• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରବାସୀ ଓଡ଼ିଆ

ଆମେରିକାରେ ଛାତ୍ରଙ୍କୁ ହତ୍ୟା, ପ୍ରବାସୀ ଓଡ଼ିଆଙ୍କ ଉଦେଗ

April 23, 2012 by admin

ଧୀରେନ୍ଦ୍ର କର

ବୋଷ୍ଟନ, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ଆମେରିକାରେ ନିକଟରେ ଜଣେ ଓଡ଼ିଆ ଛାତ୍ରଙ୍କୁ ହତ୍ୟା ଘଟଣାରେ ପ୍ରବାସୀ ଓଡ଼ିଆ ସଂଗଠନ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ପକ୍ଷରୁ ଉଦେଗ ପ୍ରକାଶ ପାଇଛି ।

୨୪ ବର୍ଷ ବୟସ୍କ ଉଦୀୟମାନ୍ ଛାତ୍ର କେ.ଶେଷ୍ରାୀ ରାଓଙ୍କ ମୃତ୍ୟୁରେ ସୋସାଇଟିର ସମସ୍ତ ସଦସ୍ୟମର୍ମାହତ ବୋଲି କୁହାଯାଇଛି ।

ବୋଷ୍ଟନ ୟୁନିଭରସିଟିରେ ମ୍ୟାନେଜମେଂଟ ପଢୁଥିବା ରାଓଙ୍କୁ ଗତ ୧୯ ତାରିଖଦିନ ୨ଟା ୩୦ରେ ତାଙ୍କ ଆପାର୍ଟାମେଂଟ ନିକଟରେ ଗୁଳି କରି ହତ୍ୟା କରାଯାଇଥିବା ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି ବୋଲି କୁହାଯାଇଛି ।

ନିଉୟର୍କରେ ଅବସ୍ଥାପିତ ଭାରତୀୟ କନ୍ସଲ ଜେନେରାଲ ପି.କେ ବଜାଜ ଶେଷ୍ରାୀଙ୍କ ମୃତ ଶରୀର
ଓଡ଼ିଶା ପଠାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ସୋସାଇଟିର ଇଂଲଣ୍ଡ ଚାପ୍ଟର, ନର୍ଥ ଆମେରିକାର ତେଲୁଗୁ ଆସୋସିଏସନ୍ ଏବଂ ଗ୍ରେଟର ବୋଷ୍ଟନ ଇଣ୍ଡିଆନ ଆସୋସିଏସନ୍ ଏକତ୍ରିତ ହୋଇ ରାଓଙ୍କ ମରଶରୀର ପଠାଇବା ଦିଗରେ କନ୍ସଲ୍ ଜେନେରାଲଙ୍କୁ ସହାୟତା କରୁଛନ୍ତି ।

ନର୍ଥ ଆମେରିକାରେ ବସବାସ କରୁଥିବା ସମସ୍ତ ଓଡ଼ିଆ ରାଓଙ୍କ ପିତାମାତା ତଥା ତାଙ୍କର ପରିବାରକୁ ସମବେଦନା ଜଣାଇଛନ୍ତି ।

ଶେଷ୍ରାୀଙ୍କ ସ୍ମୃତିରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ଇଂଲଣ୍ଡ ଚାପ୍ଟର ଏବଂ ଗ୍ରେଟର ବୋଷ୍ଟନ ଇଣ୍ଡିଆନ ଆସୋସିଏସନ୍ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରାର ଆୟୋଜନ କରାଯାଉଛି ।

ଏହି ଘଟଣା ପରେ ଉଚ୍ଚଶିକ୍ଷା ପାଇଁ ନର୍ଥ ଆମେରିକା ଆସୁଥିବା ସମସ୍ତ ଓଡ଼ିଆ ଛାତ୍ର ଓଡ଼ିଶା ସୋସାଇଟି ଅଫ୍ ଆମେରିକା ସହ ଯୋଗାଯୋଗ ରଖିବାକୁ କୁହାଯାଇଛି ।

ନର୍ଥ ଆମେରିକାର ବିଭିନ୍ନ ସ୍ଥାନରେ ସୋସାଇଟିର ୧୫ଟି ଚାପ୍ଟର ରହିଛି ଏବଂ ସେଠାରେ ରହୁଥିବା ଓଡ଼ିଆମାନେ ପରସ୍ପରକୁ ସହାୟତା କରିଥାନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆମେରିକା, ପ୍ରବାସୀ ଓଡ଼ିଆ

ବାଙ୍ଗାଲୋରରେ ଦର୍ଶକଙ୍କୁ ସମ୍ମୋହିତ କଲା ଗୋଟିପୁଅ ନୃତ୍ୟ

November 17, 2010 by ଓଡିଶା ଡଟ କମ Leave a Comment

ରେଣୁକା ଫାଡ଼ନିସଙ୍କ ଠାରୁ

ବାଙ୍ଗାଲୋର, (ଓଡ଼ିଶା ଡ଼ଟ୍ କମ୍) ହାଇଟେକ୍ ସିଟି ବାଙ୍ଗାଲୋରରେ ଏବେ ଓଡ଼ିଶାର ‘ଗୋଟିପୁଅ’ ନୃତ୍ୟ ବେଶ ଲୋକପ୍ରିୟ ହୋଇପାରିଛି ।

କିଛି ଦିନ ତଳେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋଇଥିବା ଭିଡ଼ରୁ ଏ ସମ୍ପର୍କରେ ଅଜ୍ଞ ଥିବା ଯୁବ ପିଢ଼ିଙ୍କର ଏହି ନୃତ୍ୟ ପ୍ରତି କେତେ ଆକର୍ଷଣ ତାହା ପ୍ରତିପାଦିତ ହୋଇଛି ।

ନିକଟରେ କ୍ଲାସିକାଲ ମ୍ୟୁଜିକ ଆଣ୍ଡ କଲଚର ଏମଙ୍ଗଷ୍ଟ ୟୁଥ୍ (ଏସପିଆଇସିମାକେ)ର ବାଙ୍ଗାଲୋର ଚାପ୍ଟର ପକ୍ଷରୁ ବାଙ୍ଗାଲୋରସ୍ଥ ପିପୁଲ୍ସ ଏଜୁକେସନ ସୋସାଇଟି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ପେସିଟ) ଇଞ୍ଜିନିୟରିଂ କଲେଜରେ ‘ଗୋଟିପୁଅ’ ନୃତ୍ୟ ପ୍ରଦର୍ଶନର ଆୟୋଜିତ ହୋଇଥିଲା ।

ଏହି ଅବସରରେ ଉତ୍ସାହୀ ଯୁବପିଢ଼ିଙ୍କ ମଧ୍ୟରେ ‘ଲକି ଡ଼୍ର’ ପ୍ରତିଯୋଗିତା ମଧ୍ୟ ହୋଇଥିଲା, ଯେଉଁଥିରେ ପୁରସ୍କାର ସ୍ୱରୂପ ‘ପେନ ଡ଼୍ରାଇଭ’ ବଣ୍ଟନ କରାଯାଇଥିଲା । ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଉତ୍ସବ ‘ବୀରାସତ୍-୨୦୧୦’ର ଏହା ଏକ ଅଂଶ ବିଶେଷ ଥିଲା ।

ପ୍ରାରମ୍ଭରେ ଗୋଟିପୁଅ ନୃତ୍ୟ ବାବଦରେ ଧାରଣା ରଖିନଥିବା ଛାତ୍ରଛାତ୍ରୀମାନେ ନୃତ୍ୟୋତ୍ସବ ପରେ ଏ ସମ୍ପର୍କରେ ବେଶ ଧାରଣା ପାଇପାରିଥିଲେ । ଓଡ଼ିଶୀ ନୃତ୍ୟ ଶୈଳୀର ଏକ ଅଂଶ ବିଶେଷ ଭାବେ ପରିଚିତ ଏହି ନୃତ୍ୟରେ ବାଳକମାନେ ମହିଳାଙ୍କ ବେଶଭୂଷାରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ।

ନୃତ୍ୟୋତ୍ସବରେ ଭାଗ ନେଇଥିବା କଳାକାରମାନେ ଓଡ଼ିଶାର କୋଣାର୍କରେ ଥିବା ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନଙ୍କ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ଥିଲେ । ନୃତ୍ୟୋତ୍ସବରେ ଜନସାଧାରଣ ହ୍ୱିସିଲ, କରତାଳି ସହ ଛିଡ଼ା ହୋଇ କଳାକାର ମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଭୁଲି ନଥିଲେ ।

୧୦ ବର୍ଷରୁ କମ୍ ବୟସର ୮ ଜଣ ବାଳକ ବାଳିକାଙ୍କ ବେଶରେ ଏହି ନୃତ୍ୟରେ ଭାଗ ନେଇଥିଲେ । ନୃତ୍ୟକୁ ଉପଭୋଗ କରିବା ପରେ ଇଞ୍ଜିନିୟରିଂ ଛାତ୍ରୀ ମେଧିନୀ କହିଥିଲେ, ନୃତ୍ୟଶିଳ୍ପୀମାନେ ଏଭଳି ଦେଖାଯାଉଥିଲେ ଯେପରିକି ସେମାନଙ୍କ ଦେହରେ କୌଣସି ଅସ୍ଥି ନାହିଁ’ ।

ଅନ୍ୟ ଦୁଇ ଜଣ ଛାତ୍ରୀଙ୍କ ମତ ଥିଲା, ‘ଆମେ କେବେ ଜାଣି ନଥିଲୁ ଛୋଟ ଛୋଟ ପିଲାମାନଙ୍କ ଭାବଭଙ୍ଗୀ ଏତେ ସୁନ୍ଦର ହୋଇପାରେ’ । ତେବେ ନୃତ୍ୟରେ ଅଂଶ ଗ୍ରହଣ କରିଥିବା ଛୋଟ ଛୋଟ ପିଲାମାନେ ଦିନ ମଜୁରିଆ କିମ୍ବା କୃଷକ ପରିବାରରୁ ଆସିଥିଲେ ।

ଶିଳ୍ପୀ ତାପସ କୁମାର ନାୟକ ୪ ବର୍ଷ ବୟସରୁ ଗୁରୁ ସ୍ୱାଇଁଙ୍କ ନିକଟରେ ନୃତ୍ୟ ଶିଖୁଥିବା ପ୍ରକାଶ କରିଥିଲେ । ନୃତ୍ୟଦଳର ଭାଓଲିନ୍ ବାକ ବାନାମ୍ବର ସ୍ୱାଇଁ କହିଥିଲେ, ସେ ହିଁ ତାପସର ବାପା ଓ ମା’ । ତାପସ ମଧ୍ୟ ଭବିଷ୍ୟତରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ପ୍ରତିଷ୍ଠିତ ହେବା ସକାଶେ ନିଜ ଇଚ୍ଛା ଜାହିର କରିଥିଲେ ।

ନୃତ୍ୟ ପ୍ରଦର୍ଶନ ସମୟରେ ଶିଳ୍ପୀମାନଙ୍କ ଗୁରୁ ମଧ୍ୟ ‘ନମସ୍କାର’ ଭଙ୍ଗୀରେ ଦର୍ଶକଙ୍କୁ ସମ୍ଭାଷଣ ଜଣାଇ ନୃତ୍ୟରେ ଶିଷ୍ୟମାନଙ୍କ ସହ ସାମିଲ ହୋଇଥିଲେ । ନୃତ୍ୟୋତ୍ସବ ପରେ ଏହି ଛୋଟ ଛୋଟ ପିଲାମାନେ ଶିଶୁ ସୁଲଭ ଢ଼ଙ୍ଗରେ ଖାଇବା ପାଇଁ ଟେବୁଲ ଚେୟାର ଚତୁଃପାଶ୍ୱର୍ରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା ।

ନୃତ୍ୟ ଦଳରେ ଥିବା ଭୁବନେଶ୍ୱରର ୧୧ ବର୍ଷର ବାଳକ ସୌମେନ୍ଦ୍ର କୋଣାର୍କ ନାଟ୍ୟ ମଣ୍ଡପରେ ଗୁରୁ ଚିନ୍ତାମଣି ରାଉତଙ୍କ ନିକଟରେ ନୃତ୍ୟ ଶିକ୍ଷା କରୁଛନ୍ତି । ବାଙ୍ଗାଲୋର ଗସ୍ତ ଅବସରରେ ତାଙ୍କୁ ସହର ବାହାରେ ଥିବା ‘ନୃତ୍ୟଗ୍ରାମ’ ଅତି ଭଲ ଲାଗିଥିଲା ବୋଲି ପ୍ରକାଶ କରିଥିଲେ ।

ଏହାସହ ବିମାନରେ ବାଙ୍ଗାଲୋର ପର୍ଯ୍ୟନ୍ତ ଉଡ଼ି ଉଡ଼ି ଆସିବା ଅନୁଭୂତିକୁ ମଧ୍ୟ ସେ ଭୁଲିବେ ନାହିଁ ବୋଲି ଆନନ୍ଦର ସହ କହିଥିଲେ । ଏହା ପୂର୍ବରୁ ସେ ବିମାନ ଦେଖିଥିଲେ ମଧ୍ୟ କେବେ ବସି ନଥିଲେ ବୋଲି କହିଥିଲେ ।

ବାଙ୍ଗାଲୋର ଗସ୍ତ ଅବସରରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଏହି ନୃତ୍ୟଶିଳ୍ପୀମାନେ ସେପ୍ଟେମ୍ବର ୧୦ରୁ ୧୮ ତାରିଖ ମଧ୍ୟରେ ୧୨ଟି ସ୍କୁଲ ଓ କଲେଜରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏହା ପରେ ମାନପାଲ୍ଲେର ରିସି ଭେଲି ସ୍କୁଲ ଏବଂ ଚ୍ୟୁରାଲ ଏଜୁକେସନ ସେଣ୍ଟରରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି । ତେବେ ଏହା ସତ୍ୟ, ପରବର୍ତ୍ତୀ ଦିନରେ ‘ଗୋଟିପୁଅ’ ନୃତ୍ୟ ଉତ୍ସବରେ ଭିଡ଼ ଜମାଇବା ଲାଗି ଆଉ ର୍ଶକଙ୍କ ସକାଶେ ‘ଲକି ଡ଼୍ର’ ପ୍ରତିଯୋଗିତାର ଆୟୋଜନ କରିବାକୁ ପଡ଼ିବ ନାହିଁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ‘ଗୋଟିପୁଅ’ ନୃତ୍ୟ, ପ୍ରବାସୀ ଓଡ଼ିଆ, ମୁଖ୍ୟ ଖବର

ଓଡ଼ିଆ ସମାଜ ପକ୍ଷରୁ ନାଇଜେରିଆରେ ରଥଯାତ୍ରା

November 17, 2010 by ଓଡିଶା ଡଟ କମ Leave a Comment

ଶରତ କୁମାର ସାହୁଙ୍କ ଠାରୁ
ଲାଗୋସ, ଜୁଲାଇ ୧୫(ଓଡ଼ିଶା ଡ଼ଟ୍ କମ୍) ନାଇଜେରିଆର ଲାଗୋସ ମହାନଗରୀରେ ଓଡ଼ିଆ ସମାଜ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଛି ।

ସେଠାରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ସହିତ ବିଭିନ୍ନ ଭାରତୀୟ ଗୋଷ୍ଠୀ ଓ ସ୍ଥାନୀୟ ଇସ୍କନ ମନ୍ଦିରର ଶ୍ରଦ୍ଧାଳୁ ତଥା ନାଇଜେରିଆ ଅଧିବାସୀ ଏହି ଉତ୍ସବରେ ଯୋଗେଇଥିବା ବେଳେ ସ୍ଥାନୀୟ ଗୌଡ଼ିୟ ମଠର ନାଇଜେରିୟ ଭକ୍ତମାନେ ଭଜନ ସଂକୀର୍ତ୍ତନ ପରିବେଶଣ କରିଥିଲେ ।

ତିନି ଠାକୁର ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ପୂଜାର୍ଚ୍ଚନା ପରେ ଭକ୍ତମାନେ ଗଭୀର ଶ୍ରଦ୍ଧା, ଭଜନ, କୀର୍ତ୍ତନ, ହରିବୋଲ, ହୁଳୁହୁଳି ଓ ଶଙ୍ଖନାଦ ମଧ୍ୟରେ ପହଣ୍ଡି ବିଜେ କରି ଶ୍ରୀଜିଉଙ୍କୁ ରଥ ଉପରକୁ ଆଣିଥିଲେ ।

ଜୟଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିବା ବେଳେ ନାଇଜେରିଆରେ ଅବସ୍ଥାପିତ ବିଶିଷ୍ଟ ଉଦ୍ୟୋଗପତି ଏନ୍.ଜି ପଟେଲ ପୌରହିତ୍ୟ କରି ଶ୍ରୀଜିଉଙ୍କ ଆରତି ଓ ଛେରାପହଁରା କରିଥିଲେ ।

ସେଠାରେ ଥିବା ଓଡ଼ିଆ ଓ ନାଇଜେରିଆ ଅଧିବାସୀମାନେ ପ୍ରବଳ ଉତ୍ସାହ ଓ ଉଦ୍ଧିପନା ସହ ରଥ ଟାଣିଥିଲେ । ସେଠାରେ ଅବସ୍ଥାପିତ ଓଡ଼ିଆ ମାନଙ୍କ ଦ୍ଵାରା ଗଠିତ “ଓଡ଼ିଆ ସମାଜ ନାଇଜେରିଆ” ଓଡ଼ିଶା ତଥା ଭାରତର ପରମ୍ପରା ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ କରିଆସୁଛି ।

ଓଡ଼ିଆ ସମାଜ ଗତ ପାଞ୍ଚ ବର୍ଷ ଧରି ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ବାର୍ତ୍ତା ରଥଯାତ୍ରା ମାଧ୍ୟମରେ ପ୍ରଚାରିତ କରିଆସୁଥିବା ବେଳେ ଓଡ଼ିଶାର ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣି ନାଇଜେରିଆରେ ପାଳନ କରାଯାଉଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍କନ ମନ୍ଦିର, ଓଡ଼ିଆ ସମାଜ, ପ୍ରବାସୀ ଓଡ଼ିଆ, ମୁଖ୍ୟ ଖବର

ଦୁବାଇ ଗଣେଶ ପୂଜାରେ ଓଡ଼ିଆ ଡ଼ାଲମାର ମହକ

November 17, 2010 by ଓଡିଶା ଡଟ କମ Leave a Comment

ୟୋଗେଶ ଭାୟାଣୀ

ଦୁବାଇ, ଅକ୍ଟୋବର ୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସମାଜ ୟୁଏଇ ପକ୍ଷରୁ ଦୁବାଇ ଠାରେ ଧୁମଧାମରେ ପାଳିତ ହୋଇଯାଇଥିବା ଗଣେଶ ପୂଜାରେ ଓଡ଼ିଆ ଡ଼ାଲମା ଉପସ୍ଥିତ ଅତିଥିଙ୍କ ମନ ମୋହିଥିଲା ।

ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗତ ସେପ୍ଟେମ୍ବର ୧୧ରେ ଅଲାର ଆପାର୍ଟମେଣ୍ଟ ପାର୍ଟି ହଲରେ ଅନୁଷ୍ଠିତ ଏହି ପୂଜାରେ ଚନ୍ଦ୍ର ଶେଖର ଖୁଣ୍ଟିଆ କର୍ତ୍ତା ହୋଇଥିବା ବେଳେ ପଣ୍ଡିତ ବିଷ୍ଣୁପଣ୍ଡା ପୂଜା କାର୍ଯ୍ୟ କରିଥିଲେ ।

ଚଳିତ ବର୍ଷ ଦୁଇ ଶହରୁ ଉର୍ଦ୍ଧ୍ଵ ଓଡ଼ିଆ ଲୋକ ଏଥିରେ ଯୋଗ ଦେଇଥିଲେ ବୋଲି ସମାଜର ବରିଷ୍ଠ କର୍ମକର୍ତ୍ତା ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି । ଆଶା ଓ ଚେଷ୍ଟା ଅନୁଯାୟୀ ଏଥର ଏଠାରେ ରହୁଥିବା ଓଡ଼ିଆ ମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇଥିଲା, ସମାଜର ସକ୍ରିୟ ସଦସ୍ୟ ୟୋଗେଶ ଭାୟାଣୀ କହିଛନ୍ତି ।

ଇପ୍ସୀତା ମିଶ୍ର ଓ ବିଶ୍ୱଜିତ ସାଜସଜ୍ଜାର ଦାୟୀତ୍ୱ ଖୁବ୍ ଭଲ ଭାବରେ ନିଭାଇଥିବା ବେଳେ ଦେବୀ ପ୍ରସାଦ ଦୋରା,ସୁନୀଲ ପାତ୍ର ଓ ଦେବୀ ପ୍ରସାଦ ପଣ୍ଡାଙ୍କ ଦ୍ଵାରା ପ୍ରସ୍ତୁତ ଚୁଡ଼ା ଘଷା ପ୍ରସାଦ ସମସ୍ତଙ୍କ ପ୍ରଶଂସା ପାଇଥିଲା ।

ପୂଜା ଶେଷରେ ଏହାର ସଦସ୍ୟ ସ୍ମୁତିରଞ୍ଜନ ମହାପାତ୍ରଙ୍କ ତତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଆ ଡ଼ାଲମା, ଭାତ, ପୋଟଳ କଷା, ଖଟା ଓ ଖିରୀ ଉପସ୍ଥିତ ଲୋକଙ୍କୁ ଦିଆଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପ୍ରବାସୀ ଓଡ଼ିଆ, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ