• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

‘ବଞ୍ଚିବା ପାଇଁ ଦୁର୍ନୀତିଗ୍ରସ୍ତ ବିରୋଧୀ ଏକାଠି’

May 28, 2018 by admin 1 Comment

କଟକ: କଟକ ଜନକଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଏନଡିଏ ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡ ରଖିଛନ୍ତି ମୋଦି ।

ଫୋକସ୍‌ରେ ମହାନଦୀ :

କିଲ୍ଲା ପଡିଆରୁ ନବୀନ ପଟ୍ଟନାୟକଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ମହନଦୀ ନେଇ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଓଡ଼ିଶା ବିକାଶ ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି । ମହାନଦୀ ଯୋଗୁଁ ଓଡ଼ିଶାର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଛନ୍ତି ମହାନଦୀର ଅଧା ଜଳ ବଙ୍ଗୋପ ସାଗରରେ ମିଶୁଛି । ମହାନଦୀକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଚାଲିଥିବା ବିବାଦର ସମାଧନ କରିବାକୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ୍ ଗଡକାରୀ ଚେଷ୍ଟା କରିଥିଲେ ।

ହେଲେ ଗଡକାରୀଙ୍କ ଉଦ୍ୟମକୁ ଓଡ଼ିଶା ସରକାର ଅଣଦେଖା କଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଚାଷୀର ଜମିରେ ପାଣି ପହଞ୍ଚାଇବା ଲାଗି ମହାନଦୀ ସହ ଅନ୍ୟ ୫ ନଦୀର ଜଳ ସଠିକ୍ ଭାବରେ ବ୍ୟବହାର କରୁନାହାଁନ୍ତି ଓଡ଼ିଶା ସରକାର ବୋଲି ମୋଦି କହିଛନ୍ତି । ମହାନଦୀ ବିବାଦରେ ନବୀନ ପଟ୍ଟନାୟକଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ।

ପାରାଦୀପ ନୁହେଁ ବିକାଶ ଦୀପ

ପାରାଦୀପ ଆଇଓସିଏଲ୍ ବିଶୋଧନାଗାର ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ ହୋଇଥିଲା । ହେଲେ କଂଗ୍ରେସ ନେତୃତାଧିନ ଉପା ସରକାର ସେହି ବିଶୋଧନାଗାର କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ । ତେବେ ବିଜେପି ନେତୃତାଧିନ ଏନଡିଏ ସରକାର ସମୟରେ ଆଇଓସିଏଲ୍ ବିଶୋଧନାଗାର କାମ ସମାପ୍ତ ହୋଇ ପାରାଦୀପ ହୋଇଛି ବିକାଶ ଦୀପ ।

ଗରିବଙ୍କ ସରକାର

ଏନଡିଏ ସରକାରର ଅଧିକାଂଶ ସଦସ୍ୟ ଗରିବ ପରିବାରରେ ଜନ୍ମ ନେଇଛନ୍ତି । ସେଥିପାଇଁ ଗରିବଙ୍କ ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ଏନଡିଏ ସରକାର ସମୟରେ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଗରିବ ଘର ବ୍ୟକ୍ତି ହୋଇପାରିଛନ୍ତି ।

୨୦୧୪ ନିର୍ବାଚନ ପୂର୍ବରୁ ଗରିବ ହଟାଇବା ଲାଗି ବିରୋଧୀମାନେ କେବଳ ନାରା ଦେଉଥିଲେ। ହେଲେ ଦେଶର ଅଧା ଲୋକଙ୍କ ନିକଟରେ ନଥିଲା ଗ୍ୟାସ୍, ବିଜୁଳି ସଂଯୋଗ, ସଡକ-ଶୌଚାଳୟର ଘୋର ଅଭାବ ଥିଲା । ନିର୍ବାଚନ ଜିତିବା ପାଇଁ କେଉଁଠୁ କେତେ ଭୋଟ୍ ଆସିବ ସେ ସବୁର କେବଳ ହିସାବ କରୁଥିଲେ ।

ସଂକଳ୍ପରୁ ଆରମ୍ଭ ହୋଇଥିବା ଅଭିଯାନ ବିଫଳ ହୁଏନି ବୋଲି ସେ ଜନକଲ୍ୟାଣ ସମାବେଶରେ କହିଛନ୍ତି ମୋଦି । କଳାଧନରୁ ଜନଧନ ଆଡେ ଅଗ୍ରସର ହେଉଛି ଦେଶ । ଜନକଲ୍ୟାଣ ପାଇଁ ତାଙ୍କ ଏନଡିଏ ସରକାର କାମ କରୁଛି । ଦେଶରେ କନଫ୍ୟୁଜନ୍ ନୁହେଁ କମିଟମେଣ୍ଟ ସରକାର ଚାଲିଛି ।

ସେଥିପାଇଁ ଅାତଙ୍କବାଦୀଙ୍କ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ , ଓ୍ବାନ୍‌ ରାଙ୍କ୍‌ ଓ୍ବାନ୍‌ ପେନ୍‌ସନ୍‌ ଭଳି ନିଷ୍ପତି ଲାଗୁ ହୋଇପାରିଛି । ବିଜେପି ନେତୃତ୍ୱରେ ସରକାର ଚାଲିଥିବାରୁ କଂଗ୍ରେସ୍ ସଠିକ୍ ରାସ୍ତାରେ ଅଛି। ଜନତାଙ୍କ ସ୍ନେହ ଏବଂ ଆଶୀର୍ବାଦ ଯୋଗୁଁ ଆଜି ୨୦ ରାଜ୍ୟରେ ବିଜେପି ସରକାର ଚାଲିଛି ବୋଲି କହିଛନ୍ତି ମୋଦି ।

ବିରୋଧିଙ୍କୁ କଟାକ୍ଷ

ଗତ ୪ ବର୍ଷ ମଧ୍ୟରେ ବିଜେପି କଳେବର ଯଥେଷ୍ଟ ବଢିଛି । ବିଜେପି ଭୟରେ ଏକାଠି ହୋଇ ଯାଇଛନ୍ତି ଦୁର୍ନୀତିଗସ୍ତ ବିରୋଧୀ । ଦେଶକୁ ନୁହେଁ ପରିବାରକୁ ବଞ୍ଚାଇବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ। ଦେଶ ବିକାଶ ପାଇଁ ନୁହେଁ ନିଜ ବିକାଶ ପାଇଁ ଦୁର୍ନୀତିଗ୍ରସ୍ତ ସମସ୍ତ ବିରୋଧୀ ଏକାଠି ହୋଇଛନ୍ତି ।

ତେବେ ଗତ ୪ ବର୍ଷ ମଧ୍ୟରେ ୪ ହଜାର ସ୍ଥାନରେ ଚଢାଉ ହୋଇ ୫୩ ହଜାର କୋଟି ଟଙ୍କା ଜବତ ହୋଇଛି । ହେଲେ ପରିବର୍ତ୍ତନ ଆଡକୁ ଆଗେଇଛି ଦେଶ। ବିଜେପି ସ୍ୱଚ୍ଛ ଶାସନ ଯୋଗୁଁ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଜେଲରେ ଅଛନ୍ତି । ନୂଆଦିଲ୍ଲୀର ୧୦ ଜନପଥରେ ରହୁଥିବା ସୋନିଆ ଗାନ୍ଧିଙ୍କୁ କଟ୍ଟାକ୍ଷ କରି ମୋଦି କହିଲେ ଯେ “ତାଙ୍କ ସରକାର ଜନପଥରୁ ନୁହେଁ ଜନମତରେ ଚାଲୁଛି”।

ତେବେ ଜୟ ଜଗନ୍ନାଥରୁ ଆରମ୍ଭ କଲେ ଭାଷଣ । ଓଡିଶାର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ନମସ୍କାର । ଗରିବଙ୍କ ଦେବତା ଜଗନ୍ନାଥ। କଟକ ତାରକାସି କାମ ସୂକ୍ଷ୍ମକଳାର ପ୍ରତିକ କହି। ଦେଶର ସ୍ୱତନ୍ତ୍ରତା ସେନାନୀଙ୍କ ଜନ୍ମଭୂମୀ ଏମଂ କର୍ମଭୂମୀ କଟକକୁ ସମ୍ଭୋଦିତ କରି ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କୁ ସ୍ମରଣ କଲେ ମୋଦି ।

ସେହିପରି ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସ, ଭକ୍ତକବି ମଧୁସୂଦନ ରାଓ, ଉତ୍କଳ କେଶରୀ ମହାତାବଙ୍କୁ ମନେ ପକାଇଥିଲେ ।

source: theargus.in

admin
admin

Filed Under: ରାଜନୀତି Tagged With: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହନଦୀ

ଭେଙ୍କେୟା ରଖିଲେ କେନ୍ଦ୍ର ସରକାରଙ୍କ ରିପୋର୍ଟ କାର୍ଡ

May 27, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୭ (ଓଡିଶା ଡଟ କମ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତରେ ଏନଡିଏ ସରକାରର ଏକ ବର୍ଷପୂର୍ତ୍ତି ଅବସରରେ ବୁଧବାର ସାଧାରଣ ଜନତାଙ୍କ ପାଖରେ ସରକାରଙ୍କ ରିପୋର୍ଟ କାର୍ଡ ରଖିଛନ୍ତି କେନ୍ଦ୍ରୀୟ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ।

ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତରେ ଗତ ଏକବର୍ଷ ମଧ୍ୟରେ ଦେଶର ଦିଗହରା ଅର୍ଥନୀତି ରାସ୍ତାକୁ ଆସିଛି ।

ଦୀର୍ଘ ଦଶନ୍ଧି ଧରି ଦେଶରେ ଦେଖାଦେଇଥିବା ନିରାଶାର ବାତାବରଣରେ ବିରାମ ଲାଗିଛି। ଦେଶର ଆର୍ଥିକ ଅଭିବୃଦ୍ଧି ହୋଇଛି, ରୋଜଗାରର ପନ୍ଥା ଖୋଲିଛି । ଅନ୍ତର୍ଜାତିକ ସ୍ତରରେ ଦେଶର ଏକ ନୂଆ ଛବି ତିଆରି ହୋଇଛି।

ଭେଙ୍କେୟା କହିଛନ୍ତି ଯେ, ଭ୍ରଷ୍ଟାଚାର ରୋକିବାରେ ସରକାର ସଫଳ ହୋଇଛନ୍ତି । ଯାହାର ଫଳସ୍ଵରୂପ ଲୋକଙ୍କ ବିଶ୍ଵାସ ସରକାର ଉପରେ ଆସିଛି। ଦେଶରେ ପୁଞ୍ଜି ବିନିଯୋଗ ବଢିଛି । ଦରଦାମ ନିୟନ୍ତ୍ରଣରେ ରହିଛି।

ସାଧାରଣ ଲୋକଙ୍କୁ ଯେପରି ଦେଶର ଆର୍ଥିକ ଅଭିବୃଦ୍ଧିର ଲାଭ ମିଳିପାରିବ ସରକାର ସେଦିଗରେ ସଫଳ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୧୫କୋଟି ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଦେଶରେ ଧନୀ ଗରିବଙ୍କ ମଧ୍ୟରେ ଯେପରି ଆର୍ଥିକ ଅସମାନତା ଦୂରହେବା ସେଦିଗରେ ସରକାର ପଦକ୍ଷେପ ନେଇଛନ୍ତି ।

ଏହି ଅବସରରେ ଭେଙ୍କେୟା, ମୋଦି ସରକାରଙ୍କ ଦ୍ଵାରା ଆର୍ଥିକ କ୍ଷେତ୍ରରେ ପଛୁଆ ଥିବା ଲୋକଙ୍କପାଇଁ ଆରମ୍ଭ କରାଯାଇଥିବା ଲୋକାଭିମୁଖୀ ଯୋଜନା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା, ଅଟଳ ପେନସନ ଯୋଜନା, ଜୀବନ ଜ୍ୟୋତି ଯୋଜନା ବିଷୟରେ କହିଥିଲେ।

ଭେଙ୍କେୟା କହିଥିଲେ ଯେ ଭାରତର ସଂଘୀୟ ବ୍ୟବସ୍ଥା ଅନୁଯାୟୀ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟିତ ଅଛନ୍ତି । ଏନଡିଏ ସରକାର ରାଜ୍ୟ ବାବଦ ଆର୍ଥିକ ଭାଗ ବଢାଇବା ସହ ବିଭିନ୍ନ ଯୋଜନାରେ ଅନୁଦାନ ଅର୍ଥ ବଢାଇଛନ୍ତି।

ଭିତ୍ତିଭୂମି ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ ହୋଇଛି । ନୂଆ ବିଦେଶ ନୀତି ତିଆରି ହୋଇଛି । ବ୍ୟାପାର ଓ ବିଦେଶୀପୁଞ୍ଜି ବିନିଯୋଗ ବଢାଇବା ପାଇଁ ମୋଦି ସରକାରଙ୍କ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବବୋଲି ଭେଙ୍କେୟା କହିଥିଲେ।

ଗତ ପଚାଶ ବର୍ଷ ଧରି ଦେଶର ଲାଗିରହିଥିବା ଆର୍ଥିକ ସ୍ଥାଣୁତା ପାଇଁ ସେ କଂଗ୍ରେସକୁ ଦାୟୀ କରିବାସହ ଦେଶରର ପ୍ରଗତି କଥା ଉଠିଲେ ସମାଲୋଚନା ନକରି ସହଯୋଗ କରିବାକୁ କଂଗ୍ରେସକୁ ପରାମର୍ଶ ଦେଇଥିଲେ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: କଂଗ୍ରେସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଦେଶୀପୁଞ୍ଜି

ମୋଦୀଙ୍କ ରାଉରକେଲା ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି

March 30, 2015 by ଓଡିଶା ଡଟ କମ Leave a Comment

ରାଉରକେଲା, ମାର୍ଚ ୩୦ (ଓଡିଶା ଡଟ କମ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପ୍ରେଲ ୧ରେ ଦିନିକିଆ ରାଉରକେଲା ଗସ୍ତ କୁ ନେଇ ପ୍ରଶାସନ ଏବଂ ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ଶାଖା ବ୍ୟାପକ ପ୍ରସ୍ତୁତି ଚଳାଇଛି ।

RSPମୋଦୀ୩୬୦୦୦ କୋଟି ଟଙ୍କ। ବ୍ୟୟରେ କରାଯାଇଥିବା ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଆଧୁନିକିକରଣ ଓ ବିସ୍ତାର କରାଯାଇଥିବା ଇଉନିଟର ଲୋକାର୍ପଣ କରିବା ସହ ସ୍ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ ଭିଜନ- ୨୦୨୫ ମଧ୍ୟ ଉନ୍ମୋଚନ କରିବାର କାର୍ଯକ୍ରମ ରହିଛି ।

୧୨,୦୦୦ କୋଟି ଟଙ୍କା ବ୍ୟୟରେ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଦ୍ଵାରା ନିକଟରେ କରାଯାଇଥିବା ଆଧୁନିକିକରଣ ଓ ବିସ୍ତାର କାମ ନିକଟରେ ସମ୍ପନ୍ନ ହୋଇଛି। ଏହା ଦ୍ଵାରା ଷ୍ଟିଲ ପ୍ଳାଣ୍ଟର ବାର୍ଷିକ କ୍ଷମତା ଦୁଇ ମିଲିୟନ ଟନରୁ 4.5 ମିଲିୟନ ଟନ କୁ ବୃଦ୍ଧି ପାଇଛି।

ସ୍ଵତନ୍ତ୍ର ଗ୍ରେଡର ଇସ୍ପାତ ନିର୍ମାଣ ତଥା କଠିନ ଗୁଣବତ୍ତା ସୁନିଶ୍ଚିତ କରୁଥିବା ପାଇଁ ରାଉରକେଲାର ଏକ ସ୍ଵତନ୍ତ୍ର ପରିଚୟ ରହିଛି, ଯେଉଁଥିପାଇଁ କାରଖାନା ପ୍ରତିରକ୍ଷା ବିଭାଗ ସମେତ ଅନେକ ପ୍ରତିବଦ୍ଧ ଗ୍ରାହକ ସୃଷ୍ଟି କରିପାରିଛି ।

ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧପୋତ ବହନକାରୀ ଆଇଏନଏସ ବିକ୍ରାନ୍ତ ଏବଂ ଯୁଦ୍ଧ ଟ୍ୟାଙ୍କ ଅର୍ଜ୍ଜୁନ ଏହାର ଜ୍ଜ୍ଵଳନ୍ତ ପ୍ରତିଫଳନ ମାତ୍ର ।

ଏହି ନୂତନ ପ୍ଳାଣ୍ଟ ଗୁଡିକ କାର୍ଯ୍ୟକ୍ଷମ ହେବା ସହିତ ଆରଏସପି ପରିବର୍ଦ୍ଧିତ ଗ୍ରାହକଙ୍କଠାରୁ ଆପେକ୍ଷିତ ଅଧିକ ସ୍ଵତନ୍ତ୍ର ଓ ନିର୍ଦ୍ଧିଷ୍ଟ ଆବଶ୍ୟକତା ଗୁଡିକ ପୂର୍ଣ୍ଣ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଏହି କ୍ରମରେ ସ୍ଥାପିତ ହୋଇଥିବା ଅନ୍ୟ ପ୍ରମୁଖ ୟୁନିଟ ଗୁଡିକ ହେଉଛି, ନୂତନ ର’ମେଟେରିୟାଲ ହ୍ୟାଣ୍ଡଲିଙ୍ଗ ପ୍ଳାଣ୍ଟ, ନୂତନ ସିଣ୍ଟର ପ୍ଳାଣ୍ଟ, ନୂତନ କୋକ ଓଭନ ବ୍ୟାଟେରୀ-୬, ଏକ ନୂତନ ବେସିକ ଅକ୍ସିଜେନ ଫର୍ଣ୍ଣେସ, ଏକ ନୂତନ ସ୍ଲାବ କାଷ୍ଟର ଏବଂ ଏକ ନୂତନ ପ୍ଳେଟ ମିଲ ।

ଉତ୍ପାଦନ ପରିମାଣରେ ବୃଦ୍ଧି ଆଣିବା ସହିତ ଉନ୍ନତ ଗୁଣମାନ, କମ ଉତ୍ପାଦନ ଖର୍ଚ୍ଚ , ପରିବର୍ଦ୍ଧିତ ଗ୍ରାହକ ସୀମା ଏବଂ ଉନ୍ନତତର ପରିବେଶ ପରିଚାଳନା ଇତ୍ୟାଦି ଏହି ଆଧୂନିକୀକରଣ ଏବଂ ସଂପ୍ରସାରଣର ଅନ୍ୟତମ ବୈଶିଷ୍ଟ୍ୟ ଅଟେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: ଉନ୍ନତତର ପରିବେଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଉରକେଲା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ