• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରଯୁକ୍ତି ବିଦ୍ୟା

ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ, ଅସିତ ତ୍ରିପାଠୀ ଗୃହ ସଚିବ

April 20, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୨୦  (ଓଡିଶା ଡଟ କମ) ନଅ ଜଣ ଜିଲ୍ଲାପାଳଙ୍କ ବଦଳି କରିବାର ଏକ ସପ୍ତାହ ମଧ୍ୟ ହୋଇନାହିଁ , ରାଜ୍ୟ ସରକାର ସୋମବାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଆସିଥିବା ୧୯୮୬ ବ୍ୟାଚର ଅଫିସର ଅସିତ ତ୍ରିପାଠୀଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।

asit tripathyସରକାରୀ ସୂତ୍ରରୁ ପ୍ରାପ୍ତ ଖବର ଅନୁସାରେ ତ୍ରିପାଠୀଙ୍କୁ ଶ୍ରମ ଓ ନିଯୁକ୍ତି ତଥା ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସର ତାରାଦତ୍ତଙ୍କୁ କେବିକେ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କୁ ଗୋପବନ୍ଧୁ ଏକାଡେମୀର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ।

ଠିକ ସେହିପରି ୧୯୮୬ ବ୍ୟାଚର ଅଫିସର ଜିଭିଭି ଶର୍ମା ସାଧାରଣ ପ୍ରଶାସନ ବିଭାଗର ନୂଆ ପ୍ରମୁଖ ସଚିବ ନିଯୁକ୍ତି ପାଇଛନ୍ତି । ସେ ସ୍ଵତନ୍ତ୍ର ରିଲିଫ କମିସନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇବେ ।

ସିଜେ ବେଣୁଗୋପାଳ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତିପାଇଥିବା ବେଳେ ମୋନା ଶର୍ମା ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗର ନୂଆ ପ୍ରମୁଖ ଶାସନ ସଚିବ ହେବେ । ମୋନା ଓଏସଡିଏମଏ ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ ।

ଡି ଏନ ଗୁପ୍ତା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତିପାଇଥିବା ବେଳେ ଜଳସଂପଦ ବିଭାଗର ପ୍ରମୁଖ ସଚିବପ୍ରଦୀପ ଜେନାଙ୍କୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଦାୟିତ୍ଵ ତୁଲାଇବେ ।

ମନୋଜ ଆହୁଜା ସମବାୟ ବିଭାଗର ପ୍ରମୁଖ ସଚିବ ନିଯୁକ୍ତି ପାଇଥିବା ବେଳେ ସେ ପ୍ରଶାସନିକ ସଂସ୍କାର ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇବେ। ଚନ୍ଦ୍ର ଶେଖର କୁମାର ପରିବହନ କମିଶନର, ସଞ୍ଜୟ କୁମାର ସିଂ ରାଜସ୍ୱ କମିଶନର (ଦକ୍ଷିଣାଞ୍ଚଳ) ଓ ନୀତିନଚନ୍ଦ୍ରା ବାଣିଜ୍ୟକର କମିଶନର ଭାବେ
ନିଯୁକ୍ତି ପାଇଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅଦଳବଦଳ, ଆଇଏଏସ, ଜିଲ୍ଲାପାଳ, ପ୍ରଯୁକ୍ତି ବିଦ୍ୟା, ପ୍ରଶାସକ, ବୈଷୟିକ ଶିକ୍ଷା

ବୋହୁଙ୍କ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା

March 15, 2013 by ଓଡିଶା ଡଟ କମ Leave a Comment

ପ୍ରଫୁଲ ଦାଶ

ଭୁବନେଶ୍ୱର,ମାର୍ଚ ୧୫ (ଓଡ଼ିଶା ଡ଼ଟ୍ କମ୍)ବୋହୁ ଦ୍ୱାରା ଦିଆଯାଇଥିବା ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ପରେ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି ଶୁକ୍ରବାର ମନ୍ତ୍ରୀପଦରୁଇସ୍ତଫା ଦେଇଛନ୍ତି ।

“”ମୁଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛି । ଏହି ଅଭିଯୋଗ ପଛରେ କୌଣସି ସତ୍ୟତା ନାହିାଁ ”ବୋଲି ମହାନ୍ତି କହିଥିବା ବେଳେ ବିରୋଧୀଦଳ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ମହାନ୍ତି ନଗର ଉନ୍ନୟନ ବିଭାଗ ସହିତ ଆଇନ ଏବଂ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ମଧ୍ୟ ମନ୍ତ୍ରୀ ଥିଲେ ।

ଗୁରୁବାର ବାଲେଶ୍ୱର ଥାନାରେ ତାଙ୍କର ବୋହୁ ବର୍ଷା ସୋନି ଚୌଧୁରୀ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନଗଦ ୨୫ଲକ୍ଷ ଟଙ୍କା ଏବଂ ଏକ ସ୍କର୍ପିଓ ଗାଡ଼ି ବାପଘରୁ ଯୌତୁକ ଭାବେ ଆଣିବା ପାଇଁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଇ ଆସୁଥିଲେ ।

ବର୍ଷା ଆହୁରି ମଧ୍ୟ ଉଲେଖ କରିଥିଲେ ଯେ ଜୁନ୨୦୧୨ରେ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ପୁଅ ରାଜଶ୍ରୀଙ୍କୁ ସେ ବିବାହ କରିବା ପରଠାରୁ ତାଙ୍କୁ ବିଭିନ୍ନ ସମୟରେ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ।

ସେ ଦାବି କରିଛନ୍ତି ଯେ,ବିବାହ ସମୟରେ ଯୌତୁକ ଦାବି ମୁତାବକ ତାଙ୍କ ବାପଘର ଲୋକେ ନଗଦ୧୦ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେଇଥିଲେ ସୁଦ୍ଧା ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ଗାଡ଼ି ସେମାନେ ଦାବି କରୁଥିଲେ ।

ପୋଲିସ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ଚାରିଜଣଙ୍କ ନାମରେ ଯୌତୁକ ବିରୋଧି ଆଇନରେ ମାମଲା ରୁଜୁ କରିଛି ।

କିନ୍ତୁ ଏହି ସମସ୍ତ ଅଭିଯୋଗ ଭିତିହୀନ ବୋଲି ମହାନ୍ତି ସଫେଇ ଦେଇଛନ୍ତି । “ଆମେ ଏପରି କୌଣସି କାର୍ଯ୍ୟ କରିନାହୁଁ । ପୋଲିସ ତଦନ୍ତ କରୁ ,ବହୁତ ଶୀଘ୍ର ସତ୍ୟଜଣାପଡ଼ିବ ”ବୋଲି ସେ କହିଛନ୍ତି ।

ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ତୁମୁଳ ହଟଗୋଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ୍ତିଙ୍କ ଇସ୍ତଫା ଗ୍ରହଣ କରିବା ସହ ପୋଲିସର ମାନବାଧିକାରସେଲକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କହିବା ସତ୍ୱେ ବିରୋଧୀମାନେ ହଟଗୋଳ ଜାରି ରଖିଥିଲେ । ଫଳରେ ବାଚସ୍ପତିଙ୍କୁ ବାରମ୍ବାର ବିଧାନସଭା ମୁଲତବୀ କରିବାକୁ ପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପ୍ରଯୁକ୍ତି ବିଦ୍ୟା, ବର୍ଷା ସୋନି, ବାଲେଶ୍ୱର, ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଯୌତୁକ ନିର୍ଯ୍ୟାତନା, ସ୍କର୍ପିଓ ଗାଡ଼ି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ