• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରଫୁଲ୍ଲ କର

୭୪ ବର୍ଷ ବୟସରେ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର

February 16, 2012 by admin

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୬ (ଓଡିଶା ଡଟ୍ କମ୍) ବିଶିଷ୍ଟ ଓଡିଆ ସଂଗୀତଜ୍ଞ ପ୍ରଫୁଲ୍ଲ କର ଗୁରୁବାର ୭୪ ବର୍ଷ ବୟସରେ ପାର୍ପଣ କରିଥିବା ବେଳେ ଜନ୍ମଦିନ ଉପଲକ୍ଷେ ସଙ୍ଗୀତ ଜଗତର ବହୁ ଜଣାଶୁଣା ବ୍ୟକ୍ତି ଓ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୧୯୩୯ ମସିହା ଆଜିରଦିନରେ ପୁରୀ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବଡଭାଇ ଜଣେ
ତବଲା ବାକ ଥିବା ବେଳେ ତାଙ୍କଠାରୁ ପ୍ରେରଣା ପାଇ ସେ ସଙ୍ଗୀତ ଆଡକୁ ମନ ବଦଳାଇଥିଲେ ।

କଟକ ଆଇନ୍ ମହାବିଦ୍ୟାଳୟରୁ ପାସ୍ କରିବା ପରେ ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନରୁ ସଙ୍ଗୀତରେ ଡିଗ୍ରୀ ହାସଲ କରି ମାତ୍ର ୨୨ ବର୍ଷ ବୟସରୁ ଓଡିଆ ସଙ୍ଗୀତ ଜଗତକୁ ଦେଇଚାଲିଲେ ଗୋଟିଏ ପରେ ଗୋଟିଏ ସୁମଧୁର ସଂଗୀତ ।

ସେ ପ୍ରାୟ ୭୦ରୁ ଅଧିକ ଓଡିଆ ସିନେମାରେ ନିର୍ଦ୍ଦେଶନା ଦେବା ସହିତ କଣ୍ଠଦାନ ମଧ୍ୟ କରିଛନ୍ତି । ବଙ୍ଗଳା ଚଳଚ୍ଚିତ୍ର ସଂଗୀତରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି । ଏବେ ବି ଲୋକପ୍ରିୟ ହୋଇ ରହିଥିବା “ଶେଷ ଶ୍ରାବଣ’ ଭଳି ବହୁ ଓଡିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ସେ ଜୟଦେବ ପୁରସ୍କାର, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର, ଆଠ ଥର ଶ୍ରେଷ୍ଟ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ଭଳି ବହୁ ସମ୍ମାନରେ ସମ୍ମନୀତ ହୋଇଛନ୍ତି ।

ରାଜ୍ୟ, ଦେଶ ତଥା ଅଷ୍ଟ୍ରେଲିଆ, ବ୍ରାଜିଲ, ଆମେରିକା, ଦୁବାଇ ଆଦି ସ୍ଥାନରେ ବହୁ ସଙ୍ଗୀତ
କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି । ସଙ୍ଗୀତ ଜଗତରେ ତାଙ୍କର ପଚାଶ ବର୍ଷ ପୂରଣ ହୋଇସାରିଥିଲେ
ମଧ୍ୟ ଆଜି ବି ସେ ସକ୍ରିୟ ଅଛନ୍ତି ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଫୁଲ୍ଲ କର, ସଂଗୀତଜ୍ଞ

ପ୍ରଫୁଲ୍ଲ କରଙ୍କୁ ଫିଟଫାଟ ବାଇସ୍କୋପ ପୁରସ୍କାର

December 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ହୋମ୍ ଭିଡ଼ିଓ ଏନ୍ଟରଟେନ୍ମେଂଟ ପକ୍ଷରୁ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଅଷ୍ଟମ ଫିଟ୍ଫାଟ୍ ବାଇସ୍କୋପ ପୁରସ୍କାର ପ୍ରଦାନ କରାଯାଇଛି ।

ଶୁକ୍ରବାର ଶହୀଦଭବନରେ ଆୟୋଜିତ ଏକ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ବର୍ଷ ଧରି ସାଧନା କରିଆସିଥିବା କରଙ୍କୁ ପୁରସ୍କାର ସ୍ୱରୂପ ରୂପାରେ ତିଆରି ବାଇସ୍କୋପ ଏବଂ ନଗ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଏହି ଅବସରରେ ମ୍ୟାଜିକ ଶୋ ଏବଂ ଯୋଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ କରଙ୍କ ଜୀବନୀ ଉପରେ ଏକ ସ୍କ୍ରିନ୍ ଓ ଲାଇଭ ସୋ ମଧ୍ୟ ପରିବେଷଣ କରାଯାଇଥିଲା ।

ଏଥିରେ ଚଳଚ୍ଚିତ୍ର ଚଗତର ବହୁ ଅଭିନେତା, ଅଭିନେତ୍ରୀ ତଥା କଳାକାରମାନେ ଯୋଗ ଦେଇଥିଲେ ।

ଏହି ପୁରସ୍କାର ୨୦୦୪ରୁ ପ୍ରଚଳନ କରାଯାଇଥିବା ବେଳେ ପ୍ରଥମେ ଅଭିନେତ୍ରୀ ପାର୍ବତୀ ଘୋଷଙ୍କୁ
ଏହା ପ୍ରଦାନ କରାଯାଇଥିଲା ।

୨୦୦୫ରେ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ପ୍ରଶାନ୍ତ ନନ୍ଦ, ୨୦୦୬ରେ ସଙ୍ଗୀତ ନିର୍ଦ୍ଦେଶକ
ସ୍ୱରୂପନାୟକ, ୨୦୦୭ରେ ହାସ୍ୟ ଅଭିନେତା ଜୟୀରାମ ସାମଲ, ୨୦୦୮ରେ ଅଭିନେତା ଉତମ ମହାନ୍ତି,  ୨୦୦୯ରେ ବିଶିଷ୍ଟ ପ୍ରଯୋଜକ ସ୍ୱର୍ଗତ ବସନ୍ତ ନାୟକ ଓ ୨୦୧୦ରେ ନାୟିକା  ମହାଶ୍ୱେତା ରାୟଙ୍କୁ ପ୍ରଦାନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରଫୁଲ୍ଲ କର, ବିଶିଷ୍ଟ ସଂଗୀତଜ୍ଞ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ