• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ପୋସ୍କୋ ଅଞ୍ଚଳ ଗସ୍ତ କରିବାକୁ ଦାବି

January 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଗସ୍ତ କରିବାକୁ ପ୍ରକଳ୍ପ ବିରୋଧୀମାନେ ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ସୋମବାର ଢିଙ୍କିଆ ଓ ଗୋବିନ୍ଦପୁର ଗ୍ରାମବାସୀମାନେ ଏକ ସଭାର ଆୟୋଜନ କରିଥିଲେ ।

ମନମୋହନ ସଂପୃକ୍ତ ଅଞ୍ଚଳ ଗସ୍ତ କରି ଲୋକମାନେ କିଭଳି ରହୁଛନ୍ତି ଏବଂ କିଭଳି ବଳପୂର୍ବକ ଜମି ଅଧିଗ୍ରହଣ କରାଯାଇଛି ତାହା ଦେଖନ୍ତୁ ବୋଲି ସଭାରେ ବିରୋଧୀ ନେତାମାନେ କହିଛନ୍ତି ।

ଏହି ଅଞ୍ଚଳକୁ ଆସିବା ପାଇଁ ପୂର୍ବତନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଓ କଂଗ୍ରେସ ସାଧାରଣ ସଂପାଦକ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ଆସିନଥିଲେ, ନେତାମାନେ କହିଛନ୍ତି ।

ପ୍ରକଳ୍ପକୁ ବିରୋଧ କରି ଗତ ଛଅ ବର୍ଷ ହେଲା ଛୋଟ ପିଲା ଓ ମହିଳାଙ୍କ ସହ ଗ୍ରାମବାସୀମାନେ ଯେଭଳି ଆନ୍ଦୋଳନ କରିଆସୁଛନ୍ତି ତାହା ପ୍ରଧାନମନ୍ତ୍ରୀ ଦେଖିବା ଉଚିତ୍ ବୋଲି ସଂଗ୍ରାମ ସମିତି ସଂପାଦକ ଶିଶିର ମହାପାତ୍ର କହିଛନ୍ତି ।

ଏକ ପାଞ୍ଚ ଦଫା ଦାବି ସମ୍ବଳିତ ପତ୍ର ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ବେଳେ ପୋସ୍କୋ ପ୍ରକଳ୍ପ ପାଇଁ ହୋଇଥିବା ଚୁକ୍ତି ଶେଷ ହୋଇଥିବାରୁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୁନର୍ବାର ଏହାର ନବୀକରଣ ନକରିବାକୁ ଏଥିରେ ଉଲ୍ଲେଖ କରିଛନ୍ତି ।

ତେବେ ପ୍ରକଳ୍ପ ସମର୍ଥକ ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟ ପ୍ରଧାନମନ୍ତ୍ରୀ ସଂପୃକ୍ତ ଅଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବାକୁ ଦାବି କରିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପୋସ୍କୋ, ପ୍ରଧାନମନ୍ତ୍ରୀ

ବିଜ୍ଞାନ କଂଗ୍ରେସରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ

January 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ୯୯ତମ ବିଜ୍ଞାନ କଂଗ୍ରେସରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋମବାର ସଂଧ୍ୟାରେ ଭୁବନେଶ୍ୱରରେ ପହଂଚିଛନ୍ତି ।

ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପତ୍ନୀ ଗୁରୁସରଣ କୌରଙ୍କ ସହ ପ୍ରଧାନମନ୍ତ୍ରୀ
ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଂଚିଛନ୍ତି ।

ସେଠାରେ ତାଙ୍କୁ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଓ କଂଗ୍ରେସ ଦଳର ନେତା ଓ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ ଏବଂ ମଙ୍ଗଳବାର ସକାଳେ କିଟ୍ ବିଶ୍ୱବ୍ୟିାଳୟରେ ଆୟୋଜିତ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରିବେ ଏବଂ ପରେ କଂଗ୍ରେସ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ ।

ଏହାପରେ ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରଧାନମନ୍ତ୍ରୀ, ବିଜ୍ଞାନ କଂଗ୍ରେସ

ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ

January 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ସୋମବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ଭୁବନେଶ୍ୱର ଆସୁଥିବାରୁ ତାଙ୍କୁ ସ୍ୱାଗତ କରିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ବାଲୁକା କଳାକୃତି କରିଛନ୍ତି ।

ସୁଦର୍ଶନ ବେଳାଭୂମିରେ ବାଲିରେ ପ୍ରଧାନମନ୍ତ୍ରୀଙ୍କ ଚାରି ଫୁଟ୍ ଉଚ୍ଚର ଏକ କଳାକୃତି କରିଛନ୍ତି । ଏଥିରେ ସେ ତିନି ଟନ୍ ବାଲି ବ୍ୟବହାର କରିଥିବା ବେଳେ ଏହା ଦେଖିବା ପାଇଁ ଲୋକମାନେ ସେଠାରେ ଭିଡ଼ ଜମାଇଛନ୍ତି ।

ପୂର୍ବରୁ ମଧ୍ୟ ସୁଦର୍ଶନ ବିଭିନ୍ନ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ବାଲୁକା କୃତି କରିଛନ୍ତି । ନାଲ୍କୋ ବ୍ରାଣ୍ଡ ଅମ୍ବାସାଡ଼ର ସୁର୍ଶନ ୪୭ରୁ ଉଦ୍ଧ୍ୱର୍ ଆର୍ନ୍ତଜାତୀୟ ବାଲୁକା କଳା ଚମ୍ପିୟାନସିପ୍ରେ ଅଂଶ ଗ୍ରହଣ କରିଛନ୍ତି ।

୩ରୁ୭ ପର୍ଯ୍ୟନ୍ତ ହେବାକୁ ଥିବା ୯୯ତମ ବିଜ୍ଞାନ କଂଗ୍ରେସର ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରଧାନମନ୍ତ୍ରୀ, ବାଲୁକା କଳାକୃତି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

December 30, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୩୧(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱରରେ ହେବାକୁ ଥିବା ଜାତୀୟ ବିଜ୍ଞାନ କଂଗ୍ରେସରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କିଟ୍ ବିଶ୍ୱବ୍ୟିାଳୟରେ ବିଜ୍ଞାନ କଂଗ୍ରେସ ୩ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ୨ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଂଚି ୩ ତାରିଖରେ କିଟ୍ ପରିସର ଓ କଂଗ୍ରେସ ଭବନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ତାଙ୍କର ସୁରକ୍ଷା ବ୍ୟବସ୍ଥା ତାରଖ ପାଇଁ ଏସ୍ପିଜି ଡିଆଇଜି ପିୟୁଷ ପାଣ୍ଡେଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍ ଶୁକ୍ରବାର ଭୁବନେଶ୍ୱରରେ ପହଂଚି ରାଜଧାନୀର ବିଭିନ୍ନ ସ୍ଥାନ ବୁଲି ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି ।

ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତୃପକ୍ଷ, ସିଆଇଏସ୍ଏଫ୍ ଅଧିକାରୀ ଓ ପୋଲିସ କମିଶନର ଏନେଇ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଯିବା ଆସିବାର ୧୫ ମିନିଟ୍ ପୂର୍ବରୁ ଉକ୍ତ ରାସ୍ତାକୁ ସିଲ୍ କରିିଆଯିବ ସମୟରେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ପ୍ରଧାନମନ୍ତ୍ରୀ, ଭୁବନେଶ୍ୱର

ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

November 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଡ଼ାଲି ତଥା ଖାଇବା ତେଲର ଅହେତୁକ ମୂଲ୍ୟ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସୋମବାର ପତ୍ର ଲେଖିଛନ୍ତି ।

ଗତ ଛଅ ମାସ ମଧ୍ୟରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ୧୧.୪୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଗତ ଏକ ବର୍ଷ
ମଧ୍ୟରେ ଖାଇବା ତେଲ ଓ ଡ଼ାଲିର ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ସାଧାରଣ ଲୋକମାନେ ଖାଦ୍ୟ
ସାମଗ୍ରୀରେ ଅଧିକ ଖର୍ଚ୍ଚ କରୁଛନ୍ତି, ତେଣୁ ମୂଲ୍ୟ ବୃଦ୍ଧି ଯୋଗୁଁ ସେମାନେ ଅଧିକ ମାତ୍ରାରେ ଭାରାକ୍ରାନ୍ତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଦର୍ଶାଇଛନ୍ତି ।

ଆୟ କମ୍ ତଥା ମୂଲ୍ୟ ବୃଦ୍ଧି ଯୋଗୁଁ ଗରିବ ଲୋକମାନ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ଏବଂ ସେମାନେ ଠିକ୍ ଖାଦ୍ୟ ନପାଇ ପୃଷ୍ଟିହୀନତାର ଶିକାର ହେଉଛନ୍ତି ।

ଏହାସହ ପେଟ୍ରୋଲିୟମ ଜାତୀୟ ପାର୍ଥର ବାରମ୍ବାର ମୂଲ୍ୟ ବୃଦ୍ଧି ଯୋଗୁଁ ମଧ୍ୟବିତ ତଥା ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ୁଛି, ସେ ପତ୍ରରେ ଦର୍ଶାଇଛନ୍ତି ।

ତେଣୁ ମୂଲ୍ୟବୃଦ୍ଧି ଉପରେ ହସ୍ତକ୍ଷେପ କରି ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପକ୍ଷେପ ନେବାକୁ ସେ
ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡ଼ିର ଧାରଣା

April 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ବହୁ କୋଟି ଟଙ୍କାର ଟୁ-ଜି ସ୍ପେକ୍ଟ୍ରମ ଦୁର୍ନୀତିରେ ପିଏସି ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ତାଙ୍କର ଇସ୍ତଫା ଦ।ବି କରି ଶୁକ୍ରବାର ରାଜଭବନ ସରକାରଙ୍କ ସମ୍ମୁଖରେ ଧାରଣା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ନିରପେକ୍ଷ ତନ୍ତର ସରକାର ଙ୍କ ଦୁଖିନ ହେବା ଉଚିତ୍ ବୋଲି ବିଜୁ ଯୁବ ଜନତା ଦଳର ଆବାହକ ସଂଜୟ ଦ।ସବର୍ମା ସାମ୍ବାଦିକ ମାନଙ୍କୁ କହିଛନ୍ତି । ଧାରଣାରେ ଦଳର ବହୁ କର୍ମୀ ଓ ନେତା ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜଭବନ ଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି ଓ ସେହିପରି ଭାବରେ ସମସ୍ତ ଜିଲ୍ଲା ସରମହକୁମାରେ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି ।

ମୁରଲୀ ମନୋହର ଯୋଶୀଙ୍କ ଅଧ୍ୟକ୍ଷତାରେ ଗଠିତ ପିଏସି ଏହି ଦୁର୍ନୀତିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ଟେଲିକମ ମନ୍ତ୍ରୀ ଏ.ରାଜା ଓ ସେ ସମୟରେ ଅର୍ଥମନ୍ତ୍ରୀ ଥିବା ପି.ଚିଦାମ୍ବରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଦୁର୍ନୀତି, ପ୍ରଧାନମନ୍ତ୍ରୀ, ବିଜୁ, ମୁଖ୍ୟ ଖବର

  • « Go to Previous Page
  • Go to page 1
  • Go to page 2

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ