• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରବାସୀ ଓଡ଼ିଆ

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

March 27, 2018 by ଓଡିଶା ଡଟ କମ Leave a Comment

ୟୋଗେଶ ଭାୟାଣୀ

ଦୁବାଇ, ମାର୍ଚ ୨୮ ( ଓଡିଶା ଡଟ କମ)ସଂଯୁକ୍ତ ରାଷ୍ଟ୍ର ଏମିରେଟସ ରେ ବାସ କରୁଥିବା ପ୍ରବାସୀ ଓଡ଼ିଆ କୁନି ଝିଅ ମାନଙ୍କର ସମୂହ ଦୁବାଇର ଗ୍ଲୋବାଲ ଭିଲେଜର ଇଣ୍ଡିଆ ପେଭିଲିଅନରେ ନିକଟରେ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ଦ୍ଵାରା ପ୍ରଶଂସିତ ହୋଇଛି ।

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ
“ତପସ୍ୟା ଡ୍ୟାନ୍ସର୍ସ” ର ଛାତ୍ରୀ ଅକ୍ସୀତା ଶତପଥୀ, ଆଞ୍ଚଲ ପରିଡା, ଅନିଶା ଲେଙ୍କା, ଅଶ୍ଵିନା ବକ୍ସି, ପ୍ରାଚୀ ଭାୟାଣୀ, ପ୍ରାର୍ଥନା ପ୍ରତାପ ସିଂ, ରୁପଲ ମହାପାତ୍ର ଓ ତମନ୍ନା ରଥ, ଗୁରୁ ରଶ୍ମୀ ରାଜଙ୍କ ମାର୍ଗଦର୍ଶନରେ ମହିଷାମର୍ଦ୍ଧିନୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଦୁବାଇର ଗ୍ଲୋବାଲ ଭିଲେଜ ବିଶ୍ୱର ଅନ୍ୟତମ ବୃହତ୍ତମ ପାରିବାରିକ, ସାଂସ୍କୃତିକ, ପର୍ଯ୍ୟଟନ, ଅବକାଶ ଏବଂ ମନୋରଞ୍ଜନର ଏକ ମଞ୍ଚ ଯେଉଁଠାରେ ୭୫ଟି ଦେଶର କଳାକାର ଭାଗ ନେଇ ନିଜର କଳାକୃତି ପ୍ରଦର୍ଶନ କରିଥାନ୍ତି ।ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

“ମୋର ଛାତ୍ର ମାନେ ସୁନ୍ଦର ନୃତ୍ୟ ପରିବେଷଣ କରି ସୁଦୂର ଦୁବଇ ମାଟିରେ ଆମ ଜନ୍ମଭୂମିର ଗୌରବ ଓ ସଂସ୍କୃତିର ଝଲକ ପ୍ରଦର୍ଶିତ କରିପାରିଥିବାରୁ ମୁ ଗର୍ବିତ”, ନୃତ୍ୟ ଗୁରୁ ରଶ୍ମୀ ରାଜ ଓଡିଶା ଡଟ କମ କୁ କହିଛନ୍ତି।

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣଉପସ୍ଥିତ ଥିବା ଦର୍ଶକ ପିଲାମାନଙ୍କର ନୃତ୍ୟ ରେ ମନ୍ତ୍ରମୁଗ୍ଧ ହୋଇଥିଲେ ଓ ଉଭୟ ଦର୍ଶକ ଏବଂ ଗ୍ଲୋବାଲ ଭିଲେଜର ଆୟୋଜକ ମାନେ ଏହି ନୃତ୍ୟ ପରିବେଷଣକୁ ଖୁବ ପସନ୍ଦ କରିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଓଡିଶୀ, ଦୁବାଇ, ନୃତ୍ୟ, ପ୍ରବାସୀ ଓଡ଼ିଆ

ଦୁବାଇ ଠାରେ ପ୍ରବାସୀ ଓଡିଆଙ୍କ ପୁଷପୁନି ପାଳନ

January 21, 2018 by ଓଡିଶା ଡଟ କମ Leave a Comment

ଓଡିଶା ଡଟକମ ସଂବାଦ ଦାତା

ଦୁବାଇ, ଜାନୁଆରୀ ୨୧ (ଓଡିଶା ଡଟ କମ) ଦୁବାଇ ଠାରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ପୁଷପୁନି ବ୍ୟାପକ ଜାକ ଜମକରେ ଶୁକ୍ରବାର ପାଳନ କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ ଓଡିଆ।

ଏଆଇ ବର୍ଷା ପଣ୍ଡ ପାର୍କରେ ଅନୁଷ୍ଠିତ ଏହି ଗୋଟିଏ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତି ଓ ପରିବାରର ସଦସ୍ୟ ମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ ଓ ପଶ୍ଚିମ ଓଡିଶାର ଲୋକପ୍ରିୟ ପାରମ୍ପରିକ ଖାଦ୍ଯ ଯଥା ମାଂସ ତରକାରୀ ଓ ଆମ୍ବିଳ ସମସ୍ତଙ୍କୁ ପରସା ଯାଇଥିଲା ।

ସମ୍ବଲପୁରୀ ଗୀତ ଓ ନୃତ୍ୟବାଦ୍ୟର ତାଳେ ତାଳେ ଦର୍ଶକ ଝୁମିଉଠିଥିଲେ । ଚଳିତ ବର୍ଷ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବିଶ୍ଵ ଦୃଷ୍ଟିହୀନ କ୍ରିକେଟ ପରିଷଦ ଓ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର କର୍ମ କର୍ତ୍ତା ମାନେ।

ଏହି ଅବସରରେ ବରଗଡର ପଙ୍କଜ ଭୁଏ ଓ ଭୁବନେଶ୍ବରର ମହମ୍ମଦ ଜଫର ଇକବଳ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର ସଦସ୍ୟ ଭାବେ କ୍ରିକେଟ ଖେଳି ଖ୍ଯାତି ଅର୍ଜନ କରିଥିବାରୁ ସେମାନକୁ ସମ୍ମାନିତ କରା ଯାଇଥିଲା।

ଉଭୟ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ପଶ୍ଚିମ ଓଡିଶା ପରିବାର ଦୁବାଇ ତରଫରୁ ୨୦୧୬ରେ ଆୟୋଜିତ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଲୋକପ୍ରିୟ ରଙ୍ଗବତୀ ଗୀତର ଗାୟକ ଜିତେନ୍ଦ୍ରିୟ ହରିପାଳଙ୍କୁ ଓ ୨୦୧୭ ପୁଷପୁନି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନିତ କରା ଯାଇଥିଲା।

ପଶ୍ଚିମ ଓଡିଶା ପରିବାର ଦୁବାଇ ନିୟମିତ ଭାବରେ ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଆସୁଛନ୍ତି।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ Tagged With: ପଶ୍ଚିମ ଓଡ଼ିଶା, ପୁଷପୁନି, ପ୍ରବାସୀ ଓଡ଼ିଆ, ସମ୍ବଲପୁରୀ ଗୀତ

ପଶ୍ଚିମ ଓଡିଶା ପରିବାର-ମୁମ୍ବାଇ ଦ୍ଵାରା ଏକାଦଶ ନୂଆଖାଇ ଭେଟଘାଟ

September 30, 2017 by ଓଡିଶା ଡଟ କମ Leave a Comment

ମୁମ୍ବାଇ, ସେପ୍ଟେମ୍ବର ୩୦ (ଓଡିଶା ଡଟ କମ ) ପଶ୍ଚିମ ଓଡିଶା ପରିବାର –ମୁମ୍ବାଇ ଦ୍ଵାରା ଏକାଦଶ “ନୂଆଖାଇ ଭେଟଘାଟ -୨୦୧୭” ସେପ୍ଟେମ୍ବର ୨୪ ରବିବାର ସ୍ଵତନ୍ତ୍ରବୀର ସଭରକର ସଭାଗାର, ଦାଦର, ମୁମ୍ବାଇ ଠାରେ ଆୟୋଜିତ କରଯାଇଥିଲା।

ଏଥିରେ ମୁମ୍ବାଇରେ ଅବସ୍ଥାପିତ ପଶ୍ଚିମ ଓଡିଶାର ଅଧିବାସୀଗଣ ବହୁ ଉତ୍ସାହ ସହ ଅଂଶଗ୍ରହଣ କରିଥିଲେ।

ମହାରାଷ୍ଟ୍ର ସରକାରଙ୍କ ଶକ୍ତି ସଚିବ ଶ୍ରୀଯୁକ୍ତ ଅରବିନ୍ଦ ସିଂ, ଆଇଏସ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଇତ୍ୟାବସରେ ଶ୍ରୀଯୁକ୍ତ ଅରବିନ୍ଦ ସିଂ ଓ ଅନ୍ୟ ଅତିଥିଗଣ ସ୍ମରଣିକା “ଜୁହାର” ର ସପ୍ତମ ସଂସ୍କରଣର ଅନାବରଣ କରିଥିଲେ।

ବଲିଉଡ ଓ ଟିଭି ଜଗତର ବରିଷ୍ଠ କଳାକାର, ଶ୍ରୀ ସତୀଶ ଶାହ ଉତ୍ସବର ବିଶେଷ ଅତିଥି ଭାବରେ ଯୋଗଦାନ କରି ପଶ୍ଚିମ ଓଡିଶା ଫାଉଣ୍ଡେସନ ତରଫରୁ ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କୁ ସାଲ ଓ ମୋମେଣ୍ଟୋପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ସେ ମଧ୍ୟ ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ନାଚି, ଉପସ୍ଥିତ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ।

ଅନେକ ବଲିଉଡ ସିନେମାର ସେଲେବ୍ରିଟି ଖଳନାୟକ ଶ୍ରୀ ଆଶୀଷ ବିଦ୍ୟାର୍ଥୀ ଉତ୍ସବରେ ଯୋଗଦାନକରି ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ନିମିତ୍ତ ଆୟୋଜକ ମାନଙ୍କର ପ୍ରୟାସକୁ ପ୍ରସଂଶା କରିଥିଲେ। ଦର୍ଶକମାନଙ୍କ ଅନୁରୋଧରେ ସେ ମଧ୍ୟ ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ନାଚି ଉଠିଥିଲେ।

ସେଲେବ୍ରିଟି ଟିଭି ତାରକା ସୋନଲିକା ଯୋଶୀ ଓ ଲୋକପ୍ରିୟ ଟିଭି ଧାରାବାହିକ “ତାରକ ମେହେତାକା ଉଲ୍ଟା ଚଷମା” ର ଦିଶା ବକାନି ମଧ୍ୟ ଏହି ଅବସରର ଯୋଗଦାନ କରି ସଭିଙ୍କୁ ନୂଆଖାଇର ଶୁଭକାମନା ଜଣାଇଥିଲେ।

ସମସ୍ତ ଅତିଥିଙ୍କୁ ଆୟୋଜକ ମାନଙ୍କ ତରଫରୁ ସମ୍ବଲପୁରୀ ବସ୍ତ୍ର ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ସମ୍ବଲପୁରର ଲୋକନୃତ୍ୟ ମଣ୍ଡଳୀ “ରଙ୍ଗ ଫରୁଆ” ଲୋକପ୍ରିୟ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କ ସଙ୍ଗୀତ ରଙ୍ଗବତୀର ତାଳେ ନାଚି ନାଚି ଦର୍ଶକ ମତୁଆଲା ହୋଇଉଠିଥିଲେ।

ଆୟୋଜନ କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରଦୀପ ପଣ୍ଡା “ରଙ୍ଗ ଫରୁଆ” ମଣ୍ଡଳୀକୁ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରିଥିଲେ।

ଆୟୋଜନ କମିଟି ମେଧାବୀ ତଥା ଖେଳକୁଦ ଓ କଳା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ବସ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବଲପୁରୀ କପଡାକୁ ନେଇ ଡିଜାଇନର ବସ୍ତ୍ର ପ୍ରସ୍ତୁତ କରୁଥିବା ଏକ ସମ୍ବଲପୁର ସ୍ଥିତ କମ୍ପାନୀ “Traditional Vougue” ଅନୁକୂଲ୍ୟରେ ସମ୍ବଲପୁରୀ ବସ୍ତ୍ରକୁ ନେଇ ଏକ ଫାଶନ ସୋ ଅନୁଷ୍ଠିତ ହୋଇଥିଲା। ସମସ୍ତ ପ୍ରତିଭାଗୀଙ୍କୁ ଖିରୀ ଓ ମଣ୍ଡାପିଠା ଦ୍ଵାରା ଆପ୍ୟାୟିତ କରାଯାଇଥିଲା।

ଆଯୋଜକମାନଙ୍କ ତରଫରୁ SBI General Life Insurance, National Payment Corporation of India, Tata Motors, IDBI Capital, Traditional Vouge, ବୈଶାଖୀ , Union Bank, Canara Bank, Ferro Tech India, Siddhi Trade matrix, Bank of India ଓ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଉଛି। ଆଯୋଜକମାନଙ୍କ ତରଫରୁ ଓ ଟିଭି ଓ କଳିଙ୍ଗ ଟିଭିକୁ ଉତ୍ସବର ପ୍ରସାରଣପାଇଁ କୃତଜ୍ଞତା ଜ୍ଞାପନ କରାଯାଉଛି।

ଓଡିଶ ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ Tagged With: ପ୍ରବାସୀ ଓଡ଼ିଆ, ମୁମ୍ବାଇ

ବିଜୟ ଏକ ଉଚ୍ଛ୍ଵାସର ବାର୍ଷିକ ମହୋତ୍ସବରେ ପ୍ରବାସୀ ଓଡିଆଙ୍କୁ ସମ୍ମାନ

November 2, 2016 by ନିଉଜ ଡେସ୍କ Leave a Comment

prabashi-odiya-samman-2016f-1

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ନଭେମ୍ବର ୨ (ଓଡିଶା ଡଟ କମ) ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରୁଥିବା ‘ବିଜୟ’ ଏକ ଉଚ୍ଛ୍ଵାସ ଟ୍ରଷ୍ଟ ଭୁବନେଶ୍ବରରେ ତାର ତିନିଦିନ ବ୍ୟାପୀ ଷଷ୍ଠ ବାର୍ଷିକ ମହୋତ୍ସବରେ ନୃତ୍ୟ, ସଙ୍ଗୀତ, ନାଟକ ଏବଂ କର୍କଟ ରୋଗ ସମ୍ପର୍କିତ ଆଲୋଚନା ଚକ୍ରର ଆୟୋଜନ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରବାସୀ ଓଡିଆଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଛି ।

ଅକ୍ଟୋବର ୨୪ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁମ୍ବାଇର ଡାକ୍ତର କାନନ ତ୍ରିପାଠୀଙ୍କୁ ପ୍ରବାସୀ ଓଡିଆ ସମ୍ମାନ ପ୍ରଦାନ କର ଯାଇଥିଲା ।

ତ୍ରିପାଠୀ ମୁମ୍ବାଇ ଓଡିଆ ଏସୋସିଆସନର ପ୍ରତିଷ୍ଠାତା ଓ ସଭାପତି ଅଛନ୍ତି।  ଗତ ତିରିଶ ବର୍ଷ ହେଲା ମୁମ୍ବାଇରେ ରହି ଓଡିଆ ସଂସ୍କୃତି ଓ ପରମ୍ପରାକୁ ଓଡିଆ ଓ ଅଣ ଓଡିଆମାନଙ୍କ ମଧ୍ୟରେ ବିସ୍ତାର କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

ଏହି ଅବସରରେ କର୍କଟ ରୋଗ ସମ୍ପର୍କିତ ଆୟୋଜିତ ଏକ ଆଲୋଚନା ଚକ୍ରକୁ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରଦୀପ ଜାଳି ଉଦଘାଟନ କରିଥିଲେ ।

ପ୍ରଥମ ଥର ପାଇଁ ସାମାଜିକ ସେବା ସମ୍ମାନ ନାମରେ ଚଳିତ ବର୍ଷ ଠାରୁ ଏକ ନୂତନ ପୁରସ୍କାର ଆରମ୍ଭ କରାଯାଇଥିବା ଟ୍ରଷ୍ଟ ତରଫରୁ ଘୋଷଣା କରା ଯାଇଥିଲା। ଏହି ପୁରସ୍କାର ପାଇଥିଲେ ମୁମ୍ବାଇର ପୂର୍ବତନ ପୁଲିସ ମହାନିର୍ଦେଶକ ଅରୂପ ପଟନାୟକ ।

samaja-seba-samman-2016fଟ୍ରଷ୍ଟ ର ଏହି ମହୋତ୍ସବରେ ଓଡିଶା , ସୁଦୂର ମୁମ୍ବାଇ ଏବଂ ଭାରତର ଅନ୍ଯାନ୍ଯ ସ୍ଥାନରୁ ବ୍ୟକ୍ତି ମାନେ ଆସି ଯୋଗ ଦେଇଥିବା ଏହାର ସମ୍ପାଦକ ଅରିନ୍ଦମ ମିଶ୍ର ସୂଚନା ଦେଇଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଓଡିଆ, ପରମ୍ପରା, ପ୍ରବାସୀ ଓଡ଼ିଆ, ବିଜୟ ଏକ ଉଚ୍ଛ୍ଵାସ, ସଂସ୍କୃତି

ଦିଲ୍ଲୀରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ସଂସ୍କୃତି ବିନିମୟ କାର୍ଯ୍ୟକ୍ରମ

November 29, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ ୨୯ ନଭେମ୍ବର (ଓଡିଶା ଡଟ କମ) ଓଡ଼ିଶା ସରକାର ଏବଂ ଗୁଜରାଟ ସରକାରଙ୍କର ସଂସ୍କୃତି ବିଭାଗର ମିଳିତ ସହଯୋଗରେ, ଦିଲ୍ଲୀର ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ “ଓଡ଼ିଆ ପୁଅ” ର ପ୍ରୟାସରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଉପରୋକ୍ତ ଦୁଇ ରାଜ୍ୟ ମଧ୍ୟରେ ଏକ ସଂସ୍କୃତି ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।odiapua-1

କାର୍ତ୍ତିକ ପୂର୍ଣ୍ଣିମା ଦିନ, “ସମନ୍ୱୟ”ଶୀର୍ଷକରେ ନାମିତ ଏହି କାର୍ଯ୍ୟକ୍ରମରେ ଗୁଜରାଟ ସରକାରଙ୍କର ସୌଜନ୍ୟରେ ଆସିଥିବା କଳାକାରମାନଙ୍କର “ଗରବା-ରାସ” ନୃତ୍ୟ ସହିତ ଓଡ଼ିଶା ସରକାରଙ୍କର ସୌଜନ୍ୟରେ ବଲାଙ୍ଗୀରରୁ ଆସିଥିବା ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ “ଭାଇ ଜଉନ୍ତିଆ”, “ନଚନିଆଁ”, “ରଙ୍ଗବତୀ” “ସମ୍ବଲପୁରୀ” ଆଦି ନୃତ୍ୟ ଉପସ୍ଥିତ ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲା।

odiapua-4 odiapua-3 odiapuaଏହି କାର୍ଯ୍ୟକ୍ରମରେ ଉଭୟ ରାଜ୍ୟର ପ୍ରବାସୀ ଉପସ୍ଥିତ ଥିବା ସହିତ ଅନ୍ୟରାଜ୍ୟର ପ୍ରବାସୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। “ଓଡ଼ିଆ ପୁଅ”ର “ତ୍ରୟୋଦଶ ବୋଇତ ବନ୍ଦାଣ ଉତ୍ସବ”ର ପ୍ରସ୍ତୁତି – ଏହି “ସମନ୍ୱୟ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ତୈଳ ତଥା ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦିଲ୍ଲୀରୁ ପ୍ରକାଶିତ ଇ-ସମ୍ବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ “ଓଡ଼ିଆ ପୁଅ ସମ୍ମାନ”ରେ ପ୍ରଶାସନିକ ସେବା ପାଇଁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀ, ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଲକୋର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତପନ କୁମାର ଚାନ୍ଦ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ର କାର୍ମିକ ନିର୍ଦ୍ଦେଶକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଏବଂ ଭାରତୀୟ ରାଜସ୍ଵ ସେବା ଅଧିକାରୀ ଶୋଭନ କରଙ୍କୁ ସମ୍ମାନୀତ କରାଯାଇଥଲା।

ସେହିପରି “ଓଡ଼ିଆ ପୁଅ ଯୁବ ସମ୍ମାନ”ରେ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର ଏବଂ ସମାଜ ସେବୀ ସଂଗ୍ରାମ ଧରଙ୍କୁ ସମ୍ମାନୀତ କରା ଯାଇଥିଲା। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଡ. ଅରୁଣ କୁମାର ରଥ ଯୋଗ ଦେଇଥିବା ବେଳେ, “ଓଡ଼ିଆ ପୁଅ” ର ସଂପାଦକ ଶ୍ୟାମସୁନ୍ଦର ସାହୁ ଧନ୍ୟବାଦ ଦେଇଥିଲେ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଗୁଜରାଟ, ଦିଲ୍ଲୀରେ ଓଡ଼ିଶା, ପ୍ରବାସୀ ଓଡ଼ିଆ, ସଂସ୍କୃତି ବିନିମୟ

କୁନା ଦାଶ କ୍ୟୋଟୋର ଅନ୍ତର୍ଜାତୀୟ ପର୍ଯ୍ୟଟନ ଆମ୍ବାସାଡର

November 6, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

କ୍ୟୋଟୋ ( ଜାପାନ ) , ନଭେମ୍ବର ୬ (ଓଡିଶା ଡଟ କମ) ଜାପାନର ପ୍ରସିଦ୍ଧ କ୍ୟୋଟୋ ସହର ପ୍ରଶାସନ ସେଠାରେ ରହୁଥିବା ଓଡିଶାର କୁନା ଦାଶ (ଶ୍ରୀକାନ୍ତ କୁମାର ଦାଶ)ଙ୍କୁ ନିଜର ଅନ୍ତର୍ଜାତୀୟ ପର୍ଯ୍ୟଟନ ଆମ୍ବାସାଡର ଭାବେ ନିଯୁକ୍ତ କରିଥିବା ଦାଶ ଓଡିଶା ଡଟକୁ ଶୁକ୍ରବାର କହିଛନ୍ତି ।

OLYMPUS DIGITAL CAMERA

କ୍ୟୋଟୋର ମେୟର ଦଇସାକୁ କୋଡୋକାୱା ଗତ ମଙ୍ଗଳବାର ସେଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏହା ଘୋଷଣା କରିବା ସହ ଦାଶଙ୍କୁ ଏ ସଂକ୍ରାନ୍ତୀୟ ଏକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଏ ଭଳି ନିଯୁକ୍ତି ପାଇବାରେ ଦାଶ ହେଉଛନ୍ତି ଜାପାନ ରେ ପ୍ରଥମ ଭାରତୀୟ ।

ଏହା ସହ ପଢନ୍ତୁ

  • ଜାପାନରେ ଶ୍ରୀକାନ୍ତଙ୍କ ସ୍ୱପ୍ନକୁ ସାକାର କରିଛି ସାନ୍ତ୍ୱନା

କ୍ୟୋଟୋ ଏକ ଜାପାନର ଏକ ଜଣାଶୁଣା ଐତିହାସିକ ସହର । ବିଶ୍ଵର ବିଭିନ୍ନ ଦେଶରୁ ଏହି ସହରକୁ ପର୍ଯ୍ୟଟକ ମାନେ ନିୟମିତ ବୁଲିବା ପାଇଁ ଆସନ୍ତି ।

ଦାଶ ଭାରତ ତଥା ତାଙ୍କ ଗୃହ ରାଜ୍ୟ ଓଡିଶାରେ ଏହି ସହରର ପର୍ଯ୍ୟଟନ ସମ୍ପର୍କରେ ପ୍ରଚାର ପ୍ରସାର କରିବା ସହ ବହୁ ପର୍ଯ୍ୟଟକକୁ କ୍ୟୋଟୋ ସହର ପରିଦର୍ଶନ କରିବା ପାଇଁ ପ୍ରଭାବିତ କରି ପାରିବେ ବୋଲି ସେଠାକାର ପ୍ରଶାସନ ଆଶା ରଖିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ପ୍ରବାସୀ ଓଡିଆ Tagged With: କୁନା ଦାଶ, କ୍ୟୋଟୋ, ଜାପାନ, ଜାପାନରେ ଶ୍ରୀକାନ୍ତଙ୍କ ସ୍ୱପ୍ନକୁ ସାକାର କରିଛି ସାନ୍ତ୍ୱନା, ପ୍ରବାସୀ ଓଡ଼ିଆ

ପ୍ରବାସୀ ଓଡିଆ ପ୍ରଯୋଜିକାଙ୍କର ହଲିଉଡ୍ ଫିଲ୍ମର ପ୍ରିମିୟରରେ ଉତ୍ସାହ

November 5, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ: ସୌଭାଗ୍ୟ ଦେଓ

ଭୁବନେଶ୍ଵର, ନଭେମ୍ବର ୫ (ଓଡିଶା ଡଟ କମ) ବୁଧବାର ଭୁବନେଶ୍ଵରର ଏକ ପ୍ରତିଷ୍ଠିତ ହୋଟେଲରେ ଜଣେ ପ୍ରବାସୀ ଓଡିଆ ମହିଳା ପ୍ରଯୋଜିକାଙ୍କର ପ୍ରଥମ ହଲିଉଡ୍ ଫିଲ୍ମ ‘ଡିଜାୟାରସ୍ ଅଫ୍ ଦି ହାର୍ଟସ’ ର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ସହରର ଅନେକ ବୁଦ୍ଧିଜୀବି, ସିନେବ୍ୟକ୍ତିତ୍ୱ, ଯୁବବର୍ଗ ଙ୍କ ମଧ୍ୟରେ ଏହାକୁ ନେଇ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି ।

ସାରା ବିଶ୍ୱରୁ ସ୍ୱୀକୃତି ଲାଭ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ଲେଖକ ସୋଲିଲା ପରିଡାଙ୍କ ହଏହି ଚଳଚିତ୍ର ଭାରତରେ ୬ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଥମ ଥର କରି ଜଣେ ଓଡ଼ିଆ ପ୍ରଯୋଜକଙ୍କ ଦ୍ୱାରା ପ୍ରସ୍ତୁତ ଏହି ହଲିଉଡ୍ ଫିଲ୍ମ ଥିଏଟରରେ ରିଲିଜ୍ ହେଉଛି ।

“ଏକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣ କରିବା ସମୟରେ ଆମେ ସର୍ବଦା ଦୁଇଟି ଦେଶର ସଂସ୍କୃତିଗତ ବିଭିନ୍ନତାକୁ ସାରା ବିଶ୍ୱର ଦର୍ଶକଙ୍କ ନିକଟରେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଥାଉ ଏବଂ ଏହା ନିଶ୍ଚିତ ଭାବରେ ଦର୍ଶକଙ୍କ ଦ୍ୱାରା ଆଦୃତି ଲାଭ କରିବ ବୋଲି ଆମେ ଆଶା କରୁଛୁ ” ଏହି ଫିଲ୍ମ ସମ୍ବନ୍ଧରେ ଶ୍ରୀମତୀ ପରିଡା ଓଡିଶା ଡଟ କମକୁ କହିଛନ୍ତି ।

ଭାରତ ଭଳି ଏକ ପୁରୁଷ ପ୍ରଧାନ ଦେଶରେ ପୂର୍ବରୁ ଅନେକଗୁଡ଼ିଏ ସତୀ ପ୍ରଥା ସମ୍ପର୍କିତ ଘଟଣା ପରିଲକ୍ଷିତ ହୋଇଛି କିନ୍ତୁ ଖୁବ୍ କମ୍ ଫିଲ୍ମ ଏହା ଉପରେ ପ୍ରସ୍ତୁତ କରାଯାଇଛି । ‘ଡିଜାୟାରସ୍ ଅଫ୍ ଦି ହାର୍ଟ’ ଏହି ବିଷୟକୁ ସ୍ୱତନ୍ତ୍ର ଭାବରେ ଉପସ୍ଥାପିତ କରିବା ପାଇଁ ଚେଷ୍ଟା କରିଥିବା ସେ କହିଛନ୍ତି।jitendra-3

ଲିଉଡ୍ ଆକ୍ଟର ଭାଲ୍ ଲଉରେନ୍ ଓ ଆଲିସିଆ ମିନ୍ସିଉ ଷ୍ଟାର ଥିବା ଏହି ଫିଲ୍ମର ମାର୍କେଟ୍ ପି୍ରମିୟର ଗତ ବର୍ଷ ୬୭ତମ କେନ୍ସ ଫିଲ୍ମ ଫେଷ୍ଟିଭାଲ୍ ରେ କରାଯାଇଛି । ଏହି ଫିଲ୍ମଟି ମଧ୍ୟ ଅନେକଗୁଡ଼ିଏ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବ ଯଥା ଏଲଏ ଫେମ୍ ଇରନାସ୍ନାଲ୍, ସେଡୋନା ଇରନାସ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍, ମାକୋନ୍ ଫିଲ୍ମ ଫେଷ୍ଟିଭାଲ୍ ଓ ହୋବୋକେନ୍ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହୋଇଛି ।

ଏହି ଫିଲ୍ମରେ ମଧ୍ୟ ବଲିଉଡ୍ ଆକ୍ଟର ଗୁଲ୍ସନ ଗ୍ରୋଭର ଓ ‘ଆଇ ଆମ୍ କଲାମ୍’ର ଶିଶୁ କଳାକାର ହର୍ଷ ମୟର ରହିଛନ୍ତି । ଏହି ଫିଲ୍ମକୁ ପୁରସ୍କାର ପ୍ରାପ୍ତ ନିଦେ୍ର୍ଧଶକ ଜେମ୍ସ କିକ୍ଲାଇଟର ଏଣ୍ଡ କୋ. ଟ ଦ୍ୱାରା ନିଦେ୍ର୍ଧଶନା ପ୍ରଦାନ କରାଯାଇଛି ଓ ଭାରତର ରାଜେଶ ରାଠିଙ୍କ ଦ୍ୱାରା ସହ ନିଦେ୍ର୍ଧଶନା ପ୍ରଦାନ କରାଯାଇଛି ।

ସୋଲିଲା ପରିଡା ହେଉଛନ୍ତି ଡିଓଟିଏଚ୍ ଏରଟେନ୍ମେ ଏଲଏଲ୍ସି, ୟୁଏସ୍ଏର ପ୍ରତିଷ୍ଠାତା । ସେ ଅର୍ଥନୀତିରେ ସ୍ନାତକୋର ତଥା ହଲିଉଡ୍ ଫିଲ୍ମ ଇନ୍ଷ୍ଟିଚୁ୍ୟଟ୍ରୁ ଫିଲ୍ମ ପ୍ରଡକ୍ସନ ମ୍ୟାନେଜମେଣ୍ଟ ରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା କରିଛନ୍ତି । ସେ ବିଗତ ୨୦ ବର୍ଷ ମଧ୍ୟରେ ଅନେକ ପୁରସ୍କାରପ୍ରାପ୍ତ ଫିଲ୍ମର ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଅନ୍ତର୍ଭୁକ୍ତ ରିହିଛି ବଲିଉଡ୍ ଫିଲ୍ମ ‘ବ୍ୟାଣ୍ଡିଟ୍ ଲଭର୍ସ’, ‘କୋଇ ହେ’ ଇତ୍ୟାଦି ।jitendra-1

ସେ ତାଙ୍କ କାର୍ଯ୍ୟ ପାଇଁ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ଲାଭ କରିଛନ୍ତି । ଫିଲ୍ମ ପ୍ରସ୍ତୁତି ବ୍ୟତୀତ ସେ ଅନେକଗୁଡିଏ ସମାଜସେବା ଓ ପରୋପକାର କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି ।

ଭୁବନେଶ୍ଵରରେ ଅନୁଷ୍ଠିତ ପ୍ରିମିୟର ରେ ସହରର ଅନେକ ବୁଦ୍ଧିଜୀବି, ସିନେବ୍ୟକ୍ତିତ୍ୱ, ଯୁବବର୍ଗ ସାମିଲ୍ ହୋଇ ପ୍ରଯୋଜିକାଙ୍କୁ ଉତ୍ସାହିତ କରିଥିଲେ । ଅତିଥି ଭାବେ ସାଂସଦ ପ୍ରଭାସ ସିଂ, ବିଧାୟିକା ଟୁକୁନି ସାହୁ ପ୍ରମୁଖ ଯୋଗଦେଇଥିଲେ ।jitendra-final

ଏହି ଫିଲ୍ମର ସହ-ପ୍ରଯୋଜକ ଜିତେନ୍ଦ୍ର ମିଶ୍ର ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ । ଏହି ଫିଲ୍ମଟି ଭାରତର ପ୍ରମୁଖ ସହର ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ଓ ଜୟପୁର ରେ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଚଳଚିତ୍ର, ଜିତେନ୍ଦ୍ର ମିଶ୍ର, ଡିଜାୟାରସ୍ ଅଫ୍ ଦି ହାର୍ଟସ, ପ୍ରବାସୀ ଓଡ଼ିଆ, ସଲୀଳା ପରିଡା, ସୋଲିଲା ପରିଡା

ଚର୍ଚାରେ ପ୍ରବାସୀ ଓଡିଆଙ୍କ ଇଂରାଜୀ ମ୍ୟୁଜିକ ଭିଡିଓ

October 30, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ:ପ୍ରଫୁଲ୍ଲ ଦାସ

ଚେନାଇ, ଅକ୍ଟୋବର ୩୦ (ଓଡିଶା ଡଟ କମ) ଚେନାଇରେ ରହୁଥିବା ଜଣେ ପ୍ରବାସୀ ଓଡିଆ  ଦମ୍ପତିଙ୍କ ଦ୍ଵାରା ପ୍ରସ୍ତୁତ ଏକ ଅନ୍ତର୍ଜାତୀୟ ଇଂରାଜୀ ମ୍ୟୁଜିକ ଭିଡିଓ ବ୍ୟାପକ ଲୋକପ୍ରିୟତା ହାସଲ କରିଥିବାରୁ ଚର୍ଚାରେ ରହିଛି ।

BnR
ବିଶ୍ଵନାଥ ରଥ
bnr-2
ଅର୍ଚନା ରଥ

ଏନ ଆଇଟି ୱାରାଙ୍ଗାଲରୁ ଶିକ୍ଷା ଲାଭ କରିଥିବା ଜୟପୁର, ଓଡିଶାର ବିଶ୍ଵନାଥ ରଥଙ୍କ ଦ୍ଵାରା ଲିଖିତ ଓ ନିର୍ଦ୍ଦେଶିତ ତଥା ଚଳିତ ବର୍ଷ ୨୪ ଜୁଲାଇରେ ମୁକ୍ତି ଲାଭ କରିଥିବା ‘ଫିଲ ଦି ପାସନ’ ଶୀର୍ଷକ ଏହି ମ୍ୟୁଜିକ ଭିଡିଓ କୁ ଇଉଟ୍ୟୁବରେ ୧୧୭,୩୦୦ ଲୋକ ଦେଖିଥିବା ବେଳେ ଏହାକୁ ୧୨୦୦ ଦର୍ଶକ ଲାଇକ କରିଛନ୍ତି ।

ଟାଇମସ ଅଫ ଇଣ୍ଡିଆ, ରେନଲ୍ଟ, ସମେତ ଦେଶର ନାମୀ ଦାମୀ କେତେକ ସଂସ୍ଥା ପାଇଁ ଡକୁମେଣ୍ଟାରି ଫିଲ୍ମ, ବିଜ୍ଞାପନ ଓ ସାମାଜିକ ବିଷୟ ବସ୍ତୁ ଉପରେ ଚଳଚିତ୍ର ତିଆରି କରିବା ସହ ଅନେକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ଦେଶ ବିଦେଶରେ ବିଭିନ୍ନ ପୁରସ୍କାର ଓ ସମ୍ମାନ ଲାଭ କରିଥିବା ବିଶ୍ଵନାଥ ଓ ତାଙ୍କ ଧର୍ମପତ୍ନୀ ଅର୍ଚନା ରଥଙ୍କ ଦ୍ଵାରା ପ୍ରତିଷ୍ଠିତ ବିଏନ ଆର ଫିଲ୍ମ୍ସ ଏବେ ଚେନାଇ, ଭୁବନେଶ୍ଵର, ହାଇଦ୍ରାବାଦ, ମୁମ୍ବାଇ, କୋଲକାତା, ବାଙ୍ଗାଲୁରୁ, ପୁଣେ ଓ କୋଚି ରେ କାମ କରୁଛି ।

‘ଫିଲ ଦି ପାସନ’ ରେ ରଥ ଯୁବଗୋଷ୍ଠୀଙ୍କ ଭିତରେ ଥିବା ବିଭିନ୍ନ ପ୍ରତିବନ୍ଧକ ଭିତରେ ଆଶା ଓ ଲକ୍ଷ ହାସଲର ଇଚ୍ଛାକୁ  ପ୍ରଦର୍ଶିତ କରିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଚଳଚିତ୍ର, ଚେନାଇ, ପ୍ରବାସୀ ଓଡ଼ିଆ, ବିଶ୍ଵନାଥ ରଥ

ଓଡିଶାର ମନୋଜ ପରିଡା ପଣ୍ଡିଚେରୀର ମୁଖ୍ୟ ଶାସନ ସଚିବ

June 7, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପଣ୍ଡିଚେରୀ, ମଇ ୭ (ଓଡିଶା ଡଟ କମ )୧୯୮୬ ବ୍ୟାଚର ଓଡିଆ ଆଇଏଏସ ଅଫିସର ମନୋଜ କୁମାର ପରିଡା ପଣ୍ଡିଚେରୀ ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।

paridaଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିବା ପରିଡା ହେଉଛନ୍ତି ଅରୁଣାଚଳ ପ୍ରଦେଶ -ଗୋଆ-ମିଜୋରାମ ଓ କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

ପଣ୍ଡିଚେରୀରେ ବହୁସଂଖ୍ୟାରେ ଓଡିଆ ରହିଥିବାରୁ ତଥା ଓଡ଼ିଶା ସହ ପଣ୍ଡିଚେରୀର ବହୁ ପୁରୁଣା ସମ୍ପର୍କ ରହିଥିବାରୁ ପରିଡାଙ୍କ ନିଯୁକ୍ତି ସେଠାରେ ରହୁଥିବା ଓଡିଆ ବାସିନ୍ଦାଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି କରିଛି ।

କେନ୍ଦ୍ର ଶାସିତ ପଣ୍ଡିଚେରୀର ସମସ୍ୟା ସମ୍ପର୍କରେ ସେ ଅନୁଧ୍ୟାନ କରିବେ ଓ ତାର ସମାଧାନ ପାଇଁ ସବୁବେଳେ ଚେଷ୍ଟା କରିବେ ବୋଲି ଦାୟିତ୍ଵ ଗ୍ରହଣ କରିବା ପରେ ସେ କହିଛନ୍ତି ।

ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ସେ ମାନାକୁଲା ବିନୟଗାର ମନ୍ଦିର ରେ ଠାକୁରଙ୍କୁ ଦର୍ଶନ କରିଥିଲେ ଓ ପରେ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସମୀଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରିଥିଲେ ।

ଓଡ଼ିଶା ଡଟ କମ

News Bureau
News Bureau

Filed Under: ପ୍ରବାସୀ ଓଡିଆ Tagged With: ଆଇଏ ଏସ, ପଣ୍ଡିଚେରୀ, ପ୍ରବାସୀ ଓଡ଼ିଆ, ମନୋଜ ପରିଡା

ମଇ ୧୭ରେ ବାଙ୍ଗାଲୋରରେ ମଧୁଲିତା ମହାପାତ୍ରଙ୍କ ଓଡିଶୀ

May 9, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ବାଙ୍ଗାଲୋର, ମଇ ୯ (ଓଡିଶା ଡଟ କମ) ବାଙ୍ଗାଲୋରରେ ଜଣାଶୁଣା ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟାନ୍ତର ଦ୍ଵାରା ମଇ ୧୭ ରବିବାର ସନ୍ଧ୍ୟାରେ ହେବାକୁ ଯାଉଥିବା ଶ୍ରୀ ଜୟଦେବ ରଚୟିତ ଗୀତ ଗୋବିନ୍ଦ ଉପରେ ସ୍ଵତନ୍ତ୍ର ନୃତ୍ୟ କାର୍ଯ୍ୟକ୍ରମ ‘କାବ୍ୟରସ’ରେ ଓଡିଆ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ରଙ୍କ ସମେତ ଅନ୍ୟ କଳାକାର ଭାଗନେବେ ।

Madhulita Mohapatra୧୪ କ୍ରଶ ମାଲେଶ୍ଵରମ ଠାରେ ଥିବା ସହରର ସେବା ସଦନ ଅଡିଟୋରିଅମରେ ଏହି ବିଶେଷ କାର୍ଯ୍ୟକ୍ରମ ସନ୍ଧ୍ୟା ୫.୩୦ ରେ ଆରମ୍ଭ ହେବ ବୋଲି ଜଣେ ଆୟୋଜକ ଓଡିଶା ଡଟ୍ କମ୍ କୁ ଜଣାଇଛନ୍ତି ।

ମଧୁଲିତାଙ୍କ ବ୍ୟତୀତ ଯେଉଁ ଅନ୍ୟ ନୃତ୍ୟ ଶିଳ୍ପୀ ଓଡିଶୀ ନୃତ୍ୟ ପରିବେଷଣ କରିବେ ସେମାନେ ହେଲେ ଶର୍ମିଳା ମୁଖାର୍ଜୀ, ଓ ମେଘନା ଦାସ ।

ଓଡିଶା ଡଟ କମ

News Bureau
News Bureau

Filed Under: ପ୍ରବାସୀ ଓଡିଆ, ମନୋରଞ୍ଜନ Tagged With: ଓଡିଶୀ, ପ୍ରବାସୀ ଓଡ଼ିଆ, ବାଙ୍ଗାଲୋର, ମଧୁଲିତା ମହାପାତ୍ର

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ