ୍ମାନନ୍ଦ ମହାକୁଡ଼ ଶନିବାର ଜିଲ୍ଲାପାଳଙ୍କୁ ଏସଂପର୍କରେ ଏକ ପତ୍ର ପ୍ରଦାନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ କାରଖାନାକୁ ଅର୍ଥନୈତିକ ଓ ସାମାଜିକ ଅବରୋଧ ପାଇଁ ଚେତାବନୀ ଦେଇଛନ୍ତି ।

କାରଖାନାର ପ୍ରଦୂଷଣ ଯୋଗୁଁ ୯୦ ପ୍ରତିଶତ ଶିଶୁ ଶ୍ୱାସ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ସଂଘ ଏହି ପତ୍ରରେ ଉଲ୍ଲେଖ କରିଛି ।

ଏହାସହ ଶ୍ରମିକ ମାନଙ୍କୁ ସିମେଣ୍ଟ ୱେଜ ବୋର୍ଡ଼ର ଆର୍ବିଟ୍ରେସନ୍ ଅନୁସାରେ ଦରମା ଦିଆଯିବା କଥା କିନ୍ତୁ ଠିକା ଶ୍ରମିକ ମାନଙ୍କୁ ଠକି ରାଜ୍ୟ ସରକାରଙ୍କ ଅନୁସାରେ ଦରମା ଦିଆଯାଉଛି ।

କର୍ତୃପକ୍ଷ କାରଖାନାର ନିରାପଦ ଓ ଇକ୍ୟୁପମେଣ୍ଟ ପ୍ରତି ଜାଣି ଶୁଣି ଅବହେଳା କରୁଥିବାରୁ ଶ୍ରମିକମାନେ ବାରମ୍ବାର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ।

ଉକ୍ତ କାରଖାନା ଖଲିଆପାଲି ଗ୍ରାମର ମାତ୍ର ତିନି ଶହ ମିଟର ମଧ୍ୟରେ ପାୱାର ପ୍ଳାଣ୍ଟ ସ୍ଥାପନ କରି ଆଖାପାଖ ଅଞ୍ଚଳ ତଥା ବରଗଡ଼ ସହରକୁ ପ୍ରଦୂଷିତ କରୁଛି । ପ୍ଳାଣ୍ଟର ଫ୍ଲାଇଆଶ୍କୁ ଆସ୍ପଣ୍ଡରେ ନପକାଇ ସେ ଗୁଡ଼ିକୁ ଖୋଲା ସ୍ଥାନରେ ପକାଉଥିବାରୁ ଏହା ସମଗ୍ର ଅଞ୍ଚଳ ପ୍ରଦୂଷିତ କରୁଛି ବୋଲି ସଂଘ ଅଭିଯୋଗ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରଦୂଷଣ, ବରଗଡ଼, ରାଉରକେଲା ଇସ୍ପାତ କାରଖାନା

ହିଣ୍ଡାଲକୋକୁ ୧୩.୭୭ କୋଟି ଟଙ୍କା ଜରିମାନା

February 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଫେବୃୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ଜାଲ ଆନୁମତିରେ ଏକ ଅପଞ୍ଜିକୃତ ସଂସ୍ଥାକୁ ବର୍ଜ୍ୟବସ୍ତୁ ବିକ୍ରୟ କରିବା ଅଭିଯୋଗରେ ସୋମବାର କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ହୀରାକୁ ସ୍ଥିତ ହିଣ୍ଡାଲକୋକୁ ୧୩ କୋଟି ୭୭ ଲକ୍ଷ ଜୋରିମାନା ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଗତ ବର୍ଷ ହିଣ୍ଡାଲକୋ କାରଖାନାରୁ ଆଲୁମିନା ଉତ୍ପାଦନ ପରେ ନିର୍ଗତ ‘ଆନୋଡବଟ୍ଟ’ ନାମକ ଏକ ବିଷାକ୍ତବର୍ଜ୍ୟବସ୍ତୁକୁ ସମ୍ବଲପୁର ସ୍ଥିତ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ ଜାଲ ଦସ୍ତଖତରେ କମ୍ପାନୀ କର୍ତୃପକ୍ଷ ବିଶାଖାପାଟଣା ଓ ଧାନବାରଦୁଇଟି ଅପଞ୍ଜିକୃତ ସଂସ୍ଥାକୁ ବେଆଇନ ବିକ୍ରି କରିଥିଲେ ।

ଏ ସଂପର୍କରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟ ପ୍ରଦୂଷଣ ବୋର୍ଡର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ରାଜ୍ୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହିଣ୍ଡାଲକୋକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଅନୁସନ୍ଧାନ କରାଯାଇଥିଲା ।

ଏଥିରେ ସତ୍ୟତା ଥିବା ଜାଣିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଦୂଷଣ, ବର୍ଜ୍ୟବସ୍ତୁ

ପ୍ରଦୂଷଣ ପାଇଁ ଆର୍ଏସ୍ପିର ୨ଟି ୟୁନିଟ୍ ବନ୍ଦ ନିର୍ଦ୍ଦେଶ

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ପରିବେଷ ପ୍ରଦୂଷଣ ପାଇଁ ରାଉରକେଲା ଇଷ୍ପାତ କାରଖାନାରଦୁଇଟି ୟୁନିଟ୍ ବନ୍ଦ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଦୂଷଣ ରୋକିବା ପାଇଁ ବାରମ୍ବାର କୁହାଯିବା ସତ୍ୱେ କାରଖାନା କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଏସଂପର୍କରେ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।

ଏହାସତ୍ୱେ କୌଣସି ପ୍ରତିକାରମୂଳକ ପଦକ୍ଷେପ ନନେବାରୁ କାରଖାନାର ଏମ୍ପି ବଏଲର ନଂ୩ ଏବଂ ସିଂଟରିଂ ପ୍ଲାଂଟ ନଂ୧କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପ୍ରଦୂଷଣ

ପାରାଦୀପ: ବାଲିଯାତ୍ରା ପରେ ପ୍ରଦୂଷଣ ନେଇ ଉଦବେଗ

November 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ବନ୍ଦର ସହର ପାରାଦୀପରେ ୧୨ଦିନ ଧରି ଚାଲିଥିବା ବାଲିଯାତ୍ରା ସୋମବାର ଶେଷ ହୋଇଥିବା ବେଳେ ଅଳିଆ ଆବର୍ଜନା ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ସାଧାରଣରେ ଉ୍ବେଗ ପ୍ରକାଶ ପାଇଛି ।

ଛଅ କିମି ଲମ୍ବ ସମୁଦ୍ର କୂଳ ଅଂଚଳରେ ସ୍ଥାନୀୟ ଲୋକମାନେ ପିକ୍ନିକ୍ ତଥା ଭ୍ରମଣ କରିବାକୁ ଆସିଥାନ୍ତି କିନ୍ତୁ ବାଲିଯାତ୍ରା ପରେ ବର୍ତମାନ ଏହି ସ୍ଥାନ ଅଳିଆ ଆବର୍ଜନାରେ ଭର୍ତି ହୋଇଛି ।

ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ଅଂଚଳରେ ବାଲିଯାତ୍ରା ପାଇଁ ପ୍ରଶାସନ ଅନୁମତି ଦେବା ଉଚିତ୍ ନୁହେଁ” ବନ୍ଦରର ଜଣେ କର୍ମଚାରୀ ରଂଜନ ଦ।ସ କହିଛନ୍ତି ।

ସମୁଦ୍ର କୂଳରେ ଦିନକୁଦିନ ବସ୍ତି ସଂଖ୍ୟା ବୃଦ୍ଧି ପାଉଛି । ପ୍ରାୟ ଶ ବର୍ଷ ତଳେ ଏହି ଅଂଚଳ ଏଭଳି ଦେଖାଯାଉନଥିଲା ଏବଂ ସେତେବେଳେ ଏତେ ସଂଖ୍ୟାରେ ବସ୍ତି ହୋଇନଥିଲା ବୋଲି ପାରାଦୀପର ସଂଜୀବ ମହାନ୍ତି କହିଛନ୍ତି ।

ପ୍ରତିିନ ନୂଆନୂଆ ଲୋକ ଏଠାକୁ ଆସି ବସ୍ତିରେ ବସବାସ କରୁଥିବା ବେଳେ ପ୍ରଶାସନ ସେମାନଙ୍କୁ ସେଠାରୁ ଉଚ୍ଛେଦ କରିବା ପାଇଁ କୌଣସି ପକ୍ଷେପ ଗ୍ରହଣ କରୁନଥିବା ସେ କହିଛନ୍ତି ।

ବର୍ତମାନ ପରିସ୍ଥିତିରେ ସଂପୃକ୍ତ ଅଂଚଳ ପରଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଜ୍ଞାପିତ ଅଂଚଳ ପରିଷଦ ତଥା ବନ୍ଦର କର୍ତୃପକ୍ଷଙ୍କ ପାଇଁ କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼ିଛି ।

ବାଲିଯାତ୍ରା ସମୟରେ ଦୋକାନୀମାନେ ଦୈନନ୍ଦିନର ଅଳିଆ ଆବର୍ଜନା ସମୁଦ୍ରକୂଳରେ ପକାଇଥିବାରୁ ଏହା ପଚି ନଷ୍ଟ ହୋଇଯାଇ ପରିବେଶ ପ୍ରଦୂଷିତ କରୁଛି ।

ତେବେ ବାଲିଯାତ୍ରା ଶେଷ ହେବା ପରେ ପ୍ରଶାସନ ଏହାର ସଫେଇ କାର୍ଯ୍ୟ ଆରମ୍ଭ କରିଛି ଏବଂ ଗୋଟିଏ ସପ୍ତାହ ମଧ୍ୟରେ ଏହା ଶେଷ ହେବ ବୋଲି ପାରାଦୀପ ଏନ୍ଏସି ଅଧ୍ୟକ୍ଷା ମଂଜୁଲତା ଜେନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପାରାଦୀପ ବନ୍ଦର, ପ୍ରଦୂଷଣ, ବାଲିଯାତ୍ରା

ପ୍ରଦୂଷଣ ଯୋଗୁଁ ଭୂଷଣର ୬ଟି ୟୁନିଟ୍, ବିଦ୍ୟୁତ ପ୍ରକଳ୍ପ ବନ୍ଦ

October 31, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ପ୍ରଦୂଷଣ ଯୋଗୁଁ ଢେଙ୍କାନାଳ ଜିଲ୍ଲା କନ୍ଟାବଣିଆ ସ୍ଥିତ ଭୂଷଣ ଷ୍ଟିଲ ପ୍ଲାଣ୍ଟର ଛଅଟି ୟୁନିଟ୍ ଏବଂ ବିଦ୍ୟୁତ ପ୍ରକଳ୍ପକୁ ପ୍ରଶାସନ ବନ୍ଦ କରିଛି ।

ଉକ୍ତ ୟୁନିଟ୍ ଗୁଡ଼ିକ ପ୍ରଦୂଷଣ କରୁଥିବାରୁ ସେଗୁଡ଼ିକ ବନ୍ଦ କରିବାକୁ ଗତ ୧୨ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ନୋଟିସ୍ ଦିଆଯାଇଥିଲା କିନ୍ତୁ କାରଖାନା କର୍ତୃପକ୍ଷ ବନ୍ଦ କରିନଥିଲେ ।

ସୋମବାର ଓଡ଼ପଡ଼ା ତହସିଲାରଙ୍କ ଉପସ୍ଥିତିରେ ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗ ଉପନିର୍ଦ୍ଦେଶକ ଓ ପ୍ରଦୂଷଣ ବୋର୍ଡ଼ ଅଧିକାରୀମାନେ ଏହି ୟୁନିଟ୍ ଗୁଡ଼ିକ ବନ୍ଦ କରିେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଢେଙ୍କାନାଳ, ପ୍ରଦୂଷଣ, ବିଦ୍ୟୁତ ପ୍ରକଳ୍ପ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ